ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାର ପ୍ରାୟ ପ୍ରତ୍ୟେକ ବ୍ଲକ୍ରେ ଜାଲି ଶ୍ରମିକ କାର୍ଡ଼ ପୈଠ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଜଣାପଡ଼ିଛି। ମୁଖ୍ୟତଃ ସାମାନ୍ୟ ଶ୍ରମିକ ପରିଚୟ ପତ୍ରଟିଏ କରିବା ପାଇଁ ଶ୍ରମିକମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳୁଥିବାବେଳେ ଏହା ପରିଚୟ ପତ୍ର କରିବା ପାଇଁ ମଧ୍ୟ କିଛି ଅସାଧୁ ଅଧିକାରୀମାନେ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଅଭିଯୋଗ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଦେଖାଦେଇଛି। ସୂଚନାଥାଉକି ତଳଦିନେ ଛତ୍ରପୁର ବ୍ଳକ୍, ଶେରଗଡ଼ ବ୍ଲକ୍ ଆଦି ଅଂଚଳରେ ଲୋକେ ପାଇଥିବା ଶ୍ରମିକ ପରିଚୟ ପତ୍ରକୁ ଜାଲି କରି ଟଙ୍କା ହଡ଼ପ କରାଯାଇଥିବାକୁ ନେଇ ଅଭିଯୋଗ ହୋଇଛି। କେବଳ ଏହି ଦୁଇ ବ୍ଳକ୍ ନୁହେଁ ଗଂଜାମ ଜିଲ୍ଲାର ବ୍ରହ୍ମପୁର ସଦରମହକୁମା ଏବଂ ଅନ୍ୟ ବ୍ଲକ୍ମାନଙ୍କରେ ମଧ୍ୟ ଏହିପରି ଜାଲିଜାତିର ଶିକାର ହୋଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଏଫେକ୍ସ ଓଡ଼ିଶା ନେଟ୍କେଫ୍ ସଂସ୍ଥାର କର୍ମଚାରୀର ପରିଚୟ…
Author: Samikhsya Bureau
ମୋହନା: ଗଜପତି ଜିଲ୍ଲା ନୂଆଁଗଡ଼ ବ୍ଲକ ଖଜୁରୀପଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡି ନମିଳିବା କାରଣରୁ ବାଇକରେ ବୁହା ହେଲା ମୃତ ଦେହ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନାମାନ ପ୍ରଣୟନ କରି କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି। ହେଲେ ଆଜି ଗଜପତି ଜିଲ୍ଲା ନୂଆଁଗଡ଼ ବ୍ଲକ ଖଜୁରୀପଦାରେ ଯେପରି ଏକ ଅଭାବନୀୟ ଘଟଣା ଘଟିଛି ତାହା ସରକାରଙ୍କ ଯୋଜନ ସବୁ ଲୋକ ଦେଖାଣିଆଁ। ଗଜପତି ଜିଲ୍ଲାରେ ପହଞ୍ଚି ପାରୁନି ପ୍ରଶାସନର ଉଦାରତା। କିଛି ବର୍ଷ ପୂର୍ବରୁ କଳାହାଣ୍ଡିର ଦାନ ମାଝି ନିଜ ପତ୍ନୀଙ୍କ ମୃତ ଶରୀର ବୋହି ରାସ୍ତାରେ ଚାଲି ଚାଲି ଆସୁଥିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଥିଲା ତାହା ପୁଣି ଏବେ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ନୂଆଁଗଡ଼ ଗ୍ରାମର ବେବ୍ରତା ବୟସ (୬୫)…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟର କରୋନା ଟିକାକରଣ ଆରମ୍ଭ ହୋଇଯାଇଛି। ଦିବା ୧୦.୩୦ ମିନିଟ ସମୟରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କୋଭିଡ ଟିକାକରଣର ଶୁଭାରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ଼ା. ଧୂର୍ଜଟି ପ୍ରସାଦ ମହାପାତ୍ର ଉଦଘାଟନ କରିଛନ୍ତି। ବାଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଏହା ଅଧୀନରେ ଥିବା ହଳନ୍ଦା, ଗମ୍ଭାରୀମୁଣ୍ଡା, ସୁନାଖେଳା ଏବଂ ନୀଳାଦ୍ରିପ୍ରସାଦ ଆଦି ଚାରିଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ମଧ୍ୟ ଏକାକାଳୀନ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଉକ୍ତ ଟିକା ପ୍ରଥମେ ଡ଼ାକ୍ତର, ନର୍ସ, ସଫେଇ କର୍ମଚାରୀ ଓ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କୁ ଦିଆଯାଉଛି। ତେବେ ପ୍ରଥମ ପର୍ଯ୍ୟାୟରେ ବାଣପୁର ବ୍ଲକ ପାଇଁ ୫୫୦ ଟି କୋଭିଡ ଟୀକା ପହଞ୍ଚିଛି। ଆଜି ପ୍ରଥମ ଦିନରେ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଶହରୁ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାର ହୁମ୍ମା-ଗଂଜାମ ବ୍ଳକ୍ ଅଂଚଳର ବିସ୍ତୀର୍ଣ୍ଣ ଲୁଣ ଜମି ପଡ଼ିଆରେ ପ୍ରତ୍ୟେକ ବର୍ଷ ଏକର ଏକର ଲୁଣ ଚାଷ କରାଯାଏ। କିନ୍ତୁ ଚଳିତ ଉତ୍ପାଦନ ଋତୁରେ ଏହା ଆରମ୍ଭ ହୋଇପାରିନାହିଁ। ସ୍ଥାନୀୟ ଜନପ୍ରତିନିଧି କିମ୍ବା ଜିଲ୍ଲା ପ୍ରଶାସନର ଏ ଦିଗରେ ଦୃଷ୍ଟି ନାହିଁ। ଲୁଣ ଉତ୍ପାଦନ ଜମି ଉପରେ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ ପ୍ରାୟ ୫ହଜାର ପରିବାର ନିର୍ଭର କରୁଥିବାବେଳେ ବର୍ତ୍ତମାନ ଏମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଲବଣ ଚାଷ ବନ୍ଦ ଯୋଗୁଁ ପ୍ରତିଦିନ ଏହି ଅଂଚଳରୁ ଲୁଣଚାଷୀମାନେ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି। ଲୁଣଚାଷ ହୋଇନପାରିବାର କେତେକ ପ୍ରମୁଖ କାରଣ ମଧ୍ୟରେ କିଛି ବର୍ଷ ହେଲା ଲୁଣ ଜମି ଲିଜ୍ଧାରୀ ଓ ଶ୍ରମିକଙ୍କ ମଧ୍ୟରେ ପାରିଶ୍ରମିକକୁ ନେଇ ଚୁକ୍ତିନାମା ସ୍ୱାକ୍ଷରିତ ହୋଇପାରିନାହିଁ। ଲୁଣଜମିରେ କାମ କରୁଥିବା ଶ୍ରମିକଙ୍କୁ ଲିଜ୍ଧାରୀମାନେ ଠିକ୍ ଭାବେ ପାରିଶ୍ରମିକ ଦେଉନଥିବା…
ସୀତାରାମ ଅଗ୍ରୱାଲ ବାଣପୁର: ଚଳିତ ବର୍ଷ ସେଣ୍ଟ ଜାଭିୟର ସ୍କୁଲ ପରିସରରେ ଦୁଇ ଦିବସୀୟ “ପ୍ରଥମ ବାଣପୁର ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ୨୦୨୧” ପ୍ରତିଯୋଗିତା ଉଦଯାପିତ ହୋଇଯାଇଅଛି। ଖୋର୍ଦ୍ଧା ଜିଲ୍ଲା ବାଣପୁରର ସେଣ୍ଟ ଜାଭିୟର ସ୍କୁଲ ଓ ସହାୟତା ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗୀତା ସଫଳତାର ସହ ଉଦଯାପିତ ହୋଇଯାଇଅଛି। ବାଣପୁର, ବାଲୁଗାଁ ଓ ନାଚୁଣି ଅଞ୍ଚଳର ବରିଷ୍ଠ ବର୍ଗର ୧୬ଟି ଓ କନିଷ୍ଠ ବର୍ଗର ୮ ଟି ଏହିପରି ୨୪ଟି ଟିମ୍ କୁ ନେଇ ଅତି ଶୃଙ୍ଖଳିତ ଭାବେ ଉକ୍ତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଫାଇନାଲରେ ବିଜେତା ଟିମ୍ କୁ ୩୦୦୦ଟଙ୍କାର ଅର୍ଥରାଶି ପ୍ରଦାନ ସହ ଉପବିଜେତା ଟିମ୍ କୁ ୨୦୦୦ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ବିଜେତା ଭାବେ ସନ୍ତ ବସନ୍ତ ମହାନ୍ତି, ଶୈଳେଶ ମିଶ୍ର, ଶେକ ରିଜୱାନ ଓ ଜାହିରଖାନ ହୋଇଥିବା ବେଳେ ଉପବିଜେତା ଭାବେ ଅଭିଷେକ ହୋତା, ବିଶ୍ୱଜିତ ଶତପଥି, ସମୀର ଖାନ ଓ ସୋହେଲ…
ସଡକ ସୁରକ୍ଷା ଦିବସ ଉପଲକ୍ଷେ ଅନୁଗୁଳ ଜିଲ୍ଲା ଆରଟିଓ ତରଫରୁ ବାହାରିଲା ସଚେତନତା ରଥ
ବ୍ରିସବେନ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ନିର୍ଣ୍ଣାୟକ ଟେଷ୍ଟରେ ଅଷ୍ଟ୍ରେଲିଆ ଦ୍ଵିତୀୟ ପାଳିରେ ୨୯୪ରେ ସମସ୍ତ ୱିକେଟ ହରାଇଛି। ହେଲେ ଜିତିବାକୁ ହେଲେ ଭାରତୀୟ ଦଳକୁ ୩୨୮ ରନ ସଂଗ୍ରହ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ପକ୍ଷରୁ ମାର୍କସ ହାରିସ ୩୮ ରନ କରିଥିବା ବେଳେ ଡେଭିଡ ୱାର୍ନର ୪୮ ରନ, ମାର୍ନସ ଲାବୁସେନ ୨୫ ରନ, ଷ୍ଟିଭେନ୍ ଷ୍ମିଥ୍ ୫୫ ରନ୍, କାମ୍ରନ ଗ୍ରୀନ୍ ୩୫, ଟିମ ପେନ୍ ୨୭, ମିଚେଲ ଷ୍ଟାର୍କ ୧, ନାଥାନ ଲାୟନ ୧୩ ରନରେ ପ୍ୟାଭିଲିୟନ ଫେରିଥିବା ବେଳେ ପ୍ୟାଟ୍ କ୍ୟୁମିନ୍ସ ୨୮ ରନ୍ କରି ଅପରାଜିତ ରହିଥିଲେ। ଫଳରେ ଦଳ ୨୯୪ ରନ୍ କରିବାରେ ସକ୍ଷମ ହୋଇଥିଲା। ଏହାସହ ଭାରତଠୁ ୩୨୭ ରନରେ ଆଗୁଆ ରହିଛି। ଅର୍ଥାତ ଭାରତକୁ ଜିତିବା ପାଇଁ ହେଲେ ୩୨୮ ରନ୍ ଆବଶ୍ୟକ। ଭାରତ ପକ୍ଷରୁ ବୋଲର ମହମ୍ମଦ ସିରାଜ ୫ଟି ଓ ଶର୍ଦ୍ଦୁଳ ଠାକୁର ୪ଟି ଓ୍ୱିକେଟ୍ ନେଇଥିବା ବେଳେ…
କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ବେଶ୍ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଆଜି ନନ୍ଦିଗ୍ରାମରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବୋଧିତ କରିବେ। ହେଲେ ଏହି ରାଲିରେ ଟିଏମସି ସାଂସଦ ଶିଶିର ଅଧିକାରୀ ଏବଂ ଦେବେନ୍ଦୁ ଅଧିକାରୀଙ୍କୁ ଯୋଗଦେବା ପାଇଁ ଡକାଯାଇ ନାହିଁ। ତ୍ରୁଣମୂଳ କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟଙ୍କୁ ଜାଣିଶୁଣି ଏଥିରୁ ଦୂରେଇ ଦିଆଯାଇଛି। ପଶ୍ଚିମବଙ୍ଗର କାନ୍ଥିରୁ ସାଂସଦ ଥିବା ଶିଶିର ଅଧିକାରୀ ନିକଟରେ ଟିଏମସି ବିରୋଧରେ ଖୋଲାଖୋଲି ବିବୃତ୍ତି ଦେଇଛନ୍ତି। ଏହା ବ୍ୟତୀତ ତାମଲୁକ ଲୋକସଭାର ସାଂସଦ ଦେବେନ୍ଦୁ ଅଧିକାରୀ ମଧ୍ୟ ଦଳର କାର୍ଯ୍ୟକାରିତା ଉପରେ ପ୍ରଶ୍ନ କରିଛନ୍ତି। ଟିଏମସି ଏବଂ ମମତା ବାନାର୍ଜୀଙ୍କ ଉପରେ ରାଗିବା ପରେ ସେମାନେ ବିଜେପିରେ ଯୋଗ ଦେବେ ବୋଲି ସମ୍ଭାବନା ରହିଛି। ତେବେ ସେମାନେ ବିଜେପିକୁ ଯିବା ପୂର୍ବରୁ ମମତା ଉଭୟଙ୍କୁ ଦଳରୁ ଅଲଗା କରିଦେଇଛନ୍ତି। ପଶ୍ଚିମବଂଗ ରାଜନୀତିରେ ଅଧିକାରୀ ପରିବାରର ଦବଦବା…
ଭୁବନେଶ୍ବର: ରାଜ୍ୟରେ ଆଜି ୧୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୭୯ ଜଣ ଚିହ୍ନଟ ହୋଇଥିବାବେଳେ ୫୫ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୪୪୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୯ ହଜାର ୫୪୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୯୪୪ ଜଣ। ସେହିପରି ରାଜ୍ୟରୁ ଆଉ ଜଣେ କରୋନା ଆକ୍ରାନ୍ତ ଆଜି ମୃତ୍ୟୁବରଣ କରିଛନ୍ତି। ଏହି ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୧ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୧ ଟି ଜିଲ୍ଲାରୁ ମୋଟ୍ ୧୩୪ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ…
ରମେଶ ମହାନ୍ତି ଜଗତସିଂହପୁର: କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଡବାଲିକଣି ଗ୍ରାମରେ ଏକ ହୃଦୟବିଦାରକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭାଇର ମଙ୍ଗଳକାମନା କରିବା ସହ ନିଜର ସୁରକ୍ଷା ପାଇଁ ବହୁ ଆଶା ଭରସା କରି ଭଉଣୀଟିଏ ରାକ୍ଷୀ ବାନ୍ଧିଥାଏ ଭାଇ ହାତରେ। ହେଲେ ସେହି ଭାଇ ଯଦି ଭଉଣୀ ହାତରେ ଲୁହାର ବେଡି ପକେଇ ବନ୍ଦୀ ଜୀବନ ଅତିବାହିତ କରିବାପାଇଁ ବାଧ୍ୟ କରିବ ତେବେ କାହାକୁ ଗୁହାରି କରିବ ଭଉଣୀ। ଶିକୁଳିରେ ବନ୍ଧା ତାଙ୍କର ଲୋମଟାଙ୍କୁରା କାହାଣୀ ସମସ୍ତଙ୍କୁ ବ୍ୟଥିତ କରିଛି। ସୂଚନାନୁଯାୟୀ ବଡବାଲିକଣି ଗ୍ରାମର ଅର୍ଜୁନ ଦାସ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ପୁଅ ଅଭୟ ଓ ଝିଅ ସୀତା ସେଠାରେ ରହୁଥିଲେ। ହେଲେ ଏମିତି କ’ଣ ଘଟିଲା ଯେ ଦୀର୍ଘ ସାତବର୍ଷ ହେବ ଏକ ପରିତ୍ୟକ୍ତ ଘରେ ଭଉଣୀର ଗୋଡକୁ ଶିକୁଳିରେ ବାନ୍ଧି ରଖିଥିଲା ଭାଇ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶୋଇବାକୁ ଦୁଇଟି ସିମେଣ୍ଟ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ନୂଆବର୍ଷ ଆରମ୍ଭରୁ ରାଜ୍ୟରେ ନୂତନ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ପୋଲିସ୍ ଏବଂ ଟ୍ରାଫିକ୍ ବିଭାଗ ପକ୍ଷରୁ ଚେକିଂ ଜୋର୍ଦାର କରାଯାଇ ନିୟମ ଖିଲାପକାରୀଙ୍କଠାରୁ ଜୋରିମାନା ଆଦାୟ କରାଯାଉଛି। ବିଶେଷ କରି ଗାଡ଼ି ଚଳାଇବାବେଳେ ଡ଼ବଲ୍ ହେଲ୍ମେଟ୍ ବ୍ୟବହାର ନେଇ ପୋଲିସ୍ ପକ୍ଷରୁ ଗୁରୁତ୍ୱ ଦିଆଯିବା ସହ ନିୟମ ଉଲ୍ଲଂଘନକାରୀଙ୍କଠାରୁ ତଣ୍ଡ ଆଦାୟ କରାଯାଉଛି। ବ୍ରହ୍ମପୁର ଟ୍ରାଫିକ୍ ପୋଲିସ୍ ପକ୍ଷରୁ ଆଜି ଇଂଜିନିୟରିଂ ସ୍କୁଲ ମୁଖ୍ୟଛକଠାରେ ଗାଡ଼ି ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ନିୟମ ମାନୁନଥିବା ଅଭିଯୋଗରେ ୧୭ହଜାର ୭୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବାବେଳେ ମାସ୍କ ପରିଧାନ କରିନଥିବା ବ୍ୟକ୍ତିବିଶେଷଙ୍କଠାରୁ ୨୩୦୦ ଟଙ୍କା ଆଦାୟ ହୋଇଛି। ସେହିପରି ନିୟମ ଭଂଗ କରିଥିବା ୨୦ଟି ଲାଇସେନସ୍ ରଦ୍ଧ ପାଇଁ ସୁପାରିଶ ହୋଇଥିବା ଟ୍ରାଫିକ୍ ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ବାରମ୍ବାର ସଚେତନ କରାଗଲେ ମଧ୍ୟ ଲୋକେ ବିନା ହେଲ୍ମେଟ ଓ ବିନା ମାସ୍କରେ ସହରରେ…
ନୂଆଦିଲ୍ଲୀ, ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ୱେବ୍ ସିରିଜ୍ ‘ତାଣ୍ଡବ’ର ମୁକ୍ତିଲାଭକୁ ନେଇ ବିବାଦ ଦେଖା ଦେଇଛି। ୱେବ୍ ସିରିଜରେ ହିନ୍ଦୁ ଭାବନାକୁ ଖରାପ ଢଙ୍ଗରେ ଚିତ୍ରଣ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ପରି ସମ୍ମାନଜନକ ପଦ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ କଦର୍ଥ ଭାବେ ଚିତ୍ରଣ କରାଯାଇଛି। ରବିବାର ବିଳମ୍ବିତ ରାତିରେ ଏହି ୱେବ ସିରିଜ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇଛି। ଲକ୍ଷ୍ନୌର ହଜରତଗଞ୍ଜ ଥାନାରେ ଏହି ଏତଲା କରାଯାଇଛି। ଏଥିରେ ନିର୍ଦ୍ଦେଶକ ଅଲି ଅବ୍ବାସ ଜାଫର, ନିର୍ଦ୍ଦେଶକ ହିମାଂଶୁ କୃଷ୍ଣ ମେହେରା, ଲେଖକ ଗୈରବ ସୋଲାଙ୍କି ଏବଂ ଆମାଜନ ପ୍ରାଇମର ଭାରତର ମୁଖ୍ୟ ଅପର୍ନା ପୁରୋହିତ ନାମ ରହିଛି। ଏହି ଏତଲାରେ କୁହାଯାଇଛି ଯେ,ଏହି ୱେବ ସିରିଜର ଅନେକ ଅଂଶ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ସିରିଜ୍ ଦେଖିବା ପରେ ଜଣାପଡିଛି ଯେ ପ୍ରଥମ ଏପିସୋଡର 17 ତମ ମିନିଟରେ, ନିମ୍ନ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ତୁନଗାଁ ଠାରୁ ଅଁଳାଗୁଡା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ନିର୍ମାଣ ହେବାର ଅଳ୍ପ ଦିନ ପରେ କଦର୍ଯ୍ୟ ହେବାକୁ ବସିଥିବା ଅଭିଯୋଗ ହେଉଛି। ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧିନରେ ହୋଇଥିବା ଏହି ରାସ୍ତା ତୁନଗାଁ ଠାରୁ ୧ କି.ମି. ସିମେଂଟ କଂକ୍ରିଟ ରାସ୍ତା ସହିତ ମୋଟ ୭ କି.ମି. ୬୩୦ ମି. ରାସ୍ତା ନିର୍ମାଣ କରାଯାଇଥିବା ଜଣାପଡିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ୟାକେଜ ନଂ. ଓଆର-୧୫-୪୩୭/ବି-୧ ରେ ୨କୋଟୀ ୬୫ ଲକ୍ଷ ୩୭ ହଜାର ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ନିର୍ମାଣ କରାଯାଇଥିବା ଏହି ରାସ୍ତା ଗତ ୨୫.୦୬.୨୦୧୯ ରେ ଆରମ୍ଭ କରାଯାଇ ୨୪.୦୩.୨୦୨୦ ଦିନ ଶେଷ ହେବାକୁ ଥିଲେହେଁ ଅଳ୍ପ କିଛିଦିନ ହେବ ଏହାର ନିର୍ମାଣ ଶଷେ ହୋଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ। ରାସ୍ତା ନିର୍ମାଣ ଶେଷ ହେବାର ଅଳ୍ପ ଦିନ ପରେ ନିମ୍ନ ମାନର…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୭୮୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୪୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୫ ଲକ୍ଷ ୭୧ ହଜାର ୭୭୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୨ ହଜାର ୪୧୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୧୧ ହଜାର ୩୪୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୮ ହଜାର ୧୨ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର, ଆଜିଠାରୁ ଆରମ୍ଭ ହେଉଛି ରାଜାରାଣୀ ସଂଗୀତ ଉତ୍ସବ। ପ୍ରତିବର୍ଷ ଏହି ଉତ୍ସବ ଭୁବନେଶ୍ବରର ରାଜାରାଣୀ ମନ୍ଦିରରେ ଆୟୋଜିତ ହୋଇଥାଏ। ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ବାରା ଆୟୋଜିତ ଏହି ଉତ୍ସବ ତିନିଦିନ ଧରି ଚାଲିବ। ଚଳିତ ବର୍ଷ ଓଡିଶୀ ସଂଗୀତ ସହିତ କର୍ଣ୍ଣାଟକୀ ଏବଂ ହିନ୍ଦୁସ୍ଥାନୀ କଣ୍ଠସଂଗୀତ ପରିବେଷଣ ହେବ। ସେହିପରି ଯନ୍ତ୍ର ସଂଗୀତ ପର୍ଯ୍ୟାୟରେ ତବଲା, ସୀତାର ଏବଂ ଓଡିଶୀ ମର୍ଦ୍ଦଳ ପରିବେଷଣ ହେବ। ଜାଣନ୍ତୁ କେଉଁଧିନ କଣ ରହିଛି କାର୍ଯ୍ୟକ୍ରମ..
ନୂଆଦିଲ୍ଲୀ, ଘିଅ ପ୍ରତ୍ୟେକ ଘରେ ବ୍ୟବହୃତ ହୁଏ । ତା’ପରେ ଏହା ରୁଟି ହେଉ କିମ୍ବା ପନିପରିବା ହେଉ, ଏହାର ସ୍ୱାଦ ଘିଅ ବିନା ଅସମ୍ପୂର୍ଣ୍ଣ ରହିଥାଏ । ଯଦି ଆପଣ ମଧ୍ୟ ଘିଅ ବିନା ଖାଦ୍ୟ ଖାଆନ୍ତି ନାହିଁ, ତେବେ ପ୍ରଥମେ ଆପଣ ଏହାର କିଛି ଅସୁବିଧା ବିଷୟରେ ଜାଣିଥିବେ । ତେବେ ଆସନ୍ତୁ ଜାଣିବା ଘିଅରୁ ହୋଇଥିବା କ୍ଷତି ବିଷୟରେ – ଘିଅ ଗର୍ଭବତୀ ମହିଳାମାନଙ୍କ ପାଇଁ ଉପକାରୀ ବୋଲି ବିବେଚନା କରାଯାଏ କିନ୍ତୁ ଗର୍ଭାବସ୍ଥାର ପ୍ରାରମ୍ଭିକ ମାସରେ ଘିଅକୁ ଖାଇବା ଉଚିତ୍ ନୁହେଁ । ଏହା ଆପଣଙ୍କ ପାଇଁ ସାଂଘାତିକ ହୋଇପାରେ । ଅନ୍ୟ ପଟେ, ଯଦି ଘିଅକୁ ବହୁ ପରିମାଣରେ ଖିଆଯାଏ, ତେବେ ଏହା ଅଦୃଶ୍ୟତା ଏବଂ ଖରାପ ଗତିର କାରଣ ହୋଇପାରେ । ଥଣ୍ଡା ଏବଂ କଫ ଥିଲେ ଘିଅ ଖାଇବା ଆପଣଙ୍କ ପାଇଁ କ୍ଷତିକାରକ । ଘିଅ ଖାଇବା ଦ୍ବାରା କଫ ସୃଷ୍ଟି…
ନୂଆଦିଲ୍ଲୀ, ଆଜିକାଲି ପ୍ରତ୍ୟେକ ଘରେ ତୁଳସୀ ଗଛ ଦେଖିବାକୁ ମିଳେ। ପରିବାରରେ ସୁଖ ଏବଂ ସମୃଦ୍ଧତା ଆଣିବା ପାଇଁ ତୁଲସୀଙ୍କୁ ପୂଜା କରାଯାଏ। ସେହିପରି ତୁଲସୀ ମାଳା ପିନ୍ଧିବା ଭଲ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଯଦି ଭଗବାନ ବିଷ୍ଣୁ ଏବଂ କୃଷ୍ଣଙ୍କ ଭକ୍ତମାନେ ତୁଳସୀ ମାଳ ପିନ୍ଧନ୍ତି, ତେବେ ସେମାନେ ବହୁତ ଲାଭ ପାଆନ୍ତି। ତୁଳସୀ ମାଳ ପିନ୍ଧିବାର ଲାଭ: ବେକରେ ତୁଳସୀ ମାଳ ପିନ୍ଧିବା ଦ୍ୱାରା ଜୀବଶକ୍ତି ବୃଦ୍ଧି ପାଇଥାଏ, ଅନେକ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ। ଏହାକୁ ବେକରେ ପିନ୍ଧିବା ଦ୍ୱାରା ଶରୀରକୁ ସଫା, ରୋଗମୁକ୍ତ ଏବଂ ସ୍ବାତିକ ହୋଇଥାଏ। ତୁଳସୀ ମାଳ ସହିତ ଭଗବାନଙ୍କ ନାମ ଜପ କରିବା ଏବଂ ଏହାକୁ ବେକରେ ପିନ୍ଧିବା ଆବଶ୍ୟକୀୟ ଆକ୍ୟୁପ୍ରେସର ପଏଣ୍ଟ ଉପରେ ଚାପ ପକାଇଥାଏ, ଯାହା ମାନସିକ ଉତ୍ତେଜନାକୁ ଉପକାର କରିଥାଏ, ସଂକ୍ରାମକ ରୋଗରୁ ରକ୍ଷା କରିଥାଏ। ଶରୀର-ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ଏବଂ ଦୀର୍ଘାୟୁ କରିବାରେ…
ମେଷ- ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ । ଆପଣ କଳାକ୍ଷେତ୍ର ପ୍ରଦର୍ଶନରୁ ଖ୍ୟାତି ଏବଂ ସମ୍ମାନ ପାଇବେ। ସାମାଜିକ ଦୃଷ୍ଟିରୁ, ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଆପଣଙ୍କ ଅଂଶୀଦାରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ । ଆପଣ ମନୋରଞ୍ଜନ କ୍ଷେତ୍ରରେ ଆଗ୍ରାହୀ ରହିବେ ସହିତ ମନୋରଞ୍ଜନକୁ ଉପଭୋଗ କରିବେ । ବ୍ୟବସାୟୀମାନେ ସଂଗ୍ରହ ଟଙ୍କା ଫେରି ପାଇବାର ସମ୍ଭାବନା ଅଛି । ବୃଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ। ସଫଳତା ପାଇବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ନୂତନ କାର୍ଯ୍ୟ ପାଇଁ ଖୁସି ହେବେ। ମଧ୍ୟଭାଗ ପରେ କ୍ରୋଧ ଆପଣଙ୍କ ପ୍ରକୃତିରେ ଅଧିକ ରହିବ । ତେଣୁ ଆପଣ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ । ମିଥୁନ- ମଧ୍ୟାହ୍ନ ସମୟ ଆପଣଙ୍କ ପାଇଁ ଫଳପ୍ରଦ ହେବ। ନୈତିକତା ଉପରେ ସଂଯମତା ଏବଂ ଅନୈତିକ କାର୍ଯ୍ୟରୁ…
ଭୁବନେଶ୍ବର: ବଗିଚା କାହାକୁ ବା ଭଲ ନ ଲାଗେ। ଯଦିଓ ଆମ ସହରୀ ଜୀବନରେ ଜାଗାର ଅଭାବ ହେତୁ ଆମେ ବଗିଚା କରିପାରୁନାହିଁ, କିନ୍ତୁ କିଚେନ୍ ଗାର୍ଡେନ୍ କରୁଛୁ। ବାଲ୍କୋନୀ ହେଉ ଅଥବା ଟେରେସ୍ ସବୁଠି କୁଣ୍ଡ କିମ୍ବା ଅନ୍ୟ ଉପାୟରେ ଗଛ ଲଗାଉଛୁ। ଆଜିକାଲି ଘର ଭିତରେ ଗଛ ଲଗାଇ ତାକୁ ଏକ ସୁନ୍ଦର ସାଜସଜ୍ଜା ଦିଆଯାଇପାରୁଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଗଛ ଲଗାଇବା ଦ୍ବାରା ଘରେ ସୁଖ ସମୃଦ୍ଧି ରହିଥାଏ। ମାତାଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ। ଯଦି ଆପଣ ଘରେ ବଗିଚା ପାଇଁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣ ପ୍ରଥମେ କଦଳୀଗଛ ହିଁ ଲଗାନ୍ତୁ। କଦଳୀ ଗଛ ବହୁତ ଉପକାରୀ। ଏହାର ଯେତିକି ଉପକାରୀ ଏହି ଗଛ ଲଗାଇବା ଦ୍ବାରା ଘରେ ସୁଖ ଶାନ୍ତି ରହିଥାଏ। ତୁଳସୀ ଗଛ ପବିତ୍ର ଓ ପୂଜନୀୟ। ସମସ୍ତେ ଘରେ ଘରେ ତୁଳସୀ ଗଛ ଲଗାଇଥାନ୍ତି। ତୁଳସୀ ପୂଜନ ତ ସମେସ୍ତ…
ଭୁବନେଶ୍ବର, କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଆଜି କେତେକ ଦୁର୍ବତ ଆକ୍ରମଣ କରିଛନ୍ତି। ନିରଂଜନ ନିଜ ଗାଡିରେ ବ୍ୟକ୍ତିଗତ ସୁରକ୍ଷା କର୍ମିଙ୍କ ସହ ନେଇ କେନ୍ଦୁଝର ଯାଉଥିଲେ। ହାଠାତ ତାଙ୍କୁ ଟାଉନ ଥାନା ଅଧିନସ୍ଥ କାଶୀପୁରରେ ଚାରିରୁ ପାଞ୍ଚ ଜଣ ଅଟକାଇ ଗାଳିଗୁଲଜ ସହ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏପରି ପରିସ୍ଥିତି ଦେଖି ତାଙ୍କର ବ୍ୟକ୍ତିଗତ ସୁରକ୍ଷା କର୍ମା ଏହା ଅଟକାଇବାରୁ ତାଙ୍କୁ ମଧ୍ୟ ମାଡ ମାରିଥିଲେ। ସେଠାରୁ ଖସି ନିକଟସ୍ଥ ଟାଉନ ଥାନାରେ ତାଙ୍କର ସୁରକ୍ଷା କର୍ମି ଏତଲା ଦେଇଛନ୍ତି। ଏହାକୁ ନେଇ ସେଠାରେ ଉତ୍ତେଜନ ସୃଷ୍ଟି ହୋଇଛି।
ନୂଆଦିଲ୍ଲୀ, ଆଜି ଆପଣ ସହଜରେ ଟଙ୍କା ସଂଗ୍ରହ କରିପାରିବେ, ଏହି ରାଶିର ଲୋକମାନେ ପୁରୁଣା ଋଣ ସୁଝି ପାରିବେ। ଆପଣ ଏକ ନୂତନ ପ୍ରୋଜେକ୍ଟରେ ଆବେଦନ କରିବାକୁ ଟଙ୍କା ରୋଜଗାର କରିପାରିବେ। ପିତାମାତାଙ୍କ ସମର୍ଥନ ଆପଣଙ୍କ ନିଷ୍ପତ୍ତିରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ। ପ୍ରେମ ଦୃଷ୍ଟିକୋଣରୁ ଏହି ଦିନଟି ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହେବ। କାର୍ଯ୍ୟଗୁଡ଼ିକ ସୁଖଦ ଫଳାଫଳ ଦେବ। ଉଚ୍ଚଶିକ୍ଷା ପାଇଁ କିଛି ଦୂର ସ୍ଥାନକୁ ଯିବାକୁ ପଡିପାରେ। ଆପଣଙ୍କର ରାଶିଫଳ ଅନୁଯାୟୀ ସମସ୍ତ କାର୍ଯ୍ୟ ସମାପ୍ତ ହେବ। ଯଦି ଆପଣ କୈଣସି କାର୍ଯ୍ୟ ଆଜି ଆରମ୍ଭ କରନ୍ତି, ତେବେ ନିଶ୍ଚିତ ଭାବରେ ସଫଳତା ପାଇବେ। ସୂର୍ଯ୍ୟ ଭଗବାନ ଶୀଘ୍ର ଜୀବନର ସମସ୍ତ ଅସୁବିଧା ଦୂର କରିବେ। ଯେଉଁ ରାଶିର ଲୋକମାନେ ଉଜ୍ଜ୍ୱଳ ହେବାକୁ ଯାଉଛନ୍ତି, ସେହି ରାଶି ହେଲା ମେଷ, ବୃଷ, କର୍କଟ, ବିଛା ଏବଂ କୁମ୍ଭ।

