ରିଲିଜ ହେଲା ମ୍ୟୁଜିକ ଭିଡିଓ ‘ସ୍ଲୋ ମୋଶନ ଚାଲି’

Published: Jan 7, 2021, 11:35 am IST

ଭୁବନେଶ୍ବର, କରୋନା କଟକଣା ଭିତରେ ରିଲିଜ ହୋଇଯାଇଛି ମ୍ୟୁଜିକ ଭିଡ଼ିଓ ‘ସ୍ଲୋ ମୋଶନ ଚାଲି। ଏହା ହେଉଛି ଏକ କ୍ଲବ ଗୀତ। ନିଉ ଇଅର ଡାନ୍ସ ନମ୍ବର କୁହାଯାଉଥିବା ଏହି  ପାର୍ଟି ସଙ୍ଗର ବିଶେଷତ୍ୱ ହେଉଛି  ଏହା ସମ୍ପୂର୍ଣ୍ଣ ବଲିଉଡ ଶୈଳୀରେ ନିର୍ମିତ ହୋଇଛି। ଏଥିରେ ମୁଖ୍ୟ ଆକର୍ଷଣ ସାଜିଛନ୍ତି ମିସ ଇଣ୍ଡିଆ ଚାର୍ମିଙ୍ଗ ଟାଇଟଲ ବିଜୟିନୀ ପ୍ରିୟଙ୍କା ମହାପାତ୍ର । ତାଙ୍କ ସହିତ ଅଭିନୟ କରିଛନ୍ତି ନରେଶ କୁମାର ବେହେରା, ଅରୁଣ କୁମାର ଜାନି, ରିତେଶ କୁମାର ସ୍ୱାଇଁ ଏବଂ ଅତିଥି ଭୂମିକାରେ ଅଭିନେତ୍ରୀ ସମ୍ମାନିତା ଦାଶ। ୟୁନିକ ଥ୍ରୀ ବ୍ୟାନରରେ ମୁକ୍ତିଲାଭ କରିଥିବା ଏହି ମ୍ୟୁଜିକ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ମୌସମ ସାହୁ । ଏହା ଏକ ନୃତ୍ୟ ଭିତ୍ତିକ ମ୍ୟୁଜିକ ଭିଡ଼ିଓ ହୋଇଥିବା ବେଳେ ଏଥିରେ ଉଲ୍ଲେଖନୀୟ ଅଭିନୟ ଓ ନୃତ୍ୟ ପ୍ରଦର୍ଶନ କରିଛନ୍ତି ଏହି ପାଞ୍ଚ କଳାକାର।

ସିଙ୍ଗିଙ୍ଗ ସେନ୍ସେସନ କୁଲଦୀପଙ୍କ  କଣ୍ଠରେ ଏହାକୁ ରେକର୍ଡ କରାଯାଇଥିବା ବେଳେ ଏଥିରେ ସଙ୍ଗୀତ ଦେଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ  ଅନୁରାଗ ପଟ୍ଟନାୟକ। ଗୀତ ରଚନା କରିଛନ୍ତି କପିଳେଶ୍ୱର ରାଉତ। ସିନେମୋଟୋଗ୍ରାଫିରେ ଡି. କେ,  ସମ୍ପାଦନାରେ ମାନସ କୁମାର ଓ କଲରିଷ୍ଟ ଅଛନ୍ତି ଶିବାନନ୍ଦ ଜେନା। ମ୍ୟୁଜିକ ଭିଡ଼ିଓଟିକୁ ଗ୍ଲସି ଲୁକ ଦେବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଛି । ନୃତ୍ୟ ଓ ଦୃଶ୍ୟଗ୍ରହଣ ଏତେ ଆକର୍ଷଣୀୟ ହୋଇଛି ଯେ ଏହା  ଯେକୌଣସି ବଲିଉଡ ଫିଲ୍ମର ଗୀତ ଠାରୁ କୌଣସି ଗୁଣରେ କମ ନୁହେଁ । ଭିଟ୍ୟୁନ ପ୍ରୋ ୟୁଟ୍ୟୁବ ଚାନେଲରେ ମୁକ୍ତିଲାଭ କରିଥିବା ‘ସ୍ଲୋ ମୋଶନ ଚାଲି’ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

Related posts