Author: Samikhsya Bureau

ନୂଆଦିଲ୍ଲୀ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଜୋଶୀ କହିଛନ୍ତି ଯେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‍କୋ ଆଗାମୀ ୨୦୨୭-୨୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ସଂପ୍ରସାରଣ ଓ ବିବିଧାୟନ ଯୋଜନାରେ ପ୍ରାୟ ୩୦ ହଜାର କୋଟି ଟଙ୍କା ନିବେଶ କରିବ । ଗୁରୁବାର ଭୁବନେଶ୍ୱରଠାରେ ନାଲକୋର ୪୧ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେବା ଅବସରରେ ମନ୍ତ୍ରୀ ଶ୍ରୀ ଜୋଶୀ ଏହା କହିଛନ୍ତି । ପ୍ରସ୍ତାବିତ ପୁଞ୍ଜି ନିବେଶ ସଂକ୍ରାନ୍ତରେ ସେ କହିଛନ୍ତି ଯେ ଏହି ୩୦ ହଜାର କୋଟି ଟଙ୍କା ମଧ୍ୟରୁ ୭ ହଜାର କୋଟିରୁ ଅଧିକ ଟଙ୍କା ପଞ୍ଚମ ଷ୍ଟ୍ରିମ ରିଫାଇନାରୀ, ପଟ୍ଟାଙ୍ଗୀ ବକ୍ସାଇଟ ଖଣିର ବିକାଶ, ସାଉଥ ବ୍ଳକ ଓ ଉତ୍କଳ ଡି ଏବଂ ଇ କୋଇଲା ଖଣିରୁ କୋଇଲା ଉତ୍ତୋଳନ ତଥା ପରିବହନ କାର୍ଯ୍ୟ ଆଦି ପାଇଁ ଖର୍ଚ୍ଚ ହେବ । ଅବଶିଷ୍ଟ ୨୨ ହଜାର କୋଟି ଟଙ୍କା ସ୍ମେଲଟର ପ୍ଲାଣ୍ଟ,…

Read More

ଭୁବନେଶ୍ୱର, ଆସନ୍ତା ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରର ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲର ସିଏସଆର ପାଣ୍ଠିରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିନ୍ଦୁ ସାଗରର ସଫେଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଇନଷ୍ଟିଚ୍ୟୁଟ୍‌ ଅଫ୍ କେମିକାଲ ଟେକ୍ନୋଲୋଜି (ଆଇସିଟି)ର ନିର୍ଦ୍ଦେଶକ ପ୍ରଫେସର ଭାସ୍କର ଏନ୍ ଥୋରାଟ୍ । ଥୋରାଟ୍ କହିଛନ୍ତି ଯେ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜି (ଆଇସିଟି)-ଇଣ୍ଡିଆନ ଅଏଲ(ଆଇଓସି) କ୍ୟାମ୍ପସ ଭୁବନେଶ୍ୱର ଏବଂ ଓଡିଶା ବ୍ରିଜ୍ କନଷ୍ଟ୍ରକସନ କର୍ପୋରେସନର ମିଳିତ ଉଦ୍ୟମରେ ବହୁ ପ୍ରତିକ୍ଷୀତ ବିନ୍ଦୁ ସାଗର ପୁନଃଉଦ୍ଧାର କାମ କରାଯିବ । ଏହି ଅନୁଷ୍ଠାନର ତତ୍ୱାବଧାନରେ ଏହାର ବିଶେଷ ଜ୍ଞାନକୌଶଳରେ ବିନ୍ଦୁ ସାଗରରେ ବିଶେଷ ଯନ୍ତ୍ରପାତି ଲାଗିବ । ଏଚଡ଼ିସି ରିଆକଟର ସହ ୪ଟି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ୨୦୨୦ ଏବଂ ୨୧ ମସିହା ପାଇଁ ବ୍ରହ୍ମପୁର ଫରେଷ୍ଟ ରେଞ୍ଜ ଅଂଚଳରେ ପକ୍ଷୀଗଣନା କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଗତକିଛି ଦିନ ହେଲା ଏହି ରେଞ୍ଜ ଅଂଚଳର ୪୨ଟି ସ୍ଥାନରେ ପକ୍ଷୀ ଗଣନା କାର୍ଯ୍ୟ ଚାଲୁ ରହିଥିଲା। ଏହି ରେଞ୍ଜରେ ୯୫ ପ୍ରଜାତିର ସମୁଦାୟ ୨୪ହଜାର ୨୯୮ଟି ପକ୍ଷୀ ରହିଥିବା ଜଣାପଡ଼ିଛି। ମୁଖ୍ୟତଃ ବାହୁଦା ବେକ୍‌ୱାଟର ଅଂଚଳରେ ଅଧିକ ପରିମାଣରେ ପକ୍ଷୀ ରହିଛନ୍ତି। ଉକ୍ତ ସ୍ଥାନରେ ୪୨ଟି ପଂଜାତିର ୭୯୮୨ଟି ପକ୍ଷୀ ଅଛନ୍ତି। ୨୦୧୯-୨୦ ବର୍ଷରେ ସମୁଦାୟ ୩୮ଟି ଅଂଚଳରେ ପକ୍ଷୀ ଗଣନା କରାଯାଇଥିବାବେଳେ ୭୨ଟି ପ୍ରଜାତିର ୧୨୩୩୨ଟି ପକ୍ଷୀ ରହିଥିଲେ। ଗତବର୍ଷ ତୁଳନାରେ ଚଳିତବର୍ଷ ସମୁଦାୟ ୧୧୯୬୬ଟି ପକ୍ଷୀଙ୍କ ସଂଖ୍ୟା ବଢ଼ିଥିବା ବ୍ରହ୍ମପୁର ଏସିଏଫ୍ ସୂଚନା ଦେଇଛନ୍ତି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ସହର ବର୍ତ୍ତମାନ ନକଲି ଗଂଜେଇ, ନକଲି ମଦ ଏବଂ ବିଭିନ୍ନ ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଥିବାବେଳେ କିଛି ଦିନ ତଳେ ବିପୁଳ ପରିମାଣରେ ନକଲି ଲୁବ୍ରିକାଣ୍ଟ କାରଖାନା ଠାବ ହୋଇଥିବା ବ୍ରହ୍ମପୁର ବାସୀଙ୍କୁ ଚକିତ କରିଥିଲା। ଏହିଭଳି ସମୟରେ ଆଜି ଲାଞ୍ଜିପଲ୍ଲି ଅଂଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ବୈଦ୍ୟନାଥପୁର ଥାନା ଅଂଚଳର ଲାଞ୍ଜିପଲ୍ଲି ବ୍ରାହ୍ମଣ ସାହିରେ ଏକ ଘରେ ନକଲି ମଦ ପ୍ରସ୍ତୁତ ହେଉଥିବା ନେଇ ପୋଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଫଳରେ ଉକ୍ତ ସାହିରେ ଚଢ଼ାଉ ବେଳେ ବିପୁଳ ପରିମାଣରେ ନକଲି ମଦ ସହ, ନକଲି ମଦ ପାଇଁ ବୋତଲ, ହୋମିଓପାଥିକ ଔଷଧ, ରଙ୍ଗ ଓ କ୍ୟାମିକେଲ ଆଦି ପଡ଼ିଥିବା ଦେଖିବାକୁ ପାଇଥିଲା। ପଚରାଉଚରା ପରେ ଘରେ ଥିବା ରାମଚନ୍ଦ୍ର ସାହୁ ନାମକ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଥିବାବେଳେ ସମୁଦାୟ ୧୨…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜଣେ ନକଲି ହୋମ୍‌ଗାର୍ଡ଼କୁ ବଟି ଆଦାୟ ସମୟରେ ବୈଦ୍ୟନାଥପୁର ପୋଲିସ୍ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ନକଲି ପୋଲିସ୍ ଜଣକ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୁମାରୀ ଗାଁ ଅଂଚଳର ବନମାଳୀ ନାୟକ। ଘଟଣାରୁ ପ୍ରକାଶ ଯେ, ବ୍ରହ୍ମପୁର ଷ୍ଟେଟବ୍ୟାଙ୍କ ଛକ ନିକଟ ବାବାଜୀ ତୋଟାସାହି ଛକଠାରେ ଜଣେ ବ୍ୟକ୍ତି ହୋମ୍‌ଗାର୍ଡ଼ ଡ଼୍ରେସ ପରିଧାନ ନିଜ ନେମ୍‌ପ୍ଲେଟ୍‌ରେ ଅରୁଣ ନାୟକ (କନେଷ୍ଟବଲ) ନାମ ଲେଖାଇ ଏହି ଅଂଚଳର କିଛି ଦୋକାନୀଙ୍କୁ ଜୋର୍‌ଜବରଦସ୍ତ ଟଙ୍କା ଆଦାୟ କରୁଥିଲା। କିନ୍ତୁ ସେତ ନକଲି। ଯେତେହେଲେ ବି ନିଜର ପ୍ରକୃତିଗତ କାରଣରୁ କିଛି ବ୍ୟବସାୟୀ ତାକୁ ସଂଦେହ କରିଥିଲେ ଏବଂ ସଂଗେ ସଂଗେ ବୈଦ୍ୟନାଥପୁର ଥାନାକୁ ଏହି ବିଷୟ ଜଣାଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ନକଲି ପୋଲିସ୍‌କୁ ଥାନାକୁ ଆଣିଥିଲା। ଏନେଇ ବୈଦ୍ୟନାଥପୁର ଥାନାରେ ୬/୨୧ରେ ଏକ ମାମଲା ରୁଜୁ ହୋଇ ବନମାଳୀ ନାୟକକୁ ଗିରଫ କରାଯାଇଥିବା ଥାନାଧିକାରୀ ଶାରଦା…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିର୍ତ୍ତୋଲ ବ୍ଲକରୁ ଜଣେ, ଜଗତସିଂହପୁର ବ୍ଲକରୁ ୩ଜଣ, ପାରାଦ୍ଵୀପରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜିଲ୍ଲାରୁ ସମୁଦାୟ ୯୧୦୧ ଜଣ କରୋନା ଆକ୍ରାନ୍ତଚିହ୍ନଟ ହୋଇଛନ୍ତି ସେହିପରି ଆଜି ଜିଲ୍ଲାରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ମୋଟ ୯୦୨୨ ଜଣ ସୁସ୍ଥ ହୋଇଥିବା ବେଳେ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪୧ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ବଲାଙ୍ଗୀରିରୁ ୪୦, ସୁନ୍ଦରଗଡରୁ ୩୪, ମୟୂରଭଞ୍ଜରୁ ୧୪, ନୂଆପଡ଼ାରୁ ୨୨, ବରଗଡରୁ ୧୮, ଅନୁଗୁଳରୁ ୧୬, ବାଲେଶ୍ବରରୁ ୧୬, ସମ୍ବଲପୁରରୁ ୧୬, ଯାଜପୁରରୁ ୧୪, କେନ୍ଦୁଝରରୁ ୧୪, ଖୋର୍ଦ୍ଧାରୁ ୧୨, କଟକରୁ ୭, କେନ୍ଦ୍ରାପଡାରୁ ୬, ନୟାଗଡରୁ ୬, ବୌଦ୍ଧରୁ ୫, ଦେବଗଡ଼ରୁ ୫, ଢେଙ୍କାନାଳରୁ ୫, ଝାରସୁଗୁଡାରୁ ୫, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧, ନବରଙ୍ଗପୁରରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟପୁଲରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୭ ହଜାର ୨୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୧୫୧ କୁ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସକ୍ରିୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୦୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୨୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ସମ୍ମୁଖସ୍ଥ ମୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ଠାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଓରମାସ୍ ଆନୁକୂଲ୍ୟରେ ସଂସ୍କୃତି ହ୍ୟାଣ୍ଡଲୁମ୍ ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ଏକ ଗ୍ରାମୀଣ ବଜାର ଉଦଘାଟିତ ହୋଇଯାଇଛି। ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଏହାକୁ  ଉଦଘାଟନ କରିଥିଲେ। ଏଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତି କଟନ୍ ବୁଟିଶାଢୀ, ଟସର ଶାଢୀ, ଲୁଙ୍ଗି, ଗାମୁଛା, ଧୋତି,ସ୍କାର୍ପ, ଉଲ୍ ଚଦର, ବେଡ୍ ସିଟ୍, ସାର୍ଟ କପଡା, ବେଡ୍ସିଟ୍ ଓ ଡ୍ରେସ୍ ମ୍ୟାଟେରିଆଲ୍ ସୁଲଭ ଦରରେ ବିକ୍ରୟ କରାଯିବ। ଏତଦ୍ ବ୍ୟତୀତ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବଡି, ପାମ୍ପଡ, ମୁଗଡାଲି, ମସଲା, ଧୂପକାଠି, ଆଚାର, ଫିନାଇଲ୍, ମାଟିର ପ୍ରସ୍ତୁତ ଘର ସଜା ସାମଗ୍ରୀ (ଟେରା କୋଟା), କାଇଁଚ ତିଆରି ଘର କରଣା ଜିନିଷ,ଝୋଟ ବ୍ୟାଗ୍, ତାଳପତ୍ର ପ୍ରସ୍ତୁତ ସାମଗ୍ରୀ ବିକ୍ରୟ କରାଯିବ। ଏହି ଆଉଟଲେଟ୍ ଉଦଘାଟନ…

Read More

ନୂଆଦିଲ୍ଲୀ: ଜେଇଇ ୨୦୨୧ ଆଡଭାନ୍ସଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଜୁଲାଇ ୩ ତାରିଖରେ ଜେଇଇ ଆଡଭାନ୍ସଡ ପରୀକ୍ଷା କରାଯିବ। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଜେଇଇ ଆଡଭାନ୍ସଡ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି। ତେବେ ଆଇଆଇଟିରେ ଆଡମିଶନ ପାଇଁ ବାଧ୍ୟତାମୂଳକ ୭୫% ମାର୍କର ସର୍ତ୍ତ ମଧ୍ୟ ହଟାଇ ଦିଆଯାଇଛି। ଚଳିତ ବର୍ଷ ଏହି ପରୀକ୍ଷା ଆଇଆଇଟି ଖଡ଼ଗପୁର ଦ୍ୱାରା କରାଯିବ। ଦେଶର ସମ୍ମାନଜନକ ୨୩ଟି ଆଇଆଇଟିରେ କେବଳ ଜେଇଇ ଆଡଭାନ୍ସ ପରୀକ୍ଷା ମାଧ୍ୟମରେ ପ୍ରବେଶ ଉପଲବ୍ଧ ହୋଇଥାଏ। ଯେଉଁ ଛାତ୍ରଛାତ୍ରୀମାନେ ଜେଇଇ ମେନ୍ ରେ ଭଲ ପ୍ରଦର୍ଶନ କରିଥାନ୍ତି ସେମାନେ ଜେଇଇ ଆଡଭାନ୍ସ ଦେବାର ସୁଯୋଗ ପାଆନ୍ତି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ସାରା ରାଜ୍ୟରେ ପକ୍ଷୀ ଗଣନା କାର୍ଯ୍ୟ ଜାରି ରହିଛି। ସେହିପରି ଦୁଇ ଦିନ ତଳେ ଚିଲିକାରେ ମଧ୍ୟ ପକ୍ଷୀ ଗଣନା କାର୍ଯ୍ୟ ଚାଲିଥିଲା। ଏଥିରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଚିଲିକାରେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାର ରିପୋର୍ଟ ଆସିଥିଲା। କିନ୍ତୁ ସେପଟେ କେତେଜଣ ଶିକାରୀ ନିରୀହ ପକ୍ଷୀଗୁଡିକୁ ମାରି ପ୍ରକୃତି ଓ ପରିବେଶକୁ ନଷ୍ଟ କରିବାରେ ଲାଗିପଡିଛନ୍ତି। ଏମାନେ ବଣ୍ୟ ପ୍ରାଣୀ ବିଭାଗର ସମସ୍ତ କଟକଣାକୁ ଫୁ କରି ଉଡାଇ ଦେଉଛନ୍ତି। ଦିନରେ ବି ପକ୍ଷୀ ଶୀକାର କରିବାକୁ ପଛ ଘୁଂଚା ଦେଉ ନାହଁନ୍ତି। ପକ୍ଷୀ ମାନଙ୍କୁ କଇଁଫୁଲ କେଶରରେ ମାରାତ୍ମକ ଵିଷ ଦେଇ ଶୀକାର କରୁଥିବା ଜଣା ପଡିଛି। ଆଜି ଜଣେ ପକ୍ଷୀ ଶୀକାରୀ ପକ୍ଷୀ ଶୀକାର କରିବା ବେଳେ ବଣ୍ୟ ପ୍ରାଣୀ ବିଭାଗ ହାତରେ ଧରାପଡିଛି। ଟାଙ୍ଗୀ ରେଞ୍ଜ ଅଧିନସ୍ଥ ଅଭିମାନପୁର ରିଂଗ୍ ବନ୍ଧର ଉଜ୍ଜଳା ଗୋପୀନାଥପୁର ନିକଟରୁ ଜଣେ ପକ୍ଷୀ ଶୀକାରୀଙ୍କୁ…

Read More

ଭୁବନେଶ୍ବର, ଇସ୍ରୋରେ ଅବସ୍ଥାପିତ ଓଡିଆ ବୈଜ୍ଞାନିକ ତପନ ମିଶ୍ରଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ଉଦ୍ୟମ। ଏ କଥାକୁ ଖୋଦ ତପନ ମିଶ୍ର ନିଜ ଫେସବୁକ ଆକାଉଣ୍ଟରେ ଲେଖିଛନ୍ତି। ଏହାକୁ ନେଇ ବର୍ତ୍ତମାନ ବିଶେଷଜ୍ଞ ମହଲରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କଣ ପାଇଁ ଜଣେ ବୈଜ୍ଞାନିକଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିଲା। ସେ ନେଇ ବର୍ତ୍ତମାନ ଉଠୁଛି ପ୍ରଶ୍ନ। ଏହି ଷଢଯନ୍ତ୍ରରେ କୌଣସି ବିଦେଶ ଶକ୍ତି ରହିଛି କି ବୋଲି ଅନେକ ସନ୍ଦେହ ମଧ୍ୟ କରୁଛନ୍ତି। ରାୟଗଡାରେ ଜନ୍ମିତ ତପନ ମିଶ୍ର ବର୍ତ୍ତମାନ ଇସ୍ରୋର ବରିଷ୍ଠ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି। ସେ ଆସନ୍ତା ମାସରେ ଅବସର ଗ୍ରହଣ କରିବେ। ତା ପୂର୍ବରୁ ସେ ଭବିଷ୍ୟତ ଜୀବନ ବିପଦପୂର୍ଣ୍ଣ ରହିଛି ଭାବେ ସେ ଏହି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ଖାଦ୍ୟରେ ଆର୍ସେନିକ ଟ୍ରାଇଅକ୍ସାଇଡ ନାମକ ଏକ ରଂଗହୀନ ଏବଂ ସ୍ବାଦହୀନ ମାରାତ୍ମକ…

Read More

ସିଡନୀ: ସିଡନୀରେ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା କଙ୍ଗାରୁ ଦଳ ମାତ୍ର ୨ ୱିକେଟ୍ ହରାଇ ୧୬୬ ରନ ସଂଗ୍ରହ କରିନେଇଛି। ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଚତୁର୍ଥ ଓଭରରେ ହିଁ ଡେଭିଡ୍ ୱାର୍ଣ୍ଣରଙ୍କୁ ଆଉଟ୍ କରିଥିଲେ ଦ୍ରୁତ ବୋଲର ମହମ୍ମଦ ସିରାଜ। ୱାର୍ଣ୍ଣର ଆଉଟ୍ ହେବା ପରେ ଲାବୁସଚେଞ୍ଜ ବ୍ୟାଟିଂ କରିବାକୁ ଆସିଥିଲେ। ଓପନର ପୁକୋଭସ୍କି ଏବଂ ଲାବୁସଚେଞ୍ଜ ଅଷ୍ଟ୍ରେଲିଆ ଲଢ଼ୁଆ ବ୍ୟାଟିଂ ଜାରି ରଖି ୬୨ ରନର ପାର୍ଟନରଶିପ ଖେଳିଥିଲେ। ପୁକୋଭସ୍କି ଆଉଟ୍ ହେବା ପରେ ପ୍ରଥମ ଦୁଇଟି ଟେଷ୍ଟରେ ସହଜରେ ଆଉଟ ହୋଇଥିବା ଷ୍ଟିଭ୍ ସ୍ମିଥ ପଡିଆ ମଧ୍ୟକୁ ଆସିଥିଲେ। ହେଲେ ସେ ଆଜି ଭଲ ବ୍ୟାଟିଂ ପ୍ରଦର୍ଶନ କରି ଭାରତକୁ ୱିକେଟ୍ ନେବାର ଅନ୍ୟ କିଛି ସୁଯୋଗ ଦେଇନଥିଲେ।…

Read More

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ୫ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ କଂଗ୍ରେସ ତାହାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ତେବେ କଂଗ୍ରେସ ଏହି ୫ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ନିର୍ବାଚନ ପର୍ଯ୍ଯବେକ୍ଷକ ତାଲିକା ଘୋଷଣା କରିଛି। ନିର୍ବାଚନ ଅଭିଯାନ ପରିଚାଳନା ଓ ସମନ୍ୱୟ ଲାଗି ଅନେକ ବରିଷ୍ଠ ରାଜନୀତିଜ୍ଞଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଦଳର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଥିବା ଓ ସେମାନେ ରାଜ୍ୟ ପ୍ରଭାରୀଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବେ ବୋଲି ଏହି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ନିର୍ବାଚନ ପର୍ଯ୍ୟବେକ୍ଷକ ହେଲେ: ୧-ଆସାମ: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଗାମୀ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡିର ବଜାଶାଳ ନୃତ୍ୟରେ ଦୁଲୁକିବ ଦିଲ୍ଲୀ ରାଜପଥ। କେନ୍ଦ୍ରୀୟ ସଂସ୍କୃତି ବିଭାଗ ଅଧିନ କୋଲକତା ପୂର୍ବାଂଚଳ ସାଂସ୍କୃତିକ କେନ୍ଦ୍ର ଦ୍ୱାରା ପୂର୍ବ ଭାରତରେ ଏକମାତ୍ର ଦଳ ଭାବେ କଳାହାଣ୍ଡିର ପ୍ରତିଭା ଅନୁଷ୍ଠାନ ଦ୍ୱାରା ପରିବେଷଣ କରାଯାଉଥିବା କଳାହାଣ୍ଡିର ଲୋକନୃତ୍ୟ ବଜାଶାଳ ନୃତ୍ୟ ଦଳକୁ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଚୟନ କରାଯାଇଥିବା ଜଣାପଡିଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଲୟ ତତ୍ୱାବଧାନରେ ପ୍ରତିଭା ଅନୁଷ୍ଠାନର ବଜାଶାଳ କଳାକାର ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚୁଡାନ୍ତ କରାଯାଇଛି। ସେଥିପାଇଁ ଗତ ୩ ତାରିଖ ଦିନ ପ୍ରତିଭା ଅନୁଷ୍ଟାନର ନୃତ୍ୟ ଗୁରୁ ଧ୍ୟାନାନନ୍ଦ ପଣ୍ଡାଙ୍କ ସମେତ ୮୦ ଜଣିଆ ନୃତ୍ୟ ଦଳକୁ ଆବଶ୍ୟକୀୟ ପରୀକ୍ଷା ନୀରିକ୍ଷା କରାଯାଇ ଦିଲ୍ଲୀ ପଠାଯାଇଥିବା ଜଣାପଡିଛି। ଜୁନାଗଡ ବିଧାୟକ ତଥା ଓଡିଶାର ମାନ୍ୟବର ଶକ୍ତି, ଶିଳ୍ପ, ମଧ୍ୟମ ଉଦ୍ୟୋଗ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର…

Read More

ଭୁବନେଶ୍ବର: ସରକାରୀ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଲାଗି ସଂରକ୍ଷଣ ଦିଆଯିବ ବୋଲି ନିକଟରେ ରାଜ୍ୟ ସରକାର ଘୋଷଣା କରିଥିଲେ। ତେବେ ଏନେଇ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। କ୍ୟାବିନେଟର ନିଷ୍ପତ୍ତି ପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିର ମୁଖ୍ୟ ଭାବେ ଉଚ୍ଚନ୍ୟାୟଳୟର ଅବସରପ୍ରାପ୍ତ ବିଚାରପତି ନ୍ୟାୟଧିଷ ଏ.କେ.ମିଶ୍ର ନିଯୁକ୍ତ ହୋଇଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ଭିସି ଅଶୋକ କୁମାର ଦାସ, ପ୍ରଫେସର ସିବିକେ ମହାନ୍ତି, ଆଇଏଏସ ଭୁପିନ୍ଦର ପୁନିଆ, ଜି. ରେଘୁ କମିଟିର ସଦସ୍ୟ ଅଛନ୍ତି। ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଏ.କେ. ନାୟକ କମିଟି ଆବାହାକ ଅଛନ୍ତି।

Read More

ଖୋର୍ଦ୍ଧା: ଖୋର୍ଦ୍ଧା ବାଇପାସ ନିକଟସ୍ଥ ଜାତୀୟରାଜପଥରୁ ୧ କିଲୋ ୩୧୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି। କ୍ରାଇମବ୍ରାଞ୍ଚର ସ୍ଵତନ୍ତ୍ର ଟାସ୍କ ଫୋର୍ସ ରେଡ କରି ୧ କିଲୋ ୩୧୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି। ବ୍ରାଉନ ସୁଗାର ଜବତ ସହ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସେକ୍ ଅନୱାର।

Read More

ମୁମ୍ବାଇ: ବିଏମସି ପକ୍ଷରୁ ଆଉ ଜଣେ ଅଭିନେତାଙ୍କ ଉପରେ ଥାନରେ ଅଭିଯୋଗ ହୋଇଛି। କାରୋନା ସମୟରେ ପ୍ରବାସୀଙ୍କ ପାଇଁ ବାସ୍ତବ ହିରୋ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କ ଉପରେ ବିଏମସି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସୋନୁ ସୁଦ ବିନା ଅନୁମତିରେ ନିଜଗୃହକୁ ବ୍ୟବସାୟିକ ପ୍ରତିଷ୍ଠାନରେ ପରିଣତ କରିଛନ୍ତି। ମୁମ୍ବାଇ ଜୁହୁସ୍ଥିତ ତାଙ୍କର ଛଅ ମହଲା ବିଶିଷ୍ଟ ଘରକୁ ସୋନୁ ସୁଦ ବ୍ୟବସାୟିକ ପ୍ରତିଷ୍ଠାନରେ ପରିଣତ କରିଛନ୍ତି। ତାଙ୍କ ଘରକୁ ସେ ବିନା କୌଣସି ଅନୁମତିରେ ହୋଟେଲରେ ପରିଣତ କରିଦେଇଥିବା ବିଏମ୍‌ସି ଅଭିଯୋଗ କରିଛି। ସେପଟେ ଏହି ଅଭିଯୋଗରେ ସୋନୁ ମଧ୍ୟ ତାଙ୍କ ପକ୍ଷ ରଖିଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ବ୍ୟବସାୟିକ ପ୍ରତିଷ୍ଠାନ ତଥା ୟୁଜର ପରିବର୍ତ୍ତନ ପାଇଁ ବିଏମ୍‌ସିକୁ ସେ ଅନୁମତି ମାଗିଥିଲେ। କିନ୍ତୁ କରୋନା ଯୋଗୁଁ ମହାରାଷ୍ଟ୍ର କୋଷ୍ଟାଲ ଜୋନ୍‌ ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ଅନୁମତି ମିଳିପାରିନାହିଁ। ସେ ଏବେ ବି ଅନୁମତି…

Read More

ମାହାଙ୍ଗା: ବିଜେପିର ରାଜ୍ୟ ପ୍ରଭାରୀ ଡି. ପୁରେନ୍ଦିଶ୍ଵରୀ ଆଜି ମାହାଙ୍ଗା ଗସ୍ତ କରିଛନ୍ତି। ସେଠାରେ ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କ ହତ୍ୟାଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ କଡ଼ା ସମାଲୋଚନା କରିଛନ୍ତି। କଟକର ନୃର୍ତ୍ତାଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୁରନ୍ଦେଶ୍ଵରୀ ରାଜ୍ୟସରାକାରଙ୍କୁ ଟାର୍ଗେଟ କରିଥିଲେ। ଦୁର୍ନୀତିରେ ରାଜ୍ୟ ସରାକର ବୁଡି ରହିଛି ବୋଲି ସେ ଅଭିଯୋଗ କରିଥିଲେ। ବିଜେପିନେତା କୁଳମଣି ଏବଂ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କାହିଁକି ଗିରଫ କରାଯାଉନି। ଏତଲାରେ ପ୍ରତାପଙ୍କ ନାମ ଉଲ୍ଲେଖ ହୋଇଥିଲେ ମଧ୍ୟ କାହିଁକି ଗିରଫ କରାଯାଉନି ବୋଲି ପୁରେନ୍ଦେଶ୍ଵରୀ ପ୍ରଶ୍ନ କରିଥିଲେ। ବର୍ଷକ ତଳେ ବିକାଶ ଜେନାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ପିଏମ ଆବାସ ଯୋଜନା ଦୁର୍ନୀତି ଉଠାଇବା ପରେ ତାଙ୍କୁ ହତ୍ୟା କରାଯାଇଥିଲା। ଆଉ ଏବେ ସେହି ସମାନ ଦୁର୍ନୀତି ଉଠାଇବା ପରେ କୁଳମଣି ଓ ଦିବ୍ୟସିଂହଙ୍କୁ ମଧ୍ୟ ହତ୍ୟା କରାଗଲା। ମୁଖ୍ୟମନ୍ତ୍ରୀ…

Read More

ଭୁବନେଶ୍ବର, କରୋନା କଟକଣା ଭିତରେ ରିଲିଜ ହୋଇଯାଇଛି ମ୍ୟୁଜିକ ଭିଡ଼ିଓ ‘ସ୍ଲୋ ମୋଶନ ଚାଲି। ଏହା ହେଉଛି ଏକ କ୍ଲବ ଗୀତ। ନିଉ ଇଅର ଡାନ୍ସ ନମ୍ବର କୁହାଯାଉଥିବା ଏହି  ପାର୍ଟି ସଙ୍ଗର ବିଶେଷତ୍ୱ ହେଉଛି  ଏହା ସମ୍ପୂର୍ଣ୍ଣ ବଲିଉଡ ଶୈଳୀରେ ନିର୍ମିତ ହୋଇଛି। ଏଥିରେ ମୁଖ୍ୟ ଆକର୍ଷଣ ସାଜିଛନ୍ତି ମିସ ଇଣ୍ଡିଆ ଚାର୍ମିଙ୍ଗ ଟାଇଟଲ ବିଜୟିନୀ ପ୍ରିୟଙ୍କା ମହାପାତ୍ର । ତାଙ୍କ ସହିତ ଅଭିନୟ କରିଛନ୍ତି ନରେଶ କୁମାର ବେହେରା, ଅରୁଣ କୁମାର ଜାନି, ରିତେଶ କୁମାର ସ୍ୱାଇଁ ଏବଂ ଅତିଥି ଭୂମିକାରେ ଅଭିନେତ୍ରୀ ସମ୍ମାନିତା ଦାଶ। ୟୁନିକ ଥ୍ରୀ ବ୍ୟାନରରେ ମୁକ୍ତିଲାଭ କରିଥିବା ଏହି ମ୍ୟୁଜିକ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ମୌସମ ସାହୁ । ଏହା ଏକ ନୃତ୍ୟ ଭିତ୍ତିକ ମ୍ୟୁଜିକ ଭିଡ଼ିଓ ହୋଇଥିବା ବେଳେ ଏଥିରେ ଉଲ୍ଲେଖନୀୟ ଅଭିନୟ ଓ ନୃତ୍ୟ ପ୍ରଦର୍ଶନ କରିଛନ୍ତି ଏହି ପାଞ୍ଚ କଳାକାର। ସିଙ୍ଗିଙ୍ଗ ସେନ୍ସେସନ କୁଲଦୀପଙ୍କ  କଣ୍ଠରେ ଏହାକୁ ରେକର୍ଡ…

Read More

ଖୋର୍ଦ୍ଧା: ଖୋର୍ଦ୍ଧାରେ କୁକୁଡ଼ା ମଡକ ଘଟଣା ସାମ୍ନାକୁ ଆସିଛି। ଫାର୍ମରେ ଶହ ଶହ କୁକୁଡ଼ା ମରିଥିବା ଖବର ଶୁଣିବାକୁ ମିଳୁଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗୋବିନ୍ଦପୁର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ କୁକୁଡ଼ା ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।

Read More