ନୂଆଦିଲ୍ଲୀ, ଆଜି ଆମେ ଆପଣଙ୍କୁ 6 ଟି ରାଶି ବିଷୟରେ କହିବାକୁ ଯାଉଛୁ ଯାହାର ଶୁଭ ସମୟ ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି । ଯେହେତୁ ଆମେ ସମସ୍ତେ ଜାଣୁ ଯେ ସମୟ ସହିତ ଆମ ଜୀବନରେ ଅନେକ ବଡ ପରିବର୍ତ୍ତନ ଆସେ । ଏଗୁଡ଼ିକର ମୁଖ୍ୟ କାରଣ ହେଉଛି ଗ୍ରହମାନଙ୍କର ଗତି । ଏହି କୈଶଳ ହେତୁ ଆମେ ସମସ୍ତେ ଦୁଃଖର ସମ୍ମୁଖୀନ ହେଉ। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଆସନ୍ତାକାଲି ଏହି 6 ଟି ରାଶିର ଚିହ୍ନ ପାଇଁ ଶୁଭ ସମୟ ଅଟେ। ଯାହା ଦ୍ୱାରା ସେମାନଙ୍କର ସମସ୍ତ ଦୁଃଖ ସମାପ୍ତ ହେବ ଏବଂ ଜୀବନରେ ସୁଖ ଆସିବ । ଆମେ ଆପଣଙ୍କୁ କହିବୁ ଯେ ଆପଣଙ୍କର ସମସ୍ତ ନଷ୍ଟ ହୋଇଥିବା କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ ହେବ । ଆପଣଙ୍କର ଦାୟିତ୍ବ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ । ବିପୁଳ ସୃଜନଶୀଳତା ଏବଂ ଉତ୍ସାହ ଆପଣଙ୍କୁ ଅନ୍ୟ ଏକ…
Author: Samikhsya Bureau
ନୂଆଦିଲ୍ଲୀ, ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ କେନ୍ଦ୍ର ସରକାର ଓ ବିଭିନ୍ନ କୃଷକ ସଂଗଠନର ପ୍ରତିନିଧିମାନଙ୍କ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ହୋଇଯାଇଛି । ଏଥିରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର, ରେଳବାଇ, ବାଣିଜ୍ୟ, ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସୋମପ୍ରକାଶ ଭାଗ ନେଇଥିଲେ । ସେହିଭଳି ୪୧ଟି କୃଷକ ସଂଗଠନର ପ୍ରତିନିଧି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ର କୃଷିମନ୍ତ୍ରୀ ଏହି ଅବସରରେ ପ୍ରସ୍ତାବ ଦେଇଥିଲେ ଯେ ଚାଷୀ ସଂଗଠନଗୁଡିକ ସହ ଆଲୋଚନା ଅଣଆନୁଷ୍ଠାନିକ ଗୋଷ୍ଠୀ ମାଧ୍ୟମରେ କରାଯାଇପାରେ । ଏହାଦ୍ୱାରା ସମାଧାନର ସୂତ୍ର ବାହାରିବା ସହଜ ହୋଇପାରେ। ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ସମ୍ମାନ ଦେଉଛନ୍ତି । ଚାଷୀ ସଂଗଠନଗୁଡିକ ସହ ବିବାଦୀୟ ପ୍ରସଙ୍ଗଗୁଡିକ ଉପରେ ଗୋଟି ଗୋଟି ଆଲୋଚନା କରାଯାଇପାରେ ବୋଲି ମଧ୍ୟ ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ…
ନୂଆଦିଲ୍ଲୀ, ଆସନ୍ତାକାଲି ଦେଶବ୍ୟାପୀ ଆରମ୍ଭ ହେଉଥିବା କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମର ପ୍ରସ୍ତୁତି ସଂପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦର କାର୍ଯ୍ୟାଳୟ ଦିଲ୍ଳୀର ନିର୍ମାଣ ଭବନ ପରିସରରେ ଖୋଲାଯାଇଥିବା ଉତ୍ସର୍ଗୀକୃତ କୋଭିଡ୍ ନିୟନ୍ତ୍ରଣକକ୍ଷ ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ ମିନିଟ ସମୟରେ ଏହି କୋଭିଡ୍ ଟିକାଦାନ କାର୍ୟ୍ୟକ୍ରମର ଶୁଭାରମ୍ଭ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ କରିବେ। ସମଗ୍ର ଦେଶରେ ଏହି ଟିକା ଆସନ୍ତାକାଲି ପ୍ରଦାନ କରାଯିବ । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏଥିପାଇଁ ମୋଟ ୩୬୦୦ କେନ୍ଦ୍ର ଖୋଲାଯାଇଛି । ସବୁ କେନ୍ଦ୍ରକୁ ଭର୍ଚୁଆଲ ବ୍ୟବସ୍ଥା ଦ୍ୱାରା ସଂଯୋଗ କରାଯାଇଛି । ପ୍ରତ୍ୟେକ କେନ୍ଦ୍ରରେ କାଲି ପ୍ରାୟ ୧୦୦ ଜଣ ଲୋକଙ୍କୁ ଟିକା ପ୍ରଦାନ କରାଯିବ। ଲୋକଙ୍କ ସ୍ୱାସ୍ଥ୍ୟଗତ ସ୍ଥିତି ଓ ବୟସକୁ ଦେଖି ପର୍ୟ୍ୟାୟକ୍ରମେ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଓଡିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରତି ସହରର ସଫେଇ କର୍ମଚାରୀମାନଙ୍କୁ ଉତ୍ସାହିତ ଏବଂ ସମ୍ମାନିତ କରିବା ଉଦ୍ଦେଶ୍ୟରେ ‘ବଡ଼ ଖାନା’ ନାମକ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି। ରାଜ୍ୟର ପ୍ରତ୍ୟେକ ୟୁ.ଏଲ.ବି ରେ ଏହି କାର୍ଯ୍ୟକ୍ରମ ପ୍ରତି ମାସରେ ଗୋଟାଏ ଥର ଆୟୋଜନ କରାଯିବ। ୟୁ.ଏଲ.ବି କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତ୍ୟେକ ସଫେଇ କର୍ମଚାରୀମାନଙ୍କୁ ମାସରେ ଗୋଟିଏ ଦିନ ଭୋଜନ ପରିବେଷଣ କରାଯିବ। ଏହା ସହିତ ଜଣେ ଶ୍ରେଷ୍ଠ ସଫେଇ କର୍ମଚାରୀଙ୍କୁ ଚୟନ କରାଯାଇ ତାଙ୍କୁ ସମ୍ମାନିତ କରାଯିବ। ଏହି ପରିପ୍ରେକ୍ଷୀରେ ପ୍ରଥମଥର ଭାବେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନ.ଏ.ସି ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଆଜି ମଧ୍ୟାହ୍ନରେ ଏନ.ଏ.ସି କାର୍ଯ୍ୟାଳୟ ପରିସରରେ ‘ବଡ଼ ଖାନା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବାଲୁଗାଁ ଏସ.ଡ଼ି.ପି.ଓ ମାନସ ରଞ୍ଜନ ବାରିକ ଯୋଗଦେଇଥିଲେ। ସମ୍ମାନିତ ଅତିଥି…
କୁଆଲାଲମ୍ପୁର: ଆଜି କୁଆଲାଲମ୍ବୁର ବିମାନବନ୍ଦରରେ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ(ପିଆଇଏ)ର ପ୍ଲେନ୍କୁ ଜବତ କରାଯାଇଛି। ପାକିସ୍ଥାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ବୋଇଙ୍ଗ ୭୭୭ କୁ ମାଲେସିଆ କର୍ତ୍ତୃପକ୍ଷ ଜବତ କରିଛନ୍ତି। ଏହି ଘଟଣାରେ ନିଜର ବନ୍ଧୁ ଦେଶ ଠାରୁ ପାକିସ୍ଥାନ ଅପମାନିତ ହୋଇଛି। ମାଲେସିଆଠାରୁ ନେଇଥିବା ଋଣ ଶୁଝି ନପାରିବାରୁ ପାକିସ୍ଥାନକୁ ଲଜ୍ଜିତ ହେବାକୁ ପଡିଛି। ସୂଚନା ଅନୁଯାୟୀ, ପାକିସ୍ଥାନ ୨୦୧୫ ମସିହାରେ ଭିଏତନାମ୍ କମ୍ପାନୀରୁ ଲିଜ୍ ସ୍ବରୂପ ବୋଇଙ୍ଗ-୭୭୭ ସମେତ ଦୁଇଟି ବିମାନ ନେଇଥିଲା। ହେଲେ ପାକିସ୍ଥାନ ବକେୟା ରାଶି ଦେବାରେ ବିଫଳ ହେବାରୁ ସ୍ଥାନୀୟ କୋର୍ଟଙ୍କ ଆଦେଶ ପରେ ବିମାନକୁ ଜବତ କରାଯାଇଛି। ଆଜି ବିମାନଟି କରାଚିରୁ ମାଲେସିଆରେ ପହଞ୍ଚିବା ପରେ ବୋଇଙ୍ଗ-୭୭୭ ପ୍ଲେନ୍କୁ ଜବତ କରାଯାଇଛି। ଜବତ ସମୟରେ ବିମାନରେ ଯାତ୍ରୀ ଥିଲେ, ତେବେ ସେମାନଙ୍କୁ ବାହାର କରାଯାଇଛି। ଏହି ବିମାନରେ ୧୮ଜଣ କ୍ରୁ କର୍ମଚାରୀ ମଧ୍ୟ ରହିଥିଲେ। ସମସ୍ତଙ୍କୁ ପ୍ରୋଟୋକଲ ଅନୁଯାୟୀ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍ରେ ରଖାଯିବ…
ଭୁବନେଶ୍ଵର: ଆଜି ରାଜ୍ୟରୁ ୨୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ବଲାଙ୍ଗୀରିରୁ ଏବଂ ସୁନ୍ଦରଗଡରୁ ୪୦ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବରଗଡରୁ ୨୫, ଅନୁଗୁଳରୁ ୨୦, କଟକରୁ ୧୭, ସମ୍ବଲପୁରରୁ ୧୪, ଝାରସୁଗୁଡ଼ାରୁ ୧୨, ଖୋର୍ଦ୍ଧାରୁ ୧୦, ପୁରୀରୁ ୧୦, କେନ୍ଦ୍ରାପଡାରୁ ୯, ମୟୂରଭଞ୍ଜରୁ ୯, ବାଲେଶ୍ବରରୁ ୮, କେନ୍ଦୁଝରରୁ ୭, ଯାଜପୁରରୁ ୬, ଭଦ୍ରକରୁ ୫, ଜଗତସିଂହପୁରରୁ ୪, ନୂଆପଡାରୁ ୪, ଦେବଗଡ଼ରୁ ୩, ଢେଙ୍କାନାଳରୁ ୨, ଗଞ୍ଜାମରୁ ୨, ସୋନପୁରରୁ ୨, କଳାହାଣ୍ଡିରୁ ୧, ନବରଙ୍ଗପୁରରୁ ୧, ନୟାଗଡରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟପୁଲରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୯ ହଜାର ୮୮ ଜଣ ସୁସ୍ଥ ହୋଇ…
ଭୁବନେଶ୍ୱର: ବହୁ ପ୍ରତିକ୍ଷିତ କୋଭିଡ୍-୧୯ ଟିକାକରଣର ଶନିବାର ଶୁଭାରମ୍ଭ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି। ଟିକାକରଣ ନିମନ୍ତେ ରାଜଧାନୀରେ ୬ଟି ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ଚୟନ କରାଯାଇଥିବା ବେଳେ ଏହା ମଧ୍ୟରେ ରହିଛି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍। ପୂର୍ବରୁ କୋଭିଡ୍-୧୯ ଭାକ୍ସିନ୍ ‘କୋଭାକ୍ସିନ୍’ ର କ୍ଲିନିକାଲ୍ ଟ୍ରାଏଲ୍ ନିମନ୍ତେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍କୁ ମନୋନୀତ କରାଯାଇଥିଲା। ଶନିବାର ସକାଳେ ଦେଶବ୍ୟାପୀ ଆରମ୍ଭ ହେବାକୁ ଥିବା ଟିକାକରଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲୀ ଉଦ୍ଘାଟନ କରିବା ପରେ ସମ୍ ହସ୍ପିଟାଲ୍ରେ ୧୦୦ ଜଣ ସ୍ୱାସ୍ଥ୍ୟ ସେବା କର୍ମୀଙ୍କୁ କୋଭାକ୍ସିନ୍ ଟୀକା ପ୍ରଦାନ କରାଯିବ। ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ୍ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କୁ ପ୍ରଥମ ଟିକା ପ୍ରଦାନ କରାଯିବ ଏବଂ ତା’ ପରେ ଦିନସାରା ଟିକାକରଣ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୮୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୩୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ନୂଆଦିଲ୍ଲୀ: କୃଷକ ସଂଗଠନ ଏବଂ କେନ୍ଦ୍ର ସରକାର ମଧ୍ୟରେ ଆଜି ନବମ ପର୍ଯ୍ୟାୟ ଆଲୋଚନା ପୁନର୍ବାର ବିଫଳ ହୋଇଛି। କେନ୍ଦ୍ରୀୟ ବିଜ୍ଞାନ ଭବନରେ ଚାଲିଥିବା ଏହି ଆଲୋଚନାରେ କୌଣସି ନିଷ୍କର୍ଷ ବାହାରିପାରିନାହିଁ। ସଂଗଠନ ତିନି ଆଇନକୁ ରଦ୍ଦ କରିବା ପାଇଁ ଅଡି ବସିଥିବା ବେଳେ କେନ୍ଦ୍ର ଏଥିରେ ରାଜି ହୋଇନାହିଁ। ଆଜିର ବୈଠକରେ ଦୁଇ ପକ୍ଷ ନିଜ ନିଜର ଜିଦରେ ଅଟଳ ରହିଛନ୍ତି। ତେବେ ପୁଣି ଆସନ୍ତା ୧୯ ତାରିଖରେ ଦଶମ ପର୍ଯ୍ୟାୟ ଆଲୋଚନା ହେବ। ଏହି ଦିନ ଅପରାହ୍ନ ୧୨ ଟାରେ ଆଲୋଚନା ଲାଗି କେନ୍ଦ୍ରୀୟ ବିଜ୍ଞାନ ଭବନରେ ବୈଠକ ବସିବ।
ବ୍ରିସବେନ: ପୁଣି ଭାରତୀୟ ଖେଳାଳିଙ୍କ ଉପରେ ଅପଶବ୍ଦ ପ୍ରୟୋଗ କରିଛନ୍ତି ଅଷ୍ଟ୍ରେଲିଆ ଦର୍ଶକ। ବ୍ରିସବେନରେ ଖେଳାଯାଉଥିବା ଅଷ୍ଟ୍ରେଲିଆ-ଭାରତ ଚତୁର୍ଥ ଟେଷ୍ଟରେ କିଛି ଅଷ୍ଟ୍ରେଲିଆ ଦର୍ଶକ ଭାରତୀୟ ଖେଳାଳିଙ୍କ ସହିତ ଖରାପ ବ୍ୟବହାର କରିଛନ୍ତି। ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ କିଛି ଦର୍ଶକ ୱାସିଙ୍ଗଟନ ସୁନ୍ଦର ଏବଂ ମହମ୍ମଦ ସିରାଜଙ୍କୁ ଅପଶବ୍ଦରେ ଗାଳି କରିଛନ୍ତି। ଏହି ଦୁଇ ଖେଳାଳି ପଡିଆର ସୀମା ରେଖାରେ ଫିଲଡିଙ୍ଗ କରୁଥିବା ବେଳେ ଦର୍ଶକମାନେ ଏଭଳି ଖରାପ ବ୍ୟବହାର କରିଥିଲେ। ଅଷ୍ଟ୍ରେଲିଆର ଏକ ଖବର କାଗଜରେ ପ୍ରକାଶିତ ହେବା ପରେ ଏହା ଜଣାପଡିଲା। ପ୍ରକାଶିତ ଖବର ଅନୁଯାୟୀ, କିଛି ଦର୍ଶକ ୱାସିଙ୍ଗଟନ ସୁନ୍ଦରକୁ ଗାଳି ଦେବା ସହିତ ହୋ ହଲ୍ଲା କରାଯାଉଛି ବୋଲି କେଟ ନାମକ ଏକ ଦର୍ଶକ ସୂଚନା ଦେଇଥିଲେ।
କୋଲକୋତା: ଆଉ ଜଣେ ତୃଣମୁଳ କଂଗ୍ରେସ ସାଂସଦ ଦଳ ଛାଡିବା ନେଇ ଆଲୋଚନା ହେଉଛି। ସାଂସଦ ଶତାବ୍ଦୀ ରାୟ ଦଳ ଛାଡିବା ନେଇ ଆଲୋଚନା ଜୋର ଧରିଛି। ସେ ଦଳ ଉପରେ ଅସନ୍ତୋଷ ଥିବାରୁ ଏଭଳି ଆଲୋଚନା ହେଉଛି। ଶତାବ୍ଦୀ ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ, ତାଙ୍କୁ କୌଣସି କାମ କରିବା ପାଇ ଦିଆଯାଉ ନାହିଁ। ଏହା ଭିତରେ ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଯୋଜନା କରିଛନ୍ତି। ତେବେ ଏନେଇ ତାଙ୍କୁ ପଚରାଯିବାରୁ ସେ କହିଲେ ଯେ, ଜଣେ ସାଂସଦ ହିସାବରେ ମୁଁ କାହା ସହିତ ବି ଭେଟି ପାରିବି। ଏଥିରେ କଣ ଅସୁବିଧା ଅଛି? ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦଳ ମତେ ତିଆରି କରି ନାହିଁ। ପୂର୍ବରୁ ମୁ ଜଣେ ଷ୍ଟାର ଥିଲି। ମତେ ଦଳ ପକ୍ଷରୁ ଏକ ରୋଡ ଶୋ’ ପାଇଁ ଡକାଯାଇଥିଲା। ତାପରେ ମମତା ବାନାର୍ଜୀ ମତେ ଦଳରେ…
ଭୁବନେଶ୍ବର: ଆସନ୍ତାକାଲି ସମଗ୍ର ଦେଶରେ କରୋନା ଟିକାକରଣ ଲାଗି ପ୍ରଧାନମନ୍ତ୍ରୀ ଶୁଭ ଉଦଘାଟନ କରିବେ। ଉଦଘାଟନ ପରେ ରାଜ୍ୟରେ ଟିକାକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ରାଜ୍ୟରେ ମୋଟ ୧୬୧ ଟି କେନ୍ଦ୍ରରେ ଟିକାକରଣ କରାଯିବ। ସେଥିପାଇଁ ଅବଜରଭେସନ ରୁମ, ୱେଟିଙ୍ଗ ରୁମ ଏବଂ ଟିକାକରଣ ଗୃହକୁ ପ୍ରସ୍ତୁତ କରାଯାଇଛି। ୫ ଜଣିଆ ଟିମକୁ ଟିକାକରଣ ଲାଗି ପ୍ରଶିକ୍ଷଣ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ ପ୍ରତ୍ୟେକ ଜିଲ୍ଲାକୁ ପଠାଯାଇଛି। ଗାଇଡଲାଇନ ଅନୁସାରେ ୧୮ ବର୍ଷରୁ କମ ବୟସ୍କ ପିଲାଙ୍କୁ ଟିକା ନେବା ପାଇଁ ବାରଣ କରାଯାଇଛି। ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଟିକା ନେବା ପାଇଁ ବାରଣ କରାଯାଇଛି। ଅସୁସ୍ଥ ବା ଚିକିତ୍ସାଧୀନ ଲୋକଙ୍କୁ ଟିକାକରଣ ଲାଗି ଅନୁମତି ନାହିଁ। ୧୪ ଦିନ ପୂର୍ବରୁ ଅନ୍ୟ କୌଣସି ଟିକା ନେଇଥିଲେ କୋଭିଡ଼ ଟୀକା ନେବାକୁ ବାରଣ କରାଯାଇଛି। କୋଭିଡ଼…
ନୂଆଦିଲ୍ଲୀ: ଆଜିଠାରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅଭିଯାନର ଶୁଭାରାମ୍ଭ କରିଛନ୍ତି। ସେ ‘ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍’ର ପ୍ରତିନିଧିମାନଙ୍କୁ ଭେଟି ପାଣ୍ଠି ସଂଗ୍ରହ ଅଭିଯାନର ଶୁଭାରାମ୍ଭ କରିଛନ୍ତି। ଦାନ ବାବଦକୁ ନିଜ ଆକାଉଣ୍ଟରୁ ମୋଟ ୫ ଲକ୍ଷ ୧୦୦ ଟଙ୍କାର ଚେକ ଦେଇଛନ୍ତି ରାଷ୍ଟ୍ରପତି। ତେବେ ସମଗ୍ର ଦେଶରେ ମନ୍ଦିର ନିର୍ମାଣ ଲାଗି ପାଣ୍ଠି ସଂଗ୍ରହ କରାଯିବ। ମୋଟ ୫୨,୫୦,୦୦ ଗାଁରେ ପାଣ୍ଠି ସଂଗ୍ରହ ଅଭିଯାନ ଚାଲିବ। ସଂଗୃହୀତ ଟଙ୍କା ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ୍ରେ ଜମା କରାଯିବ। ୨୦,୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ଦାନକୁ ଚେକ୍ ଆକାରରେ ଗ୍ରହଣ କରାଯିବ। ଏହା ଆଜି ଠାରୁ ଆରମ୍ଭ ହୋଇ ଫେବ୍ରୁଆରି ୨୭ ତାରିଖ ଦିନ ପର୍ଯ୍ୟନ୍ତ ଏହି ପାଣ୍ଠି ସଂଗ୍ରହ ଅଭିଯାନ ଚାଲିବ।
ଭୁବନେଶ୍ବର, ପର୍ଯ୍ୟଟନ ବିଭାଗ ତରଫରୁ ତିନିଦିନିଆ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଆରମ୍ଭ ହୋଇଛି। ଭୁବନେଶ୍ବର ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଏହି ଉତ୍ସବର ପ୍ରଥମ ସଂଧ୍ୟାରେ ଶିବ ସ୍ତୋତ୍ରରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ପଣ୍ଡିତ ମହେଶ୍ୱର ରାଓ ଓ ସାଥୀଙ୍କ ଦ୍ୱାରା ଏହି ସଂଗୀତ ପରିବେଷଣ କରାଯାଇଥିଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ମୀରା ଦାସଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ। ପ୍ରଥମେ ମଙ୍ଗଳାଚରଣ ପରେ ରାଗ ବିହ୍ଲରୀ ଓ ତାଳ ଏକତାଳୀରେ ପଲ୍ଲବୀ ପରିବେଷଣ କରିଥିଲେ। ସେହିପରି ଅଭିନୟ ପର୍ଯ୍ୟାୟରେ ରାମାୟଣର ଶବରୀ ଉପାଖ୍ୟାନ ପରିବେଷଣ କରିଥିଲେ। ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଓ ନୃତ୍ୟ ସଂରଚନା କରିଥିଲେ ନିଜେ ଗୁରୁ ମୀରା ଦାସ। ଯୁଗ୍ମ ନୃତ୍ୟ କାର୍ଯ୍ୟକ୍ରମରେ ପ୍ରୀତିସା ମହାପାତ୍ର ଓ ରିବ୍ଧିତା ବରୁଆଙ୍କ ଦ୍ୱାରା ପ୍ରଥମେ ଶିବସ୍ତୁତି ଜୟ ମହେଶ ପରେ ପରେ ପଲ୍ଲବୀ ଓ ଶେଷରେ…
ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆଜି କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ କରୁଛି। କଂଗ୍ରେସ ପକ୍ଷରୁ ଆଜି କୃଷକ ଅଧିକାର ଦିବସ ମଧ୍ୟ ପାଳନ କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କଂଗ୍ରେସ ସଡକ ଠାରୁ ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଠାରେ ବିରୋଧ କରିବା ଆରମ୍ଭ କରିଦେଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ବରେ ଆଜି ଦିଲ୍ଲୀ ରାଜଭବନ ଘେରାଉ କରିଛି। ଏହି ବିରୋଧ ଲାଗି କଂଗ୍ରେସ ପ୍ରଦେଶ ସଭାପତି ଅଜୟ କୁମାର ଲଲ୍ଲୁ, ଏମଏଲସି ଦୀପକ ସିଂହ, ଦିଲପ୍ରୀତ ସିଂହ ପ୍ରମୁଖ ବହୁ ନେତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି।
ଆଜି ଆର୍ମି ଦିବସ ଉପଲକ୍ଷେ କ୍ରୀଡାମନ୍ତ୍ରୀ କିରଣ ରିଜୁଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି
ବ୍ରିସବେନ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୨୭୪ ରନ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଲାବୁସେନ ୧୦୮ ରନର ଶତକୀୟ ପାଳି ଖେଳିଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ଯୋଡି ଡ଼େଭିଡ ୱାର୍ନର ଏବଂ ମାର୍କସ ହ୍ୟାରିସ ବ୍ୟାଟିଂରେ ବିଫଳ ହୋଇଥିଲେ ମଧ୍ୟ ମାର୍ନସ ଲାବୁସେନ ଓ ଷ୍ଟିଭ ସ୍ମିଥ ଖେଳକୁ ଆଗକୁ ବଢାଇଥିଲେ। କିନ୍ତୁ ସ୍ମିଥ ମାତ୍ର ୩୬ ରନରେ ୱାସିଙ୍ଗଟନ ସୁନ୍ଦରଙ୍କ ବଲରେ ଆଉଟ ହୋଇ ଅଷ୍ଟ୍ରେଲିଆର ସମସ୍ୟା ବଢାଇଥିଲେ। ସ୍ମିଥଙ୍କ ପରେ ମାଥ୍ଵୀ ୱାଡ଼େ ବ୍ୟାଟିଂ କରିବାକୁ ଆସିଥିଲେ। ଲାବୁସେନ ଏବଂ ୱାଡେଙ୍କ ଯୋଡି ଚା’ ପାନ ବିରତି ପର୍ଯ୍ୟନ୍ତ ଖେଳି ଦଳର ସ୍ଥିତିକୁ ମଜବୁଜ କରିଥିଲେ। କିନ୍ତୁ ବିରତି ପରେ ୱାଡେ ଟି ନଟରାଜନଙ୍କ ବଲରେ ଆଉଟ ହୋଇଯାଇଥିଲେ ଏବଂ ତାପରେ ଲାବୁସେନ ମଧ୍ୟ ନଟରାଜନଙ୍କ ବଲରେ ଆଉଟ…
ଭୁବନେଶ୍ବର: ଆଜି ରାଜ୍ୟରୁ ଦୁଇ ଜଣ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ଆଉ ଜଣେ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଛି। ଖୋର୍ଦ୍ଧାର ୬୯ ବର୍ଷୀୟ ପୁରୁଷଙ୍କ ଏହି ମହାମାରୀ ଯୋଗୁଁ ମୃତ୍ୟୁ ହୋଇଥିବା ବେଳେ। ସୁନ୍ଦରଗଡର ଜଣେ ୫୦ ବର୍ଷୀୟ ପୁରୁଷଙ୍କ କୋରୋନଜନିତ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୯୪୯କୁ ବୃଦ୍ଧି ହୋଇଥିବା ବେଳେ ୩ ଲକ୍ଷ ୨୮ ହଜାର ୮୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ରାଜ୍ୟରେ ମୋଟ ୨ ହଜାର ୧୬୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ଏବଂ ମୋଟ ୧୮୯୭ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ଦଶଟା ସମୟରେ ଭିଡିଓ କନଫରେନ୍ସ ଜରିଆରେ ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣ ଅଭିଯାନର ଶୁଭାରମ୍ଭ କରିବେ। ଦେଶର କୋଣଅନୁକୋଣରେ ପହଞ୍ଚିବାକୁ ଥିବା ଏହା ହେବ ବିଶ୍ବର ସର୍ବବୃହତ ଟୀକାକରଣ ଅଭିଯାନ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୋଟ ୩୦୦୬ଟି ଟୀକାକରଣ କେନ୍ଦ୍ର ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହେବେ। ଉଦଘାଟନୀ ଦିବସରେ ପ୍ରତ୍ୟେକ ଟୀକାକରଣ କେନ୍ଦ୍ରରେ ପାଖାପାଖି ୧୦୦ ଜଣ ହିତାଧିକାରୀଙ୍କୁ ଟୀକା ଦିଆଯିବ। ପ୍ରାଥମିକ ବର୍ଗଙ୍କୁ ପ୍ରଥମେ ଟୀକା ଦିଆଯିବାର ନୀତି ଉପରେ ଏହି ଟୀକାକରଣ ଅଭିଯାନ ଆଧାରିତ। ତେଣୁ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସମେତ ଉଭୟ ସରକାରୀ ଏବଂ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟସେବା କର୍ମୀମାନଙ୍କୁ ଏହି ପ୍ରଥମ ପର୍ଯ୍ୟାୟରେ ଟୀକା ଦିଆଯିବ। ଏହି ଟୀକାକରଣ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ କରାଯାଇଥିବା ଏକ ଅନଲାଇନ ଡିଜିଟାଲ ପ୍ଲାଟଫର୍ମ କୋ-ଓ୍ବିନକୁ…
ଭୁବନେଶ୍ବର: ରାଜ୍ୟରେ ଆଜି ୧୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୦୮ ଜଣ ଚିହ୍ନଟ ହୋଇଥିବାବେଳେ ୭୮ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୯୪୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୮ ହଜାର ୮୩୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୧୬୬ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୯୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୬ ଟି ଜିଲ୍ଲାରୁ ମୋଟ୍ ୧୮୬ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୫ ହଜାର ୫୯୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୯୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୫ ଲକ୍ଷ ୨୭ ହଜାର ୬୮୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୧ ହଜାର ୯୧୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୬୨ ହଜାର ୭୩୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୧୩ ହଜାର ୨୭ ଆକ୍ଟିଭ୍ କେସ୍ ରହିଛି।

