ତିର୍ତ୍ତୋଲ ବ୍ଲକ୍ ଛକରେ କେବେ ଜଳିବ ଆଲୁଅ?: ସନ୍ଧ୍ୟା ହେଲେ ଦେହଜିବୀଙ୍କ ସହ ଅସାମାଜିକଙ୍କ ଆଡ୍ଡା

Published: Jan 17, 2021, 10:00 am IST

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଛକରେ ଏକ ଲାଇଟ୍ ଲଗାଇବା ଦିର୍ଘଦିନ ହେଲା ଦାବି ହୋଇଆସୁଥିଲେ ମଧ୍ୟ ପ୍ରଶାସନର ଅବହେଳିତ ମନୋଭାବ ଯୋଗୁଁ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସନ୍ଧ୍ୟା ହେବା ପରେ କଟକ-ପାରାଦ୍ବୀପ ରାସ୍ତା ଠାରୁ ବ୍ଲକର ମୁଖ୍ୟ ଦ୍ୱାର ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଅନ୍ଧାର ରହୁଥିବାରୁ ଏଠାରେ ଅନେକ ଅପ୍ରିତିକର ଘଟଣା ଘଟୁଥିବା ଚର୍ଚ୍ଚା ହେଉଛି।

ଏମିତିକି ସନ୍ଧ୍ୟା ହେବା କ୍ଷଣି ଏହି ଅନ୍ଧାରିଆ ବ୍ଲକ ଛକରେ ଦେହଜୀବି ମାନେ ସକ୍ରିୟ ହୋଇ ଉଠିବା ସହ ଅସାମାଜିକ ନିଶାଡି ମାନଙ୍କର ଆଡ୍ଡା ଜମୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଯଥାଶୀଘ୍ର ବ୍ଲକ ଛକରେ ଏକ ଲାଇଟ୍ ଲଗାଇବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Related posts