Author: Samikhsya Bureau

ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ…

Read More

କୁମ୍ଭ- ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏକ ଧାରଣା ସୃଷ୍ଟି କରିପାରିବ । ପରିବାର ସମ୍ବନ୍ଧରେ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଆପଣ ଜଣେ ବନ୍ଧୁଙ୍କ ସହିତ ପରାମର୍ଶ କରିପାରିବେ । ପିତାଙ୍କ ସହିତ ସମ୍ପର୍କ ସମନ୍ୱୟ ଆଣିବେ। ଆପଣ ପିଲାମାନଙ୍କଠାରୁ ସମର୍ଥନ ପାଇପାରିବେ । ଆପଣଙ୍କ ପରିବାର ଶକ୍ତିଶାଳୀ ହେବ। ମୀନ- ଆପଣଙ୍କ ସାଥୀଙ୍କୁ ଆପଣଙ୍କ ଯୋଜନା ସହିତ ସଂଯୁକ୍ତ ରହିବାକୁ ମନାଇବାରେ ଅସୁବିଧା ହେବ । ଯଦି ଆପଣ ଆଜି ପ୍ରକୃତରେ ଲାଭ ଚାହୁଁଛନ୍ତି  ତେବେ ଅନ୍ୟମାନଙ୍କ ମତାମତକୁ ଭଲଭାବେ ଶୁଣନ୍ତୁ। ଆପଣଙ୍କ ଜୀବନସାଥୀ ସହିତ ଆପଣଙ୍କର ଭାବପ୍ରବଣତା ଦୁର୍ବଳ ହେବାକୁ ଲାଗିବ । କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ଭଲ ହେବ। ହନୁମାନ ଚଲିସା ପଢନ୍ତୁ। ସମସ୍ତେ ଆପଣଙ୍କ ସହିତ ଭଲରେ ରହିବେ । ଗାଡି ଚଳାଇବା ସମୟରେ ଆପଣ ସାବଧାନ ହେବା ଆବଶ୍ୟକ।

Read More

ବିଛା- ଆଜି ଆପଣଙ୍କର ଯାତ୍ରା ଲାଭଦାୟକ ହେବ। ପରିବାର ସହିତ ଖୁସିର ମୁହୂର୍ତ୍ତ ବିତାଇ ପାରିବେ। ପ୍ରେମ-ସମ୍ପର୍କ ଦୃଢହୋଇପାରେ। ଛାତ୍ରମାନେ ସେମାନଙ୍କ ଅଧ୍ୟୟନରେ ଆଗ୍ରହ ବଢାଇ ପାରିବେ। ଆପଣ କିଛି ନୂତନ ସୁଯୋଗ ପାଇବାର ସମ୍ଭାବନା ଅଛି। ଆପଣଙ୍କର ଗୁରୁଙ୍କଠାରୁ ଆଶୀର୍ବାଦ ନିଅନ୍ତୁ, ପାରିବାରିକ ଜୀବନ ସୁଖଦ ହେବ । ଧନୁ- ଯଦି ଆପଣ ଆୟ ଅଭିବୃଦ୍ଧିର ଉତ୍ସ ଖୋଜୁଛନ୍ତି, ସୁରକ୍ଷିତ ଅର୍ଥନୈତିକ ପ୍ରକଳ୍ପରେ ବିନିଯୋଗ କରନ୍ତୁ। ଘରେ ସମନ୍ୱୟ ରକ୍ଷା କରିବା ପାଇଁ ଏକାଠି କାମ କରନ୍ତୁ । ଆପଣଙ୍କର ଧୀରେ ଧୀରେ କିନ୍ତୁ ସ୍ଥିର ଭାବରେ ପ୍ରେମର ନିଆଁରେ ଜଳିବ । ଆପଣ ଅଳସୁଆ ଏବଂ ନିରୁତ୍ସାହିତ ମନୋଭାବ ହେତୁ ଆପଣ ଅଫିସରେ ବିବାଦର କେନ୍ଦ୍ର ହେବେ । ମକର- ଆପଣଙ୍କ ସମସ୍ୟା ଆପଣଙ୍କ ପାଇଁ ବହୁତ ବଡ ହୋଇପାରେ, କିନ୍ତୁ ଆପଣଙ୍କ ଆଖପାଖର ଲୋକମାନେ ଆପଣଙ୍କ ଯନ୍ତ୍ରଣା ବୁଝିବେ ନାହିଁ । ବୋଧହୁଏ ସେମାନେ ଅନୁଭବ କରନ୍ତି…

Read More

ସିଂହ- ଘରର ପରିବେଶ ସୁଖଦ ହେବ । ଆର୍ଥିକ ଲାଭ ସହିତ ବ୍ୟବସାୟରେ ଆପଣ ସନ୍ତୁଷ୍ଟ ଅନୁଭବ କରିବେ । ଆଜି ଆପଣଙ୍କର ବ୍ୟକ୍ତିତ୍ୱର ଉନ୍ନତି ହୋଇପାରେ । ଅତିଥିମାନେ ଆପଣଙ୍କ ଘରେ ପହଞ୍ଚିପାରନ୍ତି । ଆପଣ ରୋଜଗାରର ସୁଯୋଗ ପାଇପାରିବେ । ବ୍ୟବସାୟ ସହିତ ଆପଣଙ୍କୁ ଭ୍ରମଣ କରିବାକୁ ପଡିପାରେ । କନ୍ୟା- ଆପଣ ଆଧ୍ୟାତ୍ମିକତା ପ୍ରତି ଅଧିକ ଆଗ୍ରହୀ ହେବେ । ଆପଣ ଯାହା ବି କରିବାକୁ ଚେଷ୍ଟା କରନ୍ତି, ଆପଣ ସେହି କାର୍ଯ୍ୟରେ ଭଲ ସଫଳତା ପାଇବେ । ଗଣେଶ ଭଗବାନଙ୍କୁ ଲଡୁ ଭୋଗ ପ୍ରଦାନ କରନ୍ତୁ, ଆପଣ ଲାଭର ସୁଯୋଗ ପାଇବେ। ଆଜି ଲାଭଦାୟକ ପ୍ରମାଣିତ ହେବ, କାରଣ ଏହା ଲାଗୁଛି ଯେ ଜିନିଷଗୁଡ଼ିକ ଆପଣଙ୍କ ସପକ୍ଷରେ ଯିବ ଏବଂ ଆପଣ ସବୁକିଛିର ଶୀର୍ଷରେ ରହିବେ। ତୂଳା-  ଭୁଲ ଧାରଣା କିମ୍ବା କୌଣସି ଭୁଲ ବାର୍ତ୍ତା ଆପଣଙ୍କ ଥଣ୍ଡା ଦିନରେ ଗରମ କରିଦେଇପାରେ। ସୃଜନାତ୍ମକ କାର୍ଯ୍ୟରେ…

Read More

ମିଥୁନ- ଧର୍ଯ୍ୟବାନ ହୁଅ, କାରଣ ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ । ବଡ ଯୋଜନା ଏବଂ ଚିନ୍ତାଧାରା ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବ। କୌଣସି ପ୍ରକାରର ବିନିଯୋଗ କରିବା ପୂର୍ବରୁ ସେହି ବ୍ୟକ୍ତିଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁସନ୍ଧାନ କରନ୍ତୁ । କର୍କଟ – ଆପଣ ଚିନ୍ତା କରୁଥିବା ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତାର ଅଭାବ ଆପଣଙ୍କୁ ଚାପ ଦେଇପାରେ। ଆପଣଙ୍କର ହୃଦୟର ମଣିଷ ଦିନସାରା ଆପଣଙ୍କୁ ମନେ ରଖିବେ । ତାଙ୍କୁ  ଆଶ୍ଚର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ ଏବଂ  ତାଙ୍କ ପାଇଁ ଏକ ସୁନ୍ଦର ଦିନରେ ପରିଣତ କରିବାକୁ ଚିନ୍ତା କରନ୍ତୁ।

Read More

ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ।

Read More

କଟକ, ସି-ସୋର ଚିଟଫଣ୍ଡ ସଂସ୍ଥାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି  ଯାହାର ମୂଲ୍ୟ ପ୍ରାୟ 650 କୋଟି ହେବ ତାହା ବ୍ୟାଜାପ୍ତ ହେବ । ଏହିପରି ଏକ ନିର୍ଦ୍ଦେଶ ଦେଇଛନ୍ତି କଟକର ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ । ଏହି ବାଜ୍ୟାପ୍ତ ସମ୍ପତ୍ତିକୁ ନିଲାମ କରାଯାଇ ଜମାକାରୀଙ୍କ ମଧ୍ୟରେ ବଣ୍ଟାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ବାଜ୍ୟାପ୍ତ ସମ୍ପତ୍ତି ମଧ୍ୟରେ ରହିଛି ସିସୋର ମାଲିକ ପ୍ରଶାନ୍ତ ଦାସଙ୍କ ୩ଟି ବିଳାସପୂର୍ଣ୍ଣ ଗାଡି, ୧୩ ଶହ ୮୫ ଗ୍ରାମ ସୁନା, ୨ ଶହ କେଜି ରୂପା, ୧୯୭ ଏକର ଜମି ଓ ୧ କୋଟି ୮୮ ଲକ୍ଷ ୭୫ ହଜାର ଟଙ୍କାର ନଗଦ ଜମାରାଶି । ପୂର୍ବରୁ ଏ ନେଇ କୌଣସି ଆଇନ ନ ଥିବାରୁ ସଂପତ୍ତି ବ୍ୟାଜାପ୍ତ ହେବାରେ ଅସୁବିଧା ସୃଷ୍ଟି ହେଉଥିଲା। ବର୍ତ୍ତମାନ ଚିଟଫଣ୍ଡ ସଂକ୍ରାନ୍ତ ଆଇନ ଆସିବା ପରେ ଏହା ହେଉଛି ପ୍ରଥମ ମାମଲା । ସିସୋର ଚିଟଫଣ୍ଡ…

Read More

ଭୁବନେଶ୍ବର : ବର୍ତ୍ତମାନ ପୁଣି ଥରେ କୋଭିଡ୍ ସଂକ୍ରମଣ ଓଡିଶାକୁ ଡରାଇଲାଣି। ସେଥିପାଇଁ ଆଗୁଆ ପଦକ୍ଷେପ ସ୍ବରୂପ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ଗ୍ରହଣ କରିଛି। ଜାରୀ କରାଗଲା ନୂଆ ଗାଇଡ ଲାଇନ । ଏହି ଗାଇଡ ଲାଇନ ଅନୁସାରେ ଦେଶର ୧୨ଟି ରାଜ୍ୟରୁ ଓଡିଶା ଆସୁଥିବା ବ୍ୟକ୍ତିଙ୍କ ପାଇଁ ଲାଗୁ ହେବ। ଏହି ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନେ ଏକ ସପ୍ତାହ ପାଇଁ ହୋମ୍ ଆଇସୋଲେସନରେ ରହିବାକୁ ବାଧ୍ୟ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ୧୨ଟି ରାଜ୍ୟ ହେଲା ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବ, ଚଣ୍ଡିଗଡ଼, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ। ଏହି ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କୁ ବିମାନ ବନ୍ଦର ଓ ରେଳ ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କର ସ୍କ୍ରିନିଂ କରାଯିବ। ସେଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଭୁବନେଶ୍ବର…

Read More

ଭୁବନେଶ୍ବର, ବର୍ତ୍ତମାନ ରାଜ୍ୟରେ ଯେପରି ଗ୍ରୀଷ୍ମ ପ୍ରବାହ ହେବାରେ ଲାଗିଛି ସେଥିପାଇଁ ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି। ଏ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରିଛନ୍ତି। ସେହି ଅନୁସାରେ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲ ସମୟ ପରିବର୍ତ୍ତନ କରିବେ। ଚିଠି ଅନୁସାରେ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ଏଣିକି ସକାଳ 7ଟାରୁ ସ୍କୁଲ ଆରମ୍ଭ ହେବ। ଏହା ଦିନ 1ଟା ପର୍ଯ୍ୟନ୍ତ ଚାଲିବ। ତେବେ ଯେଉଁଠାରେ ସକାଳ 8ଟା 30ରୁ ଦିନ 10ଟା ପର୍ଯ୍ୟନ୍ତ ସ୍କୁଲ କରୁଥିଲେ ସେମାନଙ୍କ ପାଇଁ ଏହା ଲାଗୁ କରାଯିବ। ସେହିପରି ଯେଉଁ ସ୍କୁଲ ଗୁଡିକ ଦିନ 11 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ସ୍କୁଲ କରୁଥିଲେ ସେମାନେ ମଧ୍ୟ ଏଥିରେ ପରିବର୍ତ୍ତନ କରିବେ। ସେମାନେ ସକାଳ 9ଟାରୁ ଦିନ 1 ଟା ପର୍ଯ୍ୟନ୍ତ…

Read More

West Bengal Election: ଭାରତ ନିର୍ବାଚନ କମିଶନର ଆଜି ପାଞ୍ଚୋଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ପଶ୍ଚିମବଂଗ ନିର୍ବାଚନ ଆଠଟି ପର୍ଯ୍ୟାୟରେ ହେବ ବୋଲି ନିର୍ବାଚନ କମିଶନର କହିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏହି ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ପଶ୍ଚିମବଂଗର ନିମ୍ନଲିଖିତ ତାରିଖ ଅନୁସାରେ ଭୋଟଗ୍ରହଣ କରାଯିବ। 27 ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏହି ପର୍ଯ୍ୟାୟରେ ପଶ୍ଚିମବଂଗର 30ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ 2 ମାର୍ଚ୍ଚରେ ବିଜ୍ଞପ୍ତି ପ୍ରକାଶ ପାଇ ନାମଙ୍କନ ଦାଖଲ ପକ୍ରିୟା ଆରମ୍ଭ ହେବ। ସେହିପରି ନାମାଙ୍କନ ପ୍ରତ୍ୟାହାର ତାରିଖ ରହିଛି 12 ମାର୍ଚ୍ଚ। 1 ଏପ୍ରିଲରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଂଗର 30ଟି ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ମାର୍ଚ୍ଚ 5 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚା 12…

Read More

Keral Election: କେରଳରେ ଆସନ୍ତା ଏପ୍ରିଲ 6 ତାରିଖ 2021ରେ ହେବ ନିର୍ବାଚନ। ଗୋଟିଏ ପର୍ଯ୍ୟାୟରେ ଏହି ନିର୍ବାଚନ ହେବ ବୋଲି ନିର୍ବାଚନ କମିସନର ଘୋଷଣା କରିଛନ୍ତି। କେରଳରେ ମୋଟ 140ଟି ଆସନ ରହିଛି। ଏଠାରେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସମସ୍ୟା ନ ଥିବାରୁ ଗୋଟିଏ ପର୍ଯ୍ୟାୟରେ ଏହି ନିର୍ବାଚନ କରାଯାଉଛି। ମେ 2 ତାରିଖରେ ଭୋଟ ଗଣତି ହେବ।

Read More

Assam Election: ଭାରତ ନିର୍ବାଚନ କମିଶନର ଆସାମ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ଆସମାରେ ତିନୋଟି ପର୍ଯ୍ୟାୟରେ ହେବ ନିର୍ବାଚନ। ମାର୍ଚ୍ଚ 27 ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାକେ 37ଟି ଆସନ ପାଇଁ ନିର୍ବାଚନ ହେବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ 1 ତାରିଖରେ ହେବ। ଏଥିରେ 47ଟି ଆସନ ପାଇଁ ନିର୍ବାଚନ ହେବ। ସେହିପରି ତୃତୀୟ ବା ଶେଷ ପର୍ଯ୍ୟାୟ 6 ଏପ୍ରିଲରେ 40ଟି ଆସନ ପାଇଁ ନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ଘୋଷଣା କରିଛନ୍ତି। ଗଣତି ମେ 2 ତାରିଖ 2021 ରେ ହେବ।

Read More

ଭୁବନେଶ୍ବର, ଆଜି ଅପରାହ୍ନରେ ଭାରତ ନିର୍ବାଚନ କମିଶନର ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ଏଥିରେ ପାଞ୍ଚୋଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ନେଇ ଘୋଷଣା ହେବାର ସମ୍ଭାବନା ରହିଛି। ସେହି ରାଜ୍ୟଗୁଡିକ ହେଲା ପଶ୍ଚିମବଂଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ। ତେବେ ଏଥିସହିତ ଭାରତର କେତେକ ଉପନିର୍ବାଚନ ତାରିଖ ମଧ୍ୟ ଘୋଷଣା ହେବ ବୋଲି କୁହାଯାଉଛି। ଏଥିରେ ପିପିଲି ଉପ ନିର୍ବାଚନ ପାଇଁ ତାରିଖ ମଧ୍ୟ ଘୋଷଣା ହେବରା ସମ୍ଭାବନା ରହିଛି।

Read More

ଭୁବନେଶ୍ବର, ଆଜି ସୁନା ଦର ହ୍ରାସ ପାଇଛି। ଗୋଟିଏ ପଟେ ଦିନକୁ ଦନ ପେଟ୍ରୋଲ ଦର ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ସୁନା ଦର ହ୍ରାସ ପାଇବାରେ ଲାଗିଛି। ଆଜି ସୁନା ଦର ଯେତିକି ହୋଇଛି ଆପଣ ଆଶ୍ଚର୍ଯ୍ୟ ହେବେ ଗତ 8 ମାସ ମଧ୍ୟରେ ଏତେ ତଳକୁ ଖସି ନ ଥିଲା। ଆଜି ଭୁବନେଶ୍ବରରେ 24 କ୍ୟାରେଟ ସୁନା ଦର ଦଶ ଗ୍ରାମକୁ ରହିଛି 47 ହଜାର 180 ଟଙ୍କା। ଗତକାଲି ଏହାର ଦର 47 ହଜାର 350 ଟଙ୍କା ଥିଲା। ସେହିପରି 22 କ୍ୟାରେଟ ସୁନା ଦର 10 ଗ୍ରାମ ପିଛା ଦର ରହିଛି 43 ହଜାର 250 ଟଙ୍କା। ଗତକାଲି ଏହା 43 ହଜାର 400 ଟଙ୍କା ରହିଥିଲା। ବର୍ତ୍ତମାନ ସାରା ବିଶ୍ବରେ ସୁନା ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି। ଗତ ଦଶ ଭିତରେ ଯଦି ସୁନା ଦର ବିଶ୍ଲେଷଣ କରାଯାଏ ତେବେ ଫେବୃୟାରୀ…

Read More

ଭୁବନେଶ୍ବର, ଓଡିଶା କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଅସ୍ତରଂଗର ବାଲିଡିଆ ଗ୍ରାମର ରୋହିତ ବେହେରାଙ୍କ କନ୍ୟା ନନ୍ଦିନୀଙ୍କୁ ବିବାହ କରିଛନ୍ତି। ଗତକାଲି ଏହି ବିବାହ ଉତ୍ସବ କାକଟପୁରର ଦେଉଳି ମଠରେ ଆୟୋଜିତ ହୋଇଥିଲା। ଏହି ବିବାହ ଉତ୍ସବ ହିନ୍ଦୁ ଧର୍ମର ବୈଦିକ ରିତିରେ ଆୟୋଜିତ ହୋଇଥିଲା। ଏଥିରେ ବିଜୁ ଜନତା ଦଳର ବହୁ ପ୍ରମୁଖ ନେତା ଯୋଗଦେଇଥିଲେ। ପ୍ରାୟ ପାଞ୍ଚ ହଜାର ଅତିଥୀ ଏହି ବିବାହ ଭୋଜିରେ ଯୋଗ ଦେଇଥିଲେ ବୋଲି କୁହାଯାଉଛି।

Read More

ଭୁବନେଶ୍ବର: ଆଜି ବିଧାନସଭାରେ ଜଣେ ବିଧାୟକ ଆତ୍ମହତ୍ୟା କରିବା ପାଇଁ ଧମକ ଦେଇଛନ୍ତି। ରାଜ୍ୟରେ ଧାନ ମଣ୍ଡି ସମସ୍ୟାକୁ ନେଇ ଦେବଗଡ ବିଧାୟକ ଆତ୍ମହତ୍ୟା କରିବେ ବୋଲି ଧାମ ଦେଇଛନ୍ତି। ମଣ୍ଡିରୁ ଧାନ ନଉଠିଲେ ଆତ୍ମହତ୍ୟା କରିବେ ବୋଲି ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ କହିଛନ୍ତି। ବିଧାନସଭାର ପ୍ରଶ୍ନ କାଳରେ ବିଧାୟକ ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା କରିବେ ବୋଲି କହିଥିଲେ। ଟୋକାନ ସମସ୍ୟା ଯୋଗୁଁ ଚାଷୀ ନାହିଁ ନଥିବା ହଇରାଣ ହେଉଛନ୍ତି ବୋଲି ସେ ବିଧାନସଭା ଗୃହରେ କହିଥିଲେ।

Read More

ମୁମ୍ବାଇ, ମହାରଷ୍ଟ୍ରର ଏକ ଘରୋଇ ସ୍କୁଲ ହଷ୍ଟେଲର 229 ଜଣ ଛାତ୍ରଙ୍କୁ କରୋନା ସଂକ୍ରାମଣ ହୋଇଛି। ଗତକାଲି ଏହି ରିପୋର୍ଟ ଆସିବା ପରେ ଏହି ବଡ ଘଟଣା ପଦାକୁ ଆସିଛି। ଘଟଣାରୁ ଜଣାପଡିଛି ଯେ, ମହାରାଷ୍ଟ୍ରର ୱାସିମ ଜିଲ୍ଲାର ଭାବନ ପବ୍ଲିକ ସ୍କୁଲରେ 327 ଜଣ ଛାତ୍ର ରହୁଥିଲେ। ସେମାନେ ଗତ ଫେବୃୟାରୀ 14 ତାରିଖରୁ ହଷ୍ଟେଲରେ ରହି ଆସୁଥିଲେ। ହେଲେ କିଛିଦିନ ପରେ କେତେକ ଛାତ୍ରଙ୍କ ଦେହରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ଫଳରେ ସ୍କୁଲ କର୍ତ୍ତୁପକ୍ଷ ସମସ୍ତଙ୍କର କରୋନା ପରୀକ୍ଷା କରାଥିଲେ। ରିପୋର୍ଟ ଆସିବା ପରେ ଜଣାପଡିଥିଲା ଯେ, ସେମାନଙ୍କ ମଧ୍ୟରୁ 229 ଜଣ ଛାତ୍ରଙ୍କ ପଜେଟିଭ ରିପୋର୍ଟ ଆସିଥିଲା। ଏହି ଜଣାପଡିବା ପରେ ସ୍ଥାନୀୟ ପ୍ରଶାସନ ସଂପୂର୍ଣ୍ଣ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି।

Read More

ନୂଆଦିଲ୍ଲୀ: ଆଜି ନିର୍ବାଚନ କମିଶନ ପ୍ରେସ ମିଟ୍ କରିବାକୁ ଯାଉଛନ୍ତି। ସନ୍ଧ୍ୟା ୪ ଟା ୩୦ ମିନିଟରେ ନିର୍ବାଚନ କମିଶନ ପ୍ରେସ ମିଟ୍ କରିବେ। ତେବେ ଏହି ପ୍ରେସ ମିଟ୍ ରେ ୫ ଟି ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି। ୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ତାରିଖ ଘୋଷଣା କରାଯାଇପାରେ। ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀ ପାଇଁ ତାରିଖ ଘୋଷଣା ହେବ ବୋଲି ଆଶା କରାଯାଉଛି।

Read More

ଗୁଣପୁର/ ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ-‘ଖ’ ଜୋନ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ  ବୁଧବାର ଦିନ ହୋଇଥିବା ନିର୍ବାଚନର ଗତକାଲି ଶାନ୍ତି ଶୃଙ୍ଖଳାର ସହ ଗଣତି ସରିଛି। ୮୫ ଟି ବୁଥରେ ହୋଇଥିବା ନିର୍ବାଚନରେ ମୋଟ ୨୧,୯୯୫ ଭୋଟରଙ୍କ ମଧ୍ୟରୁ ୧୬,୧୫୯ ଜଣ ମତଦାନ କରିଥିଲେ। ଆଜିର ଭୋଟ ଗଣତିରେ ବିଜେଡି ପ୍ରାର୍ଥୀ କରୁଣା କର ଶବର ତାଙ୍କ ନିକଟତମ କଂଗ୍ରେସ ପ୍ରାର୍ଥୀ ମାନୁଏଲ ମାଝିଙ୍କୁ ୭୬୩୬ ଭୋଟରେ ବିଜୟ ହୋଇଥିବା ସୂଚନା ରହିଛି। ହେଲେ ଆଜି ଏହାର ଫଳାଫଳ ଔପଚାରିକ ଭାବେ ଘୋଷଣା କରାଯିବ ବୋଲି ଜଣାପଡିଛି। ୮ଟି ପଞ୍ଚୟତ ୮୫ଟି ବୁଥ ମଧରୁ କଂଗ୍ରେସ ମାତ୍ର ୬/୭ଟି ଓ ବିଜେପି ମାତ୍ର ୨/୩ ଟି ବୁଥ ଛାଡିଦେଲେ ବିଜେଡି ଅନ୍ୟ ସବୁ ବୁଥରେ ଅଧିକ ଭୋଟ ପାଇଥିବା  ବେଳେ ସବୁ ପଞ୍ଚୟତରେ ବିଜେଡି ପ୍ରାର୍ଥୀ ଏହି ଜୋନ ପାଇଁ ନୂତନ ଇତିହାସ ସୃଷ୍ଟି  କରିବାକୁ ସକ୍ଷମ…

Read More

ରାୟପୁର/ମାଲକାନଗିରି: ସୁରକ୍ଷା କର୍ମୀଙ୍କୁ ବଡ ସଫଳତା ମିଳିଛି। ସୁରକ୍ଷା କର୍ମୀଙ୍କ ଅପରେସନରେ ୭ ଟି ମାଓବାଦୀ କ୍ୟାମ୍ପ ଧ୍ଵଂସ ହୋଇଥିବା ସୂଚନା ମିଳିଛି। ମାତ୍ର ତିନି ଦିନ ଅପରେସନରେ ୭ ଟି ମାଓ କ୍ୟାମ୍ପ ଧ୍ଵଂସ ହୋଇଛି। ଓଡିଶା ସୀମାନ୍ତ ଛତିଶିଗଡର ନାରାୟଣପୁର ଓ କାଙ୍କେରରେ ଅପରେସନ କରି ମାଓ କ୍ୟାମ୍ପକୁ ଧ୍ଵଂସ କରାଯାଇଛି। ସୂଚନା ଅନୁଯାୟୀ, ସୁରକ୍ଷା କର୍ମୀଙ୍କ ଚଢାଉ ବେଳେ ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଥିଲା। ଘଟଣାସ୍ଥଳରୁ କିଛି ଖସି ପଳାଇଥିବାରେ ସକ୍ଷମ ହୋଇଥିବା ବେଳେ କିଛି ମାଓବାଦୀ ମୃତାହତ ହୋଇଥିବା ଖବର ମିଳୁଛି। ଏହା ସହ ସେହି ଅଞ୍ଚଳରୁ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଶୁଣିବାକୁ ମିଳିଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୬ ହଜାର ୫୭୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୨୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୦ ଲକ୍ଷ ୬୩ ହଜାର ୪୯୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୮୨୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୫୦ ହଜାର ୬୮୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୫୫ ହଜାର ୯୮୬ ଆକ୍ଟିଭ୍‌ କେସ୍ ରହିଛି।

Read More