ସ୍ବତନ୍ତ୍ର ଟ୍ରେନ ସମୟର ପରିବର୍ତ୍ତନ କଲା ପୂର୍ବତଟ ରେଳପଥ, ଜାଣନ୍ତୁ କେଉଁଠାରୁ କେତେବେଳେ ଯିବ

Published: Jan 14, 2021, 12:34 am IST

ଭୁବନେଶ୍ବର, ପୂର୍ବତଟ ରେଳପଥ କେତେକ ସ୍ବତନ୍ତ୍ର ଟ୍ରେନର ସମୟରେ ପରିବର୍ତ୍ତନ କରିଛି। ପାଲାସା-ବିଶାଖାପାଟନମ୍-ପାଲାସା , ପାଲାସା-ଭୁବନେଶ୍ୱର-ପାଲାସା ଏବଂ ବିଶାଖାପାଟନମ୍-ରାୟାଗଡା-ବିଶାଖାପାଟନମ୍ ବିଶେଷ ଏକ୍ସପ୍ରେସ୍ ଟ୍ରେନର ସମୟ ସାରଣୀକୁ ଯାତ୍ରୀମାନଙ୍କ ସୁବିଧାପାଇଁ ୧୮ ଜାନୁୟାରୀ, ୨୦୨୧ ରୁ ନିମ୍ନଲିଖିତ ଅନୁଯାୟୀ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ ଯେଉଁ ପରିବର୍ତ୍ତନ ହୋଇଛି ତାହା ହେଲା

୦୮୫୩୧/୦୮୫୩୨ ପାଲାସା-ବିଶାଖାପାଟନମ୍-ପାଲାସା ବିଶେଷ ଏକ୍ସପ୍ରେସ ଟ୍ରେନ ଏହାର ନିର୍ଧାରିତ ସମୟ ସାରଣୀ ପରିବେର୍ତ୍ତେ ଜାନୁୟାରୀ ମାସ ୧୮ ତାରିଖ ଠାରୁ ପରିବର୍ତ୍ତିତ ସମୟ ସାରଣୀ ପଲାସା ଠାରୁ ସକାଳ ୫ ଘଟିକାରେ ଛାଡି ବିଶାଖାପାଟନମ ଠାରେ ପୂର୍ବାହ୍ନ ୯ଘ.୨୫ମି.ରେ ପହଞ୍ଚିବ ଏବଂ ବିଶାଖାପାଟନମ ଠାରୁ ଅପରାହ୍ନ ୫ଘ.୪୫ମି.ରେ ଛାଡି ପଲାସା ଠାରେ ରାତ୍ର ୧୦ ଘଟିକାରେ ପହଞ୍ଚିବ।

୦୮୪୩୪/୦୮୪୩୩ ପାଲାସା-ଭୁବନେଶ୍ୱର-ପାଲାସା ବିଶେଷ ଏକ୍ସପ୍ରେସ ଟ୍ରେନ ଏହାର ନିର୍ଧାରିତ ସମୟ ସାରଣୀ ପରିବେର୍ତ୍ତେ ଜାନୁୟାରୀ ମାସ ୧୮ ତାରିଖ ଠାରୁ ପରିବର୍ତ୍ତିତ ସମୟ ସାରଣୀ ପଲାସା ଠାରୁ ସକାଳ ୬ ଘଟିକାରେ ଛାଡି ଭୁବନେଶ୍ୱର ଠାରେ ପୂର୍ବାହ୍ନ ୯ଘ.୪୫ମି.ରେ ପହଞ୍ଚିବ ଏବଂ ଭୁବନେଶ୍ୱର ଠାରୁ ସନ୍ଧ୍ୟା ୬ଘ.୧୦ମି.ରେ ଛାଡି ପଲାସା ଠାରେ ରାତ୍ର ୧୦ ଘଟିକାରେ ପହଞ୍ଚିବ।

୦୮୫୦୮/୦୮୫୦୭ ବିଶାଖାପାଟନମ୍-ରାୟାଗଡା-ବିଶାଖାପାଟନମ୍ ବିଶେଷ ଏକ୍ସପ୍ରେସ ଟ୍ରେନ ଏହାର ନିର୍ଧାରିତ ସମୟ ସାରଣୀ ପରିବେର୍ତ୍ତେ ଜାନୁୟାରୀ ମାସ ୧୮ ତାରିଖ ଠାରୁ ପରିବର୍ତ୍ତିତ ସମୟ ସାରଣୀ ବିଶାଖାପାଟନମରୁ ସନ୍ଧ୍ୟା ୬ ଘଟିକାରେ ଛାଡି ରାୟଗଡା ଠାରେ ରାତ୍ର ୧୦ଘ.୦୫ମି.ରେ ପହଞ୍ଚିବ ଏବଂ ରାୟଗଡା ଠାରୁ ସକାଳ ୫ଘ.୧୫ମି.ରେ ଛାଡି ବିଶାଖାପାଟନମ ଠାରେ ପୂର୍ବାହ୍ନ ୧୦ ଘଟିକାରେ ପହଞ୍ଚିବ।

Related posts