Author: Samikhsya Bureau

ଭୁବନେଶ୍ୱର: ପ୍ରତ୍ୟେକ ଦିନ ରାତିର ତାପମାତ୍ରା ବଦଳୁ ଥିବାବେଳେ ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ଉଭୟ ଦିନ ଏବଂ ରାତିର ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପବନର ଗତି ବଙ୍ଗୋପ ସାଗରରୁ ଆଦ୍ରତା ଆହରଣ ଏହା ନିରୂପଣ କରିଥାଏ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାତ୍ରିରେ ସାଧାରଣତଃ ପୃଥିବୀ ପୃଷ୍ଠର ବିକିରଣ ଦ୍ୱାରା ଓ ଉତ୍ତର ଭାରତରୁ ପ୍ରବାହିତ ହେଉଥିବା ଥଣ୍ଡା ପବନ ଦ୍ୱାରା ତାପମାତ୍ରା କମିଥାଏ। ଏହି ଅବସ୍ଥା ଓଡ଼ିଶାରେ ଡ଼ିସେମ୍ବର ଶେଷ ପର୍ଯ୍ୟନ୍ତ ରହିଥିଲା। ଜାନୁଆରୀ ୧୫ ତାରିଖରୁ ରାତିର ତାପମାତ୍ରା କମିବାର ସମ୍ଭାବନା ଥିବାବେଳେ ଉତ୍ତର ଭାରତରେ ଏହା ବୃଦ୍ଧି ପାଇବା ସମ୍ଭାବନା ଦୃଷ୍ଟିରୁ ରାତିର ତାପମାତ୍ରା ସାମାନ୍ୟ ଅବା ତାଠାରୁ ଅଧିକ ହୋଇପାରେ। ସେହିପରି ଦିନରେ ତାପମାତ୍ରା ଅଧିକ ହେବାର ସମ୍ଭାବନା ରହିଥିବାବେଳେ ଜାନୁଆରୀ ତୃତୀୟ ସପ୍ତାହ ବେଳକୁ…

Read More

ଭୁବନେଶ୍ୱର: ମାହାଙ୍ଗା ହତ୍ୟା କାଣ୍ଡକୁ ନେଇ ରାଜ୍ୟ ସରକାର ଉପରେ ବିଜେପି ରାଜ୍ୟ ବ୍ୟାପି ଆନ୍ଦୋଳନ କରୁଛି। ଏହି ହତ୍ୟା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଛି ବୋଲି ରାଜ୍ୟ ବିଜେପି ଅଭିଯୋଗ କରୁଛି। ଏନେଇ ରାଜ୍ୟର ବହୁ ଥାନା ସମ୍ମୁଖରେ ପ୍ରତିବାଦ କରିବା ସହ ଆଇନ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରୁଛି। କେବଳ ସେତିକି ନୁହେଁ ପରୀ ମାମଲା ଭଳି ଏବେ ମାହାଙ୍ଗା ହତ୍ୟା ପ୍ରସଙ୍ଗରେ ବି ରାଜ୍ୟର ଶାସନ ବ୍ୟବସ୍ଥା ଓ ତଦନ୍ତ ପକ୍ରିୟାକୁ ନେଇ ପ୍ରଶ୍ନ କରୁଛି ବିଜେପି। ରାଜ୍ୟ ସରକାର ହିଂସା ରୋକିବାରେ ବିଫଳ ଏବଂ ତଦନ୍ତ ପ୍ରକ୍ରିୟା ମାଧ୍ୟମରେ ନିଜ ଲୋକଙ୍କୁ ଘଣ୍ଟ ଘୋଡାଉଛି ବୋଲି ବିଜେପି ଅଭିଯୋଗ କରୁଛି। ସେପଟେ ଶାସକ ଦଳ ପକ୍ଷରୁ ରାଜ୍ୟ ସରକାର ଜିରୋ ଟଲେରାନ୍ସ ନୀତିରେ କାମ କରୁଛି ବୋଲି ଦର୍ଶାଯାଇଛି। ତେବେ ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ନୀତିକୁ ନେଇ ଭୁବନେଶ୍ଵର ସାଂସଦ…

Read More

ନୂଆଦିଲ୍ଲୀ: କୃଷକ ଏବଂ କେନ୍ଦ୍ର ସରକାର ମଧ୍ୟରେ ଚାଲିଥିବା ଅଷ୍ଟମ ପର୍ଯ୍ୟାୟ ଆଲୋଚନାରେ କୌଣସି ଫଳାଫଳ ମିଳିପାରିନାହିଁ। ବିଜ୍ଞାନ ଭବନରେ ଜାରି ରହିଥିବା ଏହି ଆଲୋଚନାରେ କୌଣସି ନିଷ୍କର୍ଷ ମିଳି ପାରିନାହିଁ। ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନ ଅଟଳ ରହିଥିବା ବେଳେ, ଆଇନ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ସିଧା ସିଧା କହିଛନ୍ତି କେନ୍ଦ୍ର ସରକାର। ଆଜିର ବୈଠକରେ କୃଷି ଆଇନ ପ୍ରତ୍ୟାହାର ନେଇ ସ୍ପଷ୍ଟ ମନା କରିଦେଇଛନ୍ତି। ସେପଟେ ଆସନ୍ତା ୧୫ ତାରିଖରେ ପୁନର୍ବାର ଆଲୋଚନା ହେବା ନେଇ ତାରିଖ ଧାର୍ଯ୍ୟ ହୋଇଛି।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ସକ୍ରିୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୨୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୨୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ପିଣ୍ଟୁ ବିଷୋୟୀ ଖଲ୍ଲିକୋଟ: କଂଗ୍ରେସ ବିଧାୟକ ପ୍ରାର୍ଥୀ କାଶୀନାଥ ବେହେରା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ୨୦୦୯ରେ ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ହୋଇଥିଲେ। ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଦଳରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି ଶ୍ରୀ ବେହେରା। ୧୯୮୦ ମସିହାରେ ଶ୍ରୀ ବେହେରା କଂଗ୍ରେସରେ ଯୋଗଦାନ କରିଥିଲେ। ବର୍ତ୍ତମାନ ସୁଦ୍ଧା ଦଳର କାର୍ଯ୍ୟକ୍ରମରେ ଓତଃପ୍ରାତ ଭାବେ ଜଡିତ ଥାଇ ଦଳ ପାଇଁ କାର୍ଯ୍ୟ କରିଆସୁଥିଲେ ଶ୍ରୀ ବେହେରା। ସେ ୨୦୦୭ ମସିହାରେ ବେଗୁନିଆପଡା ବ୍ଲକ ଜିଲ୍ଲା ପରିଷଦ ଜୋନ-୪୬ ରୁ କଂଗ୍ରେସ ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ ଏବଂ ୨୦୦୯ ସାଧାରଣ ନିର୍ବାଚନରେ ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ୨୨ ହଜାର ଭୋଟ ପାଇଥିଲେ। ତେବେ ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ କଂଗ୍ରେସ ଦଳରେ…

Read More

ଭୁବନେଶ୍ବର, ଶେଷରେ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଆସନ୍ତା ସୋମବାରଠାରୁ ଖୋଲିବ। ଏ ନେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ରାଜ୍ୟରେ ଥିବା ସମସ୍ତ ବୈଷୟିକ ବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ , ଇଂଜିନିୟରିଂ କଲେଜ, ସହିତ ଡିପ୍ଲୋମା ପ୍ରଭୃତି ଅନୁଷ୍ଠାନ ଖୋଲାଯିବ। ତେବେ ରାଜ୍ୟ ସରକାର କୋଭିଡ କଟକଣା ପାଇଁ ଯେଉଁ ମାର୍ଗଦର୍ଶୀ ଜାରି କରିଛନ୍ତି ତାହାକୁ ପାଳନ କରି ଅନୁଷ୍ଠାନ ଖୋଲିବାକୁ କୁହାଯାଇଛି। ତେବେ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ଏହି ଅନୁମତି ପ୍ରଦାନ କରାଯାଇଛି।

Read More

ଭୁବନେଶ୍ବର, ରାଜ୍ୟର ସମସ୍ତ ସରକାରୀ ସ୍କୁଲ ଆଜିଠାରୁ ଖୋଲିଛି। କରୋନା ପାଇଁ ଦୀର୍ଘ ନଅମାସ ଧରି ସ୍କୁଲ ବନ୍ଦ ଥିଲା। ସରକାରୀ ସ୍କୁଲ ସହିତ କେତେକ ଘରୋଇ ସ୍କୁଲ ମଧ୍ୟ ଖୋଲାଯାଇଛି। ତେବେ କରୋନା ପାଇଁ ସରକାରଙ୍କ ଯେଉଁ କଟକଣା ରହିଛି ସେହି ଅନୁସାରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି। ଛାତ୍ରଛାତ୍ରୀମାନେ ସ୍କୁଲକୁ ଯିବା ପୂର୍ବରୁ ସେମାନଙ୍କୁ ଶାରୀରିକ ଦୂରତାରେ ରଖି ଥର୍ମାଲସ୍କାନିଂ କରାଯାଇଛି। ସାନିଟାଇଜେସନ ପରେ ସେମାନଙ୍କୁ ସ୍କୁଲ ଭିତରକୁ ଛଡାଯାଇଛି। ସେହିପରି ସ୍କୁଲ ଭିତରେ ଅର୍ଥାତ କ୍ଲାସଗୁଡିକରେ ଗୋଟିଏ ଟେବୁଲରେ ଦୁଇଜଣ କିମ୍ବା ତିନିଜଣ ବସୁଥିଲେ। ହେଲେ ବର୍ତ୍ତମାନ ଗୋଟିଏ ଟେବୁଲରେ କେବଳ ଜଣେ ବସିପାରିବ। ସେଥିପାଇଁ ଗୋଟିଏ ଗୋଟିଏ କ୍ଲାସକୁ ବର୍ତ୍ତମାନ ଦୁଇଟି ରୁମରେ କରାଯିବ। ପୁରା ସ୍କୁଲ ସମୟରେ ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି। ସେହିପରି ଛାତ୍ରଛାତ୍ରୀମାନେ ପକେଟରେ ସାନିଟାଇଜରେ ନେବା ପାଇଁ କୁହାଯାଇଛି। ଏଥିସହିତ ସ୍କୁଲରେ ମଧ୍ୟ ସାନିଟାଇଜର…

Read More

ଫୁଲବାଣୀ: ଆଜି ସୁରକ୍ଷାବଳକୁ ଏକ ବଡ ସଫଳତା ମିଳିଛି। ମାଓ କ୍ୟାମ୍ପକୁ ସୁରକ୍ଷାବଳ ଧ୍ଵସ୍ତ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି। ସୂଚନା ଯୋଗ୍ୟ ଯେ, ଚକାପଦା ଥାନା ଲେଙ୍ଗେରିମୁଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମାଓବାଦୀ ସେମାନଙ୍କ ଉପରକୁ ଅତର୍କିତ ଭାବେ ଗ୍ରେନେଡ ଓ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣ ପରେ ଘଟଣାସ୍ଥଳରୁ ମାଓବାଦୀ ଛତ୍ରଭଙ୍ଗ ଦେଇଥଲେ। ଏସଓଜି ଓ ଡିଭିଏଫର ମିଳିତ ଚଢାଉରେ ମାଓ କ୍ୟାମ୍ପକୁ ସୁରକ୍ଷାବଳ ଧ୍ଵସ୍ତ କରାଯାଇଛି। ଏହା ସହିତ ଘଟଣାସ୍ଥଳରୁ ମାଓ ସାମଗ୍ରୀ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

Read More

ଭୁବନେଶ୍ବର: ଆଜି ବିଏମସି ପକ୍ଷରୁ ଭୁବନେଶ୍ଵର ଠାରେ ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ କରାଯାଇଛି। ଏହାକୁ ମୁଖ୍ୟ ଶାସନ ସଚିବ  ଶୁଭାରମ୍ଭ କରିଛନ୍ତି। ବିଏମସି ଅଞ୍ଚଳର ବର୍ଜ୍ୟବସ୍ତୁକୁ ନେଇକି ଖତ ପ୍ରସ୍ତୁତ କରାଯାଇଛି। ଯାହାର ମୂଲ୍ୟ ନିର୍ଦ୍ଧାରଣ କରାଯାଇ ବିକ୍ରୟ କରାଯାଉଛି। ୫ କିଲୋ ପାକେଟର ମୂଲ୍ୟ ୧୨୫ ଟଙ୍କା ଏବଂ ୨୦ କିଲୋକୁ ୪୪୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ଦ୍ଵାରା ରାଜଧାନୀ ଅଞ୍ଚଳରେ ବର୍ଜ୍ୟବସ୍ତୁକୁ ରୂପାନ୍ତରିତ କରି ଜୈବିକ ସାରା ରୂପେ ବ୍ୟବହାର କରାଯାଇପାରିବ। ଏହା ସହିତ ପରିବେଶ ପ୍ରଦୂଷଣ ଦାଉରୁ ରକ୍ଷା ମିଳିପାରିବ। କାରଣ ଏହି ବର୍ଜ୍ୟବସ୍ତୁ ଦୀର୍ଘ ଦିନ ଧରି ପଡିରହିବା ଦ୍ଵାରା ପଚି ସଢି ପରିବେଶକୁ ପ୍ରଦୂଷିତ କରୁଥିଲା। ଏତଦବ୍ୟତୀତ ବିଏମସିକୁ ମଧ୍ୟ ରାଜସ୍ୱ ମିଳିପାରିବ। ଉଲ୍ଲେଖ ଯୋଗ୍ୟ ଯେ, ଫୋନ ମାଧ୍ୟମରେ ‘ମୋ ଖତ’ ମଧ୍ୟ ଅର୍ଡର କରିପାରିବେ। ସେଥିପାଇଁ ୯୧ ୭୮୧ ୫୦୪ ୨୩୩୧ରେ ଫୋନ କରି ଅର୍ଡର କରିପାରିବେ।

Read More

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଭାରତକୁ ମିଳିଛି ଗୁରୁ ଦାୟିତ୍ଵ। ୨୦୨୨ରେ ଆତଙ୍କବାଦ ନିରୋଧି ସମିତର ଅଧ୍ୟକ୍ଷତା ଭାରତ କରିବ। ଭାରତ ମିଳିତ ଜାତିସଂଘର ଗୁରୁତ୍ୱପୂର୍ଣ୍ଣ ୩ଟି ସମିତିରେ ଅଧ୍ୟକ୍ଷତା କରିବ। ଏନେଇ ବର୍ତ୍ତମାନ ମିଳିତ ଜାତିସଙ୍ଘର ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଟି.ଏସ୍. ତ୍ରିମୂର୍ତ୍ତି କହିଛନ୍ତି ଯେ, ଭାରତ ଅଧ୍ୟକ୍ଷତା କରିବାକୁ ଥିବା ତିନି ସମିତି ଭାରତ ପାଇଁ ସମସ୍ତ କ୍ଷେତ୍ର ବେଶ୍ ଗୁରୁତ୍ୱପୂର୍ଣ୍ଣ। ଉଲ୍ଲେଖ ଯୋଗ୍ୟ ଯେ, ଆତାଙ୍କବାଦ ଲାଗି ଭାରତ ଅଧିକ କ୍ଷତିଗ୍ରସ୍ତ ହେଉଛି। ଆତଙ୍କବାଦ ଯୋଗୁଁ ଭାରତ ବିଶ୍ଵରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛି। ତେଣୁ ଆତଙ୍କବାଦ ବିରୋଧରେ ଭାରତ ଜାରି ରଖିଥିବା ଲଢ଼େଇକୁ ଏହା ଦ୍ଵାରା ଅଧିକ ବଳ ଦେବ ବୋଲି ଆଶା କରାଯାଉଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୯୦ କୁ ବୃଦ୍ଧି ହୋଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ବରରୁ ଜଣେ ଆକ୍ରାନ୍ତ ଥିବା ବେଳେ ନୟାଗଡରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ ଜଣେ ୮୩ ବର୍ଷିୟ ପୁରୁଷଙ୍କ ଏହି ଭୂତାଣୁ ଯୋଗୁଁ ପ୍ରାଣହାନୀ ଘଟିଥିବା ବେଳେ ନୟାଗଡରୁ ଜଣେ ୩୭ ବର୍ଷୀୟ ପୁରୁଷଙ୍କ ପ୍ରାଣହାନୀ ଘଟିଛି।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୪୧ ଜଣ ଚିହ୍ନଟ ହୋଇଥିବାବେଳେ ୧୦୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୩୯୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୭ ହଜାର ୨୯୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୧୬୩ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୯୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୩ ଟି ଜିଲ୍ଲାରୁ ମୋଟ୍‌ ୨୪୫ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ବଲାଙ୍ଗୀରି ଜିଲ୍ଲାରୁ…

Read More

ମାଲକାନଗିରି: ମାଲକାନାଗିରିର ସୀମାନ୍ତ ଛତିଶିଗଡର ଦନ୍ତେୱାଡାରେ ୧୪ ଜଣ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏନେଇ ଦନ୍ତେୱାଡା ଏସ ପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି। ଏହା ଫଳରେ ମାଓ ସଂଗଠନକୁ ବଡ଼ ଝଟକା ଲାଗିଛି। ଆତ୍ମସମର୍ପଣ କରିଥିବା ୧୪ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଥିଲା। ମାଓ ସଂଗଠନରୁ ଅତିଷ୍ଠ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଏମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି ଦନ୍ତେବଡା ଏସ ପି ଅଭିଷେକ ପଲ୍ଲବ। ଅସ୍ତ୍ର ତ୍ୟାଗ କରିବା ମାତ୍ରେ ଏମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଏମାନେ ଗତକାଲି ସନ୍ଧ୍ୟାରେ କିରାନ୍ଦୁଲ୍ ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୋଲିସର ମାଓ ମୁକ୍ତ ଅଞ୍ଚଳ ଅଭିଯାନ ପାଇଁ ଏହା ଏକ ବଡ଼ ସଫଳତା। ତେବେ ଅହୁରି ଅନେକ ମାଓବାଦୀ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପ୍ରସ୍ତୁତ ହୋଉଥିବା ପୋଲିସ…

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବା ପାଇଁ ଏକ ପ୍ରସ୍ତୁତି କରାଯାଇଛି। ସେଥିପାଇଁ ଭୁବନେଶ୍ବରରେ ଏକେ47 ଏବଂ ଆଟମୋଟିକ ପିସ୍ତଲ ପହଁଞ୍ଚିଗଲାଣି। ବର୍ତ୍ତମାନ ସେମାନେ ସୁଯୋଗକୁ ଅପେକ୍ଷା କରିଛନ୍ତି। ଏହିପରି ଏକ ଧମକପୂର୍ଣ୍ଣ ଚିଠି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଚିଠି ପାଇବା ପରେ ପୋଲିସକୁ ହସ୍ତାନ୍ତର କରାଯାଇଛି। ଗୃହ ବିଭାଗ ତରଫରୁ ଏ ନେଇ ଖୋଳତାଡ କରାଯାଉଛି। ଏହା ଏକ ଫେକ ଚିଠି ବୋଲି ଜଣାପଡିଥିଲେ ମଧ୍ୟ ପୋଲିସ ଏହାକୁ ଗୁରୁତର ସହ ନେଇଛି। ଏପରି ଚିଠି କିଏ ସେ ପଠାଇଛି, କେଉଁଠାରୁ ଆସିଛି ସେ ନେଇ ଚାଲିଛି ତନାଘନା।

Read More

ସିଡନୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଚାଲିଛି। ଆଜି ଦ୍ଵିତୀୟ ଦିନରେ କଙ୍ଗାରୁ ଦଳ ୩୩୮ ରନ ସଂଗ୍ରହ କରି ସମସ୍ତ ୱିକେଟ ହରାଇଛି। ପ୍ରଥମ ଦୁଇଟି ଟେଷ୍ଟରେ ବିଫଳ ହୋଇଥିବା ଷ୍ଟିଭେନ୍ ସ୍ମିଥ ସର୍ବାଧିକ ୧୩୧ ରନ୍ ହାସଲ କରିଛନ୍ତି। ଏହା ଥିଲା ସ୍ମିଥ୍ ଙ୍କ କ୍ୟାରିୟରର ୨୭ତମ ଶତକ। ରବୀନ୍ଦ୍ର ଜାଡେଜା ଷ୍ଟିଭେନ୍ ସ୍ମିଥଙ୍କୁ ରନ୍ ଆଉଟ୍ କରି ଅଷ୍ଟ୍ରେଲିଆର ପ୍ରଥମ ଇନିସକୁ ସମାପ୍ତି କରିଥିଲେ। ଏହା ସହିତ ମାର୍ଣ୍ଣସ ଲାବୁସେନ୍ ୯୧ରନ୍ ଓ ଓ୍ୱିଲ ପୁକୋଭସ୍କି ୬୨ ରନ୍ କରିଛନ୍ତି। ଗତକାଲି ଅଷ୍ଟ୍ରେଲିଆ ଦଳର ଅସମାପ୍ତ ୧୬୬/୨ ରୁ ଖେଳ ଆରମ୍ଭ କରିଥିଲା। ଆଜି ଅଷ୍ଟ୍ରେଲିଆ ଦଳ ବାକି ସମସ୍ତ ୮ ଟି ୱିକେଟ ହରାଇ ମୋଟ ସ୍କୋରରେ ୧୭୨ ରନ ଯୋଡି ପାରିଥିଲା। ଭାରତୀୟ ଦଳ ଆଜି ଭଲ ବୋଲିଂ ପ୍ରଦର୍ଶନ ଜାରି ରଖି ଅଷ୍ଟ୍ରେଲିଆକୁ ୩୩୮ ରନରେ ଅଲଆଉଟ କରିଦେଇଥିଲେ। ଭାରତ ପକ୍ଷରୁ ରବୀନ୍ଦ୍ର…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୮ ହଜାର ୧୩୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୨୩୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୪ ଲକ୍ଷ ୧୩ ହଜାର ୪୧୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୦ ହଜାର ୫୭୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି  ୧୬ ହଜାର ୯୫୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୨୫ ହଜାର ୪୪୯ ଆକ୍ଟିଭ୍‌ କେସ୍ ରହିଛି।

Read More

ନୂଆଦିଲ୍ଲୀ, ଦେଶବ୍ୟାପୀ ହେଉଥିବା କୋଭିଡ୍ ଟୀକାଦାନ ଅଭ୍ୟାସ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀ, ପ୍ରମୁଖ ସଚିବ, ଅତିରିକ୍ତ ମୁଖ୍ୟ ସଚିବମାନଙ୍କ ସହ ମତବିନିମୟ କରିଛନ୍ତି । ଏହି ପ୍ରକ୍ରିୟାକୁ ସଫଳ କରିବା ପାଇଁ ଯେ ସବୁ ରାଜ୍ୟର ସ୍ୱାସ୍ଥ୍ର‌୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ବ୍ୟକ୍ତିଗତ ସାହାଯ୍ୟ ସହଯୋଗ ଲୋଡିଛନ୍ତି । ଜାନୁୟାରୀ ଆଠ ତାରିଖରେ ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୭୩୬ ଜିଲାରେ ଏହି ଟୀକାଦାନର ଅଭ୍ୟାସମୂଳକ ଡ୍ରିଲ କରାଯିବ । ଏଥିରେ ଗୋଟିଏ ଦିନରେ ୩ ପର‌୍ୟ୍ୟାୟରେ କିପରି ଲୋକଙ୍କୁ ଟୀକା ଦିଆଯିବ ସେ କଥା ଟୀକାଦାନକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଅଭ୍ୟାସ…

Read More

ନୂଆଦିଲ୍ଲୀ, ନୂଆ ବର୍ଷ ଆରମ୍ଭ ହୋଇଛି । ୨୦୨୧ ର ପ୍ରଥମ ମାସରେ ସଫଳା ଏକାଦଶୀର ଉପବାସ ପାଳନ କରାଯିବ । ପୌଷ ମାସର ଶୁକ୍ଲ ପକ୍ଷ ଏକାଦଶୀକୁ ସଫଳା ଏକାଦଶୀ କୁହାଯାଏ । ହିନ୍ଦୁ ଧର୍ମରେ ଏକାଦଶୀର ବିଶେଷ ମହତ୍ତ୍ୱ ରହିଛି । ଏକାଦଶୀରେ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। ଏକାଦଶୀ ତିଥିରେ ଉପବାସ ମଧ୍ୟରେ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଏକାଦଶୀ ଉପବାସ ନିୟମ ଏବଂ ରୀତିନୀତି କରିବା ଦ୍ୱାରା ସୁଖସମୃଦ୍ଧି ପ୍ରାପ୍ତ ହୋଇଥାଏ। ଚଳିତ ବର୍ଷ ଗୋଟିଏ ନୁହେଁ ଦୁଇଟି ସଫଳା ଏକାଦଶୀ ପଡୁଛି । ସଫଳା ଏକାଦଶୀର ତାରିଖ, ଗୁରୁତ୍ୱ, ଉପବାସ ନିୟମ ଏବଂ କାହାଣୀ ଜାଣନ୍ତୁ ସଫଳା ଏକାଦାଶୀ ତାରିଖ ଏବଂ ଶୁଭ ସମୟ ବର୍ଷର ପ୍ରଥମ ସଫଳା ଏକାଦାଶୀ – ୦୯ ଜାନୁଆରୀ ୨୦୨୧ (ଶନିବାର) ଏକାଦଶୀ ତିଥିର ଆରମ୍ଭ – ଜାନୁଆରୀ ୦୮ ରେ ୦୮:୪୦ ରାତି…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମ ସମର୍ପିତ ମାଲ ପରିବହନ କରିଡର (ଡବ୍ଲୁଡିଏଫ୍‌ସି)ର ୩୦୬ କିମି ଦୈର୍ଘ୍ୟ ବିଶିଷ୍ଟ ରେୱାରି-ମଦାର ସେକ୍ସନକୁ ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହାସହିତ ମଧ୍ୟ ଏହି ରେଳପଥରେ ପ୍ରଥମକରି ଡବଲ ଷ୍ଟାକ୍ ଲଙ୍ଗ ହାଉଲ (ଦୁଇ ଥାକିଆ) କଣ୍ଟେନର ଟ୍ରେନର ଚଳାଚଳ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ଓ ହରିୟାଣାର ରାଜ୍ୟପାଳ ଦ୍ୱୟ, ଉଭୟ ରାଜ୍ୟର ଦୁଇ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ, ଗଜେନ୍ଦ୍ର ସିଂହ ଶେଖାୱତ, ଅର୍ଜୁନରାମ ମେଘୱାଲ, କୈଳାସ ଚୌଧୁରୀ, ରାଓ ଇନ୍ଦରଜିତ ସିଂହ, ରତନଲାଲ କଟାରିଆ ଓ କୃଷ୍ଣପାଲ ଗୁର୍ଜ୍ଜର ଉପସ୍ଥିତ ଥିଲେ । ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଭିତ୍ତିଭୂମିର ଆଧୁନିକୀକରଣ ପାଇଁ ଯେଉଁ ମହାଯଜ୍ଞ ଆରମ୍ଭ ହୋଇଥିଲା ତାହା ଆଜି ନୂଆ ଗତି ପାଇଛି । ଦେଶକୁ ଆଧୁନିକ…

Read More

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରୀରେ ଜୀବନର ଅନେକ ଦିଗ ବିଷୟରେ ଉଲ୍ଲେଖ କରିଛନ୍ତି । ଅର୍ଥ, ପଦୋନ୍ନତି, ବିବାହ, ପରିବାର ଏବଂ ବ୍ୟବସାୟ ସହ ଜଡିତ ସମସ୍ୟାର ସମାଧାନକୁ ଚାଣକ୍ୟ ଅତି ସହଜ କରିଛନ୍ତି। କୁହାଯାଏ ଯେ ଚାଣକ୍ୟଙ୍କ ନୀତି ଗ୍ରହଣ କରିବା କଷ୍ଟକର, କିନ୍ତୁ ଯିଏ ଗ୍ରହଣ କରିଛି, ସେ ବେଶ୍ ସଫଳ ହୋଇଛି। ଚାଣକ୍ୟ ନୀତି ଶାସ୍ତ୍ରୀରେ କହିଛନ୍ତି ଯେ କେଉଁ ଲୋକଙ୍କ ପାଖରେ  ପାଖରେ ଟଙ୍କା ରହେ ନାହିଁ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ ପାଞ୍ଚଟି ପରାମର୍ଶ ଦେଇଛନ୍ତି। 1-ଚାଣକ୍ୟ କହିଛନ୍ତି ଯେ ତିକ୍ତ କଥା କହୁଥିବା ବ୍ୟକ୍ତିଙ୍କ ସହ ଟଙ୍କା ରଖାଯାଇପାରିବ ନାହିଁ। ଯେଉଁ ବ୍ୟକ୍ତି ସତ୍ୟ ଏବଂ ମଧୁର କଥା କହନ୍ତି, ଲକ୍ଷ୍ମୀଙ୍କର ଅନୁଗ୍ରହ ଅଛି । ଚାଣକ୍ୟ କହିଛନ୍ତି ଯେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଜଣେ ସର୍ବଦା ମିଠା କଥା କହିବା ଉଚିତ୍ । 2-ଜଣେ ବ୍ୟକ୍ତି ଯଦି…

Read More

ମେଷ: – ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ । ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ । ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ବୃଷ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ । ଅମଲାତନ୍ତ୍ର ଏବଂ ବ୍ୟବସାୟୀଙ୍କ ପାଇଁ ଆଜି ଏକ ଭଲ ଦିନ । ଉଚ୍ଚ ପଦାଧିକାରୀଙ୍କ ଉଚ୍ଚ ପ୍ରୋଫାଇଲ୍ ରହିବ । ପୁରୁଣା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ । ପଦୋନ୍ନତି ଅର୍ଥନୈତିକ ଲାଭ ଆଣିପାରେ । ମିଥୁନ: – ଆଜି ଆପଣଙ୍କ ପାଇଁ ମାନସିକ ଦ୍ୱନ୍ଦ୍ୱ ଏବଂ ଜଟିଳତାର ଦିନ । ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ । ଆଜି କୈଣସି କାର୍ଯ୍ୟ ଆରମ୍ଭ…

Read More