ଅମରାବତୀ, ଆନ୍ଧ୍ରପଦେଶର ଆନ୍ଧ୍ରପ୍ରଦେଶର ଲେଡି ଗଭର୍ଣ୍ଣର ଏବଂ ଗଭର୍ଣ୍ଣର ବିଶ୍ବଭୂଷଣ ହରିଚନ୍ଦନଙ୍କୁ ନୂଆ ବର୍ଷର ଅଭିନନ୍ଦନ ପ୍ରଦାନ କରୁଛନ୍ତି ଦୁର୍ଗା ମାଲେଶ୍ବରୀ ସ୍ବାମୀଦେବ ଆସ୍ଥାନର ପୂଜକ।
Author: Samikhsya Bureau
ଆନ୍ଧ୍ରପଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ରାଜଭବନରେ ସାକ୍ଷାତ କରୁଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ। ନୂଆ ବର୍ଷ ଉପଲକ୍ଷେ ଦେଇଛନ୍ତି ଏକ ଉପହାର
ଭୁବନେଶ୍ବର, ଓଡିଶା ପାଇଁ ଏକ ଖୁସି ଖବର। କାରଣ ହେଲା ଗତକାଲି ଅର୍ଥାତ 5 ତାରିଖରେ କୌଣସି କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ନାହିଁ। ଅର୍ଥାତ ମୃତ୍ୟୁ ସଂଖ୍ୟା ଶୂନ। ଆଜି ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚାନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ବିଗତ ଛଅ ମାସ ଧରି ରାଜ୍ୟରେ କୋଭିଡ ଭୂତାଣୁ ଅସ୍ତବ୍ୟସ୍ତ କରିପକାଇଥିଲା। ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିଲା। ହେଲେ ସରକାରଙ୍କ ସଠିକ କୋଭିଡ ପରିଚାଳନା ପାଇଁ ଆଜି ମୃତ୍ୟୁ ସଂଖ୍ୟା ଶୂନରେ ପହଁଚିଛି।
ନୂଆଦିଲ୍ଲୀ, ରେଳବାଇ ଖୁବ ଶିଘ୍ର ଯାତ୍ରୀମାନଙ୍କର ଟିକେଟ ବୃଦ୍ଧି କରିବ। ଏ ନେଇ ଗତ କିଛିଦିନ ଧରି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ସରକାର ଜାନୁୟାରୀ 6 ତାରିଖରୁ ରେଳଭଡା ବୃଦ୍ଧି କରିବେ।ଏହି ଖବର ପ୍ରକାଶ ପାଇବେ ପରେ ବିରୋଧୀ ଦଳ ବେଶ୍ ସକ୍ରିୟ ହୋଇ ଉଠିଲେ। ଫଳରେ ରେଳ ମନ୍ତ୍ରଣାଳୟ ଏହା ଉପରେ ଏକ ସ୍ପଷ୍ଟି କରଣ ପ୍ରଦାନ କରିଛି। ଏହି ସ୍ପଷ୍ଟି କରଣରେ କୁହାଯାଇଛି ଯେ ରେଳ ଟିକେଟ ବଢିବା ନେଇ ଯେଉଁ ଖବର ପ୍ରକାଶ ପାଇଛି ତାହା ମିଛ। ବର୍ତ୍ତମାନ ସୁଦ୍ଧା ଟ୍ରେନ ଟିକେଟ ବଢିବା ପାଇଁ ରେଳ ବିଭାଗ ତରଫରୁ କୌଣସି ପ୍ରସ୍ତାବ ନାହିଁ। ଜାନୁୟାରୀ 6 ତାରିଖ ନେଇ ଯାହା କୁହାଯାଇଛି ତାହା ଏକ ଫେକ ନ୍ୟୁଜ ବୋଲି ରେଳ ବିଭାଗ ତରଫରୁ କୁହାଯାଇଛି।
ଭୁବନେଶ୍ବର, ଧୀରେ ଧୀରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଫଳରେ ବହୁ ମୂଲ୍ୟର ଘରୋଇ କୋଭିଡ ହସପିଟାଲ ବର୍ତ୍ତମାନ ପାଇଁ ବନ୍ଦ କରାଯାଇଛି। ସେହି ଅନୁସାରେ ରାଜ୍ୟର 48ଟି କୋଭିଡ ହସପିଟାଲ ମଧ୍ୟରୁ 31 ଟି ଘରୋଇ ହସପିଟାଲକୁ ବନ୍ଦ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସମ କୋଭିଡ ହସପିଟାଲ ଏବଂ ଅଶ୍ବନୀ କୋଭିଡ ହସପିଟାଲ ଖୋଲିବା ପାଇଁ କୁହାଯାଇଛି। ଏ ନେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଦ୍ବାରା ହସପିଟାଲକୁ ଜଣାଇ ଦେଇଛନ୍ତି। ଏଥିରେ ଉଲ୍ଲେଖ ରହିଛି ଯେ, ବର୍ତ୍ତମାନଠାରୁ କୌଣସି ନୂତନ ରୋଗୀଙ୍କୁ ଭର୍ତ୍ତି କରିବେ ନାହିଁ। ତେବେ ଯେଉଁମାନେ ପୂର୍ବରୁ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ଚିକିତ୍ସା ଜାରୀ ରଖିବେ। ସେମାନେ ସମସ୍ତେ ସୁସ୍ଥ ହୋଇ ଡିସଚାର୍ଯ୍ୟ ହେବା ପରେ ହସପିଟାଲକୁ ବନ୍ଦ କରିବେ। ଏହି ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ଯେପରି…
ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟର କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍ ହୋଇ ୪ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ପୂର୍ବରୁ ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଆଉ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏନେଇ ଆରଏସପି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଆଜି ସକାଳ ପ୍ରାୟ ୯ଟା ବେଳେ ଆରଏସପିର କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଗ୍ୟାସ୍ ଲିକ୍ ହୋଇଥିଲା। ଖବର ପାଇ ପ୍ଲାଣ୍ଟର ଅଗ୍ନିଶମ କର୍ମଚାରୀ ପହଞ୍ଚି ଅସୁସ୍ଥ ୧୦ ଜଣଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ପ୍ରଥମେ ପ୍ଲାଣ୍ଟରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା। ସେଠାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୬ ଜଣ ସୁସ୍ଥ ଥିବା ଜଣାପଡ଼ିଛି।
ଭୁବନେଶ୍ୱର: ୧୦ ଦିନ ଭିତରେ କରୋନା ଟିକା ଓଡିଶା ପହଞ୍ଚିବା ନେଇ ସୂଚନା ରହିଛି। କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ କୌଣସି ମୁହୂର୍ତ୍ତରେ କରୋନା ଟିକା ଓଡିଶା ପହଞ୍ଚିପାରେ। ଟିକା ଆସିବା ପରେ ଭୁବନେଶ୍ବରର ରାଜ୍ୟ ଟିକା କେନ୍ଦ୍ରରେ ରଖାଯିବ। ଏହାପରେ ଜିଲ୍ଲାକୁ ପଠାଯାଇ ଜିଲ୍ଲା ଟିକା କେନ୍ଦ୍ରରେ ରଖାଯିବ। ଟିକା ପହଞ୍ଚିବା ପରେ ଦୁଇ ଦିନରେ ଟିକାକରଣ ଆରମ୍ଭ କରାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀମାନେ ଟିକା ନେବାର ବ୍ୟବସ୍ଥା ହୋଇଛି। ହେଲେ ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ବାଧ୍ୟତାମୂଳକ ନୁହେଁ। ଯେଉଁ ସ୍ୱାସ୍ଥ୍ୟକର୍ମୀ ଚାହିଁବେ ସେମାନଙ୍କୁ ହିଁ ଟିକା ଦିଆଯିବ। ଏହି ସୂଚନା ଦେଇଛନ୍ତି ଡିଏମଇଟି। ତାଙ୍କ ସୂଚନା ଅନୁଯାୟୀ ୨ଟି ଡୋଜରେ ଟିକା ଦିଆଯିବ। ପ୍ରଥମ ଡୋଜର ୨୮ ଦିନ ପରେ ଦ୍ୱିତୀୟ ଡୋଜ ଦିଆଯିବ ବୋଲି ଡିଏମଇଟି ସୂଚନା ଦେଇଛନ୍ତି।
ଭୁବନେଶ୍ବର: ରାଜ୍ୟରେ ଆଜି ୨୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୩୩ ଜଣ ଚିହ୍ନଟ ହୋଇଥିବାବେଳେ ୯୮ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୯୨୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୬ ହଜାର ୭୭୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୨୦୩ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୯୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୮ ଟି ଜିଲ୍ଲାରୁ ମୋଟ୍ ୨୩୧ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ସୋଲରି ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ପ୍ରାଣଦେଇପୁର ଛକରେ ଏକ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଦୁଇ ଜଣ ଗୁରୁତର ଆହତ ହୋଇ ଚିକିତ୍ସତ ହେଉଛନ୍ତି। ସଂଗୃହିତ ତଥ୍ୟ ମୁତାବକ ଦୁଇ ଦିନ ପୂର୍ବରୁ ରାଉରକେଲାରୁ ବାଣପୁର ଯାଉଥିବା ସରିଆ ବୋଝେଇ ଟ୍ରକଟି (ଓଡି-୧୪ବି ୧୩୮୩) ପ୍ରାଣଦେଇପୁର ଛକରେ ଖରାପ ହୋଇଯିବାରୁ ସେଠାରେ ଅଟକିଯାଇଥିଲା। ତେବେ ସଂଧ୍ୟାରେ ଟ୍ରକଟିକୁ ମରାମତି କରି ଟ୍ରକ ଚାଳକ ବାଣପୁର ଯିବା ଉଦ୍ଦେଶ୍ୟରେ ସୋଲରି ୧୬ ନମ୍ବର ଜାତୀୟ ରାଜପଥ ଜଗନ୍ନାଥ ରାଇସ ମିଲ ସମ୍ମୁଖରେ ଠିଆ କରିଥିଲେ। ଗତକାଲି ପାଖପାଖି ରାତ୍ରି ୮ ଘଟିକା ସମୟରେ ରାଉରକେଲାରୁ ଗୋପାଳପୁର ପୋର୍ଟ ଯାଉଥିବା ଏକ ଆଇରନ ବୋଝଇ ଟ୍ରକ (ଓଡି-୦୭ ଏଏ ୧୦୪୭) ପୂର୍ବରୁ ଠିଆ ହୋଇଥିବା ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଯାହାଫଳରେ ଟ୍ରକର ଆଗ ପାର୍ଶ୍ଵ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲାବେଳେ ଟ୍ରକ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୮ ହଜାର ୧୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୨୬୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୩ ଲକ୍ଷ ୭୪ ହଜାର ୯୩୨ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୦ ହଜାର ୧୧୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୯ ଲକ୍ଷ ୯୭ ହଜାର ୨୭୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୨୭ ହଜାର ୫୪୬ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ୱର: ଦଶମ ବୋର୍ଡ ପରୀକ୍ଷା ଲାଗି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ତେବେ ପରୀକ୍ଷା ଫର୍ମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ଫର୍ମ ପୂରଣ କରିପାରିବେ। ଜାନୁୟାରୀ ୧୦ରୁ ଫେବ୍ରୁଆରୀ ୨ ତାରିଖ ଯାଏଁ ଫର୍ମ ପୂରଣ ହେବ। ହେଲେ ଛାତ୍ରଛାତ୍ରୀଙ୍କ ଫି ଜମା ଲାଗି ଜାନୁୟାରୀ ୨୭ ତାରିଖ ପର୍ଯ୍ୟନ୍ତ କୌଣସି ଜରିମାନା ଲାଗିବ ନାହିଁ। ସେହିପରି ଛାତ୍ରଛାତ୍ରୀ ଜାନୁୟାରୀ ୨୮ ପର୍ଯ୍ୟନ୍ତ ବିନା ଜରିମାନାରେ ଫର୍ମ ପୂରଣ କରିପାରିବେ। ଜରିମାନା ସହ ଫେବ୍ରୁଆରୀ ୨ ଫର୍ମ ଦାଖଲର ଶେଷ ତାରିଖ ରହିଛି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅନ୍ତରକିଆରୀ ଛକରେ ଦୁଇ ଜଣ ବ୍ୟକ୍ତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଦୁଇ ଜଣଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଅଛି। ସୂଚନା ମୁତାବକ ଗତକାଲି ରାତି ପାଖାପାଖି ୧୦.୩୦ ସମୟରେ ବାଣପୁର ଅନ୍ତରକିଆରୀ ଛକରେ ରହୁଥିବା ଶରତ ବଳିୟାରସିଂ ନିଜ ଘରେ ଖାଇବସିଥିବାବେଳେ ତାଙ୍କୁ ଏକ ଅଜଣା ନମ୍ବରରୁ ଘରୁ ବାହାରକୁ ଆସିବାପାଇଁ ଫୋନ ଆସିଥିଲା। ଶରତ ବାହାରକୁ ଆସିଲାପରେ ପୂର୍ବରୁ ଛପିକି ରହିଥିବା ୮ ରୁ ୧୦ ଜଣ ଦୁର୍ବୃତ୍ତ ତାଙ୍କୁ ଖଣ୍ଡା ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଦ୍ୱାରା ସଂଘବଦ୍ଧ ଭାବେ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ, ପିଠି ଏବଂ ଗୋଡ଼କୁ ଖଣ୍ଡାରେ ଚୋଟ ପକାଇଥିଲେ। ଏହା ଦେଖି ଶରତଙ୍କ ପରିବାରବର୍ଗ ଦୁର୍ବୃତ୍ତଙ୍କ କବଳରୁ ଛଡାଇବାକୁ ଚେଷ୍ଟା କରୁଥୁବାବେଳେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଶରତଙ୍କ ପରିବାରବର୍ଗଙ୍କ ନିବେଦନକ୍ରମେ ପରବର୍ତ୍ତୀ ସମୟରେ ଅନ୍ତରକିଆରୀ…
ଭୁବନେଶ୍ବର, ଏଥର ମଧ୍ୟ ଚିଲିକାକୁ ବିଦେଶାଗତ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ବନ୍ୟାପ୍ରାଣୀ ବିଭାଗ ତରଫରୁ ପକ୍ଷୀ ଗଣନା କରାଯାଇଥିଲା। ଏଥିରୁ ଜଣାପଡିଛି ଯେ ଚଳିତ ବର୍ଷ ୧୨ଲକ୍ଷ ୪୨ ହଜାର ୮୨୬ ପକ୍ଷୀ ଆସିଛନ୍ତି। ଏଥିରେ ବିଦେଶରୁ ଆସିଛନ୍ତି ୧୧୧ ପ୍ରଜାତିର ୧୨ ଲକ୍ଷ ୪ହଜାର ୩୫୧ ପକ୍ଷୀ । ସେହିପରି ୭୯ ପ୍ରଜାତିର ୩୮ହଜାର ୪୭୫ ସ୍ଥାନୀୟ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି । ଗତବର୍ଷ ଚିଲିକାକୁ ପ୍ରାୟ ୧୧ ଲକ୍ଷ ପକ୍ଷୀ ଆସିଥିଲେ। ଅର୍ଥାତ ଗତ ବର୍ଷ ଅପେକ୍ଷା ଏଥର ୧ ଲକ୍ଷ ୩୨ ହଜାରରୁ ଅଧିକ ବିଦେଶାଗତ ପକ୍ଷୀ ଚିହ୍ନଟ ହୋଇଛନ୍ତି । ଏହି ଗଣନା କାର୍ଯ୍ୟରେ ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟିର ଅଧିକାରୀ, କର୍ମକର୍ତ୍ତା, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ପକ୍ଷୀ ବିଶାରଦ, ବନ୍ୟପ୍ରାଣୀ ଉପରେ କାମ କରୁଥିବା ସାମାଜିକ ସଂଗଠନର ଅଭିଜ୍ଞ ବ୍ୟକ୍ତିମାନେ ଯୋଗଦେଇ ପକ୍ଷୀ ଗଣନା କାର୍ଯ୍ୟ କରିଥିଲେ । ଚିଲିକା ଡିଭିଜନର…
ମୁମ୍ବାଇ/ଭୁବନେଶ୍ବର, କୃଷି ବିଲ୍କୁ ନେଇ ଚାଲିଥିବା ବିବାଦ ଓ ବିତର୍କ ମଧ୍ୟରେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ସେମାନଙ୍କ ନିଜର ଲାଭ ଓ ଫାଇଦା ନିମନ୍ତେ ଅଯଥାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଓ ଏହାର ସହଯୋଗୀ କମ୍ପାନୀଗୁଡିକ ବିପକ୍ଷରେ ଚଳାଇଥିବା ମିଥ୍ୟା ଅପପ୍ରଚାର ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ତାହାର ସହଯୋଗୀ କମ୍ପାନୀ ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ (ଆରଜେଆଇଏଲ) ଜରିଆରେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଏକ ପିଟିସନ ଦାଏର କରାଯାଇଛି । ଏହି ପିଟିସନ ମାଧ୍ୟମରେ ସରକାରୀ କତୃପକ୍ଷଙ୍କ ତୁରନ୍ତ ହସ୍ତକ୍ଷେପ ଦ୍ୱାରା ଅସାମାଜିକ ତତ୍ୱଙ୍କ ଦ୍ୱାରା ବେଆଇନ୍ ଭାବେ ଜାରି ରହିଥିବା ଟାୱାର ଓ ସମ୍ପତ୍ତି ଭଙ୍ଗାରୁଜା ତଥା ହିଂସାତ୍ମକ କାର୍ୟ୍ୟକଳାପ ଉପରେ ପୂର୍ଣ୍ଣରୁପେ ରୋକ ଲଗାଇବାକୁ ଉଲ୍ଲେଖ କରାଯାଇଛି । ଆଜି ଏହା ଉପରେ ଶୁଣାଣି କରି ମାନ୍ୟବର ହାଇକୋର୍ଟ ନୋଟିସ୍ ଅଫ୍ ମୋସନ୍ ନିମନ୍ତେ ଜାନୁଆରୀ ୮ ତାରିଖ ନିଧାର୍ୟ୍ୟ କରିଛିନ୍ତି । ଏହି ପିଟିସନ୍ରେ ରିଲାଏନ୍ସ…
ଭୁବନେଶ୍ବର, ବିଭିନ୍ନ ସରକାରୀ ସେବା ପ୍ରଦାନରେ ଜନ ସାଧାରଣଙ୍କ ଆସ୍ଥା ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ଆଲୋଚନା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେ କହିଥିଲେ ଯେ ସ୍ୱଚ୍ଛ ଓ ନିରପେକ୍ଷ ପ୍ରକ୍ରିୟା ମାଧ୍ୟମରେ ସମୟାନୁବନ୍ଧିତ ସେବା ପ୍ରଦାନ କଲେ ଲୋକଙ୍କ ମନରେ ସେବା ପ୍ରଦାନ ବିଷୟରେ ସନ୍ତୋଷ ସୃଷ୍ଟି ହେବ ଏବଂ ସରକାରୀ ବ୍ୟବସ୍ଥା ପ୍ରତି ଆସ୍ଥା ବୃଦ୍ଧି ପାଇବ । କୋଭିଡ୍ ଅନଲକିଂ ସ୍ଥିତିରେ ଜୀବିକା ଅର୍ଜନ ଓ ନିଯୁକ୍ତି ସୃଷ୍ଟି ଭିତ୍ତିକ ପ୍ରକଳ୍ପ ଗୁଡ଼ିକର ତ୍ୱରିତ କାର୍ଯ୍ୟନ୍ୱୟନ ନିମନ୍ତେ ମଧ୍ୟ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉଦ୍ୟାନ ଚାଷ, ପଶୁପାଳନ , ସମନ୍ୱିତ କୃଷି, ଉଠା ଜଳସେଚନ, ପାନୀୟ ଜଳ ଯୋଗାଣ, ଗ୍ରାମୀଣ ଗୃହ ନିର୍ମାଣ,…
ଭୁବନେଶ୍ବର, କେରେଜଙ୍ଗ ଷ୍ଟେସନରେ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ କେତେ ଟ୍ରେନକୁ ସାମୟିକ ବାତିଲ କରିଛି। ସେଗୁଡିକ ହେଲା 1-ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ ଉଭୟ ଦିଗରୁ ଗୋଟିଏ ଦିନ ପାଇଁ ବାତିଲ ଏବଂ ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ତିନିଦିନ ପାଇଁ ପରିବର୍ତ୍ତିତ ସମୟରେ ଚଳାଚଳ କରିବ। 2-ତାଳଚେର-ସମ୍ବଲପୁର ଦୋହରୀକରଣ କାର୍ଯ୍ୟର ଅନୁଗୁଳ-କେରେଜଙ୍ଗ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ବାଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନକୁ ଗୋଟିଏ ଦିନ ପାଇଁ ଉଭୟ ଦିଗରୁ ବାତିଲ କରାଯାଉଥିବାବେଳେ ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ କୁ ତିନି ଦିନ ପାଇଁ ପରିବର୍ତ୍ତିତ ସମୟରେ ଚଳାଚଳ କରାଇବାକୁ ନିଷ୍ପତି ନିଆଯାଇଅଛି। 3-୦୮୪୯୪/୦୮୪୯୩ ଭୁବନେଶ୍ୱର-ବାଲାଙ୍ଗୀର-ଭୁବନେଶ୍ୱର ସ୍ପେଶାଲ ଉଭୟ ଦିଗରୁ ୮ ଜାନୁଆରୀ, ୨୦୨୧ ରିଖ ଦିନ ବାତିଲ ରହିବ। 4- ସେହିଭଳି, ୬ ଏବଂ ୭ ଜାନୁଆରୀ, ୨୦୨୧ ରେ ଭୁବନେଶ୍ୱରରୁ ଛାଡିବାକୁ ଥିବା ୦୨୮୬୨ ଭୁବନେଶ୍ୱର-ରାଉରକେଲା ସ୍ପେଶାଲ୍…
ମେଷ- ଆଜିର ଦିନଟି ଆପଣଙ୍କ ପାଇଁ ଦ୍ରୁତ ଗତିରେ ସୁଖରେ ପରିପୂର୍ଣ୍ଣ ହେବାକୁ ଯାଉଛି, ଆପଣଙ୍କ ମନ କୈଣସି ଜାଗାରେ ରହିବ ନାହିଁ, କିନ୍ତୁ ଅନେକ ଯୋଜନା ଏକାସାଙ୍ଗରେ ଆପଣଙ୍କ ମନରେ ଘଟିବ, ଯେପରିକି କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଆପଣ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ଭଲ ଉପଦେଶ ପାଇବ। ଚିନ୍ତା ବଢିବ, ତଥାପି, କାର୍ଯ୍ୟ ସମ୍ବନ୍ଧରେ ଭଲ ଫଳାଫଳ ମିଳିବ। କିନ୍ତୁ ଅଜ୍ଞାତ ଭୟ ମନରେ ରହିବ। ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ବୃଷ– ଆଜି ଆପଣଙ୍କ ପାଇଁ ମଧ୍ୟମ ଉପକାରୀ ହେବ। ସ୍ବାସ୍ଥ୍ୟ ଅବନତି ଜାରି ରହିବ। କୈଣସି କାରଣରୁ ଆପଣ ଟିକେ ବିବ୍ରତ ଦେଖାଯିବେ, କିନ୍ତୁ ଆପଣଙ୍କ ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ, ଯାହାଫଳରେ କିଛି କାମ କଠିନ ପରିଶ୍ରମ ବିନା କରାଯିବ। ପରିବାରରେ ଖୁସି ହେବ। ପରିବାର ସହିତ ସମୟ ବିତାଇବେ। ବିବାହିତ ଲୋକମାନେ ସେମାନଙ୍କର ପାରିବାରିକ ଜୀବନରେ ଖୁସି ହେବେ। ଜୀବନ ସାଥୀ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ମାହାଙ୍ଗା ବ୍ଲକ୍ ଅଧ୍ୟକ୍ଷ ସ୍ୱର୍ଗତ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀଙ୍କୁ ନିର୍ମମ ହତ୍ୟା ପ୍ରତିବାଦରେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ବଡ଼ବଜାର ଥାନା ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜନୈତିକ ଉଦ୍ଦେଶ୍ୟ ରଖି ବ୍ଲକ୍ ଅଧ୍ୟକ୍ଷ ସ୍ୱର୍ଗତ କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ରାଜ୍ୟ ସରକାରଙ୍କ ଆଇନମନ୍ତ୍ରୀଙ୍କ ସମର୍ଥକ ମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି, ଯାହା କାପୁରୁଷର ପରିଚୟ ବୋଲି ସ୍ଲୋଗାନମାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯୁବମୋର୍ଚ୍ଚା ଅଭିଯୋଗ କରିଛି ଯେ, ଶାସକ ଦଳ ଆକ୍ରୋଶ ମନୋଭାବ ରଖି ବିଭିନ୍ନ ସମୟରେ ବିଜେପି କର୍ମୀଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏଣୁ ଏହି ହତ୍ୟା ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଯୁବମୋର୍ଚ୍ଚା ଦାବି କରିବା ସହ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ବରଖାସ୍ତ କରି ଗିରଫ କରାଯାଉ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଆଜି ଓରମାସ୍ ତରଫରୁ ଦୁଇଟି କାର୍ଯ୍ୟକ୍ରମ ହୋଇଥିଲା। ପ୍ରଥମତଃ ଜିଲ୍ଲାର ୨୩ଟି ଏସ୍ଏଚ୍ଜି ଗୋଷ୍ଠୀଙ୍କୁ ଗାଁ ଶକ୍ତି ଯୋଜନାରେ ଖୁଚୁରା ଏକ୍ସଟେନସନ କାଉଣ୍ଟର/ବିତରଣ ସହଭାଗୀ ଗ୍ୟାସ ସିଲିଣ୍ଡରର କାର୍ଯ୍ୟକ୍ରମ, ଦ୍ୱିତୀୟତଃ ଗାଁ ଶକ୍ତି ଯୋଜନାରେ ସ୍ୱଚ୍ଛତା ଏବଂ ଗ୍ରାହକ ପଏଣ୍ଟରେ ସମସ୍ତ ଆର୍ଥିକ କାରବାରକୁ ଏକ୍ସିସ ବ୍ୟାଙ୍କ ଜରିଆରେ ନଗଦବିହନ କରିବା କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅବସରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ଥିଲେ। ଅଙ୍ଗନୱାଡ଼ି କେନ୍ଦ୍ରରେ କାଠର ବ୍ୟବହାର ବନ୍ଦ କରିବା କରିବା ପାଇଁ ଆଜି ୨୪୩୪ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ରକୁ ଗ୍ୟାସ ଚୁଲା ବିତରଣର ଶୁଭାରମ୍ଭ କରାଯାଇଛି। ଏହି ଅବସରର ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରକୁ ଦୁଇଗୋଟି ୫ କେଜି ଗ୍ୟାସ ସିଲିଣ୍ଡର ସହ ଚୁଲା ପ୍ରଦାନ କରାଯାଇଛି। ଏହାସହ ୨୩ ଗୋଟି ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ରେଡ଼୍…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷାର ଫଳାଫଳରେ ରାଜ୍ୟରେ ଅଭୂତପୂର୍ବ କୃତିତ୍ୱର ଅଧିକାରୀ ହୋଇଥିବାରୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନୀଳକଣ୍ଠନଗର ତୃତୀୟ ଥର ପାଇଁ ଶ୍ରେଷ୍ଠ ବିଦ୍ୟାଳୟ ରୂପେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ହୋଇଅଛି। ପୂର୍ବରୁ ଏଭଳି ପୁରସ୍କାର ବ୍ୟବସ୍ଥା ସମ୍ବନ୍ଧରେ ଶିକ୍ଷାବର୍ଷ ଆରମ୍ଭରୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପ୍ରକାରେ ଚଳିତବର୍ଷ ନୂତନ ଉତ୍ସାହ ଉଦ୍ଦୀପନା ସହ ଛାତ୍ରଛାତ୍ରୀ ତଥା ଗୁରୁଜୀ, ଗୁରୁମା ଏକ ପ୍ରତିଯୋଗିତାମୂଳକ ମନୋଭାବ ନେଇ ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ। ପୁରସ୍କାର ସ୍ୱରୂପ ବିଦ୍ୟାଳୟ ଏକଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇବା ସକାଶେ ଯୋଗ୍ୟ ବିବେଚିତ ହୋଇଥିବାରୁ ପରିଚାଳନା ସମିତି ସଦସ୍ୟମାନେ ପ୍ରଧାନାଚାର୍ଯ୍ୟ ଏସ୍.ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନାଚାର୍ଯ୍ୟ ଉମାଧବ ମହାନ୍ତି ତଥା ଗୁରୁଜୀ ଗୁରୁମାମାନଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଥାଉ କି ଦୀର୍ଘ ୨୯ (ଅଣତିରିଶି) ବର୍ଷ କାଳ ଏହି ଅନୁଷ୍ଠାନ ଶତପ୍ରତିଶତ ଫଳାଫଳ ପ୍ରାପ୍ତ ହୋଇ…
ରମେଶ ମହାନ୍ତି ଜଗତସିଂହପୁର: ଆଜି ଚାଟରା କୃଷକ ବଜାର ଠାରେ କଣ୍ଟାବଲ୍ଲଭପୁର ପ୍ରାଥମିକ କୃଷି ସମବାୟ ସମିତି ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଲାରେ ୨୦୨୦-୨୧ ଖରିଫ ବର୍ଷ ନିମନ୍ତେ ପ୍ରଥମ ଧାନମଣ୍ଡି ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଲେ ଏବର୍ଷ ଚାଷୀମାନେ ଏଫ୍.ଏ.କ୍ୟୁ ଧାନ ଆଣି ମଣ୍ଡିରେ ପ୍ରଦାନ କରିବେ। ଚାଷୀଙ୍କ ଧାନକୁ ଯେପରି ମଣ୍ଡିରେ ବେଶୀଦିନ ପକା ନଯାଏ, ସେଥିପ୍ରତି ଗୁରୁତ୍ୱ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଧାନମଣ୍ଡିର ଶୁଭ ଉଦଘାଟନ କରିବା ଅବସରରେ ଆୟୋଜିତ ସଭାରେ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ଯୋଗଦେଇ କହିଲେ ଆଜି ଜିଲ୍ଲାରେ ଜଗତସିଂହପୁର କଣ୍ଟାବଲ୍ଲଭପୁର ଓ ରାହାମା ନିକଟସ୍ଥ ତାଳପଡା ଠାରେ ଥିବା ସାଇଲୋ ପ୍ରାଥମିକ କୃଷି ସମବାୟ ସମିତିରେ ଖରିଫ୍ ବର୍ଷର ପ୍ରଥମ ଧାନକ୍ରୟ କେନ୍ଦ୍ର ଖୋଲାଯାଇଛି। କୋଭିଡ୍ ଗାଇଡଲାଇନ ଅନୁସାରେ ଧାନକ୍ରୟ…

