Author: Samikhsya Bureau

ଭୁବନେଶ୍ବର: ରାଜ୍ୟରେ ଆଜି ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୨୨ ଜଣ ଚିହ୍ନଟ ହୋଇଥିବାବେଳେ ୮୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୫୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୮ ହଜାର ୪୫୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୧୪୧  ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୯୪ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୫ ଟି ଜିଲ୍ଲାରୁ ମୋଟ୍‌ ୨୧୦ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡରୁ ଜିଲ୍ଲାରୁ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆସନ୍ତା ୧୪ ତାରିଖ ଦିନ ମୂଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ କଳାହାଣ୍ଡି ଚଳଚଂଚଳ ହୋଇଉଠିଛି। ମୂଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଭବାନୀପାଟଣା ଠାରେ ମନ୍ତ୍ରୀ ଓ ଜିଲ୍ଲା ବାହାର ର ଏମଏଲଏ ମିଶି ପ୍ରାୟ ୬୧ ଜଣ ଡେରା ପକାଇଥିବା ଜଣାପଡିଛି। କୋଭିଡ୧୯ ପରେ ଏହା ମୂଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହୋଇଥିବା କାରଣରୁ ଏହାର ଗୁରୁତ୍ୱ ମଧ୍ୟ ବଢିଯାଇଛି। ଅନ୍ୟପକ୍ଷରେ ଆଗାମୀ ସହରାଂଚଳ ନିର୍ବାଚନ ଏବଂ ପରବର୍ତ୍ତୀ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖାଯାଇ ଏଭଳି ଏକ ବିଶାଳ କାର୍ଯ୍ୟକ୍ରମ କରାଯାଉଥିବା ବିଶେଷ କରି ମେଗା ଲିଫ୍ଟ ଯୋଜନାର ଲୋକାର୍ପଣ କରି ସରକାର ଚାଷୀ ମାନଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା ଚଳାଇଥିବା ରାଜନୈତିକ ବିଶେଷଜ୍ଞ ମାନେ ପ୍ରକାଶ କରୁଛନ୍ତି। ମୂଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲାପ୍ରଶାସନ ଯୋରଦାର ପ୍ରସ୍ତୃତି ଚଳାଇଥିବା ବେଳେ ସଭାସ୍ଥଳକୁ ଯିବା ପାଇଁ କୋଭିଡ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ସରକାରୀ ପଦାଧିକାରୀ, ପୋଲିସ, ଗଣମାଧ୍ୟମ ପ୍ରତିନିଧି,…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ବିବାହିତା ମହିଳାଙ୍କୁ ହତ୍ୟା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିଲେ। ଖୋର୍ଦ୍ଧା ଜିଲା ଟାଙ୍ଗୀ ଗୋଡିପାଟଣା ସାହିରେ ଏଭଳି ଏକ ଆଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ନୟାଗଡ ଜିଲା ଚଂପାଗଡ ଗ୍ରାମର ରୀନା ପ୍ରଧାନଙ୍କ ସହ ଟାଙ୍ଗୀ ଗୋଡି ପାଟଣା ସାହିର ସନ୍ତୋଷ ବିଶ୍ୱାଳଙ୍କ ସହ ଗତ ୧୫ ବର୍ଷ ତଳେ ବୈଦିକ ରୀତିରେ ବିବାହ ସଂପନ୍ନ ହୋଇଥିଲା। ଏହା ପରେ ରୀନା ଓ ସନ୍ତୋଷଙ୍କର ୨ ଟି ପୁତ୍ର ସନ୍ତାନ ମଧ୍ୟ ହୋଇଥିଲେ। ପରିବାର ଚଳାଇବାରେ ଆର୍ଥୀକ ସମସ୍ୟା ଦେଖାଦେବାରୁ ସନ୍ତୋଷ ରୋଜଗାର ଲାଗି ସୂରାଟ ପଳାଇଥିଲେ। ଏହା ପରେ ସନ୍ତୋଷଙ୍କ ପରିବାର ଲୋକେ ରୀନାଙ୍କ ଉପରେ ନିର୍ଯ୍ୟାତନା ଆରମ୍ଭ କରିଦେଇଥିଲେ। ଗତ ୨ ଦିନ ତଳେ ରୀନାଙ୍କୁ ଜୀବନରେ ମାରି ଦେବା ପାଇଁ ବିଷ ପିଆଇ ଦେଇଥିବା ବେଳେ ରୀନା ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୫ ହଜାର ୯୮୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୨୦୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୪ ଲକ୍ଷ ୯୫ ହଜାର ୧୪୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୧ ହଜାର ୫୨୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୨୯ ହଜାର ୧୧୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୧୪ ହଜାର ୫୦୭ ଆକ୍ଟିଭ୍‌ କେସ୍ ରହିଛି।

Read More

ନୂଆଦିଲ୍ଲୀ, ପୌଷ ଅମବାସ୍ୟା ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ 13, 2021 ପୌଷ ମାସର କୃଷ୍ଣ ପକ୍ଷର ଶେଷଦିନରେ ପଡୁଥିବା ଅମାବାସ୍ୟାଙ୍କୁ ପୌଷ ଅମାବାସ୍ୟା କୁହାଯାଏ। 2021 ମସିହାରେ, ପୌଷ ଅମବାସ୍ୟା ସୂର୍ଯ୍ୟଙ୍କ ଉତ୍ତରାୟଣର ଗୋଟିଏ ଦିନ ପୂର୍ବରୁ ପଡିଛି। ଜ୍ୟୋତିଷ ଶାସ୍ତ୍ରରେ ପୌଷ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ, ଏହି ମାସରେ ପଡୁଥିବା ଅମାବାସ୍ୟାଙ୍କର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ବିଶ୍ବାସ କରାଯାଏ ଯେ ପୌଷ ଅମବାସ୍ୟା ସର୍ବସମ୍ମତ, ସଫଳ ଏବଂ ପିତାମାନେ ପରିତ୍ରାଣ ପ୍ରଦାନ କରନ୍ତି। କୁହାଯାଏ ଯେ ଏହି ଦିନ ଧାର୍ମିକ କାର୍ଯ୍ୟ, ସ୍ନାନ, ଦାନ, ପୂଜା ଏବଂ ମନ୍ତ୍ର ଜପ କରିବା ଦ୍ବାରା ଇଚ୍ଛାକୃତ ଫଳାଫଳ ମିଳିଥାଏ। ପୌଷ ଅମବାସ୍ୟା ଦିନ ପୂଜାପାଠର ଶୁଭ ସମୟ, ପୂଜା ପଦ୍ଧତି ଏବଂ ଏହାର ଉପକାରିତା ଜାଣନ୍ତୁ- ପୌଷ ଅମବାସ୍ୟା ଶୁଭ ସମୟ ପୌଷ ଅମବାସ୍ୟା ତିଥିର ଆରମ୍ଭ – 12 ଜାନୁଆରୀ 2021,…

Read More

ନୂଆଦିଲ୍ଲୀ, ଜ୍ୟୋତିଷ ଶାସ୍ତ୍ରରେ, ଜଣେ ବ୍ୟକ୍ତିର ଶକ୍ତି ଏବଂ ଦୁର୍ବଳତା ଜାଣିବାର ଅନେକ ଉପାୟ ଅଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ହିନ୍ଦୁ ଧର୍ମରେ ପ୍ରତ୍ୟେକ ଜିନିଷର ବିଶେଷ ମହତ୍ତ୍ୱ ରହିଛି, ଯାହା କୁହାଯାଏ ଯେ, ରାତିରେ ଜନ୍ମ ହୋଇଥିବା ପିଲା ଦିନରେ ଜନ୍ମ ହୋଇଥିବା ପିଲାମାନଙ୍କ ଅପେକ୍ଷା ଅଧିକ ଭାଗ୍ୟବାନ ଅଟେ। ତେବେ ଆସନ୍ତୁ ଏହି ଜିନିଷକୁ ସମ୍ପୂର୍ଣ୍ଣ ବିସ୍ତୃତ ଭାବରେ ଜାଣିବା। ପ୍ରତ୍ୟେକଟି କଥା ହିନ୍ଦୁ ଧର୍ମର ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ଏଥିରେ, ଜଣେ ବ୍ୟକ୍ତିଙ୍କ ଜନ୍ମ ଉପରେ ଆଧାରିତ ଗ୍ରହ ଅନୁଯାୟୀ, ତାଙ୍କ ଜୀବନର ବାହ୍ୟରେଖା ପ୍ରସ୍ତୁତ ହୋଇଥାଏ । ସେହି ଅନୁଯାୟୀ, ତାଙ୍କ ଜୀବନରେ ବିଭିନ୍ନ ପରିବର୍ତ୍ତନ ଏବଂ ବିକାଶ ଘଟେ । କୁହାଯାଏ ଯେ ରାତିରେ ଜନ୍ମ ହୋଇଥିବା ପିଲାମାନେ ଦିନରେ ଜନ୍ମ ହୋଇଥିବା ପିଲାମାନଙ୍କ ଅପେକ୍ଷା ଅଧିକ ଭାଗ୍ୟବାନ ଅଟନ୍ତି। ସେମାନେ ସେମାନଙ୍କ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଆନ୍ତି । ହିନ୍ଦୁ ବିଶ୍ୱାସ ଅନୁଯାୟୀ,…

Read More

ମେଷ କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ଆପଣ ବନ୍ଧୁ ଏବଂ ପରିବାରର ଆବଶ୍ୟକତାରେ ଅଟକି ଯାଇପାରନ୍ତି । ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି। ବୃଷ ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘର ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ମୋଟ ଉପରେ, ଆଜି…

Read More

ଲକ୍ଷ୍ନୌ, ନ୍ୟାସନାଲ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ବା ଏନବିଆରଆଇ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟକ୍ସିକୋଲୋଜି ରିସର୍ଚ୍ଚ ବା ଆଇଆଇଟିଆର ଏବଂ ୟୁରୋଲୋଜିଷ୍ଟ ସାଲିଲ ଟଣ୍ଡନଙ୍କ ମିଳିତ ସହଯୋଗରେ କିଡନୀରେ ପଥର ହଟାଇବା ପାଇଁ ଏକ ହର୍ବାଲ ଔଷଧ ପ୍ରସ୍ତୁତ କରିଛନ୍ତି। ନୂତନ ଔଷଧର ନାମ ରହିଛି URO-05 । ପାଞ୍ଚ ବର୍ଷର ଗବେଷଣା ମାଧ୍ୟମରେ ଏହି ଔଷଧ ବିକଶିତ କରାଯାଇଛି। ଏହାର ଉତ୍ପାଦନ ପାଇଁ ଆଇଆଇଟିଆର 67 ତମ ବାର୍ଷିକ ଦିବସରେ ଏନବିଆରଆଇକୁ ହସ୍ତାନ୍ତର କରାଯାଇଥିଲା। ସଂସ୍ଥା ଯୁଦ୍ଧ କାଳିନ ଭିତ୍ତିରେ ଏହାର ଉତ୍ପାଦନ କରି ଆସନ୍ତା ଛଅ ମାସ ମଧ୍ୟରେ ବଜାରରେ ଉପଲବ୍ଧ କରାଇବ ବୋଲି ଜଣାପଡିଛି। ଏହି ଔଷଧର କ୍ଲିନିକାଲ୍ ପରୀକ୍ଷା କିଙ୍ଗ ଜର୍ଜଙ୍କ ମେଡିକାଲ୍ ୟୁନିଭରସିଟିରେ କରାଯାଇଥିଲା। ଏହି ଔଷଧ ରୋଗୀଙ୍କୁ ଖାଇବାକୁ ଦିଆଯାଇଥିଲା। ପରୀକ୍ଷା ପରେ ଏହା ବେଶ୍ ସଫଳତା ହାସଲ କରିଛି। ଆଶ୍ଚର୍ଯ୍ୟ ଜନକ ଭାବେ କିଡନରେ ପଥର ଥିବା ରୋଗୀଙ୍କର ଯନ୍ତ୍ରଣା…

Read More

ନୂଆଦିଲ୍ଲୀ, ଆଜି ତିନୋଟି ରାଶିର ବ୍ୟକ୍ତିମାନଙ୍କର ବ୍ୟବସାୟ ଆଶାତିତ ସଫଳତା ହାସଲ କରିବାର ସମ୍ଭାବନା ଅଧିକ। ଆୟ ବୃଦ୍ଧି ପାଇବ। ଆଜି ଆପଣ ଘର ସାଜସଜ୍ଜାରେ ନୂତନତା ଆଣିବେ । ମଧ୍ୟାହ୍ନ ଭୋଜନ ପରେ ଏକ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ହେବ । ସମାନ କାମ ପାଇଁ ବାହାରକୁ ଯିବାର ସମ୍ଭାବନା ମଧ୍ୟ ଥାଇପାରେ । ପଦୋନ୍ନତି ହୋଇପାରେ । ଆପଣଙ୍କ କାର୍ଯ୍ୟରେ ଉଚ୍ଚ ପଦାଧିକାରୀମାନେ ମଧ୍ୟ ଖୁସି ହେବେ। ପିତା ଏବଂ ବୟସ୍କମାନଙ୍କଠାରୁ ଲାଭ ହେବାର ଆଶା ଅଛି । ଆଜି ଘର ସଜାଇବା ପାଇଁ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବ। ଯାନବାହାନର ଆନନ୍ଦ ମଧ୍ୟ ମିଳିବ । ସାମାଜିକ ପ୍ରସଙ୍ଗରେ ବାହାରକୁ ଯିବାର ସମ୍ଭାବନା ରହିବ । ଏକ ମନୋରମ ସ୍ଥାନରେ ରହିବାକୁ ଉପଭୋଗ କରନ୍ତୁ। ସେହି ତିନୋଟି ରାଶି ହେଉଛି କୁମ୍ଭ, ବୃଷ, ମୀନ। ନୂତନ ଯୋଜନା ଏବଂ ଚିନ୍ତାଧାରାର ନୂତନତ୍ୱ ସହିତ ବ୍ୟବସାୟ ପ୍ରଗତି…

Read More

ନୂଆଦିଲ୍ଲୀ, ଜାନୁୟାରୀ 13  ବୁଧବାରଠାରୁ ମା ଦୁର୍ଗା ଏହି 4 ଟି ରାଶିର ବ୍ୟକ୍ତିମାନଙ୍କ ପ୍ରତି ଅତ୍ୟନ୍ତ ଖୁସି ହେବାକୁ ଯାଉଛନ୍ତି । ଯେଉଁ କାରଣରୁ ମାତା ନିଜେ ଏହି 4 ଟି ରାଶିର ଭାଗ୍ୟକୁ ଉଜ୍ଜ୍ୱଳ କରିବାକୁ ଯାଉଛନ୍ତି । ଏହି ଚାରୋଟି ରାଶିର ଲୋକମାନେ ବୁଧବାର, ଜାନୁଆରୀ 13 ରୁ ଏକ ଭଲ ସମୟ ଆରମ୍ଭ କରିବେ। ସେମାନେ ଯାହା ଚାହାଁନ୍ତି, ତାହା ପାଇବାକୁ ଯାଉଛନ୍ତି। ଜାନୁଆରୀ 13 ବୁଧବାର ପରେ ତାଙ୍କର ସମସ୍ତ ସ୍ୱପ୍ନ ପୂରଣ ହେବ। ତେବେ ଆସନ୍ତୁ ଜାଣିବା ସେହି 4 ଟି ରାଶି କିଏ। ସେମାନେ ହେଲେ ମେଷ, ମିଥୁନ, ତୂଳା, କୁମ୍ଭ। ମାତାଙ୍କ ଅନୁଗ୍ରହରେ ଆପଣ ଏହି କ୍ଷେତ୍ରରେ ବହୁତ ଟଙ୍କା ଲାଭ କରିବେ। ଯଦି ଆପଣ ଅନେକ ଦିନ ଧରି ଚାକିରି ଖୋଜୁଛନ୍ତି, ତେବେ, ଜାନୁଆରୀ 13 ତାରିଖ ବୁଧବାରରୁ, ଚାକିରି ପାଇବାର ସମ୍ଭାବନା ଆପଣଙ୍କ ଭାଗ୍ୟରେ ଅଛି ।

Read More

କନ୍ଦର୍ପ ବେହେରା ରେଢାଖୋଲ: ସରକାର ଗରୀବ ଲୋକମାନଙ୍କ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟରେ କେହି ବି ଅନାହାରରେ ରହିବେ ନାହିଁ ବୋଲି ସରକାର କେତେ କଣ ଯୋଜନା ମଧ୍ୟ କରିଛନ୍ତି। ହେଲେ ଏବେ ବି ବହୁ ଯୋଜନା ଗରୀବ ଲୋକମାନଙ୍କ ପାଖରେ ପହଂଚି ପାରୁ ନ ଥିବା ଜଣା ପଡିଛି। କିଏ ଘର ଖଣ୍ଡିଏ ପାଇଁ ପ୍ରଶାସନକୁ ଗୁହାରୀ କରୁଛି ତ ଆଉ କିଏ ଚାଏଳ ପାଇଁ ଗୁହାରୀ କରୁଛି ହେଲେ କେହି ବି ଶୁଣୁ ନାହାନ୍ତି ଗରୀବ ଲୋକଙ୍କ କଥା। ଶୁଣୁ ନାହାନ୍ତି ସେମାନଙ୍କ ବ୍ୟଥା ଆଉ ବେଦନାର କାହାଣୀ। ଏମିତି ଏକ ବ୍ୟଥା ଓ ବେଦନାର କାହାଣୀ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଶିମିଳିପାଳ ପଂଚାୟତର ଶିହିଳିଆ ଗ୍ରାମରେ ରହୁଥିବା ଜଣେ ବିଧବା ମହିଳା। ସେ ହେଲେ ବିମଳା ଦାଶ। ବୟସ ୬୫ ପାଖା ପାଖି। ସ୍ୱାମୀ କେବେଠୁ ଆର ପାରିରେ। ଛୁଆ ପିଲା କେହି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପାତ୍ରପୁର ବ୍ଲକ୍‌ରେ ସ୍ୱଚ୍ଛ ଭାରତ ମିଶନରେ ହୋଇଥିବା ମହାଦୁର୍ନୀତିର ତଦନ୍ତ ପାଇଁ ଗଂଜାମ ଜିଲ୍ଲା ଫରୱାର୍ଡ଼ ବ୍ଳକ୍‌ର ଜିଲ୍ଲା ସାଧାରଣ ସଂପାଦକ ସମରଜିତ୍ ମହାନ୍ତି ଗତ ଡ଼ିସେମ୍ବର ୧୨ ତାରିଖରେ ସରକାର ଓ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ଯଦି ଏହାର ତଦନ୍ତ ୧୫ ଦିନ ମଧ୍ୟରେ ନହୁଏ ତେବେ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ମଧ୍ୟ ସ୍ମାରକପତ୍ରରେ ଉଲ୍ଲେଖ କରିଥିଲେ। ପ୍ରଶାସନ ପକ୍ଷରୁ କୌଣସି ତଦନ୍ତ ନହେବା ଯୋଗୁଁ ଶ୍ରୀ ମହାନ୍ତି ଜାନୁୟାରୀ ୧୧ ତାରିଖରେ ହାଇକୋର୍ଟରେ ସିଆର୍‌ଏଲ୍‌ଏମ୍‌ପି ନଂ ୨୦/୨୦୨୧ରେ ମାମଲା ରୁଜୁ କରିଛନ୍ତି। ଏଥିରେ ପଂଚାୟତରାଜ ସଚିବ, ଗଂଜାମ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଡ଼ିଆର୍‌ଡ଼ିଏ, ଗଂଜାମ, ବ୍ରହ୍ମପୁର ଭିଜିଲାନସ ଏସ୍‌ପି ଓ ପାତ୍ରପୁର ବିଡ଼ିଓଙ୍କୁ ପକ୍ଷଭୁକ୍ତ କରାଯାଇଛି। ସୂଚନାଯୋଗ୍ୟ ପାତ୍ରପୁର ବ୍ଲକ୍‌ରେ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣ ପାଇଁ ୧୫୦୭୨ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାଦେଶ ଦିଆଯାଇଛି। ଏହାସହ ଏଲ୍‌ଓବିରେ…

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ଜମି ଯେଉଁମାନେ ଚାଷ କରୁଛନ୍ତି ସେମାନଙ୍କୁ ୧୦ଦିନ ମଧ୍ୟରେ ନୋଟିସ୍ କରାଯିବ। ସେମାନଙ୍କ ଠାରୁ ଜମି ଚାଷ ବାବଦରେ ପଇସା ଆଦାୟ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଏଥିସହିତ କୋଭିଡ୍ କଟକଣା କୋହଳ ହେଲା ପରେ ଦୋକାନ ଘର ଗୁଡିକର ଭଡା ସଂଶୋଧନ କରାଯିବ, ମା’ଙ୍କ ମନ୍ଦିର ପରିସରରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ମାର୍ଚ୍ଚ ୩୧,୨୦୨୧ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନ୍ଦିର ନିକଟରେ ଏକ ପାର୍କ ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମକୁ ଅନୁରୋଧ କରାଯିବ। ମନ୍ଦିର ସମ୍ମୁଖରେ ବନୀକରଣ ଓ ଚନ୍ଦନ ପୋଖରୀ ସ୍ୱଚ୍ଛତା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଏଥିସହିତ ମା’ଶାରଳାଙ୍କ ୱେବ ପୋର୍ଟାଲ ସକ୍ରିୟ କରିବାକୁ ଜିଲ୍ଲାପାଳ…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୧୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଅନୁଗୁଳରୁ ୩୪, ସୁନ୍ଦରଗଡରୁ ୨୬, ସମ୍ବଲପୁରରୁ ୧୬, ବଲାଙ୍ଗୀରିରୁ ୧୪, ଯାଜପୁରରୁ ୧୧, ଖୋର୍ଦ୍ଧାରୁ ୧୦, କେନ୍ଦ୍ରାପଡ଼ାରୁ ୯, ବରଗଡରୁ ୮, କଟକରୁ ୬, ପୁରୀରୁ ୬, କେନ୍ଦୁଝରରୁ ୫, ମୟୂରଭଞ୍ଜରୁ ୫, ଦେବଗଡରୁ ୪, ଜଗତସିଂହପୁରରୁ ୪, ଝାରସୁଗୁଡ଼ାରୁ ୪, ବାଲେଶ୍ବରରୁ ୩, ଗଜପତିରୁ ୩, କଳାହାଣ୍ଡିରୁ ୩, ବୌଦ୍ଧରୁ ୨, ନୂଆପଡାରୁ ୨, ଗଞ୍ଜାମରୁ ୧, ମାଲକାନାଗିରିରୁ ୧, ନବରଙ୍ଗପୁରରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୮ ହଜାର ୪୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ…

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜଗତସିଂହପୁର ଜିଲ୍ଲାରେ ଥିବା ମନ୍ଦିର ଖୋଲାଯିବା ସମ୍ପର୍କରେ ଏକ ବୈଠକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ,ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ,ତିର୍ତ୍ତୋଲ ତହସିଲଦାର ,ଶାରଳା ମନ୍ଦିର ନିର୍ବାହୀ ଅଧିକାରୀ ଓ ମା’ଶାରଳାଙ୍କ ମନ୍ଦିରର ସେବାୟତମାନେ ଯୋଗଦେଇଥିଲେ। ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳା ଓ ଗୋରେଖନାଥ ମନ୍ଦିର ସମେତ ଜିଲ୍ଲାର ସମସ୍ତ ମନ୍ଦିର ଗୁଡିକ କୋଭିଡ୍-୧୯ କଟକଣା ମାଧ୍ୟମରେ ସକାଳ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲାରହିବ। ପ୍ରତ୍ୟେକ ଦର୍ଶନାର୍ଥିଙ୍କର ଥର୍ମାଲ ସ୍କାନିଙ୍ଗ୍, ହାତ ସାନିଟାଇଜ୍ କରାଯିବା ସହିତ ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ଅଟେ।

Read More

ଭୁବନେଶ୍ବର, ଛାତ୍ର ସମାଜର ବୃହତର ସ୍ବାଥ କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫିସ୍‌ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ଏ ବାବଦରେ ରାଜ୍ୟ ସରକାର ୨୭ କୋଟି ଟଙ୍କା ବ୍ୟୟଭାର ବହନ କରିବେ। ପ୍ରତି ପିଲାଙ୍କୁ ମାଟ୍ରିକ ପରୀକ୍ଷା ନିମନ୍ତେ ୪୨୦ ଟଙ୍କା ଲେଖାଏଁ ଫିସ୍‌ ଦେବାକୁ ପଡିଥାଏ । କରୋନା ମହାମାରୀ ପରିପ୍ରେକ୍ଷୀରେ ୨୦୨୦-୨୧ ଶିକ୍ଷା ବର୍ଷ ବିଶେଷ ଭାବରେ ପ୍ରଭାବିତ ହୋଇଛି । ଦୀର୍ଘ ୯ ମାସ କାଳ ସ୍କୁଲ ବନ୍ଦ ରହିବା ପରେ ଜାନୁଆରୀ ୮ ତାରିଖରୁ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀକୁ କୋଭିଡ ନିୟମ ପାଳନ କରି ଖୋଲାଯାଇଛି । ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ତଥା…

Read More

ମାହାଙ୍ଗା, ଡବଲ ମର୍ଡର ଘଟଣା ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ସାହାଙ୍କୁ ଅବଗତ କରାଯାଇଛି। ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମାହାଙ୍ଗାର କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଇ ସେ ଏହା କହିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଯେ, ରାଜନୀତିକ ଆକ୍ରୋଶରୁ ଏହି ହତ୍ୟାକାଣ୍ତ ହୋଇଛି। ସ୍ଥାନୀୟ ବିଧାୟକଙ୍କ ଏହି ଘଟଣା ପଛରେ ହାତ ରହିଛି। ମାହାଙ୍ଗାକୁ ଏବେ ଦୁର୍ନୀତିର ପ୍ରୟୋଗଶାଳା କରିବାକୁ ଉଦ୍ୟମ କରାଯାଉଛି। ସେଥିପାଇଁ ଏହି ଦୁଇଜଣଙ୍କୁ ହତ୍ୟା କରାଗଲା ବୋଲି ଧର୍ମେନ୍ଦ୍ର କହିଛନ୍ତି।

Read More

କୋଚିନ, ବର୍ତ୍ତମାନ ସୁନା ଚୋର ନୂଆନୂଆ ତରିକାରେ ବାହାରୁ ସୁନା ଆଣିବାରେ ଲାଗିଛନ୍ତି। ଯାହାକୁ ନେଇ କଷ୍ଟମ ବିଭାଗର ମୁଣ୍ଡବିନ୍ଧା ହୋଇଯାଇଛି। ଏହିପରି ଏକ ଭିନ୍ନ ଉପାୟରେ ସୁନା ଆଣୁଥିବା ବେଳେ କୋଚିନ ବିମାନ ବନ୍ଦରରେ ଧରାପଡିଛନ୍ତି ଜଣେ ଯାତ୍ରୀ। କଷ୍ଟମ କର୍ମଚାରୀ ଏହି ବିମାନ ଯାତ୍ରୀଙ୍କଠାରୁ ଯେପରି ଭାବେ ସୁନା ଧରିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଘଟଣାରୁ ଜଣାପଡିଛି ଯେ, ଦୁବାଇରୁ କୋଚିନ ଆସୁଥିବା ଏକ ବିମାନରେ ଜଣେ ଯାତ୍ରୀଙ୍କ ଆଟାଚରୁ ଚାରୋଟି ଟାବଲେଟ ବାହାରିଥିଲା। ଏହି ଟାବଲେଟଗୁଡିକୁ ବେଶ୍ ଭାରୀ ଲାଗିବା ସହିତ ବାହାରୁ କିଛି ଜଣାପଡି ନ ଥିଲା। ହେଲେ ସେଗୁଡିକ ଭାଙ୍ଗିବା ପରେ ସେ ଭିତରୁ ସୁନା ଥିବାର ଜଣାପଡିଥିଲା। ଟାବଲେଟକୁ ଯେତେବେଳେ ଓଜନ କରାଯାଇଥିଲା ସେତେବେଳେ ତାହା 1069 କିଲୋଗ୍ରାମ ଥିଲା। ସେଥିରୁ 973 କିଲୋଗ୍ରାମ ଓଜନ ସୁନା ହୋଇଥିଲା। ସଂପୃକ୍ତ ଯାତ୍ରୀଙ୍କୁ ଅଧିକ ପଚରାଉଚୁରା କରାଯାଉଛି।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୫୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୨୯୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ଓଡିଶାବାସୀଙ୍କ ପାଇଁ ଖୁସି ଖବର। ଶେଷରେ ଭୁବନେଶ୍ବରରେ ପହଞ୍ଚିଲା କରୋନା ଟିକା। ସ୍ପାଇସ୍ ଜେଟ୍ ବିମାନ ଯୋଗେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ କରୋନା ଟିକା ଆସି ପହଞ୍ଚିଛି। ସିଧା ପୁନେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍‌ରୁ ନୂଆଦିଲ୍ଲୀ ବିମାନ ବନ୍ଦର ଦେଇ କୋଭିସିଲ୍ଡ ଟିକା ଭୁବନେଶ୍ବରରେ ପହଞ୍ଚିଛି। ମେଡିକାଲ ସୁରକ୍ଷା ବଳୟ ମଧ୍ୟରେ ଏହି ଟିକା ରାଜ୍ୟ ଔଷଧ ନିଗମକୁ ନିଆଯାଇଛି। ଆସନ୍ତ ୧୬ ତାରିଖରେ ଟିକାକରଣ କରାଯିବ। ପୁଣି ଦ୍ବୀତିୟ ପର୍ଯ୍ୟାୟ ଟୀକା ଖୁବ ଶିଘ୍ର ଆସିବ ବୋଲି ଜଣାପଡିଛି।

Read More