Author: Samikhsya Bureau

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସକୁ ସଫଳତା ମିଳିଛି। ଗତ ୧୫ ତାରିଖରେ ବାଣପୁର-ବାଲୁଗାଁ ବାଇପାସରୁ ବନ୍ଧୁକ ମୁନରେ ୫ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି ବାଣପୁର ପୋଲିସ। ଏ ନେଇ ଆଜି ମଧ୍ୟାହ୍ନରେ ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛନ୍ତି ବାଲୁଗାଁ ଏସ୍ଡ଼ିପିଓ ମାନସ ରଞ୍ଜନ ବାରିକ। ଉକ୍ତ ସମ୍ମିଳନୀରେ ବାଣପୁର ଆଇ ଆଇ ସି ସଞ୍ଜୟ ପଟ୍ଟନାୟକ, ଏସ୍.ଆଇ ରାଜକିଶୋର ବେହେରା ଏବଂ ଏ.ଏସ୍.ଆଇ ମହେନ୍ଦ୍ର ସେଠି ମଧ୍ୟ ଉପସ୍ଥିତ ଥିଲେ। ଏସ୍ଡ଼ିପିଓ ଙ୍କ ସୂଚନା ମୁତାବକ ଉକ୍ତ ଡକାୟତରେ ଅଭିଯୋଗକାରୀ ଉମାକାନ୍ତ ସିଂହଙ୍କ ଗାଡ଼ି ଚଲାଉଥିବା ଡ୍ରାଇଭର ପ୍ରଥମରୁ ଡକାୟତଙ୍କ ସହ ସମ୍ପର୍କରେ ଥିଲେ। ଯାହାଫଳରେ ସେ ପୂର୍ବରୁ ଅଭିଯୋଗକାରୀଙ୍କ ବିଷୟରେ ଡକାୟତମାନଙ୍କୁ ସବୁ ଗତିବିଧି ଏବଂ କାର୍ଯ୍ୟକଳାପର ସୂଚନା ଦେଇଆସୁଥିଲେ। ପୂର୍ବ ଯୋଜନା ମୁତାବକ ଗାଡ଼ି ଚାଳକ ଉକ୍ତ ଦିନ ଘଟଣାସ୍ଥଳରେ…

Read More

ନୂଆଦିଲ୍ଲୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ଉପଲକ୍ଷେ ଭାରତୀୟ ରେଳ ବିଭାଗ ଏକ ନୂଆ ନିଷ୍ପତି ଗ୍ରହଣ କରିଛି। ସେହି ଅନୁସାରେ ଏହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ଚାଲିବ ଏକ ଟ୍ରେନ। ଯାହାର ନାମ ରହିବ ନେତାଜୀ ଏକ୍ସପ୍ରେସ। ଏହି ଟ୍ରେନଟି ହାୱାଡରୁ କଲକା ଭାୟା ଦିଲ୍ଲୀ ହୋଇ ଯିବ। ପୂର୍ବରୁ ଚାଲୁଥିବା ହାୱାଡା କଲକା ମେଲର ନାମ ପରିବର୍ତ୍ତନ କରାଯାଇ ନେତାଜୀ ଏକ୍ସପ୍ରେସ ରଖାଯିବ। ରେଳମନ୍ତ୍ରୀ ପିୟୁଷ ଗୋଏଲ ଏକ ଟୁଇଟ କରି କହିଛନ୍ତି, ଖୁସିର କଥା ରେଳ ବିଭାଗ 12311/12312 ହାୱାଡା କଲକା ଏକ୍ସପ୍ରେସକୁ ସୁବାଷ ବୋଷଙ୍କ ନାମରେ ନାମିତ କରିବା ପାଇଁ ନିଷ୍ପତି କରିଛି। ଏହା ନିଶ୍ଚିତ ନେତାଜୀଙ୍କ ପରି ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ବୋଲି ସେ ଉଲ୍ଲେଖ କରିଛନ୍ତି।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୯୩ ଜଣ ଚିହ୍ନଟ ହୋଇଥିବାବେଳେ ୬୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୭୨୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୫୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୭୧୭ ଜଣ। ସେହିପରି ରାଜ୍ୟରୁ ଆଉ ଜଣେ କରୋନା ଆକ୍ରାନ୍ତ ଆଜି ମୃତ୍ୟୁବରଣ କରିଛନ୍ତି। ଏହି ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୨ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୪ ଟି ଜିଲ୍ଲାରୁ ମୋଟ୍‌ ୧୫୭ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ…

Read More

ବାରଣାସୀ, ଦେଶର 12 ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ କାଶୀନାଥ ମନ୍ଦିର ଦର୍ଶନ କରିପାରୁ ନ ଥିବା ଭକ୍ତମାନେ ନିରାଶ ହେବା ଆବଶ୍ୟକ ନାହିଁ। ଡାକ ବିଭାଗ ସେମାନଙ୍କୁ ଗଙ୍ଗୋତ୍ରୀ ଜଳ ସହିତ ପ୍ରସାଦ ମଧ୍ୟ ଯୋଗାଇବ। ଏହି ସୁବିଧା ଜିଲ୍ଲାର ସମସ୍ତ ଛୋଟ ଡାକଘରେ ଉପଲବ୍ଧ ହେବ । ଆଜି ଭାରତୀୟ ଡାକ ବିଭାଗ ଏହି ପଦକ୍ଷେପ ନେଇଛି। ଆଜି ଡାକବିଭାଗ ଏବଂ ମନ୍ଦିର କର୍ତ୍ତୁପକ୍ଷଙ୍କ ମିଳିତ ସହଯୋଗରେ ଏହାର ଶୁଭାରମ୍ଭ ହୋଇଛି। ତେବେ ଏହା କେବଳ ସେହି ସ୍ଥାନୀୟ ଅଞ୍ଚଳ ଡାକଘରେ ମିଳିବ। ଜିଲ୍ଲାର ମୋଟ ଛୋଟ ଡାକଘର ସଂଖ୍ୟା ପ୍ରାୟ 350 । ଏଠାରେ କେବଳ 25 ଟି ଶାଖା ଡାକଘର ଅଛି । ପୂର୍ବରୁ ଏହି ଡାକ ଘରେ ଗ୍ରାହକମାନଙ୍କୁ ଗଙ୍ଗୋତ୍ରୀ ଜଳ ପ୍ରଦାନ କରାଯାଇ ଆସୁଛି। ବର୍ତ୍ତମାନ ଖୁବ୍ ଶୀଘ୍ର ଲୋକମାନେ ଡାକଘରରୁ ବାବା କାଶୀ ବିଶ୍ୱନାଥଙ୍କ ପ୍ରସାଦ ମଧ୍ୟ ଗ୍ରହଣ କରିବେ। ଭାରତୀୟ ଡାକ…

Read More

ଭୁବନେଶ୍ବର: ରିଲାଏନ୍ସ ଜୁଏଲ୍ସ, ଭାରତର ଅଗ୍ରଣୀ ଓ ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ୍ ନୂତନତା କ୍ଷେତ୍ରରେ ସର୍ବଦା ଆଗରେ ରହିଆସିଛି। ନୂତନ ବର୍ଷର ଆରମ୍ଭ ସହିତ, ରିଲାଏନ୍ସ ଜୁଏଲ୍ସ ହୀରା ଅଳଙ୍କାରର ଏକ ନୂଆ ଓ ଟ୍ରେଣ୍ଡି ସମ୍ଭାର ନେଇ ଆସିଛି ଯହାକି ପାର୍ଟି ଓ କକ୍‌ଟେଲ୍ ପାଇଁ ବିଶେଷ ଭାବରେ ଉପଯୁକ୍ତ। ହୀରା ଅଳଙ୍କାର ହେଉଛି ପ୍ରତ୍ୟେକ ଝିଅର ପ୍ରିୟ ବନ୍ଧୁ ଓ ପ୍ରତି ମହିଳାଙ୍କ ପ୍ରଥମ ପସନ୍ଦ। ରିଲାଏନ୍ସ ଜୁଏଲ୍ସର ଉତ୍କୃଷ୍ଟ ହୀରା ଅଳଙ୍କାର ଆପଣଙ୍କ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିବା ସହିତ ଷ୍ଟାଇଲିସ୍ କରିଥାଏ। ପ୍ରତିଟି ମହିଳାଙ୍କ ଆକାଂକ୍ଷାକୁ ପୁରଣ କରୁଥିବା ରିଲାଏନ୍ସ ଜୁଏଲ୍ସ ଏବେ ନେଇଆସିଛି ଆକର୍ଷଣୀୟ ଓ କଳାକୌଶଳରେ ପରିପୂର୍ଣ୍ଣ ଅଳଙ୍କାର, ଯାହାକି ଟ୍ରେଣ୍ଡି ଓ ମହିଳାଙ୍କୁ ଏକ ନୂତନ ରୂପ ପ୍ରଦାନ କରିବ। ଆପଣଙ୍କର ପାରମ୍ପରିକ ଗହଣା ପରିବର୍ତ୍ତେ ଏହି ଗହଣାକୁ ଆପଣାଇବାର ସମୟ ଆସିଯାଇଛି। ଯେଉଁଥିରେ ରହିଛି ଷ୍ଟାଇଲିସ୍ ଇୟରିଂ, ରିଙ୍ଗ୍‌, ବ୍ରେସଲେଟ୍‌,…

Read More

ରାୟଗଡା, ଗତକାଲି ଏକ ଗଂଜେଇ ନଷ୍ଟ ଅଭିଯାନରେ ବଡ ସଫଳତା ହାସଲ କରିଛି ରାୟଗଡା ପୋଲିସ। ପ୍ରାୟ 45 ଏକରରେ ହେଉଥିବା ଗଂଜେଇ ଚାଷକୁ ପୋଡି ଛାରଖାର କରିଦେଇଛି ପୋଲିସ। ମୁନିଗୁଡା ଥାନା ଅଧିନରେ ଥିବା ଦିଲାଗୁଡି ଗାଁରେ ଏହି ଗଂଜାଇ ଚାଷ ହେଉଥିଲା। ପୋଲିସ ଏହ ଖବର ଜାଣିବା ପରେ ସେଠାରେ ଚଢାଉ କରି ସମସ୍ତ ଗଛ ପୋଡି ଦେଇଛି। ପୋଲିସର କହିବା କଥା ଯଦି ଏହାକୁ ଲୋକେ ବିକ୍ରି କରିଥାଆନ୍ତେ ତେବେ ପ୍ରାୟ ଚାରି କୋଟି ଟଙ୍କା ହୋଇ ଥାଆନ୍ତା।

Read More

ନୂଆଦିଲ୍ଲୀ,  ଆଜିଠାରୁ ଭୁଟାନ, ମାଲଦ୍ୱୀପ, ବାଂଲାଦେଶ, ନେପାଳ, ମିଆଁମାର ଏବଂ ସିଆଚେଲ୍ସକୁ କରୋନା ଟିକା ପଠାଇବ ଭାରତ। ଏହାପରେ ଆବଶ୍ୟକ ନିୟାମକ ଅନୁମୋଦନ ସହିତ ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ମରିସସକୁ ମଧ୍ୟ ଟିକା ପଠାଯିବ। ଆସନ୍ତା ସପ୍ତାହ ଏବଂ ମାସ ମଧ୍ୟରେ ଘରୋଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ପର୍ଯ୍ୟାୟକ୍ରମେ କୋଭିଡ -19 ଟିକା ଯୋଗାଇବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି।

Read More

ଭୁବନେଶ୍ବର: ସ୍କୁଲ ଫି ହ୍ରାସ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ସ୍କୁଲ ଫି ହ୍ରାସ କରିବାକୁ ପରାମର୍ଶ ଦିଆଯାଇଛି। ଅଣଅନୁଦାନ ଓ ଅନୁଦାନ ପ୍ରାପ୍ତ ଏବଂ ଘରୋଇ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ଫି କୋହଳ କରାଯିବ। ସେଥିପାଇଁ ସରକାର ୭ ଟି ସ୍ଲାବ ନିର୍ଦ୍ଧାରଣ କରିଛନ୍ତି। ବାର୍ଷିକ ୬ ହଜାରରୁ ୧୨ ହଜାର ପର୍ଯ୍ୟନ୍ତ ସ୍କୁଲ ଫି’ ଥିଲେ, ତାହା ୭.୫% ଛାଡ ହେବ। ୧୨ ହଜାରରୁ ୨୪ ହଜାର ପର୍ଯ୍ୟନ୍ତ ସ୍କୁଲ ଫି’ ଥିଲେ, ୧୨% ଛାଡ ୨୪ ହଜାରରୁ ୪୮ ହଜାର ପର୍ଯ୍ୟନ୍ତ ଥିଲେ, ୧୫ % ଛାଡ ହେବ। ୪୮ ହଜାରରୁ ୭୨ ହଜାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ୨୦% ଛାଡ। ୭୨ ହଜାରରୁ ଏକ ଲକ୍ଷ ପର୍ଯ୍ୟନ୍ତ ସ୍କୁଲ ଫି’ ଥିଲେ, ୨୫% ଛାଡ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୮୨୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୬୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୫ ଲକ୍ଷ ୯୫ ହଜାର ୬୬୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୨ ହଜାର ୭୧୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୪୫ ହଜାର ୭୪୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୯୭ ହଜାର ୨୦୧  ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର, ଓଡିଆ ଚଳଚିତ୍ର ତଥା ଧାରାବାହିକର ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 64 ବର୍ଷ ବୟସ ହୋଇଥିଲା। ସେ ହୃଦରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁରେ ଓଡିଆ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ରବି ମିଶ୍ର ଦୂରଦର୍ଶନରେ ପ୍ରସାରିତ ଗୋପାଳ ରହସ୍ୟରେ ନିଜର ଅଭିନୟ ଦକ୍ଷତା ପ୍ରତିପାଦନ କରିପାରିିଥିଲେ। 90 ଦଶକରେ ପ୍ରସାରିତ ଏହି ଧାରାବାହିକ ସେତେବେଳେ ବେଶ୍ ଲୋକପ୍ରିୟତା ଅର୍ଜନ କରିପାରିଥିଲା। ସେ ମଞ୍ଚ ନାଟକରୁ ନିଜର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ। ବର୍ତ୍ତମାନ ତାଙ୍କ ଅଭିନିତ ହେ ପ୍ରଭୃ ଧାରାବାହିକ ଜୀ ସାର୍ଥକରେ ପ୍ରସାରିତ ହେଉଛି।

Read More

ବେଗୁନିଆପଡା: ଗୁଳି ମାଡରେ ବେଗୁନିଆପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ଗୁଳି ମାଡରେ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଆଜି ସକାଳ ପାଖାପାଖି ୯ ଟା ସମୟରେ ସୁମଣ୍ଡଳ ବସଷ୍ଟାଣ୍ଡଠାରେ ଦେବେନ୍ଦ୍ର ସାହୁ ଚା ପିଉଥିଲେ। ହଠାତ ୨ଟି ବାଇକରେ ୪ରୁ ୫ ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ଦେବେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Read More

ୱାସିଂଟନ, ଆଜି ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଆଜି ଶପଥ ନେବେ ଜୋ ବାଇଡେନ୍। ତାଙ୍କ ସହ ଉପରଷ୍ଟ୍ରପତି ଭାବେ କମଲା ହାରିଶ ମଧ୍ୟ ଶପଥ ନେବେ। ଆମେରକୀୟ ସମୟ ଦିନ 11ଟା ବେଳେ ସେ ଏହି ଶପଥ ନେବେ। ଏହା ଭାରତୀୟ ସମୟରେ ଆଜି ରାତି 9ଟା 30 ହେବ। ତେବେ ଏହି ଶପଥ ସମାରୋହରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। କୋଭିଡ-୧୯ର ମହାମାରୀ ସଂକ୍ରମଣ ଏବଂ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ହିଂସାକାଣ୍ଡ କରିବା ଆଶଙ୍କାରେ ଏପରି କରାଯାଇଛି। ୱାଶିଂଟନ୍ ଡିସିକୁ ସୁରକ୍ଷା ବଳୟ ଭିତରେ ରଖାଯାଇଛି। କେବଳ ଓ୍ୱାସିଂଟନ ଡିସିରେ ୧୫ହଜାରରୁ ଅଧିକ ନ୍ୟାସନାଲ ଗାର୍ଡ ମୁତୟନ ହୋଇଛନ୍ତି। ଏହାସହ ଅତିରକ୍ତ ହଜାରେ ପୋଲିସ ଅଫିସରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ହସ୍ତାନ୍ତର ବେଳେ ରହିବେ ନାହିଁ ବୋଲି ସ୍ପଷ୍ଠ କରିଛନ୍ତି।

Read More

ନୂଆଦିଲ୍ଲୀ, କଦଳୀ ହେଉଛି ଏକ ଶୁଭ ଫଳ। ଏହାକୁ ବିଭିନ୍ନ ପୂଜାପାର୍ବଣରେ ବ୍ୟବହାର କରାଯାଇଥାଏ। ଏହାର ଗଛ ମଧ୍ୟ ପୂଜାରେ ବ୍ୟବହାର କରାଯାଏ। କଦଳୀ ଫଳ ଠାରୁ ଆରମ୍ଭ କରି ପତ୍ର ଏବଂ ଏହାର ମଞ୍ଜା ମଧ୍ୟ ବ୍ୟବହାର ହୁଏ। ତେବେ କଦଳୀ ଦ୍ବାରା ଅନେକ ରୋଗ ଭଲ ହୋଇଥାଏ। ଜାଣନ୍ତୁ  କଦଳୀ ଖାଇଲେ କେଉଁ ପ୍ରକାରର ଉପକାରରେ ଆସେ.. 1-ପାଚିଲା କଦଳୀ ଡାଇରିଆ ଏବଂ ଆଜମା ରୋଗୀଙ୍କ ପାଇଁ ବେଶ ଉପାଦେୟ। 2-ଅଧାପାଚିଲା କଦଳୀ କୋଷ୍ଠକଦ୍ଧତା କ୍ଷେତ୍ରରେ ବେଶ ସହାୟକ ହୋଇଥାଏ 3-କଦଳୀ ଚକଟାରେ ଅଳ୍ପ ଲୁଣ ମିଶାଇ ଖାଇଲେ ଡିସେଣ୍ଟ୍ରି ରୋଗ ଭଲ ହୋଇଥାଏ 4-ଦୈନିକ ଗୋଟିଏ ପାଚିଲା କଦଳୀ ଖାଇବା ଦ୍ବାରା ଡାଇବେଟିସ, ହୃଦରୋଗ, ରକ୍ତଚାପ ନିୟନ୍ତ୍ରଣ ଭିତରେ ରହେ। 5-ଯଦି ଚର୍ମ ପୋଡିଯାଇ କଳା ଦେଖାଯାଉଥାଏ ବା ମଳିନ ପଡିଯାଏ ତେବେ କଦଳୀ ମଣ୍ଡ ସେହି ସ୍ଥାନରେ ପ୍ରତିଦିନ ଲଗାଇଲେ ତାହା ଭଲ ହୋଇଥାଏ 6-କଦଳୀ…

Read More

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ କିପରି ସୁଖରେ ରହିବ  ସେଥିପାଇଁ ସେ ପାଞ୍ଚୋଟି ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସାବଧାନ ରହିବା ସହିତ ଶିଷ୍ଟାଚାର ମଧ୍ୟ ଜଡିତ ରହିଛି। ଜାଣନ୍ତୁ ସେହି ପାଞ୍ଚୋଟି ଜିନିଷ କଣ 1-ଜମି, ଘର, ଅସ୍ଥାବର ସଂପତ୍ତି କାରବାର ବେଳେ ସାବଧାନ ରହିବେ। ଲାଜ ନ କରି ଖୋଲାଖୋଲି ଭାବେ ଆଇନି ମୁତିବିକ କାମ କରନ୍ତୁ। ନଚେତ ପଛରେ ସାରା ଜୀବନ ପସ୍ତାଇବେ। 2-ଟଙ୍କା କାରବାର କରିବା ବେଳେ ତାହା ଭଲ ଭାବରେ ଗଣତି କରି ନିଅନ୍ତୁ। ଲାଜରେ କିମ୍ବା ସମ୍ମାନ ଦେଖେଇ ହେବା ପାଇଁ ପକେଟରେ ଭର୍ତ୍ତି କରି ପଳାନ୍ତୁ ନାହିଁ। ପରେ ଭୁଲ ରହିଲେ ବନ୍ଧୁତା ମଧ୍ୟରେ ବିଭେଦ ସୃଷ୍ଟି ହେବା ନିଶ୍ଚିତ। 3-ବିଦ୍ୟା ଅଧ୍ୟୟନ ସମୟରେ କୌଣସି ବିଷୟ ବୁଝି ନ ପାରିଲେ ତାହାକୁ ବାରମ୍ବାର ପଚାରି ବୁଝନ୍ତୁ। ଲାଜରେ ନ ପଚାରିଲେ ତାହା କାଳକାଳ ପାଇଁ ଅବୁଝା…

Read More

ନୂଆଦିଲ୍ଲୀ, ଯେ କୈଣସି ବ୍ୟକ୍ତି ଯିଏ କି କୈଣସି ବିଶେଷ ଉତ୍ସବରେ କିମ୍ବା ବୁଧବାର କିମ୍ବା ଚତୁର୍ଥୀ ତିଥିରେ ଭଗବାନ ଶ୍ରୀ ଗଣେଶଙ୍କ ଚଉଦ ନାମ ଜପ କରନ୍ତି, ନିଶ୍ଚିତ ଭାବରେ ଆଶାତିତ ଫଳାଫଳ ପାଆନ୍ତି । ଯେଉଁମାନେ ଧନ ଚାହୁଁଛନ୍ତି ସେମାନେ ଧନ, ସୁଖ ଏବଂ ସମୃଦ୍ଧତା ପାଆନ୍ତି। ଆସନ୍ତୁ ଭଗବାନ ଗଣେଶଙ୍କ ଏହି 14 ନାମ ମଧ୍ୟ ଜପ କରିବା- ଭଗବାନ ଗଣେଶଙ୍କର 14 ନାମ: – 1-ବିନୟକ 2. ଗଜାନନ 3. ଗଣେଶ 4. ଲମ୍ବୋଦର 5. ଏକଦନ୍ତ 6. ବକ୍ରତୁଣ୍ଡ 7. ବିଘ୍ନରାଜ  8. ବିଶ୍ବରାଜ 9. ବୁଦ୍ଧିନାଥ 10. ବିକଟ 11. ହେରମ୍ବ 12. କୃଷ୍ଣପିଙ୍ଗାକ୍ଷ 13. ଅଖୁରଥ        14. ଭୂପତି

Read More

ମେଷ- ବ୍ୟବସାୟ ଯୋଜନା ସଫଳ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ଏକ ଛୋଟ ଯାତ୍ରା ହୋଇପାରେ । ତତ୍ପରତା ନାହିଁ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତନ ରୁହନ୍ତୁ । ଏକ ପୁରୁଣା ବନ୍ଧୁଙ୍କୁ ଭେଟିବେ । ମନ ଅଶାନ୍ତ ହେବ । ଇଶ୍ବରଙ୍କଠାରେ ଧ୍ୟାନ କର । ଆଜି ଆପଣ ଆର୍ଥିକ ପ୍ରସଙ୍ଗରେ ସତର୍କ ହେବା ଆବଶ୍ୟକ । ପିଲାଙ୍କ ଦାୟିତ୍ବ ପୂରଣ ହେବ । ସମ୍ପର୍କ ତୀବ୍ର ହେବ । କାରବାର ଏବଂ ସଞ୍ଚୟ ପ୍ରସଙ୍ଗରେ ଗମ୍ଭୀର ହେବାକୁ ପଡିବ । ବୃଷ- ଅର୍ଥନୈତିକ ସମସ୍ୟାର ସମାଧାନ ହୋଇପାରିବ, କିନ୍ତୁ ଭାବନାକୁ ନିୟନ୍ତ୍ରଣ କରାଯିବା ଆବଶ୍ୟକ । ଶିକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ସହଯୋଗ ମିଳିପାରିବ । ବିବାହିତ ଜୀବନରେ, ସ୍ନେହ ଦେଖାଇବାର ନିଜସ୍ୱ ଗୁରୁତ୍ୱ ରହିଛି ଏବଂ ଆପଣ ଆଜି ଏହି ଜିନିଷ ଅନୁଭବ କରିବେ। ଗାଡି ଚଳାଇବା…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଓଡିଶା ବିଜେପି ଯୁବମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରାଯାଇଛି। ତେବେ ଏହି ନୂତନ ରାଜ୍ୟ ଟିମରେ ସାମିଲ ହୋଇଛନ୍ତି ଚିଲିକା ନିର୍ବାଚନମଣ୍ଡଳୀର ବିଜେପି ଯୁବ ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ। ଶ୍ରୀ ରଣସିଂହଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ମନୋନୀତ କରାଯାଇଛି। ବାଣପୁର ବ୍ଲକ ଭେଟେଶ୍ୱର ଗ୍ରାମର ଶ୍ରୀ ରଣସିଂହ ଖୋର୍ଦ୍ଧା ଜିଲ୍ଲା ୧୩ ନମ୍ବର ଜୋନର ସର୍ବକନିଷ୍ଠ ଜିଲ୍ଲା ପରିଷଦ ସଭ୍ୟ ରୂପେ ୨୦୧୭ ରେ ନିର୍ବାଚିତ ହୋଇଥିଲେ। ଛାତ୍ର ଜୀବନରୁ ନେତୃତ୍ୱ ନେବାର ଦକ୍ଷତା ରଖୁଥିବା ଶ୍ରୀ ରଣସିଂହ ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ଲୋକଙ୍କ ସେବା ଜାରି ରଖିଛନ୍ତି। ତେବେ ଜଣେ କର୍ତ୍ତବ୍ୟବାନ, ମିଷ୍ଟଭାସି ତଥା କଠିନ ପରିଶ୍ରମ ବଳରେ ସେ ଆଜି ସମସ୍ତଙ୍କ ଗହଣରେ ଆଦୃତ ହୋଇପାରିଛନ୍ତି। ତେବେ ଭାରତୀୟ ଜନତା ଯୁବା ମୋର୍ଚ୍ଚାର…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୪୦ ଜଣ, କଟକରୁ ୨୪, ସମ୍ବଲପୁରରୁ ୨୧, ଅନୁଗୁଳରୁ ୧୮, ବରଗଡ଼ରୁ ୧୮, ଝାରସୁଗୁଡ଼ାରୁ ୧୮, ବଲାଙ୍ଗୀରରୁ ୧୬, ପୁରୀରୁ ୧୨, ଖୋର୍ଦ୍ଧାରୁ ୧୦, ଯାଜପୁରରୁ ୯, କେନ୍ଦୁଝରରୁ ୮, ମୟୂରଭଞ୍ଜରୁ ୮, ରାୟଗଡ଼ା ଜିଲ୍ଲାରୁ ୮, ଗଜପତିରୁ ୭, ଭଦ୍ରକରୁ ୬, କୋରାପୁଟରୁ ୬, ନୂଆପଡ଼ାରୁ ୫, କଳାହାଣ୍ଡିରୁ ୩, ସୁବର୍ଣ୍ଣପୁରରୁ ୩, ବାଲେଶ୍ବରରୁ ୨, କେନ୍ଦ୍ରାପଡ଼ାରୁ ୨, ବୌଦ୍ଧରୁ ଜଣେ, ଦେବଗଡ଼ରୁ ଜଣେ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ଜଣେ ଓ ଷ୍ଟେଟପୁଲରୁ ୨ଜଣ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୦ ହଜାର ୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

Read More

ବ୍ରିସବେନ୍: ଅଷ୍ଟ୍ରେଲିଆ ବିରୋଧ ନିର୍ଣ୍ଣାୟକ ଟେଷ୍ଟରେ ଭାରତୀୟ ଦଳର ଐତିହାସିକ ବିଜୟ ହୋଇଛି। ଏହି ବିଜୟ ସହ ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫିକୁ ୨-୧ରେ ଜିତି ନେଇଛି। ଭାରତ ସିରିଜ ଜିତିବା ସହ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିୟନଶିପର ଏକ ନମ୍ବର ସ୍ଥାନକୁ ଉନ୍ନିତ ହୋଇଛି। ଏବଂ ନିର୍ଣ୍ଣାୟକ ଟେଷ୍ଟରେ ପରାଜୟ ପରେ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନକୁ ଖସିଆସିଛି। କେବଳ ଏହି ଟେଷ୍ଟ ବିଜୟ କାରଣରୁ ଭାରତକୁ ୩୦ ପଏଣ୍ଟ ମିଳିଛି। ଏହି ୩୦ ପଏଣ୍ଟକୁ ମିଶାଇ ବିଶ୍ଵ ଟେଷ୍ଟ ଚାମ୍ପିୟନଶିପରେ ଭାରତ ୪୩୦ ପଏଣ୍ଟ ହାସଲ କରିଛି। ତେବେ ଆଇସିସି ଟେଷ୍ଟ ଚାମ୍ପିୟନଶିପରେ ଭାରତ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ୍ ଖେଳିଛି। ସେଥିରୁ  ୯ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ୩ଟିରେ ପରାଜିତ ହୋଇଛି ଏବଂ ଗୋଟିଏ ମ୍ୟାଚକୁ ଡ୍ର ରଖିଛି। ଏହି ଟେଷ୍ଟ ଚାମ୍ପିୟନଶିପରେ ଭାରତ ୪୩୦ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ୪୨୦…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଧାନ ବିକ୍ରିର ୧୦ ଦିନ ପରେବି ଚାଷୀଙ୍କୁ ଟଙ୍କା ମିଳୁନଥିବା ଖବର ଗତକାଲି ‘ସମୀକ୍ଷା’ ରେ ପ୍ରକାଶିତ ହେବା ପରେ ଶୋଇଥିବା ଜିଲ୍ଲା ଯୋଗାଣ ବିଭାଗ ବର୍ତ୍ତମାନ ଚେଇଁ ଉଠିଛି। ଚିଲିକା ବ୍ଳକ୍ ର ଜରିପଡ଼ା, ସୋରଣ, ନଈରି, ବିରିବାଡି, ଚଣ୍ଡେଶ୍ୱର ଆଦି ସେବା ସମବାୟ ସମିତିର ଶହ ଶହ ଚାଷୀ ଗତ ୧/୨ ତାରିଖରୁ ଧାନ ଦେଇ ୭ ତାରିଖରେ ଆଧାର ଭେରୀଫିକେସନ କରିଥିଲେ। କିନ୍ତୁ ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ଗତକାଲି ପର୍ଯ୍ୟନ୍ତ ମିଳିପାରିନଥିଲା। ଏନେଇ ସମୀକ୍ଷାରେ ଗତକାଲି ଏକ ଖବର ପ୍ରକାଶିତ ହୋଇଥିଲା। ତେବେ ଆଜି ଜିଲ୍ଲା ପ୍ରଶାସନ ଏକକାଳୀନ ଭାବେ ଶହ ଶହ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସେମାନଙ୍କ ପ୍ରାପ୍ୟ ଟଙ୍କା ପଠାଇଛି। ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଅନାଥ ଚରଣ ସ୍ୱାଇଁ ଏ ନେଇ ସୂଚନା ଦେଇଛନ୍ତି। ଏବଂ ଆସନ୍ତା ତିନି ଦିନ ଭିତରେ ସମସ୍ତ ଚାଷୀଙ୍କୁ ସେମାନଙ୍କ ବକେୟା ଅର୍ଥ…

Read More

ଭୁବନେଶ୍ବର: ସ୍ବାସ୍ଥ୍ୟ ସେବାକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଇଆସିଛନ୍ତି। ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ତଥା ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି। କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜକୁ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବରେ ଗଢିତୋଳିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ସେହିପରି ନୂଆକରି ରାଜ୍ୟ ସରକାର ଗଢିଥିବା ୯ ଗୋଟି ମେଡିକାଲ କଲେଜ ଗୁଡିକର ଭିତ୍ତିଭୂମିର ବିକାଶ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଥିଲେ। ଏତଦ୍‌ବ୍ୟତୀତ ୫ ଗୋଟି ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ୬ ଗୋଟି ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ କାର୍ଯ୍ୟ ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ। ଝାରସୁଗୁଡା ଠାରେ କାର୍ଡିକ କେୟାର ଡାକ୍ତରଖାନା, କଟକ ଶିଶୁଭବନରେ ପି.ଜି. ଛାତ୍ରଛାତ୍ରୀଙ୍କ ପାଇଁ ମଲ୍ଟି ୟୁଟିଲିଟି କମ୍ପ୍ଲେକ୍ସ, ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲର ଲିନାକ ବ୍ଲକ(LINAC block), କ୍ୟାପିଟାଲ ହସ୍‌ପିଟାଲର ବିକାଶ ତଥା ପିଜିଆଇ(PGI) ଭାବରେ…

Read More