ଇଣ୍ଡୋନେସିଆ ବିମାନ ଦୁର୍ଘଟଣା: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

Published: Jan 10, 2021, 8:39 pm IST

ନୂଆଦିଲ୍ଲୀ: ଇଣ୍ଡୋନେସିଆ ବିମାନ ଦୁର୍ଘଟଣା ଜନିତ ମୃତାହତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଇଣ୍ଡୋନେସିଆର ଏହି ଦୁର୍ଭାଗ୍ୟପୂର୍ଣ୍ଣ ବିମାନ ଦୁର୍ଘଟଣାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜ୍ଞାପନ କରୁଛି। ଏଭଳି ଦୁଃଖଦ ମୁହୂର୍ତ୍ତରେ ଇଣ୍ଡୋନେସିଆ ସହିତ ଭାରତ ଛିଡା ହୋଇଛି”।

ସୂଚନା ଯୋଗ୍ୟ ଯେ, ଗତକାଲି ଇଣ୍ଡୋନେସିଆରୁ ବିମାନଟି ୬:୨୬ ମିନିଟ ରେ ଯାତ୍ରା ଆରମ୍ଭ କରିଥିଲା। ବିମାନଟି ମାତ୍ର ୪ ମିନିଟ ଯାତ୍ରା କରି ୧୦ ହଜାର ଫୁଟ ଉପରକୁ ଗଲା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହି ବିମାନରେ ୬ କ୍ରୁ ସଦସ୍ୟ ସମେତ ୫୬ ଜଣ ଯାତ୍ରୀ ଥିଲେ।

Related posts