ବେଙ୍ଗାଲୁରୁ: କର୍ଣ୍ଣାଟକର ଚିକମଙ୍ଗଲୁରଠାରେ କର୍ଣ୍ଣାଟକ ରାଜ୍ୟ ବିଧାନ ପରିଷଦର ଉପ ବାଚସ୍ପତି ଏସ.ଏଲ୍ ଧର୍ମଗୌଡାଙ୍କ ମୃତଦେହ ଉଦ୍ଧାର ହୋଇଛି ।ଚିକମଙ୍ଗଲୁରୁ କହୁର ନିକଟରେ ଥିବା ଏକ ରେଳ ଲାଇନ୍ରୁ ତାଙ୍କ ମୃତ ଦେହ ମିଳିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ 2ଟା ସମୟରେ ଜେଡିଏସ୍ ନେତା ଏସ୍.ଏଲ୍. ଧର୍ମଗୌଡାଙ୍କ ମୃତଦେହ ରେଳଲାଇନ୍ କଡରେପଡିଥିବାର ଦେଖିବାକୁ ମିଳିଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣାରେ ପୋଲିସ ଅଧିକ ଛାନ୍ଭିନ୍ ଜାରି ରଖିଛି । ଏହି ଘଟଣା ନେଇ ଏଚ୍.ଡି. ଦେବଗୌଡା ଦୁଃଖବ୍ୟକ୍ତ କରିଛନ୍ତି । ତାଙ୍କ ମୃତ୍ୟୁ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ଦେବେଗୌଡା । (ଏଜେନ୍ସି)
Author: Samikhsya Bureau
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ହଜାର ୪୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୫୨ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୨ଲକ୍ଷ ୨୪ହଜାର ୩୦୩କୁ ବୃଦ୍ଧି ପାଇଛି । । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୮ହଜାର ୧୫୩କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୧.୪୫% । ଦେଶରେ କରୋନା ସୁସ୍ଥ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୯୮ଲକ୍ଷ ୭ହଜାର ୫୬୯ ସଂକ୍ରମିତ ରହିଥିବାବେଳେ ଗତ ୨୪ଘଣ୍ଟାରେ ସାରା ଦେଶରୁ ୨୪ହଜାର ୯୦୦ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏବେ ଦେଶରେ ୨ଲକ୍ଷ ୬୮ହଜାର ୫୮୧ଟି ଆକ୍ଟିଭ୍ କେସ୍ ରହିଛି ।
ନୂଆଦିଲ୍ଲୀ: ନୂଆବର୍ଷ ଆସିବା ପୂର୍ବରୁ ଭାରତରେ କରୋନାକୁ ନେଇ ଏକ ଚିନ୍ତାଜନକ ଖବର ଆସିଛି । ଭାରତରେ କରୋନା ଭାଇରସର ନୂଆଷ୍ଟ୍ରେନ୍ ଚିହ୍ନଟ ହୋଇଛି । ଦେଶରେ 6 ନୂଆ କୋଭିଡ୍ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ବ୍ରିଟେନ୍ ଫେରନ୍ତାଙ୍କଠାରେ ଏହି ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ଏହି ସମସ୍ତଙ୍କୁ ଆଇସୋଲେସନ୍ରେ ରଖାଯାଇଛି । 6 ବ୍ରିଟେନ୍ ଫେରନ୍ତାଙ୍କ ମଧ୍ୟରେ ବେଙ୍ଗାଲୁରୁ ତିନିଜଣ ରହିଥିବାବେଳେ ହାଇଦ୍ରାବାଦରୁ 2 ଜଣ ଓ ପୁଣରେ ଜଣେ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ, ନଭେମ୍ବର 25ରୁ ଡିସେମ୍ବର 23 ମଧ୍ୟରେ ୟୁକେରୁ ପ୍ରାୟ 33 ହଜାର ଲୋକ ବ୍ରିଟେନରୁ ଫେରିଛନ୍ତି । ସମସ୍ତଙ୍କୁ ଟ୍ରାକ୍ କରାଯାଇ ଟେଷ୍ଟ କରାଯାଇଛି । ଏହି ସମସ୍ତଙ୍କୁ ମଧ୍ୟରୁ ମୋଟ୍ 114ଜଣ କରୋନା ପଜିଟିଭ୍ ମିଳିଥିଲେ ।
ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦ୍ଵିତୀୟ ଟେଷ୍ଟକୁ ନିଜ ନାମରେ କରିଛି ଅଜିଙ୍କ୍ୟ ବାହିନୀ। ଏହି ଟେଷ୍ଟ ଚତୁର୍ଥ ଦିନରେ ଭାରତ ୮ ୱିକେଟ ରେ ବିଜୟ ହୋଇ ସିରିଜକୁ ୧-୧ ରେ ବରାବର କରିଛି। ଗତକାଲି ଅଷ୍ଟ୍ରେଲିଆ ୬ ୱିକେଟରେ ୧୩୩ ରନରୁ ଖେଳ ଆରମ୍ଭ କରି ୨୦୦ ରନରେ ସମସ୍ତ ୱିକେଟ ହରାଇଥିଲା। ଭାରତକୁ ୭୦ ରନର ବିଜୟ ଲକ୍ଷ ଥିଲା ବେଳେ ଦଳ ୨ ୱିକେଟ ହରାଇ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ଯଶପ୍ରିତ ବୁମରାହ ୪ ୱିକେଟ ଅକ୍ତିଆର କରିଥିଲା ବେଳେ ରବିଚନ୍ଦ୍ରନ ଅଶ୍ଵିନୀ ୩ ଟି ହାସଲ କରିଥିଲେ। ସେହିପରି ଏହି ଟେଷ୍ଟରେ ପଦାର୍ପଣ କରିଥିବା ଶୁବମାନ ଗିଲ ୩୬ ବଲରେ ୩୫ ରନ କରି ଅପରାଜିତ ଥିଲା ବେଳେ ଅଧିନାୟକ ଅଜିଙ୍କ୍ୟ ରାହାଣେ ୨୭ ରନ କରି ଦଳକୁ ବିଜୟ କରାଇଥିଲେ।
ଏକ ଶୀତୁଆ ସକାଳରେ ପୁରୀ ବେଳାଭୂମିର ମନୋରମ ଦୃଶ୍ୟ
କଟକ, ବହୁଦିନ ପରେ ପୁଣି ଥରେ ରାଜ୍ୟକୁ କରୋନା ପାଇଁ ସଟ ଡାଉନ ପଦକ୍ଷେପ ଆରମ୍ଭ ହୋଇଛି। କରୋନା ସ୍ଥିତି ସୁଧାର ଆସିଥିବାରୁ ଏହିପରି କଡା ନିଷ୍ଚତି ବହୁଦିନ ଧର ବନ୍ଦ ଥିଲା। ବର୍ତ୍ତମାନ ସୂଚନା ଅନୁସାରେ କଟକ ଜିଲ୍ଲା ନରସିଂହପୁର ବ୍ଲକର କାକୁଡିଆ ଗାଁରେ ଏହି ସଟ ଡାଉନ ଘୋଷଣା କରାଯାଇଛି। ସେହି ଗ୍ରାମରୁ ଏକାଥରେ 6 ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 5 ଜଣ ମହିଳା ଅଛନ୍ତି। ଏପରି ପରିସ୍ଥିତି ଦେଖି ଉପଜିଲ୍ଲାପାଳ ସଂପୂର୍ଣ୍ଣ ଗ୍ରାମକୁ ଆସନ୍ତା ବୁଧୁବାର ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରିଛନ୍ତି।
ଯାଜପୁର, ମା ବିରଜାଙ୍କୁ ଦର୍ଶନ କରିବା ପାଇଁ ଆଜିଠାରୁ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲାଯାଇଛି। କରୋନା ପାଇଁ ଦୀର୍ଘ ନଅ ମାସ ଧରି ମନ୍ଦିର ସର୍ବସାଧାରଣ ଦର୍ଶନ ପାଇଁ ବନ୍ଦ ରହିଥିଲା। ତେବେ ଏହି ଦର୍ଶନ ସକାଳ 6ଟାରୁ ଆରମ୍ଭ ହୋଇ ଅପରାହ୍ନ 5 ଟା ପର୍ଯ୍ୟନ୍ତ ଅନୁମତି ମିଳିବ। ଏତେଦିନ ପରେ ମନ୍ଦିର ଖୋଲୁଥିବାରୁ ଭକ୍ତଙ୍କ ଭିଡ ସମ୍ଭାବନାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଦୃଢ କରାଯାଇଛି। ଭକ୍ତମାନେ ଧାଡିରେ ଯିବା ପାଇଁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି। ସେହିପରି ପୁରୁଷ ଓ ମହିଳାଙ୍କ ଧାଡି ମଧ୍ୟ ଅଲଗା କରାଯାଇଛି। ଭକ୍ତମାନ ଚଣ୍ଡିମନ୍ଦିର ପାଖରେ ରହି ମାଙ୍କୁ ଦର୍ଶନ କରିବେ। ମନ୍ଦିର ଭିତରେ ଭକ୍ତମାନେ ରହିବା ପାଇଁ ବାରଣ କରାଯାଇଛି।
ଭୁବନେଶ୍ବର, ଆସନ୍ତା ଡିସେମ୍ବର 30 ତାରିଖରୁ ଜାନୁୟାରୀ 2 ତାରିଖ ପର୍ଯ୍ୟନ୍ତ ପ୍ରବଳ ଶୀତ ହେବ। ପାଞ୍ଚୋଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଶୀତ ହେବ ବୋଲି ପାଣିପାଗ ବିଭାଗ କହିଛି। ସେହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡା, ଅନୁଗୁଳ, ସୁନ୍ଦରଗଡ, ଦେଓଗଡ, ବୌଦ୍ଧ ଏବଂ କନ୍ଧମାଳ। ଏଗୁଡିକୁ ୟେଲୋ ୱାର୍ଣ୍ଣି ଜାରୀ କରାଯାଇଛି। ପାଞ୍ଚୋଟି ଜିଲ୍ଲାରେ ପ୍ରବଳ ଶୀତର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାର ଜିଲ୍ଲାପାଳମାନେ ଏସଆରସି ସତର୍କ ରହିବା ନିର୍ଦ୍ଦେଶ ଦେଇଛନ୍ତି। କାରଣ ଏପରି ଶୀତରେ ବିଭିନ୍ନ ରୋଗ ସହିତ ପଶୁପକ୍ଷୀମାନେ ବିପଦରେ ପଡିପାରନ୍ତି ବୋଲି ସତର୍କ କରାଯାଇଛି।
ମେଷ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ। ସତସଙ୍ଗର ଲାଭ ହେବ। ତୀର୍ଥଯାତ୍ରା ଯୋଜନା କରାଯିବ। ଅନାବଶ୍ୟକ ଖର୍ଚ୍ଚ ହେବ। ସରକାରୀ ସହାୟତା ମିଳିବ। ବ୍ୟବସାୟ ବୃଦ୍ଧି ପାଇବ। ବିରୋଧୀମାନେ ସକ୍ରିୟ ରହିବେ। ପୁଂଜି ବିନିଯୋଗ ଶୁଭ ହେବ। ଆପଣଙ୍କର ନିଜସ୍ବ ବୁଦ୍ଧି ବ୍ୟବହାର କରନ୍ତୁ। ଚାକିରୀର କ୍ଷେତ୍ରରେ ପ୍ରଭାବ ବୃଦ୍ଧି ଘଟିବ। ବୃଷ- ବାଣିଜ୍ୟର ଲାଭ ଅଛି । ସାଙ୍ଗମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ଆପଣ କଠିନ ପରିଶ୍ରମର ଫଳ ପାଇବେ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ଉଚ୍ଚ ପଦାଧିକାରୀମାନେ ଖୁସି ହେବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଉତ୍ସାହ ବୃଦ୍ଧି ପାଇବ। ଆୟର ନୂତନ ମାଧ୍ୟମ ମିଳିବ। ରୋଜଗାର ସହଜ ହେବ। ଘର ବାହାରେ ସୁଖ ମିଳିବ । ମିଥୁନ- ଲାଭ ସୁଯୋଗ ଆସିବ। ଅଫିସରେ ଚାକିରିର ସୁଖ ଦେଖାଇବ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଇତ୍ୟାଦି ଅନୁକୂଳ ଲାଭ…
ନୂଆଦିଲ୍ଲୀ: ନୂଆବର୍ଷ ଆସିବାକୁ ଆଉ ମାତ୍ର ଦିନ କେଇଟା ରହିଛି। ୨୦୨୧ ବର୍ଷକୁ ନେଇ ସମସ୍ତେ ଉତ୍ସାହିତ ରହିଛନ୍ତି। ନୂଆବର୍ଷ ସମସ୍ତଙ୍କୁ ପାଇଁ ଖୁସି ଓ ସୌହାଦ୍ଦ୍ୟର ବର୍ଷ ହେଉ ବୋଲି କାମନା। ତେବେ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଉପାୟ କରିବା ଦ୍ବାରା ବର୍ଷ ସାରା ଘରେ ଧନ ଧାନ୍ୟ ପୂର୍ଣ୍ଣ ହେବା ସହିତ ସୁଖ ଶାନ୍ତିମଧ୍ୟ ବିରାଜମାନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଉପାୟଗୁଡିକସମ୍ପର୍କରେ। -ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଅଯଥା ଜଳ ନଷ୍ଟ ଅତ୍ୟନ୍ତ ଅଶୁଭ ହୋଇଥାଏ। ସେଥିପାଇଁ ଅଯଥା ଜଳ ନଷ୍ଟ କରନ୍ତୁ ନାହିଁ। ଏହାଦ୍ବାରା ଘରେ ଅଯଥା ଧନ ଖର୍ଚ୍ଚ ହୋଇଥାଏ। -ସେହିପରି ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଶାନ୍ତି ଓ ଖୁସି ପାଇଁ ଜଳର ପ୍ରବାହ ଉତ୍ତର ପୂର୍ବ ଦିଗରେ ରହିବା ଆବଶ୍ୟକ। -ଚାରା ବା ଛୋଟଗଛରେ ପ୍ରତ୍ୟକ ଦିନ ଜଳ ଦେବା ଦ୍ବାରା ଧନ ପ୍ରାପ୍ତିର ଯୋଗ ହୋଇଥାଏ। ଏହାଦ୍ବାରା ପରିବାର ମଧ୍ୟରେ…
ନୂଆଦିଲ୍ଲୀ, ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଅସୁବିଧାରେ ପକାନ୍ତି। ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।
ଭୁବନେଶ୍ବର, ସାରା ଓଡିଶାର ଶୀତରେ ଥରିବ। ଦିନେ କି ଦୁଇଦିନ ନୁହେଁ ଆସନ୍ତା ଡିସେମ୍ବର 30 ତାରିଖରୁ ଜାନୁୟାରୀ ଦୁଇ ତାରିଖ ପର୍ଯ୍ୟନ୍ତ ପ୍ରବଳ ଶୀତ ହେବ। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ତେବେ ପାଞ୍ଚୋଟି ଜିଲ୍ଲାରେ ପ୍ରବଳରୁ ପ୍ରବଳ ଶୀତ ହେବ ବୋଲି ପାଣିପାଗ ବିଭାଗ କହିଛି। ସେହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡା, ଅନୁଗୁଳ, ସୁନ୍ଦରଗଡ, ଦେଓଗଡ, ବୌଦ୍ଧ ଏବଂ କନ୍ଧମାଳ। ଏଗୁଡିକୁ ୟେଲୋ ୱାର୍ଣ୍ଣି ଜାରୀ କରାଯାଇଛି। ଏହି ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ସ୍ବତନ୍ତ୍ର ରିଲିଫ କମିଶନର ସତର୍କ କରାଇଛନ୍ତି। ପାଞ୍ଚୋଟି ଜିଲ୍ଲାରେ ପ୍ରବଳ ଶୀତର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାର ଜିଲ୍ଲାପାଳମାନେ ସତର୍କ ରହିବା ପାଇଁ କୁହାଯାଇଛି। କାରଣ ଏପରି ଶୀତରେ ବିଭିନ୍ନ ରୋଗ ସହିତ ପଶୁପକ୍ଷୀମାନେ ବିପଦରେ ପଡିପାରନ୍ତି ବୋଲି ସତର୍କ କରାଯାଇଛି।
ବ୍ରହ୍ମପୁର: ଦିନକୁ ଦିନ ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ପ୍ରତିହିଂସାପରାୟଣ, ଆକ୍ରମଣକାରୀ ମନୋଭାବ ବୃଦ୍ଧି ପାଇବାରେ ଲାଗିଛି। କିଛିଦିନ ତଳେ ଜନୈକ ଇଲୋକ୍ଟ୍ରାନିକସ୍ ମିଡ଼ିଆ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ମନରୁ ନଯାଉଣୁ ପୁଣି ୨୫ ତାରିଖରେ ଅର୍ଗସ ନୁଉଜ୍ର ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। ୨୫ ତାରିଖ ଦିନ ଅର୍ଗସ ନିଉଜର ବାଲେଶ୍ୱର ସୋର ପ୍ରତିନିଧି ସଂଜୟ କୁମାର ମହାଳିକ ଖବର ପରିବେଷଣ ପାଇଁ ବିଶେଶ୍ୱର ମନ୍ଦିର ନିକଟକୁ ଯାଇଥିଲେ। ଖବର ସଂଗ୍ରହ କରିବା ପାଇଁ ଭିଜୁଆଲ୍ ସଂଗ୍ରହ ବେଳେ ସେଠାରେ ମଦ ନିଶାରେ ଭୋଜିଭାତ କରୁଥିବା ବିଡ଼ିଓ ରଘୁନାଥ ପାଣିଗ୍ରାହୀ ଏବଂ ବିଡ଼ିଓଙ୍କ କର୍ମଚାରୀମାନେ ସାମ୍ବାଦିକଙ୍କୁ ଆକ୍ରମଣ କରି ମାଡ଼ ମାରିଥିଲେ। ସରକାରୀ ଗାଡ଼ି ଧରି ଅଫିସ୍ କାମ ଛାଡ଼ି ମଦ୍ୟପାନ କରି ଭୋଜି ଭାତରେ ମସଗୁଲ ରହିଥିଲେ ଅଧିକାରୀମାନେ। ଦୁର୍ବବ୍ୟହାର ପରେ ସାମ୍ବାଦିକଙ୍କ ତରଫରୁ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ। ଫଳରେ ବାଲେଶ୍ୱରର ସମସ୍ତ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ସେସ୍ପାଲ୍ ୱାରେଣ୍ଟ ବଳରେ ବୌଦ୍ଧ ଜିଲ୍ଲା କଣ୍ଟମାଳ ବ୍ଲକ୍ ଉମା ଗ୍ରାମର କୋପରେଟିଭ୍ ସୋସାଇଟିର ସଂପାଦକ ସନ୍ତୋଷ କୁମାର ରାଉତଙ୍କ ଘରେ ଏବଂ ଅନ୍ୟାନ୍ୟ ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା। ଆଜି ସକାଳୁ ଭିଜିଲାନସ ଅଫିସରମାନେ ଉମା ଗ୍ରାମରେ ଥିବା ଦୁଇମହଲା କୋଠା, ଉମା ଗ୍ରାମରେ ହିଁ ଅନ୍ୟସ୍ଥାନରେ ଥିବା କୋଠା ଏବଂ ତାଙ୍କ କାର୍ଯ୍ୟାଳୟରେ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ମୋଟ ସଂପତ୍ତିର ପରିମାଣ ଆକଳନ କରାଯାଇଛି। ଉମା ଗ୍ରାମରେ ଥିବା ଦୁଇମହଲା ଘର ଯାହାର ମୂଲ୍ୟ ୨୫ ଲକ୍ଷ, ଅନ୍ୟ ଏକ ଘରର ମୂଲ୍ୟ ୨୦ଲକ୍ଷ ୧୦ହଜାର, ୪ଟି ଘରବାରୀ ଏବଂ ଚାଷ ଜମି ଯାହାର ମୂଲ୍ୟ ୮୬ହଜାର ୬୮୩ ଟଙ୍କାର ସ୍ଥାବର ସଂପତ୍ତି ଏବଂ ଅସ୍ଥାବର ସଂପତ୍ତି ମଧ୍ୟରେ ଘରପ୍ରସାଧନ ସାମଗ୍ରୀ ଯାହାର ମୂଲ୍ୟ ୨ଲକ୍ଷ ୮୮ହଜାର…
ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁରର ବଡହନ୍ତୁଆଡ଼ ସେବା ସମବାୟ ସମିତି ଅଧୀନରେ ଥିବା ଧାନ ମଣ୍ଡିକୁ ଐତିହାସିକ ପଲଟନ ପଡ଼ିଆଠାରେ ଶୁଭ ଉଦଘାଟନ କରିଛନ୍ତି ସ୍ଥାନୀୟ ତହସିଲଦାର ମନ୍ମଥ କୁମାର ବେହେରା। କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଉପସ୍ଥିତ ଅତିଥି ମାନେ ବାଣପୁର ଆତ୍ମା ଅଧ୍ୟକ୍ଷ ଶୁକାନ୍ତ କୁମାର ବିଷୋୟୀ, ବାଣପୁର ଏମଆଇ ତ୍ରିଲୋଚନ ସାହୁ, କୁମାରଙ୍ଗ ସରପଞ୍ଚ ମନୋଜ କୁମାର ପ୍ରଧାନ ଓ ଗାଲୁଆ ସରପଞ୍ଚ ପ୍ରତିନିଧି ଚିତ୍ତରଞ୍ଜନ ସାମନ୍ତରାୟ ଯୋଗ ଦେଇଥିଲେ। ଏହା ସହିତ ଚାଷୀ କମିଟି ତରଫରୁ ଗୋବିନ୍ଦ ଘଡାଇ, ସ୍ୱାଧୀନ ପ୍ରଧାନ, ଶୁଭେନ୍ଦୁ ବାରିକ, ରାଜକିଶୋର କାଣ୍ଡି, ବିଜୟ କୁମାର ଦାଶ ଓ ରାଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।
କନ୍ଦର୍ପ ବେହେରା ରେଢାଖୋଲ: ଆଜି ରେଢାଖୋଲ ଓ ନାକଟିଦେଉଳ ବ୍ଲକ୍ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଥାନାରେ ଏକ ଏତଲା ଦେଇଥିବା ଜଣା ପଡିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଧାନମନ୍ତ୍ରୀଙ୍କର ଏକ ଯୋଜନା। କେନ୍ଦ୍ରସରକାର ଦେଇଥିବା ଏହି ଯୋଜନାକୁ ରାଜ୍ୟ ସରକାର ବିଜ୍ଜୁ ପକ୍କାଘର ନାମରେ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରି ଦଳୀୟ ପ୍ରଚାର କରୁଥିବା ଓ ବିଜ୍ଜୁ ପକ୍କାଘର ନାମରେ ଓଡିଶା ସରକାରଙ୍କ ଏକ ଷ୍ଟିକର ଘରେ ଲଗାଇବା ଘଟଣାକୁ ବିଜେପି ଦୃଢ ନିନ୍ଦା କରିବା ସହ ଏହାକୁ ବିରୋଧ କରିଛି। ଆଜି ରେଢାଖୋଲ ଓ ନାକଟିଦେଉଳ ବ୍ଲକ୍ ରେ ବିକ୍ଷୋଭ ସହ ବିଜ୍ଜୁ ପକ୍କାଘର ଷ୍ଟିକରକୁ ଚିରି ଦିଆଯାଇଥିଲା। ନବୀନ ପଟ୍ଟନାୟକଙ୍କ ନାମରେ ଆଇପିସି ର ୪୨୦ ଧାରା ଅନୁଯାୟୀ କେସ୍ ରୁଜୁ କରାଯାଇଥିଲା। ରେଢାଖୋଲ ବିଜେପି ସଭାପତି ରାମାନୁଜ ମହାପାତ୍ର, ଅମର କୁମାର ସିଂ, ନରେନ୍ଦ୍ର କୁମାର ମଲ୍ଲୀକ, ରାଜେନ୍ଦ୍ର ପ୍ରସାଦ ବୈଠାରୁ ସାଂସଦ ପ୍ରତିନିଧି…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଥାନା କାଦୋବାହାଳି ଗ୍ରାମରେ ଜଣେ ଯୁବକର ଠେଙ୍ଗା ମାଡରେ ୩ ଜଣ ଆହତ ହେବା ସହ ବୁର୍ଲା ଡାକ୍ତରଖାନାରେ ଚିକିସ୍ତ୍ରାଧିନ ଥିବା ବେଳେ ଅଭିଯୁକ୍ତକୁ ରେଢାଖୋଲ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା କାଦୋବାହାଳି ଗ୍ରାମରେ ଗତ ୨୬ ତାରିଖ ସଂଧ୍ୟାରେ ଗ୍ରାମର ଅମିତ୍ ମିଦ୍ଧା ନାମକ ଯୁବକ କୌଣସି କାରଣରୁ ପଡୋସୀ ଉପାସୀ ନାଏକକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଏକ ଠେଙ୍ଗାରେ ଆକ୍ରମଣ କରିଥିଲା। ଠିକ୍ ସେଇ ସମୟରେ ଉପାସୀ ନାଏକର ଶାଶୂ କୁନି ନାଏକ ଓ ଶ୍ୱଶୁର କାର୍ତ୍ତିକ ନାଏକ ନିଜର ବୋହୁର ଜୀବନ ରକ୍ଷା ପାଇଁ ଉଦ୍ୟମ କରି ନିଜେ ମଧ୍ୟ ଠେଙ୍ଗା ମାଡରୁ ବର୍ତ୍ତି ପାରି ନ ଥିଲେ। ସେମାନଙ୍କର ମୁଣ୍ଡରେ ଗଭୀର କ୍ଷତ ହୋଇଛି। ଉପାସୀ ନାଏକଙ୍କ ହାତ ଭାଙ୍ଗି ଯାଇଛି। ସେମାନଙ୍କୁ ଆମ୍ବୁଲାନସ୍ରେ ରେଢାଖୋଲ ଡାକ୍ତରଖାନାକୁ…
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ଆଜିର ଏହି ବୈଠକରେ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ସମ୍ପତ୍ତି ତାଲିକା ପ୍ରଦାନକୁ ବାଧ୍ୟତାମୂଳକ କରାଯାଇଛି । ନିର୍ବାଚିତ ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ପ୍ରଦାନ କରିବେ । ଉଭୟ ବର୍ଗଙ୍କ ପାଇଁ ବାର୍ଷିକ ସମ୍ପତ୍ତି ତାଲିକା ପ୍ରଦାନ ବାଧ୍ୟତାମୂଳକ କରାଯାଇଛି । ସରପଞ୍ଚଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମେସ୍ତ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ । ସେହିପରି ଛୋଟ କର୍ମଚାରୀଠାରୁ ମୁଖ୍ୟ ସଚିବ ଯାଏ ସମସ୍ତେ ସମ୍ପତ୍ତି ତାଲିକା ଦେବେ ସମ୍ପତ୍ତି ତାଲିକା ଲୋକେ ଦେଖିବାକୁ ପବ୍ଲିକ୍ ଡୋମେନରେ ରଖାଯିବ । ସମ୍ପତ୍ତି ତାଲିକାର ନକଲ ପ୍ରତିବର୍ଷ ଲୋକାୟୁକ୍ତଙ୍କ ପାଖକୁ ପଠାଯିବ । ସେହିପରି ଆଜି ରାଜ୍ୟ କ୍ୟାବିନେଟ୍ରେ ସଂରକ୍ଷଣ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସରକାରୀ…
ନୂଆଦିଲ୍ଲୀ : ଆଜିକୁ 33 ଦିନ ହେବ ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି । କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ୍କୁ ବିରୋଧ କରି ଦିଲ୍ଳୀ ସୀମାରେ ବିକ୍ଷୋଭ କରୁଛନ୍ତି ଚାଷୀ । ଚାଷୀଙ୍କୁ ବୁଝାଇବା ପାଇଁ କେନ୍ଦ୍ର ସରକାର ଏକାଧିକଥର ବୈଠକ କରିଥିଲେ ମଧ୍ୟ ଏଯାଏଁ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ତେବେ ଆସନ୍ତା 30 ତାରିଖରେ ଚାଷୀ ସଙ୍ଗଠନର ପ୍ରତିନିଧି ଓ ସରକାରଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ । ମଙ୍ଗଳବାର ଅର୍ଥାତ୍ ଡିସେମ୍ବର 29ରେ ଉଭୟଙ୍କ ମଧ୍ୟରେ ଆଉ ଏକ ବୈଠକ ହେବାର ଥିଲା। ମାତ୍ର ଏହିବୈଠକ 30 ତାରିଖ ଦିନ ଦିଲ୍ଲୀର ବିଜ୍ଞାନ ଭବନଠାରେ ହେବ ବୋଲି ସୂଚନା ରହିଛି ।
କଟକ : କଟକ ମହାନଗର ଅଞ୍ଚଳରେ ବି ଜିରୋ ନାଇଟ ସେଲିବ୍ରେସନ୍ ଉପରେ କଟକଣା ଜାରି କଲା ସିଏମ୍ସି। କଟକରେ ହୋଟେଲ, କ୍ଲବ, ହଲ କିମ୍ବା କୌଣସି ମଣ୍ଡପରେ ଜିରୋ ନାଇଟ୍ ସେଲିବ୍ରିସେନ ହେବ ନାହିଁ। କରୋନା କଟକଣାକୁ ଦୃଷ୍ଟିରେ ରଖି କୌଣସି ସ୍ଥାନରେ ଗହଳି ନ କରିବାକୁ ସିଏମ୍ସି ବିଜ୍ଞପ୍ତି ଜାରି କରିଛି। ପରିବାର କିମ୍ବା ନିଜ ସଂପର୍କୀୟମାନଙ୍କ ସହ ଘରେ ଜିରୋ ନାଇଟ୍ ସେଲିବ୍ରେସନ କରି ପାରିବେ। ସୂଚନାଯୋଗ୍ୟ, ଚଳିତ ଥର ରାଜଧାନୀରେ ବି ହେବ ନାହିଁ ଜିରୋ ନାଇଟ୍ ସେଲିବ୍ରେସନ୍ । ବିଏମ୍ସି ମଧ୍ୟ ଏନେଇ କଟକଣା ଜାରି କରିସାରିଛି ।
ନୂଆଦିଲ୍ଲୀ: ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଏ ଆର୍ ରହମାନଙ୍କ ମା କରିମା ବେଗମ୍ଙ୍କ ଦେହାନ୍ତ ହୋଇଛି। ଏ ଆର୍ ରହମାନ୍ ତାଙ୍କ ମା’ଙ୍କ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି। ରହମାନଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ତାଙ୍କ ମା’ଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗତ କିଛିଦିନ ହେବ ତାଙ୍କ ମା’ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ।

