ମୁମ୍ବାଇ, ପଶ୍ଚିମବଂଗ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବ ମହାରଷ୍ଟ୍ର ସରକାରରେ ଥିବା ଶିବସେନା ଦଳ। ଆଜି ଏ ନେଇ ଦଳର ବରିଷ୍ଠ ନେତା ତଥା ସାଂସଦ ସଂଜୟ ରାଉତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପଶ୍ଚିମବଂଗରେ ନିର୍ବାଚନ ଲଢିବା ପାଇଁ ବହୁ ଆଗରୁ ପ୍ରସ୍ତୁତି ଚାଲିଥିଲା। ହେଲେ ତାହା ଠିକରେ ରୂପରେଖ ନେଇପାରି ନ ଥିଲା। ବର୍ତ୍ତମାନ ଦଳର ମୁଖ୍ୟ ଉଦ୍ଧବ ଠାକରେ ରାଜି ହେବା ପରେ ଆମେ ପଶ୍ଚିମବଂଗରେ ପ୍ରାର୍ଥୀ ଠିଆ କରାଇବୁ। ଏହାକୁ ନେଇ ଉଭୟ ମହାରାଷ୍ଟ୍ର ଏବଂ ପଶ୍ଚିମବଂଗ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ବିଶେଷ କରି ଟିଏମସି ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଚିନ୍ତାରେ ପଡି ଯାଇଛନ୍ତି।ଜୟ ହିନ୍ଦ ଜୟ ବଙ୍ଗଳା କହି ସଂଜୟ କହିଛନ୍ତି ଯେ, ଖୁବ ଶିଘ୍ର ଆମେ କୋଲକାତାରେ ପହଁଞ୍ଚିବୁ। ଶିବସେନାର ଏପରି ଘୋଷଣା ପରେ ବର୍ତ୍ତମାନ ରାଜନୈତିକ ମହଲରେ ଅଙ୍କ କଷା ଆରମ୍ଭ ହୋଇଯାଇଛି। କାରଣ ପୂର୍ବରୁ ଏଆଇଏମଆଇଏମ…
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସମଗ୍ର ଭାରତବର୍ଷରେ ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଲାଗି ରାଜ୍ୟର ସହର ଠାରୁ ଆରମ୍ଭ କରି ପୁରପଲ୍ଲୀର ସମସ୍ତ ପରିବାରଠାରୁ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ହୋଇସାରିଛି। ଅନୁରୂପ ଭାବେ ଗଂଜାମ ଜିଲ୍ଲାରେ ମଧ୍ୟ ଚଳିତ ସଂକ୍ରାନ୍ତି ଠାରୁ ଏହି ଅଭିଯାନ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣାର୍ଥେ ବାଜପେୟୀ ରିସର୍ଚ୍ଚ ସେଣ୍ଟରର ପରିଚାଳନା ନିର୍ଦ୍ଦେଶକ ଡ. ଭବାନୀ ଶଙ୍କର ଦାସ ମଧ୍ୟ ସାମିଲ ହୋଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ନିଧି ଅର୍ପଣ ସ୍ୱରୂପ ଏକଲକ୍ଷ ଏକହଜାର ଏକଶହ ଆଠ ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି। ଗଂଜାମ ଜିଲ୍ଲା ବିଏଚ୍ପି କାର୍ଯ୍ୟାଳୟ ପରିସରରେ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସଂଗଠକ ମନ୍ତ୍ରୀ ଶ୍ରୀ ଆନନ୍ଦ ଜି ପାଣ୍ଡେଙ୍କ ଉପସ୍ଥିତିରେ ଏହି ଚେକ୍ ପ୍ରଦାନ କରାଯାଇଛି। ଚେକ୍ ପ୍ରଦାନ ବେଳେ ଶ୍ରୀ ଦାସଙ୍କ ସହଧର୍ମିଣୀ ସାରିକା ଦାସ, ପୁତ୍ର ଶୁଭାଶିଷ…
ଭୁବନେଶ୍ବର, ଆଜି ରାତିରେ ପାଞ୍ଚୋଟି ଜିଲ୍ଲାରେ ଦେଖାଦେବ ଘନ କୁହୁଡି। ଏପରିକି ଏହି କୁହୁଡି ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ରହିବ। ସେଥିପାଇଁ ଏହି ଜିଲ୍ଲାର ଜିଲ୍ଲାପଳଙ୍କୁ ସତର୍କ ରହିବା ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଏହି ପାଞ୍ଚୋଟି ଜିଲ୍ଲା ହେଲା ବୌଦ୍ଧ, ନୟାଗଡ, କନ୍ଧମାଳ, ପୁରୀ ଏବଂ କଳାହାଣ୍ଡି। ଏହି ଜିଲ୍ଲାରେ ଅନେକ ସ୍ଥାନରେ ଏହି ଘନ କୁହୁଡି ଦେଖାଦେବ। ଜିଲ୍ଲାପାଳଙ୍କୁ ଏସଆରସି କହିଛନ୍ତି ଯେ, ରାତିରେ ଯାନବାହନ ଚଳାଚଳରେ ଅସୁବିଧା ସୃଷ୍ଟି ହୋଇପାରେ। ସେଥିପାଇଁ ସଜାଗ ରହି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କୁହାଯାଇଛି। ବିଶେଷ କରି ରାଜପଥଗୁଡିକରେ ଅଧିକ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ନୂଆଦିଲ୍ଲୀ, ଭାରତ ରତ୍ନ ଏମଜିଆରଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ରତ୍ନ ଏମଜିଆର ବହୁ ଲୋକଙ୍କ ହୃଦୟରେ ରହିଛନ୍ତି। ଚଳଚିତ୍ର ଜଗତ ହେଉ କିମ୍ବା ରାଜନୀତି, ପ୍ରତି କ୍ଷେତ୍ରରେ ତାଙ୍କୁ ବିଶେଷ ସମ୍ମାନ ଦିଆଯାଉଥିଲା। ତାଙ୍କ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ମଧ୍ୟରେ ସେ ଦାରିଦ୍ର୍ୟ ଦୂରୀକରଣ ଦିଗରେ ଅନେକ ପଦକ୍ଷେପ ନେବା ସହିତ ମହିଳା ସଶକ୍ତିକରଣକୁ ମଧ୍ୟ ବିଶେଷ ଗୁରୁତ୍ୱ ଦେଇଥିଲେ। ଏମଜିଆରଙ୍କୁ ତାଙ୍କ ଜୟନ୍ତୀରେ ଆନ୍ତରିକ ଶ୍ରଦ୍ଧାଞ୍ଜଳି”
ଭୁବନେଶ୍ବର, ଓଡିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁସ୍ମିତା ଦାସ କଣ୍ଠରେ ଆସୁଛି ଏକ ଭିନ୍ନ ସ୍ବାଦର ସଂଗୀତ ‘ଶୀତ ଫେରିଲା’। ଓଡିଶା ସଂଗୀତ ଜଗତରେ ସବୁବେଳେ ଏକ ଭିନ୍ନ ସ୍ବାଦର ସଂଗୀତ ଦେଇ ଆସୁଥିବା ସୁସ୍ମିତା ଏଥିରେ ମଧ୍ୟ ରଖିଛନ୍ତି ଭିନ୍ନତା। ଏହି ଗୀତରେ ତାଙ୍କ ସହିତ ସ୍ବର ମିଳାଇଛନ୍ତି ଇଣ୍ଡିୟାନ ଆଇଡଲ ଫେମ ବିଶ୍ବଜିତ ମହାପାତ୍ର। ସେ ଏହି ଗୀତକୁ କମ୍ପୋଜ ମଧ୍ୟ କରିଛନ୍ତି। ଆରୋମିରା ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଏହି ଗୀତକୁ ଲେଖିଛନ୍ତି ସଂଗ୍ରାମ ମହାନ୍ତି। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି କ୍ରିଷ୍ଟୋ ମାଥ୍ୟୁଜ,ଦେବାଶିଷ କର, ବ୍ଲେସନ ନାଏକ।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆଜି ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ମୁତାବକ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ବିଧାରପୁର ଗ୍ରାମର ମାଧବ ଚନ୍ଦ୍ର ସାହୁ(50) କିଛି ବର୍ଷ ହେବ ବାଲୁଗାଁ ଏନ.ଏ.ସି ର ଗୋବିନ୍ଦ ନଗରରେ ସପରିବାରେ ଭଡାଘରେ ରହୁଥିଲେ। ସେ ଡାକ ବିଭାଗ ଏବଂ ଏଲ.ଆଇ.ସି ରେ ଏଜେଣ୍ଟ ଭାବେ କାର୍ଯ୍ୟରତ ଥିବା ବେଳେ ଦୁଇ ଗୋଟି ଚାରି ଚକିଆ ଜାନ ଭଡ଼ାକୁ ମଧ୍ୟ ଲଗାଇଥିଲେ। ତେବେ କୌଣସିକାରଣ ବଶତଃ ଆଜି ଅପରାହ୍ନରେ ବାଲୁଗାଁ ରେଳ ଷ୍ଟେସନର ଅନତିଦୁରରେ ଥିବା ରାଜୀବ ନଗର ଗେଟ ପାଖରେ ଦ୍ରୁତଗତିରେ ଆସୁଥିବା ଏକ ମାଲଵାହୀ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଥିଲେ। ଖବର ପାଇ ବାଲୁଗାଁ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରି ତଦନ୍ତ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଭାରତବର୍ଷରେ ଦକ୍ଷତା ଓ ବିକାଶ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ) ସହିତ ଯୋଡ଼ି ହୋଇଛି ପୁଣି ଏକ କୀର୍ତ୍ତି। ଏହାର କ୍ୟାମ୍ପସ୍ ପରିସରରେ ଥିବା ଏସିଆର ସର୍ବବୃହତ ସ୍କ୍ରିପ୍ ପାର୍କରେ ଅଦରକାରୀ ଲୁହାରେ ୩୦ ଫୁଟ ଉଚ୍ଚତା ବିଶିଷ୍ଟ ଭାରତ ମାନିଚିତ୍ର ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁର ଆଇଟିଆଇର ଛାତ୍ରଛାତ୍ରୀ। ୪ ଟନ୍ ଲୁହାରେ ନିର୍ମାଣ ହୋଇଥିବା ଏହି ସୁଉଚ୍ଚ ମାନଚିତ୍ର କାର୍ଯ୍ୟଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଜାନୁୟାରୀ ୨୩ ନେତାଜୀ ଜୟନ୍ତୀରେ ଏହା ଲୋକାର୍ପିତ ପାଇଁ ସ୍ଥିର କରାଯାଇଛି ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ କହିଛନ୍ତି। ଏହି ମାନଚିତ୍ର କିପରି ଗିନିଜ୍ ବୁକ୍ରେ ସ୍ଥାନ ପାଇବ ସେଥିପାଇଁ କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ ପୂର୍ବରୁ ଏହି ଶିକ୍ଷାନୁଷ୍ଠାନର ଗ୍ରାପସ୍ ପାର୍କରେ ଅଦରକାରୀ ବିସ୍ତୁ ଦ୍ୱାରା ନିର୍ମିତ ଗିଟାର, ଝିଟିପିଟି, ରୋବଟ୍ ଓ ଆଇରନ୍ ମ୍ୟାନ ପ୍ରଭୃତି…
ବ୍ରିସବେନ: ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ନିର୍ଣ୍ଣାୟକ ଟେଷ୍ଟରେ ଭାରତ ପ୍ରଥମ ପାଳିରେ ୩୩୬ ରନ କରି ସମସ୍ତ ୱିକେଟ ହରାଇଛି। ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ଭାରତ ଠାରୁ ୩୩ ରନରେ ଆଗୁଆ ରହିଛି। ଗତକାଲି ଭାରତ ୨ ୱିକେଟ ହରାଇ ସଂଗ୍ରହ କରିଥିଲା ୬୨ ରନ। ଆଜି ତୃତୀୟ ଦିନ ଖେଳ ଆରମ୍ଭ କରି ଭାରତ ପକ୍ଷରୁ ଅଧିନାୟକ ରାହାଣେ ୩୭ ରନ, ଚେତେଶ୍ଵର ପୂଜାରା ୨୫ ରନ ଏବଂ ମୟଙ୍କ ଅଗ୍ରୱାଲ ୩୮ ରନ କରି ଆଉଟ ହୋଇଯାଇଥିଲେ। ଫଳରେ ଦଳର ସମସ୍ୟା ବଢିବା ଆରମ୍ଭ ହୋଇଥିଲା। କିନ୍ତୁ ୱାସିଙ୍ଗଟନ ସୁନ୍ଦର ଏବଂ ଶ୍ରାଦ୍ଧୁଳ ଠାକୁରଙ୍କ ଯୋଡି ଲଢୁଆ ବ୍ୟାଟିଂ ବଳରେ ଦଳର ସ୍କୋରକୁ ମଜବୁତ କରିଥିଲେ। ସୁନ୍ଦର ୬୨ ରନ ସଂଗ୍ରହ କରିଥିବା ବେଳେ ଶ୍ରାଦ୍ଧୁଳ ୬୭ ରନର ଏକ ଦମଦାର ପାଳି ଖେଳିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜୋସ ହଜିଲଉଡ ସର୍ବାଧିକ ୫ ଟି ୱିକେଟ ଅକ୍ତିଆର…
ଭୁବନେଶ୍ବର: ରାଜ୍ୟରେ ଆଜି ୧୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୦୬ ଜଣ ଚିହ୍ନଟ ହୋଇଥିବାବେଳେ ୭୭ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୩୧୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୯ ହଜାର ୩୧୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୩୯ ଜଣ। ସେହିପରି ଆଜି ରାଜ୍ୟରୁ ଆଉ ଜଣେ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି। ତେବେ ରାଜ୍ୟରେ କରୋନା ଯୋଗୁଁ ମୋଟ ମୃତ୍ୟୁବରଣ କରଛନ୍ତି ୧୯୦୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୩…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଦ୍ୱାରା ଓଜନରେ ଠକେଇ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏନେଇ ଗତକାଲି ମାପ ଏବଂ ଓଜନ ବିଭାଗ ଦ୍ୱାରା ଉଭୟ ଅଞ୍ଚଳର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଥିଲା। ଜିଲ୍ଲା ସହକାରୀ ନିୟନ୍ତ୍ରକ ସୁଶୀଲ କୁମାର କାନ୍ଦୁଲଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ମାପ, ଓଜନ ଏବଂ କାଗଜପତ୍ର ଆଦି କାର୍ଯ୍ୟରେ ଅନିୟମିତତା ଦେଖାଦେଇଥିଲା। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସହକାରୀ ନିୟନ୍ତ୍ରକ ଅଞ୍ଚଳର ବିଭିନ୍ନ ହାର୍ଡୱେର, ଫଳ, ମାଛ, ଲୁଗା ଦୋକାନ ସହ ଗୋଟିଏ ପାଣି ଫାକ୍ଟ୍ରି ଏବଂ ପାଉଁରୁଟି କାରଖାନା ଠାରୁ ୧୭ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ଉକ୍ତ ଚଢ଼ାଉ ଅଭିଯାନରେ ବରିଷ୍ଠ ନିରୀକ୍ଷକ ପ୍ରଦୋଷ ହରିଚନ୍ଦନ ଏବଂ ସୁଶ୍ରୀ ରଥ ଆଦି ସାମିଲ ଥିଲେ। ତେବେ ପୂର୍ବରୁ ଖବର…
ଭୁବନେଶ୍ବର, 5ଟି ସଚିବ ଭିକେ ପାଣ୍ଡିୟାନ ଆଜି ଭୁବନେଶ୍ୱରର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି। ବଡି ଭୋରରୁ ପାଣ୍ଡିୟାନ ଏହି ଗସ୍ତ କରି ସ୍କୁଲର ଉନ୍ନତି ସଂପର୍କରେ ତଦାରଖ କରିଛନ୍ତି। ସେ ବିଏମସି ଅଂଚଳରେ ଥିବା ୟୁନିଟ ୬, ୟୁନିଟ ୧, କ୍ୟାପିଟାଲ ହାଇସ୍କୁଲ, ୟୁନିଟ ୯ ବାଳିକା ବିଦ୍ୟାଳୟ ଏବଂ ଆଇଆରସି ଭିଲେଜ ହାଇସ୍କୁଲ ପରିଦର୍ଶନ କରିଛନ୍ତି। ସ୍କୁଲର ପାଠାଗାର, ବିଜ୍ଞାନ ଲାବ୍ରଟୋରୀ, ଖେଳପଡିଆ, ସ୍ମାଟ କ୍ଲାସ ରୁମର ସ୍ଥିତି ନେଇ ପ୍ରଧାନ ଶିକ୍ଷୟତ୍ରୀ ଏବଂ ସ୍କୁଲ କମିଟ ସହିତ ଆଲୋଚନା କରିଛନ୍ତି। ଏଥିସହିତ ଛାତ୍ରଛାତ୍ରୀମାନେ କୋଭିଡ ସମୟରେ କିପରି କ୍ଲାସ କରୁଛନ୍ତି ସେ ନେଇ ମଧ୍ୟ ଆଲୋଚନା କରିଛନ୍ତି।
ଓସଲୋ: ଫାଇଜର କୋଭିଡ ଟିକା ନେବା ପରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ୧୩ ଜଣଙ୍କ ଟିକାର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ହୋଇଛି ବୋଲି ଜଣାପଡିଛି। ଏହିପରି ଏକ ଘଟଣା ନରୱେ ଦେଶରେ ଘଟିଛି। ଯାହାକୁ ନେଇ ସାରା ଦେଶରେ ଏକ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଯେଉଁମାନେ ମୃତ୍ୟୁବରଣ କରିଛିନ୍ତି ସେମାନଙ୍କର ବୟସ ୮୦ ବର୍ଷରୁ ଅଧିକ ବୋଲି ଜଣାପଡିଛି। ଏହି ମୃତ୍ୟୁକୁ ନରୱେ ସରକାର ମଧ୍ୟ ସ୍ବୀକାର କରିଛନ୍ତି। ପରବର୍ତ୍ତି ସମୟରେ ଅନ୍ୟମାନଙ୍କୁ ଅବଜରଭେସନ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବେଲଜିୟମରେ ମଧ୍ୟ ଫାଇଜର ଟିକା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ଆସିଛି। ଟିକା ନେବାର ୫ ଦିନ ପରେ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। ଏହାକୁ ନେଇ ତଦନ୍ତ ଜାରି ରହିଛି। ନରୱେରେ ବର୍ତ୍ତମାନ ୩୬ ହଜାର ଲୋକଙ୍କୁ ଟିକାକରଣ କରାଯାଇଛି।
ରମେଶ ମହାନ୍ତି ଜଗତସିଂହପୁର: କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ ସ୍ଥିତ ଅଢାଙ୍କୁର ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଇଫକୋ ସହାୟତାରେ ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ “ପରିବର୍ତ୍ତନ ଯୋଦ୍ଧା” ପକ୍ଷରୁ ଗରିବ ଅସହାୟଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପରିବର୍ତ୍ତନ ଯୋଦ୍ଧାର ସଭାପତି ପରଂବ୍ରହ୍ମ ରାଉତ ଓ ସଦସ୍ୟମାନେ କମ୍ବଳ ବଣ୍ଟନ କରିବା ସହିତ ସମାଜସେବୀ ସୁନାକର ବେହେରା, ବରିଷ୍ଠ ନାଗରିକ ମଞ୍ଚର ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ଗୌରୀଶ୍ୟାମ ଦାସଙ୍କ ସମେତ ତିର୍ତ୍ତୋଲ ଥାନାର ଏସ୍.ଆଇ ବିବେକାନନ୍ଦ ସାହୁ ,ଏ.ଏସ୍.ଆଇ ସୁବାସ ଦାସ ପ୍ରମୁଖ ଉପସ୍ଥିତ ରହି କମ୍ବଳ ବାଣ୍ଟିବା ସହ”ପରିବର୍ତ୍ତନ ଯୋଦ୍ଧା”ର କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ | ପରେ “ପରିବର୍ତ୍ତନ ଯୋଦ୍ଧା”ର ସଭାପତି ପରଂବ୍ରହ୍ମ ରାଉତ ଉକ୍ତ ଗ୍ରାମର ପାନୀୟଜଳ ସମସ୍ୟା ଉପରେ ଦୃଷ୍ଟି ଦେବା ସହ ଆଲୋଚନା କରି ତାହାର ସମଧାନ ଦିଗରେ କାର୍ଯ୍ୟ କରିବେ ବୋଲି ଗ୍ରାମବାସୀମାନଙ୍କୁ ପ୍ରତିଶୃତି ଦେଇଥିଲେ।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୫ ହଜାର ୧୪୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୮୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୫ ଲକ୍ଷ ୫୭ ହଜାର ୯୮୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୨ ହଜାର ୨୭୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୯୬ ହଜାର ୮୮୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୮ ହଜାର ୮୨୬ ଆକ୍ଟିଭ୍ କେସ୍ ରହିଛି।
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତରେ ୧୦ଟିରୁ ଅଧିକ ସ୍ଥାନରେ ୨୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ମନରେଗା ଯୋଜନାରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବା ପରେ ୨୯.୧୧.୨୦୧୯ ତଦନ୍ତ ରିପୋର୍ଟରୁ ଦୁଇଟି କାର୍ଯ୍ୟରେ ୫ଲକ୍ଷ ୬୮ହଜାର ୧୭୯ଟଙ୍କାର ଅନିୟମିତତା ହୋଇଥିବା ଜଣାପଡିଥିଲା। ଏହି ଅର୍ଥକୁ ଉକ୍ତ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜି.ଆର୍.ଏସ୍. ଙ୍କୁ ସମପରିମାଣରେ ଏକମାସ ମଧ୍ୟରେ ଭରଣା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଫନ୍ଦିଫିକର କରି ଖସି ଯାଇଥିଲେ ଜେଇ ଓ ଆସିଷ୍ଟାଣ୍ଟ ଇଂଜିନିୟର। ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜି.ଆର୍.ଏସ୍.ଏହି ଅର୍ଥକୁ ଭରଣା ନକରି ଅର୍ଥ ଆଦାୟ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଦିଆଯାଇଥିବା ନିର୍ଦ୍ଦେଶକୁ ଖାରଜ କରିବା ପାଇଁ ମାନ୍ୟବର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ରିଟ୍ ପିଟିସନ୍ କେସ୍ ନଂ ୯୨୮୯…
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଛକରେ ଏକ ଲାଇଟ୍ ଲଗାଇବା ଦିର୍ଘଦିନ ହେଲା ଦାବି ହୋଇଆସୁଥିଲେ ମଧ୍ୟ ପ୍ରଶାସନର ଅବହେଳିତ ମନୋଭାବ ଯୋଗୁଁ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସନ୍ଧ୍ୟା ହେବା ପରେ କଟକ-ପାରାଦ୍ବୀପ ରାସ୍ତା ଠାରୁ ବ୍ଲକର ମୁଖ୍ୟ ଦ୍ୱାର ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଅନ୍ଧାର ରହୁଥିବାରୁ ଏଠାରେ ଅନେକ ଅପ୍ରିତିକର ଘଟଣା ଘଟୁଥିବା ଚର୍ଚ୍ଚା ହେଉଛି। ଏମିତିକି ସନ୍ଧ୍ୟା ହେବା କ୍ଷଣି ଏହି ଅନ୍ଧାରିଆ ବ୍ଲକ ଛକରେ ଦେହଜୀବି ମାନେ ସକ୍ରିୟ ହୋଇ ଉଠିବା ସହ ଅସାମାଜିକ ନିଶାଡି ମାନଙ୍କର ଆଡ୍ଡା ଜମୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଯଥାଶୀଘ୍ର ବ୍ଲକ ଛକରେ ଏକ ଲାଇଟ୍ ଲଗାଇବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ବନାରସ, ହିନ୍ଦୁ ଧର୍ମରେ ଉପବାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲୋକମାନେ, ବିଶେଷକରି ମହିଳାମାନେ, ନିଜ ବିଶ୍ୱାସ ଅନୁଯାୟୀ ବିଭିନ୍ନ ଦେବାଦେବୀଙ୍କୁ ସେମାନେ ଉପାସନା କରନ୍ତି। ତା’ପରେ ସପ୍ତାହର ଗୋଟିଏ ଦିନ, କିମ୍ବା ବିଶେଷ ଉତ୍ସବ କିମ୍ବା ପର୍ବରେ, ସେମାନଙ୍କ ଦେବତାମାନଙ୍କ ପାଇଁ ଏକ ଶପଥ ରଖନ୍ତି। ଯେଉଁଥିରେ ସେମାନେ ଦିନ ସାରା କଠିନ ଖାଦ୍ୟ ନ ଖାଇ କେବଳ ଫଳ ଖାଇଥାନ୍ତି । ଧର୍ମ ଏବଂ ଶାସ୍ତ୍ର ବିଶ୍ୱାସ ଅନୁଯାୟୀ, ଉପବାସ ପାଳନ କଲେ ଭଗବାନ ପ୍ରସନ୍ନ ହୁଅନ୍ତି ଏବଂ ସବୁ ସମସ୍ୟା ଦୂର କରି ଇଚ୍ଛା ପୂରଣ କରନ୍ତି। ହେଲେ ଧର୍ମ ଏବଂ ବିଶ୍ୱାସ ସହିତ ସପ୍ତାହରେ ଗୋଟିଏ ଦିନ ଉପବାସ ରହିବା ମଧ୍ୟ ବୈଜ୍ଞାନିକ ଦୃଷ୍ଟିକୋଣରୁ ଲାଭଦାୟକ ଅଟେ। ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ, ଦିନସାରା ଉପବାସ ରହିବା ସ୍ବାସ୍ଥ୍ୟ ପାଇଁ ହିତକର। କେବଳ ଫଳ ଖାଇବା ଦ୍ବାରା ହଜମ କରିବାରେ ସାହାଯ୍ୟ କରିଥାଏ। ଫଳରେ ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ…
ନୂଆଦିଲ୍ଲୀ, ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ । ଆପଣ କଳାକ୍ଷେତ୍ର ପ୍ରଦର୍ଶନରୁ ଖ୍ୟାତି ଏବଂ ସମ୍ମାନ ପାଇବେ। ସାମାଜିକ ଦୃଷ୍ଟିରୁ, ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଆପଣଙ୍କ ଅଂଶୀଦାରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ । ଯେଉଁମାନେ ଟଙ୍କା ବିନିଯୋଗ କରନ୍ତି ସେମାନଙ୍କ ପାଇଁ ସତର୍କ ରହିବା ଆବଶ୍ୟକ । ମଧ୍ୟଭାଗ ପରେ ଆପଣଙ୍କ ମନ ସୃଜନଶୀଳ ପ୍ରବୃତ୍ତି ପ୍ରତି ଆକର୍ଷିତ ହେବ ଏବଂ ଖୁସି ଅନୁଭବ କରିବେ । ମନୋବଳ ଦୃଢ ଏବଂ ଆତ୍ମବିଶ୍ୱାସୀ ହେବ । ସ୍ୱାସ୍ଥ୍ୟ ମଧ୍ୟ ଭଲ ହେବ । ପ୍ରତିଯୋଗୀମାନଙ୍କ ସାମ୍ନାରେ ବିଜୟ ହେବ । ଭାଷଣରେ ସଂଯମତା ରକ୍ଷା କରନ୍ତୁ । ଏହି ଦୁଇଟି ରାଶି ହେଲା ବୃଷ ଏବଂ ମିଥୁନ।
ମେଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ। ସଫଳତା ପାଇବେ । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ନୂତନ କାର୍ଯ୍ୟ ପାଇଁ ଖୁସି ହେବେ । ମଧ୍ୟଭାଗ ପରେ କ୍ରୋଧ ଆପଣଙ୍କ ପ୍ରକୃତିରେ ଅଧିକ ରହିବ । ତେଣୁ ଆପଣ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ । ବୃଷ- ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ । ଆପଣ କଳାକ୍ଷେତ୍ର ପ୍ରଦର୍ଶନରୁ ଖ୍ୟାତି ଏବଂ ସମ୍ମାନ ପାଇବେ। ସାମାଜିକ ଦୃଷ୍ଟିରୁ, ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଆପଣଙ୍କ ଅଂଶୀଦାରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ । ଆପଣ ମନୋରଞ୍ଜନ କ୍ଷେତ୍ରରେ ଆଗ୍ରାହୀ ରହିବେ ସହିତ ମନୋରଞ୍ଜନକୁ ଉପଭୋଗ କରିବେ । ବ୍ୟବସାୟୀମାନେ ସଂଗ୍ରହ ଟଙ୍କା ଫେରି ପାଇବାର ସମ୍ଭାବନା ଅଛି । ମିଥୁନ- ଯେଉଁମାନେ ଟଙ୍କା ବିନିଯୋଗ କରନ୍ତି ସେମାନଙ୍କ ପାଇଁ ସତର୍କ ରହିବା…
ନୂଆଦିଲ୍ଲୀ, ରବିବାର ଏବଂ ସୋମବାରରେ ଦୁଇଦିନ ଧରି ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭଯୋଗ। ଆପଣ ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ନିଷ୍ପତ୍ତି ନେବାକୁ ସକ୍ଷମ ହେବ ଏବଂ କରୁଥିବା କାର୍ଯ୍ୟ ସଫଳ ହେବ। ପରିବାର ସଦସ୍ୟଙ୍କ ସହଯୋଗରେ ବଡ ନିଷ୍ପତ୍ତି ନିଆଯାଇପାରେ । ଦିନଟି ଭଲରେ କଟିବ। ବ୍ୟବସାୟରେ ସମ୍ପୂର୍ଣ୍ଣ ସହଯୋଗ ହେବ,ଲାଭର ପ୍ରତିଶତ ଅଧିକ ହେବ । ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବ । ଛାତ୍ରମାନେ ନିଶ୍ଚିତ ଭାବରେ ସଫଳତା ପାଇବେ। ହଠାତ୍ ଧନ ପ୍ରାପ୍ତିର ସମ୍ଭାବନା ରହିଛି। ମାନସିକ ଦୁଶ୍ଚିନ୍ତା ହେବ। ଆପଣ କରିଥିବା ପରିଶ୍ରମର ଶୀଘ୍ର ଲାଭ ପାଇବେ। କ୍ଳାନ୍ତି ଏବଂ ଅଳସୁଆତା ମଧ୍ୟ ରହିବ । ଆଜିକାଲି ଶାରୀରିକ କ୍ଷେତ୍ରରେ ବୃଦ୍ଧି ଘଟିବ, ଏହି ରାଶିର ଲୋକମାନେ ଉଜ୍ଜ୍ୱଳ ହେବାକୁ ଯାଉଛନ୍ତି, ସେମାନେ ହେଉଛନ୍ତି ମେଷ, ବୃଷ, କର୍କଟ, ବିଛା ଏବଂ କୁମ୍ଭ।
ପାନାଜି, ଗୋଆରେ ଅନୁଷ୍ଠିତ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହ ଆଇଏଫଏଫଆଇ ର ୫୧ତମ ସଂସ୍କରଣ ଆରମ୍ଭ ହୋଇଛି। ଏଥିରେ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା, ନିର୍ମାତା, ନିର୍ଦ୍ଦେଶକ ତଥା ଗାୟକ ବିଶ୍ୱଜିତ୍ ଚାଟାର୍ଜୀଙ୍କୁ ବର୍ଷର ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁରସ୍କାରରେ ସମ୍ମାନିତ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହି ମହୋତ୍ସବର ଉଦଘାଟନୀ ସମାରୋହ ଅବସରରେ ପୁରସ୍କାର ଘୋଷଣା କରିଥିଲେ। କେନ୍ଦ୍ର ମନ୍ତ୍ରୀ ଏହି ଘୋଷଣା କରି କହିଥିଲେ ଯେ ଏହି ପୁରସ୍କାର ତାଙ୍କୁ ମାର୍ଚ୍ଚ ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଅବସରରେ ଦିଆଯିବ। ‘ବିସ ସାଲ ବାଦ’ ଚଳଚ୍ଚିତ୍ରରେ କୁମାର ବିଜୟ ସିଂ ଭୂମିକା, ‘କୋହରା’ରେ ରାଜା ଅମିତ କୁମାର ସିଂ, ‘ଏପ୍ରିଲ ଫୁଲ୍’ରେ ଅଶୋକା, ‘ମେରେ ସନମ’ରେ ରମେଶ କୁମାର, ‘ନାଇଟ ଇନ ଲଣ୍ଡନ’ରେ ଜୀବନ, ‘ଦୋ କଲିୟାଁ’ରେ ଶେଖର ଏବଂ…

