ଭୁବନେଶ୍ୱର, ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୧ ଉଦଘାଟିତ ହୋଇଛି। ଚଳିତ ବର୍ଷ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ଉଦ୍ଘାଟନ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବ ଭାରତର ସବୁଠାରୁ ବୃହତ ଏହି ମେଳା ଏକ ଅସାଧାରଣ ପରିସ୍ଥିତିରେ ଅନୁଷ୍ଠିତ ହେଉଛି । ତେଣୁ ସମସ୍ତଙ୍କୁ କୋଭିଡ୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶା କଳା ଓ ସଂସ୍କୃତିର ଭୂମି ଏବଂ ଓଡ଼ିଆ କାରିଗର କୋଣାର୍କ ପରି ବିସ୍ମୟ ସୃଷ୍ଟି କରି ପାରେ ତଥା ଆମ କାରିଗରମାନଙ୍କର ଦକ୍ଷତାର ତୁଳନା ନାହିଁ । ଏଥି ସହିତ ସେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପାଉଥିବା କାରିଗରମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ । ଉଦ୍ଘାଟନୀ ସଭାରେ ଉପସ୍ଥିତ…
Author: Samikhsya Bureau
ଭୁବନେଶ୍ବର: ଚଳିତ ସାଧାରଣତନ୍ତ୍ର ଦିବସରେ, ରିଲାଏନ୍ସ ଡିିଜିଟାଲ୍ ପକ୍ଷରୁ ଆକର୍ଷଣୀୟ ‘ଡିଜିଟାଲ୍ ଇଣ୍ଡିଆ ସେଲ’ ର ଶୁଭାରମ୍ଭ କରାଯାଇଛିି। ଏହି ଡିଜିଟାଲ୍ ଇଣ୍ଡିଆ ସେଲ୍ରେ ଏକ୍ସକ୍ଲୁସିଭ୍ ଡିଲ୍ ଓ ଅତୁଳନୀୟ ଅଫର ସମୂହ ବ୍ୟାପକ ବର୍ଗର ଇଲେକ୍ଟ୍ରୋନିକ୍ସ ସାମଗ୍ରୀରେ ୨୨ ରୁ ୨୬ ଜାନୁୟାରୀ, ୨୦୨୧ ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି। ସାଧାରଣତନ୍ତ୍ର ଦିବସ ଉତ୍ସବ ସହିତ, ରିଲାଏନ୍ସ ଡିଜିଟାଲ୍ ୧୦,୦୦୦/- ଟଙ୍କା ପର୍ଯ୍ୟନ୍ତ ୧୦ ପ୍ରତିଶତ ତତ୍କ୍ଷଣାତ୍ ରିହାତି (ଇନ୍ଷ୍ଟାଂଟ ଡିସକାଉଂଟ) ସୁବିଧା ସିଟି, ଆଇସିଆଇସିଆଇ ଓ କୋଟକ ମହିନ୍ଦ୍ରା ବ୍ୟାଙ୍କର ଡେବିଟ୍ ଓ କ୍ରେଡିଟ୍ କାର୍ଡ଼ରେ ଇଏମଆଇ/ ଅଣ-ଇଏମଆଇ ଟ୍ରାନ୍ଜାକ୍ସନରେ ରିଲାଏନ୍ସ ଡିଜିଟାଲ୍ ଓ ମାଇ ଜିଓ ଷ୍ଟୋରରେ ପ୍ରଦାନ କରୁଛି। ଏହି ସୁବିଧାକୁ ମଧ୍ୟ କୋଟକ ମହିନ୍ଦ୍ରା ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କର କଞ୍ଜୁମର ଡ୍ୟୁରେବଲ୍ ଲୋନ୍ ଉପରେ ଉପଲବ୍ଧ କରାଯାଇପାରିବ। ଯେଉଁଥିରେ ମଧ୍ୟ ରହିଛି କାର୍ଡ଼ଲେସ୍ ଇଏମଆଇ ଟ୍ରାନ୍ଜାକ୍ସନ ତଥା କ୍ୟାସବ୍ୟାକର ସୁବିଧା। ଡିିଜିଟାଲ୍ ଇଣ୍ଡିଆ ସେଲ୍…
ନୂଆଦିଲ୍ଲୀ: କୃଷି ଆନ୍ଦୋଳନକୁ ନେଇ ଏକ ବଡ ଖବର ଆସିଛି। ସଂଯୁକ୍ତ କିଷାନ ସଂଗଠନ ସରକାରର ପ୍ରସ୍ତାବକୁ ଖାରିଜ କରିଦେଇଛି। ନୂଆ କୃଷି ଆଇନକୁ ଦୁଇ ବର୍ଷ ପାଇଁ ସ୍ଥଗିତ ରଖି ଏକ କମିଟି ଦ୍ଵାରା ସମାଧାନ କରାଯିବ ନେଇ ସରକାର ପ୍ରସ୍ତାବ ରଖିଥିଲା। ହେଲେ ଏହି ପ୍ରସ୍ତାବକୁ କୃଷି ସଂଗଠନ ଖାରିଜ କରିଦେଇଛି। ତିନି କୃଷି ଆଇନକୁ ସଂପୂର୍ଣ୍ଣ ରଦ୍ଦ କରିବା ଲାଗି ସରକାର ନିକଟରେ ଅଡି ରହିଲା କୃଷି ସଂଗଠନ। ଏହା ସହିତ ୨୬ ଜାନୁଆରୀକୁ ରିଙ୍ଗ ରୋଡରେ ଟ୍ରାକ୍ଟର ରାଲି କରିବାକୁ କୃଷି ସଂଗଠନ ନିଷ୍ପତ୍ତି ନେଇଛି। ଉଲ୍ଲେଖ ଯୋଗ୍ୟ ଯେ, ସରକାର ପକ୍ଷରୁ ଦଶମ ପର୍ଯ୍ୟାୟ ଆଲୋଚନାରେ ଦୁଇ ବର୍ଷ ଲାଗି ନୂତନ ଆଇନକୁ ସ୍ଥଗିତ କରିବା ସହ ଏକ କମିଟି ଗଠନ କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ଏହି କମିଟି କୃଷି ଆଇନରେ ଥିବା ସମସ୍ୟା ବାବଦରେ ବିଚାର କରି ତାହାର ସମାଧାନ କରାଯିବା…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ସବ୍ଡିଭିଜନ ଚାରମାଳ ଥାନାର ହିନ୍ଦୋଳ ଠାରେ ଆଜି ଅପରାହ୍ନ ୩ ଟା ପାଖାପାଖିରେ ଏକ କୋଇଲା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଥିବା ପୋଲିସ୍ ସୂତ୍ରରୁ ପ୍ରକାଶ। ପ୍ରକାଶ ଯେ, ସମ୍ବଲପୁର କଟକ ରାସ୍ତା ଜାତୀୟ ରାଜପଥ ୫୫ ର ଚାରମାଳ ଥାନା ହିନ୍ଦୋଳ ଠାରେ ଅନୁଗୋଳରୁ ସମ୍ବଲପୁର ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ (ସିଜି-୦୪ ଜେସି- ୮୫୭୧)ରାସ୍ତା ପାଶ୍ୱର୍ରେ ଓଲଟି ପଡିଥିଲା। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଥିବା ଜଣା ପଡିଛି। କେହି ବି କିଛି ହୋଇ ନଥିବା ଜଣାପଡିଛି। ଚାରମାଳ ପୋଲିସ୍ ଟ୍ରକକୁ ଜବତ କରି ଏକ ମାମଲା ରୁଜୁ କରିଛି।
ଭୁବନେଶ୍ଵର: ଆଜି ରାଜ୍ୟରୁ ୨୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୪୩, ଅନୁଗୁଳରୁ ୨୮, ଝାରସୁଗୁଡାରୁ ୧୮, ବରଗଡରୁ ୧୬, ସମ୍ବଲପୁରରୁ ୧୫, ବାଲେଶ୍ବରରୁ ୧୪, ଯାଜପୁରରୁ ୧୪, ଖୋର୍ଦ୍ଧାରୁ ୧୪, କୋରାପୁଟରୁ ୧୦, ପୁରୀରୁ ୧୦, ନୂଆପଡ଼ାରୁ ୬, ଗଞ୍ଜାମରୁ ୪, କଳାହାଣ୍ଡିରୁ ୪, ବଲାଙ୍ଗୀରିରୁ ୩, ଜଗତସିଂହପୁରରୁ ୩, କେନ୍ଦୁଝରରୁ ୩, ସୋନପୁରରୁ ୩, କଟକରୁ ୨, ଦେବଗଡରୁ ୨, ଗଜପତିରୁ ୨, ମୟୂରଭଞ୍ଜରୁ ୨, ରାୟଗଡ଼ାରୁ ୨, ଭଦ୍ରକରୁ ୧, ମାଲକାନାଗିରିରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟପୁଲରୁ ୩ ଜଣ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୦ ହଜାର ୫୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ…
ଭୁବନେଶ୍ବର, ଶ୍ରୀମନ୍ଦିର, ଲିଙ୍ଗରାଜ ଏବଂ ସମଲେଶ୍ବରୀ ପରେ ବର୍ତ୍ତମାନ କୋଣାର୍କକୁ ସୌନ୍ଦର୍ଯ୍ୟକରଣ ପାଇଁ ନିଷ୍ପତି କରାଯାଇଛି। ଏହା ମନ୍ଦିର ବିଶ୍ବ ସ୍ତରୀୟ ହୋଇଥିଲେ ମଧ୍ୟ ଏହାର ଭିତ୍ତିଭୂମିକୁ କିପରି ବିଶ୍ବସ୍ତରୀୟ କରାଯିବ ସେ ନେଇ ନିଷ୍ପତି ହୋଇଛି। ଆଜି ଏହାର ବିଭିନ୍ନ ଦିଗ ଉପରେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରକଳ୍ପ ରିପୋର୍ଟ ଉପସ୍ଥାପନା କରାଯାଇଥିଲା। ତେବେ ଜନସାଧାରଣ ଏହି ଚିଠା ଯୋଜନା ଉପରେ ସେମାନଙ୍କ ସୁଚିନ୍ତିତ ମତାମତ ୨୧ ଦିନ ଭିତରେ ଦେବା ପାଇଁ ଆହ୍ବାନ କରାଯାଇଛି। ସରକାର ମନ୍ଦିରର ସୁରକ୍ଷା ସହିତ ଏହାର ସଂରକ୍ଷଣ ତଥା ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଐତିହ୍ୟ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା, କୋଣାର୍କ ସୂଯ୍ୟ ମନ୍ଦିରର ଗରିମାର ସୁରକ୍ଷା, ପର୍ଯ୍ୟଟକଙ୍କ ପାଇଁ ଅନନ୍ୟ ଅନୁଭୂତି, ସ୍ଥାନୀୟ ବ୍ୟବସାୟୀମାନଙ୍କ ଆର୍ଥିକ ଉନ୍ନତି ତଥା…
ସୀତାରାମ ଅଗ୍ରୱାଲ ବାଣପୁର/ଚିଲିକା: ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ଚିଲିକା ଅଞ୍ଚଳରେ ପ୍ରତିଦିନ ବେଆଇନ ବାଲି, ମାଟି, ଗୋଡି, ମାଙ୍କଡା ପଥର ଚାଲାଣ କରୁଥିବା ଗାଡିଗୁଡିକ ଉପରେ ଚଢ଼ାଉ କରାଯାଉଛି। ବାଣପୁର ଏବଂ ଚିଲିକା ତହସିଲଦାର ଏହିସବୁ ଗାଡିଗୁଡ଼ିକ ଉପରେ ଚଢାଉ କରି ଜରିମାନା ଆଦାୟ କରୁଛନ୍ତି। ଗତକାଲି ବାଣପୁର ତହସିଲ ପକ୍ଷରୁ ଦୁଇ ଗୋଟି ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରକ ଜବତ କରାଯାଇ ସେମାନଙ୍କଠାରୁ ଜରିମାନା ବାବଦରେ ୫୫ ହଜାର ଟଙ୍କା ଆଦାୟ କରାଯାଇଥିଲା। ତେବେ ଆଜି ପୁଣି ବାଣପୁର ତହସିଲଦାର ମନ୍ମଥ ବେହେରା ତହସିଲ ସ୍କ୍ୱାର୍ଡ ଟିମ୍ ସହଯୋଗରେ ସକାଳୁ ତହସିଲର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ମଧ୍ୟାହ୍ନ ସୁଦ୍ଧା ୬ ଗୋଟି ଗାଡ଼ି ଜବତ କରିଛନ୍ତି। ତନ୍ମଧ୍ୟରୁ ୨ ଗୋଟି ମାଙ୍କଡା ପଥର ବୋଝେଇ ଟ୍ରକ, ୨ ଗୋଟି ମାଟି ବୋଝେଇ ଟ୍ରାକ୍ଟର, ୧ ଗୋଟି ମେଟାଲ ବୋଝେଇ ଟିପର ଏବଂ…
ମୁମ୍ବାଇ/ଭୁବନେଶ୍ବର, ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ ବା ସେବି, ଫ୍ୟୁଚର ଗ୍ରୁପ୍ର ବ୍ୟବସାୟିକ ସମ୍ପତ୍ତି ରିଲାଏନ୍ସକୁ ବିକ୍ରି ପ୍ରକ୍ରିୟାକୁ ଅନୁମୋଦନ ପ୍ରଦାନ କରିଛି । ଏହାଦ୍ୱାରା ଆମାଜନ୍କୁ ଶକ୍ତ ଧକ୍କା ଲାଗିଛି । ୨୪,୭୧୩ କୋଟି ଟଙ୍କାର ଏହି କାରବାରକୁ ସେବିର ମଞ୍ଜୁରି ମିଳିବା ଦ୍ୱାରା ରିଲାଏନ୍ସ ଓ ଫ୍ୟୁଚର ଗ୍ରୁପ୍କୁ ବଡ ଆଶ୍ୱସ୍ତି ମିଳିଛି । ଆମେରିକୀୟ ଇ-କମର୍ସ କମ୍ପାନୀ ଆମାଜନ୍ ରିଲାଏନ୍ସ-ଫ୍ୟୁଚର କାରବାରକୁ ଲଗାତର ବିରୋଧ କରିଆସୁଛି । ଏହି କାରବାର ବିରୋଧରେ ଆମାଜନ୍ ପକ୍ଷରୁ ସେବି, ଷ୍ଟକ ଏକ୍ସଚେଞ୍ଜ ଏବଂ ଅନ୍ୟ ନିୟାମକ ସଂସ୍ଥାକୁ ବାରମ୍ବାର ପତ୍ର ଲେଖାଯାଇଥିଲା । ଉକ୍ତ ପତ୍ରରେ ରିଲାଏନ୍ସ-ଫ୍ୟୁଚର କାରବାରକୁ ଅନୁମତି ପ୍ରଦାନ ନକରିବାକୁ ଆମାଜନ୍ ଅନୁରୋଧ କରିଥିଲା। ଆମାଜନ୍ର ଉକ୍ତ ଅନୁରୋଧକୁ ଅଣଦେଖା କରି ସେବି କିଛି ସର୍ତ୍ତ ସହିତ ଏହି କାରବାରକୁ ମଞ୍ଜୁରି ପ୍ରଦାନ କରିଛି । ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ) ପୂର୍ବରୁ ଏହି କାରବାରକୁ…
ସମ୍ବଲପୁର, ଗୋଟିଏ ପଟେ କେନ୍ଦ୍ରରେ ବିଜେପି ସରକାରଙ୍କ ବିରୋଧରେ ଚାଷୀମାନେ ଆନ୍ଦୋଳନ ଚଳାଇଛନ୍ତି। ଅନ୍ୟପଟେ ଓଡିଶା ବିଜେପି, ଚାଷୀଙ୍କୁ ନେଇ ବିଜେଡି ସରକାରଙ୍କୁ ଘେରିଛି। ସମ୍ବଲପୁରରେ ରାଜ୍ୟ ବିଜେପି ଆୟୋଜିତ କରିଛି ଏକ ବିଶାଳ ଚାଷୀ ସମାବେଶ। ଏହି ସମାବେଶରେ ବିଜେପି ନେତୃତ୍ୟ ରାଜ୍ୟ ସରକାରଙ୍କୁ ସିଧାସିଧା ଟାର୍ଗେଟ କରିଛନ୍ତି। ବିଜେପି କହିଛି ଯେ, ରାଜ୍ୟ ସରକାରଙ୍କ ଅପାରଗତା ଓ ଅବ୍ୟବସ୍ଥା କାରଣରୁ ମଣ୍ଡିରେ ଧାନ ପଡ଼ିରହୁଥିବା କାରଣରୁ ଚାଷୀମାନେ ଚିନ୍ତାଗ୍ରସ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ତେଣୁ ତୁରନ୍ତ ମଣ୍ଡିରୁ ଧାନ ଉଠାଇବା ଓ କଟନୀଛଟନୀ ବନ୍ଦ କରିବାକୁ ଦାବୀ କରିଛି। ଟୋକନ୍ ଓ ମଣ୍ଡି ବ୍ୟବସ୍ଥା ନେଇ ୩୭ଟି ବିଧାନସଭା କ୍ଷେତ୍ରର ଚାଷୀ ସମ୍ବଲପୁର ଆରଡିସି ଅଫିସ ଘେରାଉ କରିଥିବା ବେଳେ ବିଜେପିର ବିଶାଳ ଚାଷୀ ସମାବେଶରେ ହଜାର ହଜାର ଚାଷୀ ସାମିଲ ହୋଇଥିଲେ । ରାଜ୍ୟସଭା ସାଂସଦ ତଥା ଓଡିଶାର ସହପ୍ରଭାରୀ ବିଜୟପାଲ ସିଂ ତୋମାର ଓଡ଼ିଶା…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଜାନୁୟାରୀ ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହି ଅବସରରେ ପୋଲିସ ପ୍ରଶାସନ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା ସ୍ଥାନୀୟ ଏସ୍.ପି ଅଫିସ୍ ଠାରୁ ବାହାରି ବାଲିଭଉଁରି ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଜଗତସିଂହପୁର ବସଷ୍ଟାଣ୍ଡରେ ସମାପ୍ତ ହୋଇଥିଲା। ଏହି ଶୋଭାଯାତ୍ରାକୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଆର୍ ଉଦଘାଟନ କରିଥିଲେ। ଏହି ରାଲିରେ ୭୦ଜଣ ଛାତ୍ର ଛାତ୍ରୀ ସଡ଼କ ସୁରକ୍ଷା ସଚେତନତା ପ୍ଲାକାର୍ଡ ଧରି ଜନସାଧାରଣଙ୍କୁ ସଚେତନ କରାଇଥିଲେ।ଏସ୍.ପି ପ୍ରକାଶ ଆର୍ ଙ୍କ ସହିତ ଏହି ସାଇକେଲ ଶୋଭାଯାତ୍ରାରେ ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ। ଏଥିସହିତ ଦୁଇଚକିଆ ଗାଡ଼ି ଚଳାଇବା ବେଳେ ହେଲମେଟ୍ ପିନ୍ଧିବା, ଚାରିଚକିଆ ଗାଡ଼ି ଚଳାଇବା ବେଳେ ସିଟ୍ ବେଲ୍ଟ ବାନ୍ଧିବା, ମୋବାଇଲ୍ ବ୍ୟବହାର ନକରି ଗାଡି ଚଳାଇବା, ଦୃତ ଗତିରେ ଗାଡ଼ି ନ ଚଲାଇବା…
CMDE Rituraj Sahu, Commanding Officer, INS Chilka and Naval Officer in charge (Odisha) paid a courtesy visit to Hon’ble Governor Prof Ganeshi Lal at Rajbhavan, today.
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ପୌରପରିଷଦ ଅଞ୍ଚଳରେ ସିସି ଟିଭି ସ୍ଥାପନର ଶୁଭ ଉଦଘାଟନ ଓ ବସଷ୍ଟାଣ୍ଡ ଠାରେ ସର୍ବସାଧାରଣ ଶୌଚାଳୟର ଉଦଘାଟନ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ଵାରା ହୋଇଯାଇଛି। ପରେ ପୌରପରିଷଦ ମଧ୍ୟରେ ଅନୁଷ୍ଠିତ ସଭାରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଦିନରାତି ଅହରହ ଉଦ୍ୟମ କରି ଜଗତସିଂହପୁର ପୌର ପରିଷଦକୁ ଏକ ସରସ ସୁନ୍ଦର ଏବଂ ପୂର୍ଣ୍ଣାଙ୍ଗ ସହରରେ ପରିଣତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଠାରେ ଯେପରି ସବୁ ପ୍ରକାର ସମସ୍ତ ସୁବିଧା ସୁଯୋଗ ମିଳିପାରିବ ସେଥିପ୍ରତି ଉଦ୍ୟମ ଅବ୍ୟାହତ ରହିବ। ପ୍ରତି ମାସରେ ଗୋଟିଏ ଗୋଟିଏ ପ୍ରୋଜେକ୍ଟର ଶୁଭାରମ୍ଭ ହେବ। ଆଗାମୀ ଦିନରେ ସଦର ମହକୁମା ହସପିଟାଲକୁ ୩୦୦ଶଯ୍ୟା ବିଶିଷ୍ଟ କରାଯିବ ଏବଂ ଏହାପରେ ସୁପର ହସପିଟାଲ ପାଇଁ ଉଦ୍ୟମ କରାଯିବ। ଜଗତସିଂହପୁର ସହରରେ ଟ୍ରାଫିକ୍…
ବୌଦ୍ଧ ସଂଗ୍ରହାଳୟ ତଦାରଖ କରୁଛନ୍ତି ପଶ୍ଚିମ ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ
ନୂଆଦିଲ୍ଲୀ, ପୁନେସ୍ଥିତ ସିରମ ଇନଷ୍ଟିଚ୍ୟୁଟରେ ପ୍ରବଳ ମାତ୍ରେ ନିଆଁ ଲାଗିଛି। ପ୍ରଥମେ ସଂସ୍ଥାର ଦ୍ବିତୀୟ ମହାଲରେ ଏହି ନିଆଁ ଲାଗିଥିଲା। ପରବର୍ତ୍ତି ସମୟରେ ଏହି ତୀବ୍ର ବେଗରେ ଚାରିଆଡେ ଲାଗିଯାଇଥିଲା। ସିରମ ସଂସ୍ଥା ଉତ୍ପାଦନ କରୁଥିବା ଟୀକା ଉତ୍ପାଦନ କେନ୍ଦ୍ରରେ ମଧ୍ୟ ଛାଡ ପାଇ ନାହିଁ।ନୂଆକରି ପ୍ରତିଷ୍ଠା କରାଯାଇଥିବା ଏହି ଟୀକା କେନ୍ଦ୍ର ମଧ୍ୟ ନିଆଁ ବଳୟ ମଧ୍ୟରେ ରହିଛି। ନିଆଁ ଲିଭାଇବା ପାଇଁ ବର୍ତ୍ତମାନ 10ଟି ଦମକଳ ନିୟୋଜିତ କରାଯାଇଛି।
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟର ଆକାଉଣ୍ଟ ଫଲୋଅରସ ସଂଖ୍ୟା ବୃଦ୍ଧି ପାଇଛି। ଆଜି ଏହି ସଂଖ୍ୟା 3 ମିଲିୟନ ବା 30 ଲକ୍ଷରେ ପହଁଚିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟର ଆକାଉଣ୍ଟ 2015 ମସିହା ସେପ୍ଟେମ୍ବର ମାସରେ ଖୋଲାଯାଇଥିଲା। ପ୍ରଥମରୁ ଏହି ଆକାଉଣ୍ଟର ଫଲୋଅରସ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଏହା ପ୍ରାୟ 7 ଲକ୍ଷରେ ପହଁଚିଥିଲା। ନବୀନ ପଟ୍ଟନାୟକଙ୍କ ଏହି ଆକାଣଣ୍ଟରେ ବିଭିନ୍ନ ସମୟରେ ସରକାରଙ୍କ ପଦକ୍ଷେପ ସହିତ ବିଭିନ୍ନ ନିଷ୍ପତି ପୋଷ୍ଟିଂ କରାଯାଇଥାଏ। ଯାହା ସାଧାରଣ ଜନତା ଜାଣିବାରେ ସହାୟକ ହୋଇଥାଏ। ସେଥିପାଇଁ ଗଣମାଧ୍ୟମ ବ୍ୟକ୍ତି ବିଶେଷ, ନେତା,ମନ୍ତ୍ରୀ ଏପରିକି ସାଧାରଣ ଜନତା ମଧ୍ୟ ନବୀନଙ୍କ ଟୁଇଟରକୁ ଫଲୋ କରିଥାନ୍ତି।
ଭୁବନେଶ୍ବର, ଓଡିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଏ ନେଇ ରାଜଭବନ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ମହାପାତ୍ର ବର୍ତ୍ତମାନ ସମ୍ବଲପୁର ବିଶ୍ବବିଦ୍ୟାଳୟର ବିଜିନେସ ଅଡମିନଷ୍ଟ୍ରେସନର ପ୍ରଫେସର ଅଛନ୍ତି। ସେ ଯେଉଁଦିନଠାରୁ ଦାୟିତ୍ବ ଗ୍ରହଣ କରିବେ ସେହି ଦିନଠାରେ ତିିନି ବର୍ଷ ପାଇଁ ଏହି ପଦବୀରେ ରହିବେ।
ଇସ୍ଲାମବାଦ: ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜରେ ଏତିହାସିକ ବିଜୟ ପରେ ଭାରତୀୟ ଦଳକୁ ସମଗ୍ର ବିଶ୍ୱରୁ ପ୍ରଶଂସାର ଶୁଅ ଛୁଟିଛି। ଏହି କ୍ରମରେ ପାକିସ୍ଥାନର ବରିଷ୍ଠ କ୍ରିକେଟ ଖେଳାଳି ମହମ୍ମଦ ହାଫିଜଙ୍କ ସମେତ ବହୁ ପୁରୁଖା ଖେଳାଳି ମଧ୍ୟ ପ୍ରଶଂସା କରିଛନ୍ତି। ହାଫିଜ କହିଥିଲେ ଯେ, ଅନ୍ତରାଷ୍ଟ୍ରୀୟ ଖେଳରେ ରହିବାକୁ ହେଲେ କେବଳ ଖେଳାଳିଙ୍କ ପ୍ରତିଭା ପର୍ଯ୍ୟାପ୍ତ ନୁହେଁ। ଯୁବ ଖେଳାଳିଙ୍କ କୌଶଳକୁ ଠିକ ଭାବରେ ପରିମାର୍ଜିତ କରିବା ଅଧିକ ମହତ୍ବପୂର୍ଣ୍ଣ ଅଟେ।ପାକିସ୍ତାନରେ ପ୍ରତିଭାଶାଳୀ ଖେଳାଳିଙ୍କୁ ପରିମାର୍ଜିତ କରିବାରେ କୌଣସି ବ୍ୟବସ୍ଥା ନାହିଁ ବୋଲି ୪୦ ବର୍ଷୀୟ ହାଫିଜ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ମୁଁ ଏହି ସିରିଜର ସଂପୂର୍ଣ୍ଣ ଆନନ୍ଦ ନେଇଥିଲି। ପ୍ରଥମ ଟେଷ୍ଟରେ ୩୬ ରନରେ ଅଲ ଆଉଟ ହୋଇଥିବା ଭାରତୀୟ ଦଳର ମନୋବଳ ସଂପୂର୍ଣ୍ଣ ଦୁର୍ବଳ ଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ସେମାନେ ଯେଉଁପରି ଭାବରେ ଖେଳ ପ୍ରଦର୍ଶନ କରି ସିରିଜକୁ ଫେରିଥିଲେ, ତାହା ଆଶ୍ଚର୍ଯ୍ୟ ଚକିତ…
ଭୁବନେଶ୍ବର: ମାଟ୍ରିକ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ଦର୍ପଣ ନାମକ ଏକ ଟେଷ୍ଟ ପେପର ମିଳିବ। ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପରୀକ୍ଷା ଦର୍ପଣ ଟେଷ୍ଟ ପେପର ମିଳିବ। ମାଟ୍ରିକ ପରୀକ୍ଷାରେ ସାମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ଏହି ଟେଷ୍ଟ ପେପର ପ୍ରସ୍ତୁତ ହୋଇଛି। ଏଥିରେ ୭୦ ପ୍ରତିଶତ ସିଲାବସ ଆଧାରରେ ଏହି ଟେଷ୍ଟ ପେପରକୁ ପ୍ରସ୍ତୁତ କରାଯାଇଛି। ଏବଂ ମୋଟ ୭୦୦ ପୃଷ୍ଠାରେ ପ୍ରସ୍ତୁତ ହୋଇଛି। ୬ ଲକ୍ଷ ୨୦ ହଜାର ୫୦୮ ଜଣ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା ଦର୍ପଣ ମିଳିବ। ଏନେଇ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ଭୁବନେଶ୍ଵର: ଆଜିଠୁ ଭୁବନେଶ୍ବରରେ କିନ୍ନର ପାର୍କିଂ ଚାଲାଣ କାଟିବେ। ଟିଜି ସ୍ବୀକୃତିକୁ ସ୍ମାର୍ଟ ସିଟିରେ ୨ ଟି ପ୍ରମୁଖ ପାର୍କିଂ ଲଟ ହସ୍ତାନ୍ତର କରାଯାଇଛି। ପରୀକ୍ଷାମୂଳକ ଭାବେ ଆସନ୍ତା ୨ ମାସ ପର୍ଯ୍ୟନ୍ତ ୧୭ ଜଣ କିନ୍ନରଙ୍କୁ ଏଥିରେ ସାମିଲ କରାଯାଇଛି। ଆଜି ରାଜମହଲ ଛକରେ ବିଏମସି କମିଶନର ଏହାକୁ ଉଦଘାଟନ କରିଛନ୍ତି। ଟିଜି ସ୍ବୀକୃତିକୁ ହସ୍ତାନ୍ତର ହୋଇଥିବା ଦୁଇଟି ପାର୍କିଂ ଲଟ୍ (ପ୍ରଥମ ପାର୍କିଂ ଲଟ୍) ଶ୍ରୀଲେଦର ସୋରୁମରୁ ଅଶୋକା ମାର୍କେଟ ଯେଉଁଥିରେ ଚାରୋଟି ପାର୍କିଂ ସ୍ଥଳୀ ଅନ୍ତର୍ଭୁକ୍ତ। ସେଗୁଡିକ ହେଲା- ଖାଦିମ୍ ସୋରୁମ୍ ସାମ୍ନାରୁ ଶ୍ରୀ ଲେଦର ସୋରୁମ୍ ସାମ୍ନା ପର୍ଯ୍ୟନ୍ତ, ହୋଟେଲ ରୟାଲ ମଡ ଟାଉନରୁ ଆର୍ଯ୍ୟପ୍ୟାଲେସ୍, ଅଶୋକା ମାର୍କେଟରୁ ସିଟି ରେସିଡେନ୍ସି, ରୟାଲ ମିଡ୍ ଟାଉନ୍ ସାମ୍ନାରୁ ନାରାୟଣ ଆୟୁର୍ବେଦ ଭବନ ସୋରୁମ୍ ଅଶୋକ ନଗର ପର୍ଯ୍ୟନ୍ତ। (ଦ୍ବିତୀୟ ପାର୍କିଂ ଲଟ୍) ମାଷ୍ଟର କ୍ୟାଟିନ୍ ଛକଠାରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ଥିବା ପାର୍କିଂ ସ୍ଥାନ ଗୁଡିକ…
ଭୁବନେଶ୍ବର: ରାଜ୍ୟରେ ଆଜି ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୮୪ ଜଣ ଚିହ୍ନଟ ହୋଇଥିବାବେଳେ ୫୯ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୮୬୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୦ ହଜାର ୩୨୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୫୮୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୨ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୩ ଟି ଜିଲ୍ଲାରୁ ମୋଟ୍ ୧୪୩ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ପୁରୀ ଜିଲ୍ଲାରୁ ୨୩, ସୁନ୍ଦରଗଡ ଜିଲ୍ଲାରୁ ୧୬, ଅନୁଗୁଳରୁ ୧୩, ବାଲେଶ୍ଵର ଜିଲ୍ଲାରୁ ୮ ଜଣ, ବରଗଡ଼…
ଭୁବନେଶ୍ବର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ‘ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା’ ଉଦଘାଟନ କରିଛନ୍ତି । ଏହି ଉଦ୍ଘାଟନୀ ଉତ୍ସବରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ଯୋଗଦେଇଥିଲେ । ବୟନିକା ଦ୍ୱାରା ଇଡ଼୍କୋ ପ୍ରଦର୍ଶନୀ ପଡ଼ିଆରେଏହି ମେଳାର ଆୟୋଜନ କରାଯାଇଛି । ଏହି ‘ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା’ ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମେଳାରେ ୧୩୪ଟି ଷ୍ଟଲ ଖୋଲାଯାଇଛି । ଏଥି ମଧ୍ୟରୁ ୮୪ଟି ଷ୍ଟଲ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ ସମିତିମାନଙ୍କ ପାଇଁ ଉଦ୍ଦିଷ୍ଟ । ବାକି ୫୦ଟି ଷ୍ଟଲ ଅନ୍ୟ ରାଜ୍ୟର ଅଂଶଗ୍ରହଣକାରୀ ସଂସ୍ଥାଙ୍କୁ ଆବଣ୍ଟନ କରାଯାଇଛି ।…

