ରମେଶ ମହାନ୍ତି ଜଗତସିଂହପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ବର୍ହିଃବିଭାଗ ଠାରେ ବରିଷ୍ଠ ନାଗରିକ ମାନଙ୍କର କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସହରର ଯେଉଁ ବରିଷ୍ଠ ନାଗରିକମାନଙ୍କର ବୟସ ୧.୧.୨୦୨୨ ସୁଦ୍ଧା ୬୦ ବର୍ଷ କିମ୍ବା ୬୦ବର୍ଷରୁ ଉର୍ଦ୍ଧ୍ଵ ସେମାନଙ୍କୁ ସହରାଞ୍ଚଳ ଆଶା ମାନଙ୍କ ଦ୍ୱାରା ଚିହ୍ନଟ କରାଯାଇ ଟୀକା ପ୍ରଦାନ କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଜଗତସିଂହପୁର ସହର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିରିଡ଼ି ଠାରେ ମାର୍ଚ୍ଚ ୧ ଓ ୨ ତାରିଖରେ ଟୀକାକରଣ କରାଯିବ। ସୋମବାର ଦିନ (ଗତକାଲି)ପ୍ରଥମ ଦିବସରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଠାରେ ୬୯ଜଣଙ୍କୁ ଓ ବିରିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୮୬ଜଣଙ୍କୁ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟୀକାକରଣ କରାଯାଇଛି। ଉକ୍ତ ଜିଲ୍ଲା ସ୍ତରୀୟ ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ବିଜୟା ପଣ୍ଡା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ…
Author: Samikhsya Bureau
କେନ୍ଦ୍ରାପଡା: ବ୍ୟାଙ୍କ ସମ୍ବନ୍ଧୀୟ କୈାଣସି ତଥ୍ୟ କାହାରିକୁ ହସ୍ତାନ୍ତର ନକରିବା ପାଇଁ ବାରମ୍ବାର ସୂଚନା ଦିଆଯାଉ ଥିଲେ ମଧ୍ୟ ସାଇବର ଠକମାନେ ଏଟିଏମ୍ କାର୍ଡଥିବା ଖାତାଧାରୀ ମାନଙ୍କୁ ବିଭିନ୍ନ ପ୍ରକାର କଥାରେ ପ୍ରଲୋଭିତ କରି ଲୁଟ କରୁଥିବା ଅଭିଯୋଗ ହେଉଛି। କରିଲୋପାଟଣା ପଂଚାୟତର ସନ୍ଥପଡା ଗ୍ରାମର ଆଶୁତୋଷ ରାଉଳଙ୍କୁ ତୁମ ଆକାଉଣ୍ଟ ସିଜ ହୋଇଯିବ ଟଙ୍କା ଉଠାଇ ପାରିବ ନାହିଁ ଆଦି କଥାକହି ଓଟିପି ନମ୍ବର ମାଗିଥିଲେ। ତାଙ୍କ କଥାରେ ବିଶ୍ୱାସ କରି ଓଟିପି ନମ୍ବର ଦେବାପରେ ତାଙ୍କ ଆକାଉଣ୍ଟରୁ ଠକମାନେ ୨୦ ହଜାର ଟଙ୍କା ଉଠାଇ ନେଇଥିବା ଜଣାପଡିଛି। ଏନେଇ ଶ୍ରୀ ରାଉଳ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ପାଖରେ ଅଭିଯୋଗ କରିଥିବା ଜଣାପଡିଛି।
କେନ୍ଦ୍ରାପଡା: କେନ୍ଦ୍ରାପଡା ସଦରଥାନା ଅଧିନ କପାଳେଶ୍ୱର ପଂଚାୟତର କପାଳେଶ୍ୱର ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟି ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ସେହି ଗ୍ରାମର ସାବିର ମହମ୍ମଦଙ୍କ ଘରେ ରୋଷେଇ ଚାଲୁଥିବା ବେଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ଏଥିରେ ସାବିର୍ ଗୁରୁତର ଭାବେ ଆହତ ହୋଇ କେନ୍ଦ୍ରାପଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଭିନ୍ନମତ ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ତଦନ୍ତ କରାଗଲେ ପ୍ରକୃତ ଘଟଣା ଜଣାପଡିବ ବୋଲି ଜଣାପଡିଛି।
ଭୁବନେଶ୍ବର: ବୁର୍ଲାସ୍ଥିତ ଭିସୁଟରେ ୨୫ ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିବା ରିପୋର୍ଟ ଭୁଲ ବୋଲି କୁହାଯାଇଛି। ୨୫ ଜଣ ଛାତ୍ରଙ୍କ ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ଆସିଥିଲା। ହେଲେ ତାହା ଭୁଲ ରିପୋର୍ଟ ଏବଂ ଏହି ପରୀକ୍ଷା କିଟ ଖରାପ ଥିବାରୁ ଏଭଳି ଭୁଲ ରିପୋର୍ଟ ଆସିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଭିସୁଟରେ କେହି ଛାତ୍ର କରୋନାରେ ଆକ୍ରାନ୍ତ ହୋଇନାହାନ୍ତି ବୋଲି ସ୍ପଷ୍ଟିକରଣ ରଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ। ପୁନର୍ବାର ଆରଟିପିସିଆର ଟେଷ୍ଟ ପରେ ସମସ୍ତ ଛାତ୍ରଙ୍କ ରିପୋର୍ଟ ନେଗେଟିଭ ଆସିଛି।
ଭୁବନେଶ୍ୱର: ଚଳିତବର୍ଷ କୋଭିଡ୍ ଗାଇଡ ଲାଇନ୍ ମଧ୍ୟରେ ଭୁବନେଶ୍ୱରସ୍ଥ ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ଜାଗର ଯାତ୍ରା କରିବାକୁ ସ୍ଥିର ହୋଇଛି। ମହାଶିବରାତ୍ରୀରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଓ ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ମନ୍ଦିର ଭିତରେ ପ୍ରବେଶ ଉପରେ କଟକଣା ରଖାଯାଇଛି। ଭକ୍ତମାନଙ୍କୁ ମନ୍ଦିର ଗର୍ଭଗୃହ ମଧ୍ୟକୁ ପ୍ରବେଶ ଉପରେ କଟକଣା ରହିବ। କେବଳ ଆଡ଼କାଠରେ ରହି ଦର୍ଶନ କରିହେବ। ସମ୍ପୂର୍ଣ୍ଣ ବ୍ୟାରିକେଡ୍ ଭିତରେ ନିୟମ ଅନୁସାରେ ଭକ୍ତ ଦର୍ଶନ କରିବେ। ଶ୍ରଦ୍ଧାଳୁଙ୍କ ପାଇଁ ଛାଇ ଓ ପିଇବା ପାଣିର ବ୍ୟବସ୍ଥା କରାଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ମନ୍ଦିର ଭିତରେ ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁଙ୍କର ସ୍କ୍ରିନିଂ କରାଯିବ। ଯେଉଁମାନଙ୍କଠାରେ କରୋନା ଲକ୍ଷଣ ଦେଖାଯିବ ସେମାନଙ୍କର ଆଂଟିଜେନ୍ ଟେଷ୍ଟ କରାଯିବ ବୋଲି ବିଏମ୍ସି କମିଶନର କହିଛନ୍ତି।
ଭୁବନେଶ୍ବର , ଆଜି ସୁନା ଦର ବହୁ ପରିମାଣରେ ହ୍ରାସ ପାଇଛି। ଯାହା ଏକ ରେକର୍ଡ ବୋଲି କୁହାଯାଉଛି। ଆଜି 24 କ୍ୟାରେଟ ସୁନ 10 ଗ୍ରାମ ପିଛା ପ୍ରାୟ 1040 ଟଙ୍କା କମିଛି। ଏହି ପରିମାଣର ହ୍ରାସ ଆଗରୁ କେବେ ହୋଇ ନ ଥିଲା। ଫଳରେ ଆଜି 24 କ୍ୟାରେଟ ସୁନା ଦର ଭୁବନେଶ୍ବରରେ 45 ହଜାର 9ଶହ 30 ଟଙ୍କା ରହିଛି। ଗତକାଲି ଏହି ଦର 46 ହଜାର 9ଶହ 70 ଟଙ୍କା ଥିଲା। ସେହିପରି 22 କ୍ୟାରେଟ ସୁନା ଦର ମଧ୍ୟ ପ୍ରାୟ 950 ଟଙ୍କା କମିଛି। ଗତକାଲି ଏହା 10 ଗ୍ରାମ ପିଛା 43 ହଜାର 50 ଟଙ୍କା ଥିବା ବେଳେ ଆଜି ଏହା 42 ହଜାର 100 ଟଙ୍କା ରହିଛି। ଗତ ସାତ ଦିନ ମଧ୍ୟରେ ସୁନା ଦର ଏତେ ପରିମାଣର ହ୍ରାସ ପାଇ ନ ଥିଲା।
କୋରାପୁଟ: ଛତିଶଗଡ ଯାଉଥିବା ଏକ କାରରୁ ପାଖାପାଖି ୮ କୋଟି ଟଙ୍କାର ନକଲି ନୋଟ ଜବତ କରାଯାଇଛି। ସୁଙ୍କି ଆଉଟପୋଷ୍ଟ ନିକଟରୁ ୭ କୋଟି ୯୦ ଲକ୍ଷର ନକଲି ନୋଟ ପଟାଙ୍ଗୀ ପୋଲିସ ଜବତ କରିଛି। ନକଲି ନୋଟ ସହ ୩ ଜଣଙ୍କୁ ପୋଲିସ ଅଟକ ରଖିଛି। ଏନେଇ ସୁନାବେଡା ଏସଡିପିଓ ସୂଚନା ଦେଇଛନ୍ତି।
ଭୁବନେଶ୍ବର- ଭୁବନେଶ୍ୱର ଜିଲ୍ଲା ସବ୍ ରେଜିଷ୍ଟ୍ରାର ଅଫିସରେ ଭୁବନେଶ୍ୱର ବାର ଆସୋସିଏସନର ଓକିଲମାନେ ତାଲା ପକାଇଛନ୍ତି। ଓକିଲମାନେ କହିଛନ୍ତି ଯେ, ଜଣେ ଜମି ମାଲିକ ଚାହିଁଲେ ତାଙ୍କ ଜମିର କିଛି ଅଂଶ ବା ସବ୍ ପ୍ଲଟକୁ ବିକ୍ରି କରିପାରିବେ ନାହିଁ । ଯଦି ବିକ୍ରି କରିବେ ପୁରା ଜମିକୁ ବିକ୍ରି କରିବେ। ଏହି ନିୟମ ବିଡ଼ିଏ ଜାରି କରିଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ବିଲଡରଙ୍କ ପ୍ରଭାବରେ ବିଡ଼ିଏ ଏହି ନିୟମ ଆଣିଥିବା ସେମାନେ ଅଭିଯୋଗ କରିଛନ୍ତି ।ଏହାର ପ୍ରତିବାଦରେ ସବ୍ ରେଜିଷ୍ଟ୍ରାର ଅଫିସରେ ତାଲା ପକାଯାଇଛି।
ଭବାନୀପାଟଣା: ତିନି ବର୍ଷର ଶିଶୁକନ୍ୟାକୁ ଯୌନ ନିର୍ଯାତନା ଅଭିଯୋଗ। ଏଭଳି ଏକ ସଙ୍ଗିନ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ମସ୍କାପଦର ଗ୍ରାମରୁ। ଝାମୁଯାତ୍ରା ଦେଖିବାକୁ ଯାଇଥିବା ବେଳେ ଶିଶୁକନ୍ୟାର ମଉସା ମିଠା କିଣି ଖାଇବାକୁ ଦେବାର ପ୍ରଲୋଭନ ଦେଖାଇ ତାକୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଆଜି ଶିଶୁକନ୍ୟାର ପରିବାର ପକ୍ଷରୁ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହ ଶିଶୁକନ୍ୟାର ଡ଼ାକ୍ତରୀମାଇନା କରାଯାଇଛି। କଳାହାଣ୍ଡି ଜିଲ୍ଲାରେ ଘଟିଯାଇଥିବା ଏଭଳି ଏକ ଲଜ୍ଜ୍ୟାଜନକ ଘଟଣାକୁ ନେଇ ସାଧାରଣରେ ଚାଂଚଲ୍ୟ ଖେଳିଯାଇଛି।
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ତୃପ୍ତିନଗର ୨ନଂ ଲେନ୍ ରୁ ଗତ ୨୭ ତାରିଖ ଦିନ ଏକ ନକଲି ବିଦେଶି ମଦ ଫ୍ୟାକ୍ଟ୍ରି ଧରାପଡିବା ଏବଂ ଏଠାରେ ପ୍ରସ୍ତୁତ ନକଲି ମଦ ଗ୍ରାମାଚଂଳକୁ ଯାଉଥିବା ଜଣାପଡିବା ପରେ ଅବକାରୀ ବିଭାଗ ପକ୍ଷରୁ ଦୁମୁଦୁମି ଗ୍ରାମରେ ଚଢ଼ଉ କରାଯାଇ କିଛି ନକଲି ବିଦେଶୀ ମଦ ଜବତ ହୋଇଛି। ନକଲି ବିଦେଶୀ ମଦ ଧରାପଡିବା ପରେ ଅବକାରୀ ବିଭାଗ ସକ୍ରିୟ ହୋଇଉଠିଛି। ବିଭାଗ ପକ୍ଷରୁ ଏନେଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରହିଛି। ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ଏକ ଟିମ୍ ଗୋଳନ୍ଥରା ଥାନା ଅନ୍ତର୍ଗତ ଦୁମୁଦୁମି ଗ୍ରାମରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଗ୍ରାମରେ ଥିବା ଏକ ଘରୁ ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ କରିଥିଲା। ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ମହିଳା ଜଣକ ନିଜ ଘରେ ଏହି…
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା କେଉଟ ସାହିରେ ଜଣେ ଯୁବକଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ହୁମ୍ମା ବଡ଼ସାହି ଗ୍ରାମର ଦଣ୍ଡପାଣି ବିଶ୍ୱାଳ। ଦଣ୍ଡପାଣି ଗତକାଲି ରାତିରେ ଶୌଚ ହେବାକୁ ଯାଇ ଆଉ ଘରକୁ ଯାଇ ଫେରିନଥିଲେ। ଆଜି ସକାଳେ ତାଙ୍କ ମୃତଦେହ କେଉଟ ସାହି ନିକଟରେ ପଡିଥିବା ଏବଂ ମୃତଦେହ ନିକଟରେ ଭଙ୍ଗା ଇଟା, କାଠ ଫାଳିଆ ପଡିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ହୁମ୍ମା ଫାଣ୍ଡି ଅଧିକାରୀ ଓ ରମ୍ଭା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଛନ୍ତି। ପୋଲିସ ପକ୍ଷରୁ ଏନେଇ ଛାନଭିନ୍ ଜାରୀ ରହିଛି। ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୨ ହଜାର ୨୮୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୧ ଲକ୍ଷ ୨୪ ହଜାର ୫୨୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୨୪୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୯୮ ହଜାର ୯୨୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୬୮ ହଜାର ୩୮୫ ଆକ୍ଟିଭ୍ କେସ୍ ରହିଛି।
କୋଲକାତା, ପଶ୍ଚମବଂଗ ବିଧାନସଭା ନିର୍ବାଚନରେ ବିହାରର ରାଷ୍ଟ୍ରିୟ ଜନତା ଦଳ ତୃଣମୂଳ କଂଗ୍ରେସକୁ ସମର୍ଥନ କରିବ। ଏନେଇ ଉଭୟ ମମତା ବାନାର୍ଜୀ ଏବଂ ତେଜସ୍ବୀ ଯାଦବ ଘୋଷଣା କରିଛନ୍ତି। ତେଜସ୍ବୀ କୋଲକାତା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି। ସେ କହିଛନ୍ତି ଯେ, ଆରଜେଡି ମୁଖ୍ୟ ଲାଲୁ ଯାଦବ ମମତା ଦିଦିଙ୍କୁ ପୂର୍ଣ୍ଣ ସମର୍ଥନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ଦଳ ମମତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମସ୍ତ ସହଯୋଗ ଦେବ ବୋଲି ତେଜସ୍ବୀ କହିଛନ୍ତି। ଉଭୟ ଦୀର୍ଘ ସମୟ କଥାବାର୍ତ୍ତା ହେବା ପରେ ବାହାରକୁ ଆସି ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଥିଲେ। ତେବେ ଆରଜେଡି କେବଳ ମମତାଙ୍କୁ ସମର୍ଥନ ଦେବ। ନିର୍ବାଚନ ପ୍ରଚାରରେ ସାମିଲ ହେବ। କୌଣସି ପ୍ରାର୍ଥୀ ଦେବ ନାହିଁ। ଏହାକୁ ନେଇ ମମତା କହିଛନ୍ତି ଯେ ବିହାରରେ ବିଜେପି ସରକାର ଭାଙ୍ଗିବ, ପଶ୍ଚିମବଂଗରେ ବିଜେପି ହାରିବ। ଏହାକୁ ନେଇ…
ଭୁବନେଶ୍ୱର, କାର୍ଯ୍ୟରେ ଗୁରୁତର ଅବହେଳା ଓ ବିଭାଗ ଦ୍ୱାରା ଜାରି କରାଯାଇଥିବା ଧାନ ସଂଗ୍ରହ ସଂପର୍କିତ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଭିଯୋଗରେ ବରଗଡ଼ ଜିଲ୍ଲାର ପଦ୍ମପୁର ସର୍କଲର ସହକାରୀ ରେଜିଷ୍ଟ୍ରାର, ସମବାୟ ସମିତି ସମୂହ ସଂଜୟ କୁମାର ତ୍ରିପାଠୀଙ୍କୁ କାର୍ଯ୍ୟରୁ ନିଲଞ୍ଚନ କରାଯାଇଛି । ସେହିପରି ସବ୍-ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର କୋଅପରେଟିଭ୍ ସୋସାଇଟି (ଏସ୍ଏଆର୍ସିଏସ୍) ତଥା ପଦ୍ମପୁର ନିୟନ୍ତ୍ରିତ ବଜାର କମିଟିର ସଂପାଦକ ଧର୍ମେନ୍ଦ୍ର ଭୋଇ ଏବଂ ଇନସପେକ୍ଟର କୋଅପରେଟିଭ୍ ସୋସାଇଟି ତଥା ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟିର ସଂପାଦକ ଶଶାଙ୍କ ଶେଖର ସାହାଣୀଙ୍କୁ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସରକାରଙ୍କ ଦ୍ୱାରା କାର୍ଯ୍ୟରେ ନିଲମ୍ବନ କରାଯାଇଛି । ନିଳମ୍ବନ ଆଦେଶ ତୁରନ୍ତ କାଯ୍ୟକାରୀ କରାଯାଇଛି ଏବଂ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଉଛି ବୋଲି ସମବାୟ ବିଭାଗ ତରଫରୁ କୁହାଯାଇଛି।
ନୂଆଦିଲ୍ଲୀ, ହିନ୍ଦୁ ଧର୍ମରେ କପାଳରେ ତିଳକ ପ୍ରୟୋଗ କରିବାର ପରମ୍ପରା ଶତାବ୍ଦୀ ଧରି ଚାଲିଆସୁଛି। ଧାର୍ମିକ ଶାସ୍ତ୍ର ବ୍ୟତୀତ ତିଳକ ପ୍ରୟୋଗ କରିବା ମଧ୍ୟ ମାନସିକ ଦୃଷ୍ଟିକୋଣରୁ ଲାଭଦାୟକ ଅଟେ । କୁହାଯାଏ ଯେ କପାଳରେ ତିଳକ ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ଆସିଥାଏ ଏବଂ ମନ ମଧ୍ୟ ମସ୍ତିଷ୍କକୁ ଥଣ୍ଡା କରିଥାଏ । ଏହା ସହିତ ତିଳକ ମଧ୍ୟ ଶରୀରର ଶୁଦ୍ଧତାର ପ୍ରତୀକ ବୋଲି ବିଶ୍ୱାସ କରାଯାଏ । କୁହାଯାଏ ଯେ ବିନା ସ୍ନାନ ଏବଂ ଇଶ୍ବରଙ୍କୁ ଧ୍ୟାନ ନ କରି ତିଳକ ପ୍ରୟୋଗ କରାଯାଏ ନାହିଁ । ଏହା କଲେ ଆମର ଶକ୍ତି କେନ୍ଦ୍ର ଉପରେ ମଧ୍ୟ ଏହାର କୁପ୍ରଭାବ ପଡିଥାଏ । ହିନ୍ଦୁ ଧର୍ମରେ ତିଳକର ପ୍ରୟୋଗ ବିଷୟରେ ଏକ ବିଶ୍ୱାସ ଅଛି ଯେ ଆମ ଶରୀରରେ ସାତଟି ସୂକ୍ଷ୍ମ ଶକ୍ତି କେନ୍ଦ୍ର ଅଛି ଯାହାର ଅପାର ଶକ୍ତି ଅଛି । ଏମାନଙ୍କୁ ଚକ୍ର କୁହାଯାଏ। କପାଳ…
ମେଷ- ଖର୍ଚ୍ଚ ଅଧିକ ହେବ । ଟେନସନ ରହିବେ। କ୍ଳାନ୍ତ ହୋଇଯିବ। ରିସ୍କ ନିଅନ୍ତୁ ନାହିଁ। ଥୟ ଧର ମାତାର ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେବେ। ବିବାଦ ହୋଇପାରେ। ରୋଜଗାରରେ ଇଚ୍ଛାକୃତ ସଫଳତା ହାସଲ। ପରିବାର ଏବଂ ସମାଜରେ ଆପଣଙ୍କର କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ । ବୃଷ- ଭ୍ରମଣ, ବିନିଯୋଗ ଏବଂ ଚାକିରି ଆପଣଙ୍କୁ ଅନୁକୂଳ ସୁବିଧା ଦେବ। ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ରିସ୍କ ନିଅନ୍ତୁ ନାହିଁ । ତତ୍ପରତା ନାହିଁ । କାରବାରରେ ସାବଧାନ ରୁହନ୍ତୁ। ଉଚ୍ଚ ପଦାଧିକାରୀଙ୍କଠାରୁ ଆପଣ ସମ୍ମାନ ଏବଂ ଗୁରୁତ୍ୱ ପାଇବେ । ଧାର ଦେଇଥିବା ଟଙ୍କା ପାଇବ। ପୁଞ୍ଜି ବିନିଯୋଗ ଲାଭଦାୟକ ହେବ। ମିଥୁନ- ଯୋଜନା ଫଳପ୍ରଦ ହେବ । କାର୍ଯ୍ୟକୁ ପ୍ରଶଂସା କରାଯିବ । ଆୟ ବୃଦ୍ଧି ପାଇବ । ଚିନ୍ତା ଏବଂ ଟେନସନ ରହିବ । ଲଜ୍ଜିତ ହୁଅନ୍ତୁ ନାହିଁ । ପିଲାମାନେ ଏବଂ ଭାଇମାନଙ୍କ ଦ୍ୱାରା…
ବିଛା- ସୃଜନଶୀଳ କାର୍ଯ୍ୟରେ ସଫଳ ହେବେ । ସୁସ୍ୱାଦୁ ଖାଦ୍ୟ ଦ୍ୱାରା ଦିନଟି ଉପଭୋଗ ହେବ । ଟଙ୍କା ମିଳିବା ସହଜ ହେବ । ଖୁସି ହେବେ । ମନୋରଞ୍ଜନ ପାଇଁ ସୁଯୋଗ ରହିବ । ମକର- ପରିଶ୍ରମର ଫଳ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ ହେବ । ପ୍ରତିଷ୍ଠା ବୃଦ୍ଧି ପାଇବ । ଭ୍ରମଣ, ବିନିଯୋଗ ଏବଂ ଚାକିରି ଅନୁକୂଳ ହେବ । ଲଜ୍ଜିତ ହୁଅନ୍ତୁ ନାହିଁ । ଆର୍ଥିକ ସ୍ଥିତି ସନ୍ତୋଷଜନକ ହେବ । କୁମ୍ଭ- ଅତିଥିମାନେ ଆସିବେ । ଆପଣ ଉତ୍ସାହଜନକ ସୂଚନା ପାଇବେ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ରୋଜଗାର କରିବେ । କାରବାରରେ ନିୟମିତ ଋଣ କାଟିବାକୁ ପଡିବ । ମୀନ- ଭ୍ରମଣ, ଚାକିରି ଏବଂ ବିନିଯୋଗ ଅନୁକୂଳ ଲାଭ ଦେବ । ଚାକିରି ପାଇବ । ଅପ୍ରତ୍ୟାଶିତ ଲାଭ ହେବ । ରିସ୍କ ନିଅନ୍ତୁ ନାହିଁ । ଆପଣ…
କର୍କଟ- ବ୍ୟବସାୟ ଭଲ କରିବ । ଶୁଭ ସମୟ ଯିବା ସମୟରେ ଆପଣଙ୍କର ଜିନିଷଗୁଡିକ ସୁରକ୍ଷିତ ରଖନ୍ତୁ । ପୌତୃକ ସମ୍ପତ୍ତି କ୍ଷେତ୍ରରେ ଅଗ୍ରଗତି ହେବ । ଚାକିରିରେ ମଧ୍ୟମ ଆଚରଣ ଜରୁରୀ । କନ୍ୟା- ଏକ ସ୍ଥାନ ବା ଜାଗା ପ୍ରାପ୍ତ ଯୋଗ ରହିଛି। ଟଙ୍କା ପାଇବା ସହଜ ହେବ । ପ୍ରେମ ପ୍ରସ୍ତାବ ମିଳିପାରିବ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ସାଧାରଣ ପ୍ରତିଷ୍ଠା, ସମ୍ମାନ ସହିତ ଉତ୍ସାହିତ ହେବେ । ଖର୍ଚ୍ଚ ହ୍ରାସ କରିବାକୁ ପ୍ରୟାସ କରିବାକୁ ପଡିବ । ତୂଳା- ସମ୍ପତ୍ତି କାର୍ଯ୍ୟ ନେଇ ଉପକୃତ ହେବେ । ପ୍ରଗତିର ରାସ୍ତା ପକ୍କା ହେବ। ବ୍ୟବସାୟ ଭଲ କରିବ । ଘର ବାହାରେ ସୁଖ ମିଳିବ । ପିଲାମାନଙ୍କ ଚିନ୍ତା କମ୍ ହେବ । ପ୍ରାକୃତିକ ଚିନ୍ତାଧାରା ବଦଳିଯିବ ।
ଧନୁ – ଆଜି ଧାଁଦଉଡ ଲାଗି ରହିବ। ବକ୍ତବ୍ୟରେ କଟୁ ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ଖରାପ ଖବର ମିଳିପାରେ । ଚିନ୍ତିତ ହେବେ । ମାନସିକ ଶାନ୍ତି ରହିବ । ବ୍ୟବସାୟିକ ବିବାଦକୁ ସହଜରେ ସମାଧାନ କରିବାକୁ ସକ୍ଷମ ହେବେ । ବକ୍ତବ୍ୟରେ ସଂଯମତା ରଖିବା ଉଚିତ୍ । ଅଧସ୍ତନମାନେ ସାହାଯ୍ୟ କରିବେ । ସିଂହ- ଆଘାତ, ଚୋରି ଏବଂ ବିବାଦ ଯୋଗୁଁ କ୍ଷତି ସମ୍ଭବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କୁସଂଗରୁ ଦୂରେଇ ରୁହନ୍ତୁ । କ୍ଳାନ୍ତ ହୋଇଯିବ । ପରିବାରରେ ଆର୍ଥିକ ସମସ୍ୟା ଉପରେ ଆଲୋଚନା ହେବ। ଅନ୍ୟମାନଙ୍କୁ ଅସମ୍ମାନ କରନ୍ତୁ ନାହିଁ । କାର୍ଯ୍ୟ କ୍ଷେତ୍ରରେ ସଫଳତା ଏବଂ ସନ୍ତୁଷ୍ଟତା ରହିବ ।
ମେଷ- ଖର୍ଚ୍ଚ ଅଧିକ ହେବ। ଟେନସନ ରହିବେ। କ୍ଳାନ୍ତ ହୋଇଯିବ । ରିସ୍କ ନିଅନ୍ତୁ ନାହିଁ। ଥୟ ଧର ମାତାର ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେବେ। ବିବାଦ ହୋଇପାରେ। ରୋଜଗାରରେ ଇଚ୍ଛାକୃତ ସଫଳତା ହାସଲ । ବୃଷ- ଭ୍ରମଣ, ବିନିଯୋଗ ଏବଂ ଚାକିରି ଆପଣଙ୍କୁ ଅନୁକୂଳ ସୁବିଧା ଦେବ । ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ । ରିସ୍କ ନିଅନ୍ତୁ ନାହିଁ । ତତ୍ପରତା ନାହିଁ । କାରବାରରେ ସାବଧାନ ରୁହନ୍ତୁ । ଉଚ୍ଚ ପଦାଧିକାରୀଙ୍କଠାରୁ ଆପଣ ସମ୍ମାନ ଏବଂ ଗୁରୁତ୍ୱ ପାଇବେ । ମିଥୁନ- ଯୋଜନା ଫଳପ୍ରଦ ହେବ । କାର୍ଯ୍ୟକୁ ପ୍ରଶଂସା କରାଯିବ । ଆୟ ବୃଦ୍ଧି ପାଇବ । ଚିନ୍ତା ଏବଂ ଟେନସନ ରହିବ । ଲଜ୍ଜିତ ହୁଅନ୍ତୁ ନାହିଁ । ପିଲାମାନେ ଏବଂ ଭାଇମାନଙ୍କ ଦ୍ୱାରା ଉପକୃତ ହେବେ । ଘରୋଇ ସାମଗ୍ରୀ କିଣିବେ । ମଙ୍ଗଳବାର ସକାଳୁ ପଢନ୍ତୁ ରାଶିଫଳର ବିସ୍ତୁତ…
ନୂଆଦିଲ୍ଲୀ, ଜ୍ୟୋତିଷ ଅନୁଯାୟୀ, ମହାଦେବଙ୍କ ଆଶୀର୍ବାଦ ଯୋଗୁଁ ଏହି ରାଶିମାନଙ୍କ ପରିବାରରେ ସୁଖର ପରିବେଶ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ। ପରିବାର ସହିତ ଧାର୍ମିକ ଯାତ୍ରା ହୋଇପାରେ। ଜୀବନସାଥୀଙ୍କ ସହିତ ପ୍ରେମ ସମ୍ପର୍କ ଭଲ ହେବ। ଆପଣ ସମସ୍ତ କାର୍ଯ୍ୟ ଏକ ଆନ୍ତରିକ ମନ ସହିତ କରନ୍ତୁ। ଆପଣଙ୍କର ଦୈନନ୍ଦିନ ଜୀବନରେ ଅନେକ ବଡ଼ ପରିବର୍ତ୍ତନ ଦେଖିବେ। ମା ଲକ୍ଷ୍ମୀଙ୍କ କୃପା ସହିତ ଆର୍ଥିକ ସ୍ଥିତି କ୍ରମାଗତ ଭାବରେ ଦୃଢହେବ, କିନ୍ତୁ ଆପଣ ନିଜକୁ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଆପଣଙ୍କର ପ୍ରକୃତ ପ୍ରେମ ପାଇବା ପାଇଁ ସମସ୍ତ ସମ୍ଭାବନା ରହିଛି। ଏହା ସହିତ, ଆପଣଙ୍କର ବ୍ୟବସାୟ ଏବଂ ଚାକିରି ପ୍ରୟାସରେ ସଫଳ ହେବାର ସମ୍ଭାବନା ଅଛି। ଆର୍ଥିକ ପରିସ୍ଥିତି ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ,ଦାମ୍ପତ୍ୟ ଜୀବନରେ ସୁଖ ବୃଦ୍ଧି ପାଇବ। ଆପଣ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ଅଧିକ ଆଗ୍ରହୀ ହୋଇପାରନ୍ତି। ଚାକିରି ଏବଂ ବ୍ୟବସାୟରେ, ଆପଣ…

