Author: Samikhsya Bureau

ମେଷ-  ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ବୃଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ ମିଥୁନ- ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନିଦ୍ରା…

Read More

ମୀନ-ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍ । ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ । କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । କୁମ୍ଭ- ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ । ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ ।

Read More

ବିଛା-ପରିବାର ସାହାଯ୍ୟ କରିବେ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ । କାର୍ଯ୍ୟ ସମାପ୍ତ ହୋଇପାରିବ । କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ। ଧନୁ- ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ । ପାରିବାରିକ ସମ୍ପର୍କ ଆନ୍ତରିକ ହେବ । ଆପଣଙ୍କର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଆପଣ ଏକ ସୁଯୋଗ ମଧ୍ୟ ପାଇପାରିବେ । ଚିନ୍ତା ସମାପ୍ତ ହୋଇପାରିବ । ଦିନଟି ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ ମନୋରଞ୍ଜନ ଜାରି ରହିବ । ମକର-ଶାରୀରିକ ଭାବରେ ବ୍ୟସ୍ତ ରହିବେ । ଆପଣଙ୍କ କାମରୁ ପଛକୁ ଯାଅନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ…

Read More

କନ୍ୟା- ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ପରିବାର ସାହାଯ୍ୟ ମିଳିବ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ । କାର୍ଯ୍ୟ ସମାପ୍ତ ହୋଇପାରିବ । ବନ୍ଧୁଙ୍କ ସମ୍ପର୍କ ବିଷୟରେ ଆପଣ ଟିକିଏ ସଚେତନ ହେବା ଉଚିତ୍ । ତୂଳା- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ ।

Read More

କର୍କଟ- ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ । ଆଗକୁ ବଢିବା ପାଇଁ ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ଭ୍ରମଣ ଯୋଗ ମଧ୍ୟ ଅଛି । ବ୍ୟବସାୟରେ ବ୍ୟସ୍ତ ରହିବେ । ସାମାଜିକ ସ୍ତରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ । ସିଂହ- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ । ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ । ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ । ଆଜିର ଦିନଟି ଆପଣଙ୍କ ପାଇଁ ସ୍ୱାଭାବିକ ।

Read More

ମେଷ-  ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ । ବୃଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ମିଥୁନ- ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନିଦ୍ରା ଅଭାବ ହେବ । ମୁଣ୍ଡବିନ୍ଧା ଏବଂ ଆଖିରେ ଉତ୍ତେଜନା ଦେଖାଦେଇପାରେ । ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ । ଚାକିରିରେ ସମସ୍ୟା ହୋଇପାରେ । ଯଦି ଆପଣ ଜିଦି କରନ୍ତି ତେବେ, କାହା ସହିତ ବିବାଦ…

Read More

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ (ଆର୍‌ଜେଆଇଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି ଯେ ନିକଟରେ ଭାରତ ସରକାରଙ୍କ ଦୂରସଂଚାର ବିଭାଗ ପକ୍ଷରୁ ଅନୁଷ୍ଠିତ ସ୍ପେକ୍ଟ୍ରମ୍ ନିଲାମ ପ୍ରକ୍ରିୟାରେ ଭାରତର ସମସ୍ତ ୨୨ଟି ସର୍କଲ୍‌ରେ ସ୍ପେକ୍ଟ୍ରମ୍ ବ୍ୟବହାର କରିବାର ଅଧିକାରକୁ ଏହା ସଫଳତାର ସହ ହାସଲ କରିଛି। ଏଥି ମଧ୍ୟରେ ଓଡ଼ିଶା ଟେଲିକମ ସର୍କଲରେ ଏହି ତିନୋଟି ବ୍ୟାଣ୍ଡରେ ୨୦ ମୋଗାହର୍ଜ ସ୍ପେକ୍ଟ୍ରମ୍ କ୍ରୟ କରାଯାଇଛି। ଆରଜେଆଇଏଲ୍ ନିକଟରେ ଏବେ ଏଲ୍‌ଟିଇ ସେବାରେ ବ୍ୟବହାର ଏବଂ ଭବିଷ୍ୟତରେ ୫ଜି ପ୍ରଯୁକ୍ତିକୁ ଉନ୍ନତୀକରଣ ପାଇଁ ଅତ୍ୟନ୍ତ ସନ୍ତୁଳିତ ସ୍ପେକ୍ଟ୍ରମ୍ ରହିଛି। ଏହି ଅଧିଗ୍ରହଣ ଜରିଆରେ ଆର୍‌ଜେଆଇଏଲ୍ ମାଲିକାନାରେ ଥିବା ସ୍ପେକ୍ଟ୍ରମ୍ ପରିମାଣ ୫୫% ବୃଦ୍ଧି ପାଇ ୧,୭୧୭ ମେଗାହର୍ଜ (ଅପଲିଙ୍କ୍ +ଡାଉନ୍‌ଲିଙ୍କ୍‌)ରେ ପହଂଚିଛି। ଆରଜେଆଇଏଲ୍ ପାଖରେ ସର୍ବାଧିକ ପରିମାଣର ସବ୍‌-ଗିଗାହର୍ଜ ସ୍ପେକ୍ଟ୍ରମ ୨*୧୦ ନିରନ୍ତର ସ୍ପେକ୍ଟ୍ରମ୍ ଅଧିକାଂଶ ସର୍କଲ୍‌ରେ ରହିଛି । ଏହା ପାଖରେ ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ଅତିକମ୍‌ରେ ୨*୧୦ ମେଗାହର୍ଜ ଓ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମୁଦ୍ରିକ ଭାରତ-୨୦୨୧ ଶିଖର ସମ୍ମିଳନୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଅଭିବୃଦ୍ଧି ମୁଖୀ ଭାରତର ଏହି ଯାତ୍ରାରେ ସାମିଲ ହେବାକୁ ବିଶ୍ୱକୁ ନିମନ୍ତ୍ରଣ ଜଣାଇଛନ୍ତି । ଭାରତ ସାମୁଦ୍ରିକ କ୍ଷେତ୍ରରେ ଅଭିବୃଦ୍ଧି ଜାରି ରଖିଥିବାବେଳେ, ବ୍ଲୁ ଅର୍ଥନୀତିରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । ଭିତ୍ତିଭୂମି ଉନ୍ନୀତ କରି ସଂସ୍କାର ଜରିଆରେ ଭାରତ ଆତ୍ମନିର୍ଭର ଭାରତର ରାସ୍ତାକୁ ଆହୁରି ମଜବୁତ କରିବ । ଧୀରେ ସୁସ୍ଥେ ହେଲେ ମଧ୍ୟ ସମଗ୍ର କ୍ଷେତ୍ରକୁ ଗୋଟିଏ ଭାବି ଦେଶ ଆଗକୁ ଆଗକୁ ଚାଲିଛି । ଦେଶର ପ୍ରମୁଖ ବନ୍ଦରଗୁଡିକର ମାଲପରିବହନ ସାମର୍ଥ୍ୟ ୨୦୧୪ରେ ୮୭୦ ମିଲିୟନ ଟନ୍ ଥିବାବେଳେ, ବର୍ତ୍ତମାନ ତାହା ୧୫୫୦ମିଲିୟନ ଟନ୍‌ରେ ପହଞ୍ଚିଛି । ଭାରତୀୟ ବନ୍ଦର ଗୁଡିକରେ ଏବେ ପ୍ରତ୍ୟକ୍ଷ ମାଲ ଖଲାସ, ମାଲପ୍ରବେଶ ହେବା ସହ ପୋର୍ଟ କମ୍ୟୁନିଟି ସିଷ୍ଟମ(ପିସିଏସ୍‌)କୁ ତଥ୍ୟ ଆଦାନ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ପୁଣି ବ୍ରହ୍ମପୁର ଆଇଟିଆଇର ୧୭୨ ଜଣ ଛାତ୍ର ଗୁଜରାଟ ସ୍ଥିତ ସୁଜୁକି ମୋଟର୍ସରେ ଯୋଗଦାନ ପାଇଁ ଯାଇଛନ୍ତି। ଏଥିରେ ଫିଟର, ଇଲେକ୍ଟ୍ରିସିଆନ୍‌, ମେସିନିଷ୍ଟ, ଟର୍ନର, ଡ଼ିଜେଲ୍‌/ମେକାନିକ୍‌ର ଛାତ୍ରମାନେ ଗତ ଡ଼ିସେମ୍ବର ମାସରେ ଇଣ୍ଟରଭ୍ୟୁ ହୋଇ ଚୟନ ହୋଇଥିଲା। ଆଜି ଇଂଜିନିୟରି ସ୍କୁଲର ପ୍ରିନସପାଲ୍ ଏବଂ ଆଇଟିଆଇ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ସବୁଜ ପତାକା ଦେଖାଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଗତମାସ ଫେବୃୟାରୀ ୧୭ରେ ୨୩୯ ଛାତ୍ର ଏହି କଂପାନୀରେ ଯୋଗ ଦେଇଥିଲେ। ଆଜି ପୁଣି ୧୭୨ ଜଣ ପିଲା ଚୟନ ହୋଇଥିବାରୁ ଅନୁଷ୍ଠାନର ନାମ ଆହୁରି ଜାତୀୟସ୍ତରରେ ପହଞ୍ଚିବ ବୋଲି ଅଧ୍ୟକ୍ଷ କହିଥିଲେ। ମାସିକ ୧୯ହଜାର ୪୦୦ ଟଙ୍କାରେ ପିଲାମାନେ କଂପାନୀରେ କାମ କରିବେ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାର ସମସ୍ତ ଶ୍ରମିକ, କୃଷିକ୍ଷେତ୍ର ଓ କୃଷକଙ୍କ ସମସ୍ୟା ନେଇ ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏନେଇ ଏକ ଦାବିପତ୍ରଙ୍କୁ ଶ୍ରମଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ସେମାନେ ଅଭିଯୋଗ କରିଛନ୍ତି ରାଜ୍ୟରେ ୨୨ ବର୍ଷ ବିଜେଡ଼ି ଶାସନରେ ମଧ୍ୟ ଜିଲ୍ଲାରେ କୌଣସି ଶିଳ୍ପ, କାରଖାନା ଓ କୃଷିର ବିକାଶ ହୋଇନାହିଁ। ପ୍ରାୟ ୭ ଲକ୍ଷ ବ୍ୟକ୍ତି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। କୃଷକ ଏବଂ ଶ୍ରମିକଙ୍କ ପାଇଁ ଯେଉଁ ଆଇନମାନ ରହିଛି ତାହାକୁ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ବେଖାତିର କରୁଛନ୍ତି। ଅନ୍ୟ ରାଜ୍ୟରେ ଶ୍ରମିକଙ୍କୁ କରୋନା ସମୟରେ ୧୨ହଜାର ସାହାଯ୍ୟ ପ୍ରଦାନ କରାଯାଇଥିବାବେଳେ ଓଡ଼ିଶାରେ ମାତ୍ର ୧୫ଶହ ଟଙ୍କା ଦେଇ ରାଜ୍ୟ ସରକାର ଚୁପ୍ ରହିଛନ୍ତି। ଜିଲ୍ଲାରେ ଜମିକୁ ପାଣିର ଅଭାବ, ଶୀତଳଭଣ୍ଡାର ଅଭାବ ଓ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକାଲି ବ୍ରହ୍ମପୁର ଭିଜିଲାସ ଏସ୍‌ପି ଭାବେ ଶାନ୍ତୁନୁ ପାଢ଼ୀ ଦାୟିତ୍ୱ ନେବା ପରେ ପରେ ହିଁ ଦୁର୍ନୀତି ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି। ଶ୍ରୀ ପାଢ଼ୀ ଦାୟିତ୍ୱ ନେବାପରେ ଦୁର୍ନୀତିଖୋର୍ ଅଫିସରଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ଆଜି ବ୍ରହ୍ମପୁର ଭିଜିଲାନସ କାର୍ଯ୍ୟାଳୟ ପକ୍ଷରୁ ସ୍ପେଶାଲ ୱାରେଣ୍ଟ ବଳରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ୍ ଜେ.ଇ. କେ. ନାଗେଶ୍ୱର ସେନାପତିଙ୍କ ଘର ଏବଂ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି। ସକାଳୁ ସକାଳୁ ଅଫିସରମାନେ ପାରଳାଖେମୁଣ୍ଡି ଜଗନ୍ନାଥ ବିହାରରେ ଥିବା ଦୁଇମହଲା କୋଠା, ମିନିଗାମ୍ ମୌଜାରେ ଥିବା ଫ୍ଲା ଆସ୍ ଇଟା ତିଆରି କାରଖାନା, ବ୍ରହ୍ମପୁର ସିଦ୍ଧି ବିନାୟକ ମନ୍ଦିର ଗୋଲଡ଼େନ୍ ଟାୱାରରେ ରହୁଥିବା ସଳାଙ୍କ ଘର, ଶେରଗଡ କୁଲାଡ଼ ଗ୍ରାମର ପୈତୃକ ଘର, ରାୟଗଡ଼ା ବ୍ଲକ୍ ଅଫିସ୍ କାର୍ଯ୍ୟାଳୟ, ରାୟଗଡ଼ାରେ ଥିବା ଅଫିସ୍ କ୍ୱାଟରେ ଚଢ଼ାଉ ହୋଇଥିଲା।…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକିଛି ଦିନ ତଳେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ବ୍ରହ୍ମପୁରର ଗୁରୁଦେବ ହସ୍‌ପିଟାଲ୍ ଚର୍ଚ୍ଚାର ପରିସର ମଧ୍ୟରେ ରହି ହସ୍‌ପିଟାଲ୍‌ରେ ତାଲା ଝୁଲିଥିଲା ବର୍ତ୍ତମାନ ତାଲା ଖୋଲିବା ପରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ହସ୍‌ପିଟାଲ୍ ପରିସରରେ ତୁମୁଳକାଣ୍ଡ ହୋଇଛି। ଗତକାଲି ଗୋଳନ୍ଥରା ଥାନ ଗୋବିନ୍ଦନଗରର ନବୀନ ସାହୁଙ୍କ ପତ୍ନୀ ସଂଗୀତା ସାହୁଙ୍କ ମୃତ୍ୟୁ ଘଟିଥିଲା। ମେଡ଼ିକାଲ୍‌ର ଦାୟିତ୍ୱହୀନତା ଯୋଗୁଁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଛି ବୋଲି ନବୀନ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। କ୍ଲିନିକ୍ କର୍ମଚାରୀମାନେ ସଂଗୀତାକୁ ଠିକ୍ ଭାବେ ଦେଖାଶୁଣା ନ କରିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଏତଲାରେ ଦର୍ଶାଯାଇଛି। ସଂପୃକ୍ତ ଡ଼ାକ୍ତର, କ୍ଲିନିକ୍ ମାଲିକ ଏବଂ କର୍ମଚାରୀଙ୍କ ନାମରେ ଏତଲା ଦିଆଯାଇଛି। ସୂଚନାଯୋଗ୍ୟ ସଂଗୀତା ନିଜର ଶାରୀରିକ ସମସ୍ୟା ନେଇ ବ୍ରହ୍ମପୁର ସହରର ଜଣେ ବରିଷ୍ଠ ମହିଳା ଡ଼ାକ୍ତର ସହ ଯୋଗାଯୋଗ କରିବାରୁ ସେ ଗୁରୁଦେବ ହସ୍‌ପିଟାଲ୍‌ରେ ଭର୍ତ୍ତି…

Read More

ଖୋର୍ଦ୍ଧା: କରୋନାରେ ଆକ୍ରାନ୍ତ ହୋଇ ବୈଦ୍ୟୁତିକ ଗଣମାଧ୍ୟମ ନିଉଜ-୧୮ର ଭୁବନେଶ୍ବର ପ୍ରତିନିଧି ପ୍ରବୀର କୁମାର ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୁପାରିସ କ୍ରମେ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ସ୍ଵର୍ଗତ ପ୍ରବୀର କୁମାର ପ୍ରଧାନଙ୍କ ପତ୍ନୀଙ୍କୁ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ସନତ କୁମାର ମହାନ୍ତି ଆଜି ନିଜ କାର୍ଯ୍ଯାଳୟରେ ପ୍ରବୀରଙ୍କ ପତ୍ନୀ ସସ୍ମିତା ସ୍ଵାଇଁଙ୍କୁ ୧୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧକାରୀ ମାନସ ବିଶ୍ଵାଳ ସୂଚନା ଦେଇଛନ୍ତି।

Read More

କୃଷ୍ଣଶରଣପୁର/ପଟିଆ: ସମାଜରେ ଅସହାୟ କର୍କଟ ପୀଡିତ/ପୀଡ଼ିତାମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟରେ ପ୍ରତିଷ୍ଠା କରାଯାଇଥିବା ସମାଜମଙ୍ଗଳ ହୁଣ୍ଡି ମୋହିତ ଫାଉଣ୍ଡେସନ ଭୁବନେଶ୍ୱର ଆନୁକୁଲ୍ୟରେ କୃଷ୍ଣଶରଣପୁର ମାର୍କେଟ କମ୍ପେ୍ଲକ୍ସ, ପଟିଆ, ଭୁବନେଶ୍ୱରଠାରେ ପ୍ରତିଷ୍ଠା କରାଯାଇଛି। ଓଡ଼ିଶା ସମାଜସେବୀ ମହାସଂଘର ରାଜ୍ୟ ସଭାପତି ତଥା ସମାଜମଙ୍ଗଳ ହୁଣ୍ଡିର ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀକା ଲିପିକା ରାୟ, ଯୁବ ସମାଜସେବୀ ରଞ୍ଜନ କୁମାର ବେହେରା, ଦୀପକ କୁମାର ବାରିକ, ରୋହିତ କୁମାର ନାୟକ, ସମାଜସେବୀ ଭୁବନ ମୋହନ ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୋହିତ ଫାଉଣ୍ଡେସନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ମଲ୍ଲିକ, ଉପସଭାପତି ସୁରେନ୍ଦ୍ର ସାହୁ, ଅଗ୍ରଣୀ ସଭ୍ୟ ନିହାର ରଞ୍ଜନ ଦାଶ ଓ କୁନିଝିଅ ଶୁଭଶ୍ରୀ ପ୍ରିୟଦର୍ଶିନୀ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ମୋହିତ ଫାଉଣ୍ଡେସନର ଅଧ୍ୟକ୍ଷ ସୀମାଞ୍ଚଳ ପତ୍ରି ପରିଚାଳନା କରିଥିଲେ।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୧୨, ସୁନ୍ଦରଗଡରୁ ୮, କଟକରୁ ୪, ଯାଜପୁରରୁ ୪, ଝାରସୁଗୁଡାରୁ ୪, କଳାହାଣ୍ଡିରୁ ୪, ଖୋର୍ଦ୍ଧାରୁ ୪, ବରଗଡରୁ ୩, ବାଲେଶ୍ଵରରୁ ୨, କୋରାପୁଟରୁ ୨, ପୁରୀରୁ ୨, ରାୟଗଡାରୁ ୨, ବଲାଙ୍ଗୀରିରୁ ୧, କେନ୍ଦୁଝରରୁ ୧, ନୂଆପଡାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୭୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୩୫୧ କୁ ବୃଦ୍ଧି ହୋଇଛି। ତେବେ ୬୭୮ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୬ ଜଣ…

Read More

ଭୁବନେଶ୍ୱର: ନିଜର ଅସାଧାରଣ ଦକ୍ଷତା ଓ ଦୃଢ ଇଚ୍ଛାଶକ୍ତି ପାଇଁ ସାରା ବିଶ୍ୱରେ ଓଡ଼ିଶାର ସିଲ୍‌ଭର ଗାନ୍ଧୀ ବେଶ୍ ଚର୍ଚ୍ଚିତ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ସାରା ଦେଶ ପଦଯାତ୍ରା କରିଥିଲେ ସାଇରାମ ଗାନ୍ଧୀ ବା ମୋହନ ମହାପାତ୍ର। ତାଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ସିଲ୍‌ଭର ଗାନ୍ଧି’। ଅବିନାଶ ନନ୍ଦଙ୍କ ନିର୍ଦ୍ଦେଶିତ ‘ସିଲ୍‌ଭର ଗାନ୍ଧି’ ଚଳଚ୍ଚିତ୍ରଟି ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଗୋଟିଏ ପରେ ଗୋଟିଏ ପୁରସ୍କାର ଲାଭ କରିଚାଲିଛି ଏବଂ ଉଚ୍ଚ ପ୍ରଶଂସିତ ମଧ୍ୟ ହେବାରେ ଲାଗିଛି। ସର୍ବମୋଟ ୨୫ଟି ପୁରସ୍କାର ମିଳିବା ସହିତ ବିରଳ ରେକର୍ଡ଼ର ଅଧିକାରୀ ହୋଇପାରିଛି ସିଲଭର ଗାନ୍ଧି। ଏଥି ସହିତ ସାରା ଓଡ଼ିଶାରେ ଖଦୀର ପ୍ରଚାର ଓ ପ୍ରସାର ସହିତ ଅହିଂସା, ଶାନ୍ତି, ସଦ୍‌ଭାବନା ଓ ଭାଇଚାରା ବଜାୟ ରଖିବା ପାଇଁ ସାଇରାମ ଗାନ୍ଧୀ ସାରା ରାଜ୍ୟ ପଦଯାତ୍ରା କରି…

Read More

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶାର ଏକ ନମ୍ବର ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ୨୦୨୧ ବ୍ୟାଚ୍‌ର ୮୫ ପ୍ରତିଶତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ପ୍ରମୁଖ କମ୍ପାନୀଗୁଡ଼ିକରେ ଉଚ୍ଚମାନର ନିଯୁକ୍ତି ସୁଯୋଗ ପାଇଛନ୍ତି। କୋଭିଡ ମହାମାରୀର କରାଳ ଛାୟା ଶିକ୍ଷା ବ୍ୟବସ୍ଥା ଉପରେ ଭୟଙ୍କର ଭାବେ ପଡ଼ିଥିବା ସତ୍ୱେ ନିଯୁକ୍ତି କ୍ଷେତ୍ରରେ ଖୁବ୍ ସଫଳତା ସାଉଁଟିଛି ସୋଆ। ପ୍ରାୟ ୩୦% ଛାତ୍ରଛାତ୍ରୀ ଡେ-ଜିରୋ ଅର୍ଥାତ୍ ପ୍ରିମିୟମ୍ ନିଯୁକ୍ତି ପ୍ରକ୍ରିୟାରେ ମାଇକ୍ରୋସଫ୍‌ଟ, ଆମାଜନ୍‌, ଫିନାଷ୍ଟ୍ରା, ରବର୍ଟ ବୋସ୍‌, ଡେଲ୍‌, ପିଡବ୍ଲୁସି, କ୍ଲାଉଡ୍‌ଗିନ୍‌, ଡେଲଏଟ୍‌, ଏଚ୍‌ପି ଆଇଏନ୍‌ସି, ଟେମେନସ୍‌, ଇନ୍‌ଫର୍ମାଟିକା,ଏମ୍‌ଏକ୍‌ୁ୍ୟ ସଫ୍ଟୱେୟାର୍‌, ଏନ୍‌ପିସିଆଇ, ସେଲ୍ସଫୋର୍ସ ଏବଂ ରାପ୍ୟୁଟା ରୋବୋଟିକ୍ସ ଭଳି କମ୍ପାନୀରେ ବାର୍ଷିକ ହାରାହାରି ୬.୩ ଲକ୍ଷ ଟଙ୍କାର ପ୍ୟାକେଜ୍‌ରେ ନିଯୁକ୍ତି ପାଇଥିବା ବେଳେ ଏମାନଙ୍କ ମଧ୍ୟରୁ ସର୍ବାଧିକ ଆମାଜନ୍ ଭଳି କମ୍ପାନୀ ଠାରୁ ବାର୍ଷିକ ୩୦ ଲକ୍ଷ ଟଙ୍କା ପ୍ୟାକେଜ୍‌ର ଅଫର ପାଇଛନ୍ତି। ମହାମାରୀ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୮ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୯୯ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୬୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ  ୨୪୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି। ସକାଳୁଆ ସ୍କୁଲର ନିର୍ଦ୍ଧାରିତ ସମୟକୁ ପରିବର୍ତ୍ତନ କରାଯାଇଛି। ନବମ ଏବଂ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ସମୟ ୭ ଟାରୁ ୯ ଟା ପର୍ଯ୍ୟନ୍ତ ହେବ। ସେହିପରି ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ସମୟକୁ ୮ ଟାରୁ ୧୨ ଟା ପର୍ଯ୍ୟନ୍ତ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ସକାଳ ୭ ଟା ରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ କରାଯାଇଥିଲା। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୫ ଜଣ ଚିହ୍ନଟ ହୋଇଥିବା ବେଳେ ୨୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୩୫୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୪ ହଜାର ୬୪୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୩୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୧୬ ଟି ଜିଲ୍ଲାରୁ ୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୩ ଜଣ, ସମ୍ବଲପୁର ଜିଲ୍ଲାରୁ ୧୨, ବାଲେଶ୍ଵର ଜିଲ୍ଲାରୁ ୫ ଜଣ, ବରଗଡ ଜିଲ୍ଲାରୁ ୩ ଜଣ, ଭଦ୍ରକ…

Read More

ଭୁବନେଶ୍ବର: ୧୦ ଆକାଂକ୍ଷୀ ଜିଲ୍ଲାରେ ୩ ମାସ ପାଇଁ ୧୦ ସଚିବ ସ୍ତରୀୟ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଏହି ବରିଷ୍ଠ ଅଧିକାରୀମାନେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଜଳସେଚନର ତଦାରଖ କରିବେ। ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କେଉଁ ଅଧିକାରୀ ପାଇଲେ ନିଯୁକ୍ତି: ୧- ବଲାଙ୍ଗିର ଜିଲ୍ଲା ଦାୟିତ୍ବରେ ସୁରେନ୍ଦ୍ର କୁମାର ୨- ଢେଙ୍କାନାଳ ଜିଲ୍ଲା ଦାୟିତ୍ବରେ ରଞ୍ଜନା ଚୋପ୍ରା ୩- ଗଜପତି ଜିଲ୍ଲା ଦାୟିତ୍ବରେ ଭାସ୍କର ଜ୍ୟୋତି ଶର୍ମା ୪- କଳହାଣ୍ଡି ଜିଲ୍ଲା ଦାୟିତ୍ବରେ ସତ୍ୟବ୍ରତ ସାହୁ ୫- କନ୍ଧମାଳ ଜିଲ୍ଲା ଦାୟିତ୍ବରେ ମଧୁସୂଦନ ପାଢୀ ୬- କୋରାପୁଟ ଜିଲ୍ଲା ଦାୟିତ୍ବରେ ସନ୍ତୋଷ ଷଡଙ୍ଗୀ ୭- ମାଲକାନଗିରି ଜିଲ୍ଲା ଦାୟିତ୍ବରେ ଏନ.ବି. ଜାୱେଲ ୮- ନବରଙ୍ଗପୁର ଜିଲ୍ଲା ଦାୟିତ୍ବରେ ଅରବିନ୍ଦ ଅଗ୍ରୱାଲ ୯- ନୂଆପଡା ଜିଲ୍ଲା ଦାୟିତ୍ବରେ ବିଷ୍ଣୁପଦ ସେଠୀ ୧୦- ରାୟଗଡ଼ା ଜିଲ୍ଲା ଦାୟିତ୍ବରେ ନିକୁଞ୍ଜ ଧଳ ନିଯୁକ୍ତ ହୋଇଛନ୍ତି

Read More