ନୂଆଦିଲ୍ଲୀ, ମାର୍ଚ୍ଚରେ ଶୁକ୍ର ଗ୍ରହ ତାଙ୍କର ସ୍ଥାନ ପରିବର୍ତ୍ତନ କରୁଛନ୍ତି। ମାର୍ଚ୍ଚ 17 ରେ, ଶୁକ୍ର ମୀନ ରାଶିରେ ପ୍ରବେଶ କରିବେ। ଆସନ୍ତା ମାସ 10 ଏପ୍ରିଲ ପର୍ଯ୍ୟନ୍ତ ଶୁକ୍ର ସେଠାରେ ରହିବେ। ଶୁକ୍ର ସାଧାରଣତଃ ଭୌତିକ ସୁଖ ପ୍ରଦାନକାରୀ ଗ୍ରହ ବୋଲି ବିଶ୍ବାସ କରାଯାଏ। ଯଦି ଆପଣଙ୍କ ରାଶି ସଠିକ୍ ଅଛି ତାହାହେଲେ ବର୍ତ୍ତମାନ ସାମଗ୍ରୀକ ଆରାମର ଅଭାବ ରହିବ ନାହିଁ। ମାର୍ଚ୍ଚ 17 ତାରିଖ 2021 ରେ ଶୁକ୍ରଙ୍କ ଏହି ଚଳନ ସକାଳ 2ଟାରେ ପରିବର୍ତ୍ତନ ହେବ। ଆସନ୍ତୁ ଜାଣିବା ଏହି ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶିର ଉପରେ କ’ଣ ହେବ ? କୁମ୍ଭ- ଏହି ରାଶି ପାଇଁ ଶୁକ୍ର ଏକ ଉପକାରୀ ଗ୍ରହ। ତେଣୁ, କୁମ୍ଭର ଲୋକମାନେ ସେମାନଙ୍କର କାର୍ଯ୍ୟରେ ଲାଭ ପାଇବେ, ସେମାନେ କରୁଥିବା କାର୍ଯ୍ୟ କିମ୍ବା ସେମାନଙ୍କର ନିଜର ବ୍ୟବସାୟରେ ଲାଭ ପରିଲକ୍ଷିତ ହେବ। ବିଛା- ଏହି ରାଶିର ଲୋକଙ୍କ ପାଇଁ ଶୁକ୍ର ବହୁତ…
Author: Samikhsya Bureau
ଭୁବନେଶ୍ବର, ଜୟପୁରର ଏକ ରାଜପ୍ରାସାଦରେ ଓଡିଆ ସିନେ ଅଭିନେତା ସବ୍ୟାର୍ଚ୍ଚିତାଙ୍କ ବାହାଘର ଶେଷ ହୋଇଛି। ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ବରକନ୍ୟା ବେଶରେ ବେଶ ସୁନ୍ଦର ଦେଖାଯାଉଛନ୍ତି। ଗୋଟିଏ ପଟେ ରାଜସ୍ଥାନର ପ୍ରାଚୀନ କିର୍ତ୍ତୀରାଜି ଭାବେ ପରିଗଣିତ ରାଜପ୍ରାସାଦ ତା ସମ୍ମୁଖରେ ଏହି ଯୋଡି ବେଶ୍ ସୁନ୍ଦର ଦେଖାଯାଉଛନ୍ତି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କେବେ ସମାଜ ବୁଝିବ। କେତେଦିନ ଏମିତି ଯୌତୁକ ଜୁଇରେ ନବବଧୂଙ୍କୁ ହତ୍ୟା କରାଯିବ। ଝିଅ ଜନ୍ମ ହେଲେ ମାନସିକ ଯନ୍ତ୍ରଣା ଦିଆଯିବ। ଶେଷରେ ଯୌତୁକ ନ ପାଇବାରୁ ହତ୍ୟା ମଧ୍ୟ କରାଯିବ। ଏଭଳି ଏକ ସ୍ପର୍ଶକତାର ଏବଂ ଲଜ୍ଜାଜନକ ଘଟଣା ଘଟିଛି ବ୍ରହ୍ମପୁର ସହର ବଡ଼ବଜାର ଥାନା ଲକ୍ଷ୍ମୀନୃସିଂହ ସାହି ୭ମ ଗଳିରେ। ଯୌତୁକ ଏବଂ ଝିଅ ଜନ୍ମ ହୋଇଥିବାରୁ ପ୍ରେମବିବାହ କରିଥିବା ଜଣେ ନବବଧୂକୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ନେଇ ଆଜି ବଡ଼ବଜାର ଥାନାରେ ଅଭିଯୋଗ ହୋଇଛି। ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ୭ମ ଗଳିରେ ରହୁଥିବା ନବବିବାହିତା ଇତିଶ୍ୱତା ପାତ୍ରଙ୍କ ମୃତ୍ୟୁ ହୋଇଥିବାନେଇ ପୋଲିସ୍ ଖବର ପାଇଥିଲା। ସଂଗେ ସଂଗେ ଥାନାଧିକାରୀ ପ୍ରଶାନ୍ତ ଭୂପତିଙ୍କ ନିର୍ଦ୍ଦେଶରେ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ହତ୍ୟା ଅଭିଯୋଗରେ ସ୍ୱାମୀ ଓ ଶ୍ୱଶୁରକୁ ପୋଲିସ୍ ଅଟକ ରଖିଥିଲା। ସୂଚନାଯୋଗ୍ୟ…
ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ଗ୍ରାମରେ ଶ୍ରୀଶ୍ରୀ ଡଙ୍କନାଶନ ଜୀଉଙ୍କ ନୂତନ ବିଗ୍ରହ ନିର୍ମାଣ ପାଇଁ ଦାରୁ ଛେଦନ ପ୍ରକ୍ରିୟା ଶେଷ ହୋଇଛି। ନାମ ସଂକୀର୍ତ୍ତନ ସାଙ୍ଗକୁ ହୋମଯଜ୍ଞ ଓ ବ୍ରାହ୍ମ ଙ୍କ ବେଦପାଠ ମଧ୍ୟରେ ରୀତିନୀତି ଅନୁଯାୟୀ ଦାରୁ ଛେଦନ କରାଯାଇଥିଲା। ପୁରୀ ମୁକ୍ତିମଣ୍ଡପ ପଣ୍ଡିତଙ୍କ ପରାମର୍ଶ କ୍ରମେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାଇ ଦାରୁ ଚିହ୍ନଟ ହୋଇ ଦାରୁ ଦେବତାଙ୍କ ସ୍ଥାନରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। କୋମଣ୍ଡ ନିକଟସ୍ଥ ପଣସଖୋଲ ଠାରେ ଚିହ୍ନଟ ହୋଇଥିବା ଦାରୁ ସ୍ଥଳରେ ଅନୁଷ୍ଠିତ ପୂଜାରେ କୋମଣ୍ଡ ଗ୍ରାମର କୁମର ପ୍ରଧାନ କର୍ତ୍ତା ଭାବେ ପୂଜା ସମାପନ କରିଥିଲେ। ପୂଜାର୍ଚ୍ଚନା ପରେ ଅପରାହ୍ନ ସମୟରେ ଦାରୁ ଛେଦନ କରାଯିବା ସହ ଶଗଡ଼ ଯୋଗେ ଶତାଧିକ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ନାମ ସଂକୀର୍ତ୍ତନ କରି ଗ୍ରାମ ପରିକ୍ରମା କରିଥିଲେ। ପରେ ଠାକୁରଙ୍କ ଦାରୁକୁ ଡଙ୍କନାଶନ ମନ୍ଦିର ପର୍ଯ୍ୟନ୍ତ ଟାଣି ଆଣିଥିଲେ। ଦାରୁ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୧୪, ଯାଜପୁରରୁ ୧୧, ଖୋର୍ଦ୍ଧାରୁ ୭, ଭଦ୍ରକରୁ ୬, ମୟୂରଭଞ୍ଜରୁ ୫, ନୂଆପଡ଼ାରୁ ୫, କଟକରୁ ୪, ଦେବଗଡ଼ରୁ ୪, ଝାରସୁଗୁଡ଼ାରୁ ୪, ବାଲେଶ୍ବରରୁ ୩, ଅନୁଗୁଳରୁ ୩, ବରଗଡରୁ ୨, ସମ୍ବଲପୁରରୁ ୨, ବଲାଙ୍ଗୀରିରୁ ୧, ଗଜପତିରୁ ୧, ଗଞ୍ଜାମରୁ ୧, ନୟାଗଡରୁ ୧, ପୁରୀରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୬୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୨୭୭ କୁ ବୃଦ୍ଧି ହୋଇଛି। ତେବେ ୬୬୧ ଆକ୍ରାନ୍ତ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଝିଂଟିକାପଲ୍ଲୀ ଗ୍ରାମରେ ଦେଶୀ ମଦ ବିକ୍ରି କରୁଥୁବା ସମୟରେ ଜଣେ ଚୋରା ମଦ ବେପାରୀକୁ ଆଜି ଗିରଫ କରିଛି ବାଣପୁର ପୋଲିସ। କୌଣସି ବିଶେଷ ସୂତ୍ରରୁ ଖବର ପାଇ ବାଣପୁର ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏସ.ଆଇ ପ୍ରସନ୍ନ ଜେନା ସଦଳବଳେ ଆଜି ଅପରାହ୍ନରେ ଝିଂଟିକାପଲି ଗ୍ରାମରେ ଚଢାଉ କରିଥିଲେ। ଉକ୍ତ ସମୟରେ ନବୀନ ଶବର(୩୩) ନାମକ ମଦ ବେପାରୀ ଚୋରାରେ ଦେଶୀ ମଦ ବିକୁଥୁବା ବେଳେ ପୋଲିସ ହାତରେ ଧରା ପଡ଼ିଥିଲେ। ସେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖାସିଖୋଲ ଗ୍ରାମର ବାସିନ୍ଦା। ତାଙ୍କ ନିକଟରୁ ପୋଲିସ ୮୩.୫ ଲିଟର ଦେଶୀ ମଦ ଜବତ କରିବା ସହ ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ବାଣପୁର ପୋଲିସ ତାଙ୍କ ବିରୋଧରେ କେସ ନମ୍ବର ୮୧ ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। ତେବେ…
ଖୋର୍ଦ୍ଧା: ବରିଷ୍ଠ ନାଗରିକମାନଙ୍କର କରୋନା ଟିକାକରଣ ଆଜିଠାରୁ ଆରମ୍ଭ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ କରୋନା ଟିକାକରଣ କାର୍ଯ୍ୟକ୍ରମକୁ ଆଜି ଜିଲ୍ଲାପାଳ ସନତ କୁମାର ମହାନ୍ତି ଶୁଭାରମ୍ଭ କରିଛନ୍ତି। ଆଜି ଜିଲ୍ଲା ଚିକିତ୍ସାଳୟରେ ୬୦ ଜଣଙ୍କୁ ଟିକା ଦିଆଯାଇଛି। ତେବେ ଆସନ୍ତା ୮ ତାରିଖରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବରିଷ୍ଠ ନାଗରିକମାନଙ୍କୁ କରୋନା ଟିକା ଦିଆଯିବ। ଏହାବ୍ୟତୀତ ୪୫ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ଯେଉଁମାନେ ରୋଗାକ୍ରାନ୍ତ ଅଛନ୍ତି, ସେମାନେ ଡାକ୍ତରୀ ପ୍ରମାଣପତ୍ର ଦେଖାଇ ନାମ ପଞ୍ଜୀକରଣ କରିବା ସହ ଟିକା ନେଇପାରିବେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମାନସ ବିଶ୍ଵାଳ ଏନେଇ ସୂଚନା ଦେଇଛନ୍ତି। ଆଜିର ଟିକାକରଣ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ସ୍ୱାସ୍ଥ୍ୟ ଅଧିକାରୀ ଡା. ଜୀବନ୍ତ କୁମାର ଆଚାର୍ଯ୍ୟ, ଡା. ପ୍ରଶାନ୍ତ କୁମାର ଦାଶ,…
ଭୁବନେଶ୍ୱର: ଏବର୍ଷ ତାପମାତ୍ରା ବଢିବ। ସ୍ଵାଭାବିକ ତାପମାତ୍ରା ଠାରୁ ଚଳିତ ବର୍ଷ ତାପମାତ୍ରାରେ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି। ମାର୍ଚ୍ଚ ମାସଠାରୁ ମେ’ ମାସ ପର୍ଯ୍ୟନ୍ତ ଦିନର ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ଭାରତୀୟ ପାଣିପାଗ ବିଭାଗ ଏନେଇ ସତର୍କ ସୂଚନା ଦେଇଛି। ପାଣିପାଗ ବିଭାଗ ଅନୁଯାୟୀ ଖୋର୍ଦ୍ଧା, କଟକ, ଅନୁଗୁଳ, ବୌଦ୍ଧ, ଯାଜପୁରରେ ପ୍ରବଳ ଖରା ଅନୁଭୂତ ହେବ। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ନୟାଗଡ଼ ପାଇଁ ମଧ୍ୟ ଆଇଏମଡ଼ି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅଂଶୁଘାତର ସମ୍ଭାବନା ଥିବାରୁ ବାହାରକୁ ଯାଉଥିଲେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ଜଣେ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୯୧ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୬୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର: ଜଣେ ଭଦ୍ରମୁଖା ପିନ୍ଧା ବ୍ୟକ୍ତି ନିଜର ଶକ୍ତି ପ୍ରଦର୍ଶନ କରିବା ନିମନ୍ତେ ହିନ୍ଦୁ ସଂସ୍କୃତି ପରମ୍ପରାକୁ ଜଳାଞ୍ଜଳି ଦେବା ଭଳି ଏକ ଅଭାବନୀୟ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାନୁଯାୟୀ ତିର୍ତ୍ତୋଲ ଥାନା ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ ସ୍ଥିତ ମୁଣ୍ଡିଦା ଗ୍ରାମରେ ଗ୍ରାମବାସୀଙ୍କ ପକ୍ଷରୁ ଗ୍ରାମ୍ୟ ମନ୍ଦିରରେ ଜଗନ୍ନାଥଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଚାଲିଥିବା ବେଳେ ଏହି ପ୍ରତିଷ୍ଠା ଉତ୍ସବକୁ ବିରୋଧ କରି ଭଣ୍ଡୁର କରିବା ପାଇଁ ମନ୍ଦିର ନିକଟରେ କୈଳାସ ସ୍ୱାଇଁ ନାମକ ବ୍ୟକ୍ତି ବାଲିଘର ନାମକ ଏକ ସଂସ୍ଥାର ବାର୍ଷିକ ଉତ୍ସବ କରିବା ଆଳରେ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଆମନ୍ତ୍ରିତ କରାଯାଇଥିଲା ବୋଲି କୁହାଯାଉଛି। ଏମିତିକି ଗ୍ରାମରେ ବିଗ୍ରହ ପ୍ରତିଷ୍ଠା ହେଉଥିବାରୁ ଗ୍ରାମବାସୀ ମାନେ ଆମିଷ ପାଳନ କରିବା ସହିତ ଶାକାହାରୀ ଥିବା ବେଳେ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ବାଲିଘର ଉତ୍ସବରେ…
କନ୍ଦର୍ପ ବେହେରା ରେଢ଼ାଖୋଲ: ରେଢ଼ାଖୋଲର ଡାକ୍ତରଖାନାର ଉପଖଣ୍ଡ ଚିକିତ୍ସାଧିକାରୀ ବିପିନ୍ ବିହାରୀ ସାହୁ ଭିଜିଲାନସ୍ ହାତରେ ଧରାପଡ଼ିଛନ୍ତି। ସେ ଜନୈକ ରୋଗୀଙ୍କ ସମ୍ପର୍କୀୟ ଠାରୁ ଅପରେସନ୍ ପାଇଁ ୫୫୦୦ଟଙ୍କା ଲାଂଚ ନେବା ବେଳେ ସମ୍ବଲପୁର ଭିଜିଲାନସ୍ ହାତରେ ଧରାପଡ଼ିଛନ୍ତି। ପୂର୍ବରୁ ଶ୍ରୀ ସାହୁ ଏମିତି ବହୁ ରୋଗୀମାନଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇ ଆସୁଥିଲେ। ଏପରିକି ସେ ଡାକ୍ତରଖାନାରେ ନିୟମିତ ନ ରହି ବେସରକାରୀ ଡାକ୍ତରଖାନାରରେ କାମ କରୁଥିବାର ମଧ୍ୟ ଅଭିଯୋଗ ହେଉଥିଲା।
ଚେନ୍ନାଇର ଏକ ସରକାରୀ ଡାକ୍ତରଖାନାରେ କରୋନା ଟିକା ଗ୍ରହଣ କଲେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ଏମସ୍ ରେ କରୋନା ଟିକା ଗ୍ରହଣ କରିଛନ୍ତି। ତାଙ୍କୁ ଯେ ଟିକା ଦେଇଛନ୍ତି ସେ ହେଉଛନ୍ତି ଏମସର ବରିଷ୍ଠ ନର୍ସ ସିଷ୍ଟର ନିଭେଦା। ସେ ହେଉଛନ୍ତି ପୁଡୁଚେରୀ ବାସିନ୍ଦା। ତାଙ୍କୁ ଗତକାଲି ଅଫିସ ତରଫରୁ ଖବର ଗଲା ଯେ ସୋମବାର ଦିନ ସକାଳୁ ଅଫିସ ଆସିବେ। ସାଧାରଣ ଡ୍ୟୁଟି ଭାବେ ସେ ସକାଳୁ ଆଶି ଅଫିସରେ ପହଁଚିଥିଲେ। ତେବେ ଅଫିସରେ ଆସି ଜାଣିଲେ ଯେ, ଆଜି ସେ ପ୍ରଧାନମନ୍ତ୍ରୀଙ୍କୁ କରୋନା ଟିକା ପ୍ରଦାନ କରିବେ। ଏହାକୁ ଜାଣିବା ପରେ ନିଭେଦା ବେଶ ଖୁସି ହୋଇପଡିଥିଲେ। ପ୍ରଧାନମନ୍ତ୍ରୀ ଆସିବା ପୂର୍ବରୁ ସବୁ ପ୍ରକାରର ପ୍ରସ୍ତୁତି କଲେ ନିଭେଦା। ମୋଦୀ ଆସିବା ପରେ ସେ ସାଧାରଣ ରୋଗୀ ପରି କରୋନା ଟିକା ପ୍ରଦାନ କରିଥିଲେ। ଟିକା ଦେଇ ସାରିବେ ପରେ ପ୍ରଧାନମନ୍ତ୍ରୀ ନିଭେଦାକୁ ପଚାରିଲେ ଟିକା ଦେଇଦେଲଣି। ୟେସ ସାରେ ବୋଲି ନିଭେଦା କହିଲେ।…
ଭୁବନେଶ୍ବର, ଆଜି ହେଉଛି ସବ୍ୟର୍ଚ୍ଚିତାଙ୍କ ବାହାଘର। ଅର୍ଥାତ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ବାହାଘର। ରାଜସ୍ଥାନର ଏକ ବିଳାସ ପୂର୍ଣ୍ଣ ସ୍ଥାନରେ ଏହି ବାହାଘର ଚାଲିଛି। ସେଥିପାଇଁ ଏକ ଟିମ ରାଜସ୍ଥାନ ଯାଇଛନ୍ତି। ଆଉ କିଛି ସମୟ ପରେ ତାଙ୍କର ବାହାଘର ଅନୁଷ୍ଠିତ ହେବ। ତେବେ ଆଜି ସକାଳୁ ଉଭୟଙ୍କର ହଳଦୀ ଲଗା ଉତ୍ସବ ଆୟୋଜିତ ହୋଇଛି। ହିନ୍ଦୁ ଧର୍ମର ପଂରପରା ଅନୁସାରେ ବର କନ୍ୟା ବେଦୀକି ଯିବା ପୂର୍ବରୁ ହଳଦୀ ପାଣିରେ ଗାଧୋଇବେ। ସେହି ଅନୁସାରେ ଉଭୟଙ୍କୁ ବର୍ତ୍ତମାନ ହଳଦୀ ଲଗା କାର୍ଯ୍ୟ ସମାପ୍ତ ହୋଇଛି।
ଭୁବନେଶ୍ୱର: ଆଜିଠୁ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବରିଷ୍ଠ ନାଗରିକ ଏବଂ ଏକାଧିକ ରୋଗରେ ଆକ୍ରାନ୍ତ ଥିବା ୪୫ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କମାନଙ୍କୁ ଆଜି ଟିକା ଦିଆଯାଉଛି। କୋ-ଓ୍ୱିନ୍ ଆପରେ ପଞ୍ଜୀକୃତ କରିଥିବା ଲୋକେ ଏହି ଟିକାକରଣ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ତେବେ ଆଜି ଅନଲାଇନରେ ପଞ୍ଜୀକରଣ କରିବା ସମୟରେ କିଛି ତ୍ରୁଟି ଦେଖାଯାଇଥିଲା। ସେଥିପାଇଁ ରାଜ୍ୟରେ ଅଫଲାଇନରେ ବି ପଞ୍ଜିକରଣ କରିପାରିବେ ବୋଲି ଏନେଇ ସ୍ୱାସ୍ଥ୍ୟ ବିଭାଗ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ସିଡିଏମଓଙ୍କୁ ଚିଠି ଲେଖିଛି। ଚିଠିରେ ଟିକା ନେବାରେ ବରିଷ୍ଠ ନାଗରିକ ଯେଭଳି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଟିକା ନେବାକୁ ଆଗ୍ରହୀ ବ୍ୟକ୍ତିଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିବାକୁ କୁହାଯାଇଛି। ଯେଉଁମାନେ ଟିକା ନେବାକୁ ପଞ୍ଜିକରଣ କରିବେ ସେମାନଙ୍କର ମୋବାଇଲ୍ ନମ୍ବର, ପରିଚୟ ପ୍ରମାଣପତ୍ର, ପରିଚୟ ପ୍ରମାଣପତ୍ରରେ ଥିବା ନମ୍ବର, ନାଁ, ଜନ୍ମ ତାରିଖ,…
ଭୁବନେଶ୍ବର, ଆଜି ଗଂଜାମ ପୋଲିସକୁ ଏକ ବଡ ସଫଳତା ମିଳିଛି। ପୁରୁଷୋତ୍ତମପୁର ପୋଲିସ ଜବତ କରିଛି ଏକାଥରେ 3 କୋଟି 50 ଲକ୍ଷ ଟଙ୍କାର ଚୋରା ସୁନା ଅଳଙ୍କାର। ଏଥିରେ ଭଳିକି ଭଲି ସୁନା ଚେନ, ହାର ପ୍ରଭୃତି ରହିଛି। ଏତେ ପରିମାଣର ସୁନା ଅଳଙ୍କାର ଜବତ କରିବା ଗଂଜାମ ପୋଲିସ ପାଇଁ ଏକ ରେକର୍ଡ। ସେତିକି ନୁହେଁ 4 ଲକ୍ଷ 44 ହଜାର 5 ଶହ ଟଙ୍କା ମଧ୍ୟ ପୋଲିସ ଜବତ କରିଛି। ସୁନା ଅଳଙ୍କାର ବ୍ୟତିତ ଚୋରୀ ଷ୍ଟାବଲାଇଜର, ଡିଭିଆର, ମୋବାଇଲ ଫୋନ ସହିତ ଘର କାନ୍ଥ ଭଙ୍ଗା ମେସିନ ମଧ୍ୟ ଜବତ କରାଯାଇଛି। ଏ ନେଇ ପୋଲିସ 15 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବୋଲି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ଗିରଫଙ୍କ ମଧ୍ୟରେ 5 ଜଣ ଚୋରା ସୁନା ଗ୍ରହଣକାରୀ ମଧ୍ୟ ଅଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରେ ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୫୦ ଜଣ ଚିହ୍ନଟ ହୋଇଥିବା ବେଳେ ୩୬ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୨୭୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୪ ହଜାର ୫୭୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୩୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୬ କୁ ବୃଦ୍ଧି ହୋଇଛି। ଆଜି ମୋଟ ୧୬ ଟି ଜିଲ୍ଲାରୁ ୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସମ୍ବଲପୁର ଜିଲ୍ଲାରୁ ୧୬, ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ଵର ଜିଲ୍ଲାରୁ ୭, ବରଗଡ ଜିଲ୍ଲାରୁ ୧, ବଲାଙ୍ଗୀରି ଜିଲ୍ଲାରୁ ୩, କଟକ…
ଗଂଜାମ ପୋଲିସ ହେଡ କ୍ବାଟର ପରିଦର୍ଶନରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ
ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ସତ୍ୟଜିତ୍ ମହାନ୍ତି ଆଜିଠାରୁ ଏକ ନୂଆ ଦାୟିତ୍ଵ ନେଇଛନ୍ତି। କଟକ ଓପିଏସସି କାର୍ଯ୍ୟାଳୟରେ ସେ ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଇଛନ୍ତି। ପୋଲିସ ସେବାରୁ ସ୍ବେଚ୍ଛାକୃତ ଅବସର ନେଇଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବରେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ୧୯୮୮-ବ୍ୟାଚ୍ ଆଇପିଏସ୍ ଅଧିକାରୀ ଶ୍ରୀ ମହାନ୍ତିଙ୍କୁ କଟକସ୍ଥିତ ନରାଜ ଠାରେ ଗତକାଲି ପୋଲିସ ସେବାରୁ ଅବସର ନେଇଥିଲେ। ପରେ ସେ ଭୁବନେଶ୍ୱରର ଓଡିଶା ପୋଲିସ୍ ଟ୍ରେନିଂ ଏକାଡେମୀରେ ଏକ ବିଦାୟୀ ସଭା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ଭାବେ ନିୟୋଜିତ ହୋଇଥିବା ଶ୍ରୀ ମହାନ୍ତି ଟ୍ୱିନ୍ ସିଟିର ପୋଲିସ୍ କମିଶନର ଭାବେ ମଧ୍ୟ ଦାୟିତ୍ଵ ନିର୍ବାହ କରିଥିଲେ। ଦାୟିତ୍ଵ ନେବା ଅବସରରେ ସେ କହିଛନ୍ତି ଯେ, ଆଗାମୀ ଦିନରେ ନିୟମିତ ଭାବେ ଶିକ୍ଷାବିତଙ୍କ ପରାମର୍ଶରେ ଓପିଏସସି ପରୀକ୍ଷା…
ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଟୀକା ଗ୍ରହଣ କରିଛନ୍ତି। ବିଧାନସଭା ପରିସରରେ ଥିବା ଚିକିତ୍ସାଳୟରେ ସେ ଏହି ଟୀକା ଗ୍ରହଣ କରିଛନ୍ତି। ଟୀକା ନେବା ପରେ ମୁଖ୍ୟମନ୍ତ୍ରୀ ସମସ୍ତ ସ୍ବାସ୍ଥ୍ୟ କର୍ମିଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହିତ ଟୀକା ବାହାର କରିଥିବା ବିଶେଷଜ୍ଞଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ଏହି ଟୀକାକରଣ କାର୍ଯ୍ୟରେ ସମସ୍ତେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଆଜି 60 ବର୍ଷରୁ ଉର୍ଦ୍ଧ ବ୍ୟକ୍ତିମାନଙ୍କୁ ଟୀକାକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ ପ୍ରଥମେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୀକା ଗ୍ରହଣ କରିଥିଲେ। ଏହି ଟୀକାକରଣ ଓଡିଶାରେ ଉଭୟ ସରକାରୀ ଏବଂ ବେସରକାରୀ ଚିକିତ୍ସାଳୟରେ ପ୍ରଦାନ କରାଯାଉଛି।
ଭଦ୍ରକ: ଭଦ୍ରକ ଗ୍ରାମା ଳ ଥାନା ଇଚ୍ଛାପୁର ଗ୍ରାମର ସୁନିତା ମଣ୍ଡଳ ଏବଂ ବନ୍ତ ଥାନା କଂଟି ଗଡ଼ିଆ ଗ୍ରାମର ମନୋଜ ଓଝା। ଉଭୟେ ପଢୁଥିଲେ ପାଳିଆ ବିରଂଚି ନାରାୟଣ ମାଧବାର୍ଜୁନ ମହାବିଦ୍ୟାଳୟରେ। ପାଠ ପଢା ସହିତ ଆରମ୍ଭ ହୋଇଥିଲା ଦୁହିଁଙ୍କର ପ୍ରେମ ସମ୍ପର୍କ। ଉଭୟେ ବିବାହ ପାଇଁ ପ୍ରସ୍ତାବ ଦେବା ପରେ ପରିବାର ଲୋକେ ଏହାକୁ ଅସ୍ୱୀକାର କରିଥିଲେ। ଦୀର୍ଘ ୭ ବର୍ଷ ଧରି ସୁନିତା ଓ ମନୋଜଙ୍କର ପ୍ରେମ ଚାଲିବା ପରେ ବିବାହକୁ ଅସ୍ୱୀକାର କରିବାରୁ ସୁନିତା ମନୋଜଙ୍କ ବିରୁଦ୍ଧରେ ଗ୍ରାମାଞ୍ଚଳ ଥାନାରେ ୨୦୧୯ ମସିହାରେ ଅଭିଯୋଗ କରିଥିଲେ। ପୁଲିସ ଦଫା ୩୭୬ରେ ଏକ ମାମଲା ରୁଜୁ କରିଥିଲା। ମାମଲା ରୁଜୁ ହେବା ପରେ ମନୋଜ ଫେରାର ଥିଲେ। ମାତ୍ର ପୁଲିସ ଗତ ଜାନୁଆରୀ ୨୮ ତାରିଖରେ ମନୋଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମନୋଜଙ୍କ ଗିରଫ ପରେ ସୁନିତା ନିଜ ପ୍ରେମକୁ ସାକାର କରିବାକୁ ଯାଇ…

