Author: Samikhsya Bureau

ଭୁବନେଶ୍ବର: ସ୍କୁଲରେ ହିଁ ଆମ ବ୍ୟକ୍ତିତ୍ବର ମୂଳଦୁଆ ପଡିଥାଏ। ଶିଶୁକୁ ସ୍କୁଲ ହିଁ ସମାଜ ସହ ଯୋଡିଥାଏ। ଆମ ସାମାଜିକ ଜୀବନର ଅୟମାରମ୍ଭ ହୋଇଥାଏ ବିଦ୍ୟାଳୟରୁ। ଶିକ୍ଷା ହିଁ ସଭ୍ୟତା ଓ ସଂସ୍କାରକୁ ଆଗକୁ ନେଇଥାଏ ଏବଂ ରୂପାନ୍ତରର ଭିତ୍ତି ପକାଇଥାଏ। ଘର ପରେ ବିଦ୍ୟାଳୟ ସହିତ ଆମ ସମସ୍ତଙ୍କର ଭାବଗତ ବନ୍ଧନ ସବୁଠାରୁ ଅଧିକ। ତେଣୁ ଆମ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣି ସରକାରୀ ବିଦ୍ୟାଳୟ ଗୁଡିକରେ ଏକ ଆଦର୍ଶ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସ୍କୁଲ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ଚାହିଁଲେ ସେ ପଢୁଥିବା ସ୍କୁଲର ବିକାଶରେ ଭାଗୀଦାରି ହୋଇପାରିବ। ତାହା ଭିତ୍ତିଭୂମି ବିକାଶ ହେଉ, ବା ଶିକ୍ଷାଦାନ। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ଓଡିଆ ସାମିଲ ହୋଇ ସେମାନେ ପଢିଥିବା ବିଦ୍ୟାଳୟର କାୟାକଳ୍ପରେ ସାମିଲ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ…

Read More

ଭୁବନେଶ୍ବର: ଶିଶୁ ଓ ମହିଳା ମାନଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି। ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ତଥା ସେ ସଂକ୍ରାନ୍ତୀୟ ଅପରାଧକୁ ଯେପରି ଫଳପ୍ରଦ ଭାବରେ ରୋକାଯାଇପାରିବ ଏବଂ ଅଭିଯୋଗର ଉଚିତ ଭାବରେ ତଦନ୍ତ କରାଯାଇପାରିବ, ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥି ନିମନ୍ତେ ରାଜ୍ୟ ପୋଲିସରେ ଏକ ସ୍ବତନ୍ତ୍ର ଶାଖା ଖୋଲିବା ପାଇଁ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଆଜି ଏହି ସ୍ବତନ୍ତ୍ର ଶାଖା ପାଇଁ ୬୨ଟି ବିଭିନ୍ନ ପଦବୀ ମଂଜୁର କରିଛନ୍ତି। ଏଥିରେ ପୋଲିସ ବିଭାଗର ୬୦ଟି ପଦବୀ ସହିତ ସାଇବର ଫୋରେଂସିସ ଏବଂ ଆଇଟି ବିଶେଷଜ୍ଞ ପାଇଁ ୨ଟି ପଦବୀକୁ ମଧ୍ୟ ମଂଜୁର କରାଯାଇଛି। ଜଣେ ଆଇ.ଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ଏହି ଶାଖା ପରିଚାଳିତ ହେବ। ଏଥିରେ ଦୁଇ ଜଣ ଅତିରିକ୍ତ ଏସ୍.ପି, ୧୦ ଜଣ ଡ଼ି.ଏସ୍.ପି, ୯ ଜଣ ଇନ୍ସପେକ୍ଟର, ୧୦ ଜଣ…

Read More

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ପୋଲିସ ପଦକ ଘୋଷଣା କରାଯାଇଛି। ଓଡିଶାରୁ ଦୁଇ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ। ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା ଓ ବିପିଏସ୍‌ପିଏ ଡେପୁଟି ସୁବେଦାର ବୁଦ୍ଧି ବାହାଦୁର ଥାପାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ। ଏହା ସହିତ ଆଉ ୧୧ ଜଣ ପୋଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ମିଳିବ। ଆଇନ ଶୃଙ୍ଖଳା ପାଇଁ ଆଇଜି ପ୍ରବୀଣ କୁମାର, ଏଏସପି ରବୀନ୍ଦ୍ର ଦାସ, ଏଏସପି ଭବାନୀ ଶଙ୍କର ମିଶ୍ର, ଡେପୁଟୀ କମାଣ୍ଡାଣ୍ଟ ଅଶୋକ ଦେହୁରୀ, ଏସିପି ପ୍ରକାଶ ପାଲ, ଏଏସଆଇ ମନୋରଞ୍ଜନ ଶତପଥୀ, ହାବିଲଦାର ସରୋଜ ଭୋଇ, ହାବିଲଦାର ସେକ୍ ନାଶିରୁଦ୍ଦିନ, କନଷ୍ଟେବଲ ଗୌତମ ପାତ୍ର ପ୍ରମୁଖ ପୋଲିସ ପଦକ ପାଇବେ। ସେମାନଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପୋଲିସ ଡିଜି ଅଭୟ।

Read More

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚାର ପରିବର୍ତ୍ତନ ହୋଇଛି। ୨୦୧୬ ମସିହା ଠାରୁ ପଞ୍ଜୀକୃତ କରିଥିବା ଛାତ୍ରଛାତ୍ରୀଙ୍କ ଲାଗି ଏହି ନୂତନ ଢାଞ୍ଚା ଲାଗୁ ହେବ। ଏନେଇ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀ ସଂପୂର୍ଣ୍ଣ ୧୦୦ ନମ୍ବର ପ୍ରଶ୍ନର ଉତ୍ତର ଦେବେ। କିନ୍ତୁ ମଲ୍ଟିପୁଲ୍ ଚଏସ ୫୦ ନମ୍ବର ରହିବ, ୩୦ ନମ୍ବରର ସଂକ୍ଷିପ୍ତ ଉତ୍ତର ରହିବ ଏବ ୨୦ ନମ୍ବରର ଦୀର୍ଘ ମୂଳକ ପ୍ରଶ୍ନ ରହିବ। ପ୍ରତ୍ୟେକ ମଲ୍ଟିପୁଲ୍ ଚଏସ ପ୍ରଶ୍ନ ଲାଗି ଏକ ନମ୍ବର ଲେଖାଏଁ ରହିଥିବା ବେଳେ ସଂକ୍ଷିପ୍ତ ପ୍ରଶ୍ନ ୨ ନମ୍ବର ଲେଖାଏଁ  ଏବଂ ଦୀର୍ଘ ମୂଳକ ପ୍ରଶ୍ନର ଉତ୍ତର ୫ ନମ୍ବର ଲେଖାଏଁ ରହିବ। ତେବେ ପରୀକ୍ଷା ଫି’ ଏବଂ ଫର୍ମ ଫିଲଅପ ନେଇ ଏବେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

Read More

ଚିତ୍ତୁର: କଳି ଯୁଗ ଶେଷ ହେବ ଏବଂ ସତ୍ୟ ଯୁଗ ଆରମ୍ଭ ହେବ କହି ଏକ ପ୍ରିନ୍ସିପାଲ ଦମ୍ପତ୍ତି ନିଜ ଦୁଇ ଝିଅଙ୍କୁ ହତ୍ୟା କରିଛନ୍ତି। ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଅନ୍ଧବିଶ୍ଵାସର ଚକ୍କରରେ ପଡି ମା’ ବାପା ନିଜର ଦୁଇ ଝିଅଙ୍କୁ ହତ୍ୟା କରିଦେଇଛନ୍ତି। ଏହି ଘଟଣା ଚିତ୍ତୁର ଜିଲ୍ଲାର ମଦନାପଲ୍ଲେ କସ୍ବେରେ ରବିବାର ରାତିରେ ହୋଇଛି। ଅଭିଯୁକ୍ତ ମାତା ପିତା ଦୁହେଁ ଉଚ୍ଚ ଶିକ୍ଷିତ ଅଟନ୍ତି। ମା ପଦ୍ମଜା ଏବଂ ପିତା ପୁରୁଷୋତ୍ତମ ନାୟୁଡୁ ପ୍ରିନ୍ସିପାଲ କାର୍ଯ୍ୟ କରନ୍ତି। ବଡ ଝିଅ ଭୋପାଳରେ ମାଷ୍ଟର ଡିଗ୍ରୀ ହାସିଲ କରିଥିଲେ। ସାନ ଝିଅ ସାଇ ଦିବ୍ୟା ବିବିଏ ପଢିଥିଲେ। ସାନ ଝିଅ ମୁମ୍ବାଇର ଏଆର ରହମାନ ମ୍ୟୁଜିକ ସ୍କୁଲର ଛାତ୍ରୀ ଥିଲେ ଏବଂ ଲକଡାଉନ ସମୟରେ ଘରକୁ ଫେରିଥିଲେ। ପୋଲିସ କହିବା ମୁତାବକ, ଏହି ପରିବାର କୋଭିଡ଼-୧୯ ଲକଡାଉନ ସମୟରେ ଅଲଗା…

Read More

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ଟ୍ରାକ୍ଟର ପରେଡ ଲାଗି ଅନୁମତି ମିଳିଛି। ଏଥିପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରିଦିଆଯାଇଛି। ହେଲେ ଦିଲ୍ଲୀର ସିନ୍ଧୁ ସୀମାରେ ଏକ ସନ୍ଦିଗ୍ଧ ବ୍ୟାଗ ଦେଖିବାକୁ ମିଳିଛି। ଯାହାଦ୍ୱାରା ଅଞ୍ଚଳରେ ଭୟାର ବାତାବରଣ ସୃଷ୍ଟି ହୋଇଯାଇଛି। ବାହାର ଦିଲ୍ଲୀର ନରେଲା ନିକଟରେ ଏହି ସନ୍ଦିଗ୍ଧ ବ୍ୟାଗ ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଛନ୍ତି। ପୋଲିସ ବର୍ତ୍ତମାନ ଘଟଣା ସ୍ଥଳରେ ପହଞ୍ଛି ତଦନ୍ତ ଆରମ୍ଭ କରିଦେଇଛି। ଏହାର ସ୍ୱଳ୍ପ ଦୂରରେ କୃଷକ ଆନ୍ଦୋଳନ ଚାଲିଛି। ସୂଚନା ମିଳିଲା ପରେ ବୋମା ନିରୋଧ ବାହିନୀ ଏବଂ ଦମକଳ ଗାଡି ପହଞ୍ଚିଯାଇଛି। ଏହା ଭିତରେ ଆଜି ମଧ୍ୟ ମୁମ୍ବାଇରେ ମଧ୍ୟ କୃଷକ ଆନ୍ଦୋଳନ ଆରମ୍ଭ ହେବ, ଯେଉଁଥିରେ ହଜାର ହଜାର କୃଷକ ସାମିଲ ହେବେ।

Read More

ନୂଆଦିଲ୍ଲୀ: ପୂର୍ବ ଲଦାଖର ଏଲଏସି ନିକଟରେ ବହୁଦିନ ଧରି ଚୀନ ଏବଂ ଭାରତ ମଧ୍ୟରେ ବିବାଦ ଲାଗିରହିଛି। ଏହା ଭିତରେ ସିକ୍କିମରେ ପୁଣି ଭାରତୀୟ ଯବାନ ଏବଂ ଚୀନ ସେନା ମୁହାଁମୁହିଁ ହୋଇଛନ୍ତି। ଚୀନ ସୈନ୍ୟ ଭାରତର ସୀମା ଭିତରେ ଜବରଦସ୍ତ ପଶିବା ଲାଗି ପ୍ରୟାସ କରୁଥିଲେ। ହେଲେ ଭାରତୀୟ ଯବାନ ତାଙ୍କୁ ଅଟକାଇଥିଲେ। ଯଦ୍ୱାରା ଉଭୟଙ୍କ ମଧ୍ୟରେ ହତାହତି ହୋଇଥିଲା। ଏଥିରେ ୪ ଭାରତୀୟ ଯବାନ ଆହତ ହୋଇଥିବା ବେଳେ ଚୀନର ୨୦ ଜଣ ସୈନ୍ୟ ମଧ୍ୟ ଆହତ ହୋଇଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ବଡ଼ ଭାଇ କାତି ଚୋଟରେ ସାନଭାଇ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତିହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବରଡ଼ୀ ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଯାଇଛି। ଅଭିଯୋଗ ମୁତାବକ ନରେନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବରଡ଼ୀ ଗ୍ରାମରେ ଯଯାତି ପାତ୍ର ଏବଂ ବଡ଼ ଭାଇ ସଂଗ୍ରାମ ପାତ୍ର ସପରିବାରେ ବାସ କରନ୍ତି। ତେବେ ପରିବାର ଚଳାଇବାକୁ ଦୀର୍ଘବର୍ଷ ପୂର୍ବେ ପରିବାରବାସି ବିଭିନ୍ନ ଜାଗାରୁ କରଜ ଆଣିଥିଲେ। ଗତ ଏକବର୍ଷ ତଳେ ଯଯାତିଙ୍କ ବଡ଼ ଭାଇ ସଂଗ୍ରାମ କରଜ ଶୁଝିବା ପାଇଁ ଅମଙ୍ଗ ହେବା ସହ ଘର ସମ୍ପତିରୁ ମଧ୍ୟ କିଛି ଭାଗ ନେବେ ନାହିଁ ବୋଲି କହି ଘର ଛାଡି ଅନ୍ୟତ୍ର ରହିଆସୁଥିଲେ। ଗତକାଲି ପୁଣି ସେ ନିଜ ଘରକୁ ଫେରି ସମ୍ପତିରୁ ଭାଗ ନେବାପାଇଁ ଦାବି କରିଥିଲେ ଏବଂ ଏନେଇ ଗ୍ରାମରେ ବୈଠକ ମଧ୍ୟ ବସିଥିଲା। ବୈଠକରେ କିଛି ନିଷ୍ପତି ଆସିବା ପୂର୍ବରୁ ଆଜି ସକାଳେ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୨୦୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୩୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୬ ଲକ୍ଷ ୬୭ ହଜାର ୭୩୬ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୪୭୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩ ଲକ୍ଷ ୩୦ ହଜାର ୮୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୮୪ ହଜାର ୧୮୨  ଆକ୍ଟିଭ୍‌ କେସ୍ ରହିଛି।

Read More

ନୂଆଦିଲ୍ଲୀ, ଆଜି ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ରର ସେହି 3 ଭାଗ୍ୟଶାଳୀ ରାଶି ବିଷୟରେ କହୁଛୁ ଯେଉଁଥିରେ ଭଗବାନ ଶନି ଦେବ ବହୁତ ଖୁସି ଅଛନ୍ତି । ଏହି ରାଶିର ଲୋକମାନେ ଶନି ଦେବଙ୍କ କୃପାରୁ ବହୁତ ଧନ ପାଇବାକୁ ଯାଉଛନ୍ତି। ଶନି ଦେବ 8 ବର୍ଷ ପରେ ଏହି ରାଶିର ଲୋକମାନଙ୍କ ଉପରେ ସନ୍ତୁଷ୍ଟ । କଠିନ ପରିଶ୍ରମର ଫଳାଫଳ ଶୀଘ୍ର ପାଇବେ । ଆପଣଙ୍କର ବ୍ୟବସାୟ ସମସ୍ୟା ସମାପ୍ତ ହେବ । ଜାଗା କିଛି ପରିମାଣରେ ସମାଧାନ ହୋଇପାରିବ ଏବଂ ମହାଦେବଙ୍କ କୃପା ଦ୍ୱାରା ଲାଭର ଅନେକ ନୂତନ ସୁଯୋଗ ହାସଲ ହୋଇପାରିବ। ଆପଣ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କଠାରୁ ମାର୍ଗଦର୍ଶନ ପାଇବେ । ଲାଭ ପାଇଁ ନୂଆ ସୁଯୋଗ ଆସିବ। ବିରୋଧ ହୋଇପାରେ ଏବଂ ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଅର୍ଥନୈତିକ ଜୀବନ ଦୃଷ୍ଟିରୁ ଅବସ୍ଥା ବହୁତ ଭଲ ହେବାକୁ ଯାଉଛି । ନିଜ ଟଙ୍କାକୁ…

Read More

ମେଷ-ଆଜି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ। ମାନସିକ ସମସ୍ୟା ହେତୁ ସବୁଠାରୁ ଅସୁବିଧାଜନକ ହେବ। ଯାହାର କୈଣସି ନିର୍ଦ୍ଦିଷ୍ଟ କାରଣ ରହିବ ନାହିଁ, କିନ୍ତୁ ଆପଣ ଭାବିବାରେ ଅଧିକ ସମୟ ଦେବେ । ଆପଣ ଖର୍ଚ୍ଚ ବଢିବ କିନ୍ତୁ ଆୟ ମଧ୍ୟ ଭଲ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ନିଜକୁ ସଜାଇବାକୁ ଚେଷ୍ଟା କରିବ । କାର୍ଯ୍ୟ ସଂପର୍କରେ, ଦୈନନ୍ଦିନ କାର୍ଯ୍ୟ କରିବେ ଏବଂ ଆଜି ଫଳାଫଳ ପାଇବାରେ ବିଳମ୍ବ ହୋଇପାରେ। ଘରଲୋକମାନେ ଆପଣଙ୍କ କାର୍ଯ୍ୟରେ ସହାୟକ ହେବେ ଏବଂ ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବେ । ବିବାହିତ ଲୋକମାନେ ଘରୋଇ ଜୀବନରେ ସନ୍ତୁଷ୍ଟ ହେବେ, ଯେଉଁମାନେ ପ୍ରେମ ଜୀବନ ବିତାଉଛନ୍ତି, ସେମାନେ ନିଜ ପ୍ରିୟଙ୍କ ସହିତ ବିବାହ ବିଷୟରେ କଥାବାର୍ତ୍ତା କରିପାରିବେ। ବୃଷ–ଆଜି ଆପଣଙ୍କ ପାଇଁ ଅନୁକୂଳ ହେବାକୁ ଯାଉଛି। ବ୍ୟବସାୟରେ ଆପଣ ଭଲ ସଫଳତା ପାଇବ ଏବଂ ତୁମେ କଠିନ…

Read More

ନୂଆଦିଲ୍ଲୀ, କରୋନା ମହାମାରୀ ଦୁନିଆର ଲୋକଙ୍କର କାର୍ଯ୍ୟ କରିବାର ପଦ୍ଧତିକୁ ବଦଳାଇ ଦେଇଛି। ଏହି ମହାମାରୀ ଯୋଗୁଁ ସରକାରୀ ତଥା ଘରୋଇ କର୍ମଚାରୀଙ୍କ ଘରେ କାର୍ଯ୍ୟ ବା ୱାର୍କ ଫ୍ରମ ହୋମ ଧାରା ବୃଦ୍ଧି ପାଇଛି। ବିଶେଷ କରି ବଡ ବଡ କଂପାନୀ ଏହି କାର୍ଯ୍ୟଧାରକୁ ଆପଣେଇ ନେଇଛନ୍ତି। ବିଶେଷ କରି ଆଇଟି କଂପାନୀଗୁଡିକ ୱାର୍କ ଫ୍ରମ ହୋମ ଧାରାକୁ ପୂର୍ଣ୍ଣ ମାତ୍ରାରେ ଲାଗୁ କରିଛନ୍ତି। କରୋନା ସଂକ୍ରାମଣ ହ୍ରାସ ପାଇଥିଲେ ମଧ୍ୟ ଏହି ୱାର୍କ ଫ୍ରମ ହୋମ ଧାରାକୁ ଅନେକ କଂପାନୀ ଆହୁରି ବଢାଇବେ ବୋଲି ଚିନ୍ତା କରୁଛନ୍ତି। ଏପରିକି ଗୁଗୁଲ ପରି ବହୁ ରାଷ୍ଟ୍ରୀୟ କଂପାନୀ ୱାର୍କ ଫ୍ରମ ହୋମକୁ ସବୁଦିନ ପାଇଁ ଲାଗୁ କରିଦେଇଛନ୍ତି। ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ଏହି ୱାର୍କ ଫ୍ରମ ହୋମ ଦ୍ବାରା ଅନେକ ନୂଆଦିଗ ସୃଷ୍ଟି ହୋଇଛି। ପ୍ରଥମତଃ କରୋନା ସଂକ୍ରାମଣକୁ ରୋକାଯାଇପାରୁଛି। ଅନ୍ୟପକ୍ଷରେ କଂପାନୀଗୁଡିକ ଅନେକ ଖର୍ଚ୍ଚରୁ ମଧ୍ୟ ବଞ୍ଚିତ…

Read More

ନୂଆଦିଲ୍ଲୀ, ଆଜି ରାତି 12 ଟା ପରେ ରାଶି ପରିବର୍ତ୍ତନ ହେଉଛି, ଯାହାର ପ୍ରଭାବରେ  ଛଅଟି ରାଶିର ଭାଗ୍ୟ ମଧ୍ୟ ପରିବର୍ତ୍ତନ ହେବ। ସେମାନେ ସହଭାଗୀମାନଙ୍କର ପୂର୍ଣ୍ଣ ସମର୍ଥନ ପାଇବେ।  ଜୀବନର ସମସ୍ତ କାର୍ଯ୍ୟ ଅତି ସହଜରେ ସମ୍ପନ୍ନ ହେବ। ଶନି ଦେବଙ୍କ କୃପା ଦ୍ୱାରା ଆର୍ଥିକ ଯୋଜନା ମଧ୍ୟ ସଫଳ ହେବ । ସାମାଜିକ କ୍ଷେତ୍ରରେ ସମ୍ମାନ ମଧ୍ୟ ବଢିବ ଏବଂ ଯଦି ଆପଣ ଏକ ଲାଭଦାୟକ ଯାତ୍ରା କରିବାକୁ ଯାଉଛନ୍ତି ତେବେ ପରିବାରରେ ମଧ୍ୟ ଆପଣଙ୍କର ପୂର୍ଣ୍ଣ ସମର୍ଥନ ଅଛି । ଆପଣ ଏହା ବିଷୟରେ ସମ୍ପୂର୍ଣ୍ଣ ସମର୍ଥନ ମଧ୍ୟ ପାଇବେ । ଆପଣ ଜୀବନରେ ଅନେକ ପ୍ରକାରର ଲାଭ ମଧ୍ୟ ପାଇବେ । ଆଗାମୀ ସମୟରେ, ଆପଣ କ୍ୟାରିଅରରେ ଆଗକୁ ବଢିବାକୁ ଅନେକ ନୂତନ ସୁଯୋଗ ପାଇବେ । ମନରେ ଟଙ୍କା ବିଷୟରେ ପ୍ରଶ୍ନ ଆସିବ । ବ୍ୟବସାୟିକ ଭାବରେ ଆପଣଙ୍କର ଆସୁଥିବା ସମୟ ଅତ୍ୟନ୍ତ ଶୁଭ…

Read More

ଭୁବନେଶ୍ବର: ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ମାର୍ଟ ଫୋନ୍ ପ୍ରଦାନ କରାଯିବ। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଘୋଷଣା କରିଛନ୍ତି। କୌଣସି ସରକାରୀ ସୂଚନା ପାଇବାକୁ ହେଲେ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା। ଅଙ୍ଗନବାଡି କର୍ମୀଙ୍କ ପାଖରେ ମୋବାଇଲ ରହିଲେ ବହୁତ ଅଳ୍ପ ସମୟରେ ଅଙ୍ଗନଓ୍ୱାଡ଼ି କେନ୍ଦ୍ରର ସୂଚନା ମିଳିପାରିବ। ସମସ୍ତ ଅଙ୍ଗନୱେଡ଼ି କେନ୍ଦ୍ରରେ ଏସଏଚଜି ମହିଳା ମାନଙ୍କୁ ସକ୍ରୀୟ କରିବା ପାଇଁ ଏହି ଫୋନ ବଣ୍ଟନ କରାଯିବ। ଏହା ସହିତ ସବୁ ଅଙ୍ଗନଓ୍ୱାଡ଼ି ସେଣ୍ଟରରେ ପିଲାମାନଙ୍କର ଉଚ୍ଚତା ଏବଂ ଓଜନ ମାପିବା ପାଇଁ ମେସିନ ଦିଆଯିବ। ଆଜିର ବୈଠକରେ ଅଙ୍ଗନଓ୍ୱାଡ଼ି କର୍ମୀମାନଙ୍କର ସମସ୍ଯା ବିଷୟରେ ଆଲୋଚନା କରାଯାଇଥିଲା। ତେଣୁ ସମସ୍ତ ସମସ୍ୟାକୁ ସମାଧାନ କରିବାକୁ ପ୍ରୟାସ କରାଯିବ ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

Read More

ଭୁବନେଶ୍ବର: ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ବେଗୁନିଆ-ବୋଲଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ବରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ ହୋଇଛି। ୧୯୫୩ ସେପ୍ଟେମ୍ବର ୨୦ ତାରିଖରେ ସୁରେନ୍ଦ୍ର ଜନ୍ମଗ୍ରହଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ଏନେଇ ପରିବାର ପକ୍ଷରୁ ସୂଚନା ମିଳିଛି। ସେ ୧୯୯୦ ମସିହାରେ ଜନତାଦଳରୁ ନିର୍ବାଚନ ଲଢି ବିଧାୟକ ହୋଇଥିଲେ।

Read More

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକର କର୍ମଜୀବି ସାମ୍ବାଦିକମାନଙ୍କୁ ନେଇ ଗଠିତ ମୋହନା ସାମ୍ବାଦିକ ସଂଘ (ଏମଜେୟୂ)ର ପ୍ରଥମ ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ସ୍ଥାନୀୟ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସଭାପତି ମିହିର ଜତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୫ରୁ ଉର୍ଦ୍ଧ୍ଵ ପ୍ରିଣ୍ଟ ମିଡ଼ିଆ ଓ ଇଲୋଟ୍ରନିକ୍ସ ମିଡ଼ିଆର ପ୍ରତିନିଧି ଯୋଗ ଦେଇଥିଲେ। ପ୍ରଥମେ ସାମ୍ବାଦିକ ବନ୍ଧୁମାନେ ପରସ୍ପରକୁ ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଜଣାଇବା ସହିତ ସଂଘର ଆଭିମୁଖ୍ୟ, ପରବର୍ତ୍ତୀ କାର୍ଯ୍ୟପନ୍ଥା, ଲକ୍ଷ୍ୟ, ଉଦ୍ଦେଶ୍ୟ, ଐକତା ବଜାୟ ରଖିବା, ନିର୍ଭିକ ଓ ନିରପେକ୍ଷ ସାମ୍ବାଦିକତା ଏବଂ ଜନସାଧାରଣଙ୍କ ମୌଳିକ ସମସ୍ୟାଗୁଡ଼ିକୁ ଅନୁଧାନ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଉପରେ କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବସମ୍ମତି କ୍ରମେ ସଂଘର ନୂତନ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ପଞ୍ଚାନନ ଦାଶଙ୍କୁ ଚୟନ କରାଯାଇଥିବାବେଳେ ଉପସଭାପତି ଭାବେ…

Read More

କାଠମାଣ୍ଡୁ: ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ନିଜ ଦଳରୁ ତଡା ଖାଇଛନ୍ତି। ନେପାଳରକମ୍ୟୁନିଷ୍ଟ ଦଳ ତାଙ୍କୁ ବହିଷ୍କାର କରିଛି। କେନ୍ଦ୍ରୀୟ କମିଟି ବୈଠକରେ ଓଲିଙ୍କ ବହିଷ୍କାର ନେଇ ନିଷ୍ପତ୍ତି ହୋଇଛି। ଏହାସହ କମିଟି ତାଙ୍କର ସଦସ୍ୟତା ମଧ୍ୟ ରଦ୍ଦ କରାଯାଇଛି। ଓଲିଙ୍କ ବିରୋଧରେ ବହୁ ଦିନ ଧରି ଦଳରେ ଅସନ୍ତୋଷ ଜାରି ରହିଥିଲା। ଏନସିପିର ଏକ ପୃଥକ ଦଳର ନେତା ପୁଷ୍ପ କମଲ ଦହଲ ‘ପ୍ରଖଣ୍ଡା’ ଏକ ସରକାରୀ ବିରୋଧୀ ରାଲିର ନେତୃତ୍ୱ ନେଇଥିଲେ। ଏହି ସମୟ ମଧ୍ୟରେ ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ଦ୍ୱାରା ସଂସଦ ଭଙ୍ଗ ହେବା ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଏକ ଭୟଙ୍କର ବିପଦ। ସେ ଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ କାର୍ଯ୍ୟ କରିଛନ୍ତି। ଓଲି କେବଳ ଦଳର ସମ୍ବିଧାନକୁ ଉଲ୍ଲଂଘନ କରିନାହାଁନ୍ତି ବରଂ ନେପାଳର ସମ୍ବିଧାନର ସମ୍ମାନକୁ ମଧ୍ୟ କ୍ଷତି ପହଞ୍ଚାଇଛନ୍ତି ବୋଲି ଦହଲ କହିଥିଲେ। ସୂଚନାଯୋଗ୍ୟ, ବର୍ତ୍ତମାନ ନେପାଳ ରାଜନୀତିକ ସଙ୍କଟ ଦେଇ…

Read More

ଭୁବନେଶ୍ୱର: ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତ୍ରୀ ଯଶସ୍ୱନୀ ରାଉତ ଏବଂ ତାଙ୍କ ସମର୍ଥକମାନେ ବିଜେପିରେ ସାମିଲ ହୋଇଛନ୍ତି। ଶ୍ରୀମତୀ ରାଉତ ୨୦୧୯ ସାଧାରଣ ନିର୍ବାଚନରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀନୀ ଏବଂ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷା ଥିଲେ। ରାଜ୍ୟସଭାପତି ସମୀର ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଢେଙ୍କାନାଳ ଜିଲ୍ଲାର ଶତାଧିକ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି। ପରଜଙ୍ଗ ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ପ୍ରତ୍ୟାଶୀ ଯଶସ୍ୱନୀ ରାଉତ ଏବଂ ତାଙ୍କ ସମର୍ଥକମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାଗତ କରିବା ସହ ଏହି ମିଶ୍ରଣ ଦ୍ୱାରା ଦଳ ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା…

Read More

ତାଇପେଇ: ଆଜି ତାଇୱାନ ସୀମା ନିକଟକୁ ଚୀନର ଯୁଦ୍ଧ ବିମାନ ପହଞ୍ଚିଥିଲା। ଏହାସହିତ ସେଠାରେ କିଛି ପରମାଣୁ ବୋମା ପ୍ରୟୋଗ କରିବାରେ ଚୀନ ସକ୍ଷମ ହୋଇଥିଲା। ଏନେଇ ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ତାଇୱାନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଶନିବାର ଦିନ ଚୀନର ୮ ଟି ବୋମା ବହନକାରୀ ବିମାନ ଏବଂ ୪ ଟି ଯୁଦ୍ଧ ବିମାନ। ତାଇୱାନର ଏୟାର ଡ଼ିଫେନ୍ସ ଆଇଡେଣ୍ଟିଫିକେସନ ଜୋନ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଏନେଇ ଚୀନ ଯୁଦ୍ଧ ବିମାନକୁ ଚେତାବନୀ ଦିଆଯିବା ସହିତ ସୁରକ୍ଷା ବଢାଇ ଦିଆଯାଇଛି। ସୂଚନା ଯୋଗ୍ୟ ଯେ, ଚୀନ ସବୁବେଳେ ତାଇୱାନକୁ ନିଜର ଅଂଶ ବୋଲି ମାନୁଛି। ଏଥିପାଇଁ ବହୁ ମାସ ହେଲା ଦୁଇ ଦେଶ ମଧ୍ୟରେ ବିବାଦ ଲାଗିରହିଛି। ତେବେ ଏହି ଘଟଣା ପରେ ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ ଚୀନକୁ ଚେତାବନୀ ଦିଆଯାଇଛି। ଏନେଇ ଚୀନ ତାଇୱାନ ଉପରେ ସୈନ୍ୟ, କୂଟନୀତି ଏବଂ…

Read More

ହେମାଙ୍ଗ ପ୍ରସାଦ ରାଉଳ  ବ୍ରହ୍ମପୁର: ଜାତୀୟ କନ୍ୟା ଦିବସ ଅବସରରେ ବ୍ରହ୍ମପୁର ଠାରେ ଶିକ୍ଷାବିତ୍ ତଥା ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ଇନିଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ ପକ୍ଷରୁ କନ୍ୟାକିରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଚେତନତା ଅଭିଯାନ ମାଧ୍ୟମରେ ବାଲ୍ୟ ବିବାହ, ମାନବ ଚାଲାଣ, ମହିଳାଙ୍କ ପ୍ରତି ଅତ୍ୟାଚାର ବିରୋଧରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ କନ୍ୟା ସନ୍ତାନଙ୍କୁ ଉପଯୁକ୍ତ ଶିକ୍ଷା, ପୋଷଣ, ସୁରକ୍ଷା ଆଦି ପ୍ରଦାନ ପାଇଁ ୨୦୧୮ ମସିହାରୁ କନ୍ୟା କିରଣ ଅଭିଯାନ ମାଧ୍ୟମରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ହୋଇ ଆସୁଛି। ଏହି କ୍ରମରେ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ ଟିଭି ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଖଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଉତମା ଜେନା, ଏମକେସିଜି ମେଡ଼ିକାଲ କଲେଜ ଫାର୍ମୋକୋଲୋଜି ବିଭାଗୀୟ ମୁଖିଆ…

Read More