ଲକ୍ଷ୍ନୌ: ଗୁଜୁରାଟ କ୍ୟାଡେରର ପୂର୍ବ ଆଇଏସ ଅଧିକାରୀ ଅରବିନ୍ଦ କୁମାର ଶର୍ମା ରାଜନୀତିରେ ପାଦ ଦେଇଛନ୍ତି। ଅରବିନ୍ଦ ଶର୍ମା ଆଜି ଲକ୍ଷ୍ନୌରେ ବିଜେପିରେ ସାମିଲ ହୋଇଛନ୍ତି। ଉତ୍ତରପ୍ରଦେଶର ମଊ ଜିଲ୍ଲାର ଅରବିନ୍ଦ ୨୦୨୨ରୁ ଅବସର ନେଇଥାନ୍ତେ। ହେଲେ ହଠାତ ସେ ସ୍ଵେଚ୍ଛାକୃତ ଭାବେ ଅବସର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତି ବିଶ୍ଵସ୍ତ ଅଧିକାରୀ ଥିଲେ ଶର୍ମା। ବିଜେପିର ସଦସ୍ୟତା ନେବା ପରେ ଶ୍ରୀ ଶର୍ମା କହିଛନ୍ତି ଯେ, ମୁଁ ମଊର ଏକ ପଛୁଆ ଗାଁରୁ ଆସିଛି। ଦଳ ମତେ ଯେଉଁ ଦାୟିତ୍ଵ ଦେବେ ମୁଁ ତାକୁ ପୂରଣ କରିବାକୁ ଚେଷ୍ଟା କରିବି। ଗତକାଲି ରାତିରେ ମତେ ବିଜେପିର ସଦସ୍ୟତା ପାଇଁ ଅବଗତ କରାଯାଇଥିଲା। ଉଲ୍ଲେଖ ଯୋଗ୍ୟ ଯେ, ଅରବିନ୍ଦ କୁମାର ଶର୍ମା ୧୯୮୮ ବ୍ୟାଚ ଗୁଜୁରାଟ କ୍ୟାଡରର ଆଇଏଏସ ଅଧିକାରୀ ଅଟନ୍ତି। ସେ ୨୦୦୧ ରୁ ୨୦୧୩ ପର୍ଯ୍ୟନ୍ତ ଗୁଜୁରାଟର ନରେନ୍ଦ୍ର ମୋଦୀଙ୍କ ସାଥିରେ ବିଭିନ୍ନ ପଦବୀରେ…
Author: Samikhsya Bureau
ଭୁବନେଶ୍ବର, ବହୁଦିନ ପରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ କଳାହାଣ୍ଡି ଗସ୍ତ କରିଥିଲେ। କରୋନା ପାଇଁ ମୁଖ୍ୟମନ୍ତ୍ରୀ କେବଳ ଭୁବନେଶ୍ବର ପୁରୀ ଭିତରେ ତାଙ୍କର ଗସ୍ତକୁ ସୀମିତ ରଖିଥିଲେ। ଯାହା ସବୁ କାର୍ଯ୍ୟ ଭିଡିଓ କନଫ୍ରେସିଂ ମାଧ୍ୟମରେ କରୁଥିଲେ। କଳାହାଣ୍ଡି ଗସ୍ତ କରି ଦୁଇ ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ସହିତ ଜନସମାବେଶକୁ ଉଦବୋଧନ ଦେଇଥିଲେ। ତେବେ ଏହି ଉଦବୋଧନ ଦେବା ବେଳେ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ କଳାହାଣ୍ଡି ଗସ୍ତ ବେଳେ ଏକ ବଡ ଘଟଣାକୁ ମନେ ପକାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁ ୯୦ ଦଶକରେ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ଭବାନୀପାଟଣା ଗସ୍ତ ସମୟରେ କିଛି ପିଲା ତାଙ୍କ ଉପରକୁ ପଥର ମାଡ କରିଥିଲେ। ବିଜୁ ବାବୁ ତାଙ୍କ ବିଶାଳ ହୃଦୟରେ ସେହି ପିଲାମାନଙ୍କୁ କ୍ଷମା କରିଥିଲେ। ପରେ ତାଙ୍କ ପୁଅ ଭାବରେ ମୁଁ ଯେତେବେଳେ ଏ ବିଷୟରେ ତାଙ୍କୁ ପଚାରି ଥିଲି, ସେତେବେଳେ ବିଜୁବାବୁ କହିଥିଲେ “Nothing to…
ଭୁବନେଶ୍ବର: ଆଜି ବାଲେଶ୍ଵରର ପୂର୍ବତନ ବିଜେଡ଼ି ବିଧାୟକ ଜୀବନ ପ୍ରଦୀପ ଦାସ ବିଜେପିରେ ଯୋଗ ଦେଇଛନ୍ତି। ସେ ବିଧିବଦ୍ଧ ଭାବେ ବିଜେପିରେ ସଦସ୍ୟତା ଗ୍ରହଣ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ପ୍ରଦୀପ ବିଜେପିରେ ସାମିଲ ହୋଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଜୀବନ ପ୍ରଦୀପ ବାଲେଶ୍ବରରୁ ବିଜେଡ଼ି ଟିକେଟରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ଜୀବନ ବିଜେପି ଦଳ ପାଇଁ କାର୍ଯ୍ୟ କରୁଥିଲେ। ଗତ ଉପ ନିର୍ବାଚନରେ ସେ ବିଜେପିକୁ ପରୋକ୍ଷ ଭାବେ ସମର୍ଥନ କରୁଥିବା ଅଭିଯୋଗ ହୋଇଥିଲା। ଫଳରେ ବିଜେଡ଼ି ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା।
ଭୁବନେଶ୍ବର, କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ଆଜି ବିକାଶର ମଡେଲ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କଳାହାଣ୍ଡିରେ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। ଆଜି ୫୪ଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ବେଳେ, ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ଜୟପାଟଣା ବ୍ଲକ୍ର ମଙ୍ଗଳପୁରଠାରେ ଆୟୋଜିତ ସଭାରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ, ବିଜୁ ବାବୁଙ୍କର କଳାହାଣ୍ଡି ସହିତ ସଂପର୍କର ସ୍ମୃତିଚାରଣ କରିଥିଲେ। କୃଷି କ୍ଷେତ୍ରରେ କଳାହାଣ୍ଡିର ବିକାଶର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଏବେ ଭାତହାଣ୍ଡି ହୋଇଛି । କଳାହାଣ୍ଡି ଧାନ ଉତ୍ପାଦନରେ ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ, ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ମଧ୍ୟ ଚାଉଳ ଯୋଗାଉଛି। ୧୦ଟି ରାଜ୍ୟ କେନ୍ଦ୍ରୀୟ ଭଣ୍ଡାରକୁ ଯେତିକି ଚାଉଳ ଯୋଗାଉଛନ୍ତି,…
ଭୁବନେଶ୍ବର, ସରକାରୀ ସେବାକୁ ଗ୍ରାମାଞ୍ଚଳରେ ପହଁଚାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଏକ ଭିନ୍ନ ପଦକ୍ଷେପ। ଆଜି ଓଡିଶା କଂପୁଟର ଆପ୍ଲିକେସନ ସେଣ୍ଟର, ଶ୍ରେୟୀ ସଂସ୍ଥା ସହିତ ଏକ ବୁଝାମଣା ସ୍ବାକ୍ଷରିତ ହୋଇଛି। ଏହା ଅନୁସାରେ ଶ୍ରେୟୀ ସଂସ୍ଥା ଗ୍ରାମାଞ୍ଚଳରେ ବିଭିନ୍ନ ଡିଜିଟାଲ କେନ୍ଦ୍ର ସ୍ଥାପନ କରି ଲୋକଙ୍କୁ ସମସ୍ତ ସରକାରୀ ସହୟତା ଯୋଗାଇ ଦେବେ। ଫଳରେ ଲୋକମାନେ ଆଉ ସରକାରୀ ଅଫିସକୁ ନ ଆସି ସେମାନେ ନିଜ ଗାଁ ରେ ସବୁ କାମ କରିପାରିବେ।
ସିଡନୀ: ଭାରତୀୟ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ଵିନୀଙ୍କୁ ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଅଧିନାୟକ ସ୍ଲେଜିଙ୍ଗ କରିଥିଲେ। ଏହି ଘଟଣାରେ ଅଧିନାୟକ ଟିମ ପେନଙ୍କ ଉପରେ ପୂର୍ବ ଅଧିନାୟକ ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ ଜଣେ ରାଷ୍ଟ୍ରୀୟ ଦଳର ଅଧିନାୟକଙ୍କୁ ଏଭଳି ବ୍ୟବହାର ଶୋଭା ଦେଖା ଯାଉନାହିଁ। ପେନଙ୍କ ଅଧିନାୟକତ୍ଵ ଆଉ ମାତ୍ର କିଛି ଦିନ ରହିଲା। ତେବେ ଗଭାସ୍କରଙ୍କ ଏହି ଟିପ୍ପଣୀ ପରେ ପେନ କହିଥିଲେ ଯେ, ଗାଭାସ୍କର କହିଥିବା ମନ୍ତବ୍ୟକୁ ମୁଁ ଶୁଣିଛି। ହେଲେ ଏହି ମାମଲାରେ ମୁଁ ମୁଣ୍ଡ ଖେଳାଇବାକୁ ଚାହୁଁନି, ଗାଭାସ୍କରଙ୍କ ସହ ବାକ୍ ଯୁଦ୍ଧ କରିବାକୁ ମୋର ଇଚ୍ଛା ନାହିଁ। ସେ ଆହୁରି କହିଲେ ଯେ, ଆଗାମୀ ସମୟରେ ସେ ନମ୍ରତାର ସହ ହସି ହସି ଖେଳିବେ। ସେହି ଦିନ ମୁଁ ଖେଳରେ ବେଶୀ ପ୍ରଭାବିତ ହୋଇପଡିଥିଲି। ତେବେ ଏହି ମାମଲାରେ ପେନ ସର୍ବସାଧାରଣଙ୍କ ସାମ୍ନାରେ କ୍ଷମା ମାଗି ସାରିଛନ୍ତି।
କରୋନା ଟିକାକୁ କେନ୍ଦ୍ର ସରକାର ଅନୁମୋଦ କରିବା ପରେ ପୁନାସ୍ଥିତ ସେରମ ଅନୁଷ୍ଠାନର କର୍ମଚାରୀଙ୍କ ଫଟୋସେସନ
ଭୁବନେଶ୍ବର: ରାଜ୍ୟରେ ଆଜି ୨୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୨୭ ଜଣ ଚିହ୍ନଟ ହୋଇଥିବାବେଳେ ୯୫ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୭୬୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୮ ହଜାର ୬୨୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୧୯୨ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୯୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୩ ଟି ଜିଲ୍ଲାରୁ ମୋଟ୍ ୨୨୨ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ଅନୁଗୁଳରୁ ୨୮,…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୬ ହଜାର ୯୪୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୯୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୫ ଲକ୍ଷ ୧୨ ହଜାର ୯୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୧ ହଜାର ୭୨୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୪୬ ହଜାର ୭୬୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୧୩ ହଜାର ୬୦୩ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର, ଆଜିଠାରୁ ତିନିଦିନ ଧରି ଭୁବନେଶ୍ବରର ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହେବ ମୁକ୍ତେଶ୍ବର ନୃତ୍ୟ ଉତ୍ସବ। ଏହି ଉତ୍ସବରେ ଓଡିଶୀ ସଂଗୀତ ଏବଂ ଓଡିଶୀ ନୃତ୍ୟ ପରିବେଷଣ କରାଯିବ। ଓଡିଶୀ ନୃତ୍ୟ ପର୍ଯ୍ୟାୟରେ ଏକକ, ଦ୍ବୈତ ଏବଂ ବୃନ୍ଦ ଓଡିଶୀ ରହିଛି। ପ୍ରତିବର୍ଷ ଓଡିଶା ପର୍ଯ୍ୟଟନ ବିଭାଗ ତରଫରୁ ଏହି ଉତ୍ସବ ଆୟୋଜିତ ହୋଇ ଆସୁଛି। ଏହି ଉତ୍ସବରେ ମୀରା ଦାସ, ରିବିଦତା ବରୁଆ, ପ୍ରୀତିଶା ମହାପାତ୍ର, ରମେଶ ଜେନା, ଶତାଦ୍ଦୀ ମଲ୍ଲିକ, ସୋନାଲୀ ମହାପାତ୍ର, ଶ୍ରୀପୁନ୍ୟ ମହାନ୍ତି ଏବଂ ଜୋତ୍ସାରାଣୀ ସାହୁ ପ୍ରମୁଖ ନୃତ୍ୟ ପରିବେଷଣ କରିବେ। ଆସନ୍ତାକାଲି କୋଲକାତାର ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଡୋନା ଗାଙ୍ଗୁଲି ଏବଂ ତାଙ୍କର ସାଥୀମାନେ ବୃନ୍ଦ ଓଡିଶୀ ନୃତ୍ୟ ପରିବେଷଣ କରିବେ।
ଭୁବନେଶ୍ବର, ବହୁ ମାସ ପରେ ଆଜି କଳାହାଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ । କରୋନା ପାଇଁ ସେ କେବଳ ପୁରୀ ଭୁବନେଶ୍ବର ବ୍ୟତିତ ବାହାରକୁ ଯାଇ ନ ଥିଲେ। ଆଜି ନବୀନ ହେଲକାପ୍ଟର ଯୋଗେ ଦିନ ଦିନ ୧୧ଟା ୨୫ ମିନିଟରେ କଳାହାଣ୍ଡିର ଜୟପାଟଣା ବ୍ଲକ କନକପୁର ଠାରେ କରାଯାଇଥିବା ଅସ୍ଥାୟୀ ହେଲିପ୍ୟାଡରେ ପହଂଚିବେ। ସେ ସେଠାରେ ଡିଜିଟାଲ ମାଧ୍ୟମରେ ଶିଳାନ୍ୟାସ ସହିତ ଜନସମାଗମକୁ ଉଦବୋଧନ ଦେବେ। ନବୀନ କଳାହାଣ୍ଡିବାସୀଙ୍କୁ ୧୦୬ଟି ପ୍ରକଳ୍ପ ଭେଟି ଦେବେ ନବୀନ । ଯେଉଁଥିପାଇଁ ବ୍ୟୟ ଅଟକଳ ରଖାଯାଇଛି ୨ ହଜାର ୮୫ କୋଟି ଟଙ୍କା। ଏଥିରେ ୧ ହଜାର ୬୫ କୋଟି ଟଙ୍କାର ୫୪ଟି ପ୍ରକଳ୍ପର ଉଦ୍ଘାଟନ ହେବ ଏବଂ ୧ ହଜାର ୨୦ କୋଟିର ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରାଯିବ । ସେଥିରେ ରହିଛି, ୯୮୬ କୋଟି ୭୧ ଲକ୍ଷ ଟଙ୍କାରେ ନିର୍ମିତ ପର୍ବତଗିରି ଉଠାଜଳସେଚନ ପ୍ରକଳ୍ପ । ଏହି…
ଭୁବନେଶ୍ୱର, କେନ୍ଦ୍ର ମୋଦି ସରକାର ପ୍ରଣୟନ କରିଥିବା ୩ ଗୋଟି କଳା କୃଷି ଆଇନ୍ ଯୋଗୁଁ ଦେଶର ୬୨ କୋଟି କୃଷକ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି । ଏହି କଳା ଆଇନ୍ର ପ୍ରତ୍ୟାହାର ଦାବିରେ ଲକ୍ଷ ଲକ୍ଷ କୃଷକ ଦିଲ୍ଲୀ ସୀମାରେ ୫୦ ଦିନ ଧରି ଧାରଣା ଓ ବିକ୍ଷୋଭ ଜାରି ରଖିଛନ୍ତି। ପ୍ରବଳ ଥଣ୍ଡା, ଅଦିନିଆ ବର୍ଷା ଓ କୁଆପଥର ବୃଷ୍ଟି ଯୋଗୁଁ ପାଖାପାଖି ୬୦ ଜଣ କୃଷକ ମୃତ୍ୟୁବରଣ କଲେଣି । ତା ସତ୍ୱେ ନିଜ ଜିଦ୍ରେ ଅଟଳ କେନ୍ଦ୍ର ସରକାର ଭାରତର ଅନ୍ନଦାତାମାନଙ୍କର ଦୁର୍ଦ୍ଦଶା ପ୍ରତି କର୍ଣ୍ଣପାତ କରୁନାହାନ୍ତି । ଏ ମଧ୍ୟରେ ୮ ଥର ବିଭାଗୀୟ ମନ୍ତ୍ରୀମାନଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ଅନ୍ନଦାତାଙ୍କ ଦାବି ପ୍ରତି ସରକାର ତିଳେମାତ୍ର ଉଦାର ମନୋଭାବ ପୋଷଣ କରିନାହାନ୍ତି । ଏଭଳି ମୁହୁର୍ତରେ ସେହି ଅନ୍ନଦାତାମାନଙ୍କ ପଛରେ ଦୃଢ଼ ଭାବରେ ଛିଡା ହେବା ପାଇଁ କଂଗ୍ରେସ…
ଅଯୋଧ୍ୟା, ଆମର ହିନ୍ଦୁ ଧର୍ମରେ ପ୍ରଭୁଙ୍କୁ ପରିକ୍ରମା ରହିବାର ବିଧି ରହିଛି। ବିଶ୍ବାସ ରହିଛି ଯେ ଠାକରୁଙ୍କ ଚାରିପାଖରେ ପରିକ୍ରମା କଲେ ସବୁ ପାପର ବିନାସ ହୋଇଥାଏ। ତେବେ ଏହି ପରିକ୍ରମା ଠାକୁର ଦର୍ଶନର ଏକ ଅପରିହାର୍ଯ୍ୟ ପରମ୍ପରା ଏବଂ ଆଜି ମଧ୍ୟ ପୂଜା ବେଳେ ଏହା ପାଳନ କରାଯାଏ। ଏଥି ସହିତ, ଯଦି ଆମେ ଏହାକୁ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିବା, ତେବେ ଶାରୀରିକ ଶକ୍ତି ବିକାଶରେ ମନ୍ଦିର ଚାରିପଟେ ଚାଲିଚାଲି ବୁଲିବା ବିଶେଷ ମହତ୍ବ ରହିଛି। କେଉଁ ମନ୍ଦିରରେ କେତେ ଥର ପରିକ୍ରମା କରିବା ଆବଶ୍ୟକ: ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ପରିକ୍ରମା କରିବାର ବିଭିନ୍ନ ନିୟମ ବା ବିଧି ରହିଛି। ଅର୍ଥାତ ପୁରାଣରେ କେଉଁ ମନ୍ଦିର ଚାରିପଟେ କେତେଥର ପରିକ୍ରମା କରିବା ତାହା ଉଲ୍ଲେଖ କରାଯାଇଛି। ସେହି ଅନୁସାରେ ସୂର୍ଯ୍ୟ ଭଗବାନଙ୍କର 7 ଥର , ଶ୍ରୀ ଗଣେଶଙ୍କ 4 ଥର, ଭଗବାନ ବିଷ୍ଣୁଙ୍କ ଏବଂ ତାଙ୍କର ସମସ୍ତ ଅବତାରଙ୍କ…
ଭୁବନେଶ୍ବର, କଟକର ଖାନନଗର ଠାରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ। ଏଥିରେ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା। ମହାନ୍ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ୫-ଟି କାର୍ୟ୍ୟକ୍ରମ ଅଧୀନରେ ଏହା କାର୍ୟ୍ୟକାରୀ କରାଯିବ। ଆଗାମୀ ଜାନୁଆରୀ ୨୩ ତାରିଖ ଦିନ ନେତାଜୀଙ୍କ ଜୟନ୍ତୀ ପାଳନ କରାଯିବ ଏବଂ ଚଳିତ ବର୍ଷ ସମଗ୍ର ଦେଶ ନେତାଜୀଙ୍କର ୧୨୫ତମ ଜୟନ୍ତୀ ପାଳନ କରିବାକୁ ଯାଉଛି। ଆମ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ସେନାପତି ଓ ମହାନ୍ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଟକ ଓଡିଆ ବଜାରରେ ଜନ୍ମଗ୍ରହଣ କରିଥିଲେ ଏବଂ କଟକରେ ବାଲ୍ୟ ଶିକ୍ଷା ଲାଭ କରିଥିଲେ। ବାଦାମବାଡି ବସ୍ଷ୍ଟାଣ୍ଡ ଜନଗହଳି ବୃଦ୍ଧି ସହିତ ସ୍ଥାନାଭାବ ଦୃଷ୍ଟିରୁ ଜନସାଧାରଣ ଓ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ଅତ୍ୟାଧୁନିକ…
ଭୁବନେଶ୍ବର, ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ ହେଉଛି ମକର ସଂକ୍ରାନ୍ତିଙ୍କ ପର୍ବ । ମକର ସଂକ୍ରାନ୍ତି ପର୍ବ ସମଗ୍ର ଦେଶରେ ବିଭିନ୍ନ ରୂପରେ ଏବଂ ଭିନ୍ନ ଉପାୟରେ ପାଳନ କରାଯାଇଥାଏ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ଗତି କରନ୍ତି। ଏଥର ମକର ସଂକ୍ରାନ୍ତି ପର୍ବ 14 ଜାନୁଆରୀରେ ପାଳନ କରାଯିବ । ପରମ୍ପରା ଅନୁଯାୟୀ, ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରବେ ଏବଂ ଏହି ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୁଏ। ପୂଜା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ, ମାଙ୍ଗଳିକ ଭଳି କାର୍ଯ୍ୟ ମକର ସଂକ୍ରାନ୍ତିରେ ଆରମ୍ଭ ହୁଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମକର ସଂକ୍ରାନ୍ତି ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ମକର ସଂକ୍ରାନ୍ତି ଦିନ, ଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ଏହି ଦିନ ପବିତ୍ର ନଦୀ କିମ୍ବା ପାଣିରେ ସ୍ନାନ କରି ଦାନ ଦକ୍ଷିଣା…
ମେଷ ରାଶିଫଳ- ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ। ଆପଣ ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ଇଚ୍ଛା ହେତୁ ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ। ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ। ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରହିବ। ପରିବାରରେ ଖୁସିର ପରିବେଶ ରହିବ । ସ୍ୱାସ୍ଥ୍ୟ ଭଲ ହେବ। ସରକାରଙ୍କ ଦ୍ୱାରା ଲାଭ ହେବ। ସମ୍ମାନ ଏବଂ ପଦୋନ୍ନତି ସେଠାରେ ରହିବ। ସାଂସାରିକ ଜୀବନ ସୁଖୀ ହେବ। ବୃଷ ରାଶିଫଳ- ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ। ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି । ସାମାଜିକ କ୍ଷେତ୍ରରେ ଆପଣଙ୍କର ଖ୍ୟାତି ବୃଦ୍ଧି ପାଇବ। ପତ୍ନୀ ଏବଂ ପୁଅଙ୍କଠାରୁ ଆନନ୍ଦଙ୍କ ଖବର ଆସିବ। ଯେଉଁମାନେ…
ଭୁବନେଶ୍ବର, ପୂର୍ବତଟ ରେଳପଥ କେତେକ ସ୍ବତନ୍ତ୍ର ଟ୍ରେନର ସମୟରେ ପରିବର୍ତ୍ତନ କରିଛି। ପାଲାସା-ବିଶାଖାପାଟନମ୍-ପାଲାସା , ପାଲାସା-ଭୁବନେଶ୍ୱର-ପାଲାସା ଏବଂ ବିଶାଖାପାଟନମ୍-ରାୟାଗଡା-ବିଶାଖାପାଟନମ୍ ବିଶେଷ ଏକ୍ସପ୍ରେସ୍ ଟ୍ରେନର ସମୟ ସାରଣୀକୁ ଯାତ୍ରୀମାନଙ୍କ ସୁବିଧାପାଇଁ ୧୮ ଜାନୁୟାରୀ, ୨୦୨୧ ରୁ ନିମ୍ନଲିଖିତ ଅନୁଯାୟୀ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ ଯେଉଁ ପରିବର୍ତ୍ତନ ହୋଇଛି ତାହା ହେଲା ୦୮୫୩୧/୦୮୫୩୨ ପାଲାସା-ବିଶାଖାପାଟନମ୍-ପାଲାସା ବିଶେଷ ଏକ୍ସପ୍ରେସ ଟ୍ରେନ ଏହାର ନିର୍ଧାରିତ ସମୟ ସାରଣୀ ପରିବେର୍ତ୍ତେ ଜାନୁୟାରୀ ମାସ ୧୮ ତାରିଖ ଠାରୁ ପରିବର୍ତ୍ତିତ ସମୟ ସାରଣୀ ପଲାସା ଠାରୁ ସକାଳ ୫ ଘଟିକାରେ ଛାଡି ବିଶାଖାପାଟନମ ଠାରେ ପୂର୍ବାହ୍ନ ୯ଘ.୨୫ମି.ରେ ପହଞ୍ଚିବ ଏବଂ ବିଶାଖାପାଟନମ ଠାରୁ ଅପରାହ୍ନ ୫ଘ.୪୫ମି.ରେ ଛାଡି ପଲାସା ଠାରେ ରାତ୍ର ୧୦ ଘଟିକାରେ ପହଞ୍ଚିବ। ୦୮୪୩୪/୦୮୪୩୩ ପାଲାସା-ଭୁବନେଶ୍ୱର-ପାଲାସା ବିଶେଷ ଏକ୍ସପ୍ରେସ ଟ୍ରେନ ଏହାର ନିର୍ଧାରିତ ସମୟ ସାରଣୀ ପରିବେର୍ତ୍ତେ ଜାନୁୟାରୀ ମାସ ୧୮ ତାରିଖ ଠାରୁ ପରିବର୍ତ୍ତିତ ସମୟ ସାରଣୀ ପଲାସା ଠାରୁ ସକାଳ…
ନୂଆଦିଲ୍ଲୀ, ପ୍ରତି ଗୁରୁବାର ଦିନ ଅନେକଙ୍କ ପାଇଁ ବେଶ୍ ମହତ୍ବପୂର୍ଣ୍ଣ। ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଗୁରୁବାର ଦିନଟି ଗୁରୁତ୍ବ ରହିଛି। ସେଥିପାଇଁ ଅନେକ ଗୁରୁବାର ଦିନ କେବେ ବି ଆମିଷ ଭକ୍ଷଣ କରନ୍ତି ନାହିଁ। ଏପରିକି ଗୁରୁବାର ଦିନଟି ପୂଜାପାଠରେ ନିଜକୁ ନିୟୋଜିତ ରଖନ୍ତି। ଏଥିସହିତ ଗୁରୁବାର ଦିନ ମାତ୍ର ଚାରୋଟି କଥା ଧ୍ୟାନ ଦେଲେ ତାହା ବହୁ ମାତ୍ରାରେ ସଫଳତା ପ୍ରଦାନ କରିଥାଏ। ଝିଅମାନେ ଅଧିକାଂଶ ସମୟରେ ହାତରେ ସବୁଜ ଚୁଡି ଏବଂ ପ୍ରତି ଗୁରୁବାର ଦିନ ହଳଦିଆ ଏବଂ ଶୁକ୍ରବାର ଦିନ ଧଳା ପୋଷାକ ପିନ୍ଧିବା ଉଚିତ୍ ଭଗବାନ ବିଷ୍ଣୁ ଏବଂ ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫଟୋ ସାମ୍ନାରେ ଶୁକ୍ଲ ପକ୍ଷ ଗୁରୁବାର ଦିନ ‘ଓଁ ଲକ୍ଷ୍ମୀ ନାରାୟଣ ନାମଃ ଜପ କରନ୍ତୁ ଏବଂ ପ୍ରତି ଗୁରୁବାର ଦିନ 3 ମାସ ପର୍ଯ୍ୟନ୍ତ ମନ୍ଦିରେ ଭୋଗ ନୈବେଦ୍ୟ ପ୍ରଦାନ କରନ୍ତୁ ଗୁରୁବାର ଦିନ କୃଷ୍ଣ ମନ୍ଦିରରେ ବଂଶୀ ଏବଂ…
ନୂଆଦିଲ୍ଲୀ, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବ୍ରହ୍ମାଙ୍କର ଅନୁଗ୍ରହରେ ଗୋଟିଏ ରାଶିର ବ୍ୟକ୍ତିଙ୍କର ମକର ସଂକ୍ରାନ୍ତି ପରେ ଭାଗ୍ୟ ଚମିକବାର ସମ୍ଭାବନା ଦେଖାଦେଇଛି। ଏହି ରାଶିର ବ୍ୟକ୍ତିମାନେ ନୂତନ କାର୍ଯ୍ୟ କରିବାକୁ ଏକ ସୁଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ ଏବଂ ସମସ୍ତ କାର୍ଯ୍ୟରେ ସଫଳ ହେବେ। ଛାତ୍ରଛାତ୍ରୀମାନେ ଶ୍ରେଣୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ। ଯେଉଁ ରାଶିର ଭାଗ୍ୟ ଉଜ୍ଜଳ ହେବାକୁ ଯାଉଛି ତାହା ହେଲା ମେଷ ରାଶି। କାର୍ଯ୍ୟକ୍ଷେତ୍ରରେ ଯତ୍ନର ସହିତ କାର୍ଯ୍ୟ କରନ୍ତୁ, ସଫଳତା ପାଇବେ। ଦୀର୍ଘ ଦିନ ଧରି ଥିବା ପାରିବାରିକ ସମସ୍ୟାର ସମାଧାନ ହେବ। ଆପଣଙ୍କ ପାଇଁ ସମୟ ବେଶ୍ ଅନୁକୂଳ ଅଟେ। ଆପଣଙ୍କର ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ।
ନୂଆଦିଲ୍ଲୀ, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଭଗବାନ ସୂର୍ଯ୍ୟଦେବଙ୍କ କୃପାରୁ ଏହି ରାଶିର ବ୍ୟକ୍ତିମାନଙ୍କର ମୂଳ ସ୍ଥାନ ପୂର୍ଣ୍ଣ ହେବ। ବେରୋଜଗାର ଯୁବକମାନେ ରୋଜଗାରର ସୁଯୋଗ ପାଇବେ। ଏହି ରାଶିର ଲୋକମାନେ ବହୁତ ଭଲ ଖବର ପାଇବାର ସୁଯୋଗ ଅଛି। ପରିବାରରେ ଶାନ୍ତିର ପରିବେଶ ରହିବ। ଆପଣ ବ୍ୟକ୍ତିଗତ ସଂପର୍କରେ ଏକ ଅନୁକୂଳ ପରିସ୍ଥିତିରେ ରହିବେ, ଫଳସ୍ୱରୂପ ସମ୍ପର୍କ ଧୀରେ ଧୀରେ ଦୃଢ ରହିବ। ଯାହା ଦ୍ବାରା ଆପଣ ସମ୍ପର୍କରେ ମଧୁରତା ସୃଷ୍ଟି କରିବାରେ ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ସମର୍ଥ ହେବେ। ଆପଣ ଯେକୌଣସି ଇଚ୍ଛିତ ସ୍ଥାନକୁ ସେମାନଙ୍କ ସହିତ ଯିବାକୁ ପ୍ରସ୍ତୁତ ହେବେ। ତଥାପି ଏଥିପାଇଁ ଆପଣଙ୍କୁ କିଛି ଅତିରିକ୍ତ ସମୟ ଏବଂ ଅର୍ଥ ବିନିଯୋଗ କରିବାକୁ ପଡିବ। ବର୍ଷ ବର୍ଷ ଧରି ଚାଲିଆସୁଥିବା କୋର୍ଟ ମାମଲା ଆପଣଙ୍କ ସପକ୍ଷରେ ଆସିବ। ଆପଣ ଆପଣଙ୍କର ନିଷ୍ପତ୍ତିରେ ରହିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟରେ ଆପଣ ବହୁତ ଲାଭବାନ ହେବେ। ପାରିବାରିକ ପରିବେଶ…
ଲାଇକେରା, ସୁନ୍ଦରଗଡ଼ ଜିଲ୍ଲା ଲଇକେରା ବ୍ଲକର ୩ଟି ସ୍କୁଲରେ ୧୯ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ବ୍ଲକ ଶିକ୍ଷା ନିରୀକ୍ଷକ ଉଚ୍ଚ କର୍ତ୍ତୁପକ୍ଷକଙ୍କୁ ଅବଗତ କରାଇଛନ୍ତି। ଛାତ୍ରଛାତ୍ରୀମାନଙ୍କ ଶରୀରେ କରୋନା ପରି ଲକ୍ଷଣ ଆସିବାରୁ ସେମାନଙ୍କର ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା। ପରେ ରିପୋର୍ଟ ଆସିବା ପରେ ୧୯ ଜଣ ଛାତ୍ରଛାତ୍ରୀଙ୍କର କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜେଓ ସରକାରୀ ହାଇସ୍କୁଲ ସାହାସପୁରର ୯ ଜଣ ଛାତ୍ରଛାତ୍ରୀ ହୋଇଥିବା ବେଳେ କେଜିପି ସରକାରୀ ହାଇସ୍କୁଲ ସାଲେଟିକିରାରେ ୨ ଜଣ , ହେମସାଗର ହାଇସ୍କୁଲ ପାକେଲଖୋଲରେ ୮ ଜଣ ଛାତ୍ରଛାତ୍ରୀଙ୍କ ଠାରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଏହି ଖବର ଆସିବା ପରେ ଛାତ୍ରଛାତ୍ରୀ ଏବଂ ଅଭିବାକ ମହଲରେ ଚିନ୍ତାର ବିଷୟ ପାଲଟିଛି।

