ସୀତାରାମ ଅଗ୍ରୱାଲ ଚିଲିକା: ଆଜିଠୁ ସିଡିଏ ଦ୍ୱାରା ଚିଲିକାରେ ଉଦ୍ଭିଦ ଓ ପ୍ରାଣୀ ଗଣନା ଆରମ୍ଭ କରାଯାଇଛି। ୧୮ ଜଣିଆ ଟିମ ଦ୍ୱାରା ଉଦ୍ଭିଦ ଓ ପ୍ରାଣୀ ଗଣନା ଚାଲିଛି। ସାତପଡା ପଟୁ ୮ଟି ଟିମ ଗଣନା କରୁଥିବା ବେଳେ ବାଲୁଗାଁ ପଟୁ ୧୦ଟି ଟିମ ଗଣନା କରୁଛି। ଚିଲିକା ଡେଭଲଅପମେଣ୍ଟ ଅଥରିଟି ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି। ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚିଲିକାରେ ବୋଟ୍ ଚଳାଚଳ ବନ୍ଦ ରହିବ। ସମସ୍ତ ବୋଟ୍ ମାଲିକ ସଂଘ ଓ ପିଏଫ୍ସିଏସ୍ ସଦସ୍ୟମାନେ ଏହି ସମୟରେ ସହଯୋଗ କରିବାକୁ ସିଡିଏ ପକ୍ଷରୁ ଅନୁରୋଧ କରାଯାଇଛି।
Author: Samikhsya Bureau
ନୂଆଦିଲ୍ଲୀ, ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପାଞ୍ଚ ଜଣଙ୍କୁ ପିତା ବୋଲି କୁହାଯିବ ବୋଲି ଉଲ୍ଲେଖ କରିଛନ୍ତି। ଏହି ପାଞ୍ଚ ଜଣ ହେଲେ 1-ଜନ୍ନଦାତା ପିତା, 2-ପୁରୋହିତ 3-ବିଦ୍ୟାଦାତା, 4-ଅନ୍ନଦାତା, 5- ରକ୍ଷାକର୍ତ୍ତା। ଜନ୍ମଦାତା ସବୁବେଳେ ପିତା ଭାବେ କୁହାଯାଇଥାଏ। ସେ ବସ୍ତ୍ର ଏବଂ ବାସ ସ୍ଥାନର ବନ୍ଦୋବସ୍ତ କରନ୍ତି । ସେହିପରି ଯେ ପୂଜାଦି କାର୍ଯ୍ୟ କରିଥାନ୍ତି ସେ ମଧ୍ୟ ପିତା ପଦବାଚ୍ୟ। ଏଥିସହିତ ବିଦ୍ୟାଦାତା ଏବଂ ଅନ୍ନଦାତା ମଧ୍ୟ ପିତା ପଦବାଚ୍ୟ ବୋଲି ଚାଣକ୍ୟ ଉଲ୍ଲେଖ କରିଛନ୍ତି।
ନୂଆଦିଲ୍ଲୀ, କଲାର ଏକ ସାଧାରଣ ପରିବା ହୋଇଥିଲେ ମଧ୍ୟ ଏହା ମଧ୍ୟରେ ଭରି ରହିଛି ବିଭିନ୍ନ ପ୍ରକାରର ଔଷଧୀୟ ଗୁଣ। ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏହାକୁ ଖାଇଲେ କେତେ ରୋଗ ଭଲ ହୁଏ। ଆଜି ଏହିପରି ପାଞ୍ଚୋଟି ରୋଗ ସଂପର୍କରେ ଆମେ ଉଲ୍ଲେଖ କଲୁ। 1-ପ୍ରତ୍ୟେକ ଦିନ ଯଦି ଆପଣ 20 ଗ୍ରାମ କଲରା ରସ ସକାଳେ ଖାଲି ପେଟରେ ସେବନ କରନ୍ତି, ତେବେ ଆପଣଙ୍କ ରକ୍ତ ସର୍କରା ଏବଂ ମୁତ୍ର ସର୍କରା ମାସେ ମଧ୍ୟରେ ନିୟନ୍ତ୍ରଣ ହେବ। 2-କଲରାକୁ ଚାଞ୍ଚି ତାହାକୁ ନିଆଁରେ କିଛି ସମୟ ବା ସିଝିଲା ପର୍ଯ୍ୟନ୍ତ ପୋଡି ଦିଅନ୍ତୁ। ତାହାକୁ ଛେଚି ସେଥିରେ ସାମାନ୍ୟ ଚିନି ମିଶାଇ ଖାଆନ୍ତୁ। ଦଶ ଦିନ ପର୍ଯ୍ୟନ୍ତ ଦୈନିକ ଶହେ ଗ୍ରାମ ଲେଖାଏଁ ଖାଇଲେ ସେଥିରେ ଗଣ୍ଠି ବାତ ଏବଂ ସନ୍ଧି ବାତ ଭଲ ହୁଏ। 3-ଅନେକ ଲୋକଙ୍କର ପାଦ ତଳ ଥରେ ଥରେ ପୋଡା…
ମେଷ- ଆପଣ ଆଜି ପରିବାର ବିରୁଦ୍ଧରେ ଯାଇପାରନ୍ତି। କିଛି ତତ୍ପର ନିଷ୍ପତ୍ତି ନିଆଯିବ। ଜମା ହୋଇଥିବା ପାଣ୍ଠିକୁ ସତର୍କତାର ସହିତ ବ୍ୟବହାର କରନ୍ତୁ । ନୂତନ ଦାୟିତ୍ବ ପାଇବାର ସମ୍ଭାବନା ଅଛି । ଗୋଡରେ ଆଘାତ ଲାଗିପାରେ। ବୃଷ- ଆପଣଙ୍କର ଆଚରଣରେ ପରିବର୍ତ୍ତନ କରନ୍ତୁ। ସମସ୍ତେ ଆପଣଙ୍କର ହେବ । ଆପଣଙ୍କର ପିତାମାତାଙ୍କ ଆଚରଣରେ ଉନ୍ନତି କରନ୍ତୁ। ଏହାଦ୍ବାରା ଉନ୍ନତି ହେବ। ମିଥୁନ- ଦୀର୍ଘ ଦିନର ବିବାଦ ଆଜି ସମାଧାନ ହୋଇପାରିବ। ସନ୍ତାନ ସୁଖ ସମ୍ଭବ। ବିଦେଶ ଯିବାର ସମ୍ଭାବନା ଅଛି। ଜୀବନ ସାଥୀଙ୍କ ସାହାଯ୍ୟରେ କାର୍ଯ୍ୟ ସମାପ୍ତ ହେବ। ଆର୍ଥିକ ଦୃଷ୍ଟିରେ କ୍ଷତି ହୋଇପାରେ । କର୍କଟ- ଆଜି ଇଶ୍ବରଙ୍କ ଅନୁମୋଦନ କରିବେ। ବୃଥା ଚିନ୍ତା କରିବା ବନ୍ଦ କରନ୍ତୁ ଏବଂ ଆପଣଙ୍କ ସ୍ୱପ୍ନ ପୂରଣ କରିବା ଆରମ୍ଭ କରନ୍ତୁ । ଆଜି କଣ୍ଟିଜେନ୍ସି ଟଙ୍କା ଗ୍ରହଣ କରାଯାଇପାରିବ। ଲୋକମାନେ କଳା ଦ୍ୱାରା ପ୍ରଭାବିତ ହେବେ। ସିଂହ-ପୁଞ୍ଜି ବିନିଯୋଗ ଭଲ ଫଳାଫଳ ଦେବ। ଆଜି ନୂଆ…
ନୂଆଦିଲ୍ଲୀ, ଜାନୁୟାରୀ 15 ତାରିଖରେ ରାହୁ ଏବଂ କେତୁ ଗ୍ରହ ସାମନାସାମନି ହେଉଛନ୍ତି। ଏହା ଦ୍ବାରା ପାଞ୍ଚୋଟି ରାଶି ଉପରେ ପଡିବ ପ୍ରଭାବ। ସେମାନଙ୍କର ଭାଗ୍ୟ ଉଜ୍ଜଳ ହେବାର ସମ୍ବାବନା ରହିଛି।ଏହି ରାଶିର ଲୋକମାନେ ଟଙ୍କା ଫେରସ୍ତ ପାଇପାରିବେ । ଯେଉଁମାନେ ବ୍ୟବସାୟ କରନ୍ତି ସେମାନେ ସେମାନଙ୍କର ବ୍ୟବସାୟରେ ଉପକୃତ ହେବେ । ଟଙ୍କା ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ପାଇବେ । ପରିବାର ସହାୟତା ଭାଇମାନେ ଉପକୃତ ହେବେ । ସେଠାରେ ଅର୍ଥନୈତିକ ଲାଭର ସମ୍ଭାବନା ଅଛି । ଆପଣଙ୍କର ସମସ୍ତ କାର୍ଯ୍ୟ ସମାପ୍ତ ହେବ। ମାନସିକ ଶାନ୍ତି ଏବଂ ସହଯୋଗ ମଧ୍ୟ ମିଳିପାରିବ । ଆପଣ ନମ୍ରତା ଏବଂ କୈଶଳରୁ ଉପକୃତ ହୋଇପାରିବେ । ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ । ହଠାତ୍ ଟଙ୍କା ଲାଭ ହେବ। ସେହି ରାଶିଗୁଡିକ ହେଉଛି ମକର, ମୀନ, ସିଂହ, ତୂଳା ଏବଂ କୁମ୍ଭ ରାଶି।
ଅହମ୍ମଦାବାଦ, କେନ୍ଦ୍ର ଗୃହମନ୍ତ୍ରୀ ବର୍ତ୍ତମାନ ନିଜ ରାଜ୍ୟ ଗୁଜୁରାଟ ଗସ୍ତରେ ଅଛନ୍ତି। ମକର ସଂକ୍ରାନ୍ତି ଉପଲକ୍ଷେ ସେ ଅହମ୍ମଦାବାଦରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେ ଆଜି ସକାଳୁ ଶ୍ରୀଜଗନ୍ନାଥ ମନ୍ଦିରରେ ତିନିଠାକୁରଙ୍କୁ ଦର୍ଶନ କରିଛନ୍ତି। ଏଥିସହିତ ସେଠାରେ ସେ ମକର ସଂକ୍ରାନ୍ତି ଉପଲକ୍ଷେ ଗୋ ପୂଜା ମଧ୍ୟ କରିଛନ୍ତି। ଏଥିରେ ସେ ପରିବାର ସହ ଏହି ପୂଜାରେ ସାମିଲ ହୋଇଥିଲେ। ସେହିପରି ମକର ସଂକ୍ରାନ୍ତିରେ ଗୁଡି ଉଡା ଏକ ପର୍ବ ଭାବରେ ରହିଆସିଛି। ସେହି ଗୁଡି ଉଡା କାର୍ଯ୍ୟକ୍ରମରେ ମଧ୍ୟ ଅମିତ ସାହା ଯୋଗ ଦେଇଥିଲେ। ଅହମ୍ମଦାବାଦର ତାଙ୍କର ଜଣେ ପୁରୁଣା ବନ୍ଧୁଙ୍କ ଘରକୁ ଯାଇ ଛାତରେ ଏହି ଗୁଡି ଉଡାଇଥିଲେ। ତାଙ୍କର ଗସ୍ତକୁ ନେଇ ଅହମ୍ମଦାବାଦରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।
ଭୁବନେଶ୍ୱର, କେନ୍ଦ୍ର ସରକାରଙ୍କ ସମସ୍ତ କଲ୍ୟାଣମୂଳକ ଯୋଜନାକୁ ନିଜ ନାଁ ରେ ବ୍ରାଣ୍ଡିଂ କରି ନବୀନ ସରକାର ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି । କେନ୍ଦ୍ର ସରକାରଙ୍କ ଏଆଇବିପି ଯୋଜନା ଅନ୍ତର୍ଗତ ୯୦% ଆର୍ଥିକ ସହାୟତାେରେ ଆଜି ଇନ୍ଦ୍ରାବତୀ ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସଲ ଧନ୍ୟବାଦର ପାତ୍ର। ମାତ୍ର ବ୍ରାଣ୍ଡିଂ ରାଜନୀତି କରୁଥିବା ନବୀନ ସରକାର ସୈାଜନମୁଳକ ଭାବେ ଏହି ସମାବେଶରେ ଥରେଟିଏ ହେଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନାମ ଉଲ୍ଲେଖ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଦୀର୍ଘ ୨ ଦଶନ୍ଧି ଧରି ଶାସନ କ୍ଷମତାରେ ରହିବା ସତ୍ୱେ କଳାହାଣ୍ଡି ଏବଂ ଏହାର ଆଖପାଖ ଚିତ୍ର ବାସ୍ତବରେ ନ ବଦଳିବା ଅତ୍ୟନ୍ତ ଲଜ୍ଜାଜନକ । ଗତ ପଂଚାୟତ ନିର୍ବାଚନ ପୂର୍ବରୁ…
ଆଜି ପବିତ୍ର ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରର ଏହି ଅବସରରର ଅନ୍ୟ ବିଶେଷ ନୀତି ଅନୁଷ୍ଠିତ ହେବା ସହ ମହାପ୍ରଭୁଙ୍କୁ ମକର ଚାଉଳ ଭୋଗଲାଗି ହୋଇଥାଏ ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଜନୈକ ବସ୍ କଣ୍ଡକ୍ଟରଙ୍କୁ ଜଣେ ବ୍ୟକ୍ତି ଖଣ୍ଡାରେ ଆକ୍ରମଣ କରିବାରୁ କଣ୍ଡକ୍ଟର ଜଣକ ଗୁରୁତର ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଗୁରୁବାର ସନ୍ଧ୍ୟାରେ ଗେଟବଜାର ବାଙ୍କବିହାରୀ ନଗରଠାରେ ଏମ୍. ଶ୍ରୀନିବାସ ଠିଆ ହୋଇଥିବାବେଳେ ପୂର୍ବ ଶତ୍ରୁତାକୁ ନେଇ ଗୟା ବେହେରା ନାମକ ବ୍ୟକ୍ତି ତାଙ୍କୁ ଖଣ୍ଡରେ ଆକ୍ରମଣ କରିଥିଲେ। ଫଳରେ ଏମ୍. ଶ୍ରୀନିବାସଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସଂଗେ ସଂଗେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ୍କୁ ଚିକିତ୍ସା ପାଇଁ ନିଆଯାଇଥିବାବେଳେ ବୈଦ୍ୟନାଥପୁର ପୋଲିସ୍ ଗୟା ବେହେରାକୁ ଥାନାରେ ଅଟକ ରଖିଛି।
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା. ସମ୍ବିତ ପାତ୍ର ବାଣପୁର ଗସ୍ତରେ ଆସିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଦୁଇ ଗୋଟି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଏବଂ ଦାମିଆ ବରାବରା ପଞ୍ଚାୟତର ଅନେକ ଗ୍ରାମକୁ ଡ. ପାତ୍ର ଗସ୍ତ କରିଥିଲେ। ସାଥିରେ ଚିଲିକା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଗସ୍ତ କରିଥିଲେ। ଏହି ଅବସରରେ ଡ. ପାତ୍ର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଏବଂ ମୌଳିକ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାର ଆବାସ ଯୋଜନାକୁ ହାଇଜାକ କରୁଛନ୍ତି। ରାଜ୍ୟ ସରକାର ସାବତ ମା’ ସାଜି କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାମରେ କରିବାକୁ ଚେଷ୍ଟା କରୁଛନ୍ତି। ଏବଂ ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ…
ଭୁବନେଶ୍ଵର: ଆଜି ରାଜ୍ୟରୁ ୨୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଅନୁଗୁଳରୁ ୨୪, ବଲାଙ୍ଗୀରିରୁ ୨୩, ସୁନ୍ଦରଗଡରୁ ୨୩, କଟକରୁ ୧୭, ଖୋର୍ଦ୍ଧାରୁ ୧୬, ମୟୂରଭଞ୍ଜରୁ ୧୩, ଯାଜପୁରରୁ ୧୨, ବରଗଡରୁ ୧୦, ନୂଆପଡାରୁ ୧୦, ପୁରୀରୁ ୧୦, ଝାରସୁଗୁଡାରୁ ୯, ସମ୍ବଲପୁରରୁ ୯, କେନ୍ଦୁଝରରୁ ୬, କେନ୍ଦ୍ରାପଡାରୁ ୪, ଭଦ୍ରକରୁ ୩, ବାଲେଶ୍ବରରୁ ୨, ବୌଦ୍ଧରୁ ୨, ଦେବଗଡରୁ ୨, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨, ନୟାଗଡରୁ ୨, ସୋନପୁରରୁ ୨, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, କୋରାପୁଟରୁ ୧ ଏବଂ ଷ୍ଟେଟପୁଲରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୮ ହଜାର ୮୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୭ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୭୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୩୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ୱର: ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ୪ଜି ଡାଉନଲୋଡ୍ ସ୍ପିଡ୍ ତାଲିକାରେ ଚଳିତ ବର୍ଷ ଡିସେମ୍ବର ମାସରେ ୪ଜି ଡାଉନଲୋଡ୍ ସ୍ପିଡ ତାଲିକାରେ ରିଲାଏନ୍ସ ଜିଓ ସେକେଣ୍ଡ ପିଛା ହାରାହାରି ୨୦.୨ ମେଗାବିଟ୍ (ଏମ୍ବିପିଏସ୍) ସ୍ପିଡ୍ ସହିତ ପୁଣିଥରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଉଲ୍ଲେଖ କରାଯାଇଛି। ଡିସେମ୍ବର ମାସରେ ଜିଓ ହାସଲ କରିଥିବା ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ମାନଙ୍କଠାରୁ ଦୁଇଗୁଣରୁ ଅଧିକ ରହିଛି। ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ତାହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭୋଡାଫୋନ ତୁଳନାରେ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ୍ର ଦୁଇଗୁଣରୁ ଅଧିକ ରେକର୍ଡ କରିଛି। ଭୋଡାଫୋନ ଏବଂ ଆଇଡିଆ ଯଦିଓ ସେମାନଙ୍କର ମୋବାଇଲ ବ୍ୟବସାୟର ସମ୍ମିଶ୍ରଣ ଘଟାଇ ଭୋଡାଫୋନ ଆଇଡିଆ ଲିମିଟେଡ କରିଛନ୍ତି, ତଥାପି ଟ୍ରାଇ ଉଭୟ ସଂସ୍ଥାର ନେଟୱର୍କ ସ୍ପିଡ୍ ସମ୍ପର୍କିତ ତଥ୍ୟ ପୃଥକ ପୃଥକ ଭାବରେ ପ୍ରକାଶ କରୁଛି। ଡିସେମ୍ବର…
ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ୍ ଫେବୃଆରୀ ୧ରେ ଉପସ୍ଥାପିତ ହେବାକୁ ଯାଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନ ୧୧ଟାରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ। ଏହା ପୂର୍ବରୁ ସଂସଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାନୁଆରୀ ୨୯ ତାରିଖରେ ସାଂସଦଙ୍କୁ ସମ୍ବୋଧିତ କରିବେ। ତେବେ ଚଳିତ ଥର ବଜେଟ ବହି ପ୍ରସ୍ତୁତ କରାଯିବ ନାହିଁ। ଏଥର ଇ ବଜେଟ ମାଧ୍ୟମରେ ବଜେଟ ଉପସ୍ଥାପନ କରାଯିବ। ଯାହା ଭାରତ ଇତିହାସରେ ପ୍ରଥମ ଘଟଣା ହେବ।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭୀମପୁର ଗ୍ରାମର ଅତିବଡ଼ି ସମ୍ମାନପ୍ରାପ୍ତ ତଥା ଓଡ଼ିଶାର ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୦ତମ ଜୟନ୍ତୀ ଜନ୍ମମାଟି ଭୀମପୁର ଠାରେ କୋଭିଡ ନିୟମକୁ ସଂମ୍ମାନ ଜଣାଇ ପାଳିତ ହୋଇଯାଇଛି। କୃଷ୍ଣଚନ୍ଦ୍ର ପାଠାଗାର ଓ ଚିଲିକା ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗୋପୀନାଥ ଦେବ ମନ୍ଦିର ପ୍ରାଙ୍ଗଣରେ ପ୍ରଫେସର ନଳିନୀ କାନ୍ତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସାରସ୍ଵତ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡ଼. ନନ୍ଦକିଶୋର ତ୍ରିପାଠୀ, ମୁଖ୍ୟବକ୍ତା ରୂପେ ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ, ସଂମ୍ମାନୀତ ବକ୍ତା ଭାବରେ ଶିକ୍ଷାବିତ୍ ବିଭୁତି ଭୂଷଣ ନନ୍ଦ ଯୋଗ ଦେଇ କବିଙ୍କ କାଳଜୟୀ ମାନବ ଧର୍ମୀ କବିତା ଓଡ଼ିଶାର ଜନମାନସକୁ ସବୁବେଳେ ଉଦବେଳିତ କରୁଥିବ ବୋଲି ପ୍ରକାଶ କରିଥିଲେ। ପାଠାଗାର ସମ୍ପାଦକ ମଧୁସୂଦନ ନନ୍ଦ ବିବରଣୀ ପାଠ କରିଥିବା ବେଳେ, କବି ଅଶୋକ ନନ୍ଦ ଧନ୍ୟବାଦ ପ୍ରଦାନ…
ନୂଆଦିଲ୍ଲୀ: କୃଷି ଆନ୍ଦୋଳନର ସମାଧାନ ପାଇଁ ସୁପ୍ରିମକୋର୍ଟ ଚାରି ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଥିଲେ। ଏହି କମିଟିରେ ଭାରତୀୟ କୃଷକ ୟୁନିଅନର ଅଧ୍ୟକ୍ଷ ଭୁପିନ୍ଦର ସିଂହ ମାନ ସଦସ୍ୟ ଥିଲେ। କିନ୍ତୁ ସେ ଆଜି ସେହି କମିଟିର ସଦସ୍ୟ ପଦରୁ ନିଜକୁ ଅଲଗା କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଭୁପିନ୍ଦର ସିଂହ ମାନଙ୍କୁ ସୁପ୍ରିମକୋର୍ଟଙ୍କ ଏହି କମିଟିର ସଦସ୍ୟ ମନୋନୀତ କରିଥିବାରୁ ଆନ୍ଦୋଳନ କରୁଥିବା କୃଷକମାନେ ବିରୋଧ କରୁଥିଲେ। ସେମାନଙ୍କ କହିବା ମୁତାବକ, ଭୁପିନ୍ଦର ପ୍ରଥମରୁ ଏହି ତିନି ଆଇନକୁ ସମର୍ଥନ କରନ୍ତି। ତେଣୁ ସେ କେବେ କୃଷି ଆନ୍ଦୋଳନକୁ ସମର୍ଥନ କରିବେ ନାହିଁ। ବରଂ ସେ ସରକାରଙ୍କ ନୂତନ ଆଇନକୁ ସମର୍ଥନ କରିବେ। ତେବେ ଏହି କମିଟିର ସଦସ୍ୟ ଭାବେ ମନୋନୀତ ହୋଇଥିବାରୁ ଭୁପିନ୍ଦର ସିଂହ ମାନ ଏକ ଚିଠି ମାଧ୍ୟମରେ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଏହି ଚିଠିରେ ଲେଖିଛନ୍ତି ଯେ, କୃଷକ ଓ ସଂଗଠନର…
ନିର୍ଭୟା ଯୋଜନାରେ ମହିଳାଙ୍କ ସୁରକ୍ଷା ପାଇଁ ଯାଜପୁର ପୋଲିସ 19ଟି ସ୍କୁଟିକୁ ବ୍ୟବହାର ପାଇଁ ରଖିଛନ୍ତି
ଗୃହମନ୍ତ୍ରୀ ଅମିତ ସାହା ଅହମଦାବାଦର ଜଗନ୍ନାଥ ମନ୍ଦିରରେ ସପରିବାରେ କରୁଛନ୍ତି ଗୋ ପୂଜନ
ଓଡିଶା ସ୍ବତନ୍ତ୍ର ପ୍ରଦେଶ ଗଠନର ଏନ୍ତୁଡିଶାଳ ଭାବେ ପରିଚିତ ମର୍ଦ୍ଦରାଜ ଉଆସ
ଭୁବନେଶ୍ବର, ପୁରୀ ଏବଂ ଯୋଧପୁର ଏବଂ ପୁରୀ ଏବଂ ଆଜମୀର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ରେଳବାଇ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ ନିମ୍ନରେ ଥିବା ଟ୍ରେନଦ୍ବୟ ଏହି ସମୟ ମଧ୍ୟରେ ପୁରୀରୁ ଛାଡିବେ। ୦୧. ପୁରୀ-ଯୋଧପୁର-ପୁରୀ ବିଶେଷ ଟ୍ରେନ (୦୨୦୯୩/୦୨୦୯୪) ୦୨୦୯୩/୦୨୦୯୪ ପୁରୀ-ଯୋଧପୁର-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଜାନୁୟାରୀ ମାସ ୨୦ ତାରିଖ ଠାରୁ ପୁରୀରୁ ପ୍ରତ୍ୟେକ ବୁଧବାର ଦିନ ଅପରାହ୍ନ ୪ଘ.୦୫ମି. ଛାଡିବ ଏବଂ ଜାନୁୟାରୀ ମାସ ୨୩ ତାରିଖ ଠାରୁ ଯୋଧପୁରରୁ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ ୨ଘ.୧୫ମି.ରେ ପରବର୍ତ୍ତୀ ପରବର୍ତୀ ପରାମର୍ଶ ପର୍ୟ୍ୟନ୍ତ ଚଳାଚଳ କରିବ ଜ୍ଝ ଏହି ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧାରୋଡ୍, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡା ରୋଡ଼ ଠାରେ ଏବଂ ରାୟଗଡ, ବିଲାସପୁର, ରାୟପୁର, ଦୁର୍ଗ, ରାଜନନ୍ଦଗାଓଁ, ନାଗପୁର, ଇଟାର୍ଷୀ, ହବିବଗଞ୍ଜ, ଭୋପାଳ, ଉଜ୍ଜଇନ, ଜୟପୁର ଇତ୍ୟାଦି ଷ୍ଟେସନ ଗୁଡିକ ସହିତ ଅନ୍ୟାନ…
ବରେଲୀ: ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଜରିଆରେ ବ୍ଲାକ ମେଲ କରି ଆଉ ୫ ଜଣ ଯୁବକଙ୍କ ଦ୍ଵାରା ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ବରେଲୀ ଜିଲ୍ଲାରେ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ବରେଲୀ ଜିଲ୍ଲାର ବହେଡୀରେ ଜଣେ ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖୁଥିଲା ଜଣେ ଯୁବକ। ଏହି ସମୟରେ ସେ ଅଶ୍ଳୀଳ ଭିଡିଓ କରି ଛାତ୍ରୀଙ୍କୁ ବ୍ଲାକ ମେଲ କରିବାକୁ ଆରମ୍ଭ କରିଥିଲା। ଏଥିପାଇଁ ପୀଡ଼ିତା ଆଉ ୫ ଜଣ ଯୁବକଙ୍କ ଦ୍ଵାରା ଗଣ ଦୁଷ୍କର୍ମର ଶିକାର ହୋଇଥିଲେ। ଏହାପରେ ଉକ୍ତ ଯୁବକମାନଙ୍କ ଦ୍ଵାରା ଅଶ୍ଳୀଳ ଭିଡିଓକୁ ଭାଇରାଲ କରାଯାଇଥିଲା। ଏନେଇ ପୀଡ଼ିତା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ତେବେ ଏଏସପି ସତ୍ୟନାରାୟଣ କହିଛନ୍ତି ଯେ, ଆରୋପୀ ଯୁବକମାନଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇ ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ…

