ସୁରଟରେ ବଡ ଦୁର୍ଘଟଣା, ରାସ୍ତାରେ ଶୋଇଥିବା ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରକ, 13 ମୃତ୍ୟୁ

Published: Jan 19, 2021, 9:12 am IST

ସୁରଟ, ଗୁଜୁରାଟର ବ୍ୟବସାୟିକ ସହର ସୁରଟରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ସୁରଟ ସହରର କିମଚାର ରାସ୍ତାର ଫୁଟଫାଥରେ ଶୋଇଥିବା ଶ୍ରମିକଙ୍କ ଉପରକୁ ଏକ ଟ୍ରକ ମାଡିଯାଇଥିଲା। ଫଳରେ ଘଟଣା ସ୍ଥଳରେ 13 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5 ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କର ଘର ରାଜସ୍ଥାନର ବୋଲି ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ଗତାକାଲି ରାତିରେ ଫୁଟଫାଥରେ ପ୍ରାୟ 18 ଜଣ ଶ୍ରମିକ ଶୋଇଥିଲେ। ସେହି ରାସ୍ତାରେ ଏକ ଟ୍ରକ ସହିତ ଟ୍ରାକ୍ଟରର ଧକ୍କା ହୋଇଥିଲା। ଫଳରେ ଟ୍ରକ ଡ୍ରାଇଭର ନିୟନ୍ତ୍ରଣ ହରାଇ ରାସ୍ତାରେ ଶୋଇଥିବା ଶ୍ରମିକଙ୍କ ଉପରକୁ ମାଡିଯାଇଥିଲା। ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

Related posts