Author: Samikhsya Bureau

ନୂଆଦିଲ୍ଲୀ, ଅଭିନେତ୍ରୀ ନମ୍ରତା ଶିରୋଦକର ଆଜି ତାଙ୍କର 49 ତମ ଜନ୍ମଦିନ ପାଳନ କରୁଛନ୍ତି । Happy Birthday Namrata Shirodkar . ସେ 1972 ମସିହା ଜାନୁୟାରୀ 22 ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ନମ୍ରତା ଜଣେ ମଡେଲ ଭାବରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ସେ 1993 ରେ ମିସ୍ ଇଣ୍ଡିଆ ଟାଇଟେଲ ହାସଲ କରିଥିଲେ। ସେ 1998 ମସିହାରେ ଫିଲ୍ମ ‘ଜବ ପ୍ୟାର କିସି ସେ ହୋତା ହେ ‘ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ସିନେମାରେ ମୁଖ୍ୟ ଭୂମିକାରେ ସଲମାନ ଖାନ ଏବଂ ଟ୍ୱିଙ୍କଲ ଖାନ୍ନା ମଧ୍ୟ ଥିଲେ। ନମ୍ରତା କଚ୍ଚେ ଆଗେ, ବାସ୍ତବ, ଆଲବେଲା, ମସିହା ସାହିଙ୍କ ପରି ଅନେକ ଡଜନ ହିଟ୍ ଫିଲ୍ମ ମଧ୍ୟ କରିଛନ୍ତି। ଏହି ଅଭିନେତ୍ରୀ ଏକ ଇଂରାଜୀ ଚଳଚ୍ଚିତ୍ର ପ୍ରାଇଡ ଆଣ୍ଡ ପ୍ରିଜୁଡିସ’ରେ ମଧ୍ୟ ଅଭିନୟ କରିଥିଲେ। ନମ୍ରତା ତାଙ୍କ କ୍ୟାରିୟରର ଶିଖରରେ ଯେତେବେଳେ ଥିଲେ…

Read More

ମୁମ୍ବାଇ, ଆପଣଙ୍କୁ ଏସବିଆଇ ରୁ କହୁଛି ବୋଲି ଫୋନ ଆସିବ। ଆପଣଙ୍କୁ ପାଞ୍ଚ ମିନିଟରେ ଦୁଇଲକ୍ଷ ଟଙ୍କା ବିନା କାଗଜପତ୍ରରେ ଋଣ ଦିଆଯିବ ବୋଲି କହିବେ। ଏହି ନାମରେ ସେମାନେ କେତେକ ତଥ୍ୟ ମାଗିବେ। ଏକ ଆପ ଡାଉନଲୋଡ କରିବା ପାଇଁ ମଧ୍ୟ କହିବେ। ବାସ୍, ଏତିକିରେ କଥା ସରିଲା। ଆପଣଙ୍କୁ ପାଞ୍ଚ ମିନିଟରେ ସେମାନେ ଋଣ ଦେବ କଣ ପାଞ୍ଚ ମିନିଟରେ ଆପଣଙ୍କ ଆକାଉଣ୍ଟ ଖାଲି କରିଦେବ। ଏହାକୁ ଦୃଷ୍ଟିରେ ରଖି ଏସବିଆଇ ବର୍ତ୍ତମାନ ସଚେତନତା ଆରମ୍ଭ କରିଛି। ଏ ନେଇ ଏସବିଆଇ ଟ୍ୱିଟରରେ ଏକ ସତର୍କ ସୂଚନା ଜାରି କରିଛି। ଯେଉଁଥିରେ ଇନଷ୍ଟାଣ୍ଟ ଋଣ ଆପ ଡାଉନଲୋଡ ନ କରିବା ପାଇଁ କୁହାଯାଇଛି। ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ କୈଣସି ଅଜ୍ଞାତ ଲିଙ୍କ କ୍ଲିକ୍ ନ କରିବାକୁ କହିଛି। ଷ୍ଟେଟ ବ୍ୟାଙ୍କ କହିଛି, ‘5 ମିନିଟରେ ଆପଣ ଦୁଇ ଲକ୍ଷ ଟଙ୍କା ଋଣ ପାଇବ ବୋଲି କଥା ଉପରେ ବିଶ୍ୱାସ…

Read More

ଭୁବନେଶ୍ବର, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ କରିବେ। ସେ ଭୁବନେଶ୍ବରରୁ ହେଲିକେପ୍ଟରେ ଯୋଗେ ଦିନ 10ଟା 30ରୁ ବାହାରି କଟକ ଉପର ବାଲିଯାତ୍ରା ପଡିଆରେ ଦିନ 10ଟା 50ରେ ପହଁଚିବେ। ଆସନ୍ତାକାଲି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ଜାନକୀନାଥ ଭବନରେ ସେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏଥିସହିତ ସେଠାରେ ପତାକା ଉତ୍ତୋଳନ ମଧ୍ୟ କରିବେ। ଏହାପରେ ନବୀନ ଖାନନଗରେ ହେବାକୁ ଥିବା ନେତାଜୀ ବସ ଟର୍ମିନାଲର ଶିଳାନ୍ୟାସ ମଧ୍ୟ କରିବେ। ଏଥିସହିତ ବସ ଟର୍ମିନାଲ ଅଞ୍ଚଳ ପରିଦର୍ଶନ କରି ଏହାର ନକ୍ସା ଅନୁଧ୍ୟାନ କରିବେ। ପ୍ରାୟ 12 ଏକର ସ୍ଥାନରେ ଏହି ବସ ରହଣିସ୍ଥଳ ନିର୍ମାଣ ହେବ। ସେଥିପାଇଁ 65 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ବସ ଟର୍ମିନାଲରେ ଏକାଥରେ 150ଟି ବସ ରହିପାରିବା ପରି ବ୍ୟବସ୍ଥା କରାଯାଉଛି। ଏହି ବସ ଟର୍ମିନାଲରେ ଯାତ୍ରୀମାନେ ଯେପରି ଅନ୍ତର୍ଜାତୀୟ ଅନୁଭବ ପାଇବେ ସେହି…

Read More

କୋଲକୋତା: ପଶ୍ଚିମବଙ୍ଗ ନିର୍ବାଚନ ଯେତେ ନିକଟତର ହେଉଛି ସେତେ ତୃଣମୁଳ କଂଗ୍ରେସରୁ ନେତାଙ୍କ ଇସ୍ତଫା ଦେବା ବଢିବାରେ ଲାଗିଛି। ଆଜି ଏହି ଧାରାରେ ଆଉ ଜଣେ ତୃଣମୁଳ କଂଗ୍ରେସ ନେତା ତଥା ରାଜ୍ୟର ବନ୍ୟ ବିଭାଗ ମନ୍ତ୍ରୀ ସାମିଲ ହୋଇଛନ୍ତି। ମନ୍ତ୍ରୀ ରାଜୀବ ବାନାର୍ଜୀ ଆଜି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ପଠାଇଦେଇଛନ୍ତି। ନିଜର ଇସ୍ତଫା ପତ୍ରରେ ରାଜୀବ ବାନାର୍ଜୀ ଲେଖିଛନ୍ତି ଯେ, ପଶ୍ଚିମବଙ୍ଗର ଲୋକଙ୍କୁ ସେବା କରି ମୁଁ ଗର୍ବିତ। ଜନସାଧାରଣ ଏଭଳି ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ରାଜୀବ ପୂର୍ବରୁ ଅନେକ କ୍ଯାବିନେଟ ବୈଠକରେ ଯୋଗ ଦେଇନଥିଲେ। ଯାହାଦ୍ୱାରା ସେ ନିଜ ପଦବୀରୁ ଓହରିଯିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ହେଲେ ବର୍ତ୍ତମାନ ସେ ଦଳର ସଦସ୍ୟତା ପଦବୀରୁ ଇସ୍ତଫା ଦେଇନାହାନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଚଳିତ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ ଏବଂ…

Read More

ପାଟଣା: ସାମାଜିକ ଗଣମାଧ୍ୟମରେ ବିବାଦୀୟ ଟିପ୍ପଣୀ ଦେଉଥିବା ବ୍ୟକ୍ତିଙ୍କ ଉପରେ ଏଣିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିହାର ପୋଲିସ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଯଦି କୌଣସି ସାମାଜିକ ଗଣମାଧ୍ୟମ ୟୁଜର କୌଣସି ସାଂସଦ, ବିଧାୟକ କିମ୍ବା ଅଧିକାରୀଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରନ୍ତି, ତେବେ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ବିହାର ପୋଲିସ ପକ୍ଷରୁ ଜାରି ହୋଇଥିବା ଏକ ଚିଠି ମାଧ୍ୟମରେ ଦର୍ଶାଯାଇଛି। ଏହି ଚିଠିରେ ଲେଖା ଯାଇଛି ଯେ, ଏମିତି ବହୁତ ମାମଲା ଦେଖିବାକୁ ମିଳୁଛି। ଯେଉଁଥିରେ ସାମାଜିକ ଗଣମାଧ୍ୟମରେ ସରକାର, ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ସରକାରୀ ଅଧିକାରୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରାଯାଉଛି। ଏହା ଆଇନଗତ ଅପରାଧ ଏବଂ ସାଇବର ଅପରାଧ ଅନ୍ତର୍ଗତ ଅଟେ। ତେଣୁ ସେଭଳି ବ୍ୟାକ୍ତିଙ୍କ ଉପରେ କାର୍ଯ୍ଯନୁଷ୍ଠାନ ହେବା ଆବଶ୍ୟକ ବୋଲି ପୋଲିସ କହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟପାଳ ପ୍ର. ଗଣେଶୀ ଲାଲ ରେଭେନ୍ସା ମହାବିଦ୍ୟାଳୟର ନୂତନ କୁଳପତିଙ୍କୁ ନିଯୁକ୍ତି କରିଛନ୍ତି। ପ୍ରଫେସର ସଞ୍ଜୟ କୁମାର ନାୟକଙ୍କୁ ରେଭେନ୍ସା ମହାବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ। ଆସନ୍ତା ୪ ବର୍ଷ ଲାଗି ପ୍ର. ସଞ୍ଜୟ କୁମାର ନାୟକଙ୍କୁ କୁଳପତି ଭାବେ ନିଯୁକ୍ତି ମିଳିଛି। ଏହା ପୂର୍ବରୁ ସେ ଚେନ୍ନାଇ ସିପେଟର ଚିଫ ଏକାଡେମିକ ଅଫିସର ଥିଲେ।

Read More

ଭୁବନେଶ୍ବର: ଆଇପିଏଲ-୨୦୨୧ ରେ ଖେଳିବା ପାଇଁ  ଓଡିଶା କ୍ରିକେଟ ଆସୋସିଏସନ ୬ ଜଣ ଓଡିଆ ଖେଳାଳିଙ୍କ ନାମ ସୁପାରିସ କରିଛି। ସେହି ପାଞ୍ଚ ଜଣଙ୍କ ନାମ ହେଲା ରାଜେଶ ଧୂପର, ଶୁଭ୍ରାଂଶୁ ସେନାପତି, ପପୁ ରାୟ, ରାଜେଶ ମହାନ୍ତି, ତାରିଣୀ ସ, ଗୌରବ ଚୌଧୁରୀ। ସୂଚନା ଯୋଗ୍ୟ ଯେ, ଆଇପିଏଲ ର ୧୪ ତମ ସଂସ୍କରଣ ଆସନ୍ତା ଏପ୍ରିଲ ୧୧ ତାରିଖ ଠାରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ଜୁନ ମାସ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦଘାଟନୀ ମ୍ଯାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଫେବୃୟାରୀ ୧୧ ତାରିଖ ଠାରୁ ଖେଳାଳି ନିଲାମୀ ପ୍ରକ୍ରିୟା ଆରମ୍ଭ କରାଯିବ। ତେଣୁ ସମସ୍ତ ଫ୍ରାଞ୍ଚାଇଜମାନଙ୍କୁ ଏହି ତାରିଖ ପୂର୍ବରୁ କେଉଁ ଖେଳାଳିଙ୍କୁ ଦଳରେ ରଖିବେ ଏବଂ ବାହାର କରିବା ନେଇ ତାଲିକା ପ୍ରଦାନ କରିବେ ବୋଲି ବିସିସିଆଇ ନିର୍ଦ୍ଦେଶ ଦେଇଛି।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୮୯ ଜଣ ଚିହ୍ନଟ ହୋଇଥିବାବେଳେ ୬୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୨୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୦ ହଜାର ୫୪୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୫୧୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୨ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୧ ଟି ଜିଲ୍ଲାରୁ ମୋଟ୍‌ ୧୫୪ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସମ୍ବଲପୁର ଜିଲ୍ଲାରୁ ୧୯, ସୁନ୍ଦରଗଡ ଜିଲ୍ଲାରୁ ୧୮, ଅନୁଗୁଳରୁ ୧୦, ବାଲେଶ୍ଵର ଜିଲ୍ଲାରୁ ୧୧ ଜଣ, ବରଗଡ଼…

Read More

ନୂଆଦିଲ୍ଲୀ: ଆଜି କଂଗ୍ରେସ ୱାର୍କିଙ୍ଗ କମିଟିର ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଏହି ବୈଠକ ଭିଡିଓ କନଫରେନ୍ସ ମାଧ୍ୟମରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହେଉଛି। କଂଗ୍ରେସର ଏହି ବୈଠକରେ ରାଷ୍ଟ୍ରୀୟ ସଭାପତି ନିର୍ବାଚନ ଲାଗି ଆଲୋଚନା ହୋଇଛି। ତେବେ ଏହି ପଦବୀ ଲାଗି ଆସନ୍ତା ମେ’ ମାସରେ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ଦଳର ସାଂଗଠନିକ ନିର୍ବାଚନ ହେବ। ଯେଉଁଥିରେ ରାଷ୍ଟ୍ରୀୟ ସଭାପତି ପଦବୀ ଗୁରୁତ୍ୱପୂର୍ଣ୍ଣ ଅଟେ।

Read More

କନ୍ଦର୍ପ ବେହେରା ରେଢାଖୋଲ: ସରକାର ଗରିବ ଲୋକଙ୍କ ପାଇଁ କେତେ ଯେ ଜନହିତକର କାମ କରିଛନ୍ତି ତାର କଳନା ନାହିଁ। ହରିଜନ ଓ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର। ହେଲେ ଏହି ସବୁ ଯୋଜନା ଗାଁ ଗହଳରେ ଥିବା ଗରୀବ ଅବହେଳିତ ଛାତ୍ରଛାତ୍ରୀମାନଙ୍କ ପାଖରେ ଠିକ୍ ଭାବରେ ପହଂଚି ପାରୁ ନାହିଁ। ଯା ଫଳରେ ସେମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ସେମିତି ଜଣେ ଆଦିବାସୀ ବାଳିକା ହେଲେ ନାକଟିଦେଉଳ ବ୍ଲକ୍ ଶିମିଳିପାଳ ପଂଚାୟତର କାଦୋବାହାଳି ଗ୍ରାମର ରଶ୍ମିତା ମିର୍ଦ୍ଧା। ଏବେ ସେ ୮ ମ ଶ୍ରେଣୀରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ସରାପାଲିରେ ପାଠ ପଢୁଛନ୍ତି। ହେଲେ କରୋନା ଯୋଗୁଁ ସେ ପାଠ ପଢିବା ପାଇଁ ବିଦ୍ୟାଳୟର ହଷ୍ଟେଲରେ ରହିପାରୁନାହାନ୍ତି। ଯା ଫଳରେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ବିଦ୍ୟାଳୟରେ ପଢୁଥିବା ସମୟରେ ହଷ୍ଟେଲରେ ଦି ଓଳି ଖାଇବାକୁ ମିଳିଯାଏ।…

Read More

ଭୁବନେଶ୍ୱର: କୋରୋନାକୁ ଦୃଷ୍ଟିରେ ରଖି ଏଥର ମାଟ୍ରିକ ପରୀକ୍ଷାର୍ଥୀ ନିଜେ ସ୍କୁଲରେ ପରୀକ୍ଷା ଦେବେ। ଏନେଇ ବିଦ୍ଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ମାଧ୍ଯମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଲାଗି ଅନ୍ୟ ସ୍କୁଲକୁ ଯିବାକୁ ପଡିବ ନାହିଁ। ପୂର୍ବରୁ ପରୀକ୍ଷାର୍ଥୀ ଅନ୍ୟ ସ୍କୁଲରେ ପରୀକ୍ଷା ଦେଊଥିଲେ। କରୋନା ଯୋଗୁଁ ଯାତାୟତ, ରହିବାରେ ଅସୁବିଧାକୁ ଲକ୍ଷ କରି ଏପରି ନିଷ୍ପତ୍ତି ସରକାର ନେବେ ବୋଲି ସୂଚନା ରହିଛି। ତେବେ ଅନ୍ୟ ସ୍କୁଲର ପରୀକ୍ଷା ନିରୀକ୍ଷକଙ୍କୁ ପ୍ରତ୍ଯେକ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତି ଦିଆଯିବ। ଏହାସହ ପରୀକ୍ଷା ଅବଧି ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ରହିବ। ଗତକାଲି ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ବଡ ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ପରୀକ୍ଷା ଦର୍ପଣ ନାମକ ଏକ ଟେଷ୍ଟ ପେପର ମାଗଣାରେ ଦେବେ ବୋଲି ଘୋଷଣା କରାଯାଇଥିଲା। ଯେଉଁଥିରେ ପରୀକ୍ଷାରେ ସମ୍ଭାବିତ ପ୍ରଶ୍ନ ଉତ୍ତର ଏହି…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୪ ହଜାର ୫୪୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୬୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୬ ଲକ୍ଷ ୨୫ ହଜାର ୪୨୮ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୩୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୮୩ ହଜାର ୭୦୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୮୮ ହଜାର ୬୮୮  ଆକ୍ଟିଭ୍‌ କେସ୍ ରହିଛି।

Read More

ନୂଆଦିଲ୍ଲୀ, ଗାଜର ସାଧାରଣତଃ ଏକ ପରିବା ଭାବେ ଗଣତି କରାଯାଇଥାଏ। ହେଲେ ଏଥିରେ ଭରି ରହିଛି ଅନେକ ଔଷଧୟ ଗୁଣ। ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜାଣନ୍ତୁ ଗାଜର ଦ୍ବାରା କେଉଁ ରୋଗ ଭଲ ହୋଇଥାଏ। 1-ପ୍ରତିଦିନି ଗାଜର ରସ ପିଇବା କିମ୍ବା ଗାଜରକୁ ଛୋଟଛୋଟ କାଟି  ଚିନି ରସରେ ହାଲୁଆ ପରି ଖାଇଲେ ଅର୍ଶରୋଗ ଭଲ ହୋଇଥାଏ। 2-ପ୍ରତିଦିନ ଗାଜର ରସ ପାନ କଲେ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। 3-ଗାଜର ରସ ଶହେ ଗ୍ରାମ, ବନ୍ଧାକୋବି ପତ୍ରରସ ପଚାଶ ଗ୍ରାମ, ପାଳଙ୍ଗ ରସ ପଚାଶ ଗ୍ରାମ ମିଶାଇ ପାନ କଲେ ରକ୍ତ ଅମାଶୟ ରୋଗ ଭଲ ହୋଇଥାଏ। ଏପରିକି ପେଟ ଭିତରେ ଘା ହୋଇଥିଲେ ତାହା ମଧ୍ୟ ଭଲ ହୋଇଥାଏ 4-ନିଆଁରେ ପୋଡି ହୋଇଥିବା ଘା ଉପରେ ଗାଜର ବଟା ପ୍ରଲେପ କଲେ ତାହା ଭଲ ହୋଇଥାଏ। 5-ଜଣ୍ଡିସ ରୋଗୀ ମଧ୍ୟ ଗାଜର ରସ ପାନ କଲେ…

Read More

ନୂଆଦିଲ୍ଲୀ, ଜାନୁୟାରୀ 22 ତାରିଖ ଶୁକ୍ରବାର ମଧ୍ୟାହ୍ନ ବେଳକୁ ତନୋଟି ରାଶିର ବ୍ୟବସାୟ ଯୋଜନା ସଫଳ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ସଂକ୍ଷିପ୍ତ ଯାତ୍ରା ହୋଇପାରେ । ତତ୍ପରତା ନାହିଁ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତନ ରୁହନ୍ତୁ । ପୁରୁଣା ବନ୍ଧୁଙ୍କୁ ଭେଟିବାକୁ ମନ ଅସ୍ଥିର ରହିବ । ଇଶ୍ବରଙ୍କଠାରେ ଧ୍ୟାନ କରନ୍ତୁ। ଆପଣ ନିଜ ପରିବାର ସହିତ ଭଲ ସମୟ ପାଇପାରିବେ । ସାଙ୍ଗମାନଙ୍କ ସହିତ ବହୁତ ଭଲ ବାର୍ତ୍ତାଳାପ ହେବ ଏବଂ ସେମାନେ ମଧ୍ୟ ସହଯୋଗ କରିବେ। ମୋଟ ଉପରେ, ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଅର୍ଥନୈତିକ ଲାଭର ରାଶି ସୃଷ୍ଟି ହେଉଛି । ଭଲ ସୂଚନା ମଧ୍ୟ ମିଳିପାରିବ, ପ୍ରେମ ସଂପର୍କରେ ସୁଖର ପରିବେଶ ରହିବ । ନୂତନ ବନ୍ଧୁ ସୃଷ୍ଟି ହେବ । ସେହି ତିନୋଟି ରାଶି ହେଉଛି…

Read More

ନୂଆଦିଲ୍ଲୀ, ଆପଣ ଯଦି ଚାକିରି ଖୋଜୁଛନ୍ତି କିମ୍ବା କୌଣସି ଚାକିରି ସମ୍ବନ୍ଧୀୟ ସମସ୍ୟାରେ ପଡିଛନ୍ତି, ତେବେ ସମସ୍ତ ପ୍ରକାର ପରିଶ୍ରମ ସହିତ ଏଗୁଡ଼ିକୁ କରିବାକୁ ଚେଷ୍ଟା କରନ୍ତୁ। ଶୁକ୍ରବାର ଦିନ, 8 ଜଣ ପିଲାଙ୍କୁ ଭଜା ଚଣା କିମ୍ବା ଖଟା ମିଠା ଚକୋଲେଟ ବଣ୍ଟନ କରନ୍ତୁ ଏକ ନଡ଼ିଆ ଗୋଟା ନେଇ ସେଥିରେ ଏକ ଛିଦ୍ର କରନ୍ତୁ। ବର୍ତ୍ତମାନ ଏହି ଗର୍ତ୍ତରେ ଘିଅ ଏବଂ ଚିନି ଭରନ୍ତୁ। ଏହାପରେ ସେହି ନଡ଼ିଆକୁ ମଙ୍ଗଳବାର ଦିନ ଏକ ବରଗଛ ତଳେ ରଖନ୍ତୁ କିମ୍ବା ପିମ୍ପୁଡ଼ି ଥିବା ସ୍ଥାନରେ ରଖନ୍ତୁ। ଏହାକୁ 3 ରୁ 5 ଥର କରନ୍ତୁ। ଆପଣ ନିଶ୍ଚିତ ଭାବରେ ଉପକୃତ ହେବେ। ମଙ୍ଗଳବାର ରାତି 12 ଟା ସମୟରେ ଏକ ଛକକୁ ଯାଆନ୍ତୁ ଏବଂ ଏକ ଦାଗମୁକ୍ତ ଲେମ୍ବୁକୁ ଚାରି ଖଣ୍ଡ କରନ୍ତୁ। ଏହାକୁ ଚାରି ଦିଗକୁ ଫୋପାଡି ଦିଅନ୍ତୁ। ଏହାପରେ ପଛକୁ ନ ଅନାଇ ସିଧା ଘରକୁ ଆସନ୍ତୁ।…

Read More

ମେଷ- ଆପଣ ଆଜି କିଛି ନୂଆ କରିବାକୁ ଚିନ୍ତା କରିପାରିବେ । ଭାଗୀଦାର ମଧ୍ୟ ସେଠାରେ ରହିବେ। ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବାର ସମ୍ଭାବନା ଅଛି । ଆଜି ଆପଣ ଆର୍ଥିକ ପ୍ରସଙ୍ଗରେ ସତର୍କ ହେବା ଆବଶ୍ୟକ, ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ । ଏକ ବଡ ଖର୍ଚ୍ଚ ହେବ । ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ। ଯଦି ଆମେ ଟଙ୍କା ସମ୍ବନ୍ଧୀୟ ବିଷୟଗୁଡିକ ଯତ୍ନର ସହ ମୁକାବିଲା କରିବା ଭଲ ହେବ। ଶଶୁରଘରର ସହଯୋଗ ହେବ । ପ୍ରେମ ଦୃଷ୍ଟିରୁ ଆଜି ଭଲ ଦିନ ହୋଇପାରିବ ନାହିଁ। କୌଣସି ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ। ବୃଷ- ନିୟମିତ କାର୍ଯ୍ୟଗୁଡ଼ିକ ବାଧାପ୍ରାପ୍ତ ହେବ। ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତନ ରୁହନ୍ତୁ। ମନ ଅଶାନ୍ତ ହେବ। ଇଶ୍ବରଙ୍କଠାରେ ଧ୍ୟାନ କରନ୍ତୁ। ଆପଣ ଉତ୍ସାହଜନକ ସୂଚନା ପାଇବେ। ନୂତନ ସମ୍ପର୍କ ଗଠନ ହେବ। ସଂକ୍ଷିପ୍ତ ଯାତ୍ରା ହୋଇପାରେ।…

Read More

ନୂଆଦିଲ୍ଲୀ, ଶୁକ୍ରବାର ଦିନ ଏକାଥରେ ଛଅଟି ରାଶି କ୍ଷେତ୍ରରେ ହେଉଛି ଏକ ପରିବର୍ତ୍ତନ। ଯାହାକୁ ଜାଣିଲେ ସେହି ରାଶିର ବ୍ୟକ୍ତିମାନେ ବେଶ୍ ଖୁସି ହେବେ। ମେଷ, ମିଥୁନ: – ଆପଣଙ୍କ ମନ ଖୁସି ହେବ। ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବଜରଙ୍ଗବାଲିଙ୍କୁ ସ୍ମରଣ କରି ଆରମ୍ଭ କରନ୍ତୁ। ଆପଣଙ୍କୁ ସଫଳ ହେବାକୁ କେହି ଅଟକାଇ ପାରିବେ ନାହିଁ । ଆଜି ଆପଣ ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ସଫଳତାର ସମ୍ଭାବନା ରହିଛି। ମାଙ୍ଗଳିକ କାର୍ଯ୍ୟକ୍ରମକୁ ଯିବାକୁ ପଡିପାରେ। ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟିରେ ରହିବେ। ଆଜି ଆପଣଙ୍କ ପାଇଁ ଶୁଭ ହେବ। ସିଂହ, କନ୍ୟା : – ଏହି ରାଶିର ଭାଗ୍ୟ ଆଜି ଆକାଶକୁ ଛୁଇଁବ। ସେମାନେ ଚାରିଆଡ଼େ ଭଲ ଖବର ପାଇବେ। କର୍ମକ୍ଷେତ୍ରରେ ବହୁତ ସଫଳତା ପାଇବେ। ଯେଉଁଥି ପାଇଁ ସମସ୍ତେ ଆପଣଙ୍କୁ ପ୍ରଶଂସା କରିବେ। ଆପଣ ପୈତୃକ ପାର୍ଶ୍ୱରୁ ହଠାତ୍ ଟଙ୍କା ପାଇବେ, ଯାହା ଆପଣ…

Read More

ନୂଆଦିଲ୍ଲୀ, ଶୁକ୍ରବାରର ଗ୍ରହ ହେଉଛି ଶୁକ୍ର। ଶୁକ୍ରବାରର ପ୍ରକୃତି ନରମ ଅଟେ । ଏହି ଦିନ ଉଭୟ ମା ଲକ୍ଷ୍ମୀ ଏବଂ ମା କାଳୀଙ୍କ ଦିନ । ଏହା ମଧ୍ୟ ରାକ୍ଷାସଙ୍କର ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଦିନ। ଏହି ଦିନ ମାତା ଲକ୍ଷ୍ମୀ ଏବଂ କାଳୀ ମାତାଙ୍କୁ ପୂଜା କରାଯିବା ଉଚିତ୍ । ଯଦି ରାଶିରେ ଶୁକ୍ରଙ୍କ ସ୍ଥିତି ନିମ୍ନଲିଖିତ, ତେବେ ଶୁକ୍ରବାର ପାଳନ କରାଯିବା ଉଚିତ୍ । ଆସନ୍ତୁ ଜାଣିବା ଶୁକ୍ରବାର ଦିନ କିଏ ଉପବାସ ରହିବା ଉଚିତ୍ ଶୁକ୍ର ଗ୍ରହର ଦୁଇଟି ରାଶି ହେଉଛି ବୃଷ ଏବଂ ତୂଳା । ଯଦି ଆପଣଙ୍କର ଏହି ରାଶି ତେବେ ଶୁକ୍ରବାରରେ ଉପବାସ କରିବା ଉଚିତ୍ । ଯଦି ଆପଣଙ୍କର କୁଣ୍ଡଳିରେ ଶୁକ୍ର ଏବଂ ଶୁକ୍ରଙ୍କ ଶତ୍ରୁ ଗ୍ରହ ସୂର୍ଯ୍ୟ ଏବଂ ଚନ୍ଦ୍ର ଅଛନ୍ତି ତେବେ ଶୁକ୍ରବାର ଦିନ ଆପଣ ଉପବାସ ପାଳନ କରିବା ଉଚିତ୍ । ଯଦି ଶୁକ୍ର କନ୍ୟା ରାଶିର…

Read More

ଭୁବନେଶ୍ବର, ଆଜି ଭୁବନେଶ୍ୱର ଜନତା ମଇଦାନଠାରେ ଆୟୋଜିତ ତୋଷାଳୀ ମେଳା ଉଦଘାଟନ ଅବସରରେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରାଯାଇଛି । ହେଲେ ଗତ ୨୦୧୨ ମସିହାରୁ ପ୍ରତିବର୍ଷ ପ୍ରଦାନ କରାଯାଇ ଆସୁଥିବା ଜୀବନ ବ୍ୟାପୀ ସାଧନା ପୁରସ୍କାର ଚଳିତ ବର୍ଷ ପ୍ରଦାନ କରାଯାଇନାହିଁ । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଶିଳ୍ପୀ ଜାତି ପ୍ରତି ଏକ ପ୍ରତାରଣା ବୋଲି ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ କୁହାଯାଇଛି । ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ ଓ ସଚିବ ଶୁଭା ଶର୍ମା ଏଭଳି  କାର୍ଯ୍ୟ ପାଇଁ ଦାୟୀ ବୋଲି ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ଅଭିଯୋଗ କରିଛନ୍ତି । ବିଶେଷ କରି ବିଭାଗୀୟ ସଚିବଙ୍କ ପ୍ରରୋଚନାରେ ରାଜ୍ୟର ଜଣେ ବରିଷ୍ଠ ଶିଳ୍ପୀଙ୍କୁ ଚଳିତ ବର୍ଷର ଜୀବନବ୍ୟାପୀ ସାଧନା ପୁରସ୍କାରରୁ ବଂଚିତ କରାଯାଇଛି। ଗତ ଡିସେମ୍ବର ମାସରେ ହୋଇଥିବା ଚୟନ ପକ୍ରିୟାରେ ବିଚାରକ ମଣ୍ଡଳୀ ଜୀବନ…

Read More

ଭୁବନେଶ୍ୱର, ଖରିଫ ଋତୁରେ ଖରିଫ ଧାନ କିଣାରେ ଅନିୟମିତତା ଓ ସରକାରୀ ନିର୍ଦ୍ଦେଶନାମାର ଉଲ୍ଲଂଘନ ଅଭିଯୋଗରେ ୧୫ ଜଣ ପ୍ରାଥମିକ ସମବାୟ ସମିତିର ସଂପାଦକଙ୍କୁ ସମବାୟ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି ଓ ଜଣେ ଡାଟା ଏଣ୍ଟି୍ର ଅପରେଟରଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି । ଧାନକିଣାରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ପରିପ୍ରକ୍ଷୀରେ ୫-‘ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମରେ କୌଣସି ଅନିୟମିତତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତା ପ ସ୍ୱାଇଁ କହିଛନ୍ତି । କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ସଂପାଦକମାନେ ହେଲେ ସମ୍ବଲପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ନୂଆମୁରା ପ୍ୟାକ୍ସର ରାଧାକାନ୍ତ ଭୋଇ, ଧମା ପ୍ୟାକ୍ସର ସରୋଜ କୁମାର ଦାସ, ଚାରମାଳ ପ୍ୟାକ୍ସର ଅସିତ କୁମାର ପ୍ରଧାନ, ସାହାସପୁର ପ୍ୟାକ୍ସର କୃପାସିନ୍ଧୁ ସାହୁ, ସମରବାଗ ପ୍ୟାକ୍ସର ସଂପାଦକ ପ୍ରମୋଦ କୁମାର ଭୋଇ, ଲଖନପୁର ପ୍ୟାକ୍ସର ଭାର…

Read More

ଭୁବନେଶ୍ବର: ବିଏମସି ପକ୍ଷରୁ ଭିକ୍ଷୁକଙ୍କୁ ଆତ୍ମନିର୍ଭର କରିବା ନେଇ ନିଷ୍ପତ୍ତି ନିଆଯାଇଛି। ବିଏମସିରେ ଭିକ୍ଷୁକଙ୍କୁ ଭିକ୍ଷାବୃତ୍ତି ବନ୍ଦ କରାଇ ଥଇଥାନ କରିବାକୁ ନିଷ୍ପତ୍ତି ହୋଇଛି। ବିଏମସିର ପ୍ରତି ଆଞ୍ଚଳିକ କାର୍ଯ୍ଯାଳୟରେ ଥାଇଥାନ କେନ୍ଦ୍ର ଖୋଲିବାକୁ ଯୋଜନା କରାଯାଉଛି। ସେଥିପାଇଁ ଭିକ୍ଷୁକଙ୍କୁ ଚିହ୍ନଟ କରିବା ପାଇଁ ବିଏମସି କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବାସହୀନ ଓ ନିରାଶ୍ରୟଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିବା ନେଇ ଯୋଜନା କରାଯାଉଛି। ସେଠାରେ ସେମାନଙ୍କୁ ଆତ୍ମନିର୍ଭର ହେବା ନେଇ ପରାମର୍ଶ ଦିଆଯିବ।

Read More