Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପୁଣି ଗୁଟ୍‌ଖା ବ୍ୟବସାୟୀ ସକ୍ରିୟ: ନିରାପଦ ମଣୁଛନ୍ତି ସଦରଥାନା ଅଂଚଳକୁ…!
ଅପରାଧ

ପୁଣି ଗୁଟ୍‌ଖା ବ୍ୟବସାୟୀ ସକ୍ରିୟ: ନିରାପଦ ମଣୁଛନ୍ତି ସଦରଥାନା ଅଂଚଳକୁ…!

February 27, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ସଦର ଥାନା
ବଡ଼ ଧରଣର ଜୁଆ ଆଡ୍ଡା ଉପରେ ସଦର ପୋଲିସର ଚଢାଉ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କିଛି ଦିନର ବ୍ୟବଧାନ ପରେ ସହରର ବଛା ବଛା ଜାଗା ନିରୂପଣ କରି ନକଲି ଗୁଟ୍‌ଖା କାରଖାନା ଗଢ଼ି ଉଠିଥିବା ବିଶେଷ ସୂତ୍ରରୁ ଖବର ମିଳିଲାଣି। ତଳ ଦିନେ ବ୍ରହ୍ମପୁର ଉପଜିଲ୍ଲାପାଳ ଏବଂ କୁକୁଡ଼ାଖଣ୍ଡି ତହସିଲ୍‌ଦାରଙ୍କ ମିଳିତ ଚଢ଼ାଉରେ ଅନେକ ଗୁଟ୍‌ଖା କାରଖାନା ସିଲ୍ କରିବା ସହ ପାଖାପାଖି କୋଟିଏ ଟଙ୍କାର ସାମଗ୍ରୀ ଜବତ କରାଯାଇଥିଲା।

କିନ୍ତୁ କିଛି ଦିନର ନିରବତା ପରେ ପୁଣିଥରେ କୁକୁଡ଼ାଖଣ୍ଡି ବ୍ଲକ୍‌, ସଦର ଥାନା ଅଂଚଳରେ ପୁଣି ବ୍ୟବସାୟୀମାନେ ସକ୍ରିୟ ହୋଇ ଉଠିଛନ୍ତି। ମୁଖ୍ୟତଃ ଗୁଟ୍‌ଖା ବ୍ୟବସାୟୀମାନେ ସହରର ତଳି ଅଂଚଳ ତଥା ସଦର ଥାନା ଅଂଚଳକୁ ନିରାପଦ ମନେ କରୁଛନ୍ତି। ଶୁଣିବାକୁ ମିଳୁଛି ସଦର ଥାନା ଅଂଚଳରେ ଏକ ଛତୁ ଫାର୍ମ ଭିତରେ ଏକ ନକଲି ଗୁଟ୍‌ଖା କାରଖାନା ଚାଲି ଆସିଛି। ତାହା ପୋଲିସ୍‌ର ଜାଣତରେ କିମ୍ବା ଅଜାଣତରେ ତାହା ସାଧାରଣରେ ଚର୍ଚ୍ଚା ହେଉଛି। କାରଣ ତଳ ଦିନେ କୁକୁଡ଼ାଖଣ୍ଡି ତହସିଲ୍‌ଦାରଙ୍କ ତତ୍ତ୍ୱାବଧାନରେ ସଦର ଅଂଚଳରେ ଅନେକ ଗୁଡ଼ିଏ ଗୁଟ୍‌ଖା କାରଖାନାକୁ ଠାବ କରି ସିଲ୍ କରାଯାଇଥିଲା। ଯାହାକି ସଦରଥାନା ଆଇଆଇସିଙ୍କ ନଜରରେ ନଥିଲାପରି ମନେ ହେଉଥିଲା।

ଏହି କାରଖାନାଟି ମଧ୍ୟ ସଦରଥାନାରୁ ମାତ୍ର କିଛି ଦୂରରେ ରହିଛି। ଦୈନନ୍ଦିନ ପୋଲିସ୍ ଏହି ରାସ୍ତାଦେଇ ପୋଲିସ୍ ଗାଡ଼ି ପେଟ୍ରୋଲିଂ କରୁଥିଲେ ସୁଦ୍ଧା ଏହାପ୍ରତି ଦୃଷ୍ଟି ନଦେବା ସାଧାରଣରେ ସଂଦେହ ଘନିଭୂତ ହେଉଛି। ସାଧାରଣ ଲୋକ ଅଭିଯୋଗ କରିବାକୁ ମଧ୍ୟ ଏକପ୍ରକାର ଭୟ କରୁଛନ୍ତି। କାରଣ କୁକୁଡ଼ାଖଣ୍ଡି ତଥା ସଦରଥାନା ଆଇଆଇସିଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ତୁଟିଯାଇଛି।

କୌଣସି ତଥ୍ୟ ଯଦି ପ୍ରଦାନ କରାଯାଏ ତେବେ ଥାନାରୁ ହିଁ ତଥ୍ୟ ଉକ୍ତ ମାଫିଆମାନଙ୍କୁ ଜଣେଇ ଦେବା ଭୟ ଜାଗ୍ରତ ହୁଏ। ତେଣୁ ଅଂଚଳର ବୁଦ୍ଧିଜୀବୀ ଏବଂ ସାଧାରଣ ସବୁ ଜାଣି ସୁଦ୍ଧା ନୀରବ ରହୁଛନ୍ତି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ଏବଂ ଏସ୍‌ପି ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି।

ସଦରଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026

ଫୁଲୁଛି ବୁଢ଼ାବଳଙ୍ଗ, ବଢ଼ୁଛି ବିପଦ: ଜଳବନ୍ଦୀ ଅନେକ ପରିବାର

August 13, 2026

ବୈତରଣୀରେ ବଢୁଛି ବନ୍ୟାଜଳ, କେନ୍ଦୁଝର ପାଟଣା ଓ ଆନନ୍ଦପୁରରେ ବିପଦ ସଂକେତ ଟପିଲା

August 13, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ

August 13, 2026
Latest News

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026

ଫୁଲୁଛି ବୁଢ଼ାବଳଙ୍ଗ, ବଢ଼ୁଛି ବିପଦ: ଜଳବନ୍ଦୀ ଅନେକ ପରିବାର

August 13, 2026

ବୈତରଣୀରେ ବଢୁଛି ବନ୍ୟାଜଳ, କେନ୍ଦୁଝର ପାଟଣା ଓ ଆନନ୍ଦପୁରରେ ବିପଦ ସଂକେତ ଟପିଲା

August 13, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ

August 13, 2026

ସଂସଦର ମୌସୁମୀ ଅଧିବେଶନ: ଉଭୟ ସଦନରେ ୧୨ ବିଲ୍‌ ଗୃହୀତ

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.