Author: Samikhsya Bureau

ରାଉରକେଲା: ବୁଲେଟ୍ ଲୁଟେରା ଗ୍ୟାଙ୍ଗର କିଙ୍ଗପିନ୍ କୁ ଗିରଫ କରିବାରେ ସଫଳ ହୋଇଛି ରାଉରକେଲା ସେକ୍ଟର-୭ ଥାନା ପୋଲିସ। ତା’ ନିକଟରୁ ୧୨ ଟି ମୋବାଇଲ୍ ଓ ଚୋରି ସୁନାଗହଣା ଜବତ ହୋଇଛି। ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି।

Read More

ସମ୍ବଲପୁର: ସମ୍ବଲପୁର ସର୍କଲ୍ ଜେଲ୍ ରେ ଦୁଇ ସହକର୍ମୀଙ୍କୁ ୱାର୍ଡ଼ରଙ୍କ ଆକ୍ରମଣ ଘଟଣାରେ ଅଭିଯୁକ୍ତ ୱାର୍ଡ଼ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ଅଭିଯୁକ୍ତ ୱାର୍ଡ଼ର ଅଶୋକ ଥାର୍ଟିଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଜେଲ୍ ଅଧିକ୍ଷକ। ଗତକାଲି ସେ ନିଶାଗ୍ରସ୍ତ ଅବସ୍ଥାରେ ଦୁଇ ସହକର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ବଚସା ପରେ ନିଶାସକ୍ତ ୱାର୍ଡ଼ର ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଜେଲ୍ କର୍ତୃପକ୍ଷଙ୍କ ପକ୍ଷରୁ ଏନେଇ ଧନୁପାଲି ଥାନାରେ ଲିଖିତ ଅଭିଯୋଗ ପରେ ୱାର୍ଡ଼ର ଅଶୋକଙ୍କୁ ପୋଲିସ ଅଟକ ରଖି ଘଟଣା ସମ୍ପର୍କରେ ପଚରା ଉଚୁରା ଜାରୀ ରଖିଛି।

Read More

ପୁରୀ: କେନ୍ଦ୍ର ତୈଳ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅପରାହ୍ନରେ ପୁରୀ ଆସି ତିନୋଟି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଝାଡ଼େଶ୍ୱରୀ କ୍ଲବର କମ୍ୟୁନିଟି ସେଂଟର, ବାସେଳି ସାହି ମୁଦୁଲି ଜାଗା କଲ୍ୟାଣୀ ମଣ୍ଡପ ଉଦଘାଟନ କରିଛନ୍ତି। ଏଥି ସହ ବାଲିସାହି ହିଞ୍ଜଳ ଜାଗାର କମ୍ୟୁନିଟି ସେଂଟରର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ସେ ସେବାୟତଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ଏହି ଗସ୍ତରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହିତ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡଃ. ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗି, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Read More

ସମ୍ବଲପୁର: ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ବୁର୍ଲାସ୍ଥିତ ଭିସୁଟକୁ ସଟ୍ ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ। ଏହି କ୍ରମରେ ଭିସୁଟର ୧୧ଟି ହଷ୍ଟେଲକୁ ମାଇକ୍ରୋ କଂଟେନମେଂଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ପୁଲହ ହଷ୍ଟେଲର ପାଶ୍ୱର୍ବର୍ତି ଅଂଚଳକୁ ବଫର୍ ଜୋନ୍ ଘୋଷଣା କରାଯାଇଛି। ଏସବୁ ଅଂଚଳରେ ଯାନବାହନ ଚଳାଚଳ ଓ ସାଧାରଣ ଲୋକଙ୍କ ଯିବା ଆସିବା ଉପରେ କଟକଣା ଜାରୀ କରାଯାଇଛି। ଲୋକଙ୍କୁ ଘରେ ରହିବାକୁ ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟାବଶ୍ୟକ କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତି ପ୍ରଶାସନିକ ଅନୁମତି ନେବା ଅପରିହାର୍ଯ୍ୟ କରାଯାଇଛି। ସେହିପରି କଂଟେନମେଂଟ ଓ ବଫର୍ ଜୋନ୍‌ରେ ସମସ୍ତ ଦୋକାନ ବନ୍ଦ ରହିବ। ସମସ୍ତ ସରକାରୀ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରହିବ। ଉଭୟ ଜୋନ୍‌ରେ ଜରୁରୀ ସାମଗ୍ରୀ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଯୋଗାଣ ହେବ। ଅନ୍ୟପକ୍ଷରେ ପଜିଟିଭଙ୍କ…

Read More

ଭୁବନେଶ୍ଵର: ଆସନ୍ତାକାଲି ଓଡିଆ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ବିବାହ ବନ୍ଧନରେ ଯୋଡି ହେବାକୁ ଯାଉଛନ୍ତି। ଉଭୟଙ୍କ ମଧ୍ୟରେ ସଂପର୍କକୁ ନେଇ ବହୁଦିନ ଧରି ଚର୍ଚ୍ଚା ଲାଗି ରାଇଥିଲା। ଓଡିଆ ଚଳଚ୍ଚିତ୍ର ଜଗତର ଏହି ସୁପର ହିଟ ଯୋଡି ଏବେ ବାସ୍ତବ ଜୀବନରେ ଯୋଡି ହେବାକୁ ଯାଉଛନ୍ତି। ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ଉଭୟଙ୍କ ବିବାହ ଉତ୍ସବ ଆୟୋଜନ କରାଯାଉଥିବା ସୂଚନା ରହିଛି। ପୂର୍ବରୁ ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ଶେଷ ହୋଇଥିବା ବେଳେ ଆସନ୍ତାକାଲି ଉଭୟ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ସାମାଜିକ ଗଣମାଧ୍ୟମରେ ଉଭୟ ଏନେଇ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ୱର: ତେଲେଙ୍ଗାନାର ଖମାମଠାରେ ଥିବା ସର୍ଦ୍ଦାର ପଟେଲ ଷ୍ଟାଡ଼ିୟମରେ ଗତ ୨୪ ତାରିଖରୁ ୩୩ତମ କନିଷ୍ଠ ଜାତୀୟ ନେଟବଲ (ବାଳକ) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶା ଜୁନିୟର ଦଳ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଆସାମ ଓ ଉତ୍ତର ପ୍ରଦଶେକୁ ପରାସ୍ତ କରି ସେମି ଫାଇନାଲରେ ପହଞ୍ଚିଥିଲା। ହରିୟାଣା ସହ ସେମି ଫାଇନାଲ ଖେଳି ଓଡ଼ିଶା ଦଳ ତୃତୀୟ ସ୍ଥାନ ଅଧିକାର କରିଛି। ଏଥିପାଇଁ ସର୍ଦ୍ଦାର ପଟେଲ ଷ୍ଟାଡ଼ିୟମରେ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶା ଦଳକୁ ସମ୍ବର୍ଦ୍ଧିତ କରାଯାଇଛି । ଓଡ଼ିଶା ଦଳର ଏହି ବିଜୟ ପାଇଁ ରାଜ୍ୟ ନେଟବଲ ସଂଘ ପକ୍ଷରୁ ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୮ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୮୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୬୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ  ୨୪୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୧୧, ସୁନ୍ଦରଗଡରୁ ୭, ବଲାଙ୍ଗୀରିରୁ ୫, ବରଗଡରୁ ୪, ଦେବଗଡରୁ ୪, କଟକରୁ ୩, ଝାରସୁଗୁଡାରୁ ୩, ଖୋର୍ଦ୍ଧାରୁ ୩, ମୟୂରଭଞ୍ଜରୁ ୩, ନୂଆପଡ଼ାରୁ ୩, ବାଲେଶ୍ବରରୁ ୨, ଅନୁଗୁଳରୁ ୧, ବୌଦ୍ଧରୁ ୧, କଳାହାଣ୍ଡିରୁ ୧ ଏବଂ ପୁରୀରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୫୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୯୧ କୁ ବୃଦ୍ଧି ହୋଇଛି। ତେବେ ୫୯୯ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ମୁମ୍ବାଇ: ମହାରାଷ୍ଟ୍ରର ବନ୍ୟ ମନ୍ତ୍ରୀ ସଞ୍ଜୟ ରାଠୋଡ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଆଜି ଶ୍ରୀ ରାଠୋଡ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସଞ୍ଜୟ ରାଠୋଡ ନିଜର ଇସ୍ତଫାକୁ ସ୍ଵୀକାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ମନ୍ତ୍ରୀ ସଞ୍ଜୟ ରାଠୋଡ ଟିକ ଟାକ ଷ୍ଟାର ପୂଜା ଚହ୍ଵାନଙ୍କ ଆତ୍ମହତ୍ୟା ମାମଲାରେ ବିବାଦକୁ ଆସିଥିଲେ। ଆଜି ଶିବସେନା ନେତା ସଞ୍ଜୟ ରାଉତ ଏହି ଘଟଣାକୁ ନେଇ ଏକ ଟୁଇଟ କରିଥିଲେ। ଯେଉଁଥିରେ ସେ ରାଜଧର୍ମ ପାଳନ କରିବା ପାଇଁ ଟୁଇଟ କରିଥିଲେ। ଏହି ଟୁଇଟରେ ରାଜଧର୍ମକୁ ମନେ ପକାଇ ଛତ୍ରପତି ଶିବାଜୀଙ୍କ ଫଟୋ ସେୟାର କରିଥିଲେ।

Read More

ଭୁବନେଶ୍ବର, ଏକ ଓଡିଆ ଗୀତ ବୋଲି ନିଜକୁ ଓଡିଆ ଭାବେ ପରିଚୟ ପ୍ରଦାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ। ଆଜି ଭୁବନେଶ୍ବରର ଏକ ଷ୍ଟୁଡିଓକୁ ଯାଇ ରାଜ୍ୟପାଳ ଏକ ଓଡିଆ ଗୀତ ପାଇଁ କଣ୍ଠଦାନ କରିଛନ୍ତି। ରାଜ୍ୟପାଳ ବୋଲିଥିବା ଗୀତଟି ହେଉଛି ” ଏ ମାଟି ଓଡିଆ, ଏ ଜାତି ଓଡିଆ “। ଏଥିରେ ଓଡିଶାରେ ବଛାବଛା 14 ଜଣ କଣ୍ଠ ଶିଳ୍ପୀ ମଧ୍ୟ ଭାଗ ନେଇଛନ୍ତି। ପ୍ରେମ ଆନନ୍ଦ ଏହି ଗୀତ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ବସନ୍ତରାଜ ସାମଲ ଗୀତ ରଚନା କରିଛନ୍ତି। କଣ୍ଠଦାନ କରିସାରିବା ପରେ ରାଜ୍ୟପାଳ କହିଛନ୍ତି ଯେ, ସଂଗୀତ ହେଉଛି ଭଗବତଗୀତା, ଗୀତଗୋବିନ୍ଦ, ଏଥିରେ ଭଗବତ ପ୍ରେମ ଜଡିତ ରହିଛି। ସଂଗୀତରେ ରହିଛି ମାଧୁର୍ଯ୍ୟ ଏବଂ ମିଠା। ଜହରକୁ ମଧ୍ୟ ସଂଗୀତ ମିଠା କରିଦେଇଥାଏ। ସେହିପରି ଏକ ସୁଯୋଗ ମିଲିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଏହି ଗୀତଟି ଏପ୍ରିଲ…

Read More

ପୁରୀ ଯିବା ବେଳେ ପିପିଲି ଠାରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ କରୁଛନ୍ତି।

Read More

ଭୁବନେଶ୍ବର, ଆଜି ମାସର ଶେଷ ରବିବାର ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ ପ୍ରସାରିତ ହୋଇଥିଲା। ଏହି ମାସିକା ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡିଶାର ‘ନାୟକ ସାରେ’ଙ୍କ କାର୍ଯ୍ୟକୁ ବେଶ ପ୍ରସଂଶା କରିଥିଲେ। ମୋଦୀ କହିଥିଲେ ଯେ, ଓଡିଶାର ଅରଖକୁଦର ‘ନାୟକ ସାରେ’ ଯୁବକମାନଙ୍କୁ ମାଗଣାରେ ସାମରିକ ବାହିନୀରେ ଯୋଗ ଦେବା ପାଇଁ ପ୍ରଶିକ୍ଷଣ ଦେଉଛନ୍ତି। ସେ ମାଗଣାରେ ସେମାନଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଉପଯୁକ୍ତ ହେବା ପାଇଁ ପ୍ରଶିକ୍ଷଣ ଦେଉଛନ୍ତି। ହେଲେ ଖୁସିର କଥା ନାୟକ ସାରେ କୌଣସି ଯୁବକଙ୍କଠାରୁ ଅର୍ଥ ଗ୍ରହଣ କରନ୍ତି ନାହିଁ। ତାଙ୍କର ପୁରା ନାମ ହେଉଛି ସିଲୁ ନାୟକ। ସେ ଯେଉଁ ଅନୁଷ୍ଠାନରେ ମାଗଣା ଶିକ୍ଷା ଦେଉଛନ୍ତି ତାହାର ନାମ ହେଲା ମହାଗୁରୁ ବ୍ୟାଟଲିୟାନ। ମାଗଣାରେ ସେ ଏପରି ପ୍ରଶିକ୍ଷଣ ଦେବା ନିଶ୍ଚିତ ରୂପେ ପ୍ରଶଂସା ଯୋଗ୍ୟ। ଆଜି ତାଙ୍କ ଦ୍ବାରା ପ୍ରଶିକ୍ଷିତ ଯୁବକମାନେ ସାମରିକ ବାହିନୀରେ ନିଯୁକ୍ତି ପାଇଛନ୍ତି।…

Read More

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କର୍ମୀମାନେ ଟିକା ନେଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଉର୍ଦ୍ଧ୍ଵ ଏବଂ ବହୁବିଦ୍ଧ ରୋଗରେ ଆକ୍ରାନ୍ତ ଥିବା ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିମାନଙ୍କୁ ଟିକା ଦିଆଯିବ। କରୋନା ଟିକା ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ମିଳିବ। ସରକାରୀ ହସ୍ପିଟାଲରେ ମାଗାଣରେ ଟିକା ମିଳିବାକୁ ଥିବା ବେଳେ ଘରୋଇ ହସ୍ପିଟାଲରେ ଟିକାର ମୂଲ୍ୟ ୨୫୦ ଟଙ୍କା ରଖାଯାଇଛି। କୋ-ୱିନ ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ କରି ଏହି ଟିକାକରଣରେ ଲୋକେ ସାମିଲ ହୋଇପାରିବେ। ଯେଉଁମାନେ ପଞ୍ଜୀକରଣ କରିନାହାନ୍ତି ସେମାନେ ଅନସାଇଟ ପଞ୍ଜୀକରଣ କରିପାରିବେ। ସେଥିପାଇଁ ୬୦ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ଦେଖାଇବାକୁ ପଡିବ। ବହୁବିଦ୍ଧ ରୋଗରେ ଆକ୍ରନ୍ତ ଥିବା ୪୫ ବର୍ଷରୁ ଉର୍ଦ୍ଧ୍ଵ ଏବଂ ୫୯ ବର୍ଷରରୁ କମ ବୟସ୍କ ମାନଙ୍କୁ ଡାକ୍ତରୀ ସାର୍ଟିଫିକେଟ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୩ ଜଣ ଚିହ୍ନଟ ହୋଇଥିବାବେଳେ ୩୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୯୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୪ ହଜାର ୫୧୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୦୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୬ କୁ ବୃଦ୍ଧି ହୋଇଛି। ଆଜି ସର୍ବାଧିକ ସମ୍ବଲପୁର ଜିଲ୍ଲାରୁ ୯ , ଖୋର୍ଦ୍ଧା ଜିଲ୍ଲାରୁ ୮, ଅନୁଗୁଳ ଜିଲ୍ଲାରୁ ୪, ବାଲେଶ୍ଵର ଜିଲ୍ଲାରୁ ୭, କଟକ ଜିଲ୍ଲାରୁ ୭, ଝାରସୁଗୁଡା ଜିଲ୍ଲାରୁ ୭, ଯାଜପୁର ଜିଲ୍ଲାରୁ ୬ ଜଣ, ବରଗଡ ଜିଲ୍ଲାରୁ…

Read More

ଭୁବନେଶ୍ୱର: ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ବେଲଗାମ ଦରଦାମ ବୃଦ୍ଧି ଓ ତୈଳଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ଆସନ୍ତା ମାର୍ଚ୍ଚ ୧ ତାରିଖରେ ନବୀନ ନିବାସ ଘେରାଉ କରିବ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ରାଷ୍ଟ୍ରିୟ ସଭାପତି ନିରଜ କୁନ୍ଦନଜୀ, ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଛାତ୍ର କଂଗ୍ରେସର ରାଷ୍ଟ୍ରିୟ ସଂପାଦକ ତଥା ତ୍ତ୍ୱଓଡ଼ିଶା ପ୍ରଭାରୀ ରୋସନଲାଲ ବିଟୁ ଯୋଗଦେବେ। ଶ୍ରୀ କୁନ୍ଦନ ପ୍ରଥମେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ଉକ୍ତ ଦିନ ପୂର୍ବାହ୍ନରେ ଉଦ୍‌ବୋଧନ ଦେବେ। ଏହା ପରେ ଦିନ ୧୨ ଘଂଟା ସମୟରେ କଂଗ୍ରେସ ଭବନରୁ ଏକ ବିକ୍ଷୋଭ ରାଲି ନବୀନ ନିବାସ ଅଭିମୁଖେ ଯିବ।

Read More

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ଏହା ଦ୍ୱାରା ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର। ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ୨୦୧୪ ମସିହା ଆଗରୁ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ସେତେବେଳେ କହିଥିଲେ ଯେ ଯିଏ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ରୋକି ପାରୁ ନାହିଁ ସେ ହେଉଛି ଦେଶଦ୍ରୋହୀ। ଆଜି ସେହି ଲୋକ ଦେଶର ଶାସନ କ୍ଷମତାରେ ଅଛନ୍ତି। ତା ହେଲେ ଏବେ ଦେଶଦ୍ରୋହୀ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ ପେଟ୍ରୋଲିୟମ ମନ୍ତ୍ରୀ ବର୍ତ୍ତମାନ କହୁଛନ୍ତି ଯେ ଏହାକୁ ଜିଏସଟି ମଧ୍ୟରେ ଅଣା ଯିବା ଆବଶ୍ୟକ। ଯଦି ଆବଶ୍ୟକ…

Read More

ଭୁବନେଶ୍ୱର: କେନ୍ଦ୍ର ସରକାର ଆଶା ସାଥୀ ମାନଙ୍କୁ ମାସିକ ଭତ୍ତା ୫ ହଜାର ଟଙ୍କାରୁ ବଢାଇ ୬ ହଜାର କରିଥିବା ବେଳେ ରାଜ୍ୟ ସରକାର ସେମାନଙ୍କୁ ତିନି ହଜାର ଟଙ୍କା କାହିଁକି ପ୍ରଦାନ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ। ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ଗତ ୨୦୧୮ ମସିହାରୁ କେନ୍ଦ୍ର ସରକାର ଆଶା ସାଥୀ ମାନଙ୍କର ପାଇଁ ଭତାକୁ ମାସିକ ୫ ହଜାର ଟଙ୍କାରୁ ବଢାଇ ୬ ହଜାର ଟଙ୍କା କରି ସାରିଛନ୍ତି। ମାତ୍ର ଏହା ଦୁର୍ଭାଗ୍ୟର ବିଷୟ ଯେ ରାଜ୍ୟ ସରକାର ସେମାନଙ୍କୁ ଏବେ ମଧ୍ୟ ତିନି ହଜାର ଟଙ୍କା ପ୍ରଦାନ କରୁଛନ୍ତି। ଏହା ଦ୍ୱାରା ସେମାନେ ଶୋଷଣର ଶୀକାର ହେଉଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଶ୍ରୀ ନାଏକ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ।

Read More

ମୁମ୍ବାଇ, ପ୍ରଖ୍ୟାତ ଅଭିନେତା ଅମିତାଭ ବଚନଙ୍କର ଏକ ଛୋଟିଆ ଅପରେସନ ହେବ। ସେ ନିଜେ ତାଙ୍କ ଟୁଇଟରରେ ଏହି କଥା କହିଛନ୍ତି। ସେ ଲେଖିଛନ୍ତି ଯେ, ସାଧାରଣଠାରୁ ଟିକିଏ ବଡ ହୋଇଛି, ଅପରସେନ ପରେ ତାହା ଭଲ ହେବ। ଏହାପରେ ଟୁଇଟରରେ ତାଙ୍କର ଫଲୋୟରସ ଶିଘ୍ର ଆରୋଗ୍ୟ କାମନା କରିବାରେ ଲାଗିଛନ୍ତି। କିଛି ଦିନ ପୂର୍ବରୁ ଅମିତାଭ ବଚ୍ଚନ କହିଥିଲେ ଯେ ସେ ଖୁବ୍ ଶୀଘ୍ର ବିକାଶ ବାହଲଙ୍କ ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ କରିବେ। ନାଗରାଜ ପପାଟ୍ରାଓ ମଞ୍ଜୁଲେଙ୍କ ନିର୍ଦ୍ଦେଶିତ ଅମିତାଭ ବଚ୍ଚନଙ୍କ ଆଗାମୀ ଚଳଚ୍ଚିତ୍ର “ଝୁଣ୍ଡ” ଜୁନ୍ 18 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଫେସ୍ ନାମକ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ଏପ୍ରିଲ୍ 30 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ନିକଟରେ ଅମିତାଭ ବଚନ କରୋନା ଆକ୍ରାନ୍ତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ।

Read More

ନୂଆଦିଲ୍ଲୀ: ଶନିବାର ସକାଳେ ପଶ୍ଚିମ ଜିଲ୍ଲାର ମୋତି ନଗର ଅଂଚଳରେ ଦିଲ୍ଲୀ ପୋଲିସ ଏଏସଆଇ ତେଜପାଲ ସେବା ରିଭଲଭର ସାହାଯ୍ୟରେ ଗୁଳି ଚଳାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ନିକଟସ୍ଥ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପାଇଁ ସୁରକ୍ଷିତ ରଖିଥିଲା। ବର୍ତ୍ତମାନ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୋଲିସ ସୂଚନା ଅନୁସାରେ ମୃତ ବ୍ୟକ୍ତିଙ୍କ ନାମ ତେଜପାଲ (୫୫) ବୋଲି ଜଣାପଡ଼ିଛି। ୧୯୮୬ ମସିହାରେ ଏଏସଆଇ ତେଜପାଲ ଭର୍ତ୍ତି ହୋଇଥିଲେ। ସେ ବର୍ତ୍ତମାନ ପରିବାର ସହିତ ଗାଜିଆବାଦରେ ରହୁଥିଲେ ଏବଂ ସେ ପିସିଆରରେ କାର୍ଯ୍ୟ କରୁଥିଲେ। ଏହି ଘଟଣା ସକାଳ ପ୍ରାୟ ୭ଟା ବେଳେ ଘଟିଥିଲା। ଏହି ଘଟଣା ପରେ ପିସିଆରରେ କାର୍ଯ୍ୟରତ ଡ୍ରାଇଭର ଏଏସଆଇ ସହିତ ନିକଟସ୍ଥ ଡାକ୍ତରଖାନାରେ ପହଂଚିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ ପାରିବାରିକ କଳହ ହେତୁ ଏଏସଆଇ ଏତେବଡ଼ ପଦକ୍ଷେପ ନେଇଛନ୍ତି। ତେବେ ପୋଲିସ ଅଧିକାରୀ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୬ ହଜାର ୭୫୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୦ ଲକ୍ଷ ୯୬ ହଜାର ୭୩୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୫୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୭୫ ହଜାର ୧୬୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୬୪ ହଜାର ୫୧୧ ଆକ୍ଟିଭ୍‌ କେସ୍ ରହିଛି।

Read More