ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୧୦, ବରଗଡରୁ ୭, ସମ୍ବଲପୁରରୁ ୬, ଝାରସୁଗୁଡାରୁ ୫, ବାଲେଶ୍ବରରୁ ୪, ଖୋର୍ଦ୍ଧାରୁ ୪, ପୁରୀରୁ ୪, ଦେବଗଡରୁ ୩, କୋରାପୁଟରୁ ୩, ନୂଆପଡ଼ାରୁ ୩, ଭଦ୍ରକରୁ ୨, ବୌଦ୍ଧରୁ ୧, କଟକରୁ ୧, ଗଞ୍ଜାମରୁ ୧, କେନ୍ଦ୍ରାପଡାରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୫୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୦୪ କୁ ବୃଦ୍ଧି ହୋଇଛି। ତେବେ ୬୧୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୫ ଜଣ କରୋନାରେ ମୃତ୍ୟୁବରଣ…
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କିଛି ଦିନର ବ୍ୟବଧାନ ପରେ ସହରର ବଛା ବଛା ଜାଗା ନିରୂପଣ କରି ନକଲି ଗୁଟ୍ଖା କାରଖାନା ଗଢ଼ି ଉଠିଥିବା ବିଶେଷ ସୂତ୍ରରୁ ଖବର ମିଳିଲାଣି। ତଳ ଦିନେ ବ୍ରହ୍ମପୁର ଉପଜିଲ୍ଲାପାଳ ଏବଂ କୁକୁଡ଼ାଖଣ୍ଡି ତହସିଲ୍ଦାରଙ୍କ ମିଳିତ ଚଢ଼ାଉରେ ଅନେକ ଗୁଟ୍ଖା କାରଖାନା ସିଲ୍ କରିବା ସହ ପାଖାପାଖି କୋଟିଏ ଟଙ୍କାର ସାମଗ୍ରୀ ଜବତ କରାଯାଇଥିଲା। କିନ୍ତୁ କିଛି ଦିନର ନିରବତା ପରେ ପୁଣିଥରେ କୁକୁଡ଼ାଖଣ୍ଡି ବ୍ଲକ୍, ସଦର ଥାନା ଅଂଚଳରେ ପୁଣି ବ୍ୟବସାୟୀମାନେ ସକ୍ରିୟ ହୋଇ ଉଠିଛନ୍ତି। ମୁଖ୍ୟତଃ ଗୁଟ୍ଖା ବ୍ୟବସାୟୀମାନେ ସହରର ତଳି ଅଂଚଳ ତଥା ସଦର ଥାନା ଅଂଚଳକୁ ନିରାପଦ ମନେ କରୁଛନ୍ତି। ଶୁଣିବାକୁ ମିଳୁଛି ସଦର ଥାନା ଅଂଚଳରେ ଏକ ଛତୁ ଫାର୍ମ ଭିତରେ ଏକ ନକଲି ଗୁଟ୍ଖା କାରଖାନା ଚାଲି ଆସିଛି। ତାହା ପୋଲିସ୍ର ଜାଣତରେ କିମ୍ବା ଅଜାଣତରେ ତାହା ସାଧାରଣରେ ଚର୍ଚ୍ଚା ହେଉଛି। କାରଣ ତଳ ଦିନେ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଓଡ଼ିଶା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଗଂଜାମ ଜିଲ୍ଲା ଶାଖା ତରଫରୁ ସବୁ ନାଗରିକଙ୍କ ପାଇଁ ଦୁଇଟି ସନ୍ତାନ ଆଇନ ପ୍ରଣୟନ କରିବାକୁ ଦାବି ହୋଇଛି। ଏନେଇ ଗଂଜାମ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଦସ୍ୟମାନେ କହିବା କଥା ଭାରତରେ ବର୍ତ୍ତମାନ ୧୩୮ କୋଟି ନାଗରିକ ବାସ କରୁଛନ୍ତି। ବିଭିନ୍ନ ଅଂଚଳରେ ମୁକ୍ତ ବାୟୁ ମିଳିବା କଷ୍ଟକର ହେଲାଣି। ରାଜଧାନି ଦିଲ୍ଲୀର ବାସିନ୍ଦାମାନେ ବାୟୁ ପ୍ରଦୂଷଣରୁ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଆଶ୍ରୟ ନେଲେଣି। ପାନୀୟ ଜଳ ସମେତ ଦୈନନ୍ଦିନ ବ୍ୟବହୃତ ପାଣିର ସମସ୍ୟା ଏକ ଜାତୀୟ ସମସ୍ୟା ଭାବରେ ଉଭା ହେଲାଣି। ଜନସଂଖ୍ୟା ବିସ୍ଫୋରଣ ଯୋଗୁଁ ଜଂଗଲ ନଷ୍ଟ ହେବା ସାଙ୍ଗକୁ ପର୍ଯ୍ୟାବରଣ ନଷ୍ଟ ହେଉଛି। ଚାଷ ଜମିର ଅଭାବ ଦେଖାଦେଲାଣି। ବେକାରୀ ସଂଖ୍ୟା ଆଶାତୀତ ବୃଦ୍ଧି ପାଉଛି। କୁପୋଷଣ, ଖାଦ୍ୟାଭାବ, ଗମନାଗମନ ଅସୁବିଧା, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଉଛି।…
ନୂଆଦିଲ୍ଲୀ: ଭାରତରେ କରୋନା ଟିକା ୧୬ ଜାନୁୟାରୀଠାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ କର୍ମଚାରୀମାନଙ୍କୁ ସାମିଲ କରାଯାଇଛି। ମାର୍ଚ୍ଚ ୧ ତାରିଖରୁ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟିକା ଦିଆଯିବ। ଘରୋଇ ହସ୍ପିଟାଲରେ ମଧ୍ୟ ଏହି ଟିକା ନେବାର ବ୍ୟବସ୍ଥା ରହିଛି। ତେବେ ଘରୋଇ ହସ୍ପିଟାଲରେ ୧୦୦ ଟଙ୍କାର ସର୍ଭିସ ଚାର୍ଜକୁ ମିଶାଇ ଗୋଟିଏ ଡୋଜ ପିଛା ୨୫୦ ଟଙ୍କା ହେବ ବୋଲି ସୂଚନା ରହିଛି। ହେଲେ କରୋନା ଟିକାର ମୂଲ୍ୟ ଏଯାଏଁ ଘୋଷଣା କରାଯାଇ ନାହିଁ। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହାର ଔପଚାରିକ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ଘୋଷଣା ପରେ ଏହାର ପ୍ରକୃତ ମୂଲ୍ୟ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ଉଲ୍ଲେଖ ଯୋଗ୍ୟଯେ , ଆସନ୍ତା ମାର୍ଚ୍ଚ ୧ ତାରିଖରୁ ବହୁବିଧି ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଉର୍ଦ୍ଧ୍ଵ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ନଭେମ୍ବର ମାସରେ ୨୦୨୦ ବର୍ଷର ଆଇପିଏଲ୍ ଶେଷ ହୋଇଥିବାବେଳେ ମାର୍ଚ୍ଚ ମାସରେ ପୁଣି ୨୦୨୧ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହି ସଂସ୍କରଣ ପୂର୍ବରୁ ଆଇପିଏଲ୍ ବୁକିମାନଙ୍କୁ ବଡ଼ ଝଟକା ଲାଗିଛି। ଆଇପିଏଲ୍ ଲାଇନ୍ ଦେଉଥିବା ମାଷ୍ଟରମାଇଣ୍ଡ ଷ୍ଟକିଷ୍ଟ କୋଲ୍କତାର ଦିନେଶ କୁମାର ରାଠି (୪୬) ଗିରଫ ହୋଇଛନ୍ତି। ଏନେଇ ବ୍ରହ୍ମପୁର ପୋଲିସ୍ ଜିଲ୍ଲା ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏସ୍ପି ପିନାକ ମିଶ୍ରଙ୍କ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ସୂଚନାଥାଉକି ଆଇପିଏଲ୍ ବ୍ୟାଟିଂ ବାବଦର ଏକ ବଡ଼ ର୍ୟାକଟ୍କୁ ଗତ ୨୯.୧୦.୨୦୨୦ ତାରିଖରେ ଗୋଷାଣିନୂଆଗାଁ ପୋଲିସ୍ ପର୍ଦ୍ଦାଫାସ୍ କରିଥିଲା। ଏହି ସମୟରେ ଦକ୍ଷିଣ ଓଡ଼ିଶାର ଆଇପିଏଲ୍ ବ୍ୟାଟିଂର ବେତାଜ ବାଦଶାହା ଲାଲି ଆଚାର୍ଯ୍ୟ ଏବଂ କେ. ପ୍ରଶାନ୍ତ କୁମାର ସୁବୁଦ୍ଧି ଗିରଫ ହୋଇଥିଲେ। ପୋଲିସ୍ ଏମାନଙ୍କୁ ନିକଟରୁ ପ୍ରାୟ ୩୨ ଲକ୍ଷ ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା।…
ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଗାଇଡଲାଇନ ଜାରି କରାଯାଇଛି। ଯାତ୍ରା, ଅପେରା ପାଇଁ କରୋନା କଟକଣା କୋହଳ କରାଯାଇଛି। ସର୍ବାଧିକ ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରାଯାଇପାରିବ। ଜିଲ୍ଲା ପ୍ରଶାସନ କିମ୍ବା କମିଶନରଙ୍କ ଅନୁମତି ନେଇ ଯାତ୍ରା ପରିବେଷଣ କରାଯାଇପାରିବ। ତେବେ ରୋଗାକ୍ରାନ୍ତ ଦର୍ଶକଙ୍କୁ ଯାତ୍ରା ଦେଖିବା ପାଇଁ ବାରଣ କରାଯାଇଛି। ମାସ୍କ ପରିଧାନ, ସାମାଜିକ ଦୂରତା, ଥର୍ମାଲା ସ୍କାନିଂ ଆବଶ୍ୟକ। ସିଟ ମଧ୍ୟରେ ୬ ଫୁଟ ଦୂରତା ରହିବା ଆବଶ୍ୟକ। କୌଣସି ଦର୍ଶକଙ୍କ ଇନଫ୍ଳୁଏଞ୍ଜା ଲକ୍ଷଣ ଥିଲେ ଅନୁମତି ମିଳିବ ନାହିଁ। ଅନଲାଇନ ମାଧ୍ୟମରେ ଟିକେଟ ବିକ୍ରି ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ବାହାଘର, ଶୁଦ୍ଧିକ୍ରିୟା ପାଇଁ ୫୦୦ ଲୋକଙ୍କୁ ଅନୁମତି ମିଳିଛି। ଅନଲାଇନରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଛି। ଅଭିବାବକଙ୍କ ସହ ଆଲୋଚନା କରାଯାଇ ଅନଲାଇନରେ ପରୀକ୍ଷା ପାଇଁ ପରାମର୍ଶ ଦିଆଯାଇଛି।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୫ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୮୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୬୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବଡ଼ବଜାର ଥାନା ଅଂଚଳ ଫାଷ୍ଟଗେଟ୍ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିରହିଥିବା ନେଇ ଅଂଚଳବାସୀ ଥାନାକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅନୁସନ୍ଧାନ ଆରମ୍ଭ କରିଥିଲା। ମୃତକ ଜଣକ ହେଲେ ଦୁର୍ଗାଚରଣ ପଣ୍ଡା ଯିଏକି ପାଣିଗ୍ରାହୀପେଣ୍ଠ ସାହିରେ ଘରଭଡ଼ା ନେଇ ନିଜ ପରିବାର ସହ ରହୁଥିଲେ। ସୂଚନାଯୋଗ୍ୟ କେଉଁ କାରଣରୁ ଦୁର୍ଗାଙ୍କ ମୃତ୍ୟୁ ହୋଇଛି କିଛି ସ୍ପଷ୍ଟ ହୋଇନାହିଁ। ପୋଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବଡ଼ବଜାର ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ଶିଶୁମାନଙ୍କ କ୍ଷେତ୍ରରେ ଉପୁଜୁଥିବା ଫ୍ୟାଟି ଲିଭର ରୋଗର କାରଣ, ସମସ୍ୟା ଓ ନିରାକରଣ ସମ୍ପର୍କିତ ଏକ କନ୍ଟିନ୍ୟୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) କାର୍ଯ୍ୟକ୍ରମ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଆୟୋଜିତ ହୋଇଯାଇଛି। ଯେଉଁ ଶିଶୁମାନଙ୍କର ଓଜନ ବୃଦ୍ଧି ଘଟିଛି, ସେମାନେ ହାଇପର୍ ଟେନ୍ସନ୍ ଅଥବା ମେଟାବୋଲିକ୍ ସିନ୍ଣ୍ଡ୍ରୋମ୍ ଭଳି ସମସ୍ୟା ମଧ୍ୟରେ ଗତି କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ନନ୍ ଆଲ୍କହଲିକ୍ ଫ୍ୟାଟି ଲିଭର ରୋଗ (ଏନ୍ଏଏଫ୍ଏଲ୍ଡି) ନିମନ୍ତେ ପରୀକ୍ଷା କରାଇ ନେବା ଉଚିତ୍ ବୋଲି ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ପ୍ରଫେସର ନିରଞ୍ଜନ ମହାନ୍ତି କହିଛନ୍ତି। ବର୍ତ୍ତମାନ ସାଧାରଣରେ ଏହା ଏକ ଜଟିଳ ସମସ୍ୟା ଭାବେ ଉଭା ହୋଇଛି। ଏହି ଅବସରରେ ମୁମ୍ବାଇସ୍ଥିତ ଏମ୍ଜିଏମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ସାଇନ୍ସେସ୍ର ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ପ୍ରଫେସର ନିମାଇ ଚରଣ ମହାନ୍ତି କହିଥିଲେ ଯେ ଶିଶୁମାନଙ୍କ କ୍ଷେତ୍ରରେ ହେପାଟାଇଟିସ୍ ସମସ୍ୟା…
ପୁରୀ, ଆଜି ମାଘ ପୂର୍ଣ୍ଣିମା ଉପଲକ୍ଷ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁ ଗଜ ଉଦ୍ଧାରଣ ବେଶରେ ସଜ୍ଜିତ ହେବେ। ମଧ୍ୟାହ୍ନ ଧୂପ ଓ ସର୍ବାଙ୍ଗ ନୀତି ପରେ ଏହି ବେଶ ଅନୁଷ୍ଠିତ ହୁଏ । ଗବେଷକ ପଦ୍ମଶ୍ରୀ ସଦାଶିବ ରଥଶର୍ମାଙ୍କ ମତରେ ଭୌମ ବଂଶର ରାଣୀ ବକୁଳ ମହାଦେବୀ ଏହି ବେଶ ପ୍ରଥମେ ପ୍ରଚଳନ କରାଇଥିଲେ। ଏହାପରେ କିଛି ବର୍ଷ ପାଇଁ ଏ ବେଶ ହୋଇନଥିଲା। ଖୀଷ୍ଟାବ୍ଦ ୧୫୭୫ରେ ରାମଚନ୍ଦ୍ର ଦେବ ଏହି ବେଶର ପୁନଃ ପ୍ରଚଳନ କରାଇଥିଲେ। ମାଘ ପୂର୍ଣ୍ଣମୀ ଦିନ ଶ୍ରୀଜୀଉମାନଙ୍କ ମଧ୍ୟାହ୍ନ ଧୂପ ସରି ମଇଲମ ହେବା ପରେ ତିନି ବାଡ଼ରେ ଗଜ ଉଦ୍ଧାରଣ ବେଶ ହୁଏ। ଭିତରଛୁ, ତଳିଛୁ, ପୁଷ୍ପାଳକ, ନିଯୋଗୀ ଖୁଣ୍ଟିଆ ଓ ମେକାପମାନଙ୍କ ସହଯୋଗରେ ଏହି କାର୍ଯ୍ୟ ସମ୍ପାଦିତ ହୁଏ। ଠାକୁରମାନେ ଏହି ବେଶରେ ଚୁଳ, କିରୀଟ, କର୍ଣ୍ଣକୁଣ୍ଡଳ, ସୂର୍ଯ୍ୟଚନ୍ଦ୍ର, ଅଣ୍ଟାପଟି, ହାତ, ଦାରୁବନ୍ଧ, ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ ଓ ମୂଷଳ ପ୍ରଭୃତି…
ଆଜି କଟକ ‘ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ’ ପରିସରରେ ଆୟୋଜିତ ‘ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା ବିଭାଗ’ର “ବିଂଶତମ ପ୍ରତିଷ୍ଠା ଦିବସ” ପାଳନ। କଟକ ବିଧାୟକ ସୌଭିକ ବିଶ୍ବାଳଙ୍କର ଯୋଗଦାନ
Oscars Award 2021: ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡିଆ ଚଳଚିତ୍ର କାଲିର ଅତୀତ ଶେଷରେ ଓସ୍କାର ପୁରସ୍କାର ତାଲିକାରେ ସାମିଲ ହୋଇଛି। ଏହି ପୁରସ୍କାର ପ୍ରଦାନ କରୁଥିବା ସଂସ୍ଥା The Academy of Motion Picture Arts and Sciences ତାହାର ତାଲିକା ପ୍ରକାଶ କରିଛି। ଏଥିରେ ବିଶ୍ବର 366 ଟି ଚଳଚିତ୍ରକୁ ପୁରସ୍କାର ପାଇଁ ମନୋନିତ କରାଯାଇଛି। ଏହି ତାଲିକାରେ ଓଡିଆ ଚଳଚିତ୍ର କାଲିର ଅତୀତ ଶ୍ରେଷ୍ଠ ଚଳଚିତ୍ର ବର୍ଗରେ ସ୍ଥାନିତ ହୋଇଛି। ଚୁଡାନ୍ତ ତାଲିକା ଆସନ୍ତା ମାର୍ଚ୍ଚ 15 ତାରିଖରେ ପ୍ରକାଶ ପାଇବ। ପରିବେଷ ପ୍ରଦୂଷଣ ଉପରେ ଆଧାରିତ ଏହି ଚଳଚିତ୍ରଟି ନିର୍ଦ୍ଦେଶନା ଦେଇଛନ୍ତି ପ୍ରଖ୍ୟାତ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ପୀତବାସ ତ୍ରିପାଠୀ। ଏହି ଚଳଚିତ୍ର ଓସ୍କାର ପୁରସ୍କାର ପାଇଁ ମନୋନିତକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। କେତେକ ଗଣ ମାଧ୍ୟମ ଏହି ଚଳଚିତ୍ରକୁ ଓସ୍କାର ପୁରସ୍କାର…
ଭୁବନେଶ୍ୱର: ୩ୟ ପର୍ଯ୍ୟାୟ ଟିକାକରଣ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ। ୪୫ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଓ ୨୨ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ କରୋନା ଟିକା ଦିଆଯିବ। ସେଥିପାଇଁ ଭୁବନେଶ୍ୱରରେ ମୋଟ ୨୨ଟି ହସ୍ପିଟାଲକୁ ଚିହ୍ନଟ କରାଯାଇଛି। ୨୨ ଟି ହସ୍ପିଟାଲ ମଧ୍ୟରୁ ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକା ଦିଆଯିବ। ଘରୋଇ ହସ୍ପିଟାଲରେ ଟିକା ସଂପୂର୍ଣ୍ଣ ମାଗଣାରେ ମିଳିବ। ହେଲେ ଘରୋଇ ହସ୍ପିଟାଲରେ ଟିକା ପାଇଁ ନିର୍ଦ୍ଧିଷ୍ଟ ଶୁଳ୍କ ଦେବାକୁ ପଡିବ। ପୂର୍ବରୁ ଚିହ୍ନଟ ଲୋକଙ୍କୁ ଘରୋଇ ହସ୍ପିଟାଲରେ ଟିକା ଦିଆଯିବ। ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ତେବେ ପ୍ରଥମ ଦିନରେ ପ୍ରତି କେନ୍ଦ୍ରରେ ୬୦ ଜଣ ଲେଖାଏଁ ଲୋକଙ୍କୁ ଟିକା ଦିଆଯିବ। ଟିକା ନେବା ପାଇଁ କୋୱିନ ୨.୦ରେ ପଞ୍ଜୀକରଣ କରିବାକୁ ପଡିବ। ସୋମବାର ଠାରୁ ଘରୋଇ ହସ୍ପିଟାଲରେ ଟିକା ନେବା ପାଇଁ ପଞ୍ଜୀକରଣ କରିହେବ। ମଙ୍ଗଳବାରଠାରୁ…
ସମ୍ବଲପୁର: ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ୨୫ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି। ଗତକାଲି ୨୪ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଆଉ ଜଣେ ଛାତ୍ର ଆକ୍ରାନ୍ତ ହୋଇଛନ୍ତି। ୨ ଦିନ ଭିତରେ ୩ଟି ହଷ୍ଟେଲରୁ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ଏନେଇ ଉପ ଜିଲ୍ଲାପାଳ, ପଡି ଡିଆରଡିଏ ହଷ୍ଟେଲର ସ୍ଥିତି ସମୀକ୍ଷା କରିଛନ୍ତି। ତେବେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍ ସସପେଣ୍ଡ କରାଯାଇଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୫୧ ଜଣ ଚିହ୍ନଟ ହୋଇଥିବାବେଳେ ୩୫ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୦୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୪ ହଜାର ୪୬୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୭୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୫ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୧ ଟି ଜିଲ୍ଲାରୁ ମୋଟ୍ ୮୬ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ୧୦, ଅନୁଗୁଳ ଜିଲ୍ଲାରୁ ୩, ବାଲେଶ୍ଵର ଜିଲ୍ଲାରୁ ୭, ବରଗଡ ଜିଲ୍ଲାରୁ ୪, ବଲାଙ୍ଗୀରି ଜିଲ୍ଲାରୁ ୬,…
ଭୁବନେଶ୍ବର: ରାଜ୍ୟରେ ୩୦ ଟି ସାଇନ୍ସ ପାର୍କ କରାଯିବ। ଏନେଇ ବିଧାନସଭାର ପ୍ରଶ୍ନକାଳରେ ମନ୍ତ୍ରୀ ଅଶୋକ ପଣ୍ଡା ଉତ୍ତର ରଖିଛନ୍ତି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ଏହା କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦ ଟି ସାଇନ୍ସ ପାର୍କ ହେବାକୁ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୧୦ ଟି ପାର୍କ ହେବ। ତେବେ ୪ ଟି ସ୍ଥାନରେ ସାଇନ୍ସ ପାର୍କ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ବାରିପଦା, କେନ୍ଦୁଝର, ଗୋପାଳପୁର ଏବଂ ରାୟଗଡାରେ ସାଇନ୍ସ ପାର୍କ କରାଯିବ। ଏହା ସହ ରାଉରକେଲା, ବଲାଙ୍ଗୀରିରେ ସାଇନ୍ସ ପାର୍କ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ବିଧାନସଭାରେ ପ୍ରକାଶ କରିଛନ୍ତି।
ଭୁବନେଶ୍ୱର: ୫ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ ଓଡିଶା ସରକାର କଟକଣା ଜାରି କରିଛନ୍ତି। ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରୁ ଫେରୁଥିବା ଲୋକଙ୍କ ପାଇଁ ଏହି କଟକଣା ଜାରି କରାଯାଇଛି। ନୂତନ କଟକଣା ଅନୁଯାୟୀ ଫେରୁଥିବା ଲୋକଙ୍କୁ ୭ ଦିନ ସଙ୍ଘରୋଦ୍ଧ କେନ୍ଦ୍ରରେ ରହିବାକୁ ବାଧ୍ୟତା ମୂଳକ କରାଯାଇଛି। କିନ୍ତୁ ଫେରୁଥିବା ଲୋକଙ୍କ ପାଖରେ ୭୨ ଘଣ୍ଟାର କରୋନା ନେଗେଟିଭ ରିପୋର୍ଟ ଥିଲେ ସଙ୍ଘରୋଦ୍ଧରେ ରହିବା ପାଇଁ ବାଧ୍ୟତାମୂଳକ ନୁହେଁ। କୌଣସି ଲୋକ ପାଖରେ ଲକ୍ଷଣ ଥିଲେ ଆରଟିପିସିଆର ଟେଷ୍ଟ କରାଯିବ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳ ଏବଂ ବିଏମସି କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ୧୨ଟି ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ରହିଥିଲା। ସ୍ଥିତି ଦେଖି ଅନ୍ୟ ରାଜ୍ୟ ଫେରନ୍ତାଙ୍କ ପାଇଁ ନିୟମ ଲାଗୁ ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୬ ହଜାର ୪୮୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୦ ଲକ୍ଷ ୭୯ ହଜାର ୯୭୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୯୩୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୬୩ ହଜାର ୪୫୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୫୯ ହଜାର ୫୯୦ ଆକ୍ଟିଭ୍ କେସ୍ ରହିଛି।
ୱାସିଂଟନ, ସିରିୟା ଉପରେ ରାତି ଅଧିଆ ଏୟାର ଷ୍ଟ୍ରାଇକ କରିଛି ଆମେରିକ। ଇରାକ ସୀମବର୍ତ୍ତି ଅଞ୍ଚଳରେ ଏହି ଷ୍ଟ୍ରାଇକ କରାଯାଇଛି। ସିରିଆର ଏହି ସ୍ଥାନରେ ବଙ୍କର କରି ସନ୍ତ୍ରାସବାଦୀମାନେ ଅପରେସନ କରୁଥିଲେ। ଗତ ଫେବୃୟାରୀ 18 ତାରିଖରେ ଇରାକ ଉପରେ ହୋଇଥିବା ରକେଟ ମାଡର ଏହା ଆମେରିକାର ଜବାବ। ସେହି ଘଟଣାରେ ଜଣେ କଂଣ୍ଟ୍ରାକ୍ଟରର ସହିତ ଜଣେ ଆମେରିକୀୟଙ୍କର ମୃତ୍ୟୁ ହୋଇଥିଲା। ତେବେ ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ସାମରିକ କାର୍ଯ୍ୟାନୁଷ୍ଠାନ। ତେବେ ଏହି ଘଟଣାରେ 17 ଜଣ ସନ୍ତ୍ରାସବାଦୀ ନିହତ ବୋଲି ଜଣାପଡିଛି।
ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଜିଓଫୋନ୍ ଗ୍ରାହକଙ୍କ ପାଇଁ ଘୋଷଣା କରାଯାଇଛି “ନୂଆ ଜିଓଫୋନ୍ ୨୦୨୧ ଅଫର । ଏହା ଏକ ବଣ୍ଡଲ୍ଡ୍ ପ୍ଲାନ୍ ଯେଉଁଥିରେ ଗ୍ରାହକଙ୍କୁ ମାତ୍ର ୧୯୯୯ ଟଙ୍କାରେ ନୂଆ ଜିଓ ଫୋନ୍ ସହିତ ୨ ବର୍ଷ ପର୍ଯ୍ୟନ୍ତ ଅସୀମିତ କଲ୍ ଏବଂ ୨ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ଦୁଇ ଜିବି ହାଇସ୍ପିଡ୍ ଡାଟା ସୁବିଧା ମିଳିବ । ଦ୍ୱିତୀୟ ପ୍ଲାନ୍ଟି ହେଉଛି ୧୪୯୯ ଟଙ୍କିଆ ପ୍ଲାନ୍ ଯେଉଁଥିରେ ଗ୍ରାହକମାନେ ଏକ ଜିଓଫୋନ୍ ସହିତ ଏକ ବର୍ଷର ଅସୀମିତ ଭଏସ୍ କଲିଂ ଏବଂ ଏକ ବର୍ଷ ପାଇଁ ପ୍ରତି ମାସରେ ୨ ଜିବି ହାଇସ୍ପିଡ୍ ଡାଟା ପାଇପାରିବେ । ଏହି ଅଫରରେ ଜିଓଫୋନ୍ର ପୁରୁଣା ଗ୍ରାହକଙ୍କ ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି । ଥରେ ସେମାନେ ୭୪୯ ଟଙ୍କାର ରିଚାର୍ଜ କଲେ ଆଉ ବର୍ଷକ ପର୍ୟ୍ୟନ୍ତ ସେମାନଙ୍କୁ ରିଚାର୍ଜ ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ ।…
ନୂଆଦିଲ୍ଲୀ, ଆଜିକାଲି ଅଧିକାଂଶ ଲୋକ ପରସ୍ପରର ଜିନିଷ ବ୍ୟବହାର କରନ୍ତି, କେହି ବନ୍ଧୁତ୍ୱରେ ଏବଂ କିଛି ସମ୍ପର୍କୀୟକୁ ଦୃଷ୍ଟିରେ ରଖି ଏହା କରିଥାନ୍ତି। ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏପରି କିଛି ଜିନିଷ ଅଛି ଯାହାକୁ କାହାରିଠାରୁ ମାଗିବା ଉଚିତ୍ ନୁହେଁ କିମ୍ବା ବ୍ୟବାହର କରିବା ଉଚିତ ନୁହେଁ। କେବଳ ଜ୍ୟୋତିଷ ଶାସ୍ତ୍ର ନୁହେଁ, ସ୍ବାସ୍ଥ୍ୟ ବିଜ୍ଞାନରେ ମଧ୍ୟ ପରସ୍ପର ଜିନିଷ ବ୍ୟବହାର କରିବାକୁ ମନା କରାଯାଇଛି। ତେବେ ଜାଣନ୍ତୁ ସେହି ଜିନିଷ ଯାହା ପରସ୍ପର ବ୍ୟବହାର କରିବା ଉଚିତ ନୁହେଁ ଶଯ୍ୟା କେହି କେବେ କାହାର ବିଛଣା ବ୍ୟବହାର କରିବା ଉଚିତ୍ ନୁହେଁ। ଏହା ରୋଗର ଭୟ ସୃଷ୍ଟି କରିପାରେ ଏବଂ ନକାରାତ୍ମକତାର ମଧ୍ୟ ସମ୍ମୁଖୀନ ହୋଇପାରେ। ଯେଉଁଥିପାଇଁ ଜଣକୁ ବିଫଳତାର ସାମ୍ନା କରିବାକୁ ପଡିବ। ଯୋତା, ଚପଲ ଜଣଙ୍କର ଜୋତା ଏବଂ ଚପଲ ପିନ୍ଧିବା ଦ୍ୱାରା ଶନି ଦୋଷ ଲାଗିପାରେ। ଯେଉଁ ବ୍ୟକ୍ତିଙ୍କ ଜୀବନ ଶନି ଦୋଷ ରହେ…

