ଏଥର ବୁକିଂର 45 ମିନିଟ ମଧ୍ୟରେ ଆପଣଙ୍କ ଘରେ ପହଁଚିବ ଗ୍ୟାସ, ଆସିଲା ନୂଆ ବ୍ୟବସ୍ଥା

Published: Jan 13, 2021, 12:47 pm IST

ନୂଆଦିଲ୍ଲୀ, ବର୍ତ୍ତମାନ ରନ୍ଧନ ଗ୍ୟାସ ପାଇଁ ଆଉ ଦିନଦିନ ଅପେକ୍ଷା କରିବାକୁ ପଡିବ ନାହିଁ। ଆପଣ ଯେଉଁଦିନ ଗ୍ୟାସ ବୁକିଂ କରିବେ ସେହିଦିନ ଆପଣଙ୍କ ଘରେ ଗ୍ୟାସ ପହଁଚିବ। ଅର୍ଥାତ ମାତ୍ର 45 ମିନିଟ ମଧ୍ୟରେ ଏହି ଗ୍ୟାସ ମିଳିବ। ଏଥିପାଇଁ ଇଣ୍ଡିଆନ ଅଏଲ ଏକ ସ୍ବତନ୍ତ୍ର ତତ୍କାଳ ଯୋଜନା ଆରମ୍ଭ କରିବାକୁ ଯାଉଛି। ଇଣ୍ଡିଆନ ଅଏଲ ଇଣ୍ଡେନ ବ୍ରାଣ୍ଡରେ ଗ୍ୟାସ ଯୋଗାଣ କରୁଛି।

ବର୍ତ୍ତମାନ କଂପାନୀ ପରୀକ୍ଷା ମୂଳକ ଭାବେ ଦେଶର ପ୍ରମୁଖ ସହରରେ ଏହି ଯୋଜନା ଆରମ୍ଭ କରିବାକୁ ନିଷ୍ପତି କରିଛି। ସେଥିପାଇଁ କଂପାନୀ କେତେକ ସ୍ଥାନ ନିରୂପଣ କରିଛି। ବର୍ତ୍ତମାନ କେନ୍ଦ୍ର ସରକାର ବିଭିନ୍ନ ସେବା କିପରି ଲୋକମାନଙ୍କୁ ତୁରନ୍ତ ଦେଇ ହେବ ସେ ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହି ଅନୁସାରେ କଂପାନୀ ଏହି ପଦକ୍ଷେପ ନେଉଛି।

ତେବେ ଏଥିପାଇଁ ଗ୍ରାହକଙ୍କୁ ଅଧିକ ପଇସା ଦେବାକୁ ପଡିବ କି ନାହିଁ ସେ ନେଇ କିଛି ନିଷ୍ପତି ହୋଇ ନାହିଁ। କାରଣ ଏହି ସେବା ସମସ୍ତଙ୍କ ପାଇଁ କରାଯିବ କି ଯେଉଁମାନଙ୍କର ତତ୍କାଳ ଦରକାର ସେମାନଙ୍କ ପାଇଁ ହେବ ବିଚାର ଚାଲିଛି। ତେବେ ଯାହା ଜଣାପଡୁଛି ଫେବୃୟାରୀ ପ୍ରଥମ ସପ୍ତାହରେ କଂପାନୀ ଏହି ତତ୍କାଳ ସେବା ଆରମ୍ଭ କରିବ।

Related posts