Author: Samikhsya Bureau

ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଇଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ ଆଜି ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ପ୍ରକାଶ ସାଲେପୁରରୁ କଂଗ୍ରେସରୁ ବିଧାୟକ ଥିଲେ। ସେ ଗତ ନିର୍ବାଚନରେ ବିଜେଡି ସାମିଲ ହୋଇ କଟକ ବାରବାଟୀରୁ ପ୍ରାର୍ଥୀ ହୋଇଥିଲେ। ହେଲେ ନିର୍ବାଚନରେ ସେ ହାରିଯାଇଥିଲେ। ଏହା ପୂର୍ବରୁ ପ୍ରକାଶ ବିଜେପିରେ ମଧ୍ୟ ଯୋଗଦେଇଥିଲେ। ତେବେ ସେ ଇସ୍ତଫା ଦେବାର ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋରି ଚିନ୍ତା ଧାରା ଜାତୀୟ ସ୍ତରର ଚିନ୍ତା ଧାରା ସହିତ ଖାପ ଖାଉଛି। ଅନ୍ୟପଟେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଯେ ସେ ମୋତେ କଟକରୁ ଟିକେଟ ଦେଇଥିଲେ। ସେହିପରି କଟକ ବାରବାଟୀ ବାସିନ୍ଦାଙ୍କୁ ମଧ୍ୟ ଧନ୍ୟବାଦ ସେମାନେ ମୋତେ କମ ସମୟରେ ବହୁ ସମର୍ଥନ ଦେଇଥିଲେ। ଅନ୍ୟପଟେ ମୁଁ ଲୋକଙ୍କ ପାଖକୁ ଯିବାର ଅଛି। ମୁଁ ସାଲେପୁର ବାସିନ୍ଦାଙ୍କ ପାଇଁ କମା କରିବି।…

Read More

ଭୁବନେଶ୍ବର: ବର୍ତ୍ତମାନ ରାଜନୀତିରେ ବବି ଦାସ ବା ପ୍ରଣବ ପ୍ରକାଶ ଦାସ ବେଶ ଚର୍ଚ୍ଚାରେ ରହିଛନ୍ତି। ସେ କେତେବେଳେ ମୁଁ ପୁଣି ଲଢିବାକୁ ପ୍ରସ୍ତୁତ ଅଛି ବୋଲି କହି ଚର୍ଚ୍ଚାରେ ଆସିଥିଲେ ତ କେତେବେଳେ ସରକାରୀ କ୍ବାଟରର ନିର୍ମାଣକୁ ନେଇ। ତେବେ ସେ ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତାହା ପୁଣି ବିଜେଡି ନାମ କୁ ନେଇ। ଗତକାଲି ଯାଜପୁରରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା। ସେଥିରେ ଯାଜପୁରର ତୁଙ୍ଗ ନେତା ବବି ଦାସ ପ୍ରଣବ ପ୍ରକାଶ ଦାସ, ଜିତୁ ବା ପ୍ରଣବ ବଳବନ୍ତରାୟ ଏବଂ ଡ୍ୟାନି ବା ପ୍ରୀତିରଂଜନ ଘଡାଇ ଯୋଗ ଦେଇଥିଲେ। ସେହି ସଭାରେ ସମସ୍ତେ ଭାଷଣ ମଧ୍ୟ ଦେଇଥିଲେ। ହେଲେ ବବି ବା ପ୍ରଣବ ପ୍ରକାଶ ଦାସଙ୍କ ଭାଷଣକୁ ନେଇ ରାଜ୍ୟ ରାଜନୀତି ପଡୁଛି ଉଠୁଛି। ବବି ସେହି ସଭାରେ କହିଥିଲେ ଯେ, ଯାଜପୁରର ବିଜେଡି ହେଉଛି ଭିନ୍ନ ପ୍ରକାରର। ଯାଜପୁର ବିଜେଡି…

Read More

ଭୁବନେଶ୍ବର: ପ୍ରଖ୍ୟାତ ଶିଳ୍ପପତି ରତନ ଟାଟାଙ୍କ ବିୟୋଗରେ ଆଜି ସାରା ବିଶ୍ବ ସ୍ତବ୍ଧ ହୋଇଯାଇଛି। ଏହି ସମୟରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳର ନେତା ନବୀନ ପଟ୍ଟନାୟକ ଟାଟାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, ଦୂରଦୃଷ୍ଟି ସମ୍ପନ୍ନ ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତ ବିଷୟରେ ଜାଣି ଗଭୀର ଦୁଃଖିତ। ସେ ଭାରତର ଉଦ୍ୟୋଗୀ ମନୋଭାବର ଏକ ଉଜ୍ଜ୍ୱଳ ଆଲୋକ ଥିଲେ। ସେ ସମଗ୍ର ବିଶ୍ୱରେ ବ୍ୟବସାୟିକ ଦୃଶ୍ୟପଟରେ ଏକ ଅବିସ୍ମରଣୀୟ ଉତ୍ତରାଧିକାରୀ ଛାଡିଛନ୍ତି, ଯାହା ଭବିଷ୍ୟତ ପିଢିକୁ ପ୍ରେରଣା ଦେବ। ମୋର ପ୍ରାର୍ଥନା ଏପରି ସମୟରେ ମୋର ସମବେଦନା ଶୋକସନ୍ତପ୍ତ ପରିବାର, ବନ୍ଧୁ ଏବଂ ଅନୁଗାମୀମାନଙ୍କ ସହିତ ଅଛି। ଓଁ ଶାନ୍ତି। https://twitter.com/Naveen_Odisha/status/1844095531758518318

Read More

ଭୁବନେଶ୍ବର: ପ୍ରଖ୍ୟାତ ଶିଳ୍ପପତି ରତନ ଟାଟାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ରତନ ଟାଟାଙ୍କ ବିୟୋଗରେ ମୁଁ ମର୍ମାହତ। ସେ ଜଣେ ଦୂରଦୃଷ୍ଟି ସଂପର୍ଣ୍ଣ ଶିଳ୍ପପତି ଥିଲେ। ତାଙ୍କର ଶିଳ୍ପ ଜଗତ ପ୍ରତି ଥିବା ଅବଦାନ ଅତୂଳନୀୟ। ଭାରତକୁ ସମୃଦ୍ଧ କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ତାଙ୍କର ପରଲୋକରେ ମୁଁ ତାଙ୍କ ପରିବାର ସଦସ୍ୟଙ୍କୁ ସମବୋଦନା ଜଣାଉଛି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ରତନ ଟାଟାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ମୋଦୀ କହିଛନ୍ତି ଯେ ଶ୍ରୀ ଟାଟା ଜଣେ ଦୂରଦୃଷ୍ଟି ସମ୍ପନ୍ନ ଶିଳ୍ପପତି ​​ଏବଂ ଜଣେ ଅସାଧାରଣ ମଣିଷ ଯିଏ ନିଜକୁ ନମ୍ରତା, ଦୟା ଏବଂ ଆମ ସମାଜକୁ ଉନ୍ନତ କରିବା ପାଇଁ ଅଦମ୍ୟ ପ୍ରତିବଦ୍ଧତା ସହିତ ଅନେକ ଲୋକଙ୍କୁ ଭଲ ପାଉଥିଲେ। ଏକ ଥ୍ରେଡ୍ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି: “ଶ୍ରୀ ରତନ ଟାଟା ଜୀ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟବସାୟ ନେତା, ଦୟାଳୁ ଆତ୍ମା ​​ଏବଂ ଜଣେ ଅସାଧାରଣ ମଣିଷ ଥିଲେ। ସେ ଭାରତର ଅନ୍ୟତମ ପୁରାତନ ତଥା ପ୍ରତିଷ୍ଠିତ ବ୍ୟବସାୟ ସାମ୍ରାଜ୍ୟକୁ ସ୍ଥିର ନେତୃତ୍ୱ ପ୍ରଦାନ କରିଥିଲେ। ଏଥି ସହିତ, ତାଙ୍କର ଅବଦାନ ବୋର୍ଡରୁମଠାରୁ ବହୁ ଦୂରରେ ଥିଲା। ତାଙ୍କର ନମ୍ରତା, ଦୟା ଏବଂ ଆମ ସମାଜକୁ ଉନ୍ନତ କରିବା ପାଇଁ ଅଦମ୍ୟ ପ୍ରତିବଦ୍ଧତା ହେତୁ ସେ ଅନେକ ଲୋକଙ୍କୁ ଭଲ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ପଦକ୍ଷେପ ସମେତ ସମସ୍ତ ସରକାରୀ ଯୋଜନା ଅଧୀନରେ ଚାଉଳର ଯୋଗାଣ ଜାରି ରଖିବାକୁ ଅନୁମୋଦନ କରିଛନ୍ତି। ଏହି ନିଷ୍ପତି କ୍ରମେ ଜୁଲାଇ ୨୦୨୪ ରୁ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅର୍ଥାତ ଆଉ ଚାରି ବର୍ଷ ପାଇଁ ଲୋକେ ମାଗଣା ଚାଉଳ ପାଇପାରିବେ। ଏହି ଚାଉଳ ଯୋଗାଣ ପଦକ୍ଷେପ ଏକ କେନ୍ଦ୍ରୀୟ ଯୋଜନା ହୋଇ ରହିବ, ଯାହା PMGKAY ର ଖାଦ୍ୟ ସବସିଡି କାର‌୍ୟ୍ୟକ୍ରମ ଅଧୀନରେ ଭାରତ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଯୋଜନା। ଟାର୍ଗେଟେଡ୍ ପବ୍ଲିକ୍ ବିତରଣ ସିଷ୍ଟମ୍ (ଟିପିଡିଏସ୍) ଏବଂ ସମନ୍ବିତ ଶିଶୁ ବିକାଶ ସେବା (ICDS) ଏବଂ PM POSHAN (ପୂର୍ବରୁ ମଧ୍ୟ-ଦିନ ଭୋଜନ) ପରି ସମୃଦ୍ଧ ଚାଉଳ ଯୋଗାଣକୁ ସୁନିଶ୍ଚିତ କରି ପୁଷ୍ଟିହୀନତା ଏବଂ ରକ୍ତହୀନତାର ମୁକାବିଲା ପାଇଁ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ମୟୁରଭଞ୍ଜର ବାରିପଦାଠାରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୩୫ ଲକ୍ଷରୁ ଅଧିକ ମହିଳା ପ୍ରଥମ କିସ୍ତି ଭାବରେ ୫ ହଜାର ଟଙ୍କା ଲେଖାଏ ସହାୟତା ପାଇଲେ। ସମୁଦାୟ ୧୭୫୦ କୋଟି ଟଙ୍କା ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଗଲା। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୦ ଲକ୍ଷରୁ ଅଧିକ ମହିଳା ‘ସୁଭଦ୍ରା’ ସହାୟତା ପାଇଲେ। ସମୁଦାୟ ୩ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଗଲା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୧୦ଜଣ ସୁଭଦ୍ରା ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଥମେ ବାରିପଦାରେ ପହଞ୍ଚି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ କାର୍ଯ୍ୟକ୍ରମ ପାଇଁ ବାରିପଦାରେ ଆୟୋଜିତ…

Read More

ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଧନେଶ୍ବର ମାଝୀଙ୍କ ଆଜି ପରଲୋକ ହୋଇଯାଇଛି। ସେ କେସିଙ୍ଗା ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଧନେଶ୍ଵର ମାଝୀ ୧୯୭୮ ରୁ ୧୯୮୪ ମସିହା ପର୍ଯ୍ୟନ୍ତ ଓଡିଶାରୁ ରାଜ୍ୟସଭାକୁ ସାଂସଦ ଭାବେ ପ୍ରତିନିଧିତ୍ଵ କରିଥିଲେ। ଏହା ସହ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କେସିଙ୍ଗା ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ। ଚାରି ଦଶନ୍ଧି ଧରି ଉଭୟ ରାଜ୍ୟ ତଥା ଜାତୀୟ ରାଜନୀତିରେ ତାଙ୍କର ଉଲ୍ଲେଖନୀୟ ଆଭିମୁଖ୍ୟ ରହିଥିଲା। ଜୀବନବ୍ୟାପୀ ସେ ଲୋକଙ୍କ ସେବା କରିବାରେ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତାଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଜଣେ ଦକ୍ଷ ରାଜନେତା ଭାବେ ତାଙ୍କ ଅବଦାନ ସର୍ବଦା ଚିରସ୍ମରଣୀୟ ହୋଇ ରହିବ। ଏହି…

Read More

ଭୁବନେଶ୍ବର: ଆଜି ହେଉଛି ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତି। ଏହି ଉପଲକ୍ଷେ ଆଜି ବିଧାନସଭା ପରିସରରେ ପାଳିତ ହୋଇଛି ଏହି ଜୟନ୍ତି। ସେଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ସୁରମା ପାଢୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ, ବିଧାନସଭା ସଚିବ ସହିତ ବହୁ ବିଶିଷ୍ଠ ବ୍ୟକ୍ତି ଓ ଅଧିକାରୀ ଯୋଗ ଦେଇଥିଲେ।

Read More

ଭୁବନେଶ୍ବର: ତ୍ୟାଗ ଓ ସେବାର ପ୍ରତୀକ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ଆଜି ଠାରୁ ତାହାର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଏହା ଦୁଇ ମାସ ଧରି ଚାଲିବ। ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ ଭାବେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପଞ୍ଜିକୃତ ହୋଇଥିଲେ। ବରିଷ୍ଠ ନେତା ଶ୍ରୀ ଅଶୋକ ପଣ୍ଡା ଦଳ ସଭାପତିଙ୍କୁ ପ୍ରଥମ ସଭ୍ୟ ଭାବେ ପଞ୍ଜିକୃତ କରାଇଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସଭ୍ୟ ସଂଗ୍ରହ ଅଭିଯାନ ଗୋଟେ ରାଜନୈତିକ ଦଳ ର ଗୁରୁତ୍ୱପୂର୍ଣ କାର୍ଯ୍ୟକ୍ରମ ସେ କହିଥିଲେ ଯେ ମୁଁ ଚାହେଁ, ଆମ ଦଳର ସକ୍ରିୟ ସଭ୍ୟମାନେ , ପ୍ରତି ଘରକୁ ଯାଆନ୍ତୁ। ଆମ ଦଳର ଆଦର୍ଶ, ଦଳର କାର୍ଯ୍ୟକ୍ରମ ବିଷୟରେ, ଲୋକଙ୍କୁ ବୁଝାନ୍ତୁ। ଲୋକଙ୍କ ମତ ନେଇ ସେମାନଙ୍କୁ ଦଳରେ ସାମିଲ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି…

Read More

ଭୁବନେଶ୍ବର: ବର୍ତ୍ତମାନ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା। ଅଳ୍ପ ସମୟ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାରିପଦାରେ ଆୟୋଜିତ ଏକ କାର୍ଯ୍ୟକ୍ରମରୁ ଏହି ଟଙ୍କା ପଠାଇଛନ୍ତି। ଫଳରେ ଯେଉଁମାନେ ଏହି ଟଙ୍କା ପାଇବା ପାଇଁ ହକଦାର ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ କହିଛନ୍ତି ଯେ, ଆଜି ପ୍ରଥମ ପର୍ଯ୍ୟାୟର ଦ୍ବିତୀୟ କିସ୍ତି ଟଙ୍କା ପଠାଗଲା। ଏଥିରେ 25 ଲକ୍ଷ 11 ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଛି। ତେବେ ଆଜି ସଂଧ୍ୟା ସୁଦ୍ଧା ସମସ୍ତ ହିତାଧିକାରୀଙ୍କ ନିକଟକୁ ଟଙ୍କା ଯିବ ବୋଲି ସେ କହିଛନ୍ତି।

Read More

ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଭୁବନେଶ୍ୱର ୟୁନିଟ -୮ସ୍ଥିତ ଗୋପବନ୍ଧୁ ଛକରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ବୈଷୟିକ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ରନାଥ ପରିଡା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ ଦାସ,ଉପ ନିର୍ଦ୍ଦେଶକା (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ, ଲୋକ ସମ୍ପର୍କ ଅଧିକାରୀ ପ୍ରମୋଦିନୀ ଟେଟେ, ସୁଶ୍ରୀ ସଂଗୀତା ମହାରଣା ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅନ୍ୟାନ୍ୟ ଅଧିକାରୀ, ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା,ବୁଦ୍ଧିଜୀବୀ, ସମାଜସେବୀ, ରାଜନୈତିକ ନେତୃବୃନ୍ଦ,ବିଭିନ୍ନ ଛାତ୍ର ସଂଗଠନର ପ୍ରତିନିଧି ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Read More

ଭୁବନେଶ୍ବର: ଆଜି ଆସିବ ସୁଭଦ୍ରା ଟଙ୍କା। ଆଜି ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ କାର୍ଯ୍ୟକ୍ରମରେ ଏହି ଟଙ୍କା ପ୍ରେରଣ କରିବେ। ସେଥିପାଇଁ ସରକାରୀ ସ୍ତରରେ ବଡ ଆୟୋଜନ କରାଯାଇଛି। ଏହି ଉତ୍ସବରେ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ଏହି ଉତ୍ସବରେ ଆଜି 40 ଲକ୍ଷ ମହିଳାଙ୍କୁ ଏହି ଟଙ୍କା ପ୍ରେରଣ କରାଯିବ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ପ୍ରଥମ କିସ୍ତିର ପ୍ରଥମ ଭାଗ ଟଙ୍କା ପ୍ରଦାନ କରିଥିଲେ। ତେବେ ଆଜି ଦିନ 12ଟା ପୂର୍ବରୁ ହିତାଧିକାରୀଙ୍କ ଖାତାକୁ ଟଙ୍କା ଆସିବା ଆରମ୍ଭ ହେବ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ବର୍ତ୍ତମାନ ଅଡୁଆ ପରିସ୍ଥିତିରେ ନବୀନ ପଟ୍ଟନାୟକଙ୍କୁ ହରାଇଥିବା କାଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍। କାରଣ ନିର୍ବାଚନ ଅନିମୟିତତା ମାମଲାରେ ଓଡିଶା ହାଇକୋର୍ଟରେ ସେ ଯେଉଁ ପକ୍ଷ ରଖିବା କଥା ସେହି ସୁଯୋଗ ହରାଇ ବସିଛନ୍ତି। ଏହି ମାମଲାରେ କୋର୍ଟ ତାଙ୍କୁ ତିନିଥର ନୋଟିସ ଜାରୀ କରିଛି। ହେଲେ ସେ ଏହି ନୋଟିସକୁ ଗ୍ରହଣ କଲେ ନାହିଁ କି ତାଙ୍କର ପକ୍ଷ ରଖିଲେ ନାହିଁ। ଫଳରେ ଗତକାଲି କୋର୍ଟ ତାଙ୍କର ପକ୍ଷ ରଖିବା ସୁଯୋଗ ଦିଆଯିବ ନାହିଁ ବୋଲି କୋର୍ଟ ଜଣାଦେଇଛନ୍ତି। ଲକ୍ଷ୍ମଣ ବାଗ୍ ଗତ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖ କରିଛନ୍ତି ବୋଲି କଣ୍ଟାବାଞ୍ଜିର ଜଣେ ଭୋଟର ଗିରିରାଜ ସିଂ ମାଝୀ କୋର୍ଟରେ ମାମଲା ଦାୟର କରିଥିଲେ। ଏହି ମାମଲାକୁ କୋର୍ଟ ଗ୍ରହଣ କରି ବିଧାୟକ ପକ୍ଷ ରଖିବା ପାଇଁ ନୋଟିସ ଜାରୀ କରିଥିଲେ। ତିନି ଥର ନୋଟିସ ଜାରୀ କରାଯାଇଥିଲେ ମଧ୍ୟ ଲକ୍ଷ୍ଣଣ ବାଗ କୋର୍ଟରେ ପକ୍ଷ ରଖି…

Read More

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୨୦୨୨ ବର୍ଷ ପାଇଁ ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ କିମ୍ବଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ସିନେମା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ ଏଲ ମୁରୁଗାନ ଉପସ୍ଥିତ ଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପୁରସ୍କାର ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ଚଳଚ୍ଚିତ୍ର ଶିଳ୍ପରେ ଶ୍ରୀ ଚକ୍ରବର୍ତ୍ତୀଙ୍କ ଅବଦାନକୁ ଆଲୋକିତ କରିଥିଲେ ଏବଂ ପ୍ରଶଂସା କରିଥିଲେ। ମିଥୁନଙ୍କ ଅଭିନିତ ଚଳଚ୍ଚିତ୍ରଗୁଡ଼ିକ ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି ରାଷ୍ଟ୍ରପତି କହିଥିଲେ। ଏହି ଅବସରରେ ସୂଚନା ତଥା ପ୍ରସାରଣ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ପ୍ରତିଭା ବିକାଶ, ଭିତ୍ତିଭୂମି ଏବଂ ସରଳୀକରଣ ସହିତ…

Read More

ଭୁବନେଶ୍ବର: ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଜେଡି ଦଳ ପରାଜୟ ପରେ ହତୋତ୍ସାହିତ ହୋଇପଡିଛନ୍ତି । ଓଡ଼ିଆ ଲୋକଙ୍କ ନିଷ୍ପତିକୁ ନିଜ ଅହଙ୍କାର କାରଣରୁ ସ୍ୱୀକାର କରିପାରୁନାହାନ୍ତି ବୋଲି ରାଜ୍ୟ ବିଜେପିର ପୂର୍ବତନ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଜେପିର ଲୋକକଲ୍ୟାଣକାରୀ ଯୋଜନାରେ ଇର୍ଷାନ୍ୱିତ ହୋଇ ବିଜେଡି ନେତା ଏଭଳି ମନ୍ତବ୍ୟ ଦେଉଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ବିଜେଡି ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କୁ ଦଳରୁ କୋଣଠେସା କରି ଟିକେଟ୍ ଦେଉନଥିଲା? ଏ କଥାକୁ ବୋଧେ ସେ ଭୁଲି ଯାଉଛନ୍ତି। ବିଜେଡି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ଶ୍ରୀଯୁକ୍ତ ଆଚାର୍ଯ୍ୟ ଯେଉଁ ଟିପ୍ପଣୀ ଦେଇଛନ୍ତି, ତାହା ତାଙ୍କର ବ୍ୟକ୍ତିଗତ ନା ପାର୍ଟିରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଏପରି ମନ୍ତବ୍ୟ ଦେଉଛନ୍ତି ? ଯଦି ନବୀନ ବାବୁଙ୍କ ପ୍ରତି ଲୋକପ୍ରିୟତା ଥିଲା ବୋଲି ସେ କହୁଛନ୍ତି ତେବେ ନିକଟ ସାଧାରଣ ନିର୍ବାଚନରେ ନବୀନ…

Read More

ଭୁବନେଶ୍ବର: ଆଜି ପୋଲିସ ବିଭାଗରୁ ବିଦାୟ ନେଇଛନ୍ତି ବରିଷ୍ଠ ଆଇପିଏସ ଅରୁଣ ଷଡଙ୍ଗୀ। ବିଦାୟ କାଳୀନ ସଭାରେ ସେ କହିଛନ୍ତି ନିଜ ଦୁଃଖର କଥା। ତାହା ହେଲା ଯେ, ହଠାତ ସେ ଆଉ ପୋଲିସ ପୋଷାକ ପିନ୍ଧିପାରିବେ ନାହିଁ ତାହା ଜାଣି ନ ଥିଲେ। ସେ ଏପରି ପରିସ୍ଥିତିକୁ ସାମନା କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ନ ଥିଲେ। ଆସନ୍ତାକାଲିଠାରୁ ମୁଁ ଆଉ ପୋଲିସ ପୋଷାକ ପିନ୍ଧିପାରିବି ନାହିଁ, ଏହା ଭାବିଲେ ବହୁତ ଦୁଃଖ ଲାଗୁଛି ବୋଲି କହିଛନ୍ତି ଅରୁଣ ଷଡଙ୍ଗୀ। ଆଜି ଅରୁଣ ଷଡଙ୍ଗୀଙ୍କୁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ତରଫରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସେଠାରେ ସେ ସମ୍ବୋଧନ କରି କହିଛନ୍ତି ଯେ, ଆମମାନଙ୍କର ପୋଲିସ ପୋଷାକ ପ୍ରତି ବିଶେଷ ଦୁର୍ବଳତା ଥାଏ। ଏହି ପୋଷାକ ପିନ୍ଧି କାମ କରିବାର ଆଗ୍ରହ ଥାଏ। ହେଲେ ଆସନ୍ତାକାଲିଠାରୁ ଏହି ପୋଷାକ ଆଉ ମୁଁ ପିନ୍ଧିପାରିବି ନାହିଁ ବୋଲି…

Read More

ଭୁବନେଶ୍ବର: ମଣିଷର ମୁଖରେ ତାର ହୃଦୟ ଓ ମନର ଭାବନା ପରିପ୍ରକାଶ ହୁଏ। ସେଥିପାଇଁ ଭଗବାନ ନିଜ ସୃଷ୍ଟିର ପ୍ରତ୍ୟେକ ଜୀବକୁ ମୁହଁଟିଏ ଦେଇଛି। କିନ୍ତୁ ଯଦି ସେହି ମୁହଁ ଉପରେ ଗୋଟିଏ ମୁଖାର ଆବରଣ ପଡ଼ିଯାଏ, ତାହାଲେ ସେଇ ମନୁଷ୍ୟର ମନ ଭିତରେ ଥିବା ପ୍ରକୃତ ଭାବନା, ଚିନ୍ତାଧାରା ଲୁଚିଯାଏ। ଯାହାଫଳରେ ଜଣେ ମନୁଷ୍ୟ ଆଉ ଏକ ମନୁଷ୍ୟକୁ ଚିହ୍ନିବା କଷ୍ଟକର ହୋଇପଡ଼େ ଏବଂ କପଟ, ଛଳନା ଓ ଷଡ଼ଯନ୍ତ୍ରର ଶିକାର ହୁଏ। ବର୍ତ୍ତମାନର ସମାଜରେ ପ୍ରତ୍ୟେକ ସ୍ଥାନରେ ଏହି ମୁଖାମାନେ ଭର୍ତ୍ତି ହୋଇଗଲେଣି ଏବଂ ଏହି ମୁଖାମାନଙ୍କ ପାଇଁ ସମାଜରେ ଅନ୍ୟାୟ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି। ଆମ ସମାଜ ଆମ ପୃଥିବୀକୁ ଧ୍ବଂସରୁ ବଞ୍ଚାଇବା ପାଇଁ ଏହି ମୁଖାମାନଙ୍କୁ ଖୋଜି ଖୋଜି ନିଆଁରେ ପୋଡ଼ିବାର ବର୍ତମାନ ସମୟ ଆସିଛି। ଏହିପରି ଏକ କାହାଣୀକୁ ନେଇ ଭୁବନେଶ୍ବରର ଭଞ୍ଜକଳା ମଣ୍ଡପରେ ପରିବେଶିତ ହୋଇଛି ନାଟକ ମୁଖା the act…

Read More

ଭୁବନେଶ୍ବର: ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ଭାଗ ଆଉ ଗୋଟିଏ ଦିନ ପରେ ପ୍ରଦାନ କରାଯିବ। ଯେଉଁ ମହିଳାମାନେ ଏହି ଟଙ୍କା ପାଇବେ ସେମାନଙ୍କର ଡାଟା ବେସ କରାଯିବ ସହିତ ଆକାଉଣ୍ଟ ଲିଙ୍କ ମଧ୍ୟ କରାଯାଇଛି। ତେବେ ପରୀକ୍ଷା ମୂଳକ ଭାବେ ଆଜିଠାରୁ ସେହି ହିତାଧିକାରୀଙ୍କ ଏକ ଟଙ୍କା ଲେଖାଏଁ ପଠାଯିବ। ସେଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପଦକ୍ଷେପ ଆରମ୍ଭ କରାଯାଇଛି। ସୋମବାର ଏବଂ ମଙ୍ଗଳବାର ଏହି ଦୁଇଦିନ ଧରି ପରୀକ୍ଷା ମୂଳକ ଭାବେ ଏକ ଟଙ୍କା ପଠାଯିବ। ବୁଧବାର ଦିନ ବାରିପଦାରେ ଆୟୋଜିତ ମେଗା କାର୍ଯ୍ୟକ୍ରମରେ ଏହି ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁଇଚି ଟିପି ପ୍ରେରଣ କରିବେ।  ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪୦ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ମିଳିବ।

Read More

ଭୁବନେଶ୍ବର: ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ଭାଗ ଆଉ ଦୁଇଦିନ ପରେ ପ୍ରଦାନ କରାଯିବ। ସେଥିପାଇଁ ସରକାରୀ ସ୍ତରରେ ଯେଉଁ ପଦକ୍ଷେପ ନିଆଯିବା କଥା ତାହା ନିଆଯାଇଛି। ଯେଉଁ ମହିଳାମାନେ ଏହି ଟଙ୍କା ପାଇବେ ସେମାନଙ୍କର ଡାଟା ବେସ କରାଯିବ ସହିତ ଆକାଉଣ୍ଟ ଲିଙ୍କ ମଧ୍ୟ କରାଯାଇଛି। ତେବେ ପରୀକ୍ଷା ମୂଳକ ଭାବେ ଆସନ୍ତାକାଲିଠାରୁ ସେହି ହିତାଧିକାରୀଙ୍କ ଏକ ଟଙ୍କା ଲେଖାଏଁ ପଠାଯିବ। ସେଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପଦକ୍ଷେପ ଆରମ୍ଭ କରାଯାଇଛି। ଆସନ୍ତାକାଲି ସୋମବାର ଏବଂ ମଙ୍ଗଳବାର ଏହି ଦୁଇଦିନ ଧରି ପରୀକ୍ଷା ମୂଳକ ଭାବେ ଏକ ଟଙ୍କା ପ୍ରେରଣ କରାଯିବ। ବୁଧବାରଦିନ ବାରିପଦାରେ ଆୟୋଜିତ ମେଗା କାର୍ଯ୍ୟକ୍ରମରେ ଏହି ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁଇଚି ଟିପି ପ୍ରେରଣ କରିବେ।  ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪୦ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ମିଳିବ।

Read More

ଭୁବନେଶ୍ବର: ଆଜିଠାରୁ ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଅପରାହ୍ନରେ ସେ ଏହି ଗସ୍ତ କରିବେ। ଆସନ୍ତାକାଲି ଗୃହ ବିଭାଗ ତରଫରୁ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବେ। ତାଙ୍କ ସହିତ ଓଡିଶା ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜି ମଧ୍ୟ ଗସ୍ତ କରିବେ। କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଶେଷ ଥର ପାଇଁ ୦୬ ଅକ୍ଟୋବର, ୨୦୨୩ରେ ଏଲଡବ୍ଲୁଇ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏଲଡବ୍ଲୁଇ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ସେହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଏଲଡବ୍ଲୁଇ ଉଚ୍ଛେଦ ସଂକ୍ରାନ୍ତରେ ବ୍ୟାପକ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ ଏହି ବୈଠକରେ ଆଲୋଚନା କରିବେ।

Read More