ଜୟପୁର: ରାଜସ୍ଥାନରେ କଂଗ୍ରେସ ପରେ ଏବେ ବିଜେପିରେ ମଧ୍ୟ ବିରୋଧର ସ୍ଵର ଉଠିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଦଳ ଅଣଦେଖା କରୁଥିବାର ଅଭିଯୋଗ କରିଛନ୍ତି ତାଙ୍କ ସମର୍ଥକ। ବସୁନ୍ଧରାଙ୍କ ପ୍ରଶଂସକ ବିଜେପିରୁ ଅଲଗା ହୋଇ ଏକ ନୂଆ ରାଜନୈତିକ ମଞ୍ଚ ତିଆରି କରିଛନ୍ତି। ଯେଉଁ ମଞ୍ଚର ନାମ ରହିଛି ବସୁନ୍ଧରା ରାଜେ ସମର୍ଥକ ରାଜସ୍ଥାନ ମଞ୍ଚ। ଏହା ସହିତ ବସୁନ୍ଧରା ସମର୍ଥକ ମାନେ ରାଜସ୍ଥାନର ସମସ୍ତ ଜିଲ୍ଲାରେ ଜିଲ୍ଲା ସଭାପତି ମନୋନୀତ କରିବା ଆରମ୍ଭ କରିଦେଇଛି। ଏତଦବ୍ୟତୀତ ଏହି ମଞ୍ଚ ଦ୍ଵାରା ଯୁବ ମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚା ଗଠନ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି। ଉଲ୍ଲେଖଯୋଗ୍ୟ ଯେ, ବିଜେପି ପାଇଁ ଏହା ହେଉଛି ପ୍ରଥମ ଘଟଣା, ଯାହାକି ଦଳଠାରୁ ଅଲଗା ହୋଇ କୋଣସି ଏକ ନେତାର ସମର୍ଥନରେ ଅଲଗା ସଂଗଠନ ପ୍ରସ୍ତୁତ କରାଯାଉଛି। ତେବେ ଏହାକୁ ନେଇ ରାଜ୍ୟ ସଭାପତି ସତୀଶ ପୂନିୟା କହିଛନ୍ତି ଯେ, ଏହି…
Author: Samikhsya Bureau
ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିବା ବେଳେ ବାର୍ଡ ଫ୍ଲୁକୁ ନେଇ ଚିନ୍ତା ବଢିଛି। ଏହି ବାର୍ଡ ଫ୍ଲୁକୁ ନେଇ ଓଡିଶାରେ ଲୋକେ ଭୟଭୀତ ଅଛନ୍ତି। ଦୁଇ ଦିନ ତଳେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଶହ ଶାହ କୁକୁଡା ମରିଥିବାର ଦେଖିବାକୁ ମିଳିଥିଲା। ଯଦ୍ୱାରା ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିଥିବାର ଆଶଙ୍କା କରାଯାଉଛି। ହେଲେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଏକ ସ୍ପଷ୍ଟିକରଣ ମିଳିଛି। ଓଡ଼ିଶାରେ ବାର୍ଡ ଫ୍ଲୁର ଭୟ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ଆଜି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏନେଇ ସ୍ପଷ୍ଟ କରିଛି। ଜନସାଧାରଣ ଭୟଭୀତ ନହୋଇ କୁକୁଡ଼ା ମାଂସ ଓ ଅଣ୍ଡାକୁ ଭଲ ଭାବେ ସିଝାଇ ଖାଇବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି। ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ପାଇଁ ଆଇଓସିଏଲ ୭୦ ଲକ୍ଷ ଟଙ୍କା ବିନିଯୋଗ କରିବ। ଆଇସିଟି, ଆଇଓସି, ଓବିସିସିର ମିଳିତ ଉଦ୍ୟମରେ ବିନ୍ଦୁସାଗରକୁ ସଫେଇ କରାଯିବ। ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ (ଓବିସିସି)ର ସହଯୋଗିତାରେ ଏହା କାର୍ଯ୍ୟକାରୀ ହେବ। ବିନ୍ଦୁସାଗର ଜଳକୁ ସ୍ୱଚ୍ଛ ଏବଂ ନିର୍ମଳ ଲାଗି ହାଇଡ୍ରୋ ଡାଇନାମିକ କ୍ୟାଭିଟେସନ ନାମକ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ। ଆବଶ୍ୟକ ହେଲେ ସେଥିରେ କେମିକାଲ ପ୍ରୟୋଗ କରାଯିବ। ତିନିବର୍ଷ ପାଇଁ ଭୁବନେଶ୍ୱର ଆଇସିଟି ଆଇଓସି ବିଶୋଧନ ଯନ୍ତ୍ରର ରକ୍ଷାଣାବେକ୍ଷଣ ଦାୟିତ୍ୱ ବହନ କରିବ। ବିଶୋଧନ ପାଇଁ ରାଜ୍ୟ ସରକାର ମାଗଣା ବିଦ୍ୟୁତ ସେବା ଯୋଗାଇଦେବେ। ଏହି ସମାରୋହରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ଅପରାଜିତା…
ଭୁବନେଶ୍ବର: ରାଜ୍ୟରେ ଆଜି ୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୧୯ ଜଣ ଚିହ୍ନଟ ହୋଇଥିବାବେଳେ ୮୭ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୬୦୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୭ ହଜାର ୫୩୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୧୨୪ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୯୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୩ ଟି ଜିଲ୍ଲାରୁ ମୋଟ୍ ୨୦୬ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ଅନୁଗୁଳରୁ ୨୭,…
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ବନ୍ଦ କରାଯାଇଛି। ଆମେରିକାରେ ହିଂସା ବଢିବା ଆଶଙ୍କା କରି ଟ୍ରମ୍ଫଙ୍କ ଆକାଉଣ୍ଟ ବନ୍ଦ କରାଯାଇଛି। ପୂର୍ବରୁ ତାଙ୍କ ଟ୍ୱିଟର ଆକାଉଣ୍ଟ କିଛି ଘଣ୍ଟା ପାଇଁ ବନ୍ଦ ହୋଇଥିଲା। ତେବେ ଏଥର ସ୍ଥାୟୀ ଭାବେ ଆକାଉଣ୍ଟକୁ ବନ୍ଦ କରିପାରେ ବୋଲି ଚେତାବନୀ ଦିଆଯାଇଛି। ଟ୍ୱିଟରର ଏପରି ନିଷ୍ପତ୍ତିରେ ଟ୍ରମ୍ପଙ୍କ କ୍ୟାମ୍ପେନ୍ ଆଡ୍ଭାଇଜର ଜୈସନ ମିଲର ଟ୍ୱିଟ୍ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବୁଧବାର ଦିନ ଫେସବୁକ ମଧ୍ୟ ନିୟମ ଉଲଙ୍ଘନ ଅଭିଯୋଗ ଆଣି ଟ୍ରମ୍ପଙ୍କ ପେଜକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ବ୍ଲକ୍ କରିଥିଲା।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୮ ହଜାର ୨୨୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୨୨୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୪ ଲକ୍ଷ ୧୩ ହଜାର ୬୩୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୦ ହଜାର ୭୯୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୬ ହଜାର ୬୫୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୨୪ ହଜାର ୧୯୦ ଆକ୍ଟିଭ୍ କେସ୍ ରହିଛି।
କଟକ: କଟକ ଜିଲ୍ଲାର ଆଠଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡୁଆଳି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗାଁରେ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଖଣ୍ଡୁଆଳି ଗାଁକୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ପୃଥକ ବାସ ରଖାଯାଇଥିବା ବେଳେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ମୁମ୍ବାଇ, ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାର ଜେନେରାଲ ହସ୍ପିଟାଲରେ ଗତକାଲି ମଧ୍ୟରାତ୍ରିରେ ନିଆଁ ଲାଗିଯାଇଥିଲା । ଫଳରେ ଶିଶୁ କେୟାର ୟୁନିଟରେ ୧୦ ଜଣ ନବଜାତ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ରାତି ପ୍ରାୟ ୨ ଟାରେ ଜଣେ ନର୍ସ ପ୍ରଥମେ ୱାର୍ଡରେ ନିଆଁ ଦେଖିଥିଲେ। ଚାହୁଁ ଚାହୁଁ ନିଆଁ ବ୍ୟାପିବାରେ ଲାଗିଲା। ଏହି ସମୟ ଶିଶୁ ୟୁନିଟରେ ଥିବା ୧୭ ଟି ଶିଶୁଙ୍କ ମଧ୍ୟରୁ କେବଳ ୭ ଜଣଙ୍କୁ ଉଦ୍ଧାର କରାଯାଇପାରିଥିଲା । ଏହି ଅଗ୍ନିକାଣ୍ଡର କାରଣ ଏକ ସର୍ଟ ସର୍କିଟ ବୋଲି କୁହାଯାଉଛି । ଏହି ଘଟଣାର ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମୃତ ଶିଶୁ ପରିବାରଙ୍କୁ ପାଞ୍ଚ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।
ଭୁବନେଶ୍ବର, ଯାତ୍ରୀଙ୍କ ସୁବିଧା ପାଇଁ ଭୁବନେଶ୍ୱର ଏବଂ ବାଙ୍ଗିରିପୋସି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ ଏହି ଟ୍ରେନ କେତେବେଳେ କେଉଁଠି ପହଁଚିବ ତାହା ହେଲ ୦୨୮୯୨ ଭୁବନେଶ୍ୱର-ବାଙ୍ଗିରିପୋସି ସ୍ପେଶାଲ ୧୨ ଜାନୁୟାରୀରୁ ୨୮ ଫେବୃଆରୀ, ୨୦୨୧ ମଧ୍ୟରେ ଭୁବନେଶ୍ୱରରୁ ପ୍ରତିଦିନ ସନ୍ଧ୍ୟା ୫ଘ.୩୦ମି.ରେ ଛାଡି ବାଙ୍ଗିରିପୋସିରେ ରାତ୍ର ୧୨ଘ.୦୫ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ୦୨୮୯୧ ବାଙ୍ଗିରିପୋସି-ଭୁବନେଶ୍ୱର ସ୍ପେଶାଲ ୧୩ ଜାନୁଆରୀରୁ ୧ ମାର୍ଚ୍ଚ, ୨୦୨୧ ମଧ୍ୟରେ ବାଙ୍ଗିରିପୋସିରୁ ପ୍ରତିଦିନ ଭୋର ୪ଘ.୨୦ମି.ରେ ଛାଡି ଭୁବନେଶ୍ୱର ରେ ପୂର୍ବାହ୍ନ ୧୦ ଘଟିକାରେ ପହଞ୍ଚିବ। ଏହି ଟ୍ରେନ୍ ଉଭୟ ଦିଗରୁ ଭୁବନେଶ୍ୱର ଏବଂ ବାଙ୍ଗିରିପୋସି ମଧ୍ୟରେ କଟକ, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ, ମାର୍କୋଣା, ସୋରୋ, ବାଲେଶ୍ୱର, ରୂପସା, ଠାକୁରତୋଟା, ଜଗପୁରା, ଜୋଗଲ୍, ବେତନଟୀ, କୃଷ୍ଣଚନ୍ଦ୍ରପୁର ଏବଂ ବାରିପଦା ଷ୍ଟେସନ ମାନଙ୍କରେ ରହଣି କରିବ ।
ଭୁବନେଶ୍ବର, ବହୁ ମାସ ପରେ ଶେଷରେ ବରିଷ୍ଠ ଆଇପିଏସ ତଥା ପୂର୍ବତନ ଡିଜି ବିଜୟ ଶର୍ମାଙ୍କୁ ନିଯୁକ୍ତି ମିଳିଛି। ତାଙ୍କୁ ପୋଲିସ ପ୍ରିଣ୍ଟିଂ ଏବଂ ପବ୍ଲିକେସନ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେ କିଛିଦିନ ପାଇଁ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ବରେ ଥିଲେ। ହେଲେ ସେତେବେଳେ ଅଗ୍ନିଶମ ପ୍ରମାଣପତ୍ର ହେରଫେର ଅଭିଯୋଗରେ ତାଙ୍କୁ ରାଜ୍ୟ ସରକାର ନିଳମ୍ବନ କରିଥିଲେ। ଏହାପରେ ସେ ଗୃହ ବିଭାଗର ଓଏସଡି ଭାବେ କାର୍ଯ୍ୟ କରୁଥିଲେ।
ନୂଆଦିଲ୍ଲୀ, ଆଜି ଆମେ ଆପଣଙ୍କୁ 8 ଟି ରାଶି ବିଷୟରେ କହିବାକୁ ଯାଉଛୁ, ଯାହାର ଘର ଜାନୁୟାରୀ ମାସରେ 09 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ଅନେକ ସୁଖ ଆଣିବ, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି 8 ଟି ରାଶି ଉପରେ ପ୍ରଭୁ କୁବେର ତାଙ୍କ ଅନୁଗ୍ରହ ଦେଖାଇବାକୁ ଯାଉଛନ୍ତି, ତେଣୁ ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସମାପ୍ତ ହେବ। ଅର୍ଥ ଅଭାବର ସମସ୍ୟା ସମାପ୍ତ ହେବ। କଣ୍ଟିଜେନ୍ସି ଟଙ୍କା ପାଇବା ସମ୍ଭାବନା ଅଛି। ଋଣ ମୁକ୍ତ ହେବେ। ଆୟ କ୍ଷେତ୍ରରେ କ୍ରମାଗତ ବୃଦ୍ଧି ଘଟିବ। ଆପଣଙ୍କର ଚାକିରି ଏବଂ ବ୍ୟବସାୟ ସହିତ ଜଡିତ ସମସ୍ତ କାର୍ଯ୍ୟ ପ୍ରମାଣିତ ହୋଇପାରେ। ଆପଣଙ୍କ ଘରେ ସୁଖ ଦେଖିବାକୁ ମିଳିବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଯେ କୈଣସି ବିପଦପୂର୍ଣ୍ଣ କାର୍ଯ୍ୟରେ ସଫଳ ହେବେ। ସାମାଜିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ, ଯଦି ଆପଣ କୈଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତି, ଏହା…
ମେଷ- ଏହି ରାଶିର ଲୋକଙ୍କ ଆତ୍ମବିଶ୍ୱାସରେ ହ୍ରାସ ଘଟିବ। ଯଦି ନିଜକୁ ଧାର୍ମିକ କାର୍ଯ୍ୟରେ ନିୟୋଜିତ କରନ୍ତି, ତେବେ ଏହି ଅନୁଭବକୁ ସହଜରେ ପାଇବେ। ଯଦି ଆପଣ ଆଜି ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତି, ତେବେ ଏହା ଭଲ ହେବ। ଆଜି ଆପଣଙ୍କର ଆୟ ବୃଦ୍ଧି ପାଇବ। ବୃଷ- ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଆପଣଙ୍କର ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ, ଯାହା ଆପଣକୁ ଖୁସିର ଅନୁଭବ ଦେବ। ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ମିଥୁନ- ଆପଣ ଆତ୍ମବିଶ୍ୱାସୀ ହେବେ, କିନ୍ତୁ କିଛି ବିଷୟରେ ମାନସିକ ଚାପ ରହିପାରେ। ଚାପ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ। ଏହାର ନକାରାତ୍ମକ ପ୍ରଭାବ ପଡିପାରେ । ପିତାମାତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ । ଆଜି ଆପଣଙ୍କର ଆୟ ବୃଦ୍ଧି ପାଇବ । ଆର୍ଥିକ ଦୃଷ୍ଟିରୁ ଲାଭବାନ…
ନୂଆଦିଲ୍ଲୀ, ବର୍ଷ ବର୍ଷ ଧରି ଅପେକ୍ଷା କଲେ ମଧ୍ୟ ରାଜଯୋଗ ସହଜରେ ହୁଏ ନାହିଁ। ତେବେ 09 ତାରିଖ ସକାଳୁ ଏହି ରାଶିର ଲୋକଙ୍କର ରାଜଯୋଗ ପରି ସମାନ ଭାଗ୍ୟ ପରିଲକ୍ଷିତ ହେଉଛି। ଘରେ ମାତା ଲକ୍ଷ୍ମୀଙ୍କ ବାସ କରିବେ। ଦାମ୍ପତ୍ୟ ଜୀବନରେ ସୁଖ ବୃଦ୍ଧି ପାଇବ। ଆପଣ ସମାଜରେ ନିଜର ପରିଚୟ ପ୍ରତିଷ୍ଠା କରିବାକୁ ସମର୍ଥ ହେବେ । ଯଦି ଆପଣ କୈଣସି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଭଲ ହେବ । ଗଣେଶଙ୍କୁ ପୂଜା କରି ଆପଣ ଯାହା ବି କାମ ଆରମ୍ଭ କରିବେ ଭଲ ନିଶ୍ଚିତ ଭାବରେ ଏଥିରେ ସଫଳତା ପାଇବ । ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବାକୁ ଯାଉଛି । ଶିକ୍ଷା, ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣ ନୂତନ ରେକର୍ଡ ସ୍ଥାପନ କରିବାରେ ସଫଳ ହେବେ । ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ଅସୁବିଧା ଦୂର ହେବ । ଜୀବନରେ ଅନେକ…
ନୂଆଦିଲ୍ଲୀ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ଭାରତ ସରକାରଙ୍କ ଡିଜିଟାଲ କ୍ୟାଲେଣ୍ଡର ଓ ଡାଏରୀର ଉନ୍ମୋଚନ କରିଛନ୍ତି । ନୂଆଦିଲ୍ଲୀର ନ୍ୟାସନାଲ ମିଡିଆ ସେଣ୍ଟରରେ ଆୟୋଜିତ ଏକ ଉତ୍ସବରେ ଜାଭଡେକର ବଟନ୍ କ୍ଲିକ୍ କରି କ୍ୟାଲେଣ୍ଡର ଓ ଡାଏରୀର ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ମୋବାଇଲ୍ ଆପ୍ଲିକେସନକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ ଜାଭଡେକର ଅତୀତରେ କାନ୍ଥର ଶୋଭାବର୍ଦ୍ଧନ କରୁଥିବା ସରକାରୀ କ୍ୟାଲେଣ୍ଡରଗୁଡିକ ଏବେ ମୋବାଇଲ୍ ଫୋନର ଆଭା ମଣ୍ଡିତ କରିବାକୁ ଯାଉଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ଆପ୍ର ବୈଶିଷ୍ଟ୍ୟ ସମ୍ପର୍କରେ ଉଲ୍ଲେଖ କରି ଜାଭଡେକର କହିଥିଲେ, “ବିନା ମୂଲ୍ୟର ଏହି ଆପ୍ ଜାନୁଆରୀ ୧୫ ତାରିଖ ୨୦୨୧ରୁ ୧୧ଟି ଭାଷାରେ ଉପଲବ୍ଧ ହେବ । ଏହି ଆପ୍ ପ୍ରତିବର୍ଷ ଏକ ନୂତନ କ୍ୟାଲେଣ୍ଡରର ଆବଶ୍ୟକତାକୁ ଦୂର କରିପାରିବ ।” ସେ ଆହୁରି କହିଛନ୍ତି ଯେ “ଏହି କ୍ୟାଲେଣ୍ଡର ପ୍ରତିମାସରେ…
ଫୁଲବାଣୀ: ଆଜି ରାତି ପ୍ରାୟ ୯ଟା ୫୦ ସମୟରେ କନ୍ଧମାଳ ଜିଲ୍ଲାର କିଛି ସ୍ଥାନର ମୃଦ ଭୂମିକମ୍ପ ଅନୁଭୂତ ହୋଇଛି । ଜିଲ୍ଲାର ଦାରିଙ୍ଗବାଡ଼ି, ରାଇକିଆ ସହ ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । ରିଚର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୨ ଥିବା ଜଣାପଡ଼ିଛି । ମୃଦୁ ଭୂମିକମ୍ପ ଝଟକା ପ୍ରାୟ ୫ରୁ ୬ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବାର ଜଣାପଡିଛି।
କଟକ, ମାହାଙ୍ଗା ଡବଲ ମର୍ଜର ଘଟଣା ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି। ବିଶେଷ କରି ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ହୋଇଛି। ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ହେବା ପରେ ଏହି ଅଡୁଆ ବଢିବାରେ ଲାଗିଛି। ପ୍ରତାପଙ୍କ ସହିତ ସମସ୍ତ ଅଭିଯୁକ୍ତଙ୍କୁ ତୁରୁନ୍ତ ଗିରଫ କରିବା ପାଇଁ ବିଜେପି ତରଫରୁ ପ୍ରତିବାଦ ଚାଲିଛି। ଆଜି ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଶତାଧିକ କର୍ମି ପୋଲିସ ଡିଜି ଅଫିସ ଘେରାଉ କରିଛନ୍ତି। ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୟରେ କର୍ମିମାନେ ମାତା ମଠଠାରୁ ଏକ ଶୋଭାଯାତ୍ରାରେ ଡିଜି ଅଫିସ ଯାଇଥିଲେ। ସେଠାରେ କର୍ମିମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ଚାଲୁ ରଖିବ ବୋଲି ଦଳ ଚେତାବନି ଦେଇଛି।
ଭୁବନେଶ୍ବର, ପୁଣିଥରେ ରାଜ୍ୟରେ ଘନକୁହୁଡି ଦେଖାଦେବ। ଏହି କୁହୁଡି ଶନିବାର ଏବଂ ରବିବାରରେ ରାଜ୍ୟର ପାଞ୍ଚୋଟି ଜିଲ୍ଲାରେ ପରିଲକ୍ଷିତ ହେବ। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ସେହି ଅନୁସାରେ ସ୍ବାତନ୍ତ୍ର ରିଲିଫ୍ କମିଶନର ମଧ୍ୟ ଏହି ପାଞ୍ଚୋଟି ଜିଲ୍ଲାକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଦିନ ଯେଉଁ ଜିଲ୍ଲାଗୁଡିକରେ ଏହି ଘନ କୁହୁଡା ଦେଖାଦେବ ସେଗୁଡିକ ହେଲା ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର ଏବଂ ଭଦ୍ରକ ଜିଲ୍ଲା ରହିଛି। ସେହିପରି ରବିବାର ଦିନ ଜଗତସିଂହପୁର, ଭଦ୍ରକ, କଟକ ଏବଂ କେନ୍ଦ୍ରପଡା ଜିଲ୍ଲା। ଏହି ଜିଲ୍ଲାରେ ଯାନବାହନ ଚଳାଚଳ ନିୟନ୍ତ୍ରିତ କରିବା ପାଇଁ କୁହାଯାଇଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଶ୍ରମିକ ବିରୋଧୀ କୋଡ଼ ବାତିଲ କରିବା, କୃଷକ ବିରୋଧୀ ବିଲ୍ ପ୍ରତ୍ୟାହାର କରିବା, ବିଦ୍ୟୁତ ବିଲ୍ ଫେରାଇ ନେବା ଦାବିରେ ସିଟୁ ପକ୍ଷରୁ ଦେଶବ୍ୟାପୀ ଆଇନ ଅମାନ୍ୟ ଓ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବ୍ରହ୍ମପୁରରେ ମଧ୍ୟ ଏହାର ପ୍ରତିବାଦ କରାଯାଇଥିଲା। ସିଟୁ ପକ୍ଷରୁ ବ୍ରହ୍ମପୁର ଶ୍ରମ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ମୋଦି ସରକାରଙ୍କ ୪ଶ୍ରମ କୋର୍ଡ଼କୁ ସମାଲୋଚନା କରାଯାଇ ଏହା ମାଲିକମାନଙ୍କୁ ଶ୍ରମିକ ଶୋଷଣ ପାଇଁ ଟାଣୁଆ ହତିଆର ବୋଲି ଅଭିଯୋଗ କରାଯାଇଥିଲା। ଏହି କୋର୍ଡ଼ ଦ୍ୱାରା ଶ୍ରମିକମାନେ ମାଲିକଙ୍କ ଗୋତି ଶ୍ରମିକ ହେବେ ଓ ନିଯୁକ୍ତି ସୁରକ୍ଷା ଛଡ଼ାଇ ନିଆଯିବ ବୋଲି ଅଭିଯୋଗ କରିଥିଲେ। ସେହିପରି କୃଷି ଆଇନରେ ଚାଷୀଙ୍କୁ ବଡ଼ କଂପାନୀମାନଙ୍କର ମୂଲିଆ ସଜାଇଦେବ। ଚାଷୀଙ୍କୁ ଅଭାବୀ ବିକ୍ରି ସଙ୍କଟ ଜାଲରେ ଛନ୍ଦିଦେବ। ତେଣୁ ଏହି ୩ କଳା ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ କୁହାଯାଇଛି।…
ସୀତାରାମ ଅଗ୍ରୱାଲ ଚିଲିକା: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ରାଜ୍ୟର ସମସ୍ତ ବିଦ୍ୟାଳୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପାଠ ପଢା ଆରମ୍ଭ ହୋଇଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ. ସି ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଖୋଲିଛି। ଏହି ପରିପ୍ରେକ୍ଷୀରେ ଆଜି ଚିଲିକା ତହସିଲଦାର ପୁନମ ମହାପାତ୍ର ଚିଲିକା ବ୍ଲକ ଓ ବାଲୁଗାଁ ଏନ.ଏ. ସି ର ବିଭିନ୍ନ ବିଦ୍ୟାଳୟଗୁଡିକ ପରିଦର୍ଶନକୁ ଯାଇ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ କୋଭିଡ କଟକଣା ତଦାରଖ କରିଥିଲେ। ବିଦ୍ୟାଳୟଗୁଡିକ ବିଶୋଧନ ହେବାସହ ସେଠାରେ ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯାଇଛି ଏବଂ କୋଭିଡ଼ ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟଗୁଡିକରେ ଆଇସୋଲେସନ ରୁମ ଖୋଲାଯାଇଛି। ଯଦି କାହାର ଲକ୍ଷଣ ଥାଏ ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯୋଗାଯୋଗ କରିଯିବା ସହ ଚିକିତ୍ସା କରାଯିବ। ସମସ୍ତଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ…
ଭୁବନେଶ୍ଵର: ଆଜି ରାଜ୍ୟରୁ ୨୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଅନୁଗୁଳରୁ ୩୨, ସମ୍ବଲପୁରରୁ ୨୮, ବରଗଡରୁ ୨୪, କଟକରୁ ୨୩, ସୁନ୍ଦରଗଡରୁ ୧୭, ଯାଜପୁରରୁ ୧୫, ଝାରସୁଗୁଡାରୁ ୧୫, ବାଲେଶ୍ବରରୁ ୧୪, କେନ୍ଦ୍ରାପଡ଼ାରୁ ୧୦, ବଲାଙ୍ଗୀରିରୁ ୮, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୭, ଜଗତସିଂହପୁରରୁ ୬, ମୟୂରଭଞ୍ଜରୁ ୬, କଳାହାଣ୍ଡିରୁ ୪, ମାଲକାନାଗିରିରୁ ୪, ବୌଦ୍ଧରୁ ୩, ନବରଙ୍ଗପୁରରୁ ୩, ନୟାଗଡରୁ ୩, ସୋନପୁରରୁ ୩, ନୂଆପଡ଼ାରୁ ୨, ଦେବଗଡ଼ରୁ ୧, ଗଞ୍ଜାମରୁ ୧, କନ୍ଧମାଳରୁ ୧, କୋରାପୁଟରୁ ୧ ଏବଂ ଷ୍ଟେଟପୁଲରୁ ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୭ ହଜାର ୫୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
ଭୁବନେଶ୍ୱର: ସାରା ବିଶ୍ୱ କୋଭିଡ ଭାଇରସ୍ ମହାମାରୀ କରାଳରେ ଆକ୍ରାନ୍ତ। ଏହି ରୋଗକୁ କିପରି ପ୍ରତିରୋଧ କରାଯିବ ଏବଂ ଏ ନେଇ ଟୀକାକରଣ ପ୍ରକ୍ରିୟାକୁ ସକ୍ରିୟ ଓ ସଫଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରେ ଟୀକାଦାନ ପ୍ରକ୍ରିୟାର ଡ୍ରାଏ ରନ୍ ପ୍ରସ୍ତୁତି କରାଯାଇଛି। ଆଜି ସମ୍ ହସ୍ପିଟାଲରେ ଭ୍ୟାକ୍ସିନ୍ ବିତରଣ ପ୍ରସ୍ତୁତିର ମୂଳଦୁଆ ପଡ଼ିଛି। ଉତ୍ତମ ଚିକିତ୍ସା ଦ୍ୱାରା ହଜାର ହଜାର ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରାଯାଉଥିବା ବେଳେ ଏହି ନୂତନ ଟୀକାକରଣ ପ୍ରକ୍ରିୟାକୁ କିପରି ସଠିକ୍ ଓ ସଫଳତା ସହିତ କରାଯିବ ସେ ନେଇ ଏକ ସ୍ୱତନ୍ତ୍ର ଡ୍ରାଏ ରନ୍ ଆୟୋଜନ କରାଯାଇଥିଲା। ଓଡ଼ିଶା ସରକାରଙ୍କ ପରିବାର କଲ୍ୟାଣ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଭ୍ୟାକ୍ସିନ୍ ବିତରଣ ପ୍ରସ୍ତୁତିରେ ତିନୋଟି ରୁମ୍କୁ ବ୍ୟବହାର କରାଯାଉଛି ଯାହା କି…

