Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜିଓ ଆଣିଲା ନୂଆ ମୋବାଇଲ ଫୋନ, ମାତ୍ର ୧୯୯୯ ଟଙ୍କାରେ ଏହା କିଣି ପାଆନ୍ତୁ ଏହି ଅଫର
ଜାତୀୟ ଖବର

ଜିଓ ଆଣିଲା ନୂଆ ମୋବାଇଲ ଫୋନ, ମାତ୍ର ୧୯୯୯ ଟଙ୍କାରେ ଏହା କିଣି ପାଆନ୍ତୁ ଏହି ଅଫର

February 27, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଜିଓଫୋନ୍ ଗ୍ରାହକଙ୍କ ପାଇଁ ଘୋଷଣା କରାଯାଇଛି “ନୂଆ ଜିଓଫୋନ୍ ୨୦୨୧ ଅଫର । ଏହା ଏକ ବଣ୍ଡଲ୍‌ଡ୍ ପ୍ଲାନ୍ ଯେଉଁଥିରେ ଗ୍ରାହକଙ୍କୁ ମାତ୍ର ୧୯୯୯ ଟଙ୍କାରେ ନୂଆ ଜିଓ ଫୋନ୍ ସହିତ ୨ ବର୍ଷ ପର୍ଯ୍ୟନ୍ତ ଅସୀମିତ କଲ୍ ଏବଂ ୨ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ଦୁଇ ଜିବି ହାଇସ୍ପିଡ୍ ଡାଟା ସୁବିଧା ମିଳିବ ।

ଦ୍ୱିତୀୟ ପ୍ଲାନ୍‌ଟି ହେଉଛି ୧୪୯୯ ଟଙ୍କିଆ ପ୍ଲାନ୍ ଯେଉଁଥିରେ ଗ୍ରାହକମାନେ ଏକ ଜିଓଫୋନ୍ ସହିତ ଏକ ବର୍ଷର ଅସୀମିତ ଭଏସ୍ କଲିଂ ଏବଂ ଏକ ବର୍ଷ ପାଇଁ ପ୍ରତି ମାସରେ ୨ ଜିବି ହାଇସ୍ପିଡ୍ ଡାଟା ପାଇପାରିବେ । ଏହି ଅଫରରେ ଜିଓଫୋନ୍‌ର ପୁରୁଣା ଗ୍ରାହକଙ୍କ ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି । ଥରେ ସେମାନେ ୭୪୯ ଟଙ୍କାର ରିଚାର୍ଜ କଲେ ଆଉ ବର୍ଷକ ପର‌୍ୟ୍ୟନ୍ତ ସେମାନଙ୍କୁ ରିଚାର୍ଜ ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ । ଏଥି ସହିତ ଏକ ବର୍ଷର ଅସୀମିତ ଭଏସ୍ କଲିଂ ଏବଂ ପ୍ରତି ମାସରେ ୨ ଜିବି ହାଇସ୍ପିଡ୍ ଡାଟା ପାଇପାରିବେ ।

“ନୂଆ ଜିଓଫୋନ୍ ୨୦୨୧ ଅଫର୍ ମାର୍ଚ୍ଚ ୧ ତାରିଖରୁ ସାରା ଭାରତରେ ଲାଗୁ ହେବ ଏବଂ ସମସ୍ତ ରିଲାଏନ୍ସ ରିଟେଲ୍ ଏବଂ ଜିଓ ରିଟେଲରଙ୍କ ପାଖରେ ଉପଲବ୍ଧ ହେବ ।
ସାରା ଭାରତରେ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଗ୍ରାହକମାନେ ପ୍ରୟତଃ ମାଗଣାରେ ଭଏସ୍ କଲିଂ ସେବା ଉପଭୋଗ କରୁଥିବା ବେଳେ ଯେଉଁ ୩୦ କୋଟି ଗ୍ରାହକ ଏବେବି ୨ଜି ଫିଚର ଫୋନ୍ ବ୍ୟବହାର କରୁଛନ୍ତି ସେମାନଙ୍କୁ ମିନିଟ୍ ପିଛା ୧.୨ ଟଙ୍କାରୁ ୧.୫ ଟଙ୍କା ପର‌୍ୟ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି ।

ଏହା ବ୍ୟତୀତ କନେକ୍ସନକୁ ଜାରି ରଖିବା ଲାଗି ମଧ୍ୟ ପ୍ରତି ମାସରେ ୫୦ ଟଙ୍କା ପର‌୍ୟ୍ୟନ୍ତ ଗଣିବାକୁ ପଡ଼ୁଛି । ଏହି ଅଫର ଜରିଆରେ ୨ଜି ମୁକ୍ତ ଭାରତ ଦିଗରେ ଜିଓ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବିଗତ କିଛି ବର୍ଷ ଭିତରେ ଜିଓ ଫୋନ୍ ରଖିଥିବା ଗ୍ରାହକଙ୍କ ସଂଖ୍ୟା ୧୦ କୋଟିରେ ପହଂଚିପାରିଛି । ଫିଚର ଫୋନ୍ ବ୍ୟବହାର କରୁଥିବା ୩୦ କୋଟି ୨ଜି ଗ୍ରାହକଙ୍କ ଉପରେ ଜିଓ ନଜର ରଖିଛି ଏବଂ ସେମାନଙ୍କୁ ଡିଜିଟାଲ୍ କ୍ରାନ୍ତିର ସୁଫଳ ପହଂଚାଇବାର ପ୍ରୟାସ ଜାରି ରଖିଛି ।

ଏହି ଅବସରରେ ରିଲାଏନ୍ସ ଜିଓର ନିର୍ଦେଶକ ଆକାଶ ଅମ୍ବାନି କହିଛନ୍ତି ଯେ, “ଯେତେବେଳେ ଦୁନିଆ ୫ଜିର ଦ୍ୱାରଦେଶରେ ଠିଆ ହୋଇଛି ସେହି ସମୟରେ ଭାରତରେ ୩୦ କୋଟି ଲୋକ ୨ଜି ଫୋନ୍ ବ୍ୟବହାରରେ ଫସି ରହିଛନ୍ତି । ସେମାନେ ଇଟଂରନେଟ୍‌ର ମୌଳିକ ସୁବିଧାରୁ ବଂଚିତ ଅଛନ୍ତି ।

ବିଗତ ଚାରି ବର୍ଷ ଭିତରେ ଜିଓ ଇଟଂରନେଟ୍‌କୁ ସମସ୍ତଙ୍କ ନିକଟରେ ପହଂଚାଇଛି ଓ ସବୁ ଭାରତୀୟଙ୍କୁ ଟେକ୍ନୋଲୋଜି ଓ ପ୍ରଯୁକ୍ତିର ଲାଭ ପ୍ରଦାନ କରିଛି । ପ୍ରଯୁକ୍ତି ଏବେ ଆଉ କିଛି ହାତଗଣତି ଲୋକଙ୍କ ବିଶେଷ ଅଧିକାର ହୋଇରହିନାହିଁ । ନୂଆ ଜିଓଫୋନ୍ ୨୦୨୧ ଅଫର ହେଉଛି ସେହି ଦିଗରେ ଗ୍ରହଣ କରାଯାଇଥିବା ଏକ ପଦକ୍ଷେପ । ଜିଓରେ ଆମେ ଏହି ଡିଜିଟାଲ୍ ଅନ୍ତରକୁ ଦୂର କରିବା ଦିଗରେ କାର‌୍ୟ୍ୟ କାରି ରଖିବୁୁ ।’’

ସୁଲଭ ମୂଲ୍ୟ ଓ ଭଲ ବ୍ୟାଟେରି ବ୍ୟାକ୍‌ଅପ୍ ପାଇଁ ଜିଓଫୋନ୍ ବେଶ୍ ଲୋକପ୍ରିୟତା ହାସଲ କରିଛି । ଦେଶର ଜନସଂଖ୍ୟାର ଏକ ବଡ଼ ଭାଗ ଏବେ ଏହି ୪ଜି ଫିଚର ଫୋନ୍‌କୁ ବ୍ୟବହାର କରୁଛନ୍ତି । ଏହି ସିରିଜ୍‌ରେ ବର୍ତମାନ ସୁଦ୍ଧା କଂପାନି ଦୁଇଟି ଫୋନ୍ ଉନ୍ମୋଚନ କରିଛି । ଏହି ସିରିଜ୍‌ର ପ୍ରଥମ ଫୋନ୍ ଥିଲା ଜିଓଫୋନ୍ ।

ଏହା ପରେ କଂପାନି ଜିଓଫୋନ୍ ୨ ଉନ୍ମୋଚନ କରିଥିଲା । ଫିଚର ଫୋନ୍ ବିକ୍ରି ତାଲିକାରେ ଏହା ସବୁଠୁ ଉପରେ ରହିଛି ଏବଂ ବର୍ତମାନର ଫିଚର ଫୋନ୍ ବଜାରରେ ଅଗ୍ରଣୀ ସ୍ଥାନରେ ରହିଛି । ରିଲାଏନ୍ସ ଜିଓ ପକ୍ଷରୁ ଜିଓଫୋନ୍‌କୁ ‘ଭାରତର ସ୍ମାର୍ଟଫୋନ୍‌’ ଭାବେ ପ୍ରଚଳନ କରାଯାଇଛି ।

Jio Offer ଜିଓ ଅଫର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୧୮ ତାରିଖ ଶନିବାର ଦିନ ସାତୋଟି ରାଶିର ଭାଗ୍ୟ ରହିବ ଭଲ

July 18, 2026

କେଉଁ ମେଡିକାଲ କଲେଜ ପାଇଁ କେତେ ରାଙ୍କ ଆବଶ୍ୟକ? ଜାଣନ୍ତୁ

July 17, 2026

ଜିନ୍ଦ୍‌ଠାରେ ପ୍ରାୟ ୧୪,୭୦୦ କୋଟିର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

July 17, 2026

କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନୁହେଁ, ଜାଣନ୍ତୁ ସୋନମ ୱାଙ୍ଗଚୁକଙ୍କ ଦାବି କ’ଣ?

July 17, 2026
Latest News

ସୋଆର ୨୦ ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ

July 18, 2026

ବିଜେପିରେ ସାମିଲ ହେଲେ ବହୁ ବିଜେଡି ଓ କଂଗ୍ରେସ ନେତା

July 18, 2026

ଆଜି ଜୁଲାଇ ୧୮ ତାରିଖ ଶନିବାର ଦିନ ସାତୋଟି ରାଶିର ଭାଗ୍ୟ ରହିବ ଭଲ

July 18, 2026

ପ୍ରକାଶ ପାଇଲା ୩୫ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା 

July 17, 2026

‘ଇଗ୍ନୋ’ ନାମଲେଖା ଓ ପୁନଃ ପଞ୍ଜୀକରଣ ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.