ଭୁବନେଶ୍ୱର, ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବିଭୁ ପ୍ରସାଦ ତରାଇ ଆଜି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି । ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଉପସଭାପତି ଭାବେ ବିଧାୟକ ସନାତନ ବିଜୁଳୀ, ଦୁର୍ଗା ତନ୍ତୀ, ମନିଜର ଆର୍ଯ୍ୟ, ହେମନ୍ତ କୁମାର ମଲ୍ଲିକ, ରାମବିଶ ଦିଗାଲ, ଚନ୍ଦନ ସ୍ୱରାଜଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି । ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଭାବେ ବିଧାୟକ ମୁକେଶ ମହାଲିଙ୍ଗ ଓ ରାଘବ ମଲ୍ଲିକଙ୍କୁ ଦାୟୀତ୍ୱ ଦିଆଯାଇଥିବାବେଳେ ରାଜ୍ୟ ସଂପାଦକ ଭାବେ କୀର୍ତନ ଦାସ, ବିକାଶ କୁମାର ବେହେରା, ଗିରିଧାରୀ ଦାସ, ଶାନ୍ତିଲତା ସେଠୀ, ଇଶ୍ୱର ବାଗ, ଜି. ସଂଜୀବ କୁମାର, କୋଷାଧ୍ୟକ୍ଷ ଭାବେ ଜଗନ୍ନାଥ ବେହେରା ଏବଂ କାର୍ଯ୍ୟାଳୟ ସଂପାଦକ ଭାବେ…
Author: Samikhsya Bureau
କୋଲକାତା, ଦେଶର ଅର୍ଥନୀତି ସମ୍ଭାଳୁଥିବା ପଶ୍ଚିମବଙ୍ଗରେ ଆଜି ଯୁବକମାନେ ରୋଜଗାର ନ ପାଇବା କାରଣରୁ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ଯୁବକଙ୍କୁ ରୋଜଗାର ଦେବା ପାଇଁ ଏଠାରେ ସରକାରଙ୍କୁ ପରିବର୍ତନ କରି ମୋଦି ସରକାରଙ୍କୁ ଅଣାଯିବା ଜରୁରୀ ବୋଲି ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ସମେତ ଅନେକ ସ୍ଥାନରେ ବିଜେପି ଦ୍ୱାରା ଆୟୋଜିତ ପରିବର୍ତ୍ତନ ଯାତ୍ରାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ଭାରତୀୟ ସଭ୍ୟତା, ଜୀବନ, ସ୍ୱାଧୀନତାର ସଂଗ୍ରାମ, କଳା, ସାହିତ୍ୟ ଓ ସଂସ୍କୃତିରେ ପଶ୍ଚିମବଙ୍ଗର ସ୍ଥାନ ବହୁ ଉର୍ଦ୍ଧ୍ୱରେ ରହିଛି । କିନ୍ତୁ ଏଠାରେ ଅନେକ ମୌଳିକ ସମସ୍ୟା ସମେତ ବିଶେଷ ଭାବରେ ରୋଜଗାର ମୁଖ୍ୟ ସମସ୍ୟା ହୋଇଛି । ଅନେକ ଶିଳ୍ପକାରଖାନା ଗୁଡିକ ବନ୍ଦ ହୋଇ ପଡିଛି । ଫଳରେ ରୋଜଗାର ନ ମିଳିବା କାରଣରୁ ଏଠାକାର ଯୁବକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ…
ଭୁବନେଶ୍ୱର, ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଆଜି ମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା, ମୋର୍ଚ୍ଚାର ବିଭିନ୍ନ ବିଭାଗର ସଂଯୋଜିକା ଏବଂ ସହ ସଂଯୋଜିକାମାନଙ୍କ ନାମ ତାଲିକା ଘୋଷଣା କରିଛନ୍ତି । ଏଥିରେ ୬ ଜଣଙ୍କୁ ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ଦାୟୀତ୍ୱ ଏବଂ ୨ ଜଣଙ୍କୁ ସାଧାରଣ ସଂପାଦିକା ଏବଂ ୫ ଜଣଙ୍କୁ ସଂପାଦିକା ଦାୟୀତ୍ୱ ଦିଆଯାଇଛି। ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ଭାବେ କାନନବାଳା ପଟ୍ଟନାୟକ, ନିୟତି ଗିରି, ସୁଷମା ରାଣି ବିଶ୍ୱାଳ, ନିରୋଜ ନଳିନୀ ମାହାଲ୍ଲିକ, ଅନୁ ଚୌଧୁରୀ, କସ୍ତୁରୀ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ଭାବେ ବବିତା ପାତ୍ର ଓ କଳ୍ପନା ଲେଙ୍କା, ସଂପାଦିକା ଭାବେ କୌଶଲ୍ୟା ନାୟକ, ରଶ୍ମିରେଖା ଦାସ, ଜୟଲକ୍ଷ୍ମୀ ମହାନ୍ତି, ଇତିଶ୍ରୀ ଜେନା, ରଂଜିତା ପାଣିଗ୍ରାହୀ ଏବଂ…
ଭୁବନେଶ୍ୱର, କୋଟିଆ ବିବାଦ ସଂକ୍ରାନ୍ତରେ ଆଜି ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ସରକାରଙ୍କର ସମାଲୋଚନା କରିଛନ୍ତି ନିରଂଜନ। ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅପାରଗତା ଓ ଦୂର ଦୃଷ୍ଟି ହୀନତା ପାଇଁ ଆମ ମାତୃଭୂମିର ମାଟିକୁ ଆମେ ହରାଇବାକୁ ଯାଉଛୁ । ଆଗରୁ ମହାନଦୀର ପାଣିକୁ ଆମେ ହରାଇଥିଲୁ, ଏବେ କୋଟିଆ ପରି ଅଂଚଳ ଗୁଡ଼ିକ ପାଇଁ ପ୍ରଶ୍ନବାଚୀ ହୋଇଛି । ଏହା ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଓଡ଼ିଶାର ସୀମାନ୍ତରେ ୭୬ଟି ଗାଁ ବିବାଦୀୟ ବୋଲି ଚିହ୍ନଟ ହୋଇଛି । କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୁରଭଞ୍ଜ, କେଉଁଝର ଓ ବାଲେଶ୍ୱର ଜିଲ୍ଲା ମାନଙ୍କରେ ଥିବା ଏହି ୭୬ଟି ଗାଁ ଗୁଡ଼ିକ ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ସହିତ…
କେନ୍ଦୁଝର, କେନ୍ଦୁଝରରେ ଏକ ଯାତ୍ରୀବାହୀ ବସ ଉପରେ ଅନ୍ୟ ଏକ ଲୁହାପଥର ବୋଝେଇ ଟ୍ରକ ଖସି ପଡିଛି। ଘଟଣାରୁ ଜଣାପଡିଛି ଯେ, ମୟୁରଭଞ୍ଜ କରଞ୍ଜିଆରୁ OD 05-F 6899,(ପଦ୍ମାବତୀ) ନମ୍ବର ବିଶିଷ୍ଠ ବସଟି ଭୁବନେଶ୍ୱର ଅଭିମୁଖେ ଯାଉଥିଲା। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଶାଳପଡ଼ା ଠାରେ ଥିବା ଓଭର ବ୍ରିଜ ତଳେ ବସ ଟି ଅତିକ୍ରମ କରିଥିବା ସମୟରେ ବ୍ରିଜ ଉପରେ ଯାଉଥିବା ଏକ ଲୁହାପଥର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ତଳକୁ ଖସି ବାସ ଉପରେ ପଡିଥିଲା। ସୌଭାଗ୍ୟ ବଶତଃ ବସ ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଟ୍ରକ ଡ୍ରାଇଭର ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ବସ ର କଣ୍ଡକ୍ଟର ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳୁଛି।ଖବର ପାଇ ଘଷିପୁରା ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳ ରେ ପହଁଚି ଆହତ ମାନଙ୍କୁ ଡାକ୍ତର ଖାନାରେ ଭର୍ତି କରିବା ସହ ଉଦ୍ଧାର…
ଜୟପୁରରେ ଏକ କୃଷକ ମହାପଞ୍ଚାୟତକୁ ସମ୍ବୋଧିତ କରୁଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ
ଭୁବନେଶ୍ୱର, ମୟୁରଭଞ୍ଜ ଜିଲ୍ଲାର ସାରସକଣା ଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ଓଡିଶାର ଅଧିବାସୀ ଏବଂ ଆଉ ଜଣେ ହେଉଛନ୍ତି ଝାଡଖଣ୍ଡର ଅଧିବାସୀ। ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।
ଭୁବନେଶ୍ବର, ଆଜି ରାଜ୍ୟରୁ 53 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 31 ଜଣ ଅଛନ୍ତି। ସେହିପରି ସ୍ଥାନୀୟ ସଂସ୍ପର୍ଶରେ ଆସି 22 ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ତେବେ ଆଜି ସମ୍ବଲପୁର ଜିଲ୍ଲାରେ ସର୍ବାଧିକ 11 ଜଣ ଆକ୍ରାନ୍ତ ହୋଇଛନ୍ତି। ରିପୋର୍ଟ ଅନୁସାରେ ବିଭିନ୍ନ ଜିଲ୍ଲାର କରୋନା ସ୍ଥିତି ହେଲା.. 1. Balasore: 1 2. Bargarh: 4 3. Bhadrak: 2 4. Balangir: 1 5. Boudh: 1 6. Cuttack: 3 7. Jajpur: 4 8. Jharsuguda: 5 9. Kalahandi: 1 10. Khurda: 3 11. Koraput: 3 12. Nuapada: 3 13. Puri: 2 14. Rayagada: 1 15. Sambalpur: 11 16. Sonepur: 1 17. Sundargarh: 7
ମୁମ୍ବାଇ, ବର୍ତ୍ତମାନ ମହାରାଷ୍ଟ୍ରରେ କରୋନା ଅଣଆୟତ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ଫଳରେ ମହାରାଷ୍ଟ୍ର ସରକାର ପୁଣି ଥରେ ଲକଡାଉନ ଘୋଷଣା କରିଛନ୍ତି। ବର୍ତ୍ତମାନ ପାଇଁ ସପ୍ତାହନ୍ତ ଏହି ଲକଡାଉନ ଘୋଷଣା ହୋଇଛି। ଆସନ୍ତାକାଲି ଅମରାବତିରେ ଏହି ସପ୍ତାହନ୍ତ ଲକଡାଉନ କରାଯିବ। ଶନିବାର ରାତି 8 ଟାରୁ ଏହି ଲକଡାଉନ ଆରମ୍ଭ ହୋଇ ସୋମବାର ସକାଳ 7ଟା ପର୍ଯ୍ୟନ୍ତ ଲାଗୁ ରହିବ। ଏହି ସମୟରେ ସମସ୍ତ ଦୋକାନବଜାର ବନ୍ଦ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଏହି ସମୟରେ ଜରୁର କାଳିନ ସେବା ଜାରି ରହିବ। ସେହିପରି ଯବତମାଳ ଜିଲ୍ଲାରେ ମଧ୍ୟ କରୋନା ପାଇଁ କଟକଣା ଜାରୀ କରାଯାଇଛି। ଏହି ଜିଲ୍ଲାରେ ପାଞ୍ଚରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରୀ କରାଯାଇଛି। ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବା ପାଇଁ କୁହାଯାଇଛି। ଏହି କଟକଣାକୁ ମାନିବା ପାଇଁ ଲୋକମାନଙ୍କୁ…
କୋଣାର୍କ, ଆଜି ହେଉଛି ମାଘ ସପ୍ତମୀ। ଏହିଦିନ ଚନ୍ଦ୍ରଭାଗା କୂଳରେ ବୁଡ ପକାଇଲେ ବିଭିନ୍ନ ରୋଗରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଛି। ସେଥିପାଇଁ ହଜାରହଜାର ଭକ୍ତ ମାଘ ସପ୍ତମୀରେ ଏହି ଚନ୍ଦ୍ରଭାଗାରେ ବୁଡ ପକାଇଥାନ୍ତି। ହେଲେ ଚଳିତ ବର୍ଷ କରୋନା ପାଇଁ ଚନ୍ଦ୍ରଭାଗା କୂଳରେ କଟକଣା ଜାରୀ କରାଯାଇଛି। ଭକ୍ତମାନେ ଏକାଠି ନ ହେବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଥିଲା। ଏପରିକି ଚନ୍ଦ୍ରଭାଗା ଅଞ୍ଚଳରେ 144 ଧାରା ବଳବତ୍ତର କରାଯାଇଛି। କେବଳ ବିଧି ଅନୁସାରେ କିଛି ସାଧୁସନ୍ଥଙ୍କୁ ସେଠାରେ ପୂଜାଅର୍ଚ୍ଚନା କରିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା।
ସିଂହ: – ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ । ଭଲ ଖବର ଗ୍ରହଣ କରାଯିବ । ସଂପତ୍ତି ମୂଲ୍ୟ ବୃଦ୍ଧି ହେବ । ଏହା ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ବିବେଚନା କରାଯିବ । ଦୀର୍ଘ ଯାତ୍ରା ଇଚ୍ଛା ହେବ । ବ୍ୟବସାୟ ଲାଭଦାୟକ ହେବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ତତ୍ପରତା ନାହିଁ । କନ୍ୟା: – ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଘର ବାହାରେ ପଚରାଉଚରା କରାଯିବ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ । ଟଙ୍କା ପାଇବା ସହଜ ହେବ । ଲାଭ ସୁଯୋଗ ଆସିବ । ଚାକିରିରେ ଠିକ୍ ସମୟରେ ପ୍ରଶଂସା ପାଇବେ । ସମୟ ସୁସଙ୍ଗତତାର ଲାଭ ନିଅ। ପାରିବାରିକ ଚିନ୍ତା ହ୍ରାସ ପାଇବ ।
ମେଷ: – ଜମି ବିକ୍ରୟ ଏବଂ ନିର୍ମାଣ ଲାଭଦାୟକ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବିବାଦରୁ ଦୂରେଇ ରୁହନ୍ତୁ। ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି ବଡ କାମ କରିବାକୁ ସମର୍ଥ ହେବେ । ବୃଷ: – ରାଜ୍ୟ ସହଯୋଗରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ। ବିବାହ ପ୍ରସ୍ତାବ ପକ୍କା ହେବ। ଯଦି ଆବଶ୍ୟକ ଆଇଟମ୍ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଚାକିରି ପ୍ରଭାବ ବୃଦ୍ଧି କରିବ। ଆୟ ବୃଦ୍ଧି ପାଇବ। ସମୟ ସୁସଙ୍ଗତତା ମିଳିବ । ଅଳସୁଆ ପ୍ରାଧାନ୍ୟ ଦେବ । ଘରେ…
ମକର : – କାର୍ଯ୍ୟରେ ମନ ଦେବେ ନାହିଁ । ବ୍ୟବସାୟ ଲାଭଦାୟକ ହେବ । ଆୟରେ ନିଶ୍ଚିତତା ରହିବ । ପରିବାରରେ ଶାନ୍ତି ରହିବ। ଇଚ୍ଛା ଶକ୍ତି ଏକ ଅପଚୟ ହେବ । ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ । କୁମ୍ଭ: – ବୁଡିଯାଇଥିବା ଟଙ୍କା ଗ୍ରହଣ କରାଯାଇପାରେ । ଯାତ୍ରା ଅନୁକୂଳ ହେବ । ନୂତନ କାର୍ଯ୍ୟଗୁଡ଼ିକ ଆସିବ । ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ । ସମୟ ସୁସଙ୍ଗତତାର ଲାଭ ନିଅନ୍ତୁ । ଅଧସ୍ତନମାନଙ୍କ ସହଯୋଗ ମିଳିବ । ଲାଭ ସୁଯୋଗ ଆସିବ । ମୀନ: – ନୂଆ ପୋଷାକ ପାଇଁ ଖର୍ଚ୍ଚ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ବାହାର ଯାତ୍ରା ଅନୁକୂଳ ଲାଭ ଦେବ । ନୂତନ ଚାକିରି ମିଳିପାରିବ । କାର୍ଯ୍ୟ ସନ୍ତୁଷ୍ଟ ହେବ ।
ସିଂହ: – ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ । ଭଲ ଖବର ଗ୍ରହଣ କରାଯିବ । ସଂପତ୍ତି ମୂଲ୍ୟ ବୃଦ୍ଧି ହେବ । ଏହା ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ବିବେଚନା କରାଯିବ । ଦୀର୍ଘ ଯାତ୍ରା ଇଚ୍ଛା ହେବ । କନ୍ୟା: – ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଘର ବାହାରେ ପଚରାଉଚରା କରାଯିବ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ । ଟଙ୍କା ପାଇବା ସହଜ ହେବ । ଲାଭ ସୁଯୋଗ ଆସିବ । ଚାକିରିରେ ଠିକ୍ ସମୟରେ ପ୍ରଶଂସା ପାଇବେ । ତୂଳା: – ଯୋଜନା ସଫଳ ହେବ । ପଦ୍ଧତିରେ ଉନ୍ନତି ହେବ । ଏହି ସଫଳତାରେ ଖୁସି ହେବେ । କଠିନ ପରିଶ୍ରମ ସଫଳ ହେବ । ଲାଭ ସୁଯୋଗ ଆସିବ । ସମ୍ମାନ ପାଇବୋ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ । ସେୟାର ବଜାର…
ନୂଆଦିଲ୍ଲୀ, ଟଙ୍କା ଅଭାବରୁ ନିରାଶ ହେବେ । ଥଟ୍ଟା ଠାରୁ ଦୂରେଇ ରୁହନ୍ତୁ । ଅଧିକାରୀମାନେ ଚାକିରିରେ ଅଧିକ ଆଶା କରିବେ । ବନ୍ଧୁଙ୍କ ସମର୍ଥନ ହେବ ନାହିଁ । କ୍ଳାନ୍ତ ହୋଇଯିବ । ବ୍ୟବସାୟ ଲାଭଦାୟକ ହେବ । ଖରାପ ଖବର ଗ୍ରହଣ କରାଯାଇପାରେ । ଏହି ଦୁଇଟି ରାଶି ହେଲା କର୍କଟ ଏବଂ ଧନୁ ରାଶି।ଯାନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । କୌଣସି ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ । ବ୍ୟବସାୟରୁ ଏଥର ଲାଭବାନ ହେବ । ବିନିଯୋଗରେ ତତ୍ପର ହୁଅନ୍ତୁ ନାହିଁ । ଆୟ ରହିବ । ଥକ୍କା ଏବଂ ଦୁର୍ବଳତା ହୋଇପାରେ । ଅଜ୍ଞାତ ଭୟ ରହିବ । ଅସନ୍ତୁଷ୍ଟ ହେବାର ସମ୍ଭାବନା ରହିବ ।
ବୃଷ: – ରାଜକର୍ମିଙ୍କ ସହଯୋଗରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ । ବିବାହ ପ୍ରସ୍ତାବ ପକ୍କା ହେବ। ଯଦି ଆବଶ୍ୟକ ଆଇଟମ୍ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ମିଥୁନ: – ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେକୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ସୁଖ ଏବଂ ମନୋରଞ୍ଜନର ମାଧ୍ୟମ ଉପଲବ୍ଧ ହେବ । ବ୍ୟବସାୟ ଲାଭଦାୟକ ହେବ ।
ନୂଆଦିଲ୍ଲୀ, ସାଧାରଣତଃ ସକାଳୁ ଯଦି କିଛି ଭଲ ହୁଏ ତେବେ ଭାବିନେବା ଉଚିତ ଯେ, ଦିନ ସାରା ଭଲ ହେବ। ସକାଳୁ ଉଠିବା ପରେ ଯଦି କିଏ ଖରାପ ଖବର ପାଏ ତେବେ ସେ ଭାବି ନିଏଯେ ଆଜି ଦିନ ତମାମ ଖରାପ ରହିବ। ତେବେ ଏହକ କେତେକ ବିଶ୍ବାସ କରୁଥିବା ବେଳେ ଅନେକ ଅନ୍ଧବିଶ୍ବାସ ବୋଲି ଭାବନ୍ତି। ତେବେ ପ୍ରାଚୀନ ଗ୍ରନ୍ଥରେ ଏହା ଉପରେ ଅନେକ ମତ ଉଲ୍ଲେଖ କରାଯାଇଛି। କେତେକ ଜିନିଷ ଅଛି ଯାହା ସକାଳୁ ଦେଖିଲେ କିମ୍ବା ଶୁଣିଲେ ଦିନସାରା ଭଲ କିମ୍ବା ଖରାପ ହୋଇଥାଏ। ସେହି ଭଳି କିଛି ତଥ୍ୟ ଆମେ ଆପଣଙ୍କ ଅବଗତି ପାଇଁ ଉଲ୍ଲେଖ କରୁଛୁ। ଯଦି ଆପଣ ସକାଳୁ ଉଠିବା ମାତ୍ରେ ମନ୍ଦିରର ଘଣ୍ଟି କିମ୍ବା ଶଙ୍ଖ ଶଦ୍ଦ ଶୁଣନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ। ଏହା କେବଳ ଆପଣଙ୍କ ଦିନକୁ ଭଲରେ କରେ ନାହିଁ ବରଂ ଏହା ଜୀବନରେ…
ଭୁବନେଶ୍ବର, ପରିଚାଳନାଗତ କାରଣକୁ ଦୃଷ୍ଟିରେ ରଖି ବିଶାଖାପାଟନମ୍-ଚେନ୍ନାଇ ସେଣ୍ଟ୍ରାଲ୍ ଏବଂ ପୁରୀ-ଯଶବନ୍ତପୁର ସ୍ୱତନ୍ତ୍ର ଟ୍ରେନ ଦ୍ବୟଙ୍କୁ ୨୦୧୧ ଜୁନ ମାସ ୨୫ ତାରିଖ ଠାରୁ ପ୍ରତ୍ୟକ ଦୁଇଟି ଷ୍ଟେସନ ଠାରେ ରହଣି ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ ୦୨୦୦୭ ବିଶାଖାପାଟନମ୍-ଚେନ୍ନାଇ ସେଣ୍ଟ୍ରାଲ ସାପ୍ତାହିକ ସ୍ପେଶାଲ୍ ବିଶାଖାପାଟନମ୍ ରୁ ୨୫ ଜୁନ୍, ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ୟ୍ୟନ୍ତ ନରସିଂପାଲ୍ଲୀ ଏବଂ ଟୁନି ଷ୍ଟେସନରେ ରହଣି କରିବ ନାହିଁ। ସେହିଭଳି, ୦୨୦୬୩ ପୁରୀ-ଯଶୋବନ୍ତପୁର ବିଶେଷ ଟ୍ରେନ ୨୫ ଜୁନ୍, ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ୟ୍ୟନ୍ତ ତାଡେପଲିଗୁଡେମ୍ ଏବଂ ଟୁନି ଷ୍ଟେସନରେ ରହଣି କରିବ ନାହିଁ। ଏହି ଟ୍ରେନ ଦ୍ବୟ ଅନ୍ୟାନ୍ୟ ନିର୍ଦ୍ଧାରିତ ଷ୍ଟେସନରେ ସମୟ ସାରଣୀରେ କୌଣସି ପରିବର୍ତନ କରାଯିବ ନାହିଁ।
ନୂଆଦିଲ୍ଲୀ, ଶୁକ୍ର ଦେବ ଫେବୃଆରୀ 21 ରେ ରାଶି ପରିବର୍ତ୍ତନ କରି କୁମ୍ଭରେ ପ୍ରବେଶ କରୁଛନ୍ତି। ସେଠାରେ ସେ 16 ମାର୍ଚ୍ଚ ରାତି 3 ଟା ପର୍ଯ୍ୟନ୍ତ ଏଠାରେ ରହିବେ। ଶୁକ୍ର କୁମ୍ଭରେ 25 ଦିନ ପାଇଁ ଗମନ କରିବେ। ଏହା ପରେ ଶୁକ୍ର ମୀନ ରାଶିରେ ପ୍ରବେଶ କରିବେ। ଶୁକ୍ରଙ୍କର ଏହି ଚଳନ ଯୋଗୁଁ ବହୁ ରାଶି ପ୍ରଭାବିତ ହେବ। ଆସନ୍ତୁ ଜାଣିବା ଶୁକ୍ରଙ୍କର ଏହି ଚଳନ ଯୋଗୁଁ କେଉଁ ରାଶି ପାଇଁ ଶୁଭ ଏବଂ ଭଲ ଫଳ ଶୁକ୍ର ଆଣିବ। ମେଷ- ମେଷ ରାଶିର ଏକାଦଶ ଘରେ ଶୁକ୍ର ଗମନ କରୁଛନ୍ତି। ଏକାଦଶ ଘର ଏହି ରାଶିର ବ୍ୟକ୍ତିଙ୍କ ଆୟ, କାର୍ଯ୍ୟ, ଇଚ୍ଛା, ବଡ ଭାଇଭଉଣୀ ଏବଂ ବୋହୂ ସହିତ ଜଡିତ। ଏହି ସମୟରେ ଭାଇଭଉଣୀଙ୍କ ସହିତ ବିବାଦ କରନ୍ତୁ ନାହିଁ। ଯଦି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି, ତେବେ ଏହାକୁ ସ୍ଥଗିତ ରଖନ୍ତୁ।…
ବାହରାମପୁର (ପଶ୍ଚିମବଙ୍ଗ): ନିର୍ବାଚନ ଘୋଷଣା ହେବାର ସମୟ ଯେତିକି ପାଖଉଛି ପଶ୍ଚିମ ବଂଗରେ ହିଂସାତ୍ମକ କାର୍ଯ୍ୟ ସେତିକି ବଢିବାରେ ଲାଗିଛି। ଦଳବଦଳଠାରୁ ଆରମ୍ଭ କରି ସଭାସ୍ଥଳରେ ଭଙ୍ଗାରୁଜା କରିବା, ନେତାମାନଙ୍କୁ ଆକ୍ରମଣ କରିବା ପରି ପରିସ୍ଥିତି ମଧ୍ୟ ପରିଲକ୍ଷିତ ହେବାରେ ଲାଗିଛି। ବିଶେଷ କରି ବିଜେପି ଓ ତ୍ରୁଣମୂଳ କଂଗ୍ରେସ ମଧ୍ୟରେ ଏହା ତୀବ୍ର ରୂପ ଧାରଣ କରିଛି। ଗତକାଲି ରାତିରେ କେତେକ ଅଜଣା ଆକ୍ରମଣକାରୀଙ୍କ ଦ୍ୱାରା ରାଜ୍ୟ ମନ୍ତ୍ରୀ ଜାକିର ହୁସେନ୍ ଗୁରୁତର ଆହତ ହୋଇଛନ୍ତି।ଏହି ଆକ୍ରମଣରେ ମନ୍ତ୍ରୀଙ୍କ ସହ ଉପସ୍ଥିତ ଥିବା ଅତି କମରେ ଦୁଇଜଣ ଲୋକ ମଧ୍ୟ ଆହତ ହୋଇଥିବା ପୋଲିସ କହିଛି।ପଶ୍ଚିମବଙ୍ଗ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାତି 10 ଟା ସମୟରେ ହୁସେନ୍ ଷ୍ଟେସନର 2 ନମ୍ବର ପ୍ଲାଟଫର୍ମରେ କୋଲକାତା ଯାଉଥିବା ଟ୍ରେନକୁ ଅପେକ୍ଷା କରିଥିଲେ। ଏହି ସମୟରେ ତାଙ୍କ ଉପରେ କେତେକ ଦୁର୍ବୁତ ବୋମା ପିଙ୍ଗି ମାରାଣତ୍ମାକ ଆକ୍ରମଣ କରିଥିଲେ।…
ଭୁବନେଶ୍ୱର: ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ସର୍ବଭାରତୀୟ ସାଧାରଣ ସମ୍ପାଦକ ଡ଼କ୍ଟର ବିପିନ ବିହାରୀ ମିଶ୍ର ୫ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଡ଼କ୍ଟର ମିଶ୍ରଙ୍କୁ ଓଡ଼ିଶାର ସାଧାରଣ ସମ୍ପାଦକ ଲା ଇଂ ବିପିନ ବିହାରୀ ନାୟକ, ଅର୍ଥବିଭାଗ ସମ୍ପାଦକ ସୁରେଶ ଚନ୍ଦ୍ର ମହାପାତ୍ର, ସଂସ୍ଥାର କୋଅର୍ଡ଼ିନେଟର ବାଳକୃଷ୍ଣ ରାଉତ, କଟକର ସମ୍ପାଦକ ଅଶୋକ ମହାପାତ୍ର ଓ ଶ୍ରମ ସଂସ୍କାର କର୍ମକର୍ତ୍ତା ଶ୍ୟାମସୁନ୍ଦର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଡ଼କ୍ଟର ମିଶ୍ରଙ୍କର ଓଡ଼ିଶା ଗ୍ରସ୍ତ ଏହି ସଂସ୍ଥାର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରି କିପରି ଜନସାଧାରଣଙ୍କ ପାଖରେ ପହଞ୍ଚିବ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ ।

