ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦୀର୍ଘ ୫୦ ଦିନ ଧରି ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ ଚାଲିଥିବାବେଳେ ସୁପ୍ରିମ୍କୋର୍ଟ ଆଇନକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେବା ସହ ଚାରିଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରିବାକୁ କହିଥିଲେ। ତେବେ ଏହା ଜନସାଧାରଣଙ୍କୁ ବିଭ୍ରାନ୍ତି କରି ଆନ୍ଦୋଳନକୁ ବିପଥଗାମୀ କରିବା ପାଇଁ ଏହା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି କୃଷକ ସଂଗଠନମାନେ ଅଭିଯୋଗ କରି ଆଜି ବ୍ରହ୍ମପୁର କମାପଲ୍ଲୀ ସ୍ଥିତ ମୁଖ୍ୟ ଛକ ନିକଟରେ ଚାଷୀ ସଂଗଠନମାନ ପକ୍ଷରୁ ଆଇନ ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା। ଆନ୍ଦୋଳନ ସ୍ଥଳରେ ଏ ତିନୋଟି କୃଷି କଳା ଆଇନର ନକଲକୁ ନିଆଁରେ ଜଳାଇ ପ୍ରତିବାଦ କରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଏ ଆନ୍ଦୋଳନକୁ ବ୍ୟାପକ ଓ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା। ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ କୃଷକ ନେତା ବସନ୍ତ ନନ୍ଦ, ପ୍ରତାପ କୁମାର ନାୟକ, ଦୁର୍ଯ୍ୟୋଧନ ସ୍ୱାଇଁ,…
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ନିଜର ବୋଲି କହି ହାଇଜାକ୍ କରୁଥିବା ଅଭିଯୋଗ କରି ଆଜି ଛତ୍ରପୁର ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଆବାସ ଯୋଜନାକୁ ହଡ଼ପ ପରି ରାଜ୍ୟ ସରକାର ବିଜୁ ପକ୍କା ଘର କରିଛି। ସେହିପରି ଯୋଗ୍ୟ ହିତାଧିକାରୀଙ୍କୁ ଉପେକ୍ଷା କରି ଶାସକ ବିଜୁ ଜନତା ଦଳର ନେତା ଓ କର୍ମୀମାନଙ୍କୁ ଏହି ଘରଗୁଡ଼ିକ ଅକ୍ତିଆର କରିଛନ୍ତି। ଛତ୍ରପୁର ବିଡ଼ିଓ ଶାସକ ଦଳର ଏଜେଣ୍ଟ ଭାବେ କାର୍ଯ୍ୟ କରି ଏହି କାର୍ଯ୍ୟରେ ସହଯୋଗ କରିଛନ୍ତିି ବୋଲି ବିଜେପି ଅଭିଯୋଗ କରିଛି। ବୁଧବାର ମଧ୍ୟାହ୍ନରେ ବିଜେପି ପକ୍ଷରୁ ଏକ ବିଶାଳ ରାଲି ଛତ୍ରପୁର ସହର ପରିକ୍ରମା କରି ଛତ୍ରପୁର ବ୍ଲକ୍ କାର୍ଯ୍ୟାଳୟଠାରେ ପହଞ୍ଚି ରାଜ୍ୟ ସରକାର ବିରୋଧରେ ସ୍ଲୋଗାନ ମାନ ଦେଇଥିଲେ। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଜିଲ୍ଲା ବିଜେପି ସଭାପତି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦୀର୍ଘ ୯ ମାସରୁ ଅଧିକ ସମୟ ଧରି କରୋନା ସଂକ୍ରମଣ ଯୋଗୁଁ ସିନେମା ହଲ୍ ସପିଂ ମଲ୍ ଇତ୍ୟାଦିକୁ ବନ୍ଦ କରିଦିଆଯାଇଥିଲା। ଦୀର୍ଘଦିନ ପରେ ସଂକ୍ରମଣର ମାତ୍ରା ଧିରେ ଧିରେ କମିବା ଆରମ୍ଭ ହୋଇଛି। ଫଳରେ ଏହିସବୁକୁ ପର୍ଯ୍ୟାୟକ୍ରମେ ଖୋଲିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ରେଶମ ସହର ବ୍ରହ୍ମପୁରରେ ମଧ୍ୟ ସିନେମା ହଲ୍ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସମସ୍ତେ ସିନେମା ହଲ୍ ମଧ୍ୟକୁ ପ୍ରବେଶ ପାଇଁ କୋଭିଡ଼୍ ନିୟମ ମାନିବାକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେକ ଶୋ ପରେ ଗୃହକୁ ସାନିଟାଇଜିଂ କରାଯିବ। ଦର୍ଶକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ପ୍ରବେଶ ସ୍ଥାନରେ ଥର୍ମାଲ ସ୍କିନିଂ ସହିତ ସାନିଟାଇଜର ବ୍ୟବସ୍ଥା ରହିବ। ଯଦି କେହି ଏଭଳି ନିୟମକୁ ଉଲ୍ଲଂଘନ କରନ୍ତି ତେବେ ସରକାରୀ ନିୟମ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି। ଏହି ସବୁ ନିୟମ ଜାନୁୟାରୀ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଛତ୍ରପୁର ଜାତୀୟ ରାଜପଥରେ ଆଜି ପୃଥକ ପୃଥକ ଦୁର୍ଘଟଣାମାନ ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଜାତୀୟ ରାଜପଥର ତାମ୍ପରା ନିକଟରେ ଘନ କୁହୁଡ଼ି ଯୋଗୁଁ ଆଜି ଏକ ଗ୍ୟାସ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିବା ଦ୍ୱାରା ଛତ୍ରପୁର ଅଂଚଳରେ ଭୟର ବାତାବରଣ ଖେଳିଯାଇଥିଲା। ପ୍ରଶାସନ ତତ୍ପରତା ଦେଖାଇ ପ୍ରଥମେ ଅଂଚଳର ବିଦ୍ୟୁତ ସରବରାହକୁ ବନ୍ଦ କରିବା ସହ ରାଜପଥର ଦୁଇପାଶ୍ୱର୍ଠାରୁ ଗଂଜାମ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ଗାଡ଼ିଚାଳନାକୁ ବନ୍ଦ କରିଦିଆଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ସ୍ପ୍ରେ କରିଥିବାବେଳେ ଟ୍ୟାଙ୍କର ନିକଟକୁ ଯିବା ରାସ୍ତାକୁ ସିଲ୍ କରି ଦିଆଯାଇଥିଲା। ଘଟଣସ୍ଥଳରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟସ ରଂଜନ ପୃଷ୍ଟି, ଅତିରିକ୍ତ ଏସ୍ପି ଠାକୁର ପ୍ରସାଦ ପାତ୍ର, ତହସିଲ୍ଦାର ନୀଳମାଧବ ଭୋଇ, ଥାନାଧିକାରୀ ପ୍ରିୟସ ରଜନ ଛୋଟରାୟ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ। ଏହି ଗ୍ୟାସ ଟ୍ୟାଙ୍କର ଉଦ୍ଧାର…
ଭୁବନେଶ୍ବର: ରାଜ୍ୟ ସରକାର କୋଭିଡ଼ ଟିକାକାରଣ ଲାଗି ଗାଇଡଲାଇନ ଜାରି କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଏନେଇ ସବୁ ଜିଲ୍ଲାପାଳ ଓ ମହାନଗର ନିଗମକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି କରାଯାଇଛି। ବର୍ତ୍ତମାନ ରାଜ୍ୟକୁ କୋଭିସିଲ୍ଡ ଏବଂ କୋଭାକ୍ସିନ ନାମକ ଦୁଇ ପ୍ରକାର ଟିକା ମିଳିଛି। ପ୍ରତି କୋଭିସିଲ୍ଡ ଭାଏଲ ୧୦ ଡୋଜ ଏବଂ କୋଭାକ୍ସିନ ଭାଏଲ ୨୦ ଡୋଜ ବିଶିଷ୍ଟ। ଉଭୟ କୋରୋନା ଟିକାର ବ୍ୟବହାର ସମୟ ୬ ମାସ ପର୍ଯ୍ୟନ୍ତ ରହିଛି। ଭାଏଲରେ ଉତ୍ପାଦନ ସମୟ ଲେଖାଯାଇଛି। କିନ୍ତୁ ଏକ୍ସପାରି ତାରିଖ ଲେଖାଯାଇ ନାହିଁ। ଭାଏଲ ଖୋଲିବାର ୪ ଘଣ୍ଟା ଭିତରେ ହିଁ ବ୍ୟବହାର କରାଯାଇପାରିବ। ଆସିଥିବା ମୋଟ ଟିକାରୁ ୫୦ ପ୍ରତିଶତ ପ୍ରଥମ ଡୋଜରେ ବ୍ୟବହାର କରାଯିବ। ସମସ୍ତ ଉପଭୋକ୍ତା ଏକ ନିର୍ଦ୍ଦିଷ୍ଟ ଟିକା ନେବେ, ଟିକାକୁ ପରିବର୍ତ୍ତନ କରାଯିବ ନାହଁ।
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଖୁବ ଶୀଘ୍ର ୮୩ ତେଜସ୍ ବିମାନ ସାମିଲ ହେବ। ଏହି ଯୁଦ୍ଧ ବିମାନ ଲାଗି ସୁରକ୍ଷା କ୍ୟାବିନେଟ କମିଟି ୪୮ ହଜାର କୋଟି ଟଙ୍କା ଡିଲକୁ ମଞ୍ଜୁରୀ ଦେଇଛି। ଏଚଏଏଲ ସହିତ ଏହି ଡିଲ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସିସିଏସ ବୈଠକରେ ଏହା ଉପରେ ମୋହର ଲାଗିଛି। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ବାୟୁସେନାକୁ ଅଧିକ ମଜବୁତ କରିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି। ଏଭଳି ଡିଲ ରକ୍ଷା କ୍ଷେତ୍ରରେ ଗେମ ଚେଞ୍ଜର ହେବ। ସୂଚନା ଯୋଗ୍ୟ ଯେ, ଏହି ତେଜସ ବିମାନ ସଂପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ଏହା ଏୟାର ରୁ ଏୟାର ଏବଂ ସ୍ଥଳ ଭାଗକୁ ମଧ୍ୟ ମିଶାଇଲ ଲକ୍ଷ ଭେଦି ପାରିବ। ଏଥିରେ ଆଣ୍ଟିଶିପ ମିଶାଇଲ, ବମ ଏବଂ ରକେଟ ବି ଲାଗି ପାରିବ। ଏହା ୪୨% କାର୍ବନ ଫାଇବର, ୪୩% ଆଲୁମିୟମ ଏଲାୟ…
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲ୍ ଅଧିନସ୍ଥ ରାହାମା ହରିପୁର ମହାନଦୀ ଘାଟ ପ୍ରଶାସନ ପକ୍ଷରୁ ଲିଜ୍ ହୋଇନଥିବା ବେଳେ ସେଠାରୁ ଦୈନିକ ଶହଶହ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଥିବାରୁ ସରକାରଙ୍କ ବିପୁଳ ରାଜସ୍ବ ହାନି ହେବା ସହ ସ୍ଥାନୀୟ ପ୍ରଶାସନର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାନୁଯାୟୀ ଏମିତିକି ଦିନ ହେଉ ଅବା ରାତି ସର୍ବ ସମ୍ମୁଖରେ ଦୈନିକ ଶତାଧିକ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଥିବା ବେଳେ ପ୍ରଶାସନ ନିରବ କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାନୁଯାୟୀ ରାହାମା ବଜାର ନିକଟସ୍ଥ ହରିପୁର ଜଙ୍ଗଲ ବାଟଦେଇ ମହାନଦୀରୁ ଦିର୍ଘଦିନ ହେବ ଦୈନିକ ଶହଶହ ଟ୍ରିପ୍ ବାଲି ଟ୍ରାକ୍ଟରରେ ଚୋରା ଚାଲାଣ ହେବା ଯୋଗୁଁ ସରକାରଙ୍କ ବିପୁଳ ରାଜସ୍ବ ହାନି ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ କ’ଣ ପାଇଁ ହାତବନ୍ଧି ବସିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାନୁଯାୟୀ ଉକ୍ତ ସ୍ଥାନରୁ…
ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। କଟକ ଠାରେ ଏକ ଅତ୍ୟାଧୁନିକ ବସ୍ ଟର୍ମିନାଲ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କଟକର ଖାନନଗର ଠାରେ ଏହି ବସ୍ ଟର୍ମିନାଲ ନିର୍ମିତ ହେବ। ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟକାରୀ କରାଯିବ। ଏହା ସହିତ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲଟି ମହାନ୍ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ନାମିତ କରାଯିବ। ଏଥିପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ବସ୍ ଟର୍ମିନାଲରେ ଯାତ୍ରୀମାନଙ୍କର ସୁବିଧା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଏଥିରେ ଏକ ବୃହତ ଟର୍ମିନାଲ ବିଲ୍ଡିଂ, ସାଧାରଣ ଯାତ୍ରୀବାହୀ ବସ୍ ପାଇଁ ସ୍ଥାନ, ସ୍ଥାନୀୟ ଓ ମୋ ବସ୍ ସେବା ପାଇଁ ସ୍ଥାନ, ଯାନ ମରାମତି ଓ ରକ୍ଷଣାବେକ୍ଷଣ ବ୍ଲକ୍, ଚାରି ଚକିଆ ଯାନ ଓ ଅଟୋ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ।…
ଭୁବନେଶ୍ଵର: ଆଜି ରାଜ୍ୟରୁ ୧୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୩୦, ମୟୂରଭଞ୍ଜରୁ ୧୯, ବଲାଙ୍ଗୀରିରୁ ୧୫, ଖୋର୍ଦ୍ଧାରୁ ୧୪, କେନ୍ଦ୍ରାପଡାରୁ ୧୦, ସମ୍ବଲପୁରରୁ ୧୦, ବରଗଡରୁ ୯, ଝାରସୁଗୁଡାରୁ ୯, ଅନୁଗୁଳରୁ ୮, ଯାଜପୁରରୁ ୮, କଟକରୁ ୬, କେନ୍ଦୁଝରରୁ ୬, ଜଗତସିଂହପୁରରୁ ୫, ଗଞ୍ଜାମରୁ ୩, ବାଲେଶ୍ବରରୁ ୨, ଭଦ୍ରକରୁ ୨, କଳାହାଣ୍ଡିରୁ ୨, ନବରଙ୍ଗପୁରରୁ ୨, ସୋନପୁରରୁ ୨, କୋରାପୁଟରୁ ୧, ନୟାଗଡରୁ ୧, ନୂଆପଡ଼ାରୁ ଏବଂ ଷ୍ଟେଟପୁଲରୁ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୮ ହଜାର ୬୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୫୪୧ କୁ ବୃଦ୍ଧି…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୬୯ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୩୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ସ୍ବର୍ଗତଃ ରାଓ ତାଙ୍କର ଉତ୍ସର୍ଗିକୃତ ସମାଜ ସେବା ବିଶେଷ କରି ଗରୀବ ଓ ଅବହେଳିତମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ସ୍ମରଣୀୟ ହୋଇ ରହିବେ। ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ପରଲୋକାଗତ ଆତ୍ମାର ସଦଗତି କାମନା କରିଛନ୍ତି। ପଦ୍ମଶ୍ରୀ ସ୍ବର୍ଗତଃ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
କଟକ: ଆଜି ଅପରାହ୍ନରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ ହୋଇଯାଇଛି। କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘ ୨୦ ଦିନ ଧରି ଏସସିବି କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ନ ୪ ଟା ୧୫ ମିନିଟରେ ତାଙ୍କର ପରଲୋକ ହୋଇଯାଇଛି। ଏନେଇ ଏସ ସି ବି ଜରୁରୀକାଳିନ ଆଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ପ୍ରକାଶ ଜଣେ ଅତି ଅମାୟିକ ବ୍ୟକ୍ତି ଥିଲେ। ସେ ୨ ଶହରୁ ଅଧିକ ଥର ରକ୍ତ ଦାନ କରିଥିଲେ। ଚା’ ବିକ୍ରି କରି ଗରିବ ପିଲାଙ୍କୁ ପଢାଉଥିଲେ ପ୍ରକାଶ। ଗରିବ ପିଲାଙ୍କ ପାଇଁ ସ୍କୁଲ ପ୍ରତିଷ୍ଠା କରିଥିଲେ।
ଭୁବନେଶ୍ବର: ନୟାଗଡ ଯଦୁପୁରୁ ବହୁ ଚର୍ଚ୍ଚିତ ପରି ହତ୍ୟା ମାମଲାରେ ଏସଆଇଟି ର ତଦନ୍ତ ଉପରେ ପରୀର ମା’ ବାପା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଘଟଣାରେ ନ୍ୟାୟ ପାଇବା ପାଇଁ ପରୀର ମା’ ବାପା ସୁପ୍ରିମ କୋର୍ଟ ଯାଇଛନ୍ତି। ସେମାନେ ସିବିଆଇ ତଦନ୍ତ ଦାବିରେ ସୁପ୍ରିମ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ, ପରି ହତ୍ୟା ମାମଲାରେ ଏସାଇଟି ତଦନ୍ତ କରୁଥିଲା। ଏସାଇଟି ତଦନ୍ତ କରି ସରୋଜ ସେଠି ନାମକ ଜଣେ ଯୁବକକୁ ଗିରଫ କରିଥିଲା। ହେଲେ ପରୀର ବାପା ମା’ ଏହି ତଦନ୍ତ ଉପରେ ସନ୍ଦେହ କରୁଛନ୍ତି।
ପୁରୀ, ପୌଷମାସ ଅମାବାସ୍ୟାକୁ ବକୁଳ ଅମବାସ୍ୟା ବୋଲି କୁହାଯାଇଥାଏ। ଏହିଦିନ ସାଧାରଣତଃ ଆମ୍ବ ଗଛରେ ବଉଳ ହୋଇଥାଏ। ତେଣୁ ଏହାକୁ ବଉଳ ବା ବକୁଳ ଅମବାସ୍ୟା ବୋଲି କୁହାଯାଇଥାଏ। ଏହି ଅମାବାସ୍ୟାରେ ଶ୍ରୀମନ୍ଦିରରେ ହୋଇଥାଏ ସ୍ବତନ୍ତ୍ର ପୂଜା ନୀତି। ଠାକୁରଙ୍କ ସକାଳ ଧୂପ ଉଠିବା ସମୟରେ ଏହିଦିନ ସ୍ବତନ୍ତ୍ର ଭାବେ ବଉଳ ଗଁଇଠା ପୂଜା ହୋଇଥାଏ। ସକାଳ ଧୂପ ସହିତ ରୋଷଘରୁ ଏହି ବଉଳ ଗଁଇଠା ତାଟ ଛାମୁକୁ ଆସିଥାଏ। ପୂଜାପଣ୍ଡା ଷୋଢଷ ଉପାଚାରରେ ଏହି ଭୋଗ ଲାଗି କରନ୍ତି। ଏହି ଦିନ ଶ୍ରୀନାରାୟଣ ସାଗର ବିଜେ କରିବାର ପରଂପରା ମଧ୍ୟ ରହିଛି। ମହାପ୍ରସାଦ କଢାଯାଇ ପାଣି ପଡିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀନାରାୟଣଙ୍କୁ ସିଂହାସନକୁ ବିଜେ କରାଯାଏ। ପୂଜା ପଣ୍ଡା ଶ୍ରୀଜୀଉଙ୍କର ଆଜ୍ଞାମାଳ ଆଣି ନାରାୟଣଙ୍କୁ ଦିଅନ୍ତି। ଏହାପରେ ଶ୍ରୀମନ୍ଦିରର ନାରାୟଣ ପାଲିଙ୍କିରେ ବସି ସାଗର ବିଜେ କରିଥାନ୍ତି। ସିଂହଦ୍ବାରରୁ ବାହାରି ଶ୍ରୀନାରାୟଣ ସମୁଦ୍ରକୂଳରେ ସ୍ବର୍ଗଦ୍ବାରକୁ ବିଜେ କରନ୍ତି।…
ଭୁବନେଶ୍ବର, ଆଜି ରାତିରେ ଏବଂ ଆସନ୍ତାକାଲି ସକାଳେ ସାତୋଟି ଜିଲ୍ଲାରେ ଦେଖାଦେବ ପ୍ରବଳ କୁହୁଡି। ଏହି କୁହୁଡି ଦ୍ବାରା ରାସ୍ତାଘାଟ କିଛି ଦେଖାଯିବ ନାହିଁ। ସେଥିପାଇଁ ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନର। ଯାନବାହନ ଚଳାଚଳ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବା ପାଇଁ ମଧ୍ୟ କୁହାଯାଇଛି। ଯେଉଁ ଜିଲ୍ଲାଗୁଡିକ ଆଜି ରାତିରେ ଏବଂ ଆସନ୍ତାକାଲି ସକାଳେ କୁହୁଡି ହେବ ସେଗୁଡିକ ହେଲା ଅନୁଗୁଳ, ବୈଦ୍ଧ, କନ୍ଧମାଳ, ରାୟଗଡା, ଖୋର୍ଦ୍ଧା, କଟକ ଏବଂ ଢେଙ୍କାନାଳ। ତେବେ ଏହି ଜିଲ୍ଲାଗୁଡିକରେ କେତେକ ସ୍ଥାନରେ ଏହି ଘନ କୁହୁଡି ହେବ ବୋଲି କୁହାଯାଇଛି।
ଭୁବନେଶ୍ବର: ରାଜ୍ୟରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କିମ୍ବା ଧମକ ଦେବା ଘଟଣା ବଢି ଚାଲିଛି। ସାମ୍ବାଦିକ ମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ବଡ ଚାଲେଞ୍ଜ ସୃଷ୍ଟି ହୋଇଛି। ବାରମ୍ବାର ରାଜ୍ୟରେ କୋଉଠି ନା କୋଉଠି ଏହି ଘଟଣା ସମ୍ପର୍କରେ ଶୁଣିବାକୁ ମିଳୁଛି। ସ୍ଥାନୀୟ ସାମ୍ବାଦିକ ସଂଘ ପକ୍ଷରୁ ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ଏହି ଘଟଣା ହ୍ରାସ ପାଇବା ପରିବର୍ତ୍ତେ ବଢି ଚାଲିଛି। ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଏଭଳି ଏକ ଅଭାବନୀୟ ଘଟଣା ଶୁଣିବାକୁ ମିଳିଛି। ଗତକାଲି ଖୋର୍ଦ୍ଧା ଜିଲ୍ଲା ଅର୍ଗସ ନିୟୁଜ ପ୍ରତିନିଧି ବିକ୍ରମ କେଶରୀ ସାହୁଙ୍କୁ ଟାଙ୍ଗୀ ବ୍ଲକର ଅଧ୍ୟକ୍ଷ ବିଜୟ କୁମାର ଜେନା ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଉକ୍ତ ଘଟଣାକୁ କଡା ନିନ୍ଦା କରିବା ସହ ଟାଙ୍ଗୀ ଥାନାରେ ଏ ବାବଦରେ ଆଜି ଏକ ଏତଲା ଦେଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କ ଉପରେ…
ନୂଆଦିଲ୍ଲୀ: ଆଇସିସି ଦ୍ଵାରା ଶ୍ରେଷ୍ଠ ଖେଳାଳି ଚୟନ ଲାଗି ଏକ ଭୋଟିଂ ବ୍ୟବସ୍ଥା କରାଯାଇଥିଲା। ଯେଉଁଥିରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହିଲି ଏବଂ ପାକିସ୍ଥାନର ପୂର୍ବତନ ଅଧିନାୟକ ତଥା ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ଏଇ ଭୋଟିଂରେ ଉଭୟଙ୍କ ମଧ୍ୟରେ ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ କଡା ଟକ୍କର ହୋଇଥିଲା। ଶେଷରେ ଇମ୍ରାନ ଖାଁ ମାତ୍ର ୧ ପ୍ରତିଶତ ଭୋଟରେ କୋହଲିଙ୍କ ଠାରୁ ଅଗ୍ରଣୀ ହୋଇଥିଲେ। ଆଇସିସି ଦ୍ଵାରା କରାଯାଇଥିବା ଏହି ଭୋଟିଂରେ ସର୍ବମୋଟ ୫ ଲକ୍ଷ ୩୬ ହଜାର ଭୋଟ ପଡିଥିଲା। ଯେଉଁଥିରେ ଇମ୍ରାନ ଖାଁ ଙ୍କୁ ୪୭.୩ ପ୍ରତିଶତ ଭୋଟ ମିଳିଥିବା ବେଳେ ବିରାଟଙ୍କୁ ୪୬.୨ ପ୍ରତିଶତ ଭୋଟ ମିଳିଥିଲା।
ନୂଆଦିଲ୍ଲୀ: କରୋନା ମହାମାରୀକୁ ପ୍ରତିହିତ କରିବା ପାଇଁ ସମଗ୍ର ଦେଶରେ ଟିକାକାରଣ ପରକୀୟା ଆରମ୍ଭ ହେବାକୁ ଯାଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆସନ୍ତା ମାସ ୧୬ ତାରିଖରେ ଟିକାକାରଣ ପାଇଁ ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ କରୁଛନ୍ତି। ହେଲେ ଠିକ ଏହି ସମୟରେ ତଥା ୧୭ ତାରିଖରେ ପୋଲିଓ ଟିକାକାରଣ ପାଇଁ ତାରିଖ ଧାର୍ଯ୍ୟ ଥିଲା। କିନ୍ତୁ ଏହାକୁ ଏବେ ସ୍ଥଗିତ ରଖାଯାଇଛି। ସୁଚନାଯୋଗ୍ୟ ଯେ, ଦେଶରେ ଜାନୁଆରୀ ୧୭ ତାରିଖକୁ ଜାତୀୟ ପୋଲିଓ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନ ଦେଶର ସମସ୍ତ ୫ ବର୍ଷରୁ କମ୍ ପିଲାମାନଙ୍କୁ ପୋଲିଓ ଟିକା ଦିଆଯାଇଥାଏ। ହେଲେ ଏହି ଭୟଙ୍କର ମହାମାରୀ କବଳରୁ ମୁକ୍ତି ପାଇବା ପାଇଁ କରୋନା ଟିକା ନେବା ବହୁତ ଜରୁରୀ ହୋଇପଡିଥିବାରୁ ପୋଲିଓ ଟିକାକରଣକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତି ନିର୍ଦ୍ଦେଶ ଆସିବା ପରେ ଏହି କାର୍ଯ୍ୟକ୍ରମ ପୁଣି ଆରମ୍ଭ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ…
ନୂଆଦିଲ୍ଲୀ, ବର୍ତ୍ତମାନ ରନ୍ଧନ ଗ୍ୟାସ ପାଇଁ ଆଉ ଦିନଦିନ ଅପେକ୍ଷା କରିବାକୁ ପଡିବ ନାହିଁ। ଆପଣ ଯେଉଁଦିନ ଗ୍ୟାସ ବୁକିଂ କରିବେ ସେହିଦିନ ଆପଣଙ୍କ ଘରେ ଗ୍ୟାସ ପହଁଚିବ। ଅର୍ଥାତ ମାତ୍ର 45 ମିନିଟ ମଧ୍ୟରେ ଏହି ଗ୍ୟାସ ମିଳିବ। ଏଥିପାଇଁ ଇଣ୍ଡିଆନ ଅଏଲ ଏକ ସ୍ବତନ୍ତ୍ର ତତ୍କାଳ ଯୋଜନା ଆରମ୍ଭ କରିବାକୁ ଯାଉଛି। ଇଣ୍ଡିଆନ ଅଏଲ ଇଣ୍ଡେନ ବ୍ରାଣ୍ଡରେ ଗ୍ୟାସ ଯୋଗାଣ କରୁଛି। ବର୍ତ୍ତମାନ କଂପାନୀ ପରୀକ୍ଷା ମୂଳକ ଭାବେ ଦେଶର ପ୍ରମୁଖ ସହରରେ ଏହି ଯୋଜନା ଆରମ୍ଭ କରିବାକୁ ନିଷ୍ପତି କରିଛି। ସେଥିପାଇଁ କଂପାନୀ କେତେକ ସ୍ଥାନ ନିରୂପଣ କରିଛି। ବର୍ତ୍ତମାନ କେନ୍ଦ୍ର ସରକାର ବିଭିନ୍ନ ସେବା କିପରି ଲୋକମାନଙ୍କୁ ତୁରନ୍ତ ଦେଇ ହେବ ସେ ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହି ଅନୁସାରେ କଂପାନୀ ଏହି ପଦକ୍ଷେପ ନେଉଛି। ତେବେ ଏଥିପାଇଁ ଗ୍ରାହକଙ୍କୁ ଅଧିକ ପଇସା ଦେବାକୁ ପଡିବ କି ନାହିଁ ସେ ନେଇ କିଛି ନିଷ୍ପତି…
ଭୁବନେଶ୍ବର: ଆଜି ରାଜ୍ୟରୁ ଜଣେ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଏହି ଆକ୍ରାନ୍ତ ଜଣଙ୍କ ୭୦ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି। ଆଜିର ଏହି ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ୧୮୯୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୫୪୧କୁ ବୃଦ୍ଧି ହୋଇଥିବା ବେଳେ ୩ ଲକ୍ଷ ୨୮ ହଜାର ୪୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ରାଜ୍ୟରେ ମୋଟ ୨ ହଜାର ୧୪୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ଏବଂ ମୋଟ ୧୮୯୫ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର, ବହୁ ପ୍ରତିକ୍ଷିତ କୋଭିଡ ଟିକା ଶେଷରେ ବାହାରିଲା ଏବଂ ଭୁବନେଶ୍ବରରେ ମଧ୍ୟ ପହଁଚିଲା। ଏହା ନିଶ୍ଚିତ ଖୁସିର କଥା। ଗତକାଲି ବିମାନରେ ଏହି ଟିକା ଆସିବା ପରେ ସେଗୁଡିକୁ ଭୁବନେଶ୍ବରର ଔଷଧ ନିଗମରେ ଥିବା ଭ୍ୟାକସିନ ଭଣ୍ଡାରରେ ରଖାଯାଇଛି। ବର୍ତ୍ତମାନ ଓଡିଶାକୁ ସେରମ ସଂସ୍ଥା ପ୍ରସ୍ତୁତ କୋଭିସିଲ୍ଡ 40 ହଜାର 8 ଶହ ଭାଲ ଆସିଛି। ଯାହାକି 4 ଲକ୍ଷ 8 ହଜାର ଡୋଜ ହେବ। ଏଗୁଡକ 12ଶହ କେଜି ଓଜନର 34ଟି ପ୍ୟାକେଟରେ ଆସିଛି। ତେବେ ଏହି ଟିକା ଦୁଇଟି ଡୋଜରେ ଦିଆଯିବ। ସେହି ଅନୁସାରେ ବର୍ତ୍ତମାନ ଯେତିକି ଟିକା ଆସିଛି ସେଥିର 1 ଲକ୍ଷ 91 ହଜାର ଲୋକଙ୍କୁ ଦିଆଯାଇପାରିବ। ଭୁବନେଶ୍ବର ଭ୍ୟାକସିନ ଭଣ୍ଡାରରୁ ଟିକା ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଉଛି। ପ୍ରଥମ ଡୋଜ ପାଇଁ ଯେତିକି ଟିକା ଆବଶ୍ୟକ ସେତିକି ଟିକା ଜିଲ୍ଲା କେନ୍ଦ୍ରକୁ ପଠାଯିବ। ତାହା ଶେଷ ହେବା ପରେ ଦ୍ବୀତିୟ ଡୋଜ ଦେବା…

