Author: Samikhsya Bureau

ଅଷ୍ଟ୍ରେଲିଆ : ଅଷ୍ଟ୍ରେଲିଆର ଜଣେ ଯୁବତୀଙ୍କ ଛୋଟ ଡ୍ରେସ୍‌ ପିନ୍ଧିବା ବେଶ୍‌ ମହଙ୍ଗା ପଡିଛି । ଏହି ଡ୍ରେସ୍‌ ପାଇଁ ତାଙ୍କୁ ରେଷ୍ଟୁରାଣ୍ଟରୁ ବାହାର କରିଦିଆଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଇଟାଲୀର ବାସିନ୍ଦା ମାର୍ଟିନା କୋରାଡି କହିଛନ୍ତି, ଅଷ୍ଟ୍ରେଲିଆର ବୋଡି ବିଚ୍‌ରେ ଏପରି ଘଟଣା ଘଟିଛି । ଏପରି ଘଟଣା ଘଟିବା ପରେ ତାଙ୍କୁ ବହୁତ ଲାଜ ଲାଗିଛି। ମାର୍ଟିନା ରେଷ୍ଟୁରାଣ୍ଟକୁ ଏକ ଗ୍ରେ କଲରର କ୍ରପ୍‌ ଟପ୍‌ ଏବଂ ଧଳା ଟ୍ରାଉଜର ପିନ୍ଧି ଯାଇଥିଲେ। ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହ ରେଷ୍ଟୁରାଣ୍ଟ ଯାଇଥିବାବେଳେ ତାଙ୍କୁ ହୋଟେଲ୍‌ର ଷ୍ଟାଫ୍‌ ରେଷ୍ଟୁରାଣ୍ଟରୁ ବାହାରକୁ ଯିବାକୁ କହିଥିଲେ । ଏହି ଘଟଣା ପରେ ଯୁବତୀ ଜଣକ ଲଜ୍ଜା ଅନୁଭବ କରିବା ପରେ ସେ ଖୁବ୍‌ ରାଗି ଯାଇଥିଲେ । ତେବେ ଏହି ଘଟଣା ସମ୍ପର୍କରେ ଯୁବତୀ ଜଣକ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ଅନେକ ୟୁଜର୍‌ ପ୍ରତିକ୍ରିୟା ରଖିଛନ୍ତି ।

Read More

ମେଲବର୍ଣ୍ଣ: ମେଲବର୍ଣ୍ଣ ଟେଷ୍ଟର ତୃତୀୟ ଦିନରେ ମଧ୍ୟ ଅଷ୍ଟ୍ରେଲିଆ ବିରୋଧରେ ଭାରତ ଭଲ ପ୍ରଦର୍ଶନ ଦେଖାଇଛି। ପ୍ରଥମ ଇନିଂସରେ ୧୩୧ ରନରେ ପଛୁଆ ଥିବା ଅଷ୍ଟ୍ରେଲିଆ ୨ୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା କଙ୍ଗାରୁ ଦଳ ୧୩୩ ରନରେ ୬ ୱିକେଟ ହରାଇଛି। ଏଥିସହ ଅଷ୍ଟ୍ରେଲିଆ ୨ ରନର ଅଗ୍ରଣୀ ହାସଲ କରିଛି। ୧୩୧ ରନରେ ପଛୁଆ ଥିବା ଅଷ୍ଟ୍ରେଲିଆ ୨ୟ ଇନିଂସରେ ଖରାପ ଆରମ୍ଭ କରିଥିଲା। ପ୍ରଥମ ଇନିଂସ ରେ ଶୂନ୍ୟରେ ଆଉଟ ହୋଇଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜୋ ବର୍ନସ୍ ମାତ୍ର ୪ ରନ୍ କରି ଉମେଶ ଯାଦବଙ୍କ ବଲରେ ୱିକେଟକିପର ଋଷଭ ପନ୍ତଙ୍କ ଦ୍ୱାରା ଧରା ପଡ଼ିଥିଲେ। ଏହାପରେ ମାଥ୍ୟୁ ୱେଡଙ୍କ ଓ ମାର୍ନସ୍ ଲାବୁଶେନ୍ ଙ୍କ ମଧ୍ୟରେ ପାର୍ଟନରଶିପ ଠିକ ଠାକ ଚାଲୁଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ ସେମାନଙ୍କୁ ବଡ଼ ସ୍କୋର କରିବାରେ ବ୍ରେକ ଲଗାଇଥିଲେ। ଲାବୁଶେନ୍…

Read More

ଭୁବନେଶ୍ବର : ବ୍ରିଟେନରୁ ଫେରିଥିବା 62ଜଣଙ୍କ କୌଣସି ପତ୍ତା ମିଳୁନି । ସେମାନେ ଫୋନ୍‌ ଉଠାଉନାହାନ୍ତି କି ନିର୍ଦ୍ଦିଷ୍ଟ ଠିକଣାରେ ମିଳୁନାହାନ୍ତି । ଏନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।  ନଭେମ୍ବର 30ରୁ ଡିସେମ୍ବର 21 ମଧ୍ୟରେ 181 ଜଣ ବ୍ରିଟେନରୁ ଓଡ଼ିଶା ଫେରିଛନ୍ତି । ସେମାନଙ୍କ ମଧ୍ୟରୁ 119 ଜଣଙ୍କ ସନ୍ଧାନ ମିଳିଥିବାବେଳେ ଏହା ମଧ୍ୟରୁ 6ଜଣ ପଜିଟିଭ୍‌। ଭୁବନେଶ୍ୱର ଓ ଜଗତସିଂହପୁରରୁ 3ଜଣ ଲେଖାଏଁ କରୋନା ସଂକ୍ରମିତ ହୋଇଛନ୍ତି । 62 ଜଣ ଭୁଲ ଫୋନ୍ ନମ୍ବର ଓ ଠିକଣା ଦେଇଥିବାରୁ ଚିନ୍ତା ବଢିଛି । 62 ଜଣଙ୍କ ମଧ୍ୟରୁ ଅଧିକାଂଶଙ୍କର କ୍ବାରେଣ୍ଟିନ୍‌ ସମୟ ସାରିଛି । ସେମାନଙ୍କ ଭିତରେ କେହି ପଜିଟିଭ୍‌ ମିଳିଥିଲେ ଜିନ୍‌ ସିକ୍ୟୁଏନ୍‌ସିଂ ହୋଇଥାନ୍ତା ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ତେବେ ସର୍ଭେଲାନ୍ସ ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

Read More

ଭୁବନେଶ୍ୱର:  ଚଳିତ ବର୍ଷ ଜିରୋନାଇଟ୍‌ ସେଲିବ୍ରେସନ୍‌ ଫିକା ପଡିବ । ରାଜଧାନୀରେ ଜିରୋ ନାଇଟରେ ଲାଗିଲା କଟକଣା । ଏବର୍ଷ ପାଳନ ହେବନି ଜିରୋ ନାଇଟ୍ । କଟକଣା ଲଗାଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ । କୋଭିଡ ସଂକ୍ରମଣକୁ ଦୃଷ୍ଟିର ରଖି ଏଭଳି ପଦକ୍ଷେପ ନେଇଛି ବିଏମସି । ହୋଟେଲ୍, କ୍ଲବ୍ ଓ କଲ୍ୟାଣ ମଣ୍ଡପରେ ପାଳନ ହୋଇପାରିବନି । ସେହିପରି ଜନସମାଗମ ଉପରେ ମଧ୍ୟ ରୋକ୍ ଲାଗିଛି । କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଘରେ ରହି ପରିବାର ସଦସ୍ୟ, ସମ୍ପର୍କୀୟଙ୍କ ସହିତ ନୂଆବର୍ଷ ପାଳନ କରିବା ନେଇ ବିଏମ୍‌ସି ପରାମର୍ଶ ଦେଇଛି । ନୂଆବର୍ଷ ପାଇଁ 31 ତାରିଖ ରାତିରେ ଭୁବନେଶ୍ୱରରେ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ‘ଜିରୋ ନାଇଟ ସେଲିବ୍ରେସନ’ ଉପରେ କଟକଣା ଲଗାଯାଇଛି। ଅଧିକ ସଂଖ୍ୟକ ଲୋକ ଏକାଠି ହେବା ଦ୍ବାରା କରୋନା ସଂକ୍ରମଣ…

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ୩ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1861କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ବର, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ 60 ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ରାୟଗଡା ଜିଲ୍ଲାରୁ 5 ମାସର ଶିଶୁ ପୁତ୍ର ଓ ସୁନ୍ଦରଗଡରୁ 72 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୨୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୩୬ଜଣ ଚିହ୍ନଟ ହୋଇଥିବାବେଳେ ୯୮ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୮ହଜାର ୭୩୮କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୪ହଜାର ୦୬୮ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ହଜାର ୭୫୩ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୬୧ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୪ଟି ଜିଲ୍ଲାରୁ ମୋଟ୍‌ ୨୩୪ ଜଣ ଚିହ୍ନଟ ହୋଇଛନ୍ତି।  ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩୬ ଜଣ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରୁ ୧୦ଜଣ, ବରଗଡ଼ ଜିଲ୍ଲାରୁ ୨ଜଣ,…

Read More

ଭୁବନେଶ୍ବର : କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସୁସ୍ଥ ହୋଇପଡିଲେ । ଭାଷଣ ଦେଇ ସାରିଲା ପରେ ଅସୁସ୍ଥ ହୋଇପଡିଥିଲେ ନରସିଂହ ମିଶ୍ର । ଭାଷଣ ଦେଇ ସାରିଲା ପରେ ଛାତିରେ ଯନ୍ତ୍ରଣା ଅନୁଭବ କଲେ । ହଠାତ୍‌ ଛାତିକୁ ଧରି ତଳେ ବସିପଡିଥିଲେ ନରସିଂହ ମିଶ୍ର । ତାଙ୍କୁ ତତ୍‌କ୍ଷଣାତ୍‌ ଘରୋଇ ହସ୍ପିଟାଲକୁ ନିଆଯାଇଛି । ସିବିଆଇ ଅଫିସ୍‌ ସାମ୍ନାରେ ଖୋଲା ଜିପ୍‌ରେ ଭାଷଣ ଦେଉଥିବାବେଳେ ସେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଡାକ୍ତର କିଛି ସୂଚନା ଦେଇନଥିବା ଜଣାପଡିଛି ।

Read More

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଅଧିକାଂଶ ସ୍ଥାନରେ ଜାଡ ଅନୁଭୂତ ହେଉଛି । ଏପରିକି ରାଜ୍ୟର 6ଟି ସହରର ତାପମାତ୍ରା ଏବେ 10 ଡିଗ୍ରୀ ତଳେ ରହିଛି । ସର୍ବନିମ୍ନ 5.5 ଡିଗ୍ରୀସହ ଫୁଲବାଣୀ ସହର ସବୁଠୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି । ସେହିପରି ଦାରିଙ୍ଗିବାଡିରେ 6.5 ଡିଗ୍ରୀ, ଭବାନୀପାଟଣାରେ 9.2 ଡିଗ୍ରୀ, ବାରିପଦାରେ 9.4 ଡିଗ୍ରୀ, ଝାରସୁଗୁଡାରେ 9.4 ଡିଗ୍ରୀ ଓ କୋରାପୁଟରେ 9.6ଡିଗ୍ରୀ ତାପମାତ୍ରା ରହିଥିବାର ସୂଚନା ରହିଛି । ସେହିପରି କଟକରେ 12 ଡିଗ୍ରୀ ଓ ଭୁବନେଶ୍ବରରେ 13.2 ଡିଗ୍ରୀ ତାପମାତ୍ରା ଥିବାର ରେକର୍ଡ ହୋଇଛି ।

Read More

ନୂଆଦିଲ୍ଲୀ: କରୋନା ସଂକ୍ରମିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ଦିଲ୍ଲୀ ଏମସ୍‌ ସ୍ଥାନାନ୍ତର କରାଯାଇଛି । ତାଙ୍କ ସହିତ ପତ୍ନୀ ଏବଂ ଝିଅ ମଧ୍ୟ ଅଛନ୍ତି । ତାଙ୍କୁ ଡେରାଡୁନ୍ ଡୁନ୍ ହସ୍ପିଟାଲରୁ ଦିଲ୍ଲା ଏମ୍ସ ସ୍ଥାନାନ୍ତର କରାଯାଇଛି । ଅସୁସ୍ଥତା ଯୋଗୁ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଡୁନ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାର ବରିଷ୍ଠ ଡାକ୍ତରମାନେ ମୁଖ୍ୟମନ୍ତ୍ରୀଙ୍କ ଫୁସଫୁସରେ ସିଟି ସ୍କାନ କରିଥିଲେ । ଯେଉଁଥିରେ ସାମାନ୍ୟ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଏହାପରେ ତ୍ରିବେନ୍ଦ୍ର ସିଂ ରାଓ୍ୱତଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି । ଗତ 18 ତାରିଖେ ମୁଖ୍ୟମନ୍ତ୍ରୀ ରାୱତଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ।

Read More

ଚୀନ୍‌ : ପାଣିରେ ଭାସୁଥିବା ଘର ଦେଖିଛନ୍ତି ? ତେବେ ଭାରତରେ ରହୁଥିବା କିଛି ଲୋକେ ଶିକାରା ଡଙ୍ଗା ବିଷୟରେ ଜାଣିଥିବେ। ବିଶେଷ କରି କାଶ୍ମୀର ଡଲ୍‌ ହ୍ରଦରେ ଭାସୁଥିବା ଡଙ୍ଗାଗୁଡିକ ମଧ୍ୟରେ ଛୋଟ ଛୋଟ ଘର କରାଯାଇଥାଏ, ଏହାକୁ ଶିକାରା କୁହାଯାଏ । ଏହା ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ । ତେବେ ଆପଣ ଥରେ ଭାବନ୍ତୁ ତ ଡଙ୍ଗା ଜାଗାରେ ଯଦି ଆପଣଙ୍କ ଘର ପାଣିରେଭାସିବ, ତା’ହେଲେ ଆପଣଙ୍କୁ କିପରି ଅନୁଭବ ହେବ । ଟିକିଏ ତ ଆଶ୍ଚର୍ଯ୍ୟ ଲାଗୁଥିବ କଥାଟି ଶୁଣି । ମାତ୍ର ସତରେ ଜଣେ ବ୍ୟକ୍ତି ଏହିପରି ଏକ ଅଦ୍ଭୁତ କଳ୍ପନାକୁ ବାସ୍ତବ ରୂପ ଦେଇଛନ୍ତି। ଚୀନ୍‌ରୁ ଜଣେ ବ୍ୟକ୍ତି 4 ଲକ୍ଷ ୟୁଆନ୍‌ ଅର୍ଥାତ୍‌ 45 ଲକ୍ଷ ଟଙ୍କା ବ୍ୟୟରେ ଏପରି ଏକ ଘର ନିର୍ମାଣ କରିଛନ୍ତି ଯାହା ଜଳରେ ଭାସୁଛି। ଚୀନ୍‌ର ଫୁଜିଆନ୍‌ ଫ୍ରୋବିସ୍‌ରେ ଏହି ଘର ନିର୍ମାଣ ହୋଇଛି ।…

Read More

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ଦେଶରେ ଘଣ୍ଟାରେ ୨୦ହଜାର ୨୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୭୯ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧,୪୭,୬୨୨ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨ଲକ୍ଷ ୭ହଜାର ୮୭୧କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୭ ହଜାର ୯୦୧ରେ ପହଞ୍ଚିଛି। ଅନ୍ୟପକ୍ଷରେ ୨ଲକ୍ଷ ୭୭ହଜାର ୩୦୧ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୯୭ଲକ୍ଷ ୮୨ହଜାର ୬୬୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି। ଦେଶର ମୋଟ ସୁସ୍ଥ ପ୍ରତିଶତ ୯୫.୮୨ ପ୍ରତିଶତ ରହିଛି।

Read More

ଆରଡି : ଦୀର୍ଘ 9ମାସ ପରେ ଶ୍ରୀମନ୍ଦିର ସହିତ ରାଜ୍ୟର ପ୍ରାୟ ସବୁ ମନ୍ଦିର ଖୋଲିବାକୁ ଅନୁମତି ମିଳିଥିଲା । ଗତ 23 ତାରିଖରୁ ଶ୍ରୀମନ୍ଦିର ଖୋଲିଥିବାବେଳେ ଏବେ ପୁରୀ ବାସୀ ଦର୍ଶନର ସୌଭାଗ୍ୟ ପାଉଛନ୍ତି । ଆସନ୍ତା ଜାନୁଆରୀ ତିନି ତାରିଖରୁ ସର୍ବସାଧାରଣ ଦର୍ଶନ କରିପାରିବେ । ସେହିପରି ପ୍ରସିଦ୍ଧ ଆଖଣ୍ଡଳମଣୀ ମନ୍ଦିର ଖୋଲିବାକୁ ଅନୁମତି ମିଳିବା ପରେ ଆଜିଠାରୁ ବାବା ଆଖଣ୍ଡଳମଣୀ ଦର୍ଶନ ଦେଉଛନ୍ତି । ପୁରୀ ଢାଞ୍ଚାରେ ମନ୍ଦିର ଖୋଲାଯାଇ ଦର୍ଶନ ଅନୁମତି ମିଳୁଛି । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଢାଞ୍ଚାରେ ଆଖଣ୍ଡଳମଣୀ ମନ୍ଦିରରେ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଛି ।ଗତ 27 ତାରିଖରୁ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ଖୋଲିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି । ଏଥି ସହିତ ପ୍ରଥମେ ସେବାୟତ ଓ ସେମାନଙ୍କ ପରିବାର ଲୋକଙ୍କୁ ଦର୍ଶନ ଅନୁମତି ରହିଛି…

Read More

ନୂଆଦିଲ୍ଲୀ, ଚୀନର ଉହ୍ବାନ ସହରରୁ କରୋନା ଭାଇରସ ଉତ୍ପନ ହୋଇଥିଲା। ସେହିଠାରୁ ହିଁ ଏହି ଭାଇରସ ସାରା ପୃଥିବୀକୁ ବ୍ୟାପିଥିଲା। ବର୍ଷେ ତଳେ ଚୀନର ଜଣେ ରିପୋର୍ଟର ଏହି ଘଟଣାକୁ ପ୍ରସାରଣ କରିଥିଲେ। ଏବେ ତାଙ୍କୁ ଚୀନ ସରକାର ତାଙ୍କୁ ଦଣ୍ଡ ଦେଇଛନ୍ତି। ସେ ହେଉଛନ୍ତି 34 ବର୍ଷିୟ ଝାଙ୍ଗ ଝାନ୍। ତାଙ୍କ ଓକିଲ କହିଛନ୍ତି ଯେ, ସେ ବର୍ଷେ ତଳେ ଚୀନର କରୋନା ଭାଇରସ ସଂପର୍କରେ ରିପୋର୍ଟ କରିଥିଲେ। ସେତେବେଳେ ସେ ଏହି ବ୍ରେକିଂ ଖବର ପ୍ରସାରଣ କରିଥିଲେ। ହେଲେ ତାଙ୍କ ଉପରେ ବର୍ତ୍ତମାନ ସରକାର ବିଭିନ୍ନ ମାମଲା ଦାୟର କରି 4 ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଘଟଣାକୁ ନେଇ ଚୀନ ସହିତ ସାରା ବିଶ୍ବର ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି।

Read More

ଭୁବନେଶ୍ବର, ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବ ପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅପରାହ୍ନ 5ଟା 30 ମିନିଟରେ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗଦେବେ। ସେହିପରି କେତେକ ମନ୍ତ୍ରୀ ଲୋକସେବା ଭବନରେ ଏବଂ ଜିଲ୍ଲାପାଳଙ୍କ ଅଫିସରେ ରହି ଏହି ବୈଠକରେ ଯୋଗଦେବେ। ତେବେ ଏହି ବୈଠକରେ ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯିବ ବୋଲି ଜଣାପଡିଛି। ସ୍କୁଲ ଓ ଗଣଶିକ୍ଷା ବିଭାଗର ଏକ ବଡ ଘୋଷଣା କରାଯିବ ବୋଲି ଜଣାପଡିଛି। ସେହିପରି ସମବାୟ ବିଭାଗ ପରି ପ୍ରାୟ 12ଟି ପ୍ରସଂଗରେ ଆଲୋଚନା ହେବ ବୋଲି ଜଣପଡିଛି।

Read More

ନୂଆଦିଲ୍ଲୀ, ଦିନକୁ ଦିନ ଗ୍ୟାସ ବୁକିଂ ପାଇଁ କରାଯାଉଛି ସହଜ ଓ ସରଳ। ବର୍ତ୍ତମାନ ହ୍ବାଟସପରେ ମେସେଜ ପଠାଇଲେ ଗ୍ୟାସ ବୁକିଂ ହେଉଛି। ହେଲେ ଆଶ୍ଟର୍ଯ୍ୟ ହେବେ ପେଟିଏମ ଆପ ଏହି ଗ୍ୟାସ ବୁକିଂରେ ଦେଉଛି ରିହାତି। ଏକା ଥରେ ପାଞ୍ଚଶହ ଟଙ୍କା ରିହାତି ଦେଉଛି। ଫଳରେ ସିଲିଣ୍ଡର ଦର ପ୍ରାୟ 700 ଟଙ୍କା ଥିବା ବେଳେ ପେଟିଏମରେ ମଗାଇଲେ ତାହା ଆପଣଙ୍କୁ ପଡିବ ମାତ୍ର 200 ଟଙ୍କା। ଏହି ଆପରୁ ଆପଣ ଭାରତ ଗ୍ୟାସ୍, ଏଚପି ଗ୍ୟାସ୍ ଏବଂ ଇଣ୍ଡେନ ଗ୍ୟାସର ଗ୍ରାହକମାନେ ଏହାର ଲାଭ ଉଠାଇ ପାରିବେ। ଅଫରକୁ ହାତଛଡା କରନ୍ତୁ ନାହିଁ ପେଟିଏମ୍ ପେମେଣ୍ଟ ଆପ୍ ମାଧ୍ୟମରେ ଆପଣଙ୍କର LPG ସିଲିଣ୍ଡର ବୁକ୍ କରିବା ପାଇଁ ଆପଣଙ୍କର ମୋବାଇଲରେ ପ୍ରଥମେ ପେଟିଏମ୍ ଆପ୍ ଇନଷ୍ଟଲ୍ କରିବାକୁ ପଡିବ । ପେଟିଏମ୍ ପ୍ରଥମ ଥର ପାଇଁ ହେଉଥିବା ଗ୍ରାହକଙ୍କୁ ଏହି 500 ଟଙ୍କା କ୍ୟାସବ୍ୟାକ୍ ଅଫର ମିଲିବ। କିପରି…

Read More

ନୂଆଦିଲ୍ଲୀ, ଆମ ଜୀବନରେ ଜଳର ବହୁତ ଗୁରୁତ୍ୱ ରହିଛି। ଭାରତରେ ଜଳ ଉପାସନା ଏକ ବିଶେଷ ସ୍ଥାନ ରହିଛି। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ କିମ୍ବା ଶିବଲିଙ୍ଗରେ ଜଳ ପ୍ରଦାନ କରନ୍ତୁ କିମ୍ବା ଅନ୍ୟ କୌଣସି ଧାର୍ମିକ ରୀତିନୀତିରେ ଜଳର ଆବଶ୍ୟକତା ରହିଛି। ଫେଙ୍ଗ୍ ଶୁଇଙ୍କ ଅନୁଯାୟୀ, ଘରର ଦ୍ୱାର ନିକଟରେ ପାଣି ରହିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଉତ୍ତର ପୂର୍ବ ଏବଂ ଦକ୍ଷିଣ ପୂର୍ବ ଦିଗରେ ଥିବା ଦ୍ୱାରଗୁଡ଼ିକ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ବୋଲି ପ୍ରମାଣିତ କରେ । ଜଳ ପାତ୍ରକୁ କେବଳ କବାଟ ପାଖରେ ରଖିବା ଉଚିତ୍, ଏହାକୁ ଡାହାଣ ପାଖରେ ରଖନ୍ତୁ ନାହିଁ । ଯଦି ଆପଣ ତାହା କରନ୍ତି, ଫଳାଫଳ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ହେବ। ବିସ୍ତୁତ ଭାବେ କହିବାକୁ ଗଲେ ଯେତେବେଳେ ଆପଣ ଘରେ ଠିଆ ହୋଇ ବାହାରକୁ ଚାହିଁବେ, ତେବେ ପାଣି ପାତ୍ରଟି ଆପଣଙ୍କ ବାମ ପାର୍ଶ୍ୱରେ ରହିବା…

Read More

ମେଷ- ଆଜି ଖାଦ୍ୟ ନିୟନ୍ତ୍ରଣ କରିବା ଆବଶ୍ୟକ । ଅର୍ଥହୀନ ଶୋ’ରୁ ଦୂରରେ ରୁହନ୍ତୁ । ମାନସିକ ଅଶାନ୍ତି ରହିବ । ପିଲାମାନଙ୍କର ବିବାହରେ ବିଳମ୍ବ ଚିନ୍ତା କରିବେ । ଆଜି କୋର୍ଟ କାର୍ଯ୍ୟ ଶେଷ ହେବ। ବ୍ୟବସାୟରେ ପ୍ରୟାସ ସତ୍ବେ ମନ୍ଥର ଗତି ହେବ । ବୃଷ- ଆଜି ବହୁତ କାମ ହେବ । ଚାକିରିରେ ସ୍ଥାନାନ୍ତର ଏବଂ ପଦୋନ୍ନତି ହେବାର ସମ୍ଭାବନା ମଧ୍ୟ ଅଛି । ଅର୍ଥନୈତିକ ବିନିଯୋଗ ବୁଦ୍ଧିମାନ ଭାବରେ କାର୍ଯ୍ୟ କରିବା ଉଚିତ୍ । ପାରିବାରିକ କାର୍ଯ୍ୟ ବୃଦ୍ଧି ପାଇବ । ମିଥୁନ- ଆଜି ଆପଣଙ୍କର ପତ୍ନୀଙ୍କଠାରୁ ସମର୍ଥନ ପାଇବେ । ବ୍ୟବସାୟ ସମ୍ଭବକର ଫଳ ମିଳିବ । ବ୍ୟବସାୟରେ କିଛି ନୂଆ ଯୋଜନା ହେବ । ଆପଣ ଗ୍ରହଣ କରୁଥିବା ନିଷ୍ପତ୍ତି ଭୁଲ ପ୍ରମାଣିତ ହେବ । କର୍କଟ- ସାମାଜିକ କାର୍ଯ୍ୟରେ ଆପଣ ପ୍ରଶଂସିତ ହେବେ। ବ୍ୟବସାୟରେ ଲାଭଜନକ କାରବାର ବୃଦ୍ଧି ପାଇବ। ଆତ୍ମବିଶ୍ୱାସ…

Read More

ନୂଆଦିଲ୍ଲୀ, ଆଜି ସୋମବାର ଦିନ ଚାରୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଶ୍ଚର୍ଯ୍ୟ ହେବାପରି ଫଳ ମିଳିବ। ଆପଣ ଶିକ୍ଷା କ୍ଷେତ୍ରରେ ମଧ୍ୟ ଉଚ୍ଚତାକୁ ସ୍ପର୍ଶ କରିବେ । ଜୀବନ ସୁଖରେ ପରିପୂର୍ଣ୍ଣ। ପିତୃପୁରୁଷ ସମ୍ପତ୍ତି ମଧ୍ୟ ଟଙ୍କା ଲାଭ କରିବ । ପରିବାରର ପ୍ରାଚୀନମାନେ ପରିବାରର ଆଶୀର୍ବାଦ ଗ୍ରହଣ କରିବେ, ସାମାଜିକ କ୍ଷେତ୍ରରେ ସମ୍ମାନ ଗ୍ରହଣ କରାଯିବ । ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବ। ପରିବାର ଏବଂ ସାମାଜିକ ସମ୍ପର୍କ ଦୃଢ ରହିବ । ସେହି ଚାରୋଟି ରାଶି ହେଲା ସିଂହ, କୁମ୍ଭ, ତୂଳା ଏବଂ ମେଷ ରାଶି। ଆପଣଙ୍କର ବ୍ୟବସାୟ ଭଲ କରିବ। ମାଙ୍ଗଳିକ କାର୍ଯ୍ୟକ୍ରମରେ ଯୋଗଦେବେ। ସମାଜରେ ଆପଣଙ୍କ ସମ୍ମାନ ବୃଦ୍ଧି ପାଇବ, ବିଶେଷକରି ପ୍ରେମ ସଂପର୍କରେ ଥିବା ବ୍ୟକ୍ତି ପ୍ରେମ ସମ୍ବନ୍ଧୀୟ ପ୍ରସଙ୍ଗରେ ସଫଳତା ପାଇବେ। ଆପଣ ପ୍ରକୃତ ପ୍ରେମ ଖୋଜିବାରେ ସଫଳ ହେବ । ଟଙ୍କା ସମ୍ବନ୍ଧୀୟ ବିଷୟଗୁଡ଼ିକରେ ଆପଣ ସଫଳତା ପାଇବେ। ଚାକିରି କରୁଥିବା…

Read More

ଭୁବନେଶ୍ବର, ସୋମବାର ଅପରାହ୍ନ 5ଟା 30ରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗଦେବେ। ଏ ନେଇ ମନ୍ତ୍ରୀମାନଙ୍କୁ ଅବଗତ କରାଯାଇଛି। ସଚିବାଳୟରେ କେତେକ ମନ୍ତ୍ରୀ ଯୋଗଦେବାର ବ୍ୟବସ୍ଥା କରାଯାଇଛି। ସେହିପରି କେତେକ ମନ୍ତ୍ରୀ ଜିଲ୍ଲାପାଳଙ୍କ ଅଫିସରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗଦେବେ। ତେବେ ଏହି ବୈଠକରେ ସାତୋଟି ପ୍ରସଂଗରେ ଆଲୋଚନା ହେବାର ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ସ୍କୁଲ ଓ ଗଣଶିକ୍ଷା ବିଭାଗର ଏକ ବଡ ନିଷ୍ପତି ନିଆଯିବ। ସେହିପରି ସମବାୟ ବିଭାଗର ମଧ୍ୟ ଏକ ନିଷ୍ପତିର କ୍ୟାବିନେଟ ମୋହର ବାଜିବ।

Read More

ଭୁବନେଶ୍ବର, ୨୪ ଡିସେମ୍ବରରୁ ୨୬ ଡିସେମ୍ବର ଯାଏ ଢାକା ଠାରେ ଆୟୋଜିତ ସିନେମେକିଙ୍ଗ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ୱନି’କୁ ୨ଟି ପୁରସ୍କାର ମିଳିଛି । ଚଳଚ୍ଚିତ୍ରର ନାୟିକା ସ୍ୱପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀ ଭାବେ ସମ୍ମାନିତା ହୋଇଥିବା ବେଳେ ନିର୍ଦ୍ଦେଶକ ଏ.କେ ବୀରଙ୍କୁ ମିଳିଛି ଶ୍ରେଷ୍ଠ ଏସୀୟ ନିର୍ଦ୍ଦେଶକର ପୁରସ୍କାର। ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ହାସଲ କରି ଓଡ଼ିଆ ନିର୍ମାତା ନିର୍ଦ୍ଦେଶକଙ୍କ ଦ୍ୱାରା ପ୍ରସ୍ତୁତ ‘ଅନ୍ତର୍ଧ୍ୱନି’ ଦେଶ ପାଇଁ ଗୌରବ ଆଣିଦେଇଛି। କେଵଳ ସେତିକି ନୁହେଁ, ୨୪ ଏଫପିଏସ ନିବେଦିତ ତଥା ରାଜେଶ କୁମାର ମହାନ୍ତିଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ସିନେମେକିଙ୍ଗ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହେବାର ସୁଯୋଗ ଓ ସୌଭାଗ୍ୟ ଲାଭ କରିଥିଲା। ଏହି ଚଳଚିତ୍ର ଉତ୍ସବଟି କଣ ଏହି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ୭୦ଟି ଦେଶରୁ ପାଖାପାଖି ୪୦୦ଟି ଚଳଚ୍ଚିତ୍ର ଅଂଶଗ୍ରହଣ କରିଥିଲା ଏବଂ ସେଥି ମଧ୍ୟରୁ ବାଂଲାଦେଶର ୨୮ଟି ଚଳଚ୍ଚିତ୍ର…

Read More