ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୪ ହଜାର ୨୫୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୫୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୬ ଲକ୍ଷ ୩୯ ହଜାର ୬୮୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୧୮୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩ ଲକ୍ଷ ୮୩୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୮୫ ହଜାର ୬୬୨ ଆକ୍ଟିଭ୍ କେସ୍ ରହିଛି।
Author: Samikhsya Bureau
ଅହମ୍ମଦାବାଦ, ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର 125 ତମ ଜୟନ୍ତୀ। ଏହି ପରିପ୍ରେକ୍ଷୀରେ ଗତକାଲି ଅହମ୍ମଦାବାଦରେ କରାଯାଇଥିଲା ଏକ ବଳଦ ରାଲି। ସୁବାଷ ବୋଷଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସ୍ମରଣ କରିବା ପାଇଁ ଏହି ରାଲି କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇଥିଲେ। 1938 ମସିହାରେ ସୁବାଷ ବୋଷଙ୍କୁ ଗୁରୁାଟର ହରିପୁରା ଗାଁରେ କରାଯାଇଥିବା ଜାତୀୟ କଂଗ୍ରେସ ସମ୍ମିଳନୀରେ ତାଙ୍କୁ ସଭାପତି କରାଯାଇଥିଲା। ସେତେବେଳେ ତାଙ୍କୁ ଖୁସିରେ ହରିପୁରା ଗ୍ରାମରେ 50ଟି ବଳଦଙ୍କୁ ନେଇ ଏକ ଶଗଡ ଶୋଭାଯାତ୍ରା କରାଯାଇଥିଲା। ସେହି ସ୍ମରଣୀୟ ଦିନକୁ ମନେପକାଇବା ପାଇଁ ହରିପୁରାରେ ନରେନ୍ଦ୍ର ମୋଦୀଙ୍କୁ ବଳଦ ଗାଡି ଶୋଭଯାତ୍ରାରେ ନିଯାଇଥିଲା।
ଆଜି ମହାନ ବ୍ୟକ୍ତିତ୍ବ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ, ଏହି ବୀର ପୁରୁଷଙ୍କର ଅବଦାନ ଚୀର ସ୍ମରଣୀୟ
ଆଜି ସାରା ଦେଶରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ପାଳନ କରାଯାଉଛି
ନୂଆଦିଲ୍ଲୀ, ଯଦି ଜଣେ ବ୍ୟକ୍ତି ସ୍ୱପ୍ନରେ ଜଣେ ମହିଳାଙ୍କୁ ଦେଖେ ତେବେ ଏହାର ଅର୍ଥ କ’ଣ? ଏହା ସହିତ, ମହିଳାଙ୍କୁ କେଉଁ ଅବସ୍ଥାରେ ଦେଖିବେ ତାହା ଉପରେ ମଧ୍ୟ ସେହି ବ୍ୟକ୍ତିଙ୍କ ଭାଗ୍ୟ ପ୍ରଭାବିତ କରିଥାଏ। ଆସନ୍ତୁ ଏହି ସ୍ୱପ୍ନଗୁଡ଼ିକ ବିଷୟରେ ଆଜି ପାଞ୍ଚୋଟି କଥା ଜାଣିବା। 1-ଯଦି ସ୍ବପ୍ନରେ ଆପଣ ଜଣେ ପୁରୁଷ ଏକ ସୁନ୍ଦର ଧଳା ନାରୀକୁ ଆଲିଙ୍ଗନ କରିବା ଦେଖିବେ ତେବେ ସେ ଶୀଘ୍ର ଧନୀ ହେବାର ସମ୍ଭାବନା ଅଛି। 2-ଯଦି କୈଣସି ବ୍ୟକ୍ତି ସ୍ୱପ୍ନରେ ଜଣେ ମହିଳାଙ୍କୁ ଶାଢୀ ପିନ୍ଧିଥିବାର ଦେଖନ୍ତି, ତା’ହେଲେ ତାଙ୍କ ବିବାହିତ ଜୀବନ ଭଲ ହେବ। 3-ଜଣେ ବ୍ୟକ୍ତି ସ୍ୱପ୍ନରେ ନିଜ ପ୍ରିୟର ତ୍ୟାଗ ଭାବ ଦେଖନ୍ତି ତେବେ ସେ ବ୍ୟବସାୟରେ ଭଲ କରିବାର ସମ୍ଭାବନା ଥାଏ 4-ଯେତେବେଳେ ଜଣେ ଫୁଲହାର ପିନ୍ଧା ଯୁବତୀଙ୍କୁ ସ୍ୱପ୍ନରେ ଦେଖନ୍ତି, ସେତେବେଳେ ତାଙ୍କ ଭାଗ୍ୟରେ ଫୁଲ ବର୍ଷାର ସମ୍ଭାବନା ରହିଛି। 5-ଯଦି ଆପଣ ସ୍ବପ୍ନରେ…
ନୂଆଦିଲ୍ଲୀ, ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ବାର୍ଷିକୀ। ସେଥିପାଇଁ କେନ୍ଦ୍ର ସରକାର ଏହି ଜନ୍ମ ଦିବସକୁ ପାଳନ କରିବା ପାଇଁ ଏକ ବଡ ଆୟୋଜନ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ପୂର୍ବରୁ କେନ୍ଦ୍ର ସରକାର ନେତାଜୀଙ୍କ ଜନ୍ମ ଦିବସ ଜାନୁୟାରୀ 23 ତାରିଖକୁ ପ୍ରତିବର୍ଷ ପରାକ୍ରମ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଛନ୍ତି। ଚଳିତ ବର୍ଷର ସ୍ମୃତି ଉଦ୍ଦେଶ୍ୟରେ ସଂସ୍କୃତି ମନ୍ତ୍ରଣାଳୟ ଅନେକ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପ ହାତକୁ ନେଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଏହି ସ୍ମୃତିର ଉଦଘାଟନ କାର୍ଯ୍ୟ ଅନୁଷ୍ଠିତ ହେବ । ଏହି ଅବସରରେ ନେତାଜି ଉପରେ ଏକ ସ୍ଥାୟୀ ପ୍ରଦର୍ଶନୀ ଏବଂ ଏକ ପ୍ରୋଜେକ୍ଟ ମ୍ୟାପିଂ ସୋ ଉଦଘାଟିତ ହେବ । ନେତାଜୀଙ୍କ ଉପରେ ଆଧାର କରି ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ…
ନୂଆଦିଲ୍ଲୀ, ଆଜି ତିନୋଟି ରାଶିର ଭାଗ୍ୟ ବେଶ ଉଜ୍ଜଳ ରହିଛି। ସେମାନଙ୍କର ଯୋଜନା ଫଳପ୍ରଦ ହେବ। ଆୟ ବୃଦ୍ଧି ପାଇବ। ପିଲାମାନେ ଏବଂ ଭାଇମାନଙ୍କ ଦ୍ୱାରା ଉପକୃତ ହେବେ। ଘରୋଇ ବ୍ୟବହାର ପାଇଁ ଜିନିଷ କ୍ରୟ କରିବେ। ସାମାଜିକ କାର୍ଯ୍ୟରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିବେ। ବ୍ୟବସାୟ ଯୋଜନାଗୁଡ଼ିକୁ ଗୁପ୍ତ ପରିଶ୍ରମର ଫଳ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ ହେବ। ଆର୍ଥିକ ସ୍ଥିତି ସନ୍ତୋଷଜନକ ହେବ। ସେହି ତିନୋଟି ରାଶି ହେଉଛି ମିଥୁନ, ମକର, ମୀନ। ଆପଣଙ୍କ ଯୋଜନାରେ ପରିବର୍ତ୍ତନ କରିବାକୁ ପଡିବ । ଚାକିରି ପାଇବେ। ଅପ୍ରତ୍ୟାଶିତ ଲାଭ ହେବ । ବିପଦ କାର୍ଯ୍ୟ କରନ୍ତୁ ନାହିଁ । ଆପଣ ବଡ଼ ଲୋକଙ୍କୁ ଭେଟିବାର ଲାଭ ପାଇବେ। ଆଇନଗତ କାର୍ଯ୍ୟରେ ସମୟ ସୀମା ଉପରେ ନଜର ରଖନ୍ତୁ । ଆପଣ ବ୍ୟବହାରିକତାର ଲାଭ ପାଇବେ। ବ୍ୟବସାୟର ଉତ୍କର୍ଷତା ରହିବ।
ମେଷ-ପରିବାର ଏବଂ ସମାଜରେ ଆପଣଙ୍କ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ । ଏହାର ମୂଲ୍ୟ ଅଧିକ ହେବ। ଟେନସନ ରହିବେ। କ୍ଳାନ୍ତ ହୋଇଯିବେ। ବିପଦ କରନ୍ତୁ ନାହିଁ । ଧୈର୍ଯ୍ୟ ଧରନ୍ତୁ। ମାତାର ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେବ । ବିବାଦ ପଳାୟନ ପରେ ରୋଜଗାରରେ ଇଚ୍ଛାକୃତ ସଫଳତାର ସମଷ୍ଟି। ବୃଷ- ଭ୍ରମଣ, ବିନିଯୋଗ ଏବଂ ଚାକିରି ଆପଣଙ୍କୁ ଅନୁକୂଳ ସୁବିଧା ଦେବ । ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ । ବିପଦ କରନ୍ତୁ ନାହିଁ । ତତ୍ପରତା ନାହିଁ । କାରବାରରେ ସାବଧାନ ରୁହନ୍ତୁ । ଉଚ୍ଚ ପଦାଧିକାରୀଙ୍କଠାରୁ ଆପଣ ସମ୍ମାନ ଏବଂ ଗୁରୁତ୍ୱ ପାଇବେ । ବୁଡି ଯାଇଥିବା ଟଙ୍କା ପାଇବେ । ପୁଞ୍ଜି ବିନିଯୋଗ ଲାଭଦାୟକ ହେବ । ମିଥୁନ- ଯୋଜନା ଫଳପ୍ରଦ ହେବ । କାର୍ଯ୍ୟକୁ ପ୍ରଶଂସା କରାଯିବ । ଆୟ ବୃଦ୍ଧି ପାଇବ । ଚିନ୍ତା ଏବଂ ଟେନସନ ହେବେ । ଲଜ୍ଜିତ…
ଭୁବନେଶ୍ବର,ବର୍ତ୍ତମାନ ସାଇବର ଠକମାନଙ୍କ ନୂଆ ତରିକା। ବିଭିନ୍ନ ପ୍ରକାରର କୌଶଳ ଫେଲ ମାରିବା ପରେ ବର୍ତ୍ତମାନ ରେଳ ବିଭାଗ ନାମରେ ବର୍ତ୍ତମାନ ଠକିବା ଆରମ୍ଭ କରିଛନ୍ତି। ଏହି ଠକମାନେ ଫୋନ କଲ କରି ରେଳବାଇ ରିଫଣ୍ଡ ପାଉଣା ଫେରସ୍ତ ପାଇଁ କହୁଛନ୍ତି। ସେମାନେ ସାଧାରଣତଃ ଯେଉଁମାନେ ରେଳ ଯାତ୍ରୀ ସେମାନଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ ବଳକା ଟଙ୍କା ଫେରସ୍ତ ହେବ ବୋଲି କହି ଯାତ୍ରୀଙ୍କ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ସବିଶେଷ ବିବରଣୀ ମାଗୁଛନ୍ତି। ଯଦି ଆପଣ ସମସ୍ତ ତଥ୍ୟ ଦେଇଦେଲେ ତେବେ କଥା ସରିଲା। ହାକରମାନେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେବେ। ଏହିପରି ଘଟଣା ଆସିବା ପରେ ରେଳବାଇ ତରଫରୁ ଏକ ସ୍ପଷ୍ଟିକରଣ ତଥା ଯାତ୍ରୀଙ୍କୁ ପରାମର୍ଶ ଦେଇଛି। ବିଭାଗ କହିଛି ଯେ,ଏହାର ଗ୍ରାହକ କିମ୍ବା ରେଳ ବ୍ୟବହାରକାରୀଙ୍କୁ ସେମାନଙ୍କର ଡେବିଟ୍ କ୍ରେଡିଟ୍ କାର୍ଡର ବିବରଣୀ କାହାକୁ ପ୍ରକାଶ ନ କରିବାକୁ ଅନୁରୋଧ କରିଛି। ଭାରତୀୟ ରେଳବାଇ, ଆଇଆରସିଟିସି…
ସୀତାରାମ ଅଗ୍ରୱାଲ ବାଣପୁର: ୩୨ତମ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ହୋଇଥିବା ସଚେତନତା ରଥ ପରିକ୍ରମା ଏବଂ ସଚେତନତା ନୃତ୍ୟ ପରିବେଷଣର ଶୁଭାରମ୍ଭ ହୋଇଯାଇଅଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ପ୍ରମୋଦ କୁମାର ପାଢୀ, ଏନ ସି ସି ଅଧିକାରୀ ଲେଫ୍ଟନାଣ୍ଟ ଡ଼ ଗୁରୁ କିଶୋର ନାୟକ, ରୋଭର ଲିଡର୍ ଡ଼ ଆଦିତ୍ୟ ସାରଥୀ ବେଦମତା ଓ ରେଞ୍ଜର ଲିଡର୍ ନିହାର ବାଳା ରାଉତ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ସହରର ଅଚ୍ୟୁତରାଜପୁର, ପୋଡା ସାହି, ଥାନା, ତହସିଲ, ପଲଟନ ପଡ଼ିଆ ଓ ବାଣପୁର ବଜାର ମଧ୍ୟ ଦେଇ ସଚେତନତା ରଥ ପରିକ୍ରମା କରାଯିବା ସହ ନୃତ୍ୟ ପରିବେଷଣ ମାଧ୍ୟମରେ ଜନ ସଚେତନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କଲେଜରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସ୍ଲୋଗାନ ଓ କୁଇଜ ପ୍ରତିଯୋଗୀତା କାର୍ଯ୍ୟକ୍ରମ କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ସ୍ଥିତ ରାଣୀ ଅନ୍ନପୂର୍ଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୩୨ ତମ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରେଢାଖୋଲ ବ୍ଲକ୍ର ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ରାଲି ସହର ପରିକ୍ରମା କରାଯାଇଥିଲା। ଜନସଚେତନତା ସୃଷ୍ଟି ପାଇଁ ରାଲିରେ ପ୍ଲା କାର୍ଡ ଧରି ଓ ପୋଷ୍ଟର ମାଧ୍ୟମରେ ଜନସଚେତନତା କରାଯାଇଥିଲା। ଏହି ରାଲିକୁ ରେଢାଖୋଲ ଥାନାଧିକାରୀ ଏସ୍ ବି ଛତ୍ରିଆ ପତାକା ଦେଖାଇ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ବିଦ୍ୟଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରବନ୍ଧ, କୁଇଜ୍, ଶ୍ଲୋଗାନ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ବିଜୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଥାନାଧିକାରୀ ଏସ୍. ବି. ଛତ୍ରିଆ, ମୁଖ୍ୟବକ୍ତା ଭାବରେ ଯଶୋବନ୍ତ ଚିନ୍ନାରା, ଟ୍ରାଫିକ୍ ସବ୍ ଇନସ୍ପେକ୍ଟର, ଆର୍ .ଟି.ଓ, ସେଚ୍ଛାସେବୀ ଅନୁଷ୍ଠାନ, ସାର୍କର ସଂଗଠକ ଚକ୍ରଧର…
ପିଣ୍ଟୁ ବିଷୋୟୀ ବେଗୁନିଆପଡ଼ା: ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ ଥିଲା। ଏହି ଉପନିର୍ବାଚନ ପାଇଁ ୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ହେଲେ ସେହି ତିନି ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଦୁଇ ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲେ। ଯାହାଦ୍ୱାରା ବିଜେଡି ସମର୍ଥିତ ପ୍ରାର୍ଥୀ ସତୀଶ ରଞ୍ଜନ ତାରିଣୀ ନିର୍ଦ୍ୱନ୍ଦରେ କୁମ୍ଭାରଗାଁ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। କୁମ୍ଭାରଗାଁ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ କୁମାର ତାରେଣୀକଂ ଦେହାନ୍ତ ପରେ ଏହି ପଞ୍ଚାୟତର ସରପଞ୍ଚ ପଦବୀ ଖାଲି ପଡ଼ିଥିଲା। ଓଡିଶା ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପ୍ରକାରେ ଚଳିତ ମାସ ୧୩, ୧୫ ଓ ୧୮ ତାରିଖ ଦିନ ନାମାଙ୍କନ ପାଇଁ ଧାର୍ଯ୍ୟ କରାଯାଇଥିଲା। ସତୀଶ ରଂଜନ ତାରେଣୀ, ଲଳିତ କୁମାର ସ୍ବାଇଁ ଓ ପ୍ରବୀଣ କୁମାର ସ୍ବାଇଁ ଏହି ଉପନିର୍ବାଚନ ପାଇଁ…
ଭୁବନେଶ୍ଵର: ଆଜି ରାଜ୍ୟରୁ ୨୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୩୭, ଝାରସୁଗୁଡାରୁ ୨୨, ଅନୁଗୁଳରୁ ୧୮, ସମ୍ବଲପୁରରୁ ୧୬, ପୁରୀରୁ ୧୫, କଟକରୁ ୧୪, ଖୋର୍ଦ୍ଧାରୁ ୧୨, ବାଲେଶ୍ବରରୁ ୯, ଯାଜପୁରରୁ ୯, ନୂଆପଡ଼ାରୁ ୯, ବରଗଡରୁ ୮, ବଲାଙ୍ଗୀରିରୁ ୮, ନୟାଗଡରୁ ୮, ମୟୂରଭଞ୍ଜରୁ ୫, ବୌଦ୍ଧରୁ ୩, କେନ୍ଦୁଝରରୁ ୩, ଭଦ୍ରକରୁ ୨, ଢେଙ୍କାନାଳରୁ ୨, ଗଜପତିରୁ ୨, ଗଞ୍ଜାମରୁ ୨, କେନ୍ଦ୍ରାପଡାରୁ ୨, ଜଗତସିଂହପୁରରୁ ୧, କଳାହାଣ୍ଡିରୁ ୧, କୋରାପୁଟରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୨ ଜଣ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୦ ହଜାର ୭୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ…
ଭୁବନେଶ୍ବର: ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ଡଃ. ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର ହୋଇଛି। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ସମ୍ବିତଙ୍କ ନାମରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି। ପରୀ ଘଟଣାରେ ସମ୍ବିତ ଅରୁଚିକର ଆରୋପ ଲଗାଇଥିବାରୁ ପ୍ରତିବାଦ ସ୍ୱରୂପ ମୋକିମ ମାନହାନି ମୋକଦ୍ଦମା ଦାୟର କରିଛନ୍ତି। ସୂଚନା ଯୋଗ୍ୟ ଯେ, ପରୀ ହତ୍ୟା ଘଟଣାକୁ ନେଇ ଗତ ନଭେମ୍ବର ୩୦ ତାରିଖରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ. ସମ୍ବିତ ପାତ୍ର କଂଗ୍ରେସର ନଅ ଜଣ ବିଧାୟକ ଶାସକ ଦଳଠାରୁ ଟଙ୍କା ଖାଇଥିବା ନେଇ ସମ୍ବିତ ଗଣମାଧ୍ୟମରେ କହିଥିଲେ। ତେଣୁ ଏହାକୁ ପ୍ରତିବାଦ କରିବା ସହ ସମ୍ବିତଙ୍କ ବିରୋଧରେ ବିଧାୟକ ମହମ୍ମଦ ମୋକିମ ଏକ ଓକିଲ ନୋଟିସ୍ ଜାରିକରିଥିଲେ। ସମ୍ବିତଙ୍କ ଏହି ମନ୍ତବ୍ୟ ଦ୍ୱାରା କଂଗ୍ରେସ ବିଧାୟକମାନଙ୍କ ଆତ୍ମସମ୍ମାନରେ କ୍ଷତି ଘଟିଛି। ତେଣୁ ସମ୍ବିତ ପାତ୍ର ଏଥିପାଇଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୩୨ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୩୬୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ୍.ଏ.ସିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସନ୍ଦିଗ୍ଧ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ମହିଳା ଜଣଙ୍କ ବାଣପୁର ଏନ୍.ଏ.ସି ଅନ୍ତର୍ଗତ ବଜାର ସାହିର ଗୀତାଞ୍ଜଳି ପ୍ରଧାନ ବୋଲି ଜଣାପଡିଛି। ମୃତକ ମହିଳା ଜଣଙ୍କୁ ତାଙ୍କ ସ୍ଵାମୀ ବାଡେଇ ମାରିଦେଇଥିବା ଅଭିଯୋଗ ହୋଇଛି। ଘଟଣା ରୁ ପ୍ରକାଶ ଯେ, ବାଣପୁର ବଜାର ସାହିରେ ଭଡା ସୁତ୍ରରେ ରହୁଥିବା ଯୋଗୀ ପାତ୍ରଙ୍କ ପୁଅ ମିଟୁ ପାତ୍ର ଗତ ଦୁଇ ବର୍ଷ ତଳେ ଗୀତାଞ୍ଜଳିଙ୍କୁ ବିବାହ କରିଥିଲେ। ଗୀତାଞ୍ଜଳିଙ୍କ ଏହା ଦ୍ଵିତୀୟ ବିବାହ ଥିବାବେଳେ ପୂର୍ବରୁ ତାଙ୍କର ୩ଟି ଝିଅ ଅଛନ୍ତି ଏବଂ ପ୍ରଥମ ସ୍ୱାମୀଙ୍କ ଦେହାନ୍ତ ହୋଇଯାଇଛି। ୩ ଟି ଝିଅ ମଧ୍ୟରୁ ୨ଜଣ ସ୍ଥାନୀୟ ନେହେରୁ ସେବା ସଂଘରେ ରହୁଥିବା ବେଳେ ସାନଝିଅ ତା ମାଉସୀ ପାଖରେ ରହୁଥାଏ। ଗୀତାଞ୍ଜଳିଙ୍କ ଭଉଣୀ ଓ ଝିଅଙ୍କ ଅଭିଯୋଗ ଅନୁଯାୟୀ, ମିଟୁ…
ନୂଆଦିଲ୍ଲୀ, ଶନିଦେବ 22 ଜାନୁଆରୀ ରାତିରୁ ନକ୍ଷତ୍ର ପରିବର୍ତ୍ତନ କରୁଛନ୍ତି। ଶନି ମକର ରାଶିରେ ଥିବାବେଳେ ଏହି ନକ୍ଷତ୍ର ପରିବର୍ତ୍ତନ ହେଉଛି। ଆଜିଠାରୁ ଶନି ଦେବ ଶ୍ରାବଣ ନକ୍ଷତ୍ରରେ ରହିବେ, ଏହା ପୂର୍ବରୁ ସେ ଉତ୍ତରଷଢା ନକ୍ଷତ୍ରରେ ଥିଲେ। ଏହାପରେ ଏହି ବର୍ଷ ଶନି ଦେବ ଆଉ କୈଣସି ଗମନାଗମନ କରୁନାହାଁନ୍ତି। ଶନିଙ୍କୁ କର୍ମର ଭଗବାନ କୁହାଯାଏ। ଶନିଙ୍କ ଏହି ଚଳନ ଯୋଗୁଁ ବିଭିନ୍ନ ରାଶି ଉପରେ ଏହାର ପ୍ରଭାବ ପଡିବ। ଏହି ପରିବର୍ତ୍ତନ ଯୋଗୁଁ 6 ଟି ରାଶ ପାଇଁ ଅତ୍ୟନ୍ତ ଶୁଭ ସମୟ ଅଟେ। ଶନିଦେବ ମକର ରାଶିରେ 2023 ମସିହା ଜାନୁୟାରୀ 18 ତାରିଖ ପର୍ଯ୍ୟନ୍ତ ରହିବେ। ଶନିଙ୍କର ଏହି ଚଳନ ଯୋଗୁଁ ମେଷ, କର୍କଟ, ବିଛା, ବୃଷ, ଧନୁ ଏବଂ କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ବେଶ ଶୁଭଦାୟକ ହେବ। ଚାକିରି ଏବଂ ବ୍ୟବସାୟରେ ଲାଭ ହେବ। ଏହି ଲୋକମାନେ ଜୀବନରେ ସୁଖ ଏବଂ ସମୃଦ୍ଧତା…
ରମେଶ ମହାନ୍ତି ଜଗତସିଂହପୁର: ଓଡିଶା ସାମ୍ବାଦିକ ସଂଘର ଏକ ଜିଲ୍ଲା ସ୍ତରୀୟ ସାଂଗଠନିକ ବୈଠକ ଜିଲ୍ଲା ସଭାପତି ସୁନାକର ବେହେରାଙ୍କ ନେତୃତ୍ୱରେ ରାହାମା ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଅଶୋକ ନନ୍ଦ, ରାଜ୍ୟ ସମ୍ପାଦକ ଶଶୀଭୁଷଣ ପ୍ରହରାଜ, ରାଜ୍ୟ ଉପସଭାପତି ଶ୍ରୀନିବାସ ରାଓ, କୋଷାଧ୍ୟକ୍ଷ ଅରୁଣ କୁମାର ଷଡଙ୍ଗୀ, ପ୍ରମୁଖ ଯୋଗଦେଇଥିଲେ। ଓଡିଶା ସାମ୍ବାଦିକ ସଂଘର ପୂର୍ବତନ ସଭାପତି ପ୍ରଭାତ ଚନ୍ଦ୍ର ଦାସଙ୍କ ଅକାଳ ବିୟୋଗ ଘଟିଥିବାରୁ ସର୍ବପ୍ରଥମେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ବୈଠକରେ ସଂଘର ସାଂଗଠନିକ ବିଧିବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବା ସହିତ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଓଡ଼ିଶା ସାମ୍ବାଦିକ ସଂଘର ଜଗତସିଂହପୁର ଜିଲ୍ଲା ସଭାପତି ଭାବେ ପୁନର୍ବାର ସୁନାକର ବେହେରା ଓ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ଦୁର୍ଯ୍ୟୋଧନ ମହାରଣାଙ୍କୁ ଚୟନ…
ନୂଆଦିଲ୍ଲୀ: କୃଷି ଆଇନ ମାମଲାରେ କେନ୍ଦ୍ର ସରକାର ଏବଂ କୃଷି ସଂଗଠନ ମଧ୍ୟରେ ଏକାଦଶ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ଆଜିର ବୈଠକରେ ପୁଣି କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ଏହି ମାମଲାରେ ଅଧିକ କିଛି କରାଯାଇପାରିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଆଗାମୀ ପର୍ଯ୍ୟାୟ ଆଲୋଚନା ଉପରେ କୌଣସି ତାରିଖ ସ୍ଥିର ହୋଇପାରି ନାହିଁ। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଯେ, ସରକାର ୧୮ ମାସ ପର୍ଯ୍ୟନ୍ତ କୃଷି ଆଇନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଏହା ଠାରୁ ଭଲ ପ୍ରସ୍ତାବ ସରକାର ଦେଇପାରିବ ନାହିଁ।
ଭୁବନେଶ୍ବର, ହରିଦ୍ୱାରରେ ମହାକୁମ୍ଭ ମେଳା ସମୟରେ ପୁରୀ ଏବଂ ଯୋଗ ନଗରୀ ରିଷିକେଶ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ୦୮୪୭୭/୦୮୪୭୮ ପୁରୀ-ଯୋଗ ନଗରୀ ରିଷିକେଶ-ପୁରୀ ସ୍ପେଶାଲ ଟ୍ରେନ ୨୭ ଜାନୁୟାରୀରୁ ୩୦ ଏପ୍ରିଲ, ୨୦୨୧ ମଧ୍ୟରେ ପୁରୀରୁ ପ୍ରତିଦିନ ରାତ୍ର ୮ଘ.୪୫ମି.ରେ ଛାଡିବାକୁ ଥିବାବେଳେ ଏହା ୩୦ ଜାନୁୟାରୀରୁ ୩ ମଇ, ୨୦୨୧ ମଧ୍ୟରେ ରିଷିକେଶରୁ ଭୋର ୫ଘ.୩୫ମି.ରେ ଛାଡିବ। ଏହି ଟ୍ରେନ୍ ପୁରୀ ଓ ଝାରସୁଗୁଡା ମଧ୍ୟରେ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ, ସୋରୋ, ବାଲେଶ୍ୱର, ହିଜଲି, ଚକୁଲିଆ, ଘଟଶୀଳା, ଟାଟାନଗର, ସିନି, ରାଜଖରସୁଆଁ, ଚକ୍ରଧରପୁର, ମନୋହରପୁର, ରାଉରକେଲା, ରାଜଗାଙ୍ଗପୁର ଷ୍ଟେସନ ଠାରେ ଏବଂ ରାଇଗଡ଼ ଓ ଋଷିକେଶ ମଧ୍ୟରେ ଉଭୟ ପାର୍ଶ୍ୱରୁ ଗୁରୁତ୍ୱପୂର୍ଣ ଷ୍ଟେସନ ଯଥା ବିଳାସପୁର, ଅନୁପପୁର, କାଟନି ମାରୱାରା, ଝାନ୍ସୀ, ଗ୍ୱାଲିଅର୍, ଆଗ୍ରା କାଣ୍ଟ, ମଥୁରା, ହଜରତ ନିଜାମୁଦ୍ଦିନ, ମିରଟ ସିଟି ଏବଂ ହରିଦ୍ୱାର ଷ୍ଟେସନ ମାନଙ୍କରେ…
ଭୁବନେଶ୍ୱର, ରାଜ୍ୟରେ ଜାରି ରହିଥିବା ଧାନ କିଣା ପ୍ରକ୍ରିୟାରେ ଚାଷୀମାନେ ଉପକୃତ ହେଉଥିବା ବେଳେ କେତେକ ଦଲାଲଙ୍କ ସହ ହାତ ମିଳାଇ ଓଡିଶା ବିଜେପି ସେମାନଙ୍କ ପାଇଁ ଓକିଲାତି କରୁଛି । ବିଜେପି ନେତାମାନେ ସର୍ବଦା ଦଲାଲମାନଙ୍କ ପାଇଁ ଓକିଲାତି କରୁଥିବା ରାଜ୍ୟବାସୀ ଭଲଭାବେ ଜାଣିଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଶ୍ରୀମୟୀ କହିଛନ୍ତି ଯେ, ରାଜ୍ୟରେ ରେକର୍ଡ ପରିମାଣର ଧାନ ଉତ୍ପାଦନ ହୋଇଥିବାବେଳେ ଠିକଣା ଭାବେ ଧାନ ସଂଗ୍ରହ ଯୋଗୁଁ ଲକ୍ଷାଧିକ ଚାଷୀ ଉପକୃତ ହେଉଛନ୍ତି । ୨୦୧୮-୧୯ ବର୍ଷରେ ୬୫.୫ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବାବେଳେ ଚାଷୀମାନଙ୍କ ଖାତାକୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୧,୪୦୦ କୋଟି ଟଙ୍କା ପଠାଯାଇଥିଲା । ୨୦୧୯-୨୦ ବର୍ଷରେ ଧାନ ସଂଗ୍ରହ ପରିମାଣ ୭୦.୫୬ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ ଚାଷୀମାନଙ୍କ ଖାତାକୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୨,୮୦୮ କୋଟି ଟଙ୍କା ଯାଇଥିଲା ଯେଉଁଥିରୁ ଓଡିଶାର ଚାଷୀମାନେ…

