ଭୁବନେଶ୍ୱର: ଆସନ୍ତା ଖରିଫ ଧାନ କିଣା ନଭେମ୍ବର ୨୧ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ। ଏହି ଧାନ କିଣା କାରବାରରେ ସ୍ୱଚ୍ଛତା ଆଣିବା ସହ କଟନୀ ଛଟନୀ ବନ୍ଦ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ସାରା ରାଜ୍ୟର ସମସ୍ତ ଧାନମଣ୍ଡି ଜଗିବେ ଓ ତଦାରଖ କରିବେ। ଓଡ଼ିଶାର ଚାଷୀମାନଙ୍କୁ ସମୃଦ୍ଧ କରିବା ସହ ସେମାନଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ମୋହନ ମାଝି ସରକାର ଅନେକ କୃଷକ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି। ଏହାର ସଫଳ ରୁପାୟନ କରିବାରେ କୃଷକ ମୋର୍ଚ୍ଚା ଅଗ୍ରଣୀ ଭୂମିକା ଗ୍ରହଣ କରିବ। ଧାନ କିଣାବେଳେ ରାଜ୍ୟର ୪,୧୯୩ ମଣ୍ଡିରେ କାର୍ଯ୍ୟକର୍ତାମାନେ ଚାଷୀମାନଙ୍କୁ ସହଯୋଗ କରିବେ। ଏଥିପାଇଁ ରାଜ୍ୟର ବିଭିନ୍ନ ନେତୃବୃନ୍ଦଙ୍କୁ ଜିଲା ଓ ମଣ୍ଡି ଦାୟିତ୍ୱ ବଂଟନ କରାଯାଇଛି। ଓଡ଼ିଶାରେ କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଓ ବିକାଶ କରିବା ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି…
Author: Samikhsya Bureau
ଭୁବନେଶ୍ବର: ଅଦିନିଆ ରଥଯାତ୍ରା ନେଇ ଇସ୍କନ ଉପରେ ବର୍ଷିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଇସ୍କନର ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଇସ୍କନର ମନମୁଖି କାର୍ଯ୍ୟ ବହୁତ ହୋଇଗଲା। ଆଉ ବରଦାସ୍ତ କରାଯିବ ନାହିଁ। ଏଣିକି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଜପତି କହିଛନ୍ତି। ଗଜପତି କହିଛନ୍ତି ଯେ, ଇସ୍କନ 1967 ମସିହାରୁ ଏପରି ରଥଯାତ୍ରା କରି ଆସୁଛି। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କୁ ବାରମ୍ବାର ଚିଠି ଲେଖି ବିରୋଧ କରିଛି। ରଥଯାତ୍ରା ତିଥୀରେ ରଥଯାତ୍ରା କରିବା ପାଇଁ ସେମାନଙ୍କୁ ଉପଦେଶ ଦିଆଯାଇଛି। ହେଲେ ବାରମ୍ବାର ତାଗିଦ କରିବା ସତ୍ବେ ସେମାନେ ଶୁଣୁ ନାହାଁନ୍ତି। ବର୍ତ୍ତମାନ ଆଉ ସେମାନଙ୍କର ଏପରି ନିତିକୁ ବରଦାସ୍ତ କରାଯିବ ନାହିଁ। ଖୁବ ଶିଘ୍ର ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର…
ଭୁବନେଶ୍ବର: ବାତ୍ୟା ଦାନା ଆସିଲା ଆଉ ଚାଲିଗଲା। ହେଲେ ସେ ଛାଡିଗଲା ଓଡିଶାର କ୍ଷୟକ୍ଷତି। ପ୍ରକୃତରେ ଏହି କ୍ଷୟକ୍ଷତି କେତେ ତାହାର ରିପୋର୍ଟ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ବାତ୍ୟା ଦାନାର ଜିଲ୍ଲା ସ୍ତରୀୟ କ୍ଷୟକ୍ଷତି ଆସିଛି।ତେବେ ପଞ୍ଚାୟତିରାଜ ବିଭାଗ ବ୍ୟତୀତ ଅନ୍ୟ ସବୁ ବିଭାଗରୁ ଆସିଛି ରିପୋର୍ଟ। ପ୍ରାଥମିକ ଆକଳନ ଅନୁଯାୟୀ ବାତ୍ୟା ‘ଦାନା’ରେ ପ୍ରାୟ ୬ଶହ କୋଟି ଟଙ୍କାର ସମ୍ପତ୍ତି କ୍ଷତି ହୋଇଛି। ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ, ବାତ୍ୟାରେ ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ବେଶୀ କ୍ଷତିଗ୍ରସ୍ତ ହୋଇଛି। ମୋଟ ଏହି ବାତ୍ୟାରେ ୧୪ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ ହୋଇଛି। ସେହିପରି ଏହି ବ୍ଲକର ୧୧, ୬୩୭ ଗାଁର ୪୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସୂଚନା ଅନୁସାରେ ସମୁଦାୟ ୧୬,୪୧୭ ଘର ପ୍ରଭାବିତ ହୋଇଥିବାବେଳେ ୨୭ ଘର…
ଭୁବନେଶ୍ବର: ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା। ଆଜି ଲୋକସେବା ଭବନରେ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ହୋଇଛି ନିଷ୍ପତ୍ତି। ବୈଠକରେ ପରେ ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଚଳିତ ବର୍ଷ ୮୦ ଲକ୍ଷ ଟନ୍ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ଚାଷୀଙ୍କଠାରୁ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଧାନ କିଣିବେ ସରକାର। ଏହି ଧାନ କିଣା ପ୍ରଥମେ ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ୨୩୦୦ ଟଙ୍କା ରହିଛି। ହେଲେ ରାଜ୍ୟ ସରକାର ଇନପୁଟ ସହାୟତା ୮୦୦ ଟଙ୍କା ଦେବେ। ଫଳରେ ଚାଷି ମୋଟ ୩୧୦୦ ଟଙ୍କାରେ ଧାନ ବିକ୍ରି କରିବେ। ସରକାର ଆସିବା ପୂର୍ବରୁ ବିଜେପି ଭୋଟରଙ୍କୁ ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣିବେ ବୋଲି ପ୍ରତିଶୃତି ଦେଇଥିଲେ। ସେହି…
ଭୁବନେଶ୍ୱର: ଆସନ୍ତା ୨୬ ନଭେମ୍ବରରେ କୃଷକ,ଶ୍ରମିକ, କୃଷି ଶ୍ରମିକ, ବିଭିନ୍ନ ବର୍ଗର ଅଣ-ସଂଗଠିତ ଶ୍ରମିକ ଏବଂ ଭାଗଚାଷୀ ମାନେ ମିଳିତ ଭାବେ ସାରା ଦେଶର ୫୦୦ରୁ ଉର୍ଦ୍ଧ୍ବ ଜିଲ୍ଲାରେ ପ୍ରତିବାଦ କାର୍ଯ୍ୟକ୍ରମ ଡାକରାକୁ ସଫଳ କରିବା ପାଇଁ ଆଜି ଭୁବନେଶ୍ୱର ଇଣ୍ଡିଆନ୍ ନ୍ୟାସନାଲ ଟ୍ରେଡ୍ ୟୁନିୟନସ(ଆଇ.ଏନ୍.ଟି.ୟୁ.ସି) କାର୍ଯ୍ୟାଳୟ ପରିସରରେ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ସ୍ତରୀୟ ଶ୍ରମିକ, କୃଷକ ଓ ଗଣ ସଂଗଠନ ମାନଙ୍କର ଏକ ମିଳିତ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ବିଶିଷ୍ଟ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆଙ୍କ ସଭାପତିତ୍ବ ଓ କୃଷକ ନେତା ସୁରେଶ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଓଡିଶାର ରାଜଧାନୀ ଭୁବନେଶ୍ୱର ସମେତ ୩୦ଟି ଜିଲ୍ଲାର ସଦର ମହକୁମାରେ ୨୬ ନଭେମ୍ବର ଦିନ କୃଷକ ଓ ଶ୍ରମିକ ମାନେ ମିଳିତ ଭାବେ ଚେତାବନୀ ସମାବେଶ ଆୟୋଜନ କରିବାକୁ ନିଷ୍ପତି ନିଆଯାଇଛି। କୃଷିର କର୍ପୋରେଟକରଣ ବନ୍ଦ କରିବା, ଫସଲର ସୁନିଶ୍ଚିତ କ୍ରୟ ବ୍ୟବସ୍ଥା ସହ ସମସ୍ତ ଫସଲ…
ଅନ୍ନକୂଟ: ହିନ୍ଦୁ ଧର୍ମରେ ରହିଛି ବିଭିନ୍ନ ପ୍ରକାର ପର୍ବ ପର୍ବାଣୀ। ଯାହା ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରରେ ପାଳନ କରାଯାଇଥାଏ। ସେହିପରି ଏକ ପର୍ବ ହେଲା ଅନ୍ନକୂଟ। ଏହା ବୈଷ୍ଣବଙ୍କ ଦ୍ୱାରା କାର୍ତ୍ତିକ ଶୁକ୍ଳପକ୍ଷ ପ୍ରତିପଦରେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ଅକ୍ଟୋବର ୨ ତାରିଖ ଶନିବାର ଦିନ ପାଳନ କରାଯାଇଥିଲା। ତେବେ ଏହି ଉତ୍ସବର ଏକ ବଡ ବିଶେଷତ୍ବ ରହିଛି। ତାହା ହେଲା ଏହିଦିନ ଠାକୁରଙ୍କୁ ଶହଶହ ପ୍ରକାରର ଭୋଗ ଲାଗି କରାଯାଇଥାଏ। ଯେଉଁସବୁ ସ୍ଥାନରେ ଏହି ଅନ୍ନକୂଟ ପାଳନ କରାଯାଇଥାଏ ସେଠାରେ ଠାକୁରଙ୍କୁ କିଏ ୨୨୧ ପ୍ରକାରର କିଏ ୭୦୧ ପ୍ରକାରର ଭୋଗ ପ୍ରଦାନ କରିଥାନ୍ତି। ହେଲେ ଏହି ରେକର୍ଡ ଭାଙ୍ଗିଛନ୍ତି ଗୁଜରାଟର ଆର୍ଟ ଅଫ ଲିଭିଂ ଆଶ୍ରମ ବାସିନ୍ଦା। କାରଣ ସେମାନେ ଅନ୍ନକୂଟ ପାଳନ ପାଇଁ ପ୍ରସ୍ତୁତ କରିଥିଲେ ୨୦୮୧ ପ୍ରକାରର ଭୋଗ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଭୋଗ ପ୍ରସ୍ତୁତ କରିବା…
କଟକ: ଆଧ୍ୟାତ୍ମ-ଗୁରୁ ତଥା ‘ଆର୍ଟ ଅଫ ଲିଭିଂ’ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଗୁରୁଦେବ ରବିଶଙ୍କର ଆସନ୍ତା ୧୦ ନଭେମ୍ବରରୁ ୧୩ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଏକ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କର ଏହି ଗସ୍ତ କାଳରେ ଗୁରୁଦେବ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ସେଥିପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ, ଆର୍ଟ ଅଫ୍ ଲିଭିଂର ସମସ୍ତ ସ୍ବେଛାସେବୀ ଗୁରୁଦେବଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବାକୁ ଅପେକ୍ଷା କରି ରହିଛନ୍ତି। ନଭେମ୍ବର ୧୦ ତାରିଖ (ରବିବାର) ବିଶ୍ୱବିଦ୍ୟାଳୟ ପରିସରରେ ଏକ ଶିକ୍ଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀ ରେ ବିଭିନ୍ନ ବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅଂଶଗ୍ରହଣ କରିବେ। ଏହି ଐତିହାସିକ ସମ୍ମିଳନୀ ନିଶ୍ଚିତ ଭାବରେ ଶିକ୍ଷାବିତ୍ ମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମ ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଶା କରାଯାଇଛି। ଗୁରୁଦେବ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର…
ଭୁବନେଶ୍ବର: ବଲାଙ୍ଗିର ଦିନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବଲାଙ୍ଗିର ଦିନ୍ କମିଟି ପକ୍ଷରୁ କୋଶଳ କଳା ମଣ୍ଡଳ ପଡିଆରେ ଆୟୋଜିତ ମହୋତ୍ସବରେ ଯୋଗଦେଇ କହିଛନ୍ତି ଯେ ବଲାଙ୍ଗିରକୁ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାଷା, ସାହିତ୍ୟ, ରାଜନୀତି, ସଂସ୍କୃତି ଆଦି ପ୍ରତି କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲାର ଅବଦାନ ଅତୁଳନୀୟ। ଦଳମତ ନିର୍ବିଶେଷରେ ଏହି ମାଟି ଅନେକ ଆଗଧାଡିର ନେତୃତ୍ଵକୁ ଜନ୍ମ ଦେଇଛି। ଏହି ନେତୃବୃନ୍ଦ ଗଣ ଏ ଅଞ୍ଚଳ ତଥା ରାଜ୍ୟର ବିକାଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନା ଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା ୧୯୪୯ ମସିହା ନଭେମ୍ବର ପହିଲାରେ ଗଠିତ ହୋଇଥିଲା। ସେଥିପାଇଁ ପ୍ରତିବର୍ଷ ନଭେମ୍ବର ପହିଲାରେ ବଲାଙ୍ଗିର ଦିନ୍ ଉତ୍ସବ ପାଳନ କରାଯାଏ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବଲାଙ୍ଗିରର କଳା ଓ ସଂସ୍କୃତି ମହାନ୍। କିନ୍ତୁ,…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇ ବେଲପଡା ଓ ପାଟଣାଗଡ ଠାରେ ବଲାଙ୍ଗିର ଜିଲ୍ଲା ପାଇଁ ୮୯୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍ଘାଟନ କରିଛନ୍ତି। ଜଳ ସେଚନ, ସ୍ବାସ୍ଥ୍ୟ ଭିତ୍ତିଭୂମି, ପାଇପ ଜଳ ଯୋଗାଣ ପ୍ରକଳ୍ପ, ସେତୁ ନିର୍ମାଣ ପ୍ରକଳ୍ପ, ସଡକ ନିର୍ମାଣ ପ୍ରକଳ୍ପ ଭଳି ସମୁଦାୟ ୮୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବେଲପଡା ଓ ପାଟଣାଗଡରେ ଏଥି ପାଇଁ ଆୟୋଜିତ ଦୁଇଟି ଜନସଭାରେ ଉଦ୍ବୋଧନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ତୁଷୁରା ଏୟାରଷ୍ଟ୍ରିପ ଠାରେ ୬୫ କୋଟି ଟଙ୍କା ବ୍ୟୟରେ ୧୩୩୦ ମିଟର ଏୟାରଷ୍ଟ୍ରିପ ରନୱେର ଉନ୍ନତି କରଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉନ୍ନତି କରଣ ପରେ ଏହି ଏୟାରଷ୍ଟ୍ରିପ 2-B ବର୍ଗରେ ଅନ୍ତର୍ଭୁକ୍ତ ହେବ ଏବଂ ଏହା ଦ୍ବାରା ବଲାଙ୍ଗିର ଓ ଭୁବନେଶ୍ବର ମଧ୍ୟରେ…
ଭୁବନେଶ୍ବର: ରାଜ୍ୟର ବାକି ଥିବା ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ କେବେ ଟଙ୍କା ମିଳିବ ସେ ନେଇ ମହିଳାମାନେ ଦ୍ବନ୍ଦରେ ରହିଛନ୍ତି। ତେବେ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାର ଟଙ୍କା ମିଳିବା ନେଇ ବଡ ସୂଚନା ଦେଇଛନ୍ତି। ଆଜି ଗଣମାଧ୍ୟମକୁ ଶ୍ରୀମତି ପରିଡା କହିଛନ୍ତି ଯେ, ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି। ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାର ହିତାଧିକାରୀଙ୍କୁ ଟଙ୍କା ଦେବା ପାଇଁ ଯୋଜନା ଚାଲିଛି। ଚଳିତ ନଭେମ୍ବର ମାସ ଶେଷ ସପ୍ତାହ ବେଳକୁ ଏହି ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ସେହିପରି ଶ୍ରୀମତୀ ପରିଡା କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ପରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ଯେଉଁମାନଙ୍କର କୌଣସି ଅସୁବିଧା ରହିଛି ତାହା ସମାଧାନ କରାଯିବ। ସେଥିପାଇଁ ବିଡିଓଠାରୁ ଆରମ୍ଭ କରି ଅଙ୍ଗନବାଡି ଦିଦିଙ୍କ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଶେଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦେବା ପର୍ଯ୍ୟନ୍ତ ସରକାର କାର୍ଯ୍ୟ କରିବେ…
ଭୁବନେଶ୍ବର: ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଙ୍କ ଏକ ବୟାନକୁ ନେଇ ରାଜ୍ୟ ରାଜନୀତି ହଲଚଲ ହେବାରେ ଲାଗିଛି। ଆଜି ନବରଂଗପୁରରେ ଆୟୋଜିତ ଏକ ବିଜେଡି ପଦଯାତ୍ରାରେ ସେ ଯାହା କହିଲେ ତାହା ବର୍ତ୍ତମାନ ସବୁଠାରୁ ବଡ ଚର୍ଚ୍ଚାରେ ରହିଛି। କାରଣ ତାଙ୍କର ଏପରି ବୟାନ ନେଇ ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି। ଏହି ପଦଯାତ୍ରାରେ ମୁନ୍ନା ଖାଁ କହିଛନ୍ତି ଯେ, ବିଜେପିର ୧୪ ବିଧାୟକ ବର୍ତ୍ତମାନ ବିଜେଡି ସଂପର୍କରେ ଅଛନ୍ତି। ସେମାନେ ଖୁବ ଶିଘ୍ର ବିଜେଡିରେ ଯୋଗଦେବେ। ଫଳରେ ବିଜେଡି ପୁଣି ଥରେ ଶାସନ କ୍ଷମତାକୁ ଫେରିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଆଜି ଯଦି ରାଜ୍ୟରେ ନିର୍ବାଚନ ହେବ ତେବେ ବିଜେଡି ଶହେ ଆସନ ହାସଲ କରିବ। ସେହିପରି ସେ କହିଥିଲେ ଯେ, ବର୍ତ୍ତମାନ ପଞ୍ଚାୟତ ଏବଂ ପୌର ସଂସ୍ଥାରେ ବିଜେଡି ନବେ ପ୍ରତିଶତ ପ୍ରତିନିଧି ଅଛନ୍ତି। ତେଣୁ ବିଜେଡି ଏଥରି…
ଭୁବନେଶ୍ବର: ବେଦାନ୍ତ କଂପାନୀକୁ ଦିଆଯାଇଥିବା ସିଜିମାଳି ଖଣି ବିରୋଧରେ ତାତିଛନ୍ତି ସ୍ଥାନୀୟ ବାସିନ୍ଦା। ବେଦାନ୍ତ କଂପାନୀ ଏବଂ ତାଙ୍କ ଦ୍ବାରା ନିଯୁକ୍ତ ପରିବହନ କଂପାନୀ ମୈତ୍ରୀ ବିରୋଧରେ ବଡ ଧରଣର ଆନ୍ଦୋଳନର ଦାନା ବାନ୍ଧିବାରେ ଲାଗିଛି। ବେଦାନ୍ତ କଂପାନୀ ପାଇଁ ସିଜିମାଳି ଖଣି ଅଧିଗ୍ରହଣ କରିବାକୁ ମୈତ୍ରୀ କଂପାନୀ ଦାଦାଗିରି କରୁଛି ବୋଲି ଅଭିଯୋଗ କରାଯାଇଛି। ଯଦି ତାହା ବନ୍ଦ ନ ହୁଏ ତେବେ ଆଗାମୀ ଦିନରେ ହଜାର ହଜାର ଆଦିବାସୀ ରାୟଗଡାରୁ ଭୁବନେଶ୍ବରକୁ ପ୍ରାୟ 400 କିଲୋମିଟର ଧରି ଏକ ରାଲି କରିବେ ବୋଲି ଧମକ ଦିଆଯାଇଛି। କିଛିଦିନ ତଳେ ଭବାନୀପାଟଣାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଚେତାବନୀ ଦେଇଛି ମା, ମାଟି, ମାଳି ସୁରକ୍ଷା ମଞ୍ଚ। ଏହି ସଂଗଠନର ସଭାପତି ଶ୍ରୀ ସୁବାଷ ସିଂ ମାଝୀ କହିଛନ୍ତି ଯେ, ବେଦାନ୍ତ କଂପାନୀ ନୀରିହ ଆଦିବାସୀମାନଙ୍କୁ ଡରାଇ ଧମକାଇ ଖଣି ଅଧିଗ୍ରହଣ କରିବାକୁ ଚାହୁଁଛି। ବିଭିନ୍ନ ଆଦିବାସୀଙ୍କ ନାମରେ…
ଭୁବନେଶ୍ବର: ଗତ ୨୮ ତାରିଖରେ ବିହାରର ପାଟଣାଠାରେ ନିର୍ମାଣଧୀନ ମେଟ୍ରୋ ରେଳ ପ୍ରକଳ୍ପରେ ଦୁର୍ଘଟଣା ଘଟି ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ସୂଚନା ଯୋଗ୍ୟ ଯେ ନୟାଗଡ ଜିଲ୍ଲା ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଗୋଛାବାଡି ଗାଁର ମନୋଜ ବେହେରା ଏବଂ କାଦୁଆ ଗାଁର ବିଜୟ ବେହେରାଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଦୁଇ ମୃତ ଶ୍ରମିକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୬ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।
ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଇଛନ୍ତି ବରିର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ସେ ନିଜର ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଦେଇଛନ୍ତି। ଏ ନେଇ ସେ କହିଛନ୍ତି ଯେ, ଆମେ ଦଳରେ ଅଲୋଡା ଥିଲୁ। ଆମକୁ କେହି ପଚାରୁ ନ ଥିଲେ। ଫଳରେ ସେହି ଦଳରେ ରହି କିଛି ଲାଭ ନାହିଁ ବୋଲି ସୁନନ୍ଦା କହିଛନ୍ତି। ସୁନନ୍ଦା ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳିରୁ ବିଜେଡି ଟିକେଟରେ 2019 ରୁ 2024 ପର୍ଯ୍ୟନ୍ତ ବିଧାୟିକା ଥିଲେ। ହେଲେ ଦଳ ତାଙ୍କୁ 2024ରେ ଟିକେଟ ଦେଲା ନାହିଁ। ତାଙ୍କ ବଦଳରେ ଦଳ ବିଶ୍ବରଂଜନ ମଲ୍ଲିକଙ୍କୁ ଟିକେଟ ଦେଲା ଏବଂ ସେ ଜିତିଲେ ମଧ୍ୟ। ଏହାକୁ ନେଇ ସୁନନ୍ଦା ସେତେବେଳଠାରୁ ଅସନ୍ତୁଷ୍ଠ ଥିଲେ। ହେଲେ ଦଳ ଗତ ନିର୍ବାଚନରେ ତାଙ୍କ ସ୍ବାମୀ ଦେବେନ୍ଦ୍ର ଦାସଙ୍କୁ ଦଳର ସାଧାରଣ ସଂପାଦକ ପଦ ଦେଇ ନବୀନ ପଟ୍ଟନାୟକ ପ୍ରତିଦ୍ବନ୍ଦିତା କରୁଥିବା କଣ୍ଟାବାଞ୍ଜୀ ନିର୍ବାଚନ ମଣ୍ଡଳୀର…
ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳି ପାଇଁ ଆମେ ସମସ୍ତେ ପ୍ରସ୍ତୁତ। ବାଣ ସହିତ ଦୀପାବଳି ଉତ୍ସବ କୁ ପାଳନ କରିବା ପାଇଁ ଆମ ମାନଙ୍କ ମଧ୍ୟରୁ ଅନେକ ଅତି ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। କିନ୍ତୁ ଦୀପାବଳି ଉତ୍ସବ ପାଳନ ବେଳେ ଆମକୁ ନିଜର ଓ ନିଜ ପରିବାରର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ରଖିବାକୁ ପଡ଼ିବ। ଆମକୁ ସତର୍କତାର ସହ ଏହି ବହୁ ପ୍ରତୀକ୍ଷିତ ଆଲୋକର ପର୍ବକୁ ପାଳନ କରିବାକୁ ହେବ। ମୁଖ୍ୟତଃ ବାଣ ଫୁଟାଇବା ବେଳେ ଯେମିତି ଆମର ଆଖି କିମ୍ବା ଶରୀର ର ଅନ୍ୟ ଅଂଶରେ କୌଣସି ପ୍ରକାରର ଆଘାତ ନ ଲାଗେ। ଉପଯୁକ୍ତ ସତର୍କତା ବିନା ଦୀପାବଳିର ଆନନ୍ଦ ହୁଏତ ଦୁର୍ଘଟଣା ରେ ବଦଳି ଯାଇପାରେ। ବାଣ ଫୁଟାଇବା ବେଳେ ଆମକୁ ଅନେକ ସାବଧାନତା ଅବଲମ୍ବନ କରିବାକୁ ହେବ। ଆଖି ଯେହେତୁ ଏକ ଅତି ସମ୍ବେଦଶୀଳ ଅଙ୍ଗ ବାଣ ଫୁଟାଇବା ବେଳେ ଆମକୁ ସତର୍କ ରହିବାକୁ…
ଢେଙ୍କାନାଳ: ଯାହା ଆଶା କରାଯାଉଥିଲା ତାହା ହେଲା। ଶେଷରେ ବିଜେପିରେ ସାମିଲ ହେଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ। ଆଜି ଢେଙ୍କାନାଳରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ଗଁଦିଆ ବ୍ଲକର ପ୍ରାୟ ୨୪ ଜଣ ସରପଞ୍ଚ ଓ ସମିତିସଭ୍ୟ ମଧ୍ୟ ସାମିଲି ହୋଇଛନ୍ତି। ଏମାନେ ସମସ୍ତେ ବିଜେଡି ସମର୍ଥିତ ନିର୍ବାଚିତ ପ୍ରତିନିଧି ଥିଲେ। ରୀନାରାଣୀଙ୍କ ସମର୍ଥକଙ୍କ କହିବା ଅନୁସାରେ ଢେଙ୍କାନାଳରେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ସୁଧୀର ସାମଲ କୌଣସି ସହଯୋଗ କରୁ ନାହାଁନ୍ତି। ଫଳରେ ବହୁ ବିଜେଡି ନେତା ତଥା ନିର୍ବାଚିତ ପ୍ରତିନିଧି ତାଙ୍କ ଉପରେ ଖପ୍ପା ହୋଇପଡିଛନ୍ତି। ଯାହାର ଫଳ ସୂରୂପ ଆଜି ବିଜେଡିର ଏକ ବଡ ସଂଗଠନ ବିଜେପିରେ ସାମିଲ ହୋଇଛନ୍ତି। ପରବର୍ତ୍ତି ସମୟରେ ଢେଙ୍କାନାଳର ବହୁ ନେତା ତଥା ନିର୍ବାଚିତ ପ୍ରତିନିଧି ଦଳ ଛାଡିବେ ବୋଲି ଶୁଣାଯାଇଛି।
ଭୁବନେଶ୍ୱର: ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ନୂତନ ଜ୍ଞାନକୌଶଳର ଉପଯୋଗ କ୍ରମେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମତ ଦେଇଛନ୍ତି। କୌଶଲ୍ୟାଗଙ୍ଗଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ୪ ଦିନିଆ ମତ୍ସ୍ୟଚାଷ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ମଲ୍ଲିକ ଉପରୋକ୍ତ ମର୍ମରେ ବିକଶିତ ଭାରତ ନିମନ୍ତେ ବିକଶିତ ଓଡ଼ିଶା ଲକ୍ଷ୍ୟରେ ପ୍ରାଣୀସଂପଦ ବିକାଶ, ମତ୍ସ୍ୟଚାଷ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟାଗ ଏବଂ ଉଦ୍ୟାନଚାଷ ଜରିଆରେ ମହିଳା ସଶକ୍ତିକରଣକୁ ବିସ୍ତୃତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ମହିଳା ପ୍ରଶିକ୍ଷାର୍ଥୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କ୍ରମେ ଗ୍ରାମପଞ୍ଚାୟତ ପୁଷ୍କରିଣୀଗୁଡ଼ିକରେ ବାୟୋଫ୍ଲକ୍ ତଥା ଅନ୍ୟାନ୍ୟ ମାଛଚାଷ ନେଇ ଏହି ତାଲିମ କାର୍ଯ୍ୟକ୍ରମ ଯଥେଷ୍ଟ ଲାଭବାନ୍ କରାଇବ ବୋଲି ମନ୍ତ୍ରୀ ଶ୍ରୀ…
ଭୁବନେଶ୍ବର: ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସକାଳେ କଳିଙ୍ଗ ଷ୍ଟାଡିୟମ ଠାରେ ‘ଏକତା ଦୌଡ’ ବା Run For Unity କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ ମାନଙ୍କୁ ରାଷ୍ଟ୍ରୀୟ ଏକତା ପାଇଁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦୦ ପିଲା, କ୍ରୀଡା ହଷ୍ଟଲର ଛାତ୍ରଛାତ୍ରୀ ଓ ବିଭିନ୍ନ କ୍ରୀଡା ସଂଗଠନର ପିଲାମାନେ ଯୋଗଦେଇ ଦୌଡରେ ଭାଗ ନେଇଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ନେତୃତ୍ବ ନେଇ ଏହି ଦୌଡରେ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଦେଶର ଏକତା ଓ ଅଖଣ୍ଡତା ପାଇଁ ସର୍ଦ୍ଦାର ପଟେଲଙ୍କ ସଂକଳ୍ପ ଓ ଦୃଢ ପଦକ୍ଷେପର ତୁଳନା ନାହିଁ। ଦେଶର ଏକତା ପାଇଁ ସର୍ଦ୍ଦାର ପଟେଲ ସମର୍ପିତ ହୋଇ ଏକ ଅଖଣ୍ଡ ଭାରତର ମୂଳଦୁଆ ସ୍ଥାପନ କରି ଦେଶୀୟ ରାଜ୍ୟ ମାନଙ୍କର ସମ୍ମିଶ୍ରଣରେ…
ଭୁବନେଶ୍ବର: ଆଜି ବିଜେପିରେ ଯୋଗଦେବେ ବିଜେଡି ନେତ୍ରୀ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ। ଢେଙ୍କାନାଳ ଦିଲ୍ଲାର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହେବେ। ଏ ଖବର ଜଣାପଡିବା ପରେ ଆଜି ସକାଳେ ବିଜେଡି ତାଙ୍କୁ ଦଳରୁ ନିଲମ୍ବିତ କରିଛି। ତେବେ ରୀନାରାଣୀଙ୍କର ଗଁଦିଆ ବ୍ଲକରେ ବେଶ ସୁଦୃଢ ସଂଗଠନ ରହିଛି। ସେ ବିଜେଡି ପାଇଁ ବେଶ ସକ୍ରିୟ ଭାବେ କାମ କରିଆସୁଥିଲେ। ହେଲେ ହଠାତ ସେ ବିଜେପିରେ ମିଶିବେ ବୋଲି କାହିଁକି ନିଷ୍ପତି ନେଲେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ସୁତ୍ର ଅନୁସାରେ ଢେଙ୍କାନାଳର ବିଜେଡି ନେତା ସୁଧୀର ସାମଲଙ୍କ ସହିତ ରୀନାରାଣୀଙ୍କ ସହ ଭଲ ସଂପର୍କ ନ ଥିଲା। ସୁଧୀର ସାମଲ କୁଆଡେ ରୀନାରାଣୀଙ୍କୁ ସଂଗଠନୀୟ କାର୍ଯ୍ୟରୁ ଅଲଗା କରି ରଖିଥିଲେ ବୋଲି ଅଭିଯୋଗ ହୋଇଛି। ସେଥିପାଇଁ ରୀନା ବିଜେଡିର ପଦଯାତ୍ରା ସମୟରେ ନିଜକୁ ଦୂରେଇ ରଖିଥିଲେ ବୋଲି ରୀନାରାଣୀଙ୍କ ସମର୍ଥକ ଅଭିଯୋଗ କରିଛନ୍ତି।…
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ଆଜି ଜଣେ ବ୍ଲକ ଅଧ୍ୟକ୍ଷାଙ୍କୁ ଦଳ ନିଲମ୍ବନ କରିଛି। ସେ ଦଳ ବିରୋଧୀ କାର୍ଯ୍ୟ କରୁଥିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏ ନେଇ ବିଜେଡି ତରଫରୁ ଏକ ନିର୍ଦ୍ଦେଶାନାମା ପ୍ରକାଶ ପାଇଛି। ଯାହାକଙ୍କୁ ଦଳ ବହିସ୍କାର କଲା ସେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଅଧ୍ୟକ୍ଷା ରୀନା ରାଣୀ ଖଟୁଆ। ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ତାଙ୍କ ଦସ୍ତଖତରେ ଏହି ନିର୍ଦ୍ଦେଶାନାମା ପ୍ରକାଶିତ ହୋଇଛି।
ଭୁବନେଶ୍ବର: ଆଜି ହେଉଛି ଧନତେରାସ। ଆଜିର ଦିନରେ ସୁନା କିଣିଲେ ସବୁବେଳ ଶୁଭ ହୋଇଥାଏ ବୋଲି ଏକ ବିଶ୍ବାସ ରହିଛି। ସେଥିପାଇଁ ଅନେକ ସୁନା କିଣିବା ପାଇଁ ଏହି ଦନକୁ ଅପେକ୍ଷା କରିଥାନ୍ତି। ତେବେ ଆଜିର ସୁନା ଦର ଯାହା ରହିଛି ତାହା ଲୋକଙ୍କୁ ହତାସ କରିଦେଇଛି। କାରଣ ଗତ ବର୍ଷ ତୁଳନାରେ ଏଥର ପ୍ରାୟ ୧୭ ହଜାର ଟଙ୍କା ଅଧିକ ରହିଛି। ବିଭିନ୍ନ ସୁନା ଗହଣା ନିର୍ମାତାଙ୍କ ତଥ୍ୟ ଅନୁସାରେ ଆଜି ଭୁବନେଶ୍ବରରେ ଯେଉଁ ଦର ରହିଛି ତାହା ହେଲା ୨୨ କ୍ୟାରେଟ୍ ସୁନା ଦାମ ଆଜି ୭୩ ହଜାର ୧୫୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ୨୪ କ୍ୟାରେଟ୍ ବା ଖାଣ୍ଟି ସୁନା ଦାମ ୮୦ ହଜାର ୪୫୦ ଟଙ୍କା ରହିଛି। ଫଳରେ ଅନେକ ଗ୍ରାହକ କେବଳ ବିଧି ଅନୁସାରେ ଅଳ୍ପ ସୁନା କିଣି ନିଜର ଇଚ୍ଛା ପୁରଣ କରୁଛନ୍ତି।

