ନୂଆଦିଲ୍ଲୀ: ଜରୁରୀକାଳୀନ ଗର୍ଭନିରୋଧକ ବଟିକା (ଇସିପି)ର ବଜାରରେ ବିକ୍ରୟ କୁ ନେଇ ସିଡିଏସସିଓ ଦ୍ୱାରା ନିୟମରେ ପ୍ରସ୍ତାବିତ ପରିବର୍ତ୍ତନକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ଏଠାରେ ସ୍ପଷ୍ଟୀକରଣ ଦିଆଯାଉଛି । ଗୋଟିଏ ଖବରରେ ଉଲ୍ଲେଖ କରାଯାଇଛି ଯେ ‘‘ବିଶେଷଜ୍ଞ ପ୍ୟାନେଲ ମର୍ଣ୍ଣିଂ ଆଫ୍ଟର ପିଲ୍ (ଅସୁରକ୍ଷିତ ସହବାସର ୨୪ ଘଣ୍ଟା ମଧ୍ୟରେ ସେବନ କରାଯାଉଥିବା ବଟିକା) ପାଇଁ ପ୍ରେସ୍କ୍ରିପସନ୍ ଆବଶ୍ୟକତା ପ୍ରସ୍ତାବ ଦେଇଛି’’। ଏ ସମ୍ପର୍କରେ ବାସ୍ତବ ତଥ୍ୟଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା: ୧.) ବର୍ତ୍ତମାନ ଗର୍ଭନିରୋଧକ ଔଷଧ ଯଥା ସେଣ୍ଟକ୍ରୋମାନ୍ ଏବଂ ଏଥିନାଇଲୋଏଷ୍ଟ୍ରାଡିଓଲ, ଔଷଧ ନିୟମର ଅନୁସୂଚୀ ‘ଏଚ୍’ ଅଧୀନରେ ରହିଛି ଅର୍ଥାତ୍ ଏହି ଔଷଧ କେବଳ ଡାକ୍ତରଙ୍କ ପ୍ରେସ୍କ୍ରିପସନ୍ ରେ ବିକ୍ରି କରାଯାଇପାରିବ। ଏହାବ୍ୟତୀତ ନିର୍ମାତାମାନଙ୍କ ପାଇଁ ଲେବଲରେ ସତର୍କତା ବାର୍ତ୍ତା – ‘‘କେବଳ ପଞ୍ଜୀକୃତ ମେଡିକାଲ ପ୍ରାକ୍ଟିସନରଙ୍କ ପ୍ରେସକ୍ରିପସନରେ ଖୁଚୁରା ଦ୍ୱାରା ବିକ୍ରି କରାଯିବ’’- ଉଲ୍ଲେଖ କରିବାକୁ ନିୟମ ରହିଛି । ୨.) ଏହାବ୍ୟତୀତ,…
Author: Samikhsya Bureau
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜୟା ଦଶମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି : “ବିଜୟା ଦଶମୀ ଉପଲକ୍ଷେ ଦେଶବାସୀଙ୍କୁ ଅନେକ ଶୁଭକାମନା । ମା ଦୁର୍ଗା ଏବଂ ଭଗବାନ ଶ୍ରୀ ରାମଙ୍କ ଆଶୀର୍ବାଦରୁ ଆପଣମାନେ ଜୀବନର ସମସ୍ତ କ୍ଷେତ୍ରରେ ବିଜୟୀ ହୁଅନ୍ତୁ, ଏହା ହିଁ ମୋର କାମନା ।”
ଭୁବନେଶ୍ବର: ଆଜିଠାରୁ ତିନିଦିନିଆ କେଉଁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଅପରାହ୍ନରେ ସେ ହେଲିକାପ୍ଟରରେ ଭୁବନେଶ୍ବରରୁ କେଉଁଝର ଯିବେ। ସେଠାରେ ସେ ଶିରିଡି ସାଇ ମନ୍ଦିରରେ ପୂଜାଅର୍ଚ୍ଚନା କରିବେ। ଏହାପରେ ସେ ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଦର୍ଶନ କରିବେ। ଏ ନେଇ ପୂର୍ବରୁ କେଉଁଝରର ବିଭିନ୍ନ ପୂଜା ମଣ୍ଡପ ତରଫରୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ସର୍କିଟ ହାଉସରେ ରାତ୍ରୀ ଯାପନ କରିବେ। ରବିବାର ସକାଳେ ମୁଖ୍ୟମନ୍ତ୍ରୀ ନିଜ ଗାଁ ରାଇକଳା ଗସ୍ତ କରିବେ। ସେଠାରେ କିଛି ସମୟ ରହିବା ପରେ ସେ ପୁଣି କେଉଁଝରର ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନ କରିବେ। ସେହିପରି ସୋମବାର ଦିନ ସେ କେତେକେ ବିଶିଷ୍ଠ ଲୋକଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେହିଦିନ ସେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ।
ଭୁବନେଶ୍ବର: ବିଜେଡିର ଜଣେ ଜଣେ ନେତା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କହି ଦଳକୁ ଅଡୁଆରେ ପକାଉଛନ୍ତି। ସେମିତି ଏକ କଥା କହିଛନ୍ତି ପାରାଦ୍ବୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ସେ ପ୍ରକାଶ ବେହେରା ବିଜେଡି ଛାଡିବା ପରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସେ କହିଛନ୍ତି ଯେ, ଯେଉଁମାନେ ଗତ ନିର୍ବାଚନରେ ଆମଦାନୀ ହୋଇ ବିଜେଡିକୁ ଆସିଥିଲେ ସେମାନଙ୍କ ଅସଲ ପରିଚୟ ଜଣାପଡିଗଲା। ସେମାନେ ଦଳର ଅସୁବିଧା ସମୟରେ କେବେ ବି ସାଥୀରେ ରହିବେ ନାହିଁ। ଏହିପରି କହିଛନ୍ତି ପାରାଦ୍ବୀପର ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ। ଦୁଇଦିନ ତଳେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ବିଜେଡିରୁ ଇସ୍ତଫା ଦେବା ପରେ ସମ୍ବିତ ଏହା କହିଛନ୍ତି। ସେ କହିଛନ୍ତି ଯେ, ଡଙ୍ଗା ବୁଡିବା ବେଳେ କେବଳ ଭୀରୁମାନେ ଡେଇଁ ପଡନ୍ତି। ପ୍ରକାଶ ବେହେରା ବିଜେଡିରେ କେବେ ବି ନ ଥିଲେ। ସେ କଂଗ୍ରେସ…
ନୂଆଦିଲ୍ଲୀ: ଅସତ୍ୟ ଉପରେ ସତ୍ୟର ବିଜୟ। ଆଜି ସାରା ଦେଶରେ ବିଜୟ ଦଶମୀ ପାଳନ କରାଯାଉଛି। ଶାରଦୀୟ ନବରାତ୍ରୀର ସମାପ୍ତି ପରେ ଦଶହରା ପାଳନ କରାଯାଇ ଥାଏ। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଭଗବାନ ରାମ ଦଶହରା ଦିନ ରାବଣକୁ ହତ୍ୟା କରିଥିଲେ। ପାପ ଉପରେ ପୂଣ୍ୟର ବିଜୟ ଲାଭ ହୋଇ ଥିଲା। ଏହି ପର୍ବ ସାରା ଦେଶରେ ବହୁତ ଉତ୍ସାହର ସହିତ ପାଳନ କରାଯାଇଥାଏ। ତେବେ ଚଳିତ ବର୍ଷ କରୋନା ପାଇଁ ଏହା ଫିକା ପଡିଯାଇଛି। ତେବେ ଅନେକ ଲୋକ ଜାଣନ୍ତି ନାହିଁ ଯେ, ଏହି ପର୍ବରେ ଏପରି ଜିନିଷ ଅଛି ଯାହା ଦେଖିଲେ ଅତ୍ୟନ୍ତ ଶୁଭ ପ୍ରାପ୍ତ ହୋଇଥାଏ। ଜ୍ୟୋତିଷମାନେ ମଧ୍ୟ ବିଶ୍ବାସ କରନ୍ତି, ଯଦି ଦଶହରା ଦିନରେ ଏହି ଚାରୋଟି ଜିନିଷ ଦେଖନ୍ତି, ତେବେ ତାହା ସମଗ୍ର ବର୍ଷ ଅତ୍ୟନ୍ତ ଶୁଭ ଏବଂ ଭାଗ୍ୟ ଉଜ୍ଜ୍ୱଳ ହେବାର ସମ୍ଭାବନା ରହିଛି। ଏହି ଚାରୋଟି ଜିନିଷ ହେଲା.. ୧-…
ସଂପଦ ଦଳାଇ ସାଧାରଣତଃ ପୂଜା ଋତୁ ଆସିଲେ ଦୁଇଟି ନୃତ୍ୟ ଶୈଳୀ ଆଖି ଆଗରେ ନାଚି ଉଠେ। ସେ ଦୁଇଟି ହେଲା “ଗରବା ନୃତ୍ୟ” ଏବଂ “ଦାଣ୍ଡିଆ ନୃତ୍ୟ”। ଏହି ଦୁଇ ନୃତ୍ୟ ଦୁର୍ଗା ବା ନବରାତ୍ର ସହିତ କାହିଁ କେଉଁ କାଳରୁ ଜଡିତ ହୋଇ ଆସିଛି। ଏହି ଦୁଇ ନୃତ୍ୟ ଶୈଳୀର ଜନ୍ମଦାତା ହେଉଛି ଗୁଜୁରାଟ ରାଜ୍ୟ। ମୁଖ୍ୟତଃ ନବରାତ୍ର, ଶରଦ ପୂର୍ଣ୍ଣିମା, ବସନ୍ତ ପଞ୍ଚମୀ ଏବଂ ହୋଲି ପ୍ରଭୃତି ଉତ୍ସବରେ ଏହି ନୃତ୍ୟ ପରିବେଷଣ କରାଯାଇଥାଏ। ଗରବା ଶଦ୍ଦଟି ହେଉଛି ସଂସ୍କୃତ ଶଦ୍ଦ, ଯାହାର ଅର୍ଥ ହେଉଛି ଗର୍ଭ ବା ଗର୍ଭାଶୟ। ବିଶ୍ବାସ ରହିଛି ଯେ,ଝିଅମାନେ ଏହି ନୃତ୍ୟ ପରିବେଷଣ କଲେ ସେମାନଙ୍କର ଗର୍ଭାଶୟ ଶକ୍ତ ହୋଇଥାଏ ଏବଂ ଛୁଆ ଜନ୍ମ କରିବାର ଶକ୍ତି ହାସଲ କରି ପାରନ୍ତି। ସେଥିପାଇଁ ଗରବା ନୃତ୍ୟରେ ମହିଳାଙ୍କ ଭାଗିଦାରୀ ଅଧିକ ରହିଛି। ଏହି ନୃତ୍ୟ ଶୈଳୀଟି ଭାରତରେ ଥିବା କୈଣସି ଶାସ୍ତ୍ରୀୟ…
ମେଷ- ପରିଶ୍ରମର ଫଳ ମିଠା ହେବ। ସାମାଜିକ କାର୍ଯ୍ୟରେ ଆଗ୍ରହୀ ହେବେ। ଆପଣଙ୍କପ ସମ୍ମାନ ମିଳିବ। ବ୍ୟବସାୟ ଇଚ୍ଛାକୃତ ଲାଭ ପ୍ରଦାନ କରିବ। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପରିଚୟ ବୃଦ୍ଧି ପାଇବ। ଶାରୀରିକ କଷ୍ଟ ସମ୍ଭାବନା। ଅଜ୍ଞାତ ଭୟ ହନ୍ତସନ୍ତ କରିବ। ଚିନ୍ତା ଏବଂ ଟେନସନ ରହିବ। ଏକ ଚିତ୍ତାକର୍ଷକ ଯାତ୍ରା ଯୋଜନା କରାଯିବ। ଖରାପ ଲୋକଙ୍କଠାରୁ ଦୂରରେ ରୁହନ୍ତୁ। ବୃଷ- ଆପଣ ଦୂରରୁ ସୁଖଦ ସୂଚନା ପାଇପାରିବେ । ଅତିଥିମାନେ ଘରେ ପହଞ୍ଚିବେ। ଖର୍ଚ୍ଚ ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ବଡ କାମ କରିବାକୁ ଇଚ୍ଛା କରିବେ । ପରିବାର ସହାୟତା ଯୋଗାଇ ଦିଆଯିବ। ଖୁସି ହେବେ। ଆପଣଙ୍କର ବୁଦ୍ଧି ବ୍ୟବହାର କରନ୍ତୁ। ଲାଭ ବୃଦ୍ଧି ପାଇବ । ସାଙ୍ଗମାନଙ୍କ ସହିତ ଭଲ ସମୟ କଟାନ୍ତୁ। ମିଥୁନ- ନୂତନ ପୋଷାକ କିଣିବା ଉପରେ ଖର୍ଚ୍ଚ ହେବ। ଯାତ୍ରା ଚିତ୍ତାକର୍ଷକ ହେବ । ଆପଣଙ୍କର ଭାଇମାନଙ୍କ ସମର୍ଥନ…
ଭୁବନେଶ୍ବର: ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ବିୟୋଗ ହୋଇଯାଇଛି।ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ହୋଇଥିଲା ଗଞ୍ଜାମ ଜିଲ୍ଲା କୋଦଳା ଓ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ୨୦୦୪ ଏବଂ ୨୦୦୯ ମସିହାରେ ଦୁଇଥର ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ। ତୃଣମୂଳ ସ୍ତରରୁ ବିଜେପିର ସାଙ୍ଗଠନିକ କାର୍ଯ୍ୟ କରି ଦଳକୁ ସୁଦୃଢ଼ କରିବାରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ସେ କହିଛନ୍ତି ଯେ, “ନିରଞ୍ଜନ ପ୍ରଧାନଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଜଣେ ସୁଦକ୍ଷ ଓ ଜନସେବା ପ୍ରତି ସମର୍ପିତ ରାଜନେତା ଭାବେ ତାଙ୍କ ଅବଦାନ ସର୍ବଦା ଚିରସ୍ମରଣୀୟ ହୋଇ ରହିବ।
ଭୁବନେଶ୍ବର: ଆଜି ଖଣ୍ଡଗିରି ପାହଡ ତଳୁ ଏକ ଯୁବକଙ୍କ ମୃତ ଦେହ ମିଳିଛି। ଏକ ଅସଂଜତ ଅବସ୍ଥାରେ ପଡିରହିଥିବା ଏହି ମୃତ ଦେହକୁ ଦେଖି କେତେକ ପୋଲିସକୁ ଫୋନ କରିଥିଲେ। ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ତେବେ ମୃତ୍ୟକଙ୍କ ପରିଚୟ ମିଳିଛି, ସେ ହେଉଛନ୍ତି ମନୋଜ ପ୍ରଧାନ ବୋଲି ଜଣାପଡିଛି। ଶବ ଜହତ ବେଳେ ତାଙ୍କ ଦେହରେ କୌଣସି କ୍ଷତ ଚିହ୍ନ ପରିଲକ୍ଷିତ ହୋଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଏହା ଏକ ହତ୍ୟାକାଣ୍ଡ ନା ଆଉ କଣ ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ପୋଲିସ ନିକଟରେ ଥିବା ବିଭିନ୍ନ ସିସିଟିଭି ଫୁଟେଜକୁ ଅନୁସନ୍ଧାନ କରୁଛି।
Breaking News:: ଆଜି ପୁଣି ଏକ ଟ୍ରେନ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଏକ ମାଲବାହୀ ଟ୍ରେନ ପଛପଟୁ ଧକ୍କା ଦେଇଛି ଏକ୍ସପ୍ରେସ ଟ୍ରେନ। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ, ଦୁଇଟି ବଗିରେ ନିଆଁ ଲାଗିଯାଇଥିଲା। ଏଥିସହିତ ୬ଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଘଟଣାଟି ଚେନ୍ନାଇ ନିକଟସ୍ଥ କବରପେଟ୍ଟାଇ ରେଳ ଷ୍ଟେସନ ନିକଟରେ ଘଟିଛି। ଜଣାପଡିଛି ଯେ, ମହୀଶୂରରୁ ବିହାରର ଦରଭଙ୍ଗା ଯାଉଥିବା ଭାଗମତି ଏକ୍ସପ୍ରେସ ଟ୍ରେନ ଗୋଟିଏ ମାଲବାହୀ ଗାଡ଼ିକୁ ଧକ୍କା ଦେଇଛି। ମାଲବାହୀ ଟ୍ରେନ ଟ୍ରାକରେ ଛିଡ଼ା ହୋଇଥିବା ବେଳେ ଏକ୍ସପ୍ରେସ ଟ୍ରେନ ଏହାକୁ ଧକ୍କା ଦେଇଥିବାର ଜଣାପଡିଛି। ତେବେ ଏହି ଦୁର୍ଘଟଣାରେ କ୍ଷୟକ୍ଷତି ରିପୋର୍ଟ ଆସି ନାହିଁ।
ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଘରୋଇ ଶିକ୍ଷକ ଗିରଫ ହୋଇଛନ୍ତି। ପୋଲିସ ସୂଚନା ମୁତାବକ ନାଚୁଣୀ ଥାନା ଅଞ୍ଚଳରେ ଲିଙ୍ଗରାଜ ମୁଦୁଲି ନାମକ ଜଣେ ଘରୋଇ ଶିକ୍ଷକ କିଛି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏକ ନିର୍ଦିଷ୍ଟ ସ୍ଥାନରେ ପ୍ରତିଦିନ ଟ୍ୟୁସନ କରିଥାନ୍ତି। ତେବେ ଗତ ୫ ତାରିଖ ଦିନ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପରୀକ୍ଷାରେ ପାସ କରାଇଦେବା ନାମରେ ତାଙ୍କୁ ଦୁଷ୍କର୍ମ କରିଥିବାର ପୀଡ଼ିତା ଛାତ୍ରୀଙ୍କ ପରିବାରବର୍ଗ ଆଜି ନାଚୁଣୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ତୁରନ୍ତ ପୋକସୋ ଆଇନ ଅନୁଯାୟୀ କେସ ନମ୍ବର 327/24 ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଘରୋଇ ଶିକ୍ଷକ ଲିଙ୍ଗରାଜ ମୁଦୁଲିଙ୍କୁ ଗିରଫ କରିଛି।
ନୂଆଦିଲ୍ଲୀ: ଭାରତରେ ନଗଦମୁକ୍ତ ଡିଜିଟାଲ ନେଣଦେଣ ବ୍ୟାପକ ଭାବେ ବୃଦ୍ଧି ପାଇଥିବା ୱାର୍ଲ୍ଡଲାଇନ୍ ଇଣ୍ଡିଆର ଡିଜିଟାଲ ପେମେଣ୍ଟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଚଳିତ ବର୍ଷର ପ୍ରଥମାର୍ଦ୍ଧ ବା ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ ଦେଶର ଦ୍ରୁତ ବିକଶିତ ଡିଜିଟାଲ ଅର୍ଥ ପଇଠ ପରିଦୃଶ୍ୟକୁ ନେଇ ପ୍ରସ୍ତୁତ ଏହି ରିପୋର୍ଟରେ ଡିଜିଟାଲ ଅର୍ଥ ନେଣଦେଣ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଗ୍ରଗତି ଓ ବିକାଶଧାରା ଉପରେ ଆଲୋକପାତ କରାଯାଇଛି। ବିଶେଷ କରି ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ଜରିଆରେ ଡିଜିଟାଲ ନେଣଦେଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଡିଜିଟାଲ ଗ୍ରହଣୀୟତାକୁ ପ୍ରତିଫଳିତ କରି କ୍ୟାସଲେସ୍ ବା ନଗଦମୁକ୍ତ ନେଣଦେଣ ଦିଗରେ ଏକ ରୂପାନ୍ତରଣକାରୀ ପରିବର୍ତ୍ତନ ଉପରେ ରିପୋର୍ଟରେ ଦର୍ଶାଯାଇଛି। ସବୁଠୁ ଅଧିକ ଡିଜିଟାଲ ଅର୍ଥ ନେଣଦେଣ ୟୁପିଆଇ ଜରିଆରେ ହୋଇଛି । ଏଥିରେ ୭ହଜାର ୮୦୦ କୋଟିରୁ ଅଧିକ କାରବାର ହୋଇଛି ଯାହାକି ପୂର୍ବ ବର୍ଷ ତୁଳନାରେ ୫୨% ଅଧିକ। କ୍ରେଡିଟ୍…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ୧୧ ଅକ୍ଟୋବର ୨୦୨୪ରେ ଲାଓ ପିଡିଆର୍ ର ଭିଏଣ୍ଟିଆନେଠାରେ ୧୯ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍ )ରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଆଞ୍ଚଳିକ ଢାଞ୍ଚା, ଭାରତର ଭାରତ-ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣ ଏବଂ କ୍ୱାଡ୍ ସହଯୋଗରେ ଆସିଆନର କେନ୍ଦ୍ରୀୟ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଭାରତର ଅଂଶଗ୍ରହଣ ଏହାର ଆକ୍ଟ ଇଷ୍ଟ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅଞ୍ଚଳରେ ଶାନ୍ତି ଓ ବିକାଶ ପାଇଁ ଏକ ମୁକ୍ତ, ସମାବେଶୀ, ସମୃଦ୍ଧ ଏବଂ ନିୟମ ଭିତ୍ତିକ ଭାରତ-ପ୍ରଶାନ୍ତ ମହାସାଗର ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରି ସେ ଭାରତର ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ପାଇଁ ପଦକ୍ଷେପ ଏବଂ ଭାରତ-ପ୍ରଶାନ୍ତ ମହାସାଗର ଉପରେ ଆସିଆନ୍ ଦୃଷ୍ଟିକୋଣ ମଧ୍ୟରେ ସମାନତା ଏବଂ ସାଧାରଣ ଆଭିମୁଖ୍ୟ ବିଷୟରେ କହିଥିଲେ। ସମ୍ପ୍ରସାରଣବାଦ ଉପରେ ଗୁରୁତ୍ୱ ଦେବା ପରିବର୍ତ୍ତେ ଏହି…
ଭୁବନେଶ୍ୱର: ଭାରତରେ ଅଣ୍ଡର୍ ଆର୍ମର୍ ପାଇଁ ଏକ୍ସକ୍ଲୁସିଭ ଡିଷ୍ଟ୍ରିବ୍ୟୁଟର ଓ ଲାଇସେନ୍ସିଂ ସଂସ୍ଥା, ଅଣ୍ଡରଡଗ୍ ଆଥ୍ଲେଟିକ୍ସ ପକ୍ଷରୁ ଓଡିଶାରେ ଏହାର ପ୍ରଥମ ଅଣ୍ଡର୍ ଆର୍ମର ବ୍ରାଣ୍ଡ ହାଉସ୍ର ଶୁଭାରମ୍ଭ ଘୋଷଣା କରାଯାଇଛି। ଏହି ଷ୍ଟୋର୍କୁ ପ୍ରଶଂସକଙ୍କ ଭିଡ ଓ ଉତ୍ସାହ ମଧ୍ୟରେ ଅଲିମ୍ପିକ ବିଜେତା ଓ ବିଶ୍ୱ ଚାମ୍ପିଅନ ନୀରଜ ଚୋପ୍ରା ଉଦ୍ଘାଟନ କରିଛନ୍ତି। ଏହି ଗ୍ରାଣ୍ଡ୍ ଓପ୍ନିଂ ଅବସରରେ ନୀରଜ ବିଭିନ୍ନ କ୍ରୀଡା ଓ ଫିଟ୍ନେସ୍ ଉତ୍ସାହୀ ଓ ନିଜ ପ୍ରଶଂସକଙ୍କ ସହ ବାର୍ତାଳାପ କରିଛନ୍ତି ଏବଂ ସେମାନଙ୍କ ପ୍ରଶିକ୍ଷଣ ଏବଂ ଉତମ ପ୍ରତିଯୋଗି ହେବା ରାହାରେ କିଭଳି ଏକ ସଠିକ ସ୍ପୋର୍ଟିଙ୍ଗ ଗିୟର ଭିନ୍ନତା ଆଣିପାରିବ ତାହାକୁ ଆଲୋକପାତ କରିଥିଲେ। ଭୁବନେଶ୍ୱରର ନେକ୍ସସ ଏସ୍ପ୍ଲାନେଡ ମଲ୍ର ଗ୍ରାଉଣ୍ଡ ଫ୍ଲୋର୍ରେ ଅବସ୍ଥିତ ଅଣ୍ଡର୍ ଆର୍ମର ଷ୍ଟୋର ସହରର କ୍ରୀଡା, ଫିଟନେସ୍ ଓ ସ୍ପୋର୍ଟସୱେୟାର ଉତ୍ସାହୀଙ୍କ ପାଇଁ ଏକ ଲୋକପ୍ରିୟ ଗନ୍ତବ୍ୟସ୍ତଳୀ ହେବା ଲାଗି ପ୍ରସ୍ତୁତ ରହିଛି । ଏହି ଷ୍ଟୋର୍…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଦିଲ୍ଲୀରେ ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ହ୍ରାସ ପାଇଁ ଉଭୟ ତତ୍କାଳ ଏବଂ ଦୀର୍ଘମିଆଦୀ ପଦକ୍ଷେପ କାର୍ଯ୍ୟକାରୀ କରିବାରେ ଦିଲ୍ଲୀ ସରକାର ଏବଂ ଅନ୍ୟ ଅଂଶୀଦାରଙ୍କ ପ୍ରସ୍ତୁତିର ଆକଳନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ଦିଲ୍ଲୀ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଟାସ୍କଫୋର୍ସ ସାମ୍ପ୍ରତିକ ରଣନୀତିର ସମୀକ୍ଷା କରିବା ସହ ପ୍ରଦୂଷଣ ଆହ୍ୱାନର ମୁକାବିଲା ପାଇଁ ଅତିରିକ୍ତ ଅଭିନବ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଦିଲ୍ଲୀର ମୁଖ୍ୟ ଶାସନ ସଚିବ ୨୦୨୪ ପାଇଁ ସହରର ବାୟୁ ଗୁଣବତ୍ତା ପରିଚାଳନା ପଦକ୍ଷେପ ଉପରେ ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ। ବିଶେଷକରି ଶୀତ ଋତୁରେ ପାଣିପାଗର ଗତିଶୂନ୍ୟ ସ୍ଥିତି ଯେତେବେଳେ ପରିସ୍ଥିତିକୁ ଖରାପ କରିଥାଏ, ସେତେବେଳେ ନିର୍ମାଣ ସମ୍ବନ୍ଧୀୟ ଧୂଳି, ଜୈବିକ ବର୍ଜ୍ୟ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସହଧର୍ମିଣୀ ଡା. ପ୍ରିୟଙ୍କା ମାରାଣ୍ଡି ମଧ୍ୟ ଉପସ୍ଥିତ ଥିଲେ। ପୂଜା ମଣ୍ଡପ ବୁଲିବା ପାଇଁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ସକାଳେ ପୂଜା ମଣ୍ଡପ ଗୁଡ଼ିକ ପାଇଁ ଧାର୍ଯ୍ୟ ହୋଇଥିବା ସରକାରୀ ଦେୟ ଛାଡ଼ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ପୁରୁଣା ଭୁବନେଶ୍ୱରସ୍ଥିତ ପାଟଣା ସାହି ପୂଜାମଣ୍ଡପକୁ ଯାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ମଣ୍ଡପରେ ଚଳିତ ବର୍ଷ ୭୫ତମ ଶାରଦୀୟ ଦୁର୍ଗାପୂଜାର ଆୟୋଜନ କରାଯାଇଛି। ଏହା ପରେ ମୁଖ୍ୟମନ୍ତ୍ରୀ ସୁନ୍ଦରପଦା, ବରମୁଣ୍ଡା, ନୟାପଲ୍ଲୀ, ସହିଦନଗର, ରସୁଲଗଡ଼, ବମିଖାଲ, ଷ୍ଟେସନ୍ ବଜାର ଏବଂ ଲକ୍ଷ୍ମୀସାଗର (କଟକ ରୋଡ୍) ପୂଜାମଣ୍ଡପ ବୁଲି ଦେଖିବା ସହ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନ କରିଥିଲେ। ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଜଗଜ୍ଜନନୀ ମା’ଦୁର୍ଗାଙ୍କ ଆଗମନରେ ଧରଣୀ…
ଭୁବନେଶ୍ବର: ଆଜି ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଆଜି ପୂର୍ବାହ୍ନରେ ନବୀନ କେତେକ ପୂଜା ମଣ୍ଡପ ବୁଲିବା ସହିତ ମା ଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ନବୀନ ପୂଜାମଣ୍ଡପରେ ପହଞ୍ଚିବା ପରେ ପୂଜା ସମିତ ତରଫରୁ ତାଙ୍କୁ ସ୍ବାଗତ କରାଯାଇ ମାଙ୍କ ନିକଟକୁ ପାଛୋଟି ନିଆଯାଇଥିଲା। ପୂଜା ମଣ୍ଡପରେ ନବୀନ ପହଞ୍ଚିବା ସମୟରେ ସେଠାରେ ଥିବା ଭକ୍ତମାନେ ତାଙ୍କୁ ଦେଖି ବେଶ ଖୁସି ପ୍ରକଟ କରିଥିଲେ। ଏପରିକି କେତେକ ସ୍ଥାନରେ ତାଙ୍କ ସହିତ ସେଲଫି ନେବା ପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା। ରାଜ୍ୟବାସୀଙ୍କ ମଙ୍ଗଳ କାମନା କରି ସେ ମାଙ୍କ ନିକଟରେ ପ୍ରାର୍ଥନା କରିଥିବାର ଜାଣାପଡିଛି।
ଭୁବନେଶ୍ବର: ବର୍ତ୍ତମାନ ସାରା ଓଡିଶାରେ ପୂଜାର ମାହୋଲ ଚାଲିଛି। ସମସ୍ତେ ଧୂମଧାମରେ ମା ଦୁର୍ଗାଙ୍କୁ ଆବାହନ କରିବାରେ ଲାଗିଛନ୍ତି। ଏହିପରିସ୍ଥିତିରେ ପୂଜା ମଣ୍ଡପ ପାଇଁ ଆସିଛି ଏକ ଖୁସି ଖବର। ତାହା ହେଲା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲ ଗୁଡ଼ିକର ରେଣ୍ଟ ଛାଡ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ପୂଜା ମଣ୍ଡପ ନିର୍ମାଣ କରୁଛନ୍ତି ସେମାନେ ସରକାରଙ୍କୁ ରେଣ୍ଟ ପ୍ରଦାନ କରିଥାନ୍ତି। ହେଲେ ଚଳିତ ବର୍ଷ ଏହା ଦେବେ ନାହିଁ। ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାରା ଓଡିଶାବାସୀଙ୍କୁ ଶାରଦୀୟ ଦୁର୍ଗା ପୂଜା ଅବସରରେ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଗସ୍ତରେ ଆସିବେ। ସେ ମହାପ୍ରଭୃ ଜଗନ୍ନାଥଙ୍କ ଦର୍ଶନରେ ଆସୁଛନ୍ତି ବୋଲି ଜଣାପଡିଛି। ତେବେ ରାଷ୍ଟ୍ରପତି ଆସନ୍ତା ଅକ୍ଟୋବର 23 ତାରିଖରେ ତାଙ୍କ ନିଜ ଗାଁ ରାଇରଂଗପୁର ଆସି ସେଠାରେ ରାତ୍ରୀ ଯାପନ କରିବେ। ଏହାପରେ 24 ତାରିଖରେ ସେ ସିଧା ରାଇରଂଗପୁରରୁ ହେଲିକାପ୍ଟରରେ ପୁରୀ ଯିବେ। ପୁରୀରେ ରାଷ୍ଟ୍ରପତି ସକାଳ ଧୂପ ଦର୍ଶନ କରିବା ସହିତ ବେଢା ପରିକ୍ରମା କରିବେ। ଏହାପରେ ରାଷ୍ଟ୍ରପତି ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବେ। ସେଠାରୁ ସେ ପୁରୀ ରାଜଭବନ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେବେ। ଏହାପରେ ସେ ପୁରୀରୁ ଭୁବନେଶ୍ବର ଆସି ଓୟୁଏଟି ଉତ୍ସବରେ ଯୋଗଦେବେ। ସେହିପରି ଅପରାହ୍ନରେ ରାଷ୍ଟ୍ରପତି ଭୁବନେଶ୍ବରର ନୂଆ ଜୁଡିସିଆଲ କଂପ୍ଲେକ୍ସର ଉଦଘାଟନ କରିବେ।
ଭୁବନେଶ୍ବର: ବର୍ତ୍ତମାନ ବିଜେଡିର ଯେଉଁ ସ୍ଥିତି ରହିଛି, ସେଥିରେ ଆହୁରି ପ୍ରହାର କରିବା ପାଇଁ ବିଜେପିର ବଡ ଗେମ ପ୍ଲାନ ଚାଲିଛି। ତାହା ହେଲା ଯେ, ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ ମିଳିବ ନିଗମ ଅଧ୍ୟକ୍ଷ ପଦ।ଏହିପରି ଅଫର ଧରି ବିଜେପି କୁଆଡେ ଅପେକ୍ଷା କରିଛି ବୋଲି ଜଣାପଡିଛି। ଏକ ବିଶେଷ ସୁତ୍ର ଅନୁସାରେ ବିଜେଡିକୁ ଆହୁରି ଧୂଳିସାତ କରିବା ପାଇଁ ବିଜେପି ପୁରା ଦମରେ ଲାଗିଛି। ତେଣୁ ବର୍ତ୍ତମାନ ଯେଉଁ ସବୁ ନିଗମ ଅଧ୍ୟକ୍ଷ ପଦ ଖାଲି ରହିଛି ତାହା ଆଉ ବିଜେପି ନେତାଙ୍କୁ ମିଳିବ ନାହିଁ। ସେହି ପଦବୀ ବର୍ତ୍ତମାନ ବିଜେଡିରୁ ଆମଦାନୀ ନେତାଙ୍କୁ ପ୍ରଦାନ କରାଯିବ। ଏ ନେଇ କେନ୍ଦ୍ରୀୟ ବିଜେପି ରାଜ୍ୟ ବିଜେପିକୁ କୁଆଡେ ନିର୍ଦ୍ଦେଶ ଦେଇସାରିଛନ୍ତି। ଫଳରେ ତାହାକୁ ସାକାର କରିବା ପାଇଁ ବିଜେଡି ଛାଡି ବିଜେପିର ଯୋଗଦେଇଥିବା ନେତାମାନେ ଏହି କାମରେ ଲାଗିପଡିଛନ୍ତି। ବର୍ତ୍ତମାନ ବିଜେପି ସରକାରକୁ ଶହେ ଦିନ…
ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଇଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ ଆଜି ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ପ୍ରକାଶ ସାଲେପୁରରୁ କଂଗ୍ରେସରୁ ବିଧାୟକ ଥିଲେ। ସେ ଗତ ନିର୍ବାଚନରେ ବିଜେଡି ସାମିଲ ହୋଇ କଟକ ବାରବାଟୀରୁ ପ୍ରାର୍ଥୀ ହୋଇଥିଲେ। ହେଲେ ନିର୍ବାଚନରେ ସେ ହାରିଯାଇଥିଲେ। ଏହା ପୂର୍ବରୁ ପ୍ରକାଶ ବିଜେପିରେ ମଧ୍ୟ ଯୋଗଦେଇଥିଲେ। ତେବେ ସେ ଇସ୍ତଫା ଦେବାର ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋରି ଚିନ୍ତା ଧାରା ଜାତୀୟ ସ୍ତରର ଚିନ୍ତା ଧାରା ସହିତ ଖାପ ଖାଉଛି। ଅନ୍ୟପଟେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଯେ ସେ ମୋତେ କଟକରୁ ଟିକେଟ ଦେଇଥିଲେ। ସେହିପରି କଟକ ବାରବାଟୀ ବାସିନ୍ଦାଙ୍କୁ ମଧ୍ୟ ଧନ୍ୟବାଦ ସେମାନେ ମୋତେ କମ ସମୟରେ ବହୁ ସମର୍ଥନ ଦେଇଥିଲେ। ଅନ୍ୟପଟେ ମୁଁ ଲୋକଙ୍କ ପାଖକୁ ଯିବାର ଅଛି। ମୁଁ ସାଲେପୁର ବାସିନ୍ଦାଙ୍କ ପାଇଁ କମା କରିବି।…

