Author: Samikhsya Bureau

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏନ୍‌ଏସ୍‌ଏସ୍ ଶାଖାର ୨୦୨୦-୨୧ ବର୍ଷ ନିମନ୍ତେ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଭାରତ ସରକାରଙ୍କ ଏନ୍‌ଏସ୍‌ଏସ୍ ଆଂଚଳିକ ନିର୍ଦ୍ଦେଶିକା ସରିତା ପଟେଲ, ରାଜ୍ୟ ଏନ୍‌ଏସ୍‌ଏସ୍ ଅଧିକାରୀ ଡ. ସୁରେଖା ସୁନ୍ଦରୀ ସ୍ୱାଇଁ, ହମାରା ବଚପନ୍‌ର ପ୍ରତିଷ୍ଠାତା ଧରିତ୍ରୀ ପଟ୍ଟନାୟକ, ଜାତୀୟ ଯୁବ ପ୍ରକଳ୍ପର ଆବାହକ ମଧୁସୂଦନ ଦାସ, ସୋଆ ଅନ୍ତର୍ଗତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର୍ ଷ୍ଟଡିଜ୍ ଡିନ୍ ପ୍ରଫେସର ଅନୁପ୍ କୁମାର ସାମନ୍ତରାୟ, ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଡେନ୍‌ଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ଡିନ୍ ପ୍ରଫେସର ନୀତା ମହାନ୍ତି, ସୋଆ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍ (ପିଜି) ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ସମ୍ ନର୍ସିଙ୍ଗ କଲେଜ୍ ଡିନ୍ ପ୍ରଫେସର ପ୍ରଭାତୀ ତ୍ରିପାଠୀ ଓ ଛାତ୍ର ପ୍ରତିନିଧି ଶ୍ରୀ ପ୍ରତୀକ ଦାସ…

Read More

ଭୁବନେଶ୍ବର, ଶେଷରେ 13.51 କିଲୋମିଟର ଦୈର୍ଘ୍ୟ କେରେଜଙ୍ଗ-ଅନୁଗୁଳ ମଧ୍ୟରେ ରେଳଲାଇନ ଦୋହରୀକରଣ କାର୍ଯ୍ୟକ୍ଷମ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକୁ ଏକ ରେକର୍ଡ ସମୟ ମଧ୍ୟରେ କରାଯାଇଛି। ନୂତନ ଦୋହରୀକରଣ ରେଳ ଲାଇନ ପାଇଁ ସର୍ବାଧିକ 100 କିଲୋମିଟର ବେଗରେ ଟ୍ରେନ୍ ଚଳାଇବାକୁ ରେଳ ସଂରକ୍ଷା ପ୍ରମୁଖ ଆୟୁକ୍ତ (CCRS) ଅନୁମତି ଦେଇଛନ୍ତି । ନୂତନ କାର୍ଯ୍ୟକ୍ଷମ ହୋଇଥିବା ଏହି ଦୋହରା ଲାଇନ ପାଇଁ 100 କିଲୋମିଟର ପାଇବା ଏକ ବିରଳ ଘଟଣା। ଏହି କାର୍ଯ୍ୟ ସମାପ୍ତି ଦ୍ୱାରା, ସମ୍ବଲପୁର-ତାଲଚର ଦୋହରୀକରଣ ପ୍ରକଳ୍ପ ହେବାଦ୍ବାରା ରେଢ଼ାଖୋଲ ଠାରୁ ଅନୁଗୁଳ ମଧ୍ୟରେ ଦୋହରୀକରଣ ରେଳଲାଇନ ସମାପ୍ତ ହୋଇଛି । 168.2 କିଲୋମିଟର ଦୋହରିକରଣରୁ ଏହା 85.3 କିଲୋମିଟର ଅଟେ | ଗତ ଡିସେମ୍ବର ମାସ ୨୮ ତାରିଖ ଦିନ ରେଳ ସଂରକ୍ଷା ପ୍ରମୁଖ ଆୟୁକ୍ତଙ୍କ ଦ୍ୱାରା ଏହି ସେକ୍ସନକୁ ଯାଞ୍ଚ କରାଯାଇଥିଲା। ନନ-ଇଣ୍ଟରଲକ୍ ପ୍ରାକ କାର୍ଯ୍ୟ 5 ଜାନୁୟାରୀ 2021 ରେ ଆରମ୍ଭ…

Read More

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ବିବାହ ଉତ୍ସବରେ ପ୍ରୋସେସନ୍ ପାଇଁ ମିଳିଲା ଅନୁମତି। ବିବାହ ଉତ୍ସବରେ ଏଣିକି ବ୍ୟାଣ୍ଡ ପାର୍ଟି, ଡିଜେ, ଲାଇଟର ବ୍ୟବହାର କରାଯାଇପାରିବ। ହେଲେ ଏହି ସବୁ ପ୍ରୋସେସନ୍ କୁ ସର୍ତ୍ତମୂଳକ ଅନୁମତି ମିଳିଛି। ଏଥିପାଇଁ ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଏହି ଗାଇଲଡ୍‌ଲାଇନ ଅନୁସାରେ ବିବାହ ଉତ୍ସବରେ ସର୍ବାଧିକ ୨ ଶହ ଲୋକ ଅଂଶଗ୍ରହଣ କରିପାରିବେ। ବର, କନ୍ୟା, ପୁରୋହିତ, ବ୍ୟାଣ୍ଡ ପାର୍ଟି ସମସ୍ତଙ୍କୁ ମିଶାଇ ୨ ଶହ ରହିପାରିବେ। ବିବାହ ଉତ୍ସବକୁ ଆସିଥିବ ସମସ୍ତ ବ୍ୟକ୍ତି ମାସ୍କ, ସାନିଟାଇଜର ବ୍ୟବହାର କରିବା ସହିତ ସମସ୍ତ କୋଭିଡ କଟକଣା ମାନିବାକୁ ବାଧ୍ୟତାମୂଳକ କରାଯାଇଛି।

Read More

ପାରଳାଖେମୁଣ୍ଡି, ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଅଧିନରେ ଥିବା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ର ନୂତନ ପରିଷଦ ଗଠନ ହୋଇଛି, ଏହି ପରିଷଦ ଆଗାମୀ ତିନି ବର୍ଷ ପାଇଁ ଗଠନ ହୋଇଛି, ଏଥିରେ ଓଡିଶା ର ବିଭିନ୍ନ ଜିଲ୍ଲା ରୁ ବିଭିନ ଅନୁଷ୍ଠାନ ରୁ ୩୨ ଜଣ ଚୟନ ହୋଇଥିବା ଜଣାପଡିଛି, ତେବେ ଏଥିରେ ଗଜପତି ଜିଲ୍ଲା ରୁ କାହାକୁ ମଧ୍ୟ ସାମିଲ୍ କରାଯାଇନାହିଁ, କିନ୍ତୁ ପଡୋଶୀ ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣ ଏବଂ ରାୟଗଡ଼ା ଜିଲ୍ଲାରୁ ଜଣ ଙ୍କୁ ପରିଷଦ ରେ ମୋନୋନିତ କରାଯାଇଥିବା ବେଳେ ଗଜପତି ରୁ ଗତ ୩ ଟି ପରିଷଦ ରେ କାହାକୁ ସାମିଲ୍ ନକରିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ। ଓଡ଼ିଶୀ ସଙ୍ଗୀତର ପ୍ରାଣକେନ୍ଦ୍ର ତଥା ପ୍ରଥମ ଓଡ଼ିଆ ନାଟକ ତଥା ରଙ୍ଗମଚକୁ ସୃଷ୍ଟି କରିଥିବା ପାରଳାମାଟି ତଥା ଗଜପତି ଜିଲ୍ଲାକୁ କ୍ରମାଗତ ଭାବେ…

Read More

ସୀତାରାମ ଅଗ୍ରୱାଲ ନାଚୁଣୀ: ଆଜି ଯୁବପିଢ଼ିଙ୍କ ପ୍ରେରଣାର ଉତ୍ସ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ। ଦେଶ ବିଦେଶରେ ସ୍ଵାମିଜୀଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଯୁବ ଦିବସ ଭାବେ ବହୁ ଧୁମଧାମରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ନାଚୁଣୀ ଶାଖା ଦ୍ୱାରା ଏକ ମିନି ମାରାଥନ ‘ରନ ନାଚୁଣୀ ରନ’ ର ଆୟୋଜନ କରାଯାଇଥିଲା। ଏହି ମାରାଥନ ନାଚୁଣୀ ମହାବିଦ୍ୟାଳୟ ସମ୍ମୁଖରୁ ବାହାରି ନାଚୁଣୀ ବଜାର ଦେଇ କଉଡ଼ିଖଣି ଛକ ନିକଟରେ ସମାପ୍ତ ହୋଇଥିଲା। ଏହି ପ୍ରରିପ୍ରେକ୍ଷୀରେ ନାଚୁଣୀସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ଦାସ, ମୁଖ୍ୟ ବକ୍ତାରୂପେ ନାଚୁଣୀ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ସମନ୍ତସିଂହାର, ସମ୍ମାନିତ ଅତିଥି ଭାବେ ନାଚୁଣୀ ଅଞ୍ଚଳର ବିଶିଷ୍ଟ ସମାଜସେବୀ ସତ୍ୟନାରାୟଣ ସୁବୁଦ୍ଧି ଓ ଏବିଭିପି ନାଚୁଣୀ କଲେଜ କ୍ୟାମ୍ପସ ୟୁନିଟ…

Read More

ସିଡନୀ:ଆହତ ସମସ୍ୟାରେ ଗତି କରୁଥିବା ଭାରତୀୟ ଦଳଙ୍କୁ ପୁଣି ଥରେ ବଡ ଝଟକା ଲାଗିଛି। ଦ୍ରୁତ ବୋଲର ଜସପ୍ରିତ ବୁମରା ଆହତ ହୋଇ ଚତୁର୍ଥ ଟେଷ୍ଟରୁ ବିଦା ହୋଇଛନ୍ତି। କେବଳ ସେତିକି ନୁହେଁ, ତୃତୀୟ ଟେଷ୍ଟରେ ଲଢୁଆ ବ୍ୟାଟିଂ କରି ଦଳକୁ ନିଶ୍ଚିତ ପରାଜୟରୁ ବଞ୍ଚାଇଥିବା ହନୁମା ବିହାରୀ ଓ ରବିଚନ୍ଦ୍ରନ ଅଶ୍ଵିନୀ ମଧ୍ୟ ଆହତ ହୋଇଛନ୍ତି। ତେବେ ହନୁମା ବିହାରୀଙ୍କ ବିକଳ୍ପ ରୂପେ ମୟଙ୍କ ଅଗ୍ରୱାଲ ଥିବା ବେଳେ ସେ ନେଟ୍ସ ଅଭ୍ୟାସ ବେଳେ ମଧ୍ୟ ଆହତ ହୋଇଛନ୍ତି। ତାଙ୍କର ଆଙ୍ଗୁଠିରେ ଆଘାତ ଲାଗିଥିବା ଜଣାପଡିଛି। ହେଲେ ତାଙ୍କ ଆଙ୍ଗୁଠି ଫ୍ୟାକ୍ଚର ହୋଇଥିଲେ ଦଳରେ ସ୍ଥାନ ପାଇବା ଅସମ୍ଭବ। ଭାରତୀୟ ଦ୍ରୁତ ବୋଲର ବୁମରାଙ୍କ ଆହତ ସମସ୍ୟା ତୃତୀୟ ଟେଷ୍ଟ ସମୟରେ ହୋଇଥିଲା। ସୂଚନା ମୁତାବକ ବୁମରାଙ୍କ ସ୍କାନ ରିପୋର୍ଟରେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି, ହେଲେ ଚତୁର୍ଥ ଟେଷ୍ଟ ଖେଳିଲେ ତାଙ୍କର ଆଘାତ ବଢିବା ଆଶଙ୍କା କରାଯାଉଛି। ତେଣୁ…

Read More

ନୂଆଦିଲ୍ଲୀ: ଉଚ୍ଚତମ ନ୍ୟାୟଳୟ ପକ୍ଷରୁ ନୂତନ କୃଷି ଆଇନ ମାମଲାର  ଏକ ବଡ ରାୟ ଆସିଛି। ନୂତନ ତିନି କୃଷି ଆଇନକୁ ଉଚ୍ଚତମ ନ୍ୟାୟଳୟ ସ୍ଥଗିତ ରଖିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଆଇନ ସ୍ଥଗିତ ରହିବ। ବର୍ତ୍ତମାନ କେନ୍ଦ୍ର ସରକାର ଏହି ଆଇନକୁ ଲାଗୁ କରିପାରିବେ ନାହିଁ। ଆଜିର ଶୁଣାଣିରେ ଉଚ୍ଚତମ ନ୍ୟାୟଳୟ ଏହି ମାମଲାର ସମାଧାନ ପାଇଁ ଏକ କମିଟି ଗଠନ କରିଛନ୍ତି। ଏହି କମିଟିରେ ଚାରି ଜଣ ସଦସ୍ୟ ରହିବେ। ସେମାନଙ୍କ ନାମ ମଧ୍ୟ ଉଚ୍ଚତମ ନ୍ୟାୟଳୟ ଘୋଷଣା କରିଛନ୍ତି। ସେମାନେ ହେଲେ ଭାରତୀୟ କିଷାନ ଯୁନିଅନର ଜିତେନ୍ଦ୍ର ସିଂହ ମାନ, ଡ. ପ୍ରମୋଦ କୁମାର ଯୋଶୀ, କୃଷି ବିଶେଷଜ୍ଞ ଅଶୋକ ଗୁଲାଟି ଏବଂ ଅନିଲ ଶେତକାରୀ।

Read More

ଭୁବନେଶ୍ବର: ଆଜି ଆପରାହ୍ନରେ କରୋନା ଟିକା ଭୁବନେଶ୍ବରରେ ପହଞ୍ଚିବ। ସ୍ପାଇସ ଜେଟ ବିମାନରେ ଆଜି ଅପରାହ୍ନ ୪ ଟା ୨୫ ରେ କରୋନା ଟିକା ପହଞ୍ଚିବ। ଭୁବନେଶ୍ବରରେ ପହଞ୍ଚିଲା ପରେ ପ୍ରଥମେ ରାଜ୍ୟ ଟିକା କେନ୍ଦ୍ରକୁ ନିଆଯିବ। ସେଠାରୁ ଜିଲ୍ଲା ଟିକା କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯିବ। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ସୂଚନା ଦିଆଯାଇଛି। ଜିଲ୍ଲାପାଳମାନେ ଗାଡି ପଠାଇ ଆଜି ଟିକା ନେବା ଲାଗି ବ୍ୟାବସ୍ଥା କରିବେ। ଓଡିଶା ପାଇଁ ମୋଟ ୪ ଲକ୍ଷ ୮ ହଜାର କୋଭାସିଲ୍ଡ ଟିକା ଆସୁଛି। ଏହାସହିତ ରାଜ୍ୟ ସରକାରଙ୍କୁ ୨୦ ହଜାର କୋଭାକ୍ସିନ ଟିକା ଆସିବା ନେଇ ଚିଠି ମିଳିଛି। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯିବ। ୧୬ ରୁ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ଟିକା ଦେବା ଆରମ୍ଭ କରାଯିବ। ତେବେ ସେମାନଙ୍କ ମଧ୍ୟରୁ ଯେଉଁମାନେ ବୟସ୍କ କିମ୍ବା ରୋଗାଗ୍ରସ୍ତ ଥିବେ, ସେମାନଙ୍କୁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜଣେ ଅଚିହ୍ନା ଯୁବତୀର ଶବ ଚିହ୍ନଟ ଏବଂ ତାହାର ହତ୍ୟାକାରୀକୁ ଧରିବା ପାଇଁ ଜଗନ୍ନାଥପ୍ରସାଦ ପୋଲିସ୍ ବହୁ କଷ୍ଟ ସ୍ୱୀକାର କରି ଶେଷରେ ସଫଳତା ପାଇଛି। ଏନେଇ ଗଂଜାମ ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ଯୁବତୀଙ୍କୁ ଭୁବନେଶ୍ୱରରେ ହତ୍ୟାକରି ଜଗନ୍ନାଥପ୍ରସାଦ ଥାନା ଅଂଚଳରେ ଶବକୁ ଫିଙ୍ଗିବା ଘଟଣା ବିଷୟରେ ସୂଚନା ଦେଇଥିଲେ। ହତ୍ୟା ଘଟଣାରେ ପୋଲିସ୍ ନୟାଗଡ଼ ଜିଲ୍ଲା ଫତେଗଡ଼, ପଥରପୁଂଜି ଗ୍ରାମର ମାନେଶ ରଂଜନ ପାଇଲ୍‌କ୍ରେ (୩୫) ଏବଂ ସରୋଜିନି ସାହୁ ଓରଫ୍ ଜିନା (୩୧)କୁ ଗିରଫ କରିଛି। ଏହାସହ ହତ୍ୟାରେ ବ୍ୟବହୃତ ଗୋଟିଏ ସିଭଲେଟ୍ କାର ଏବଂ ଛଅଟି ମୋବାଇଲ୍ ଫୋନ୍‌କୁ ଜବତ କରିଛି। ଘଟଣାରୁ ପ୍ରକାଶ ଯେ ଗତ ୨.୧୨.୨୦୨୦ ତାରିଖରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଭୁଷଣ୍ଡାପଲ୍ଲି ଗ୍ରାମର ଏକ ଧାନବିଲ୍‌ରେ ଜଣେ ଅଚିହ୍ନା ଯୁବତୀ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ଜଗନ୍ନାଥପ୍ରସାଦ ପୋଲିସ୍ ଥାନା କେସ ନଂ ୨୮୪/୨୦୨୦,…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ୨୯.୧୨.୨୦୨୦ ତାରିଖରେ ସଦରଥାନା ଅନ୍ତର୍ଗତ ଜଗଦଳପୁର ଭଣ୍ଡାରୀ ସାହିରେ ଜନୈକ ଅନ୍ଧୁଣୀ ଝିଅଙ୍କୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ଜଣେ ଯୁବକଙ୍କୁ ପୋଲିସ୍ ଗିରଫ କରିଥିଲା। ହେଲେ ଅଭିଯୋଗକାରୀଙ୍କୁ ପୋଲିସ୍ ନାନା ଅପଦସ୍ଥ କରୁଥିବା ନେଇ ଆଜି ପୀଡ଼ିତ ପରିବାର ନ୍ୟାୟ ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଗୁହାରି କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଗତ ୨୯ ତାରିଖ ଦିନ ଉପରୋକ୍ତ ଗ୍ରାମର ଜନୈକ ଅନ୍ଧୁଣୀ ଝିଅ ଶୌଚପାଇଁ ନିକଟସ୍ଥ ପୋଖରୀକୁ ଯାଇଥିବାବେଳେ ସାହିର ଅସାମାଜିକ ଯୁବକ ହରି ଡ଼ାକୁଆ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଥିଲା। ଯୁବତୀଟିର ପାଟିଶୁଣି ଦୁଇଭାଇ ବଂଚାଇବାକୁ ଆସିଥିବାବେଳେ ଦୁଷ୍କର୍ମକାରୀ ଗ୍ରାମର ହରିଡ଼ାକୁଆ ଉଭୟଙ୍କୁ ଆକ୍ରମଣ ମଧ୍ୟ କରିଥିଲା। ଏନେଇ ଥାନାରେ ଦୁଇଟି ମାମଲା ହୋଇଥିବାବେଳେ ପୋଲିସ୍ ହରି ଡ଼ାକୁଆକୁ ଗିରଫ କରିଥିଲା। ତେବେ ହରି ଡ଼ାକୁଆ ଦେଇଥିବା ମାମଲାରେ ସଦରଥାନା…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଜାରରେ ଥିବା ବିଭିନ୍ନ ଦୋକାନର ସଟର ତାଡି ଲୁଟ୍ ହୋଇଛି। ବର୍ତ୍ତମାନ ଏଭଳି ଲୁଟ୍ ଘଟଣା ଚିଲିକା ଅଞ୍ଚଳରେ ବଢୁଥିବାର ଦେଖିବାକୁ ମିଳୁଛି। ଦୁର୍ବୃତ୍ତମାନେ ଖୋଲାଖୋଲି ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟ୍ କରି ଚାଲିଛନ୍ତି। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କେତେ ଜଣ  ଦୁର୍ବୃତ୍ତ ବାଲୁଗାଁ ବଜାରରେ ଥିଵା ମହାମାୟୀ ହିରୋ ନାମକ ଏକ ବାଇକ୍ ସୋ ରୁମ୍ ର ସଟର ତାଡି ସୋ ରୁମ୍ ଭିତରୁ ବିଭିନ୍ନ ବାଇକ୍ ପାର୍ଟସ ସହ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହାସହ ଦୁର୍ବୃତ୍ତମାନେ ସୋ ରୁମ୍ ର ପଡିଶା ଏକ ଫର୍ଣ୍ଣିଚର ଦୋକାନର ସଟରକୁ ତାଡିବ‍ାକୁ ଉଦ୍ୟମ କରିଛନ୍ତି। ବୁଲା କୁକୁର ମାନେ ଭୁକିବାରୁ ଦୁର୍ବୃତ୍ତମାନେ ଘଟଣା ସ୍ଥଳ ଛାଡି ପଳାଇଥିବା ସନ୍ଦେହ କରାଯାଉଛି। ବାଇକ ସୋ ରୁମ କର୍ମଚାରୀଙ୍କଠାରୁ ସୂଚନା ପାଇ ବାଇକ୍ ସୋ ରୁମ୍ ମାଲିକ ଏବଂ ଫର୍ଣ୍ଣିଚର ଦୋକାନର ମାଲିକ ଘଟଣା…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୩୧ ଜଣ ଚିହ୍ନଟ ହୋଇଥିବାବେଳେ ୯୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୩୩୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୮ ହଜାର ୨୭୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୧୧୩  ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୯୧ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୫ ଟି ଜିଲ୍ଲାରୁ ମୋଟ୍‌ ୨୨୫ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡରୁ ଜିଲ୍ଲାରୁ…

Read More

ବ୍ୟାଙ୍କକ: ଭାରତୀୟ ବ୍ୟାଡମେଣ୍ଟନ ଖେଳାଳି ସାଇନା ନେହୱାଲ କରୋନାରେ ସଂକ୍ରମିତ ହୋଇଛନ୍ତି। ସାଇନା ବ୍ୟାଡମେଣ୍ଟନ ଖେଳିବା ଲାଗି ଥାଇଲାଣ୍ଡ ଯାଇଥିଲେ। ସେଠାରେ ତାଙ୍କୁ କ୍ଵାରେଣ୍ଟିନରେ ରଖାଯାଇଛି। ଆସନ୍ତା ୧୨ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୟୋନେକ୍ସ ଥାଇଲାଣ୍ଡ ଓପନ ଟୁର୍ଣ୍ଣାମେଣ୍ଟରେ ସାଇନା ଭାଗ ନେଇପାରିବେ ନାହିଁ। ସେହିପରି ୧୯ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଟୋୟୋଟା ଥାଇଲାଣ୍ଡ ଓପନ ଏବଂ ୨୭ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ ବିଡବ୍ଲୁଏଫ ବିଶ୍ଵ ଟୁର ଫାଇନାଲ ଖେଳିପାରିବେ ନାହିଁ। କିନ୍ତୁ ସାଇନା ନେହୱାଲ ସେଠାରେ ଲଗାଯାଇଥିବା କରୋନା ପ୍ରତିବନ୍ଧକ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୩୦ ବର୍ଷିୟା ଏହି ଖେଳାଳି କରୋନା ମୁକ୍ତ ହେବା ପରେ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିବେ। କରୋନା ମାହାମାରୀ ଯୋଗୁଁ ଦୀର୍ଘ ୧୦ ମାସ ଅନ୍ତରାଷ୍ଟ୍ରୀୟ ଖେଳ ବନ୍ଦ ରହିଥିଲା। ଭାରତୀୟ ଖେଳାଳି ସାଇନ ନେହୱାଲ ମଙ୍ଗଳବାରକୁ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ଭାଗ…

Read More

ୱାସିଂଟନ, ପ୍ରଥମ ଥର ପାଇଁ ବିଶ୍ବ ସ୍ବାସ୍ଥ୍ୟ ଜଗତରେ ଏକ ନୂଆ ଘଟଣା ପରିଲକ୍ଷିତ ହୋଇଛି। ତାହା ହେଲା ଯେ, ଏକ ଗରିଲା କରୋନା ସଂକ୍ରାମିତ ହୋଇଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, କାଲିଫର୍ଣ୍ଣିଆସ୍ଥିତ ସାନ ଡିଗୋ ଚିଡିଆଖାନାର ତିନିଟା ଗରିଲାକୁ କରୋନା ପଜେଟିଭ ଆସିଛି। ଚିଡିଆଖାନ କର୍ତ୍ତୁପକ୍ଷଙ୍କ କହିବା ଅନୁସାରେ ସେଠାରେ ଥିବା ଗରିଲାମାନେ ବାରମ୍ବାର ଛିଙ୍କିବାକୁ ଲାଗିଲେ। ଏପରି ଛିଙ୍କ ପୂର୍ବରୁ ପରିଲକ୍ଷିତ ହୋଇ ନ ଥିଲା। ସନ୍ଦେହ ହେବାରୁ ସେମାନଙ୍କର ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା। ରିପୋର୍ଟରୁ ତିନିଟା ଗରିଲାକୁ କରୋନା ହୋଇଥିବାର ଜଣାପଡିଛି। ଏହି ଘଟଣା ପଦାକୁ ଆସିବା ପରେ ଚିଡିଆଖାନା କର୍ତ୍ତୁପକ୍ଷ ସଜାଗ ହୋଇପଡିଛନ୍ତି। ଗରିଲା ସଫାରୀକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି। ଗରିଲାମାନଙ୍କୁ ପୃଥକ ବାସର ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ସେମାନଙ୍କ ରକ୍ଷାଣବକ୍ଷଣ ପାଇଁ ନିୟୋଜିତ ଥିବା କର୍ମଚାରୀଙ୍କର ମଧ୍ୟ ସନ୍ଦେହରେ ନମୂନା ପରୀକ୍ଷା ପାଇଁ ପଠାଯାଇଛି।

Read More

ନୂଆଦିଲ୍ଲୀ, ଆଜି ପ୍ରଥମ ଥର ପାଇଁ ସିରମ ସଂସ୍ଥାରୁ କୋରନା ଟୀକା ବାହାରକୁ ବାହାରିଛି। ଆସନ୍ତା 16 ତାରିଖରେ ଟୀକାକରଣ କରାଯାଉଥିବାରୁ ଆଜିଠାରୁ ଏହି ଟୀକା ଯୋଗାଣ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ଏକ ସୁରକ୍ଷିତ ଗାଡିରେ ପୁନେସ୍ଥିତ ସିରମ ସଂସ୍ଥାରୁ କରୋନା ଟୀକା ନୂଆଦିଲ୍ଲୀ ଆସିଛି। ସେଠାରେ ବିମାନ ଯୋଗେ ବିଭିନ୍ନ ରାଜ୍ୟକୁ ପଠାଯିବ। ତେବେ ଟୀକା ପରିବହନକୁ ମଧ୍ୟ ସୁରକ୍ଷିତ କରିବା ପାଇଁ ସିରମ ସଂସ୍ଥା ତଥା କେନ୍ଦ୍ର ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଏକ ସ୍ବତନ୍ତ୍ର ଗାଡିର ବ୍ୟବହାର କରାଯାଉଛି, ଯେଉଁଥିରେ ଏହି ଟୀକାକୁ ଶୀତଳତା ପ୍ରଦାନ କରିବ।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୨ ହଜାର ୫୮୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୬୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୪ ଲକ୍ଷ ୭୯ ହଜାର ୧୭୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୧ ହଜାର ୩୨୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୧୧ ହଜାର ୨୯୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୦୪ ହଜାର ୧୪୧ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର, ସକାଳୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିଂନ ସ୍ଥିତ ମୋ ବସ ଟର୍ମିନାଲ ନିକଟରୁ ଏକ ଶିଶୁକୁ ଉଦ୍ଧାର କରାଯାଇଛି। ଶିଶୁଟି ସେଠାରେ ଥିବା ଆହାର କେନ୍ଦ୍ର ପଛ ପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ ଗୁରୁତର ଆହତ ଓ ଅଚେତନ ଅବସ୍ଥାରେ ପଡିଥିଲା। ଶିଶୁପୁତ୍ରକୁ ବସ କର୍ମଚାରୀ ଓ ଉଠା ଦୋକାନୀ ଦେଖି ସ୍ଥାନୀୟ ଫାଣ୍ଡି କୁ ଜଣାଇ ଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ସ୍ଥାନୀୟ ଯୁବକ ଓ ଉଠା ଦୋକାନୀଙ୍କ ସହାୟତାରେ ତୁରନ୍ତ ଶିଶୁପୁତ୍ର ଟିକୁ ଉଦ୍ଧାର କରି ସ୍ଥାନୀୟ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ଗତ ରାତିରେ କୌଣସି ଦୃବୃତ୍ତ ଶିଶୁଟିକୁ ସେଠାରେ ଫିଙ୍ଗି ଦେଇ ଚାଲି ଯାଇଥିବା ଅନୁମାନ କରା ଯାଉଛି। ମାତ୍ର ଆହାର କେନ୍ଦ୍ର ଆଗରେ ଲାଗିଥିବା ସିସି କ୍ୟାମେରା ର ଫୁଟେଜ ଦେଖିଲେ ପ୍ରକୃତ ଅଭିଯୁକ୍ତ ଧରା ପଡିବ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।

Read More

ଭୁବନେଶ୍ବର, ଓଡ଼ିଶାରେ କୋଭିଡ୍‌-୧୯ ଟୀକାକରଣ କାର୍ଯ୍ୟ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏଥି ପାଇଁ ରାଜ୍ୟର ୧୬୦ଟି କେନ୍ଦ୍ର ଚିହ୍ନଟ ହୋଇଛି । ତା’ ମଧ୍ୟରୁ ଭୁବନେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମା ହସ୍‌ ପିଟାଲ୍‌ ମଧ୍ୟରେ ତଥ୍ୟ ସରବରାହ ପାଇଁ ଭିଡ଼ିଓ କନ୍‌ଫରେନ୍ସିଂ ବ୍ୟବସ୍ଥା କରାଯାଇଛି । କୋଭିଡ୍‌-୧୯ ଟୀକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍‌-୧୯ ଟୀକାକରଣ କାର୍ଯ୍ୟ ପାଇଁ ବିଭିନ୍ନ ଜିଲ୍ଲାରେ କେନ୍ଦ୍ର ଚିହ୍ନଟ ହୋଇଛି । ଅନୁଗୋଳ, ଦେଓଗଡ଼, ସୋନପୁର ଜିଲ୍ଲା ଏବଂ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୨ଟି ଲେଖାଏଁ, ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, ମାଲକାନଗିରି, ନୂଆପଡ଼ା ଜିଲ୍ଲା ଏବଂ ବ୍ରହ୍ମପୁର ଓ କଟକ ମହାନଗର ନିଗମରେ ୩ଟି ଲେଖାଏଁ  ଟୀକାକରଣ କେନ୍ଦ୍ର କରାଯାଇଛି। ସେହିପରି ବରଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, ନବରଙ୍ଗପୁର, ନୟାଗଡ଼ ଜିଲ୍ଲାରେ ୪ଟି ଲେଖାଏଁ,…

Read More

ନୂଆଦିଲ୍ଲୀ, ପୂଜାରେ ଆରତୀ କରିବା ପାଇଁ କର୍ପୁର ବ୍ୟବହୃତ ହୁଏ । ଜ୍ୟୋତିଷ ଶାସ୍ତ୍ରରେ କର୍ପୁର ଅନେକ ଉପାଚାର ପାଇଁ ମଧ୍ୟ ବ୍ୟବହାର କରାଯାଏ। କର୍ପୁର ଦ୍ୱାରା ଅର୍ଥ ସମ୍ବନ୍ଧୀୟ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଯଦି ସକାଳ ଏବଂ ସନ୍ଧ୍ୟାର ଘରେ କର୍ପୁର ଆଳତି କରାଯାଏ, ତେବେ ଘରର ସମସ୍ତ ସ୍ଥାପତ୍ୟ ତ୍ରୁଟି ଦୂର ହୋଇଥାଏ । ଆସନ୍ତୁ ଜାଣିବା କର୍ପୁର ସହିତ ଜଡିତ କିଛି ସମାଧାନ ….. ଧନ ପାଇବା ପାଇଁ, ଗୋଲାପ ଫୁଲ ଉପରେ ଛୋଟ କର୍ପୁର ଜାଳି ମା ଦୁର୍ଗାଙ୍କୁ ଏହା ଅର୍ପଣ କରିବା ଦ୍ୱାରା ଆପଣଙ୍କୁ ଧନ ମିଳିଥାଏ । ଏହି ପ୍ରତିକାର ନବରାତ୍ରୀରେ ଅଧିକ ପ୍ରଭାବଶାଳୀ ହୋଇଥାଏ । ଦୁର୍ଘଟଣାକୁ ଏଡାଇବା ପାଇଁ, ହନୁମାନ ଚାଲିସା କରିବା ପରେ କର୍ପୁରରୁ ହନୁମାନଙ୍କ ଆରତୀ କରିବା ଉଚିତ । ଏପରି କରିବା ଦ୍ୱାରା ଦୁର୍ଘଟଣାର ସମ୍ଭାବନା କମିଯାଏ । ରାତିରେ ଶୋଇବା ପୂର୍ବରୁ…

Read More

ମେଷ: – ଜମିରେ ବିନିଯୋଗ ଲାଭଦାୟକ ହେବ। କଥାକୁ ଅଧିକାରୀମାନଙ୍କୁ ବୁଝାଇବାକୁ ସମର୍ଥ ହେବ। ବୃଷ: – ବ୍ୟବସାୟରେ ପରିବର୍ତ୍ତନ ଆସିବ। ଦୁର୍ଘଟଣାଗ୍ରସ୍ତ ଏବଂ ଅଧିକ ଅର୍ଥରେ ଉପକୃତ ହେବେ। ମିଥୁନ: – କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେତୁ ମନୋବଳ ଭଲ ରହିବ। କାର୍ଯ୍ୟରେ ସଫଳତା ମିଳିପାରିବ। କର୍କଟ: – ଏହି ବର୍ଷ ଆପଣଙ୍କ ପାଇଁ ଏକ ନୂତନ ପ୍ରେମିକର ସନ୍ଧାନ ମିଳିବ। ଆପଣ ନୂଆ ବର୍ଷରେ ଭଲ ସ୍ବାମୀଙ୍କୁ ପାଇବେ। ସିଂହ: – ତୁମେ କଠିନ ପରିଶ୍ରମର ପୂର୍ଣ୍ଣ ଫଳ ପାଇବ। ଆପଣଙ୍କର ବୈବାହିକ ଜୀବନରେ ସୁଖରେ ପରିପୂର୍ଣ୍ଣ ହେବାକୁ ଯାଉଛି। କନ୍ୟା: – ଆପଣ ବେକାର ଯୁବକମାନଙ୍କର ଚାକିରିର ସୁଯୋଗ ତିଆରି କରିବେ। ପରିଶ୍ରମର ଫଳାଫଳ ପାଇବ। ତୂଳା: – ଯେଉଁମାନଙ୍କର ଚାକିରୀ  ଅଛି ସେମାନେ ପଦବୀ ଏବଂ ସମ୍ମାନର ଲାଭ ପାଇବେ । ଧନର ଆଗମନ ସମ୍ଭାବନା। ବିଛା: – ନିରନ୍ତର ଭଲ କାମ ନିଶ୍ଚିତ…

Read More

ନୂଆଦିଲ୍ଲୀ, ଆଜି ଚାରୋଟି ରାଶି ଉପରେ ପ୍ରଭୃ ବିଷ୍ଣୁଦେବଙ୍କର ଆର୍ଶିବାଦ ଯୋଗ ରହିଛି। ବିଷ୍ଣୁଦେବଙ୍କ ଆର୍ଶିବାଦରେ ଆପଣଙ୍କର କ୍ୟାରିୟରରେ ମଧ୍ୟ ଏକ ବଡ ସଫଳତା ମିଳିବାର ଯୋଗ ରହିଛି। ସମାଜର ଅନୁଭବି ଲୋକଙ୍କର ସହଯୋଗ ପୂର୍ଣ୍ଣମାତ୍ରାରେ ହାସଲ କରିବେ। ଆପଣ ଯଦି କୌଣସି ସ୍ଥାନକୁ ଯାତ୍ରା କରୁଛନ୍ତି ତାହା ମଧ୍ୟ ସଫଳ ହେବ। ଏହି ସମୟରେ ଆପଣଙ୍କର ଆତ୍ମବଳ ବୃଦ୍ଧି ପାଇବ। ଏହି ଚାରୋଟି ରାଶି ହେଉଛି ସିଂହ, ମିଥୁନ, ମେଷ ଏବଂ କୁମ୍ଭ ରାଶି। ଏହି ଚାରି ରାଶିର ବ୍ୟକ୍ତିମାନଙ୍କଠାରୁ ଶତ୍ରୁମାନେ ଧିରେ ଧରେ ପଛରୁ ହଟିବାକୁ ଆରମ୍ଭ କରିବେ। ଘର ଓ ପରିବାରରେ ବେଶ୍ ଖୁସିର ମାହଲ ସୃଷ୍ଟି ହେବ। କୌଣସି ଏକ ମହତପୂର୍ଣ୍ଣ କାର୍ଯ୍ୟରେ ଆପଣଙ୍କ ଜୀବନସାଥୀଙ୍କ ସହଯୋଗ ଏହାକୁ ସଫଳ କରାଇବ। ବୈବାହିକ ଜୀବନ ବେଶ ସୁଖମୟ ହେବ। ହଠାତ ଆପଣ କୌଣସି ଏକ ସ୍ଥାନରୁ ଅର୍ଥ ଲାଭର ଯୋଗ ରହିଛି।

Read More