ଦେଶରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ହୋଇଥିବାରୁ ବିଜୁ ମହିଳା ଜନତା ଦଳ ତରଫରୁ ଦିଆଯାଉଛି ସମ୍ବର୍ଦ୍ଧନା
Author: Samikhsya Bureau
ଭୁବନେଶ୍ବର, ବର୍ତ୍ତମାନ ସାରା ଦେଶରେ ସ୍ବାସ୍ଥ୍ୟକର୍ମମାନଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଉଛି। ସେହିପରି ଓଡିଶାରେ ମଧ୍ୟ ଏହି ଟୀକାକରଣ ଚାଲିଛି। ହେଲେ କେତେକ ସ୍ବାସ୍ଥ୍ୟ କର୍ମି ଭୟରେ ଏହି ଟୀକା ନେଉ ନ ଥିବାର ଜଣାପଡିଛି। ଫଳରେ ସ୍ବାସ୍ଥ୍ୟ ବିଭାଗ ଏକ ନୂଆ ନିଷ୍ପତି କରିଛି। ସେହିଅନୁସାରେ ବର୍ତ୍ତମାନ ଯେଉଁମାନେ ଟୀକା ନ ନେବେ ପରବର୍ତ୍ତି ସମୟରେ ସେମାନଙ୍କୁ ଆଉ ମାଗଣା ଟୀକା ଦିଆଯିବ ନାହିଁ। ଘଟଣାରୁ ଜଣାପଡିଛି ଯେ, ଅନେକ ସ୍ବାସ୍ଥ୍ୟ କର୍ମି ଭୟରେ ଟୀକା ଗ୍ରହଣ କରୁ ନ ଥିବାର ଜଣାପଡିଛି। କାଳେ ପାର୍ଶ ପ୍ରତିକ୍ରିୟା ହେବ ସେହି ଭୟରେ ସେମାନେ ଏହି ଟୀକା ନେଉ ନାହାଁନ୍ତି। ସ୍ବାସ୍ଥ୍ୟ ବିଭାଗରୁ ସେମାନଙ୍କ ପାଖକୁ ମେସେଜ ପଠାଯାଉଥିଲେ ମଧ୍ୟ ସେମାନେ ଆସୁ ନାହାଁନ୍ତି। ତେବେ ସେମାନଙ୍କୁ ସଚେତନତା କରାଯାଇ ଏହି ଟୀକାକରଣ ଶେଷ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଏହାକୁ ନେଇ ବିଭାଗ ବର୍ତ୍ତମାନ ଚିନ୍ତାରେ ପଡିଯାଇଛି।
ସୁରଟ, ଗୁଜୁରାଟର ବ୍ୟବସାୟିକ ସହର ସୁରଟରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ସୁରଟ ସହରର କିମଚାର ରାସ୍ତାର ଫୁଟଫାଥରେ ଶୋଇଥିବା ଶ୍ରମିକଙ୍କ ଉପରକୁ ଏକ ଟ୍ରକ ମାଡିଯାଇଥିଲା। ଫଳରେ ଘଟଣା ସ୍ଥଳରେ 13 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5 ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କର ଘର ରାଜସ୍ଥାନର ବୋଲି ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଗତାକାଲି ରାତିରେ ଫୁଟଫାଥରେ ପ୍ରାୟ 18 ଜଣ ଶ୍ରମିକ ଶୋଇଥିଲେ। ସେହି ରାସ୍ତାରେ ଏକ ଟ୍ରକ ସହିତ ଟ୍ରାକ୍ଟରର ଧକ୍କା ହୋଇଥିଲା। ଫଳରେ ଟ୍ରକ ଡ୍ରାଇଭର ନିୟନ୍ତ୍ରଣ ହରାଇ ରାସ୍ତାରେ ଶୋଇଥିବା ଶ୍ରମିକଙ୍କ ଉପରକୁ ମାଡିଯାଇଥିଲା। ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।
ଭୁବନେଶ୍ୱର, ରବିବାର ଦିନର ବିରତି ପରେ ସୋମବାର ଦ୍ୱିତୀୟ ଦିନରେ କୋଭିଡ୍ ଟୀକାକରଣ ଆରମ୍ଭ ହୋଇଥିଲା । ଏହି ଟୀକାକରଣ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ସମସ୍ତ ଜିଲ୍ଲାକୁ ସେମାନଙ୍କର ମାଇକ୍ରୋ- ପ୍ଲାନ୍ ପ୍ରସ୍ତୁତ କରିବାକୁ କୁହାଯାଇଥିଲା, ଯାହାଫଳରେ ପୂର୍ବରୁ ତାଲିକାଭୁକ୍ତ ସ୍ୱାସ୍ଥ୍ୟସେବା ହିତାଧିକାରୀଙ୍କ ଟୀକାକରଣକୁ ଅନ୍ତର୍ଭୁକ୍ତ କରାଯିବ । ସେହି ଅନୁଯାୟୀ ସେମାନେ ସେମାନଙ୍କର ମାଇକ୍ରୋ ପ୍ଲାନ୍ ଦାଖଲ କରିଛନ୍ତି । ଟୀକାକରଣ ପାଇଁ ମେଡିକାଲ୍ କଲେଜ ଏବଂ ବଡ଼ ବେସରକାରୀ ଡାକ୍ତରଖାନାରେ ୫ଟି କେନ୍ଦ୍ର , ଜିଲ୍ଲା ସଦର ମହକୁମା ହସ୍ପିଟାଲ୍ରେ ଗୋଟିଏରୁ ଦୁଇଟି କେନ୍ଦ୍ର, ଉପଖଣ୍ଡ ହସ୍ପିଟାଲ୍ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ଓ୍ୱାର୍ଡରେ ଆଜିଠାରୁ ଜାନୁଆରୀ ସୁଦ୍ଧା ଶେଷ କରିବାକୁ ଯୋଜନା କରାଯାଇଛି । ସମସ୍ତ ବର୍ଗର କର୍ମଚାରୀ ଏହି ସବୁ କେନ୍ଦ୍ରରେ ଅନ୍ତର୍ଭୁକ୍ତ ହେବାକୁ ଯୋଜନା କରାଯାଇଛି । ପ୍ରଥମ ଦିବସରେ ୧୬୧ଟି କେନ୍ଦ୍ର କରାଯାଇଥିଲା, ଯେଉଁଥିରେ ୧୩,୯୮୦ ଜଣ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଟୀକା…
ନୂଆଦିଲ୍ଲୀ, ସବୁଜତାକୁ କିଏ ପସନ୍ଦ କରେ ନାହିଁ? ଯଦି ଆପଣଙ୍କ କୋଠରୀରେ ସବୁଜ ରଙ୍ଗର ଚିତ୍ର ଅଛି, ତେବେ ଫେଙ୍ଗ୍ ଶୁଇଙ୍କ ଦୃଷ୍ଟିକୋଣରୁ ଏହା ଏକ ଶୁଭ କାର୍ଯ୍ୟ ଭାବରେ ବିବେଚନା କରାଯାଏ। ଆପଣଙ୍କ ଘରର ଦକ୍ଷିଣ-ପୂର୍ବ ଦିଗକୁ ସମ୍ପତ୍ତିର କ୍ଷେତ୍ର ବୋଲି କୁହାଯାଏ । ସବୁଜ ରଙ୍ଗରେ ପରିପୂର୍ଣ୍ଣ ଏକ ଜଙ୍ଗଲ କ୍ଷେତ୍ରର ଚିତ୍ର ଏହି କୋଣରେ ଲଗାଯିବା ଉଚିତ । ସଂପତ୍ତି ବୃଦ୍ଧି ପାଇଁ ଏହା ଆପଣଙ୍କ ପଥକୁ ସହଜ କରିଥାଏ । ଏହା ମନେ ରଖିବା ଉଚିତ୍ ଯେ ଚିତ୍ରରେ ପର୍ବତ ଇତ୍ୟାଦିର କୈଣସି ଦୃଶ୍ୟ ରହିବା ଉଚିତ୍ ନୁହେଁ ।
ମେଷ: – ଆଜି ମିଶ୍ରିତ ଦିନ ହେବ। ବ୍ୟବସାୟିକ କାର୍ଯ୍ୟକଳାପରେ ସାମାନ୍ୟ ସମସ୍ୟା ହୋଇପାରେ। ତଥାପି, କିଛି କାର୍ଯ୍ୟ ସଫଳ ହେବ, କିନ୍ତୁ ସେଗୁଡିକ ଯତ୍ନର ସହିତ କରିବା ଆବଶ୍ୟକ । ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିବ ଏବଂ ମାନସିକ ରୋଗ ମଧ୍ୟ ଅନୁଭବ କରିବେ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆପଣ ଏକ ବିବାଦରେ ପଡ଼ିପାରନ୍ତି । ପାରିବାରିକ ପରିବେଶ ଭଲ ରହିବ ଏବଂ ପରିବାର ସଦସ୍ୟମାନଙ୍କର ସହାୟତା ପାଇବେ। ଅନାବଶ୍ୟକ ଖର୍ଚ୍ଚକୁ ଏଡାଇ ଦିଅନ୍ତୁ । ବୃଷ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ କୁହାଯାଇପାରେ। ଏକ ନୂତନ ସମ୍ପର୍କକୁ ଆସିବା ପାଇଁ ଏହା ଏକ ଭଲ ସମୟ। ଆଜି ଏକ ଭଲ ଦିନ ହେବ। ବ୍ୟବସାୟ ଭଲ କରିବ ଏବଂ ଲାଭଜନକ ପରିସ୍ଥିତି ସୃଷ୍ଟି ହେବ, କିନ୍ତୁ ସେଠାରେ ଅଧିକ କାର୍ଯ୍ୟ ଭାର ରହିବ ଏବଂ…
ନୂଆଦିଲ୍ଲୀ, ଆମେ ଆଜି ତିନୋଟି ରାଶି ସଂପର୍କରେ କହିବୁ ଯେଉଁମାନେ ଜାନୁୟାରୀ ମାସ ଶେଷ ହେବା ପୂର୍ବରୁ ବେଶ୍ ଖୁସି ଖବର ପାଇବେ। ଚିତ୍ତାକର୍ଷକ କାର୍ଯ୍ୟରେ ସାଙ୍ଗମାନଙ୍କ ସହିତ ସମୟ ବିତାଇବେ। ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ, ଆପଣ ଭାବି ପାରିବେ ନାହିଁ ଯେ ଆପଣ ଏତେ ଲାଭ ପାଇବେ । ଆପଣ ମଧ୍ୟ ଅନେକ ଦାୟିତ୍ବର ସମ୍ମୁଖୀନ ହୋଇପାରନ୍ତି । ଯେଉଁଥିପାଇଁ ଏହି ଲୋକମାନେ ସେମାନଙ୍କର ପ୍ରେମ ଏବଂ ଅର୍ଥ ପାଇବାର ସମ୍ଭାବନା ଅଛି। ଏହି ରାଶିର ଲୋକମାନଙ୍କ ପାଇଁ ଚଳିତ ମାସରେ ବ୍ୟବସାୟ କିମ୍ବା ବ୍ୟବସାୟ ସମ୍ବନ୍ଧୀୟ କିଛି ବଡ଼ ଖବର ପାଇପାରିବେ। ଯଦି ଆପଣ ଚାକିରୀ କରୁଛନ୍ତି ତେବେ ଏହି ମାସ ଆପଣଙ୍କ ପାଇଁ ବହୁତ ଭଲ । ସରକାରୀ ସୁବିଧା ଆଶା କରିପାରନ୍ତି । ପାରିବାରିକ ଜୀବନରେ ଶାନ୍ତି ଏବଂ ସୁଖ ରହିବ । ଉଚ୍ଚ ପଦାଧିକାରୀଙ୍କ ଉତ୍ସାହ ଆପଣଙ୍କ ଉତ୍ସାହକୁ ବଢାଇବ । ଅସମାପ୍ତ…
ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ୫୦ ଦିନରୁ ଉର୍ଦ୍ଧ୍ଵ ଦିନ ଧରି କୃଷି ଆନ୍ଦୋଳନ ଜାରି ରହିଛି। ୪୦ ରୁ ଉର୍ଦ୍ଧ୍ଵ କୃଷକ ସଂଗଠନ ଏହି ଆନ୍ଦୋଳନରେ ସାମିଲ ଅଛନ୍ତି। ହେଲେ ଆନ୍ଦୋଳନରତ କୃଷି ସଂଗଠନ ମଧ୍ୟରେ ଠିକ ଚାଲିନଥିବା ନେଇ ପ୍ରଶ୍ନ ଉଠିଛି। ପ୍ରକାଶ ଥାଉ କି, ଏଭଳି ପ୍ରଶ୍ନ ସେତେବେଳେ ଉଠିଲା ଯେତେବେଳେ ଭାରତୀୟ କିଷାନ ୟୁନିୟନ ନେତା ଗୁରନାମ ସିଂହ ଚଢୁନୀଙ୍କୁ କୃଷି ସଙ୍ଗଠନରୁ ବାହାର କରି ଦିଆଗଲା। ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଏକ କମିଟି ତିଆରି କରାଗଲା। କୃଷକ ନେତା ଶିବ କୁମାର କକ୍କାଙ୍କ କହିବା ଅନୁଯାୟୀ, ଗୁରନାମ ସିଂହ ବିରୋଧୀ ରାଜନୈତିକ ଦଳ ସାଥିରେ ମିଶୁଥିଲେ ଏବଂ ସେମାନକ ବୈଠକରେ ମଧ୍ୟ ସାମିଲ ହେଉଥିଲେ। ସେପଟେ ଗୁରନାମ ସିଂହ ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଶିବ କୁମାର ଜଣେ ଆରଏସଏସର ଏଜେଣ୍ଟ ଏବଂ ସେ ସେହି ସଂଗଠନ ପାଇଁ…
ଭୁବନେଶ୍ଵର: ଆଜି ରାଜ୍ୟରୁ ୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଗଜପତି ଏବଂ ଖୋର୍ଦ୍ଧାରୁ ୨୩ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗୀରିରୁ ୧୯, ଅନୁଗୁଳରୁ ୧୬, ଝାରସୁଗୁଡାରୁ ୧୬, ସମ୍ବଲପୁରରୁ ୧୬, ବରଗଡରୁ ୧୫, କେନ୍ଦୁଝରରୁ ୧୩, ମୟୂରଭଞ୍ଜରୁ ୧୨, ଯାଜପୁରରୁ ୧୦, କଟକରୁ ୯, ପୁରୀରୁ ୯, କଳାହାଣ୍ଡିରୁ ୮, ମାଲକାନାଗିରିରୁ ୮, ସୁନ୍ଦରଗଡରୁ ୮, କୋରାପୁଟରୁ ୬, ରାୟଗଡ଼ାରୁ ୬, ଦେବଗଡ଼ରୁ ୫, କେନ୍ଦ୍ରାପଡ଼ାରୁ ୫, ନୂଆପଡ଼ାରୁ ୪, ବୌଦ୍ଧରୁ ୩, ଢେଙ୍କାନାଳରୁ ୩, ସୋନପୁରରୁ ୩, ବାଲେଶ୍ବରରୁ ୨, ଭଦ୍ରକରୁ ୨, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨, ନବରଙ୍ଗପୁରରୁ ୨, ନୟାଗଡରୁ ୧ ଏବଂ ଷ୍ଟେଟପୁଲରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩…
ମୋହନା: ରାୟଗଡା ସୀମାନ୍ତରେ ଏକ ଟୁରିଷ୍ଟ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଭୁବନେଶ୍ୱରର ସୁନୀଲ ସାହୁ(୨୮)। ଏକ ଟୁରିଷ୍ଟ ଗାଡ଼ି ନଂ-(ଓଡ଼ି ୧୩ ଏମ ୦୦୨୫)ରେ ପ୍ରାୟ ୨୦ ଜଣ ଭୁବନେଶ୍ୱର ଓ ଖୋର୍ଦ୍ଧା ଅଞ୍ଚଳରୁ କୋରାପୁଟ ବୁଲିବାକୁ ଯାଇଥିଲେ। ସୋମବାର ଭୋର ୬ଟା ସମୟରେ ଫେରିବା ବେଳେ କେନ୍ଦୁଗୁଡା ଘାଟି ଡୁମୂଳାପଦର ଛକ ବୁଲାଣି ନିକଟରେ ଘନ କୁହୁଡ଼ି ଯୋଗୁଁ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକଲ ପଠାଯାଇଥିବା ଜଣାପଡିଛି। ଗୁରୁତର ମାନଙ୍କ ମୁଣ୍ଡ, ମୁହଁ, ଛାତିରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ଅନ୍ୟ ୧୦ ଜଣ ଆହତଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା…
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରୁ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ରକ୍ତଚନ୍ଦନ ଚୋରାଚାଲାଣ ବେଳେ ବନ ବିଭାଗ ଦ୍ୱାରା ଜବତ ହୋଇଛି। ଏହି ଚୋରାଚାଲାଣରେ ବ୍ୟବହୃତ ଏକ ଅଟୋକୁ ଜବତ କରାଯାଇ ଏଥିରୁ ଦେଢ କୁଇଣ୍ଟାଲ୍ ଓଜନର ୩ଗୋଟି ରକ୍ତଚନ୍ଦନ ଗଣ୍ଡିକୁ ଜବତ କରାଯାଇଛି। ରକ୍ତଚନ୍ଦନ ଚୋରାଚାଲାଣକାରୀ ୨ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ, ଗଜପତି ଜିଲ୍ଲାରୁ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ରକ୍ତଚନ୍ଦନ ଚୋରାଚାଲାଣ ପାଇଁ ଉଦ୍ୟମ ଚାଲିଛି ବୋଲି ଏକ ତଥ୍ୟ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଠାରେ ପହଞ୍ଚିଥିଲା। ଏଥି ଅନୁଯାୟୀ ଡିଏଫଓ ପାରଳା ବନ ଉପଖଣ୍ଡର ମହେନ୍ଦ୍ର ରେଞ୍ଜ ଅଧିକାରୀ କୋବୀନ ପରିଚ୍ଛା ଏବଂ ଦେବଗିରି ରେଞ୍ଜ ଅଧିକାରୀ ଅରୁଣ କୁମାର ବେହେରା ବନ କର୍ମଚାରୀଙ୍କ ସହ ସଜାଗ ରହି ପେଟ୍ରୋଲିଂ ଜାରି ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ପେଟ୍ରୋଲିଂ ଚାଲିଥିବା ବେଳେ ରାତ୍ର ୭ ଘଣ୍ଟା…
ଭୁବନେଶ୍ୱର: ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ ଆଜି ଯୁବମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି। ଯୁବ ମୋର୍ଚ୍ଚା ରାଜ୍ୟ ଉପସଭାପତି: ବିଶ୍ୱଜିତ ଷଡଙ୍ଗୀ, ମାନସ କୁମାର ଦତ, ନିଳାଦ୍ରି ପାତ୍ର, କମଳେଶ ସାହା, ପ୍ରଫୁଲ ସ୍ୱାଇଁ ଯୁବ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ: ଦୀପକ କୁମାର ଗୋଚ୍ଛାୟତ ଓ ଓମ୍ ପ୍ରକାଶ ମିଶ୍ର ରାଜ୍ୟ ସଂପାଦକ: ଶିବାନୀ ମାଝୀ, ସିଦ୍ଧାନ୍ତ ଗଙ୍ଗଦେବ, ପ୍ରିତେଶ ବହିଦାର, ରାଜଶ୍ରୀ ମହାନ୍ତି, ପ୍ରକାଶ ଦଳେଇ, ଅମୃତ ରଂଜନ ସ୍ୱାଇଁ, ଦିପଜ୍ୟୋତି ମୁଣ୍ଡ, ବିକ୍ରମ ବିଶ୍ୱାଳ ଯୁବମୋର୍ଚ୍ଚା ରାଜ୍ୟ କୋଷାଧ୍ୟକ୍ଷ: ସନ୍ତୋଷ ମହାପାତ୍ର ରାଜ୍ୟ ସଂପାଦକ (କାର୍ଯ୍ୟାଳୟ): ମନୋଜ ପଶ୍ଚିମକବାଟ ବିଭିନ୍ନ ବିଭାଗର ରାଜ୍ୟ ସଂଯୋଜକ: ଭକ୍ତବତ୍ସଳ ବସ୍ତିଆ, ସୂର୍ଯ୍ୟବଂଶୀ ସୂର୍ଯ୍ୟ ସ୍ଥିତପ୍ରଜ୍ଞ, ସୁଜିତ ସାହୁ, ସ୍ମୃତି ରଂଜନ ମିଶ୍ର, ସ୍ୱଦେଶ ସ୍ୱାଇଁ, ପ୍ରତୀକ୍ଷା ଆଚାର୍ଯ୍ୟ,…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଉପଖଣ୍ଡର କିସିଣ୍ଡା ଲଣ୍ଡାକୋଟ ଜଙ୍ଗଲରେ ଆଦିବାସୀ ମାନଙ୍କ ଅନୁପ୍ରବେଶ ଓ ଶହ ଶହ ଜଙ୍ଗଲ କାଟିବା ପ୍ରତିବାଦରେ ଆଜି କିସିଣ୍ଡାର ଆଂଚଳିକ ବନ ସୁରକ୍ଷା ସମିତି ତରଫରୁ ରେଢାଖୋଲ ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ। ବନସୁରକ୍ଷା ସମିତିର ଶହ ଶହ ସଦସ୍ୟ ଏକ ରାଲିରେ ଯାଇ ପ୍ରଥମେ ବନଖଣ୍ଡଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସରକାର ଅନୁପ୍ରବେଶ ରୋକିବା ପାଇଁ ବିଭିନ୍ନପ୍ରକାର ସ୍ଲୋଗାନ୍ ଦେଇଥିଲେ। ସେମାନଙ୍କର ଦାବୀକୁ ପାଳନ କରିବା ପାଇଁ ରେଢାଖୋଲ ବନଖଣ୍ଡ ଅଧିକାରୀ ଲିଖତାକାରରେ ଜଣାଇ କମ୍ ଦିନ ମଧ୍ୟରେ ତାର ପ୍ରତିକାର ନେବା ପାଇଁ ପ୍ରତିଶୃତି ଦେଇଥିଲେ। ସଂରକ୍ଷଣ ଜଙ୍ଗଲରୁ ୨୧/୧/୨୦୨୧ ରୁ ବେଆଇନ୍ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ, ବନୀକରଣ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟରେ କରାଯିବ, ବନ୍ୟ ଜନ୍ତୁଙ୍କ ପାଇଁ ପାଣିର ବ୍ୟବସ୍ଥା ୨ ମାସ ମଧ୍ୟରେ କରାଯିବ, ସଂରକ୍ଷଣ ଜଙ୍ଗଲରୁ ଅନୁପ୍ରବେଶ ରୋକିବା ପାଇଁ ଖଣା ୨ ମାସ…
ପିଣ୍ଟୁ ବିଷୋୟୀ ବେଗୁନିଆପଡ଼ା: ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର କୁମ୍ଭାରଗାଁ ପଞ୍ଚାୟତର ଉପନିର୍ବାଚନ ଲାଗି ବିଗୁଲ ବାଜିଛି। ସୋମବାର ଦିନ ନାମାଙ୍କନର ଶେଷ ଦିନ ଥିବା ବେଳେ ନାମାଙ୍କନ ଭରିଲେ ୩ ପ୍ରାର୍ଥୀ। ଆସନ୍ତା ଫେବୃୟାରୀ ୧୧ ରେ ଉକ୍ତ ପଞ୍ଚାୟତ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେଵ। ଏହି ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ତାରିଣୀଙ୍କ ଗତ ୧୧ ସେପ୍ଟେମ୍ବର ୨୦୨୦ ରେ ଦେହାନ୍ତ ପରେ ସରପଞ୍ଚ ପଦବୀ ଖାଲି ପଡ଼ିଥିଲା। ଓଡିଶା ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ୧୩, ୧୫ ଓ ୧୮ ତାରିଖ ଦିନ ନାମାଙ୍କନ ପାଇଁ ଧାର୍ଯ୍ୟ କରାଯାଇଥିଲା। ସୋମବାର ନାମାଙ୍କନ ପତ୍ର ଦାଖଲ ପାଇଁ ଶେଷ ଦିନ ହୋଇଥିବା ବେଳେ ଶେଷ ଦିନରେ ୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ବିଡ଼ିଓ ବେଦବର ପ୍ରଧାନ ସୂଚନା ଦେଇଛନ୍ତି। ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀ ମାନେ ହେଲେ ସତୀଶ ରଂଜନ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତି ତରଫରୁ ସରକାର ପଞ୍ଜିକୃତ ଚାଷୀମାନଙ୍କ ଠାରୁ ଧାନ କିଣିଛନ୍ତି। କିନ୍ତୁ ସରକାରି ଘୋଷଣା ମୁତାବକ ଧାନ କିଣା ପରେ ସମ୍ପୃକ୍ତ ଚାଷୀଙ୍କର ଆଖି ଦ୍ୱାରା ଆଧାର ଭେରୀଫିକେସନ ପ୍ରକ୍ରିୟା ଦ୍ବାରା ଧାନ ବିକ୍ରିର ସଠିକ ମୂଲ୍ୟ ଚାଷୀର ପଞ୍ଜିକୃତ ବ୍ୟାଙ୍କକୁ ୨୪ ଘଣ୍ଟା ମଧ୍ୟରେ ଟଙ୍କା ଜମା ହେବା କଥା। କିନ୍ତୁ ବିଗତ ଡିସେମ୍ବର ମାସର ପ୍ରଥମ ଗୋଟିଏ ଦୁଇଟି ମଣ୍ଡି ଛାଡିଦେଲେ ଅଧୁନା ଜାନୁଆରୀ ମାସର ୧ ତାରିଖରୁ ଆଜି ଯାଏଁ ପ୍ରଶାସନ ଧାନ କିଣାରେ ବ୍ୟସ୍ତ ଥିବାବେଳେ ଚାଷୀମାନଙ୍କର ଖାତାକୁ ଟଙ୍କା ଆସୁନାହିଁ। ପରିସ୍ଥିତି ଏପରି ହୋଇଛି ଯେ, ଚାଷୀ ଶୋଷଣ ନୀତିରେ ଧାନ ମଣ୍ଡି ଚାଲୁଛି। ରାଜନେତା ମାନେ ଧାନ ମଣ୍ଡି ଉଦଘାଟନ କରି ବାହାବା ନେଉଥିବା ବେଳେ ଏଭଳି ପରିସ୍ଥିତିରେ ସମ୍ପୂର୍ଣ୍ଣ ଆଖି ବୁଜିଦେଇଛନ୍ତି। ଧାନ ନେଉଥିବା ମିଲର ମାନଙ୍କର ପ୍ରଶାସନ ସହ…
କୋଲକାତା, ପଶ୍ଚିମବଙ୍ଗରେ ଟିଏମସି 200ରୁ ଅଧିକ ଆସନ ଜିତିବ। ଏପରି ଦ୍ରୁଢକ୍ତି ପ୍ରକାଶ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନନ୍ଦିଗ୍ରାମରେ ଆୟୋଜିତ ଏକ ସାଧାରଣ ସଭାରେ ଏପରି ଦାବି କରିଛନ୍ତି ମମତା। ଏହା ସହିତ ସେ ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗରେ ମିଥ୍ୟା ଖବର ପ୍ରସାରଣ କରୁଥିବାର ମଧ୍ୟ ଅଭିଯୋଗ କରିଛନ୍ତି। ସାଧାରଣ ସଭାକୁ ସମ୍ବୋଧିତ କରି ମମତା କହିଛନ୍ତି ଯେ ଏକ ସର୍ଭେ ରିପୋର୍ଟ ଆଧାରରେ ସେ ଏହା କହୁଛନ୍ତି। ଏହି ସର୍ଭେରୁ ଜଣାପଡିଛି ଯେ ଟିଏମସି 200 ରୁ ଅଧିକ ସିଟ୍ ଜିତୁଥିବା ବେଳେ ବିଜେପି ମାତ୍ର 51 ଟି ସିଟ୍ ପାଇବ। ଏଥିସହିତ ମମତା ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ବନ୍ଦିତା କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି। ବିଜେପିର ଆଇଟି ସେଲକୁ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ କରି ସେ କହିଛନ୍ତି ଯେ ଛଦ୍ମବେଶରେ ସେମାନେ ବିଭିନ୍ନ ନାଟକ ପ୍ରସ୍ତୁତ କରୁଛନ୍ତି ଏବଂ ଏହାକୁ ବଙ୍ଗଳାରେ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟଣାରେ ଗ୍ରାମବାସୀ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଗ୍ରାମବାସୀଙ୍କ ଧନ ଜୀବନ ସୁରକ୍ଷା ଦାବିରେ ଆଜି ଗ୍ରାମବାସୀଙ୍କ ପକ୍ଷରୁ ସଡ଼କ ଅବରୋଧ କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତ୍ରିରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ମୃତକ ମହିଳା ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ରାମେଶ୍ବର ଗ୍ରାମପଞ୍ଚାୟତ ଖଜୁରୀପଡା ଗ୍ରାମର ସାଇରନ ବିବି। ମହିଳା ଜଣଙ୍କ କୌଣସି କାର୍ଯ୍ୟରେ ଘର ବାହାରକୁ ଯାଇଥିବା ବେଳେ ଅନ୍ଧାର ରାତିରେ ହଠାତ ରାସ୍ତା ଉପରକୁ ଚାଲିଆସିଥିବା ହାତୀପଲ ତାଙ୍କୁ କଚାଡି ମାରିଦେଇଥିଲା। ମହିଳାଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଅଞ୍ଚଳରେ ୧୬ ଜଣିଆ ହାତୀ ପଲ ବହୁ ଦିନ ହେଲା ଉତ୍ପାତ କରି ଅଞ୍ଚଳବାସୀଙ୍କୁ ଅତିଷ୍ଠ କରି ସାରିଲେଣି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର…
ଭୁବନେଶ୍ବର: ୧୯ ତାରିଖ ରାତିରୁ ୨୧ ତାରିଖ ସକାଳ ଯାଏଁ ୧୦ ଟି ଜିଲ୍ଲାରେ ଘନ କୁହୁଡି ସୃଷ୍ଟି ହେବ। ୧୦ ଟି ଜିଲ୍ଲାରେ ଆସନ୍ତାକାଲି ଠାରୁ ଘନ କୁହୁଡି ସୃଷ୍ଟି ହେବା ନେଇ ସତର୍କ ସୂଚନା ମିଳିଛି। ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲାଗୁଡିକୁ ସତର୍କ ସୂଚନା ଦିଆଯାଇଛି। ସେହିପରି ଆସନ୍ତା ୨୦ ତାରିଖ ରାତିରୁ ୨୧ ତାରିଖ ସକାଳ ୬ ଟା ଯାଏଁ ୬ ଟି ଜିଲ୍ଲାରେ ଘନ କୁହୁଡି ନେଇ ସତର୍କ ସୂଚନା ଦିଆଯାଇଛି। ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଏବଂ ବୌଦ୍ଧ ଜିଲ୍ଲାରେ ଘନ କୁହିଡି ସୃଷ୍ଟି ହେବ। ଏନେଇ ଏସଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଘନ କୁହୁଡି ଯୋଗୁଁ ଦୁର୍ଘଟଣା ସମ୍ଭାବନା ଥିବାରୁ ଜିଲ୍ଲାପାଳ ମାନଙ୍କୁ ଏସଆରସି ଚିଠି କରିଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର: ବିଭିନ୍ନ ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ଗୋପାଳପୁର ପଞ୍ଚାୟତ ପୁଣି ଚର୍ଚ୍ଚାର ପରିଧିକୁ ଆସିଛି। ଶାସକ ଦଳ ନେତାଙ୍କ କାରନାମା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଶାସକ ଦଳର ନେତା ବୋଲି କ’ଣ ଖୁଲମ ଖୁଲ୍ଲା ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇଦେବେ, ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାନୁଯାୟୀ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ହେଉଛି ବାର୍ଥ ଡେ ପାର୍ଟି। ମହିଳା ସରପଞ୍ଚଙ୍କ ଅନୁପସ୍ଥିତିରେ ଏହି କାର୍ଯ୍ୟକ୍ରମରେ ଦେଢଶୁରଙ୍କ ରାଜ୍ ଚାଲିଥିବା ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ସରକାରଙ୍କ ମହିଳା ସଶକ୍ତିକରଣ ଘୋଷଣା କେତେକ ସ୍ଥାନରେ ଉପହାସରେ ପରିଣତ ହୋଇଥିବା କୁହାଯାଉଛି। ଏମିତିକି କେତେକ ସ୍ଥାନରେ ନାମକୁ ମାତ୍ର ମହିଳାଙ୍କୁ ପଦ ପଦବୀରେ ରଖାଯାଇ ସ୍ୱାମୀ, ଦିଅର, ଦେଢସୁର ମାନେ କାର୍ଯ୍ୟ ସମ୍ଭାଳୁଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୫ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୦୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୩୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ବାଡ଼େମେର: ଦିନକୁ ଦିନ ରାଜସ୍ଥାନରେ ଦୁଷ୍କର୍ମ ଘଟଣା ବଢିବାରେ ଲାଗିଛି। ଆଜି ଜଣେ ନାବାଳିକା ଝିଅକୁ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ରାଜସ୍ଥାନର ବାଡ଼େମେର ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଘଟଣାରୁ ପ୍ରକାଶ ଯେ, ବାଡ଼େମେର ଜିଲ୍ଲାର ଶିବ ଥାନା ଅଞ୍ଚଳରେ ଏକ ନାବାଳିକାର ମୃତ ଦେହକୁ ଉଦ୍ଧାର କରାଯାଇଛି। ଦୁଷ୍କର୍ମ ପରେ ଏହି ହତ୍ୟାକାଣ୍ଡ କରାଯାଇଛି ବୋଲି ଅଭିଯୋଗ କରାଯାଇଛି। ମୃତକ ନାବାଳିକାଙ୍କ ପରିବାର ଲୋକେ ଏନେଇ ଅଭିଯୋଗ କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରିବା ସହ ତଦନ୍ତ ଜାରି ରହିଛି। ପୋଲିସ କହିବା ଅନୁସାରେ, ମୃତକ ନାବାଳିକାଙ୍କୁ ତଣ୍ଟି ଚିପି ମାରି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ହେଲେ ଦୁଷ୍କର୍ମ ଉପରେ ଏଯାଏଁ କୌଣସି ପ୍ରମାଣ ମିଳିନାହିଁ। ଶବକୁ ବର୍ତ୍ତମାନ ବ୍ୟବଚ୍ଛେଦ ଲାଗି ପଠା ଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହାର କାରଣ ସ୍ପଷ୍ଟ ହୋଇପାରିବ।…

