Author: Samikhsya Bureau

ଭୁବନେଶ୍ବର: ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର ନବରଙ୍ଗପୁର ଜିଲ୍ଲାର ଡଙ୍ଗର ପାହାଡ ଓ ଜଙ୍ଗଲର ଶାନ୍ତ ସବୁଜ ପରିବେଶକୁ ଦେଖିଲେ ସ୍ୱର୍ଗୀୟ ସୁଖ ଅନୁଭବ ହୋଇଥାଏ। ଜନଜାତି ବହୁଳ ନବରଙ୍ଗପୁର ଜିଲ୍ଲାର ନିଜସ୍ୱ ସଂସ୍କୃତି ଓ ଜନଜାତି ଜୀବନଧାରା ଓଡିଶାର ସାଂସ୍କୃତିକ ଚିତ୍ରପଟ୍ଟକୁ ଗରିମାମୟ କରିଛି। ଜନଜାତି ସଂପ୍ରଦାୟଙ୍କ କଳା, ସଂସ୍କୃତି ଓ ପରମ୍ପରା ଭିତରେ ଲୁଚି ରହିଥିବା ବାସ୍ତବତାକୁ ଲୋକଲୋଚନକୁ ଆଣୁଛି ଏହି ମହୋତ୍ସବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବରଙ୍ଗପୁର ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ଭାଇଚାରାର ଭବ୍ୟ ମହୋତ୍ସବ ‘ମଣ୍ଡେଇ ୨୦୨୪’ ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲାବାସୀଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାର ବିକାଶ ପାଇଁ ୪୬୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ୨୬୧ଟି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ନବରଙ୍ଗପୁର ହିର୍ଲି ମଣ୍ଡେଇ ପଡିଆରେ ତିନି ଦିନ ଧରି ଆୟୋଜିତ…

Read More

ଭୁବନେଶ୍ବର: ଶେଷରେ ବରିଷ୍ଠ ଆଇପିଏସ ଡି ଏସ କୁଟ୍ଟେଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ସେ ବର୍ତ୍ତମାନ ବର୍ଡର ସିକ୍ୟୁରିଟ ଫୋର୍ସର ଆଇଜି ଭାବେ କାର୍ଯ୍ୟ କରିବେ। ଏ ନେଇ ବିଧିବଧ ଭାବେ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟକୁ ଚିଠି କରାଯାଇଛି। ଏଥିରେ ରାଜ୍ୟ ସରକାର ତାଙ୍କୁ ତୁରନ୍ତ ରିଲିଭ କରିବା ପାଇଁ କୁହାଯାଇଛି। ଗତ ନିର୍ବାଚନରେ ଡି ଏସ କୁଟ୍ଟେ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରାଯାଇ ତାଙ୍କୁ ନିଲମ୍ବନ କରାଯାଇଥିଲା। ଏହାପରେ ତାଙ୍କର ନିଲମ୍ବନ ହଟାଇ ରାଜ୍ୟ ସରକାରଙ୍କ ଓଏସଡି ଭାବେ ବସେଇ ଦିଆଯାଇଥିଲା। ତାଙ୍କୁ କୌଣସି ପଦବୀରେ କାର୍ଯ୍ୟ କରିବା ପାଇଁ ସୁଯୋଗ ଦିଆଯାଇ ନ ଥିଲା। ତାଙ୍କର ଭବିଷ୍ୟତ କଣ ହେବ ସେ ନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକଟ କରାଯାଇଥିଲା। ହେଲେ ଶେଷରେ କେନ୍ଦ୍ର ସରକାର ତାଙ୍କୁ ନିଜ ଅଧିନକୁ ନେବା ସହିତ ଗୁରୁତ୍ବ ପୂର୍ଣ୍ଣ ପଦବୀରେ ନିଯୁକ୍ତି ଦେଇଛନ୍ତି।

Read More

ବରଗଡ: ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ସାଧାରଣ ଲୋକଙ୍କ ସମସ୍ୟା ଶୁଣି ଲୋକଙ୍କ ସରକାର ଆଖ୍ୟା ପାଇଥିଲେ। ମା ମାନଙ୍କୁ ସୁଭଦ୍ରା ଯୋଜନାରେ ସହାୟତା ଦେଇ ମା ମାନଙ୍କ ସରକାର ଭାବେ ମଧ୍ୟ ସୁନାମ କରିଥିଲେ। ଆଜି ଚାଷୀ ମାନଙ୍କୁ ଧାନ କ୍ଵିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସବସିଡି ଦେଇ, ସରକାର ହୋଇଛନ୍ତି ‘ଚାଷୀଙ୍କ ସରକାର’। ବରଗଡର ସୋହେଲାରେ ଉତ୍ସବର ସମାବେଶ। ଚାଷୀ ଭାଇମାନଙ୍କ ମଧ୍ୟରେ ଆଜି ଖୁସିର ଲହର । ଲୋକଙ୍କ ସରକାର ଆଜି ଚାଷୀ ଭାଇ ମାନଙ୍କୁ ଦେଉଛନ୍ତି ସେମାନଙ୍କ ପରିଶ୍ରମର ମୂଲ୍ୟ। ଚାଷୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଚାଷୀମାନଙ୍କୁ ଧାନର ସର୍ବନିମ୍ନ ମୂଲ୍ୟ ୨୩୦୦ ଟଙ୍କା ଉପରେ ଆଜି ଅତିରିକ୍ତ ୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଚାଷୀମାନେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇଲେ। ଏହି ଅବସରରେ…

Read More

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟ ଓ ଭାଇଚାରାର ଭବ୍ୟ ମହୋତ୍ସବ ମଣ୍ଡେଇ-୨୦୨୪ ମହାସମାରୋହରେ ଉଦଘାଟିତ ହୋଇଛି। ଏହି  ପାଞ୍ଚ ଦିନିଆ ମହୋତ୍ସବରେ ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଜନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ରାଜ୍ୟସଭା ସାଂସଦ ମଜିବୁଲ୍ଲା ଖାନ, ବିଧାୟକ  ମନୋହର ରନ୍ଧାରୀ  ବିଧାୟକ, ଗୌରୀଶଙ୍କର ମାଝୀ, ବିଧାୟକ ନରସିଂହ ଭତରା ପ୍ରମୁଖ ଉପସ୍ଥିତ ଥିଲେ। ଅପରାହ୍ନ ରେ ନବରଙ୍ଗପୁର ର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ପୀଠ ରେ ପୂଜାର୍ଚ୍ଚନା ପରେ ଆଜ୍ଞାମାଳ ବାହାରିଥିଲା। ପରେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ମଣ୍ଡେଇ ପଡିଆ ଅଭିମୁଖେ ବାହାରିଥିଲା। ପାରମ୍ପରିକ ନୃତ୍ୟ ଗୀତ ସହ ବେଶ ଭୁଷା…

Read More

ଭୁବନେଶ୍ବର: ଦେଶରେ ମୋଟ 85ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଏ ନେଇ ଗତକାଲି କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତି ହୋଇଛି। ସେଥିମଧ୍ୟରୁ ଓଡିଶାରେ ମୋଟ ଆଠଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ମିଳିଛି। ସେଗୁଡିକ ହେଲା ଟିଟିଲାଗଡ଼, ଜିଲ୍ଲା ବଲାଙ୍ଗିର ପଟଣାଗଡ଼, ଜିଲ୍ଲା ବଲାଙ୍ଗିର ଆଇଟିବିପି ଖୋର୍ଦ୍ଧା, ଜିଲ୍ଲା ଖୋର୍ଦ୍ଧା ଆଠମଲ୍ଲିକ, ଜିଲ୍ଲା ଅନୁଗୁଳ କୁଚିନ୍ଦା, ଜିଲ୍ଲା ସମ୍ବଲପୁର ଢେଙ୍କାନାଳ (କାମାକ୍ଷାନଗର) ଜୟପୁର, କୋରାପୁଟ ଜିଲ୍ଲା ତାଳଚେର, ଜିଲ୍ଲା ଅନୁଗୁଳ

Read More

ଭୁବନେଶ୍ବର: ଶେଷରେ ବେଦାନ୍ତର ମନମୁଖୀ ପାଉଁଶ ପରିବହନକୁ ନେଇ ବିଧାନସଭାରେ ଉଠିଛି ପ୍ରଶ୍ନ। ବେଦାନ୍ତ କଂପାନୀ ବେଆଇନି ଭାବେ ପାଉଁଶ ଫିଙ୍ଗିଥିବା ବେଳେ ସରକାର କାହିଁକି ଆଖିବୁଜି ବସିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଏପରିକି ସରକାରଙ୍କ ବେଦାନ୍ତ ପ୍ରତି ଏପରି ଦୟା କାହିଁକି ବୋଲି କଂଗ୍ରେସ ଗୃହରେ ପ୍ରକାଶ କରିଛି। ଓଡିଶା ବିଧାନସଭାର ଶୀତକାଳିନ ଅଧିବେସନର ସପ୍ତମ ଦିନରେ ଏହି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ସି ଏସ ରାଜନ ଏକ୍କା। ସେ କହିଛନ୍ତି ଯେ, ବେଦାନ୍ତର ଝାରସୁଗୁଡା କଂପାନୀ ମନଇଚ୍ଛା ପାଉଁଶ ବିଭିନ୍ନ ଚଳପ୍ରଚଳ ସ୍ଥାନରେ ପକାଉଛି। ଏପରିକି ଝାରସୁଗୁଡା ଜଙ୍ଗଲ ଭିତରେ ପାଉଁଶର ପାହଡ ସୃଷ୍ଟି କରିଛି। ଏ କଥା ସରକାର ଜାଣିଥିଲେ ମଧ୍ୟ କାହିଁକି ଚୁପ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ବେଦାନ୍ତର ଏପରି ପାଉଁଶ ପରିଚାଳନା ନେଇ ପ୍ରଦୂଷଣ ବୋର୍ଡ ତାଙ୍କୁ ଜରିମାନା ମଧ୍ୟ କରିଛି। ହେଲେ…

Read More

ଭୁବନେଶ୍ବର: ପୁଚିକି ଗାଲି, ଫେସନ ବାଲି, ଚାଲି ତୋ ବମ୍ବେ ଦିଲ୍ଲୀ….ଗୀତଟି ନବେ ଦଶକରେ ବେଶ ହିଟ ହୋଇଥିଲା। ସୁନା ପଂଜୁରୀ ଚଳଚିତ୍ରର ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜିଙ୍କ ଅଭିନିତ ଏହି ଗୀତଟି ବେଶ ଲୋକପ୍ରିୟ। ତେବେ ନବେ ଦଶକର ଏହି ଚଳଚିତ୍ରର ଗୀତଟି ଏବେ ପୁଣି ଚର୍ଚ୍ଚାକୁ ଆସିଛି। ତେବେ ତାହା କୌଣସି ଚଳଚିତ୍ର ସଂପର୍କିତ ନୁହେଁ। ବରଂ ସିଦ୍ଧାନ୍ତ ମହାପାତ୍ର ଏହି ଗୀତଟି ବିଜେପି ବିଧାୟକଙ୍କ ଆଗରେ ବୋଲିବା ନେଇ ଚର୍ଚ୍ଚା ଚାଲିଛି। ଦେଖନ୍ତୁ ଏହି ଭିଡିଓ… ପୁରୀରେ ଅନୁଷ୍ଠିତ ହୋଇଥିବା ନୌସେନା ଦିବସରେ ବିଧାୟକମାନେ ଯିବା ପାଇଁ ଏକ ବସର ବ୍ୟବସ୍ଥା କରାଯାଇଥିଲା। ଏହି ବସରେ କେବଳ ବିଜେପି ବିଧାୟକମାନେ ଯାଇଥିଲେ। ସେମାନେ ରାସ୍ତାରେ ଯିବା ବେଳେ ବେଶ ମଜା କରିଥିଲେ। ନିଜ ସିଟରୁ ଉଠି ଆସି ସିଦ୍ଧାନ୍ତ ନିଜର ଲୋକପ୍ରିୟ ଗୀତ ପୁଚିକି ଗାଲି ବୋଲି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସିଦ୍ଧାନ୍ତଙ୍କ ଗୀତରେ ତାଳ…

Read More

ଭୁବନେଶ୍ବର: ମହାରାଷ୍ଟ୍ରରେ ତୃତୀୟ ଥର ପାଇଁ ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ। ଆଜି ସନ୍ଧ୍ୟାରେ ମୁମ୍ବାଇ ଆଜାଦ ମୈଦାନରେ ହେବ ଶପଥ ଗ୍ରହଣ ଉତ୍ସବ। ତାଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ସବୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେବେ। ତେବେ ଏହି ଉତ୍ସବରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ମୁମ୍ବାଇ ଗସ୍ତ କରିଛନ୍ତି। ସେ ଆଜି ସକାଳ 10 ଟା 20 ରେ ଭୁବନେଶ୍ବର ଛାଡିଛନ୍ତି। ସେଠାରେ ସେ ଏହି ଉତ୍ସବରେ ଯୋଗ ଦେବା ପରେ ଆସନ୍ତାକାଲି ସକାଳ 10 ଟା 20 ମିନିଟରେ ଭୁବନେଶ୍ବରରେ ପହଞ୍ଚିବେ।

Read More

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଟାଟା ପାୱାର ଏସ.ଓ.ଡି.ଏଲ ପକ୍ଷରୁ  ପ୍ରଥମ ଥର ଲାଗି ଡ୍ରନ କ୍ୟାମେରା ନିୟୋଜିତ ହୋଇଛି। ସମ୍ପୃକ୍ତ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ଡ୍ରୋନ ସର୍ଭେ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଏହି ଡ୍ରୋନରେ ଅତ୍ୟାଧୁନିକ କେମେରା ସହ ଉନ୍ନତ ମାନର ଯନ୍ତ୍ର ବ୍ୟବହୃତ ହୋଇଛି। ଯାହା ଦ୍ଵାରା ଆକାଶ ମାର୍ଗରୁ ବଡ଼ ବଡ଼ ବିଦ୍ୟୁତ୍ ଖୁଣ୍ଟର ତ୍ରୁଟି ଏବଂ ଜିଲ୍ଳାର ବିଭିନ୍ନ ସ୍ଥାନରେ ଥିବା ଗ୍ରିଡ ଷ୍ଟେସନ୍ ମାନଙ୍କରେ ନଜର ରଖାଯିବ। ମାଲକାନଗିରି ଜିଲ୍ଲାର ଜଙ୍ଗଲ ପାହାଡ଼ ଅଂଚଳରେ ଏହି ଡ୍ରନ ୧୨୦ ଫୁଟ୍ ଉଚ୍ଚତାରେ ୧୦ କିଲୋମିଟର ଦୂରତା ପଯ୍ୟନ୍ତ ଅତିକ୍ରମ କରି ତ୍ରୁଟି ଖୋଜିବାରେ ସହାୟକ ହେବ। ଯାହା ଫଳରେ ଅତି କମ ସମୟରେ ତ୍ରୁଟିର ସମାଧାନ କରାଯାଇପାରିବ। ଆଉ ଉପଭୋକ୍ତାଙ୍କୁ ପୂର୍ବ ଭଳି ଅଧିକ ସମୟ ଧରି ବିଦ୍ୟୁତ ସେବାରୁ ବଞ୍ଚିତ ହେବାକୁ ପଡ଼ିବ ନାହିଁ ବୋଲି ଟାଟା ପାୱାର ଏସ.ଓ.ଡି.ଏଲ ର…

Read More

Women Heart Attack: କେବଳ କିଛି ମିନିଟ୍ ସିଢି ଚଢ଼ିବା କିମ୍ବା ଯୌନ ସମ୍ପର୍କରେ ରହିବା ମହିଳାମାନଙ୍କ ହୃଦ୍‌ରୋଗକୁ ୪୫% କମାଇପାରେ। ଏହିପରି ଏକ ଆଶ୍ଚର୍ଯ୍ୟ ଜନକ ରିପୋର୍ଟ ଗୋଟିଏ ବଡ ଗବେଷଣାରୁ ସ୍ପଷ୍ଟ ହୋଇଛି। ସପିଂ କରିବାକୁ ଯିବା ବେଳେ ସିଢ଼ି ଚଢ଼ିବା ପରି ଛୋଟ ଛୋଟ କାର୍ଯ୍ୟଗୁଡ଼ିକ ମହିଳାମାନଙ୍କ ହୃଦ୍‌ରୋଗ ଆଶଙ୍କାକୁ ଅଧାରୁ କମାଇ ପାରେ ବୋଲି ଏହି ଗବେଷଣାରୁ ଜଣାପଡିଛି। ଦିନ-ପ୍ରତିଦିନର କାର୍ଯ୍ୟଗୁଡ଼ିକ ନିଷ୍କ୍ରିୟ ଲୋକମାନଙ୍କ ପାଇଁ ହୃଦ୍‌ସମସ୍ୟାଗୁଡ଼ିକୁ ହ୍ରାସ କରିବାରେ ବେଶ ରାମବାଣ ପରି କାମ ଦେଇଛି ବୋଲି ସ୍ପଷ୍ଟ ହୋଇଛି। ଏହି ଗବେଷଣାଟି ୪୦ରୁ ୭୯ ବର୍ଷ ବୟସର ୨୨,୦୦୦ ଠାରୁ ଅଧିକ ବ୍ରିଟିଶ ଲୋକଙ୍କ ଉପରେ କରାଯାଇଥିଲା ଏବଂ ଦିନ-ପ୍ରତିଦିନ କାର୍ଯ୍ୟଗୁଡ଼ିକ କିପରି ଜୀବନ ରକ୍ଷାରେ ସାହାଯ୍ୟ କରେ ତାହା ସ୍ପଷ୍ଟ ହୋଇଛି। ବୈଜ୍ଞାନିକମାନେ ଏହି କ୍ଷୁଦ୍ର ରିଆକ୍ଟିଭ୍ ଶାରୀରିକ କାର୍ଯ୍ୟଗୁଡ଼ିକୁ “ଭିଗରସ୍ ଇଣ୍ଟରମିଟେଣ୍ଟ ଲାଇଫ୍‌ସ୍ଟାଇଲ୍ ଫିଜିକାଲ୍ ଆକ୍ଟିଭିଟି” ବୋଲି ନାମକରଣ କରିଛନ୍ତି।…

Read More

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଏବଂ ହୀରାକୁଦ ନଦୀବନ୍ଧ ଅଞ୍ଚଳରେ ପ୍ରାକୃତିକ ପର୍ଯ୍ୟଟନ ବିକାଶ ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମନ୍ତ୍ରଣାଳୟର ଲକ୍ଷ୍ୟସ୍ଥଳୀ ବିକାଶ ଡିଭିଜନ ପକ୍ଷରୁ ସରକାରୀ ଘରୋଇ ଭାଗିଦାରୀରେ ମଧ୍ୟ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି ଯାହାଦ୍ୱାରା ଦୀର୍ଘସ୍ଥାୟୀ ପର୍ଯ୍ୟଟନ ବିକାଶ ସହିତ ସ୍ଥାନୀୟ ଅର୍ଥବ୍ୟବସ୍ଥା ସମୃଦ୍ଧି ହେବ। ସାତକୋଶିଆରେ ୯୯.୯୯ କୋଟି ଟଙ୍କାର ବ୍ୟୟବରାଦ ସହିତ ପରିକଳ୍ପିତ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଏକ ବ୍ୟାପକ ଇକୋ ଟୁରିଜିମ୍ ବ୍ୟବସ୍ଥା ବିକଶିତ କରିବା ଯାହା ଏହି ଅଞ୍ଚଳର ସମୃଦ୍ଧ ଜୈବ ବିବିଧତା ଏବଂ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ସହିତ ସାମଗ୍ରିକ ପର୍ଯ୍ୟଟକଙ୍କ ଅଭିଜ୍ଞତାରେ ସୁଧାର ଆଣିବ। ବିଭିନ୍ନ ଭିତ୍ତିଭୂମି ଏବଂ ସେବାକୁ ବିସ୍ତାର କରି, ଏହି ପ୍ରକଳ୍ପ ଅନେକ ପ୍ରମୁଖ ଆହ୍ୱାନର ମୁକାବିଲା କରିବା ସହ ସାତକୋଶିଆକୁ…

Read More

ପୁରୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ପୁରୀ ବେଳାଭୂମିରେ ନୌସେନା ଦିବସ ସମାରୋହରେ ଯୋଗ ଦେବା ସହିତ ଭାରତୀୟ ନୌସେନା ଦ୍ୱାରା ଆୟୋଜିତ ସମରକୌଶଳ ପ୍ରଦର୍ଶନ ଦେଖିଛନ୍ତି। ଏହି ଅବସରରେ ଅଭିଭାଷଣ ପ୍ରଦାନ କରି ରାଷ୍ଟ୍ରପତି ନୌସେନା ଦିବସ ଅବସରରେ ଭାରତୀୟ ନୌସେନାର ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ, ଆଜି ଡିସେମ୍ବର ୪ ତାରିଖରେ ଆମେ ୧୯୭୧ ଯୁଦ୍ଧରେ ଆମର ଗୌରବମୟ ବିଜୟର ସ୍ମୃତିକୁ ପାଳନ କରୁଛୁ ଏବଂ ମାତୃଭୂମିର ରକ୍ଷା ପାଇଁ ନୌସେନା କର୍ମଚାରୀଙ୍କ ନିଃସ୍ୱାର୍ଥପର ସେବା ଏବଂ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରୁଛୁ। ଭାରତୀୟ ନୌସେନାର ସମସ୍ତ ଯବାନଙ୍କ ନିକଟରେ ଭାରତ କୃତଜ୍ଞ ଏବଂ ସମ୍ମାନ ଓ ସାହସର ସହ ଦେଶ ସେବା କରିଥିବାରୁ ପ୍ରତ୍ୟେକ ଭାରତୀୟ ସେମାନଙ୍କୁ ଆଜି ଅଭିନନ୍ଦନ ଜଣାଉଛନ୍ତି। ରାଷ୍ଟ୍ରପତି କହିଥିଲେ ଯେ ଭାରତର ଭୌଗଳିକ ସ୍ଥିତି ଆମକୁ ଏକ ମହାନ ସାମୁଦ୍ରିକ ରାଷ୍ଟ୍ର ହେବା ପାଇଁ ଆବଶ୍ୟକ ସମସ୍ତ…

Read More

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଖବର। ତାହା ହେଲା ଯେ, ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ଏ ନେଇ ତାରିଖ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ତାଙ୍କ କହିବା ଅନୁସାରେ ଆସନ୍ତା ଡିସେମ୍ବର 25 ତାରିଖ ବଡ ଦିନରେ ମିଳବ ଏହି ଟଙ୍କା। ବଡ ଦିନରେ ବଳକା ହିତାଧିକାରୀଙ୍କ ଖାତାକୁ ଏହି ଟଙ୍କା ଆସିବ। ଏଥିପାଇଁ ସମସ୍ତ ଯାଞ୍ଚ ପକ୍ରିୟା ଚାଲିଛି। ଏହା ଶେଷ ହେବା ପରେ 25 ତାରିଖ ବଡ ଦିନରେ ଟଙ୍କା ପ୍ରଦାନ କରାଯିବ। ତେବେ ଏହି ଟଙ୍କା ପାଇବା ପାଇଁ କେଉଁମାନେ ଯୋଗ୍ୟ କିମ୍ବା ଅଯୋଗ୍ୟ ତାହାର ତାଲିକା ପ୍ରସ୍ତୁତ ହେବ। ସେହି ତାଲିକା ବ୍ଲକ ଓ ମହାନଗର ସ୍ତରରେ ପ୍ରକାଶ କରାଯିବ। ଏହାପରେ ଯେଉଁମାନଙ୍କର ଅଭିଯୋଗ ରହିବ ସେମାନଙ୍କୁ ସାତ ଦିନ ସମୟ ପ୍ରଦାନ କରାଯିବ। ଏହାପରେ ସେସବୁ ଅଭିଯୋଗର ସମାଧାନ କରାଯିବ ବୋଲି…

Read More

ଭୁବନେଶ୍ବର: ଫୁଲବାଣୀର କୁକୁଡାକୁ  ନେଇ ବର୍ତ୍ତମାନ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେବାକୁ ଯାଉଛି। କାରଣ ଏହି ଭିନ୍ନ ପ୍ରଜାତୀର ଦେଶୀ କୁକୁଡାର ମାଂସ ଓ ଅଣ୍ଡାରେ ରହିଛି ଭରପୁର ରୋଗ ପ୍ରତିରୋଧ ଶକ୍ତି। ଏହାକୁ ପ୍ରମାଣିତ କରିବା ପାଇଁ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ତରଫରୁ ଗବେଷଣା ଆରମ୍ଭ କରାଯାଇଛି। କୁକୁଡା ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ନ୍ୟାସନଲ ବ୍ୟୁରୋ ଅଫ ଆନିମଲ ଜେନେଟିକ୍ ରିସୋର୍ସକୁ ପ୍ରଦାନ କରାଯାଇଛି। ଫୁଲବାଣୀ କୁକୁଡା ଅନ୍ୟ କୁକୁଡାଠାରୁ ସଂପୂର୍ଣ୍ଣ ଭିନ୍ନ। କାରଣ ଏହି କୁକୁଡା 40ରୁ 50 ଫୁଟ ଉଚ୍ଚତାକୁ ଉଡିପାରନ୍ତି। କୌଣସି ଜନ୍ତୁ ଆକ୍ରମଣ କଲେ ସେମାନେ ଜୀବନ ରକ୍ଷା ପାଇଁ ଉପରକୁ ଉଡି ଚାଲିଯାଆନ୍ତି। ଏହି ଶକ୍ତି ସାଧାରଣ କୁକୁଡାଙ୍କ ନିକଟରେ ଦେଖାଯାଏ ନାହିଁ। ଅନ୍ୟ ଦେଶୀ କୁକୁଡା 10 ରୁ 20 ଫୁଟ ଉପରୁ ଉଡିପାରନ୍ତି। ସେହିପରି ଏହି କୁକୁଡାର ବିଶେଷତ୍ବ ହେଲା ଏମାନଙ୍କୁ ଛୋଟ ଛୋଟ…

Read More

ଭୁବନେଶ୍ବର: କୋଣାର୍କ ଉତ୍ସବର ଦ୍ବିତୀୟ ସଂଧ୍ୟାରେ ପରିବେଷଣ ହୋଇଥିଲା ମଣିପୁରୀ ଏବଂ ଓଡିଶୀ ନୃତ୍ୟ। ପ୍ରଥମେ ଆରମ୍ଭ ହୋଇଥିଲା ମଣିପୁରୀ। ଭାରତର ପ୍ରସିଦ୍ଧ ମଣିପୁରୀ ନୃତ୍ୟାଙ୍ଗନା ଶ୍ରୀମତୀ ପ୍ରୀତି ପଟେଲ ଓ ତାଙ୍କ ସାଥିମାନେ ମଣିପୁରୀ ନୃତ୍ୟ ଶୈଳୀରେ “ନାଚେମଲେଇ” ନୃତ୍ୟ ପରିବେଷଣ କରିଥିଲେ। ଫୁଲର ବିଭିନ୍ନ ରୂପ ଓ ବିଭବକୁ ମଣିପୁରୀ ନୃତ୍ୟ ଶୈଳୀରେ ପରିବେଷଣ କରି ଶିଳ୍ପୀମାନେ ସେମାନଙ୍କ କଳା ନୈପୁଣ୍ୟ ସହିତ ଭକ୍ତି ଭାବ,ପ୍ରେମ ଭାବ,ନିର୍ଭୟ ଭାବ ଓ ତ୍ୟାଗ ଭାବର ଏକ ନିର୍ମଳ ଛନ୍ଦ କୁ ତୋଳି ଧରିଥିଲେ। ଶ୍ରୀମତୀ ପ୍ରୀତି ପଟେଲଙ୍କ ପରିକଳ୍ପନା ଓ ନିର୍ଦ୍ଦେଶନାରେ ଏବଂ ଏସ କରୁଣା ଦେବୀ ଓ ଥ. ଇମୋଚା ସିଂହ ଙ୍କ ସହଯୋଗରେ ଏହି ଅପୂର୍ବ ନୃତ୍ୟ ଶୈଳୀଟି ପ୍ରସ୍ତୁତ ହୋଇଥିଲା। ଦ୍ୱିତୀୟ ଭାଗରେ ପରିବେଷଣ ହୋଇଥିଲା କଲିକତାରୁ ଆସିଥିବା ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁମା ଆଲୋକା କାନୁନଗୋ ଙ୍କ ଶିଂଜନ ନୃତ୍ୟାଳୟର ଶିଳ୍ପୀ ମାନଙ୍କ ଦ୍ଵାରା…

Read More

ଭୁବନେଶ୍ବର: ଗଠନ ହେବ ଦକ୍ଷିଣ ଓଡିଶା ବିକାଶ ପରିଷଦ। ଏ ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି ବୋଲି ସେ ଗୃହକୁ ଅବଗତ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ଗୃହରେ ଯାହା ବିବୃତି ରଖିଛନ୍ତି ତାହା ହେଲା…. ମାନ୍ୟବର ବାଚସ୍ପତି ମହୋଦୟା, ଆପଣଙ୍କ ଜରିଆରେ ମୁଁ ଗୃହର ମାନ୍ୟବର ସଦସ୍ୟମାନଙ୍କୁ ଅବଗତ କରେଇବାକୁ ଚାହେଁ ଯେ, ‘ଦକ୍ଷିଣ ଓଡିଶା ବିକାଶ ପରିଷଦ’ ଗଠନ କରିବା ପାଇଁ ରାଜ୍ୟ ସରକାର ଏକ Task Force ଗଠନ କରିଛନ୍ତି। ଓଡିଶାର ଦକ୍ଷିଣାଞ୍ଚଳର ବିକାଶ ସହିତ ବିକାଶ ପ୍ରକ୍ରିୟାରେ ସବୁ ବର୍ଗଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ପରିଷଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ବିକାଶ ପରିଷଦ କିପରି ଗଠିତ ହେବ, ଏଥିରେ କେଉଁ ଜିଲ୍ଲା ଓ ବ୍ଲକ ସାମିଲ ହେବ ଏବଂ ଏହାର ଢାଞ୍ଚା ଓ କାର୍ଯ୍ୟପ୍ରଣାଳୀ କଣ ରହିବ, ସେ ସମ୍ପର୍କରେ…

Read More

ବାଲୁଗାଁ: ଚିଲିକା ନିର୍ବାଚନମଣ୍ଡଳୀରେ ଦିନେ ପାୱାର କରିଡରର ଶୀର୍ଷରେ ଥିବା ପୂର୍ବତନ ବିଧାୟକ ରଘୁନାଥ ସାହୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଦଳ ଓ କର୍ମୀଙ୍କ ପାଇଁ ଅଲୋଡ଼ା ହୋଇପଡିଛନ୍ତି। ଏହାର ନଜିର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ସାଧାରଣ ନିର୍ବାଚନରେ ପରାଜୟ ବରଣ କରିବା ପରେ ରଘୁନାଥଙ୍କ ପାଖକୁ ଆଉ କେହି ବିଜେଡି କର୍ମୀ ଯାଉନାହାନ୍ତି।ଏପରିକି ଖୁଲମଖୋଲା ରଘୁନାଥଙ୍କ ବିରୋଧରେ ବିଷଉଦଗାର କରିବାରେ ଲାଗିଛନ୍ତି। ନିର୍ବାଚନରେ ପରାଜୟ ପରେ ସେ ଖୋଲାଖୋଲି ଗଣମାଧ୍ୟମରେ ନିଜ ଦଳୀୟ ନେତାଙ୍କୁ ବିରୋଧରେ ବିଷୋଦଗାର କରିଥିଲେ ଯାହା ତାଙ୍କୁ ମହଙ୍ଗା ପଡ଼ିଛି। ଫଳରେ ଚିଲିକା ବିଜେଡିର ସମସ୍ତ ଆଗ ଧାଡ଼ିର କର୍ମୀ ଓ ନେତାମାନେ ରଘୁନାଥ ସାହୁଙ୍କୁ ପ୍ରତ୍ୟାଖ୍ୟାନ କରୁଥିବାର ଦେଖିବାକୁ ମିଳୁଛି। କାରଣ ରଘୁନାଥଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିବାରୁ  ଆଗ ଧାଡ଼ିର କର୍ମୀ ଓ ନେତା ମାନେ ତାଙ୍କୁ ସହଜରେ ଗ୍ରହଣ କରିବାକୁ ନାରାଜ। ‘ଢୋଲ ଭିତରେ ମୂଷା’ ଏବଂ ‘ବିଭୀଷଣ’ ପରି ଉପାଖ୍ୟାନ ମଧ୍ୟ…

Read More

ଭୁବନେଶ୍ବର: ଓଡ଼ିଆ ଅସ୍ମିତାର ଅନେ୍ୱଷଣ ଓ ପ୍ରସାର ଦିଗରେ ସବୁ ସଚେତନ ଓଡ଼ିଆ କାର୍ଯ୍ୟ କରିବା ଆବଶ୍ୟକ । ସାଂସ୍କୃତିକ ଅବକ୍ଷୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯିବା ଦରକାର ବୋଲି ବିଧାୟକ ବାବୁ ସିଂ କହିଛନ୍ତି। ବିଶିଷ୍ଟ ନାଟ୍ୟକାର, ସଂସ୍କୃତି ଗବେଷକ, ନିର୍ଦ୍ଦେଶକ ଓ ସଂଗ୍ରାହକ ସୁରେଶ ବଳବନ୍ତରାୟଙ୍କ ସ୍ମୃତିରେ ଆୟୋଜିତ ସୁରେଶ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସିଂ ଓଡ଼ିଆ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ସରକାର ସବୁମତେ ଉଦ୍ୟମ କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ରେଡ୍‌କ୍ରସ୍‌ ଭବନରେ ଅନୁଷ୍ଠିତ ‘ସୁରେଶ ସମାବେଶ’ରେ ଅତିଥିମାନେ ସୁରେଶ ବଳବନ୍ତରାୟ ଓଡ଼ିଶାରେ ସାଂସ୍କୃତିକ ଆନ୍ଦୋଳନର ଅନ୍ୟତମ ସୂତ୍ରଧର ଥିଲେ ବୋଲି ଜଣାଇ ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାନିବେଦନ କରିଥିଲେ। ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଭାଷାବିତ୍‌ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ପ୍ରସନ୍ନ କୁମାର ସ୍ୱାଇଁ, ବିଶିଷ୍ଟ ନାଟ୍ୟକର୍ମୀ ତଥା ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ବକ୍ତବ୍ୟ ରଖି…

Read More

ଭୁବନେଶ୍ବର: ପ୍ରତିବର୍ଷ କୋଣାର୍କ ଉତ୍ସବ ସହିତ ଆୟୋଜିତ ହୋଉଛି ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ବିଗତ 14 ବର୍ଷ ଧରି । ଚନ୍ଦ୍ରଭାଗା କୂଳରେ ଓ କୋଳରେ ବିଶ୍ୱର କୋଣ ଅନୁକୋଣରୁ ଆସିଥାନ୍ତି ବାଲୁକା ଶିଳ୍ପୀ ଗଣ। ଏ ବର୍ଷ ଆମ ଭାରତ ବର୍ଷରୁ ପ୍ରାୟ 121 ଜଣ ଶିଳ୍ପି ଯୋଗ ଦେଇଛନ୍ତି, ସେଥିରୁ 36 ଜଣ ମହିଳା ଓ 85 ଜଣ ପୁରୁଷ। ସ୍ପେନ୍, ଜର୍ମାନ୍, ରୁଷିଆ, ପର୍ତ୍ତୁଗାଲ, ଶ୍ରୀଲଙ୍କା, ମେକ୍ସିକୋ, ଜାପାନ ଓ ୟୁକେ ରୁ ପ୍ରାୟ 8 ଜଣ ବିଦେଶୀ ବାଲୁକା ଶିଳ୍ପି ଆସି ପହଞ୍ଚିଛନ୍ତି। ଆଜି କୋଣାର୍କର ପ୍ରଥମ ଦିନରେ ଭୁବନେଶ୍ବର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ। ଜଗନ୍ନାଥ ଅଷ୍ଟକମ୍, ଭାବରଙ୍ଗ ଓ ଶକ୍ତି ଏହି ତିନୋଟି ନୃତ୍ୟ ଶୈଳୀକୁ ଏକ ଅପୂର୍ବ ଭାବା ବେଗରେ ପରିବେଷଣ କରିଥିଲେ। ଓଡିଶୀ ନୃତ୍ୟ ଶୈଳୀର ଲାସ୍ୟ, ଭଙ୍ଗି, ମୁଦ୍ରା ଓ…

Read More

Konark Festival: ଆଜିଠାରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ କୋଣାର୍କ ଉତ୍ସବ। କାରୁକାର୍ଯ୍ୟ ଭରା କୋଣାର୍କ ମନ୍ଦିର ପ୍ରାଙ୍ଗଣରେ ମୁକ୍ତାକାଶ ରଂଗମଞ୍ଚରେ ଏହା ଆୟୋଜିତ ହେବ। ପ୍ରତିବର୍ଷ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜିତ ହୋଇଆସୁଛି। ଆଜି ସଂଧ୍ୟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ, ଯାହା ପାଞ୍ଚଦିନ ଧରି ଚାଲିବ। ବିଭିନ୍ନ ଦିନରେ ଯେଉଁ ସବୁ କାର୍ଯ୍ୟକ୍ରମ ରହିଛି ତାହା ହେଲା.. ମୁଖ୍ୟତଃ ଓଡିଶାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ସହିତ ଦେଶର ଶାସ୍ତ୍ରୀୟ ନୃତ୍ୟକୁ ପ୍ରଚାର ପ୍ରସାର କରାଇବା ପାଇଁ ଏହି ଉତ୍ସବ ଆୟୋଜିତ ହୋଇ ଆସୁଛି। ଏହି ନୃତ୍ୟ ଉତ୍ସବ ସହିତ ଚନ୍ଦ୍ରଭାଗା କୂଳରେ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ମଧ୍ୟ ଆୟୋଜିତ ହେବ। ଏହା ପାଞ୍ଚଦିନ ଧରି ଚାଲିବ।

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ପୁଣି ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ସେହି ଅନୁସାରେ ବିଜେଡି ଆଜି ଯାଜପୁରର ଜଣେ ନେତାଙ୍କୁ ନିଲମ୍ବିତ କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ସେହି ଅନୁସାରେ ଯାଜପୁରର ଜୋନ ନମ୍ବର 39 ର ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ପଟ୍ଟନାୟକଙ୍କୁ ଦଳ ନିଲମ୍ବିତ କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ନିଲମ୍ବନ କରାଗଲା ବୋଲି ସଭାପତିଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହାକୁ ତରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

Read More