Author: Samikhsya Bureau

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଝାରସୁଗୁଡାରୁ ୩୩, ବରଗଡରୁ ୨୨, ସମ୍ବଲପୁରରୁ ୨୨, ସୁନ୍ଦରଗଡରୁ ୨୨, ପୁରୀରୁ ୧୪, ନୂଆପଡ଼ାରୁ ୧୩, ଖୋର୍ଦ୍ଧାରୁ ୧୦, କଟକରୁ ୮, ଯାଜପୁରରୁ ୮, ବାଲେଶ୍ବରରୁ ୭, କୋରାପୁଟରୁ ୬, ସୋନପୁରରୁ ୬, ଅନୁଗୁଳରୁ ୪, ଗଜପତିରୁ ୪, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨, କଳାହାଣ୍ଡିରୁ ୨, ନୟାଗଡରୁ ୨, ବୌଦ୍ଧରୁ ୧, ଦେବଗଡ଼ରୁ ୧, କେନ୍ଦୁଝରରୁ ୧, ମୟୂରଭଞ୍ଜରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୦ ହଜାର ୯୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୧୫୦ କୁ…

Read More

ନୂଆଦିଲ୍ଲୀ, ଜାନୁୟାରୀ 24 ତାରିଖ ରବିବାର ଦିନ ପାଞ୍ଚୋଟି ରାଶିର ବ୍ୟକ୍ତିଙ୍କର ଭାଗ୍ୟ ଫିଟିବାକୁ ଯାଉଛି। ଆପଣଙ୍କର ପ୍ରୟାସ ସଫଳ ହେବ, ଧନ ପ୍ରସ୍ତୁତ ହେଉଛି, ମାନସିକ ଚିନ୍ତା ଦୂର ହୋଇପାରିବ, ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ, ଆପଣ କୈଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ପରିବାର ସଦସ୍ୟଙ୍କ ସାହାଯ୍ୟରେ ଆପଣ ଭଲ ଲାଭ ପାଇପାରିବେ, ଆପଣଙ୍କ ମନ ଖୁସି ହେବ, ସନ୍ତାନଙ୍କଠାରୁ ଭଲ ଖବର ପାଇବାର ସମ୍ଭାବନା ଅଛି, ଆପଣ କିଛି ଲାଭଜନକ ଯାତ୍ରା କରିପାରିବେ। ଏହି ରାଶିଗୁଡିକ ହେଉଛି କନ୍ୟା, ମେଷ, ମକର, କର୍କଟ ଏବଂ ତୂଳା। ବାସ୍ତୁଗତ ସୁଖ ବୃଦ୍ଧି ପାଇବ, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଆପଣ ବିଶେଷ ସଫଳତା ହାସଲ କରିବାର ସମ୍ଭାବନା ଅଛି | ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଏବଂ ସହକର୍ମୀମାନେ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ଦେବେ, ଆପଣ କରିଥିବା ପରିବର୍ତ୍ତନ ଦ୍ୱାରା ଆପଣଙ୍କର ଯୋଜନା ବାଧାପ୍ରାପ୍ତ ହେବ ନାହିଁ।

Read More

ଭୂବନେଶ୍ଵର: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ(ସୋଆ ) ବିଶ୍ଵବିଦ୍ୟାଳୟ ପରିସରରେ ସୋଆ ଏନଏସଏସ ଓ ସୋଆ ୱେଲନେସ ସେଣ୍ଟର ର ମିଳିତ ଆନୁକୂଲ୍ୟରେ ଏକ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ଯୋଗ ଦେଇ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ନେତାଜୀଙ୍କ ଜୀବନ ଯୁବ ସମାଜ ନିମନ୍ତେ ପ୍ରେରଣାର ଉତ୍ସ ହେବା ଆବଶ୍ୟକ ବୋଲି କହିଥିଲେ। ଆଜିର ପବିତ୍ର ଦିନରେ ଆମେ ନେତାଜୀଙ୍କ ଜୀବନର ସକାରାତ୍ମକ ଦିଗ ଗୁଡିକୁ ଆଲୋଚନା କରି ସ୍ଵାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକା କୁ ସମ୍ମାନିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଏହି ଦିନଟିକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରାଯାଉଛି। ଆମେ କେବଳ ଆମ ନିଜ ସ୍ୱାର୍ଥ ବିଷୟରେ ଚିନ୍ତା କରିବା ସହ ଅନ୍ୟ କାହା କଥା ଚିନ୍ତା କରୁନାହୁଁ ସେ କେବଳ ଦେଶ ଛଡା ଆଉ କିଛି…

Read More

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ। ବିଧାୟକ ସୋମନାଥଙ୍କୁ ଦିଲ୍ଲୀର ଆଡିସନାଲ ମୁଖ୍ୟ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାର ପାଣ୍ଡେ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ସହ ୧ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ କରିଛନ୍ତି। ଏମ୍ସ ସୁରକ୍ଷା କର୍ମୀଙ୍କୁ ମାଡ ମାରିବା ଘଟଣାରେ ତାଙ୍କ ବିରୋଧରେ ୨୦୧୬ରେ ମାମଲା ରୁଜ୍ଜୁ ହୋଇଥିଲା। ଆଜି ଏହାର ଶୁଣାଣି କରି ବିଧାୟକ ସୋମନାଥଙ୍କୁ ଜେଲ ଦଣ୍ଡ ହୋଇଛି।

Read More

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ବାୟୁସେନା ମୁଖ୍ୟ ଆରକେଏସ ଭଦୌରିୟାଙ୍କ  ଏକ ବଡ ବୟାନ ସାମ୍ନାକୁ ଆସିଛି। ବାୟୁସେନା ମୁଖ୍ୟ କହିଛନ୍ତି ଯେ, ସୀମା ବିବାଦକୁ ନେଇ ଯଦି ଚୀନ ସେନା ଆକ୍ରମଣାତ୍ମକ ହୋଇପାରନ୍ତି, ତେବେ ଆମ ମଧ୍ୟ ଆକ୍ରାମକ ହୋଇପାରିବୁ। ଚୀନ ସୀମା ଏଲଏସି ଉପରେ ଆକ୍ରାମକ ହେବାର ସମ୍ଭାବନାକୁ ନେଇ ସେ ଏହି ବୟାନ ଦେଇଛନ୍ତି। ଆଜି ଡେଜର୍ଟ ନାଇଟ-୨୦୨୦ ଅଭ୍ଯାସ ସମୟରେ ବାୟୁସେନା ମୁଖ୍ୟ ଭଦୌରିୟା କହିଛନ୍ତି ଯେ, ଆମ ପାଖକୁ ୮ ଟି ରାଫେଲ ବିମାନ ଆସି ସାରିଛି। ଆଉ ତିନୋଟି ରାଫେଲ ବିମାନ ଏହି ମାସ ଶେଷ ବେଳକୁ ଆସିଯିବ। ୨୦୨୩ ସୁଦ୍ଧା ବାକି ସବୁ ବିମାନ ଭାରତରେ ପହଞ୍ଚିଯିବ। ବାୟୁସେନା ମୁଖ୍ୟ କହିଛନ୍ତି ଯେ, ଆମେ ଏଏମସିଏ ଏୟାରକ୍ରାଫ୍ଟ ପ୍ରୋଜେକ୍ଟ ଜରିଆରେ ଡିଆରଡିଓ ସହ ମିଶି ପଞ୍ଚମ ପିଢୀର ଯୁଦ୍ଧ ବିମାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪ ଜଣ ସ୍ଥାନୀୟ ଆକ୍ରାନ୍ତ।  ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୩୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୩୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଖଡ଼ିକାପଲି ବ୍ରିଜ ନିକଟରେ ଏକ ଡକାୟତି ହୋଇଥିଲା। ଉକ୍ତ ଡକାୟତିରେ ସମ୍ପୃକ୍ତ ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ କାବୁ କରି ବାଲୁଗାଁ ପୋଲିସ ଜିମା ଦେଇଥିଲେ। ତେବେ ଆଜି ଆଉ ୩ ଜଣ ଅଭିଯୁକ୍ତଙ୍କୁ ବାଲୁଗାଁ ପୋଲିସ ଗିରଫ କରିଛି ଏବଂ ଲୁଟ ଦ୍ରବ୍ୟ ସେମାନଙ୍କ ନିକଟରୁ ବରାମଦ କରିଛି। ଏ ନେଇ ଆଜି ଅପରାହ୍ନରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି। ଉକ୍ତ ସମ୍ମିଳନୀରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏବଂ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଗୌଡ଼ ମଧ୍ୟ ଉପସ୍ଥିତ ଥିଲେ। ଏସଡିପିଓଙ୍କ ସୂଚନା ଅନୁଯାୟୀ, ଗତକାଲି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳର ଟ୍ରକ ଚାଳକ ଶଙ୍କର ସାହୁ ନିଜ ବନ୍ଧୁ ଶିଶିର ପ୍ରଧାନଙ୍କ…

Read More

ମୁମ୍ବାଇ/ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ (ଅକ୍ଟୋବର-ଡିସେମ୍ବର)ରେ ଜିଓ ପ୍ଲାଟଫର୍ମସ୍‌ର ନିଟ୍ ଲାଭ ତାହାର ପୂର୍ବ ତିନିମାସ ତୁଳନାରେ ୧୫.୫% ବୃଦ୍ଧିପାଇ ୩୪୮୯ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।  ଶୁକ୍ରବାର ସନ୍ଧ୍ୟାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍‌ର ତୃତୀୟ ତ୍ରୟମାସିକ ଆର୍ଥିକ ଫଳାଫଳ ଘୋଷଣାରେ ଏହି ସୂଚନା ଦିଆଯାଇଛି। ଡିଜିଟାଲ ଓ ଟେଲିକମ୍ ସେବା ଯୋଗାଇ ଦେଉଥିବା ଜିଓ ପ୍ଲାଟଫର୍ମସ୍ ତାହାର ପୂର୍ବ ତିନିମାସ (ଜୁଲାଇ-ସେପ୍ଟେମ୍ବର)ରେ ୩୦୨୦ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଥିଲା। ୨୦୨୦ ଅକ୍ଟୋବର-ଡିସେମ୍ବର ତିନିମାସରେ କମ୍ପାନୀର ମୋଟ ରାଜସ୍ୱ ଆୟ ୨୨୮୫୮ କୋଟି ଟଙ୍କା ହୋଇଥିବା ଜଣାପଡିଛି। ୨୦୨୦ ଡିସେମ୍ବର ୩୧ ସୁଦ୍ଧା ଜିଓ ପ୍ଲାଟଫର୍ମସ୍‌ର ମୋଟ ଗ୍ରାହକ ସଂଖ୍ୟା ୪୧କୋଟି ହୋଇଥିବା ଜଣାଯାଇଛି। ଏହି ତ୍ରୟମାସ ଅବଧିରେ ରିଲାଏନ୍ସ ଜିଓର ଗ୍ରାହକ ପିଛା ଡାଟା ବ୍ୟବହାର ମାସିକ ହାରାହାରି ୧୨.୯ ଗିଗାବାଇଟ (ଜିବି) ହୋଇଥିବା ବେଳେ…

Read More

କଟକ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଦକ୍ଷିଣ ମଧ୍ୟ କ୍ଷେତ୍ର ସାଂସ୍କୃତିକ କେନ୍ଦ୍ର, ନାଗପୁର ପକ୍ଷରୁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଯୋଜନା ଅନ୍ତର୍ଗତ “ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ ସମାରୋହ” ଆୟୋଜିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେତାଜୀଙ୍କ ଜନ୍ମସ୍ଥାନକୁ ଯାଇ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ ପ୍ରଧାନ ସଂସ୍କୃତି ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ମତ ବିନିମୟ କରିଥିଲେ ଓ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିସର ପରିଦର୍ଶନ କରିଥିଲେ ।

Read More

କୋଲକାତା, ଦେଶର ଶାସନ ଲୋକଙ୍କ ପାଖରେ ପହଁଚିବା ପାଇଁ ଯଦି ମୋଦୀ ସରକାର ପ୍ରକୃତରେ ଚାହୁଁଛନ୍ତି ତେବେ ଦେଶରେ 4ଟି ରାଜଧାନୀ କରନ୍ତୁ। ଏହିପରି ଏକ ଆହ୍ବାନ ଦେଇଛନ୍ତି ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ମମତା ଏହା କହିଛନ୍ତି। ସେ କହିଛନ୍ତି ଯେ ତାମିଲନାଡୁ ଲୋକ ରାଜଧାନୀରେ କାମ ଥିଲେ ସେମାନଙ୍କୁ ଆସିବାକୁ ଦୁଇତିନି ଦିନ ଲାଗୁଛି। ଅନେକ ଲୋକଙ୍କ ପାଇଁ ରାଜଧାନୀ ନୂଆଦିଲ୍ଲୀ ଆସିବା କାଠିକର ପାଠ। ସେଥିପାଇଁ କେନ୍ଦ୍ର ସରକାର ଭାରତରେ 4ଟି ରାଜଧାନୀ କରନ୍ତୁ। ଏହି ଚାରୋଟି ରାଜଧାନୀ ପୂର୍ବ, ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ରାଜ୍ୟ ସମୁହକୁ ନେଇ କରାଯାଉ। ପୂର୍ବ ରାଜ୍ୟଗୁଡିକ ନେଇ ଯେଉଁ ରାଜଧାନୀ ହେବ ତାହା କୋଲକତାରେ କରାଯାଉ ବୋଲି ମମତା କହିଛନ୍ତି। ନେତାଜୀ ଦେଶରେ ଶାସନ ବିକେନ୍ଦ୍ରୀକରଣର ସ୍ବପ୍ନ ଦେଖୁଥିଲେ…

Read More

ଭୁବନେଶ୍ବର,ଏଣିକି ରେଳ ସଂପର୍କିତ ଯେ କୌଣସି ସୂଚନା ଜାଣିବା ପାଇଁ ବିଭିନ୍ନ ନମ୍ବରକୁ ଡାଏଲ କରିବାକୁ ପଡିବା ନାହିଁ। ଗୋଟିଏ ନମ୍ବରରେ ସମସ୍ତ ସୂଚନା ପାଇପାରିବେ। ସେଥିପାଇଁ ରେଳ ବିଭାଗ ସମସ୍ତ ହେଲପ ଲାଇନ ନମ୍ବର ମିଶାଇ ଗୋଟିଏ କରିଛି। ସେହି ନମ୍ବର ହେଲା ୧୩୯ । ଯାତ୍ରୀଙ୍କ ସୁବିଧା ଏବଂ ଏକକ ନମ୍ବରକୁ ମନେ ରଖି ରେଳବାଇ ସହିତ ଯୋଗାଯୋଗ ସହଜ ପାଇଁ ଏକ ଲକ୍ଷ୍ୟ ସହିତ ରେଳବାଇ ହେଲ୍ପଲାଇନ ନମ୍ବର ୧୩୯ ସହିତ ସୁରକ୍ଷା, ସାଧାରଣ ଅଭିଯୋଗ, କ୍ୟାଟରିଂ, ଭିଜିଲାନ୍ସ ଇତ୍ୟାଦି ସମସ୍ତ ହେଲ୍ପଲାଇନ ନମ୍ବରକୁ ମିଶ୍ରଣ କରାଯାଇଅଛି। ଏହି ହେଲ୍ପଲାଇନ ନମ୍ବର ୧୩୯ ଏଣିକି ଯାତ୍ରା ସମୟରେ ସମସ୍ତ ଅନୁସନ୍ଧାନ ଏବଂ ଅଭିଯୋଗ ପାଇଁ ବ୍ୟବହୃତ ମଧ୍ୟ ହେବ। ଏହି ହେଲ୍ପଲାଇନ ନମ୍ବର ୧୩୯ ସମସ୍ତ ବିଦ୍ୟମାନ ହେଲ୍ପଲାଇନ ନମ୍ବରକୁ ମିଶ୍ରିତ କରିଛି ଯାହା ରେଳବାଇ ସହିତ ସଂଯୋଗ ହେବା ପାଇଁ ଯାତ୍ରୀମାନଙ୍କୁ ଏହି ନମ୍ବରକୁ ମନେ…

Read More

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଭାରତକୁ ୨-୧ ରେ ସିରିଜ ଜିତାଇଥିବା ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ଵକୁ ସମସ୍ତେ ପ୍ରଶଂସା କରିଛନ୍ତି। ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିରୋଧରେ ଦ୍ଵିତୀୟ ଇନିଂସରେ ମାତ୍ର ୩୬ ରନରେ ଅଲଆଉଟ ହୋଇଯାଇଥିଲେ। କଙ୍ଗାରୁ ଦଳ ମାତ୍ର ତିନି ଦିନ ଭିତରେ ଭାରତୀୟ ଦଳକୁ ୮ ୱିକେଟରେ ହରାଇ ସିରିଜରେ ୧-୦ରେ ଆଗୁ ରହିଥିଲା। ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ଅଧିନାୟକତ୍ଵ କରିଥିଲେ ବିରାଟ କୋହିଲି। କିନ୍ତୁ ସେ ଦ୍ଵିତୀୟ ଟେଷ୍ଟ ପୂର୍ବରୁ ଭାରତ ଫେରିଆସିଥିଲେ। ତେବେ ସେଭଳି ଚାପ ସମୟରେ ଅଜିଙ୍କ୍ୟ ରାହାଣେ ଦଳର ଅଧିନାୟକତ୍ଵ ଭାର ସମ୍ଭାଳିଥିଲେ। ଅଷ୍ଟ୍ରେଲିଆ ଦଳର ମାଇଣ୍ଡ ଗେମକୁ ସାମ୍ନା କରି ସେ ଦଳକୁ ଅତି ମଜବୁତରେ ଠିଆ କରିଥିଲେ। ଯାହାଫଳରେ ଦ୍ଵିତୀୟ ଟେଷ୍ଟ ମ୍ଯାଚରେ ଅଷ୍ଟ୍ରେଲିଆକୁ ଭାରତ ୮ ୱିକେଟରେ ହରାଇ ଏକ ବଡ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ରାହାଣେ ଏକ ସୁନ୍ଦର ଶତକ ହାସଲ କରି…

Read More

କୋଲକାତା, ମହାନ ନାୟକ ତଥା ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ଜାତୀୟ ଛୁଟିି ଦିନ ଭାବେ ଘୋଷଣା କରାଯାଉ। କେନ୍ଦ୍ର ସରକାରଙ୍କ ନିକଟରେ ଏହିପରି ଦାବୀ କରିଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ନେତାଜୀଙ୍କ 125 ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଏକ ସଭାରେ ସେ ଏହି ଦାବୀ କରିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, ନେତାଜୀ କିପରି କେଉଁ ପରିସ୍ଥିତିରେ ଅନ୍ତର୍ଦ୍ଧାନ ହେଲେ ତାହାର ତଦନ୍ତ କରାଯାଉ। ଏଥିସହିତ ମମତା କେନ୍ଦ୍ର ସରକାର ଘୋଷଣା କରିଥିବା ପରକ୍ରାମ ଦିବସକୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ପରାକ୍ରମ ଦିବସ କଣ ? ବିଶ୍ବକବି ରବିନ୍ଦ୍ରନାଥ ଠାକୁର ନେତାଜୀଙ୍କୁ କହିଥିଲେ ଦେଶନାୟକ। ତେଣୁ କେନ୍ଦ୍ର ସରକାର ପରାକ୍ରମ ଦିବସ ପରିବର୍ତ୍ତେ ଏହାକୁ ଦେଶନାୟକ ଦିବସ ଭାବେ ଘୋଷଣା କରନ୍ତୁ। ପରାକ୍ରମ ହେଉଛି ଏକ ଗୁଜରାଟୀ ଭାଷା। ଏହାକୁ କେନ୍ଦ୍ର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି…

Read More

ସୀତାରାମ ଅଗ୍ରୱାଲ ଚିଲିକା: ବହୁ ଦିନର ଆଶା ଆକାଂକ୍ଷର ଅନ୍ତ ଘଟାଇ ଚିଲିକା ବ୍ଲକରେ ଆଜି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ନ୍ୟାୟାଳୟର ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି। ଏହି କୋର୍ଟ ପ୍ରତିଷ୍ଠା ପରେ ଗ୍ରାମାଞ୍ଚଳର ଗରିବ ଅଭାବି ଲୋକମାନେ ଖର୍ଚ୍ଚାନ୍ତରୁ ମୁକ୍ତି ପାଇବେ। ସେମାନେ ଉପର କୋର୍ଟକୁ ନ ଯାଇ ଏହି କୋର୍ଟରେ ସ୍ୱଳ୍ପ ଖର୍ଚ୍ଚରେ ନିଜ ନିଜର ଅଭିଯୋଗକୁ ଦାୟର କରିବାର ସୁଯୋଗ ପାଇପାରିବେ। ଏବଂ ଶୀଘ୍ର ନ୍ୟାୟ ପାଇପାରିବେ। ଉକ୍ତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଓଡିଶା ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡକ୍ଟର ଏସ. ମୁରଲୀଧର ଉପସ୍ଥିତ ଥିଲେ। ଅନ୍ୟ ଅତିଥି ରୂପେ ଉଚ୍ଚ ନ୍ୟାୟାଳୟ ର ନ୍ୟାୟମୂର୍ତ୍ତି ଏସ.କେ ମିଶ୍ର, ନ୍ୟାୟମୂର୍ତ୍ତି ସାବିତ୍ରୀ ରାଥୋ ଓ ଖୋରଧା ଜିଲ୍ଲା ଜର୍ଜ ଲୋକନାଥ ମହାପାତ୍ର ଉପସ୍ଥିତ ଥିଲେ। ତତ୍ ସହିତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଅଜୟ ପ୍ରତାପ ସ୍ୱାଇଁ, ଜିଲ୍ଲାପାଳ…

Read More

କଟକ, ମହାନ ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ଜୟନ୍ତୀରେ ଚାରିଆଡେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଉଛି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ସମେତ ଗୃହମନ୍ତ୍ରୀ ଏବଂ ବିଭିନ୍ନ ମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ସେହିପରି ତାଙ୍କର ଜନ୍ମସ୍ଥାନ କଟକ ଓଡିଆ ବଜାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଭାଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଛନ୍ତି। ଜାନକୀନାଥ ଭବନରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ ମଧ୍ୟ କରିଛନ୍ତି। ପରବର୍ତ୍ତି ସମୟରେ ନେତାଜୀଙ୍କ ନାମରେ ନାମିତ ଏକ ବସ ଟର୍ମିନାଲକୁ ମଧ୍ୟ ସେ ଶିଳାନ୍ୟାସ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ମୃତ ବ୍ୟକ୍ତି ପାଉଛନ୍ତି ବିଧବା ଭତ୍ତା। ପ୍ରସଙ୍ଗଟି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏହା ସତ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୋରସିଂହ ପଞ୍ଚାୟତରେ ଏପରି ଏକ ମହା ଦୁର୍ନୀତି ନଜରକୁ ଆସିଛି। ସୂଚନା ମୁତାବକ ତୋରସିଂହ ପଞ୍ଚାୟତ ରୋପଡ଼ା ଗ୍ରାମର ହେମଲତା ବେୱାଙ୍କ ମୃତ୍ୟୁ ବହୁ ମାସ ପୂର୍ବରୁ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ମାସିକ ବିଧବା ଭତ୍ତା ମିଳୁଥିବାର ଅଭିଯୋଗ ହେଉଛି। ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ମୃତକ ବ୍ୟକ୍ତିଙ୍କୁ ବିଧବା ଭତ୍ତା କିପରି ମିଳୁଛି ଏବଂ ଭତ୍ତା ନେଉଛି କିଏ? ହସ୍ତଗତ ତଥ୍ୟ ମୁତାବକ ଚଳିତ ମାସ ୧୮ ତାରିଖରେ ମୃତ ହେମଲତା ବେୱାଙ୍କୁ ବିଧବା ଭତ୍ତା ଟଙ୍କା ମିଳିଛି। ତେବେ ନିୟମ ମୁତାବକ ଯଦି ପଞ୍ଚାୟତରେ କୌଣସି ହିତାଧିକାରୀଙ୍କ ମୃତ୍ୟୁ ହୁଏ ତେବେ ଉକ୍ତ ପଞ୍ଚାୟତର ସରପଞ୍ଚ ଏବଂ ପିଇଓ ଏବାବଦରେ ତଦନ୍ତ କରି ସଙ୍ଗେସଙ୍ଗେ ସମ୍ପୃକ୍ତ ହିତାଧିକାରୀ…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଅନ୍ୟତମ ବରପୁତ୍ର ବ୍ରିଗେଡିୟର ଚଣ୍ଡୀ ପ୍ରସାଦ ମହାନ୍ତି ଦେଶର ଉପମୁଖ୍ୟ ସେନାଅଧିକାରୀ ପଦବୀ ଲାଭ କରି ଜଗତସିଂହପୁର ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି। ଏହି ପଦୋନ୍ନତି ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବା ସହିତ ତାଙ୍କର ସୁସ୍ଥ ନିରାମୟ ଜୀବନ କାମନା କରିଛନ୍ତି। ଏହି ପଦବୀରେ ଶ୍ରୀଯୁକ୍ତ ମହାନ୍ତିଙ୍କୁ ଅବସ୍ଥାପିତ କରାଯାଇଥିବା ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଶ୍ରୀଯୁକ୍ତ ମହାନ୍ତି ଜଗତସିଂହପୁର ଜିଲ୍ଲାର ଜୟବଡ଼ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ଜଗତସିଂହପୁର ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତି ତାଙ୍କ ପାଇଁ ନିଜକୁ ଗୌରବ ଅନୁଭବ କରୁଛନ୍ତି। ଏମିତିକି ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶ୍ରୀଯୁକ୍ତ ମହାନ୍ତିଙ୍କୁ ଜୟବଡ଼ ସ୍ଥିତ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ସୁଭେଚ୍ଛା ଜଣାଇଥିଲେ। ସେହିପରି ପୂର୍ବତନ ପୌରାଧ୍ଯକ୍ଷ…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୭୬ ଜଣ ଚିହ୍ନଟ ହୋଇଥିବାବେଳେ ୫୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୧୫୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୦ ହଜାର ୭୫୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୪୩୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୨ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୩ ଟି ଜିଲ୍ଲାରୁ ମୋଟ୍‌ ୧୩୦ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ପୁରୀ ଜିଲ୍ଲାରୁ ୧୫, ସୁନ୍ଦରଗଡ ଜିଲ୍ଲାରୁ ୧୪, ଅନୁଗୁଳରୁ ୧୨, ବାଲେଶ୍ଵର ଜିଲ୍ଲାରୁ ୧୦ ଜଣ, ବରଗଡ଼…

Read More

କଟକ: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକର ଖାନନଗର ଠାରେ ଏକ ବସ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି। ନେତାଜୀଙ୍କ ନାମରେ ଏହି ନୂତନ ବସ ଟର୍ମିନାଲର ନାମାକାରଣ କରାଯାଇଛି। ୧୨ ଏକର ଜମିରେ ଏହି ନୂଆ ବସ ଟର୍ମିନାଲକୁ ପ୍ରସ୍ତୁତ କରାଯିବ। ଯାହାର ବ୍ୟୟ ଅଟକଳ ୬୫ କୋଟି ଟଙ୍କା ରହିଛି। ଶିଳାନ୍ୟାସ ସହ ନେତାଜୀଙ୍କ ବଳିଦାନର ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନେତାଜୀଙ୍କ ସଂଗ୍ରାହଳୟକୁ ଯାଇଥିଲେ ଏବଂ ସେଠାରେ ନେତାଜୀଙ୍କ ପ୍ରତ୍ତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ  କରି ନୂଆ ବସ ଟର୍ମିନାଲ ଉଦ୍ଦେଶ୍ୟରେ ଖାନନଗରରେ ପହଞ୍ଚିଥିଲେ।

Read More

ନୂଆଦିଲ୍ଲୀ: ଜାନୁୟାରୀ ୨୬ ରେ ଟ୍ରାକ୍ଟର ରାଲି କରିବା ଲାଗି ଚାଷୀ ଜିଦ ଧରି ବସିଛନ୍ତି। ସେପଟେ ସରକାର କୃଷି ଆଇନକୁ ରଦ୍ଦ କରିବା ଲାଗି ରାଜି ହେଉନାହିଁ। କିନ୍ତୁ ଏହା ଭିତରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ଧ୍ୟାନ କୃଷକ ଆନ୍ଦୋଳନ ଉପରେ ପଡ଼ିଛି। ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀ ମାନଙ୍କ ମଧ୍ୟରୁ ଏକ ସନ୍ଦିଗ୍ଧ ଯୁବକଙ୍କୁ ଧରାଯାଇଛି। ଏହି ସନ୍ଦିଗ୍ଧ ଯୁବକଜଣଙ୍କ କହିଛନ୍ତି ଯେ, ୨୬ ଜାନୁୟାରୀ ଦିନ ଚାରି ଜଣ କୃଷକ ନେତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ସେ ଆସିଥିଲେ। ସେହି ଯୁବକଙ୍କ ନାମ ଯୋଗେଶ ଅଟେ। ସେ ହରିୟଣା ସୋନିପତ ଜିଲ୍ଲାର ବାସିନ୍ଦା ବୋଲି ଜଣା ପଡିଛି। ଯୋଗେଶ କହିଛି କି, କୃଷକ ନେତାଙ୍କୁ ହତ୍ୟାକରିବା ଲାଗି ସୋନିପତ ଅନ୍ତର୍ଗତ ରାଈ ଥାନର ଏସଏଚଓ ପ୍ରଦୀପ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବର୍ତ୍ତମାନ ପ୍ରଦୀପ ନାମରେ କୌଣସି ଏସଏଚଓ ସେହି ଥାନାରେ କାର୍ଯ୍ୟରତ…

Read More