ଭୁବନେଶ୍ବର, ରାଜ୍ୟ ଅଗ୍ନିଶମ ଏବଂ ବିପର୍ଯ୍ୟୟ ଏକାଡେମୀ ତରଫରୁ କରାଯାଇଥିବା ଫାୟାର ପାର୍କରେ ପ୍ରଥମ ଥର ପାଇଁ ପର୍ଯ୍ୟଟଙ୍କ ପାଇଁ ଖୋଲା ଯାଇଥିଲେ। ଏଥିରେ ପିଲାଙ୍କ ସହିତ 60 ଜଣ ପର୍ଯ୍ୟଟକ ପାର୍କ ବୁଲି ନିଆଁଲିଭା କୈଶଳ ଦେଖିଥିଲେ। ରାଜ୍ୟ ସରକାରଙ୍କ 5ଟି ଅଧିନରେ ଏହି ପାର୍କ ପ୍ରଥମ ଥର ପାଇଁ କରାଯାଇଛି। ଯାହା ସାରା ଭାରତରେ ଏହା ହେଉଛି ପ୍ରଥମ ପାର୍କ। ଏଥିରେ ଆଗ୍ନିକମାନେ ନିଆଁ ଲିଭା ସମୟରେ କିପରି କାମ କରନ୍ତି ତାହାର ଡେମୋ ପ୍ରଦର୍ଶିତ କରିଥିଲେ। ଏଥିସହିତ ସେଠାରେ ଥିବା ବିଭିନ୍ନ ଅତ୍ୟାଧୁନିକ ଅଗ୍ନି ନିର୍ବାପକ ଯନ୍ତ୍ର ମଧ୍ୟ ପ୍ରଦର୍ଶିତ କରାଯାଇଛି।ଶେଷରେ ପର୍ଯ୍ୟଟକଙ୍କୁ ଘରେ ସାଧାରଣ ନିଆଁ ଲାଗିଲେ ପ୍ରଥମେ କଣ ଓ କିପରି ସମ୍ମୁଖୀନ ହେବେ ତାହାର କୈଶଳ ମଧ୍ୟ ପର୍ଯ୍ୟଟକଙ୍କୁ ଅବଗତ କରାଇଥିଲେ।
Author: Samikhsya Bureau
ନୂଆଦିଲ୍ଲୀ, ଶାସ୍ତ୍ରରେ ଦୈନନ୍ଦିନ କାର୍ଯ୍ୟ ଧାରାର ପ୍ରଣାଳୀ କିପରି ରହିବ ତାହା ଉଲ୍ଲେଖ କରାଯାଇଛି। କେମିତି କିପରି ଦୈନ୍ୟନ୍ଦିନ କାମ କରିବେ ତାହା ମଧ୍ୟ ଲେଖାଯାଛି। ଦିନରେ ଏବଂ ରାତିରେ କେତେକ କାର୍ଯ୍ୟ କରିବା ଉଚିତ ଏବଂ ଅନୁଚିତ ତାହା ମଧ୍ୟ କୁହାଯାଇଛି। କାରଣ ଦିନରେ ସୂର୍ଯ୍ୟ ଦେବଙ୍କ ପ୍ରାଧାନ୍ୟ ରହୁଥିବା ବେଳେ ରାତିରେ ଚନ୍ଦ୍ର ଦେବଙ୍କ ଆଧିପତ୍ୟ ରହିଥାଏ। ସେଥିପାଇଁ ସୂର୍ଯ୍ୟ ଦୃଶ୍ୟମାନେ ବା ଥିବା ପର୍ଯ୍ୟନ୍ତ କେତେକ କାର୍ଯ୍ୟକୁ ବାରଣ କରାଯାଇଛି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ସୂର୍ଯ୍ୟ ଉଦୟ ଠାରୁ ଅସ୍ତ ପର୍ଯ୍ୟନ୍ତ ଏହି କାମଗୁଡିକ କରନ୍ତୁ ନାହିଁ, ନଚେତ୍ ଆପଣଙ୍କ ଜୀବନରେ ସମସ୍ୟା ଅତ୍ୟଧିକ ହୋଇପାରେ । ଦିନରେ କଦାପି ଶୋଇବା ଉଚିତ୍ ନୁହେଁ । ଲୁଣକୁ ଭୂମିରେ ପଡ଼ିବାକୁ ଦିଅନ୍ତୁ ନାହିଁ । ତଳେ ତେଲ ଢାଳନ୍ତୁ ନାହିଁ । ଲଙ୍କା ମରିଚ ହାତକୁ ହାତ ଦିଅନ୍ତୁ ନାହିଁ କ୍ଷୀର ଜାଳନ୍ତୁ ନାହିଁ…
ମେଷ: କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ ଆପଣ ଆଜି କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ଅର୍ଥନୈତିକ ପ୍ରସଙ୍ଗରେ ଲାଭ ରହିବ । ନୂତନ ଆୟର ଉତ୍ସ ମିଳିବ । ଋଣ ଦିଆଯାଇଥିବା ଟଙ୍କା ଫେରସ୍ତ ହେବ। ପ୍ରେମ ସମ୍ପର୍କ ଭଲ ହେବ । ଜୀବନସାଥୀ ସହିତ ସମ୍ପର୍କ ସୁଦୃଢ ହେବ । ଚାକିରୀ କରୁଥିବା ଲୋକମାନେ କାର୍ଯ୍ୟର ଚାପ ଅନୁଭବ କରିପାରନ୍ତି । ସମ୍ପତ୍ତି ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ବୃଷ: ସାମାଜିକ ସ୍ଥିତିରେ ଲୋକପ୍ରିୟ ହେବ ବ୍ୟବସାୟରେ ଲାଭ ପରିସ୍ଥିତି ରହିବ । ଯଦି ଆପଣ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି, ତେବେ ତାହା କରନ୍ତୁ । ଆପଣଙ୍କର ଭଲ ଆଚରଣ ହେତୁ ପରିବାର ଏବଂ ସାମାଜିକ ସ୍ଥିତିରେ ଲୋକପ୍ରିୟ ହେବେ । ମିଥୁନ: ପାରିବାରିକ ଜୀବନ ଭଲ ହେବ ଛାତ୍ର ଏବଂ ଯୁବ ବୃତ୍ତିଗତମାନଙ୍କ ପାଇଁ ଏହି ସପ୍ତାହ ଗୁରୁତ୍ୱପୂର୍ଣ୍ଣ । ନୂତନ…
ନୂଆଦିଲ୍ଲୀ, ଆର୍ଥିକ ବିଷୟ ପାଇଁ ସମୟ ଲାଭ ଦାୟକ ହେବ। ବ୍ୟବସାୟ ସଂପ୍ରସାରଣ ସହିତ ଚାକିରି ଲାଭ ମିଳିବ । ପରିବାର ଏବଂ ସାଙ୍ଗମାନେ ସମର୍ଥନ କରିବେ । ଜମି, ନିର୍ମାଣ, ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ଲାଭ ମିଳିବ। ସହଭାଗୀତାର ସୁଯୋଗ ଲାଭ ପାଇଁ ସୁଯୋଗ ଆଣିବ । ଅବିବାହିତ ବିବାହ ବିଷୟରେ ଆଲୋଚନା ହୋଇପାରେ । ଷ୍ଟକ୍ ମାର୍କେଟ୍, ଖଣିଜ ବଜାର, ସମ୍ପତ୍ତିରେ ବିନିଯୋଗ ଲାଭଦାୟକ ପ୍ରମାଣିତ ହେବ।ଏହି ତିନୋଟି ରାଶି ହେଲା କର୍କଟ, କନ୍ୟା ଏବଂ ଧନୁ ରାଶି।ମାନସିକ ଚାପରୁ ମୁକ୍ତି ଏବଂ ଶାରୀରିକ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଯୋଗ ଏବଂ ଧ୍ୟାନ କରନ୍ତୁ । ନୂତନ ଜମି, କୋଠା, ସମ୍ପତ୍ତି, ଯାନ କ୍ରୟ କରିବେ । ପୁରୁଣା ବିନିଯୋଗ ଲାଭ ଆଣିବ । ସତର୍କ ରୁହନ୍ତୁ, ପ୍ରେମ ସଂପର୍କରେ ସାବଧାନ ରୁହନ୍ତୁ, କେହି ଆପଣଙ୍କଠାରୁ ଲାଭ ଉଠାଇବ।
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ସ୍ଥିତି ପରଖୁଛନ୍ତି ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଉପଖଣ୍ଡ କିସିଣ୍ଡା ର ଲଣ୍ଡାକୋଟ ଜଙ୍ଗଲରେ ଆଦିବାସୀ ମାନଙ୍କ ଅନୁପ୍ରବେଶ ଓ ଶହ ଶହ ଜଙ୍ଗଲ କାଟିବା ପ୍ରତିବାଦରେ ଆଜି କିସିଣ୍ଡା ଠାରେ ବନ ସୁରକ୍ଷା ସମିତି ତରଫରୁ ଏକ ସଭା ଅନୁଷ୍ଠିତ ହୋଇଥିଲା। ପ୍ରକାଶ ଯେ, କିସିଣ୍ଡା ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିନସ୍ଥ ଲଣ୍ଡାକୋର୍ଟ ଜଙ୍ଗଲରେ ୨୦ ବର୍ଷ ହେଲା ବାହାର ଅଂଚଳର ଆଦିବାସୀ ମାନେ ଆସି ବସବାସ କରୁଛନ୍ତି। ଆଦିବାସୀ ଲୋକମାନେ ଶହ ଶହ ଏକର ଜଙ୍ଗଲ ଜମିକୁ କାଟି ଚାଷ କରିବା ସହ ହଜାର ହଜାର ଗଛ କାଟି ଲଣ୍ଡାକୋର୍ଟ ଜଙ୍ଗଲକୁ ଧ୍ୱଂସ କରିଦେଇଥିବା ବନ ସୁରକ୍ଷା ସମିତି ଅଭିଯୋଗ କରିଛି। ଧ୍ୱଂସ ପାଇଥିବା ଜଙ୍ଗଲର ପୁନରୁଦ୍ଧାର କରିବାକୁ ବନ ସୁରକ୍ଷା ସମିତି ଦାବୀ କରିଛି। ଆସନ୍ତା ୭ ଦିନ ମଧ୍ୟରେ ଏହାର କୌଣସି ସମାଧାନ ନ ହେଲେ ଆସନ୍ତା ୧୮ ଜାନୁଆରୀରେ ଡିଏଫ୍ଓ ଙ୍କୁ ଘେରାଉ କରିବା ସହ ରେଢାଖୋଲ ଠାରେ…
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବାରଣାସୀରେ ଅସଦାଚରଣ ଅଭିଯୋଗରେ ବିଜେପିର ପୂର୍ବ ବିଧାୟକଙ୍କୁ ସ୍ଥାନୀୟ ଲୋକେ ମାଡ ମାରିଛନ୍ତି। ଏହା ସହିତ ବିଜେପିର ପୂର୍ବ ବିଧାୟକ କାନ ଧରି କ୍ଷମା ମଧ୍ୟ ମାଗିଛନ୍ତି। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ସୂଚନା ଯୋଗ୍ୟ ଯେ, ବାରଣାସୀର ଚୌବେପୁର ଥାନା ଅନ୍ତର୍ଗତ ଭଗତୁଆ ଗାଁର ଏକ ଇଣ୍ଟର କଲେଜରେ ଜଣେ ଛାତ୍ରୀ ସେହି କଲେଜର ଅଧ୍ୟକ୍ଷ ତଥା ବିଜେପିର ପୂର୍ବ ବିଧାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କର ଅଭିଯୋଗ ଅନୁଯାୟୀ, କଲେଜର ଅଧ୍ୟକ୍ଷ ମାୟା ଶଙ୍କର ପାଠକ ତାଙ୍କୁ କାର୍ଯ୍ଯାଳୟକୁ ଡାକି ଅସଦାଚରଣ କରିଥିଲେ। ଏନେଇ ସେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ଲୋକ ଉତକ୍ଷିପ୍ତ ହୋଇ ମାୟା ଶଙ୍କରଙ୍କୁ ମାଡ ମାରିବା ସହ ତାଙ୍କୁ କ୍ଷମା ମଗାଇଥିଲେ।
ନୂଆଦିଲ୍ଲୀ: ଇଣ୍ଡୋନେସିଆ ବିମାନ ଦୁର୍ଘଟଣା ଜନିତ ମୃତାହତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଇଣ୍ଡୋନେସିଆର ଏହି ଦୁର୍ଭାଗ୍ୟପୂର୍ଣ୍ଣ ବିମାନ ଦୁର୍ଘଟଣାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜ୍ଞାପନ କରୁଛି। ଏଭଳି ଦୁଃଖଦ ମୁହୂର୍ତ୍ତରେ ଇଣ୍ଡୋନେସିଆ ସହିତ ଭାରତ ଛିଡା ହୋଇଛି”। ସୂଚନା ଯୋଗ୍ୟ ଯେ, ଗତକାଲି ଇଣ୍ଡୋନେସିଆରୁ ବିମାନଟି ୬:୨୬ ମିନିଟ ରେ ଯାତ୍ରା ଆରମ୍ଭ କରିଥିଲା। ବିମାନଟି ମାତ୍ର ୪ ମିନିଟ ଯାତ୍ରା କରି ୧୦ ହଜାର ଫୁଟ ଉପରକୁ ଗଲା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହି ବିମାନରେ ୬ କ୍ରୁ ସଦସ୍ୟ ସମେତ ୫୬ ଜଣ ଯାତ୍ରୀ ଥିଲେ।
ଭୁବନେଶ୍ଵର: ଆଜି ରାଜ୍ୟରୁ ୨୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୩୫, ସୁନ୍ଦରଗଡରୁ ୩୧, ଖୋର୍ଦ୍ଧାରୁ ୨୦, ଅନୁଗୁଳରୁ ୧୮, ବଲାଙ୍ଗୀରିରୁ ୧୭, କଟକରୁ ୧୫, ବରଗଡରୁ ୧୪, ଯାଜପୁରରୁ ୧୪, ଝାରସୁଗୁଡାରୁ ୧୦, କେନ୍ଦୁଝରରୁ ୧୦, କେନ୍ଦ୍ରାପଡ଼ାରୁ ୯, ପୁରୀରୁ ୯, ବାଲେଶ୍ବରରୁ ୫, ଗଞ୍ଜାମରୁ ୪, ମୟୂରଭଞ୍ଜରୁ ୪, ନୂଆପଡାରୁ ୪, ଭଦ୍ରକରୁ ୩, କଳାହାଣ୍ଡିରୁ ୩, ଗଜପତିରୁ ୨, ରାୟଗଡାରୁ ୨, ବୌଦ୍ଧରୁ ୧, ଜଗତସିଂହପୁରରୁ ୧, କନ୍ଧମାଳରୁ ୧, ନବରଙ୍ଗପୁରରୁ ୧, ନୟାଗଡରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୮ ହଜାର ୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୯ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୪୧ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୨୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ପାଟଣା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ଥାନ ଅବାମ ମୋର୍ଚ୍ଚାର ମୁଖ୍ୟ ଜୀତନ ରାମ ମାଝୀ ଆଜି ପରୋକ୍ଷରେ ବିଜେପିରକୁ ଟାର୍ଗେଟ କରିଛନ୍ତି। ଟୁଇଟ ମାଧ୍ୟମରେ ବିନା ନାମ ନେଇ ସେ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ଟୁଇଟରେ ଲେଖିଛନ୍ତି ଯେ, ବିଧାନସଭା ନିର୍ବାଚନରେ ଜଦୟୁ ସାଥିରେ ଧୋକ୍କା କରାଯାଇଥିଲା। ସେ ନିତୀଶ କୁମାରଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ନୀତିଶଙ୍କୁ ମେଣ୍ଟର ଧର୍ମ ତୁଲାଇବା ଭଲ ଭାବେ ଜଣାଅଛି। ଏନଡିଏ ମେଣ୍ଟରେ ସାମିଲ ଥିବା ଦଳ ଜଦୟୁକୁ ବିରୋଧ ବା ଷଡଯନ୍ତ୍ର କରୁଥିଲେ ମଧ୍ୟ ନିତୀଶ ସେମାନଙ୍କୁ ସହଯୋଗ କରିବା ହେଉଛି ତାଙ୍କର ମହନୀୟତା। ମେଣ୍ଟର ଧର୍ମ ତୁଲାଇବା ଯଦି କାହାଠାରୁ ଶିଖିବାକୁ ହୁଏ, ତେବେ ତାହା ନୀତିଶଙ୍କ ଠାରୁ ଶିଖିବା ଉଚିତ। ଶେଷରେ ମାଂଝି ଲେଖିଛନ୍ତି ଯେ, ନୀତିଶଙ୍କ ଏପରି ସାହସକୁ ମାଂଝି ସଲାମ କରୁଛି। ଉଲ୍ଲେଖଯୋଗ୍ୟ ଯେ, ବିହାର ଏନଡିଏରେ ସବୁ କିଛି ଠିକ ଚାଲୁନଥିବା ପାଇଁ…
ନୂଆଦିଲ୍ଲୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ଟୁଇଟର ବନ୍ଦ କରି ଦେବା ପରେ ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସ୍ଥାନ ନେଇଛନ୍ତି । ମୋଦୀ ବର୍ତ୍ତମାନ ବିଶ୍ବର ସର୍ବାଧିକ ଫଲୋ କରୁଥିବା ନେତା ଭାବେ ପରିଗଣିତ ହୋଇଛନ୍ତି। କାରଣ ସର୍ଭେ ଅନୁସାରେ ଡୋନାଲ୍ଡ ଟ୍ରମ୍ଫଙ୍କୁ ବିଶ୍ବରେ ସର୍ବାଧିକ ୟୁଜରସ ଫଲୋ କରୁଥିଲେ। ଏହାପରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ ବନ୍ଦ ହେବା ପୂର୍ବରୁ ତାଙ୍କର ଫଲୋଅର ସଂଖ୍ୟା 88.7 ମିଲିୟନ ଅର୍ଥାତ 8 କୋଟି 87 ଲକ୍ଷ ଥିଲା। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଫଲୋଅର 64.7 ମିଲିୟନ ବା 6 କୋଟି 47 ଲକ୍ଷ ଅଛନ୍ତି। ବର୍ତ୍ତମାନ ଟ୍ରମ୍ପଙ୍କ ଆକାଉଣ୍ଟ ବନ୍ଦ ପରେ ମୋଦି ଟୁଇଟର ରାଷ୍ଟ୍ରାଧ୍ୟକ୍ଷ ଭାବେ ବିବେଚିତ ହୋଇଛନ୍ତି।
ନୂଆଦିଲ୍ଲୀ, ବର୍ତ୍ତମାନ ଦେଶର 4ଟି ରାଜ୍ୟର 12ଟି ସ୍ଥାନରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ସମୁହ କୁକୁଡା ହତ୍ୟା କରାଯାଉଛି। ତେବେ ଏହି ଖବର ପ୍ରସାର ହେବା ପରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଚିକେନ ଓ ଅଣ୍ଡା କିଣିବାକୁ ଲୋକେ ଆଗ୍ରହ ପ୍ରକାଶ କରୁ ନାହିଁନ୍ତି। ଫଳରେ ବର୍ତ୍ତମାନ ଚିକେନ କିଲୋ ପିଛା ଦର ଅଧାକୁ ଖସି ଆସିଛି। ଦିଲ୍ଲୀରେ ଚିକେନ କିଲୋ ପିଛା 200 ଟଙ୍କାରୁ 210 ଟଙ୍କାରେ ବିକ୍ରି ହେଉଥିଲା। ବର୍ତ୍ତମାନ ଏହା 100 ରୁ 110 ଟଙ୍କାକୁ ଖସି ଆସିଛି। ସେହିପରି ଅଣ୍ଡା ଦର ମଧ୍ୟ ହ୍ରାସ ପାଇଛି। ତେବେ ଯେଉଁ ସ୍ଥାନରେ ଏହି ରୋଗ ଦେଖାଦେଇଛି କେବେଳ ସେଠାରେ ନୁହେଁ, ଅନ୍ୟ ସ୍ଥାନରେ ମଧ୍ୟ ଏହାର ପ୍ରଭାବ ପଡିଛି। କାଳେ ବାର୍ଡ ଫ୍ଲୁ ହୋଇଥିବ ଭାବି ବର୍ତ୍ତମାନ ଅନେକ ସ୍ଥାନରେ ଲୋକେ ଚିକେନ ଖାଉ ନାହାଁନ୍ତି। କରୋନା ପାଇଁ…
ନୂଆଦିଲ୍ଲୀ, ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ଡି.ଏନ୍ ପଟେଲ ଏବଂ ଜଷ୍ଟିସ୍ ଜ୍ୟୋତି ସିଂଙ୍କ ଏକ ବେଞ୍ଚ ଗୋପନୀୟତା ଅଧିକାରର ଉଲ୍ଲଂଘନ ମାମଲରା ଶୁଣାଣି କରିଥିଲେ। ଏଥିରେ ହାତରସ ବଳାତ୍କାର ପୀଡିତା ତଥା ପୀଡିତାର ପରିବାରର ପରିଚୟ ପ୍ରକାଶ କରିଥିବା ମିଡିଆ ଓ ସୋସିଆଲ ମିଡିଆକୁ କୋର୍ଟ ନୋଟିସ ଜାରୀ କରିଛନ୍ତି। ଏଥିରେ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର, ୟୁଟ୍ୟୁବ, ବଜଫିଡ, ନ୍ୟୁଜ 18, ଫେସବୁକ ପ୍ରଭୃତିଙ୍କୁ ନୋଟିସ କରାଯାଇଛି। କଣ ପାଇଁ ଏପରି ଗୋପନୀୟତାକୁ ପ୍ରଘଟ କଲେ ତାହାର ଜବାବ ରଖିବାକୁ କୁହାଯାଇଛି। ଦିଲ୍ଲୀ ଆଇନ ପ୍ରଣୟନକାରୀ ସଂସ୍ଥାକୁ ଉପଯୁକ୍ତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ କୋର୍ଟକୁ ନିବେଦନ କରିଛନ୍ତି। ଉକ୍ତ ବିଷୟବସ୍ତୁର ପ୍ରସାରକୁ ରୋକିବା ଏବଂ ପୋଷ୍ଟ କରାଯାଇଥିବା ବିଷୟବସ୍ତୁକୁ ହଟାଇବାକୁ ମଧ୍ୟ ଦାବି କରାଯାଇଛି। ଆବେଦନକାରୀ ସମ୍ବିଧାନର ଧାରା 226 ଅନୁଯାୟୀ ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରନ୍ତୁ ବୋଲି ନିବେଦନ କରିଛନ୍ତି। ଆବେଦନକାରୀ ହେଉଛନ୍ତି ଦିଲ୍ଲୀ…
ନୂଆଦିଲ୍ଲୀ, ମୁଖ୍ୟ ବିଚାରପତି ଏସ୍ ବୋବଡେଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠରେ କୃଷକ ବିଲ ବିରୋଧ ମାମଲା ବିଚରାଧିନ ରହିଛି। ବର୍ତ୍ତମାନ ଏହି ପ୍ରାଥମିକ ଆବେଦନରେ ଆଉ ଏକ ଯାଚିକା ଯୋଗ ହେଇଛି। ତାହା ହେଲା ଆବେଦନକାରୀ ଋଷଭ ଶର୍ମା ସାଧାରଣ ଜନତାଙ୍କ ଅସୁବିଧାକୁ ଦର୍ଶାଇ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି। ସେ ଲେଖିଛନ୍ତି ଯେ, 26 ନଭେମ୍ବର 2020 ଠାରୁ ଦେଶର କୃଷକ ସଂଗଠନଗୁଡିକ ସାଧାରଣ ରାସ୍ତା ଏବଂ ରାଜପଥ ଅବରୋଧ କରିଛନ୍ତି। ଯାହା ଫଳରେ ସାଧାରଣ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଛି। ଆବେଦନକାରୀ ଏହି ଯୁକ୍ତିକୁ ସମର୍ଥନ କରିବା ପାଇଁ ବିଭିନ୍ନ ଖବରକାଗଜର ରିପୋର୍ଟ ଉପସ୍ଥାପନ କରିଛନ୍ତି। ଆବେଦନକାରୀ କହିଛନ୍ତି ଯେ ଏହା ଅମିତ ସାହନି ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିର ଉଲ୍ଲଂଘନ ଏବଂ ସାଧାରଣ ରାସ୍ତା ଅବରୋଧ ନକରିବାକୁ କୃଷକ ସଂଗଠନକୁ ନିର୍ଦ୍ଦେଶ ଦିଆଯିବା ଉଚିତ ବୋଲି ସେ ଆବେଦନ କରିଛନ୍ତି।
ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ଆଜି ଅପରାହ୍ନରେ ପୋଲିସ ଟ୍ରେନିଂ ସ୍କୁଲ, ନୟାଗଡର ଦୁଇ ଜଣ କର୍ମଚାରୀ ନିଜ ପରିବାର ସହ ଚିଲିକା ଭ୍ରମଣ ପାଇଁ ଆସିଥିଲେ। ସେମାନେ ସମୁଦାୟ ୫ ଜଣ ଏକ ଟାଟା ନାନୋ କାର ଯୋଗେ ବୁଲିବାକୁ ଆସିଥିଲେ। ହେଲେ ଭ୍ରମଣ ସାରି ନୟାଗଡ ଫେରୁଥିବା ବେଳେ ନାଚୁଣୀ ଫାଣ୍ଡି ନିକଟସ୍ଥ କହେଁଇପୁର ଛକ ନିକଟରେ ସେମାନଙ୍କ କାରଟି ଅପରାହ୍ନ ୩ ଘଟିକାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେମାନଙ୍କର ନାନୋ କାରଟି ପୂର୍ବରୁ ଠିଆ ହୋଇଥିବା ଏକ ଟ୍ରଲରର ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ…
ନୂଆଦିଲ୍ଲୀ, ଆଜି ଦିଲ୍ଲୀ ବାର କାଉନସିଲ ଏକ ନୂଆ ନିଷ୍ପତି ଘୋଷଣା କରିଛି। ସେହି ଅନୁସାରେ ଏଣିକି ଯେଉଁମାନେ ନୂଆ ଓକିଲାତି କରିବେ ସେମାନେ ନୂଆ ଧାର୍ଯ୍ୟ ଫି ପ୍ରଦାନ କରି ସ୍ବୀକୃତ ନେବେ। ସେଥିପାଇଁ ବାର କାଉନିସ ତିନୋଟି ସ୍ଲାବ କରିଛନ୍ତି। ଏହି ନୂତନ ଫି ଜାନୁୟାରି 1 ତାରିଖରୁ ଲାଗୁ କରାଯାଇଛି ବୋଲି ବାର କାଉସିଲ କହିଛି। ସେହି ଅନୁସାରେ ଯେ ସିଧା ଗ୍ରାଜୁଏସନ କରି ଓକିଲାତି କରିବ ତାଙ୍କୁ 14 ହଜାର ଟଙ୍କା ବାର କାଉନସିଲକୁ ଫି ବାବଦକୁ ଦେବାକୁ ପଡିବ। ପୂର୍ବରୁ ଏହା 9 ହଜାର ଟଙ୍କା ଥିଲା। ସେହିପରି ଯେଉଁମାନେ ଗ୍ରାଜୁଏସନର ପାଞ୍ଚ ବର୍ଷ ପରେ ବାର କାଉନସିଲ ସହିତ ଏନରୋଲମେଣ୍ଟ ହେବେ ସେମାନଙ୍କୁ 20 ହଜାର ଟଙ୍କା ରଖାଯାଇଛି। ଏହା ଛଡା ଅନ୍ୟ ଅଭିଜ୍ଞମାନେ ତୃତୀୟ ସ୍ଲାବ ଅନୁସାରେ 35 ହଜାର ଟଙ୍କା ଫି ବାବଦକୁ ଦେବେ। ଏହି ଫି ପରିଚୟ ପତ୍ର,…
ପୁରୀ: ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଆଜି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସମୀକ୍ଷା ବୈଠକରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ନୀତି ନିୟମ ନିର୍ଦ୍ଧାରଣ କରାଯାଇଛି। ଜାନୁଆରୀ ୨୧ ତାରିଖରେ ସମସ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ତାରିଖରୁ ଭକ୍ତଙ୍କ ଲାଗି କୋଭିଡ଼ ନେଗେଟିଭ ରିପୋର୍ଟ ଆବଶ୍ୟକ ପଡ଼ିବ ନାହିଁ। ବୟସ୍କଙ୍କ ପାଇଁ ଅଲଗା ଧାଡି ବ୍ୟବସ୍ଥା କରାଯିବ। ଏନେଇ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି। ପୁରୀ ବାସିନ୍ଦାଙ୍କ ପାଇଁ ସକାଳୁ ୬ ଟାରୁ ୭ ଟା ପର୍ଯ୍ୟନ୍ତ ଦର୍ଶନ କରିବାକୁ ସୁଯୋଗ ମିଳିବ। ପୁରୀ ବାସିନ୍ଦା ଅନ୍ୟ ସମୟରେ ଯଦି ଦର୍ଶନ କରିବାକୁ ଚାହାନ୍ତି, ତେବେ ଧାଡିରେ ଆସି ଦର୍ଶନ କରିପାରିବେ। ପୁରୀ ବାହାରୁ ଆସୁଥିବା ଭକ୍ତଙ୍କ ପାଇଁ ୭ ଟାରୁ ଦର୍ଶନ ଆରମ୍ଭ କରାଯିବ। ଗୋଟିଏ ଦିନରେ ୩୦ ହଜାର ପର୍ଯ୍ୟନ୍ତ ଭକ୍ତ ଦର୍ଶନ କରିବା ନେଇ ଅନୁମତି ମିଳିଛି। ଏସବୁ ନିୟମ…
ସିଡନୀ: ଚଳିତ ଅଷ୍ଟ୍ରେଲିଆ-ଭାରତ ଟେଷ୍ଟ ସିରିଜରେ ଭାରତୀୟ ଖେଳାଳିଙ୍କ ଆହତ ସମସ୍ୟା କମିବାର ନାଁ ଧରୁନି। ଜଣଙ୍କ ପରେ ଜଣେ ଭାରତୀୟ ଖେଳାଳି ଆହତ ହୋଇ ସିରିଜରୁ ବାଦ ପଡ଼ୁଛନ୍ତି। ମହମ୍ମଦ ଶମୀ, ଉମେଶ ଯାଦବ ଏବଂ କେଏଲ ରାହୁଲଙ୍କ ପରେ ଭଲ ଫର୍ମରେ ଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଆହତ ହୋଇଛନ୍ତି। ତୃତୀୟ ଟେଷ୍ଟର ତୃତୀୟ ଦିନରେ ଭାରତର ଦୁଇ ଜଣ ଖେଳାଳି ଆହତ ହୋଇଥିଲେ। ୱିକେଟ କିପର ଋଷଭ ପନ୍ତ ଏବଂ ଅଜୟ ଜାଡ଼େଜା ଆହତ ହେବା ଖବର ଭାରତୀୟ ଦଳଙ୍କୁ ଆଘାତ ଦେଇଛି। ହେଲେ ଋଷଭ ପନ୍ତ ସୁସ୍ଥ ଥିବା ବେଳେ ସେ ଆଗାମୀ ଖେଳ ଜାରି ରଖିପାରିବେ। କିନ୍ତୁ ଜାଡ଼େଜାଙ୍କୁ ଦଳରୁ ବାଦ ହେବାକୁ ପଡିଛି। ତାଙ୍କ ସ୍ଥାନରେ ଅଲରାଉଣ୍ଡର ୱାସିଂଟନ ସୁନ୍ଦରଙ୍କୁ ଦଳରେ ସାମିଲ କରାଯାଇପାରେ। ପୂର୍ବରୁ ଏହି ଟେଷ୍ଟ ସିରିଜ ପାଇଁ ନେଟ୍ସ ଅଭ୍ୟାସ କରିବା ଲାଗି ତାଙ୍କୁ ରଖାଯାଇଥିଲା। ଉଲ୍ଲେଖ ଯୋଗ୍ୟ…
ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ରାଜସ୍ଥାନର ବିଜେପି ବିଧାୟକ ମଦନ ଦିଲାବର ଏକ ବିବାଦିତ ବୟାନ ଦେଇଛନ୍ତି। ଆନ୍ଦୋଳନରେ ଚିକେନ ବିରିୟାନୀ ଖୁଆଇ ବାର୍ଡ ଫ୍ଲୁ ସଂକ୍ରମଣ ବଢାଇବା ପାଇଁ ଷଡଯନ୍ତ୍ର ଚାଲିଛି ବୋଲି ଦିଲାବର କହିଛନ୍ତି। ସେଥିପାଇଁ କେନ୍ଦ୍ର ସରକାର ତୁରନ୍ତ ଏହି ଆନ୍ଦୋଳନକୁ ରୋକିବାକୁ ଚେଷ୍ଟା କରନ୍ତୁ, ଯଦ୍ୱାରା ଦେଶରେ ବାର୍ଡ ଫ୍ଲୁ ସଂକ୍ରମଣକୁ ରୋକା ଯାଇପାରିବ। ବିଜେପି ବିଧାୟକ ଦିଲାବରଙ୍କ ବୟାନ ଅନୁଯାୟୀ, ଆନ୍ଦୋଳନରେ ବସିଥିବା ଲୋକ ପ୍ରତ୍ୟେକ ଦିନ ଚିକେନ ବିରିୟାନୀ ଖାଉଛନ୍ତି। ଫଳରେ ବାର୍ଡ଼ ଫ୍ଲୁ ବ୍ୟାପିବା ଆଶଙ୍କା ବଢୁଛି। ଏପରି କିଛି ଲୋକଙ୍କୁ ଦେଶ ଚିନ୍ତା ନାହିଁ। ସେଠାରେ କୃଷକ ଆନ୍ଦୋଳନ କରାନଯାଇ ପିକିନିକ କରାଯାଉଛି। ଏହା ସହିତ କୃଷକ ଆନ୍ଦୋଳନରେ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରିଛନ୍ତି ବିଜେପି ବିଧାୟକ ଦିଲାବର। ସେମାନଙ୍କ ମଧ୍ୟରେ ଚୋର, ଲୁଟେରା, ଆତଙ୍କବାଦୀ, ଏବଂ ଚାଷୀ ବିରୋଧୀ ଲୋକ…
ଭୁବନେଶ୍ବର: ରାଜ୍ୟରେ ଆଜି ୨୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୫୧ ଜଣ ଚିହ୍ନଟ ହୋଇଥିବାବେଳେ ୧୦୯ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୮୬୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୭ ହଜାର ୮୦୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୧୧୫ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୯୧ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୮ ଟି ଜିଲ୍ଲାରୁ ମୋଟ୍ ୨୬୦ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡରୁ ଜିଲ୍ଲାରୁ…

