Author: Samikhsya Bureau

ନୂଆଦିଲ୍ଲୀ: ଆଜି ଅଷ୍ଟ୍ରେଲିଆକୁ ଧୁଳି ଚଟାଇବା ପରେ ଆଗାମୀ ଇଂଲଣ୍ଡ ସିରିଜ ପାଇଁ ଭାରତୀୟ ଦଳର ମନୋବଳ ବଢିଛି। ଏହି ସିରିଜ ଶେଷ ହେବା ସହ  ଆସନ୍ତା ଫେବୃୟାରୀ ୫ ତାରିଖରୁ ଟେଷ୍ଟ ଖେଳିବା ନେଇ ଇଂଲଣ୍ଡ ଦଳ ଭାରତ ଆସୁଛି। ଭାରତୀୟ ଦଳ ନିଜ ଘରୋଇ ପିଚରେ ଖେଳିବା ନେଇ ବହୁତ ଉତ୍ସାହିତ ଅଛି। ଏଥିପାଇଁ ଭାରତୀୟ ଦଳର ୧୮ ଜଣିଆ ଖେଳାଳୀକୁ ମନୋନୀତ କରାଯାଇଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ହେଲେ ଚୟନ କମିଟି ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଖେଳାଳି ଚୟନ କରିଛି। ଅଷ୍ଟ୍ରେଲିଆରେ କ୍ରମାଗତ ବିଫଳ ହୋଇଥିବା ପୃଥ୍ବୀ ଶ’ ଙ୍କୁ ଦଳରୁ ବାଦ ଦିଆଯାଇଛି। ସେହିପରି ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ସିରିଜର ଅଧାରୁ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଥିବା ମହମ୍ମଦ ଶାମି, ରବୀନ୍ଦ୍ର ଜାଡେଜା, ଉମେଶ ଯାଦବ ଓ ହନୁମା ବିହାରୀଙ୍କୁ ଇଂଲଣ୍ଡ ବିପକ୍ଷ ସ୍କ୍ୱାଡରେ ସାମିଲ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ନବୀନ ନମ୍ବର ୱାନ୍। ଦେଶର ସର୍ବଶ୍ରେଷ୍ଠ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାତୀୟ ଗଣମାଧ୍ୟମ ସଂସ୍ଥା ଏବିପି ନିଉଜ୍ ଦ୍ୱାରା କରାଯାଇଥିବା ସି ସର୍ଭେରେ ଦେଶର ମସ୍ତ ରାଜ୍ୟ ଭିତରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ହୋଇଥିବାରୁ ଆଜି ଗଂଜାମ ଜିଲ୍ଲା ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଯାଇଛି। ଏହାସହ ବିଜେଡ଼ି ପକ୍ଷରୁ ଏକ ଶୋଭାଯାତ୍ରା ବାହାର କରାଯାଇ ନବୀନ ନମ୍ବର ୱାନ୍ ସ୍ଲୋଗାନ ଦିଆଯାଇଥିଲା। ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କ ସମ୍ମୁଖରେ ସମସ୍ତ ନେତା ଓ କର୍ମୀ ଏକତ୍ରିତ ହେବା ସହ ଯୁବ ବିଜେଡ଼ି, ମହିଳା ବିଜେଡ଼ି ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟ ସଂପାଦକ ସୁବାସ ମହାରଣା, ଭଗବାନ ଗନ୍ତାୟତ, ପୂର୍ବତନ ବିଧାୟକ ଶିବ ସାହାଣୀ, ରାଜ୍ୟ ସଂପାଦିକା ସଂଘମିତ୍ରା ଦଳେଇ, ସୋନାଲି ଗନ୍ତାୟତ, ସଂଜିତ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ୧୫ ତାରିଖ ଦିନ ଗୋଇଲୁଣ୍ଡ ଛକରେ ଜନୈକ ବ୍ୟକ୍ତିଙ୍କ ଡ଼ିକି ଭାଙ୍ଗି ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ୍ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଜଣକ ହେଲେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନିଗମ ନଗରର ବାସୁଦେବ ସ୍ୱାଇଁ (୩୪)। ପୋଲିସ୍ ତା’ ନିକଟରୁ ଲୁଟ୍ ହୋଇଥିବା ଟଙ୍କା ମଧ୍ୟରୁ ୨ଲକ୍ଷ ୨୦ହଜାର ଟଙ୍କା ଜବତ କରିଛି। ସୂଚନାଯୋଗ୍ୟ ଗତ ୧୫.୧.୨୦୨୧ ତାରିଖରେ ବିପିନ ବରାଳ ନାମକ ବ୍ୟକ୍ତି ନିଜ ବାଇକ୍‌ର ଡ଼ିକିରେ ୨ଲକ୍ଷ ୬୦ ହଜାର ଟଙ୍କା ରଖି ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କୋଲକତା ବେକେରୀ ସମ୍ମୁଖରେ ପାର୍କ କରିଥିଲେ। କିଛି କାମରେ ଥିବାବେଳେ କେହି ଜଣେ ଦୁବୃର୍ତ୍ତ ତାଙ୍କ ଡ଼ିକି ଭାଙ୍ଗି ଉକ୍ତ ଟଙ୍କା ଲୁଟ୍ ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଥାନା କେସ ନଂ ୧୭/୨୦ରେ ବୈଦ୍ୟନାଥପୁର ପୋଲିସ୍ ଅନୁସନ୍ଧାନ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୫ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୧୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୩୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ୱର: ହୃଦ୍‌ସ୍ପନ୍ଦନରେ ସମସ୍ୟା ସୃଷ୍ଟି କରୁଥିବା ବ୍ୟାଧି ଆରିଥ୍‌ମିଆ ର ଚିକିତ୍ସା ଏବେ ସମ୍ ଅଲଟିମେଡ କେୟାରରେ ଉପଲବ୍ଧ। ଓଡ଼ିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ୍ ଭାବେ ସମସ୍ତ ଅତ୍ୟାଧୁନିକ ଉପକରଣ ସହ ସ୍ୱତନ୍ତ୍ର ଇଲେକ୍ଟ୍ରୋଫିଜିଓଲୋଜି ଲାବାରୋଟୋରି ସମ୍‌ରେ ଆରମ୍ଭ ହୋଇଛି। ଆରିଥ୍‌ମିଆ ଏପରି ଏକ ସମସ୍ୟା ଯାହାଦ୍ୱାରା ଅସ୍ୱାଭାବିକ ହୃଦ୍‌ସ୍ପନ୍ଦନ ସୃଷ୍ଟି ହୋଇଥାଏ। ହାର୍ଟବିଟ୍‌କୁ ନିୟନ୍ତ୍ରଣ କରୁଥିବା ଶକ୍ତି ଠିକ୍ ଭାବେ କାମ ନ କଲେ ହୃଦ୍‌ସ୍ପନ୍ଦନ ଖୁବ୍ ଦ୍ରୁତ (ଟାକିକାର୍ଡିଆ) କିମ୍ବା ଖୁବ୍ ଧୀର (ବ୍ରାଡିକାର୍ଡିଆ) ହୋଇଥାଏ। ଏହିଭଳି ସମସ୍ୟାର ଉତ୍ପତ୍ତିକୁ ନେଇ ଏହାକୁ ଆଟ୍ରିଆ କିମ୍ବା ଭେନ୍‌ଟ୍ରିକ୍ଲସ୍ ଭାବେ ଶ୍ରେଣୀଭୁକ୍ତ କରାଯାଇଛି। ହୃଦ୍‌ସ୍ପନ୍ଦନର ଗତିକୁ ନେଇ ମଧ୍ୟ ଏହା ନିର୍ଣ୍ଣୟ କରାଯାଏ। ଔଷଧ ମାଧ୍ୟମରେ ଚିକିତ୍ସା କରାଯାଇ ଏହାର ନିରାକରଣ କରାଯାଇଥାଏ ଅଥବା ହାର୍ଟରେଟ୍‌କୁ ନିୟନ୍ତ୍ରଣ କରାଯାଇଥାଏ। ଯେତେବେଳେ ଔଷଧ କାମ ଦିଏ ନାହିଁ ଇପି ଷ୍ଟଡି ଏବଂ ରେଡିଓଫ୍ରିକ୍ୱେନ୍ସି କୋଥାଟର ଆବ୍‌ଲେସନ୍ ଭଳି କେତେକ ଇନ୍‌ଭେସିଭ୍ ଥେରାପି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପଞ୍ଚାୟତ ସମିତିରେ ଦେଖାଦେଇଛି ଚରମ ଅବ୍ୟବସ୍ଥା। ଦୀର୍ଘ ଦଶ ମାସ ଭିତରେ ଗୋଟିଏ ଥର ପାଇଁ ମଧ୍ୟ ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇପାରିନାହିଁ। ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ ଦ୍ୱାରା ଗତ ୧୮.୧୦.୧୯ରେ ଚିଠି ସଂଖ୍ୟା ୧୮୫୬୭ ରେ ଏକ ପତ୍ର ସମସ୍ତ ଜିଲ୍ଲାପାଳଙ୍କୁ ପ୍ରେରଣ କରାଯାଇଥିଲା। ଯେଉଁଥିରେ ଉଲ୍ଲେଖ ଥିଲା ଯେ, ପ୍ରତି ଦୁଇ ମାସରେ ଅତିକମରେ ଗୋଟାଏ ଥର ବୈଠକ ପ୍ରତି ପଞ୍ଚାୟତ ସମିତିରେ ଅନୁଷ୍ଠିତ ହେବ। ଉକ୍ତ ବୈଠକକୁ ପଞ୍ଚାୟତ ସମିତି ଚେୟାରମ୍ୟାନ ଅଧ୍ୟକ୍ଷତା କରିବେ। ଅନୁରୂପଭାବେ ବିଭିନ୍ନ ବକେୟା ବିଲର ପ୍ରତିସ୍ଵାକ୍ଷର କରିବାରେ କୌଣସି ବ୍ଲକ ଚେୟାରମ୍ୟାନ ଯଦି ଅହେତୁକ ବିଳମ୍ବ କରନ୍ତି କିମ୍ବା ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତେବେ ସେହି ପରିସ୍ଥିତିରେ ଜିଲ୍ଲାପାଳ ଏହାର ସତ୍ୟାସତ୍ୟକୁ ହୃଦୟଙ୍ଗମ କରି ପି.ଡ଼ି କିମ୍ବା ଉପ ଜିଲ୍ଲାପାଳଙ୍କଠାରୁ ସମ୍ପୃକ୍ତ ବିଲଗୁଡିକୁ ସ୍ଵାକ୍ଷର…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଚାକିରି ଦେବା ନାମରେ ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳରୁ ନିରୀହ ଯୁବକ ଯୁବତୀଙ୍କୁ ଠକିଥିବା ଜନୈକ ଠକକୁ ଆଜି ବୈଦ୍ୟନାଥପୁର ପୋଲିସ୍ ଗିରଫ କରିଛି। ଠକ ଜଣକ ହେଲା ଭୁବନେଶ୍ୱର ସୁନ୍ଦରପଡ଼ା ଆପଟ୍‌ମେଣ୍ଟ ଫ୍ଲାଟ୍ ନଂ ୩୦୬ରେ ରହୁଥିବା ସନ୍ତୋଷ କୁମାର ବିଶ୍ୱାଳ। ବାପାଙ୍କ ଘର ଛତ୍ରପୁର ମୁନିସିପେଣ୍ଠ। ସୂଚନାଯୋଗ୍ୟ ସନ୍ତୋଷ ବ୍ରହ୍ମପୁର ଅନନ୍ତନଗରଠାରେ ଇଣ୍ଡିଆ ହେଲ୍‌ପିଂ ଚାରିଟେବୁଲ୍ ଟ୍ରଷ୍ଟ ଅଫିସ୍ କରିବା ସହ ନିଜକୁ ଉକ୍ତ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି କହି ଗଂଜାମ ଜିଲ୍ଲାର ଯୁବତ ଯୁବତୀଙ୍କୁ ଚାକିରି ପ୍ରଦାନ କରିବା ସକାଶେ ଯୋଗାଯୋଗ କରିଥିଲା। ୨୦୧୩ ମସିହାରୁ ୨୦୧୫ ମସିହା ମଧ୍ୟରେ ବହୁ ଯୁବକ ଯୁବତୀ ଚାକିରି ଆଶାରେ ଏହି ଟ୍ରଷ୍ଟ ସହ ଯୋଗାଯୋଗ କରିବା ସହ ଅର୍ଥ ପ୍ରଦାନ କରିଥିଲେ। କିନ୍ତୁ ସନ୍ତୋଷ ଚାକିରି ନଦେଇ ଅଫିସ୍‌କୁ ବନ୍ଦ କରି ଫେରାର୍ ହୋଇଯାଇଥିଲା। ଏନେଇ ଠିକାମୀର ଶିକାର ହୋଇଥିବା ଯୁବକ ଯୁବତୀମାନେ…

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ। ଏଥିସହିତ ମନ୍ଦିର ଏବଂ ସେ ଅଞ୍ଚଳର ବିକାଶ ସଂପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ । ଏହି ପୀଠର ଗୁରୁତ୍ବ ଓ ମହିମାକୁ ଦୃଷ୍ଟିରେ ରଖି ଏହାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ଼ର ଠିକ୍ ପୂର୍ବରୁ ମନ୍ଦିର ପରିଦର୍ଶନ ଅବସରରେ ଘୋଷଣା କରିଥିଲେ। ସମଲେଶ୍ବରୀ ମନ୍ଦିର ବିକାଶ ପ୍ରକଳ୍ପରେ ମନ୍ଦିରର ସୌନ୍ଦଯ୍ୟକରଣ ସହିତ ପାରିପାର୍ଶିକ ବିକାଶ, ଐତିହ୍ୟ କରିଡରର ବିକାଶ, ଭୋଗମଣ୍ଡପ, ଯାତ୍ରୀ ଓ ଭକ୍ତ ନିବାସ, ପାର୍କିଂ ସୁବିଧା ଏବଂ ନଦୀ ସମ୍ମୁଖ ଭାଗର ବିକାଶକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ମନ୍ଦିର ର ପୂଜାରୀ ତଥା ଜମି ହରାଉଥିବା ଲୋକମାନଙ୍କର ଥଇଥାନ ଓ ପୁନର୍ବାସ ପାଇଁ ଏକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯିବ ବୋଲି ଜଣାଯାଇଛି। ରାଜ୍ୟ ସରକାରଙ୍କର…

Read More

ନୂଆଦିଲ୍ଲୀ, ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂସ୍ଥା ବା ଡିଆରଡିଓ ବାହାର କରିଛି ବାଇକ ଆମ୍ବୁଲାନସ। ଏହା ଅଧିନରେ ଥିବା ଆଣବିକ ଔଷଧ ଏବଂ ଆଲାଇଡ ସାଇନସ ବିଭାଗ ଏହାକୁ ବିକଶିତ କରିଛି। ମୁଖ୍ୟତଃ ଜଙ୍ଗଲିଆ ଅଞ୍ଚଳ ଯେଉଁଠାକୁ ଆମ୍ବୁଲାନସ ଯାଇପାରିବ ନାହିଁ ସେଠାକୁ ଏହା ଯିବ। ସେଥିପାଇଁ ଏହି ବାଇକରେ ଆମ୍ବୁଲାନସ ପରି ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହାର ନାମ ରଖାଯାଇଛି ‘ରକ୍ଷିତା’ ଏହି ବାଇକରେ ସୁବିଧା ଅନୁଯାୟୀ ଏକ ଆସନ ପ୍ରସ୍ତୁତ କରାଯାଇଛି। ଏହି ସିଟଟି ସୁବିଧା ଅନୁଯାୟୀ କରିପାରିବେ। ଅର୍ଥାତ ଜଣେ ରୋଗୀ ଚାହିଁଲେ ଶୋଇପାରିବ, ଚାହିଁଲେ ବସିପାରିବ। ଏଥିସହିତ ହାତ ଗୋଡ ରଖିବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ବାଇକରେ ଅମ୍ଳଜାନ ସିଲିଣ୍ଡର ସହିତ ସୁରକ୍ଷା ଜ୍ୟାକେଟ ମଧ୍ୟ ଖଂଜା ଯାଇଛି। ସେହିପରି physiological parameter measuring equipment ମଧ୍ୟ ରଖାଯାଇଛି। ଏହାକୁ ଦୂରରୁ ରହି ମନିଟରିଂ କରାଯାଇ ପାରିବ। ଏହି…

Read More

ବ୍ରିସବେନ: ଆଜି ଭାରତୀୟ କ୍ରିକେଟ ଦଳ ରଚିଲା ଇତିହାସ। ପୁଣି ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ରାହାଣେ ବାହିନୀ। ଚତୁର୍ଥ ଟେଷ୍ଟ ତଥା ନିର୍ଣ୍ଣାୟକ ଟେଷ୍ଟରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ସିରିଜ ଜିତିନେଇଛି। ପ୍ରଥମ ଥର ପାଇଁ ବ୍ରିସବେନ ଗ୍ରାଉଣ୍ଡରେ ଏତେ ବଡ ସ୍କୋରର ଲକ୍ଷକୁ ପୂରଣ କରିବାରେ ସକ୍ଷମ ହେଲା ଭାରତୀୟ ଦଳ। ପୂର୍ବରୁ ଅନ୍ୟ କୌଣସି ଦଳ ୨୫୦ ରନରୁ ଉର୍ଦ୍ଧ୍ଵ ସ୍କୋରକୁ ପୂରଣ କରିବାରେ ସକ୍ଷମ ହୋଇପାରିନଥିଲେ। ଅଷ୍ଟ୍ରେଲିଆର ୩୨୮ ରନକୁ ପୂରଣ କରିବା ଭାରତୀୟ ଦଳ ପାଇଁ ଅସମ୍ଭବ ଥିଲା। କିନ୍ତୁ ଭାରତ ଏହାକୁ ପୂରଣ କରି ଦେଶ ପାଇଁ ଗୌରବ ଆଣିପାରିଛି। ଅନଭିଜ୍ଞ ଖେଳାଳୀକୁ ନେଇ ଜିତିବା ଭାରତ ପାଇଁ ଏକ ବଡ ଉପଲବ୍ଧି। ଗତକାଲି ଭାରତ ୪ ରନରୁ ଖେଳ ଆରମ୍ଭ କରି ଆଜି ୩୨୮ ରନର ଟାର୍ଗେଟ ପୂରଣ କରିନେଇଥିଲା। ଦଳକୁ ବିଜୟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ରିଷଭ…

Read More

ଭୁବନେଶ୍ବର, ଆଜି ଉତ୍କଳ ବିଶ୍ବବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟପକ୍ଷ ମଧ୍ୟରେ ଗାଳିଗୁଲଜ ସହିତ ଆକ୍ରମଣ କରିବାରୁ ଜଣେ ଛାତ୍ର ଆହତ ହୋଇଛି। ତାଙ୍କୁ କ୍ୟାପିଟାଲ ହସପିଟାଲରେ ଚିକିତ୍ସା କରାଯାଉଛି। ଉଭୟ ଗୋଷ୍ଠୀ ଛାତ୍ରଙ୍କ ତରଫରୁ ଥାନାରେ ଏତଲା ଦିଆଯାଇଛି। ଘଟଣାରୁ ଜଣାପଡିଛି ଯେ, ଗତକାଲି କଲେଜ କ୍ୟାଣ୍ଟିନରେ ଖାଇବାକୁ ନେଇ ଉତ୍ତେଜନ ସୃଷ୍ଟି ହୋଇଥିଲା। କେତେକ ଛାତ୍ର ନିମ୍ନମାନର ଖାଦ୍ୟ ହୋଇଛି ବୋଲି ଅଭିଯୋଗ କରିବା ପରେ ଅନ୍ୟ କେତେକ ଛାତ୍ର ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଆକ୍ରମଣ ଆରମ୍ଭ ହୋଇଯାଇଥିଲା। ବର୍ତ୍ତମାନ କେତେକ ଛାତ୍ର କୁଳପତିଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି। ପୋଲିସ ପହଁଛି ଉଭୟଙ୍କୁ ବୁଝାସୁଝା କରି ଏହାର ସମାଧାନ କରୁଛନ୍ତି।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୭୨ ଜଣ ଚିହ୍ନଟ ହୋଇଥିବାବେଳେ ୫୦ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୫୬୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୯ ହଜାର ୮୦୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୮୧୦ ଜଣ। ସେହିପରି ରାଜ୍ୟରୁ ଆଉ ଜଣେ କରୋନା ଆକ୍ରାନ୍ତ ଆଜି ମୃତ୍ୟୁବରଣ କରିଛନ୍ତି। ଏହି ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୨ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୮ ଟି ଜିଲ୍ଲାରୁ ମୋଟ୍‌ ୧୨୨ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଜୋର୍ ଧରିଛି ବିମାନ ବନ୍ଦର ପ୍ରତିଷ୍ଠା ଦାବି। ବିଭିନ୍ନ ସଂଗଠନ ପକ୍ଷରୁ ବହୁଦିନ ଧରି ଦାବି ମଧ୍ୟ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଗଂଜାମ ଗଂଜାମ ଜିଲ୍ଲ ବିଭିନ୍ନ ଅଂଚଳର ଶତାଧିକ ସାମାଜିକ ଅନୁଷ୍ଠାନକୁ ନେଇ ମିଳିତ ଭାବେ ଗଠିତ “ଫରମ୍ ଫର୍ ବ୍ରହ୍ମପୁର ଏୟାରପୋର୍ଟ” ସଂଗଠନ ପକ୍ଷରୁ ବ୍ରହ୍ମପୁରଠାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବ୍ରହ୍ମପୁର କୋର୍ଟପେଟା ସ୍ଥିତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଛକ ନିକଟରେ ଏକ ବିରାଟ ହ୍ୟୁମାନ୍ ଚେନ୍ ମାଧ୍ୟମରେ ପ୍ରତିବାଦ କରାଯାଇ ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସେହପରି ସ୍ଥାନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି, ଘଟଣା ବିଷୟରେ ବ୍ୟକ୍ତିଗତ ଭାବେ କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡ଼କରୀଙ୍କ ସହ ଆଲୋଚନା କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ପୂର୍ବରୁ ବ୍ରହ୍ମପୁର ସାସଂଦ ଚନ୍ଦ୍ରଶେଖର ସାହୁ କହିଥିଲେ। କିନ୍ତୁ ଏହି ପ୍ରସଂଗ ପ୍ରତି…

Read More

ନୂଆଦିଲ୍ଲୀ, ଆଜି ଅପରାହ୍ନରେ କେନ୍ଦ୍ର ସରକାର ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ଏଥିରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳନ ନେଇ ଅବଗତ କରାଯିବ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଏହି ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ଏହା ପୂର୍ବରୁ ସଂସ୍କୃତି ବିଭାଗ ନେତାଜୀଙ୍କ ଜନ୍ଣଦିନକୁ ପରାକ୍ରମ ଦିବସ ଭାବେ ପାଳନ କରିବ ବୋଲି ନିଷ୍ପତି କରିଛି। ଏ ନେଇ ବିଭାଗ ତରଫରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଚଳିତ ବର୍ଷ ନେତାଜୀଙ୍କ 125 ତମ ଜୟନ୍ତୀ ପାଳନ ହେବ। ସେଥିପାଇଁ କେନ୍ଦ୍ର ସରକାର ଏକ ବଡ ପ୍ରସ୍ତୁତି କରିଛନ୍ତି। ପୂର୍ବରୁ ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟ ମଧ୍ୟ ଗଠନ କରାଯାଇଛି। ତେବେ ଏହି ଜୟନ୍ତୀ ପାଳନର ରୂପରେଖ କିପରି ହେବ ସେ ନେଇ ସଂସ୍କୃତି ମନ୍ତ୍ରୀ ବିସ୍ତୁତ ଭାବେ ଅଗବତ କରାଇବେ। ସମ୍ଭବତଃ କିଛି ବଡ ଘୋଷଣା ମଧ୍ୟ ହେବାର ସମ୍ଭାବନା ରହିଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀ ଗୁମୁଳା ଗ୍ରାମ ନୂଆ ବନ୍ଧ ନିକଟରେ ଦୁଇଟି ଅଜଗର ସାପକୁ ଉଦ୍ଧାର କରାଯାଇଛି। ନୂଆ ବନ୍ଧର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବାବେଳେ ଜେସିବି ମେସିନ୍ ଦ୍ୱାରା ପାଣି ବାହାର କରିବାକୁ ନାଳ ଖୋଳା ଯାଉଥିଲା। ଉକ୍ତ ନାଳ ଖୋଳିବା ସମୟରେ ଗୋଟିଏ ବଡ଼ ପାଇପ୍ ମଧ୍ୟରୁ ଦୁଇଟି ଅଜଗର ସାପ ବାହାରକୁ ଆସିଥିଲା। ଗୋଟିଏ ୭ ଫୁଟର ଅଜଗରକୁ ଜେସିବି ଚାଳକ କୌଶଳ କ୍ରମେ ଗାଡ଼ିର ଶୁଣ୍ଢରେ ଦାବି ରଖିଥିଲେ। ଅନ୍ୟ ଗୋଟିଏ ସାପ ଗାଡ଼ିର ଇଂଜିନ୍ ମଧ୍ୟରେ ପ୍ରବେଶ କରିଥିଲେ। ଏହାପରେ ସ୍ନେକ ହେଲପ୍ ଲାଇନ୍‌କୁ ଜଣାଇଥିଲେ। ସ୍ନେକ ହେଲପ୍ ଲାଇନ୍ ସଦସ୍ୟ ସ୍ୱାଧୀନ କୁମାର ସାହୁ ତାଙ୍କ ସହଯୋଗୀ ଶ୍ରୀକାନ୍ତ ନାହାକ ଓ ସନ୍ଦୀପ ସେଠୀଙ୍କ ସହ ପହଞ୍ଚିଥିଲେ। ପ୍ରଥମେ ସାତଫୁଟର ଅଜଗର ସାପକୁ ଉଦ୍ଧାର କରିଥିଲେ। ଏହାପରେ ଦୀର୍ଘ ତିନିଘଣ୍ଟା ପରିଶ୍ରମ ପରେ ଅନ୍ୟ ଗୋଟିଏ ଅଜଗର…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୨ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। କ୍ରାଇମବ୍ରାଞ୍ଚ ଏସଟିଏଫ ଏହି ବ୍ରାଉନ ସୁଗାର ଜବତ କରିଛି। ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ହେବ ବୋଲି ଜଣାପଡ଼ିଛି। ଏହା ସହିତ ଜଣେ ମହିଳାଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ ଅଟକ ରଖିଛି। ଭୁବନେଶ୍ବରର ୟୁନିଟ-୮ ନାରାୟଣ ବସ୍ତିରୁ ଏହି ମହିଳା ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ଏସଟିଏଫ।

Read More

ନୂଆଜିଲ୍ଲୀ, ଆଜି ହେଉଛି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳର ସ୍ଥାପନା ଦିବସ। ଆଜିକୁ ଠିକ 16 ବର୍ଷ ପୂର୍ବେ ଦେଶରେ ବିପର୍ଯ୍ୟୟକୁ ଦେଖି ଏହି ବାହିନୀ ଗଠନ କରାଯାଇଥିଲା। NDRF Foundation Day

Read More

ନୂଆଦିଲ୍ଲୀ: ମହାନ ସ୍ୱାଧୀନତା ସଂଗ୍ରାମୀ ନ‌େତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳନ କରାଯିବ। ଭାରତ ସରକାର ନ‌େତାଜୀଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପୂର୍ବରୁ ଏଭଳି ଏକ ବଡ଼ ଘୋଷଣା କରିଛନ୍ତି। ପ୍ରତିବର୍ଷ ଜାନୁଆରୀ ୨୩ ରେ ନ‌େତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। କମିଟିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ସାହା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, ଶୁଭେନ୍ଦୁ ଅଧିକାରୀ, ଜଗଦୀପ୍‌ ଧନକଡ଼, ଅଭିନେତା ମିଥୁନ ଚକ୍ରବର୍ତ୍ତୀ, ଅଭିନେତ୍ରୀ କାଜୋଲ, ସଙ୍ଗୀତକାର ଏ.ଆର୍‌.ରହେମାନଙ୍କ ସମେତ ୮୪ ଜଣ ସଦସ୍ୟଙ୍କୁ ସାମିଲ କରାଯାଇଛି। ଏ ନେଇ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୩ ଜାନୁଆରୀରେ କୋଲକାତାର…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୦ ହଜାର ୬୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୩୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୫ ଲକ୍ଷ ୮୧ ହଜାର ୮୩୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୨ ହଜାର ୫୫୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୨୮ ହଜାର ୭୫୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୫୨୮  ଆକ୍ଟିଭ୍‌ କେସ୍ ରହିଛି।

Read More