Author: Samikhsya Bureau

ଭୁବନେଶ୍ବର: ରାଜ୍ୟ ସରକାର ଜାନୁୟାରୀ ମାସ ପାଇଁ ଗାଇଡ ଲାଇନ ଜାରି କରିଛନ୍ତି। ଡିସେମ୍ବର ୩୧ ତାରିଖ ଏବଂ ନୂଆ ବର୍ଷ ପାର୍ଟି ପାଇଁ ବାରଣ କରାଯାଇଛି। ଜାନୁୟାରୀ ୩୧ ତାରିଖ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ଲାଗିଛି। ଜାନୁୟାରୀ ୩୧ ତାରିଖ ଯାଏଁ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ। ସିନେମା ହଲ ଏବଂ ଯାତ୍ରା ଖୋଲିବା ନେଇ ଅନୁମତି ମିଳିଛି। କୋଭିଡ ଗାଇଡ ଲାଇନ ଅନୁସାରେ ଯାତ୍ରା ଏବଂ ସିନେମା ହଲ ଖୋଲିପାରିବ। ସେଥିପାଇଁ  ୫୦ ପ୍ରତିଶତ ଦର୍ଶକ ସିନେମା ହଲରେ ପ୍ରବେଶ କରିପାରିବେ। ସ୍ଥାନୀୟ ପ୍ରଶାସନର ଅନୁମତିରେ ଯାତ୍ରା ବା ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିପାରିବ। ସର୍ବାଧିକ ୨ ଶହ ଲୋକଙ୍କୁ ନେଇ ଧାର୍ମିକ କାର୍ଯ୍ୟକ୍ରମ ଏବଂ ସାମାଜିକ କାର୍ଯ୍ୟକ୍ରମ ଚାଲିପାରିବ। ବିବାହ ଉତ୍ସବ ପାଇଁ ୨୦୦ ଲୋକ ଏବଂ ମୃତ କାର୍ଯ୍ୟରେ ୧୦୦ ଲୋକଙ୍କ ପାଇଁ ଅନୁମତି ମିଳିଛି। ଏହା ସହିତ କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ…

Read More

ଭୁବନେଶ୍ୱର: ଦୁଇ ଦିନିଆ ୬ଷ୍ଠ ଆଇଇଇଇ ଇନ୍‌ଟର୍‌ନ୍ୟାସ୍‌ନାଲ୍ ୱିମେନ୍ ଇନ୍ ଇଞ୍ଜିନିୟରିଂ (ଡବ୍ଲୁଆଇଇ) କର୍ମଶାଳା (ୱିକନ୍‌ଇସିଇ) ରବିବାର ଶେଷ ହୋଇଥିବା ବେଳେ ଏହି କର୍ମଶାଳାରେ ବିଭିନ୍ନ ଦେଶର ବିଶିଷ୍ଟ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ) ହେଉଛି ବିଶ୍ୱର ବୃହତମ ବୈଷୟିକ ବୃତିଗତ ଅନୁଷ୍ଠାନ ଯାହାକି ମଣିଷ ସମାଜର ଉନ୍ନତି ନିମନ୍ତେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରଦାନ କରିବା ନେଇ ଉତ୍ସର୍ଗୀକୃତ। ତେବେ ଡବ୍ଲୁଆଇଇ ବିଶ୍ୱବ୍ୟାପୀ ମହିଳା ଇଞ୍ଜିନିୟର ମାନଙ୍କର ସହଭାଗିତା ନେଇ କାର୍ଯ୍ୟ କରୁଛି। ଏହି ସମ୍ମିଳନୀ ଆଇଇଇଇ ବାଂଲାଦେଶ ଶାଖା, ଆଇଇଇଇ କୋଲ୍‌କାତା ଶାଖା ଏବଂ ଆଇଇଇଇ ଭୁବନେଶ୍ୱର ଉପଶାଖାର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଥିବା ବେଳେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଏବଂ କମ୍ପ୍ୟୁଟର୍ ସାଇନ୍ସ କ୍ଷେତ୍ରର ଆଗଧାଡିର ଶିକ୍ଷା ଗବେଷକ ଏବଂ ସ୍କଲାରମାନଙ୍କୁ ଏକାଠି କରିବାର ଲକ୍ଷ୍ୟ ରଖାଯାଇଥିଲା ବୋଲି ସୂଚନା ଦେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍…

Read More

ନୂଆଦିଲ୍ଲୀ: ବିଜେପିରେ ସାମିଲ୍ ହୋଇ କିଛି ଘଣ୍ଟା ପରେ ପୁଣି ବିଦା ହେଲେ କପିଲ ଗୁର୍ଜର। କପିଲ ଗୁର୍ଜର ଶାହୀନ ବାଗରେ ଚାଲିଥିବା ସିଏଏ ବିରୋଧ ଆନ୍ଦୋଳନ ସମୟରେ ଫାଇରିଂ କରି ଗିରଫ ହୋଇଥିଲେ। ଗିରଫ ପରେ ସେ ଜାମିନରେ ଆସିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ଆଜି କପିଲ ଗୁର୍ଜର ଗାଜିଆବାଦ ଅଫିସକୁ ଯାଇ ବିଜେପିରେ ସାମିଲ୍ ହୋଇଥିଲେ। ହେଲେ ବିଜେପିର ବରିଷ୍ଠ ନେତାମାନେ ଏହାକୁ ନେଇ ଗୁର୍ଜରକୁ ବିରୋଧ କରିବା ସହ ଦଳରୁ ବିଦା ହେବା ଦରକାର ବୋଲି ଦାବି କରିଥିଲେ। ତେଣୁ ତାଙ୍କୁ ଦଳରୁ ବିଦା କରାଯାଇଥିବା ସୂଚନା ରହିଛି। ତେବେ ଭୁଲ ବଶତଃ କପିଲ ଗୁର୍ଜର ବିଜେପିରେ ସାମିଲ ହେବା ନେଇ ବିଜେପି କାର୍ଯ୍ଯାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ସକ୍ରିୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୬୧୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୨୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୯୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୬୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୩୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଗୁରଗାଓଁ: ହରିୟାଣାର ସ୍ୱାସ୍ଥ୍ୟ ଓ ଗୃହମନ୍ତ୍ରୀ ଅନିଲ ଭିଜ୍‌ ବୁଧବାର ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଗୁରଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି ବୋଲି ନିଜେ ଟୁଇଟ୍‌ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ତେବେ ସେ ଘରେ ଅକ୍ସିଜେନ୍‌ ସପେର୍ଟରେ ରହିବେ । https://twitter.com/anilvijminister/status/1344191963646599168?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1344191963646599168%7Ctwgr%5Eshare_1%7Ctwcon%5Es1_&ref_url=https%3A%2F%2Fwww.abplive.com%2Fnews%2Findia%2Fharyana-home-minister-anil-vij-was-discharged-from-hospital-hospitalized-after-being-infected-with-corona-1701382 ଭାରତରେ ବାୟୋଟେକ୍‌ କୋଭିଡ୍‌ -19ର ସମ୍ଭାବିତ ଟିକର କ୍ଲିନିକାଲ ଟ୍ରାଏଲ୍‌ରେ ଭାଗ ନେଇଥିଲେ ଅନିଲ୍‌ ଭିଜ୍‌ । ଏହାପରେ ସେ କରୋନାରେ ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କୁ ପିଜିଆଇଏମଏସ୍‌ରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡିସେମ୍ବର 15 ତାରିଖରେ ତାଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଇସିୟୁରୁ ବାହାରି ଏବେ ତାଙ୍କ ଅବସ୍ଥା ଟିକେ ସ୍ବାଭାବିକ ହେବାରୁ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି ।

Read More

ମୁମ୍ବାଇ : କରୋନା ଭାରତୀୟ ଜନ ଜୀବନରେ ବେଶ୍‌ ପ୍ରଭାବ ପକାଇଛି । ବିଶେଷ ଭାବରେ ଭକ୍ତଙ୍କ ଆସ୍ଥାରେ ବିରାଟ ପାଚେରୀ ପରି ଠିଆ ହୋଇଛି କରୋନା । ଦୀର୍ଘ ସାତ/ ଆଠ ମାସ ଧରି ଲୋକେ ମନ୍ଦିର ତଥା ଧର୍ମାନୁଷ୍ଠାନକୁ ଯାଇପାରିନଥିବାବେଳେ ଅନଲକ୍‌ ପର୍ଯ୍ୟାୟରେ ଭାରତର ସମସ୍ତ ଧର୍ମାନୁଷ୍ଠାନ ପର୍ଯ୍ୟାକ୍ରମେ ଖୋଲିଛି । ମନ୍ଦିର ତଥା ଧର୍ମାନୁଷ୍ଠାନ ଖୋଲାଯାଇଛି ସତ କିନ୍ତୁ  ଏବେବି ଭକ୍ତ ଓ ଭଗବାନଙ୍କ ପାଇଁ କଟକଣା ରଖାଯାଇଛି । କରୋନାକୁ ଦୃଷ୍ଟିରେ ରଖି ଅଳ୍ପ ସଂଖ୍ୟକ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳୁଛି । ତେବେ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିର କରୋନା ସମୟରେ ଦର୍ଶନକୁ ନେଇ ଏକ ଅଭିନବ ଉପାୟ ବାହାର କରିଛି ।  ଏଠାରେ ନୂତନ ବର୍ଷ ଅର୍ଥାତ୍‌ ଜାନୁଆରୀ 1 ତାରିଖରୁ 800 ଶ୍ରଦ୍ଧାଳୁଙ୍କୁ ଅନଲାଇନ୍‌ ବୁକିଂ ଜରିଆରେ ଦର୍ଶନ ଦିଆଯିବ । ଏହି ଦର୍ଶନ ପାଇଁ ଅନ୍‌ଲାଇନ୍‌ ବୁକିଂ କରିବାକୁ…

Read More

ନୂଆଦିଲ୍ଲୀ : ଦିଲ୍ଲୀର ଶାହିନ୍‌ ବାଗ୍‌ଠାରେ ସିଏଏବିରୋଧୀ ଆନ୍ଦୋଳନରେ ଗୁଳି କରି ଚର୍ଚ୍ଚାକୁ ଆସିଥିବା କପିଲ୍‌ ଗୁର୍ଜର ଓରଫ୍‌ କପିଲ୍‌ ବୈସଲା ବିଜେପିରେ ଯୋଗଦାନ କରିଛନ୍ତି । ଗାଜିଆବାଦ ବିଜେପି ସଙ୍ଗଠନରେ ଜଡିତ ଥିବା ପଦାଧିକାରୀ ଆଜି କପିଲ୍‌ଙ୍କୁ ବିଜେପିର ସଦସ୍ୟତା ଦେଇଛନ୍ତି । ବିଜେପି ହିନ୍ଦୁତ୍ବ ପାଇଁ କାର୍ଯ୍ୟ କରୁଛି, ଏଥିପାଇଁ ସେ ଏହି ଦଳରେ ଯୋଗଦାନ କରିଛନ୍ତି ବୋଲି କହିଛନ୍ତି କପିଲ୍‌ । ଚଳିତ ବର୍ଷର ପ୍ରାରମ୍ଭରେ ଯେତେବେଳେ ଦିଲ୍ଲୀର ଶାହିନ୍‌ ବାଗଠାରେ ସିଏଏ ଓ ଏନ୍‌ଆରସିକୁ ନେଇ ଆନ୍ଦୋଳନ ଚାଲିଥିବା ସମୟରେ ଗୁଳିକାଣ୍ଡ ଘଟିଥିଲା ।  ଏହି ଗୁଳିକାଣ୍ଡରେ କପିଲ୍‌ ଗୁର୍ଜରକୁ ପୋଲିସ୍‌ ଗିରଫ କରିଥିଲା । ପୂର୍ବ ଦିଲ୍ଲୀର ଦଲ୍ଲପୁରା ଅଞ୍ଚଳର କପିଲ୍‌ ଫେବୃଆରୀ 1 ତାରିଖରେ ସିଏଏ ପ୍ରଦର୍ଶନକାରୀଙ୍କୁ ଚେତାବନୀ ଦେଇ ତିନିଥର ହାଓ୍ବାରେ ଗୁଳି ଚଳାଇଥିଲେ । ଗୁଳି ଚଳାଇବା ସହ ସାମ୍ପ୍ରଦାୟିକ ନାରା ବି ଲଗାଇଥିଲେ କପିଲ୍‌ ।

Read More

ନୂଆଦିଲ୍ଲୀ: ଜଳ ହିଁ ଜୀବନ। ଜଣେ ଜୀବିତ ବ୍ୟକ୍ତି ଜଳ ବିନା ବଞ୍ଚିପାରିବ ନାହିଁ। କିନ୍ତୁ ଅତ୍ୟଧିକ ଜଳ କେତେ କ୍ଷତିକାରକ ତାହାର ଏକ ପ୍ରମାଣ ଦେଖିବାକୁ ମିଳିଛି। ଇଂଲଣ୍ଡର ଜଣେ ବ୍ୟକ୍ତି ଅତ୍ୟଧିକ ଜଳ ପିଇବା କାରଣରୁ ଗୁରୁତର ଅବସ୍ଥାରେ ପହଞ୍ଚିଛନ୍ତି। ୩୪ ବର୍ଷୀୟ ଯୁବକ ଜଣକ ହେଉଛନ୍ତି ଲ୍ୟୁକ୍‌। ସେ ଇଂଲଣ୍ଡର ବ୍ରିଷ୍ଟଲ ସହରରେ ନିଜ ପରିବାର ସହିତ ରୁହନ୍ତି। ବ୍ରିଟେନ୍‌ରେ ପ୍ରଥମ ଲକ୍‌ଡାଉନ୍‌ ସମୟରେ ସେ ନିଜକୁ କରୋନା ସଂକ୍ରମିତ ଭାବିଥିଲେ। ଏହା ପରେ ସେ ପାଣି ପିଇବାର ମାତ୍ରା ବଢାଇ ଦେଇଥିଲେ।  ସେ ପିଉଥିବା ପାଣିର ମାତ୍ରାକୁ ଦୁଇଗୁଣ କରିଦେଇଥିଲେ। ସାଧାରଣ ମଣିଷ ଦିନରେ ଗୋଟିଏ ରୁ ଦୁଇ ଲିଟିର ପାଣି ପିଇବାକୁ ଉପଦେଶ ଦିଆଯାଇଛି। କିନ୍ତୁ ଲ୍ୟୁକ୍‌ ପାଣିର ମାତ୍ରା ବଢାଇ ୪ ରୁ ୫ ଲିଟର କରିଦେଇଥିଲେ। ଲ୍ୟୁକ୍‌ ଦୈନିକ ୪ ରୁ ୫ ଲିଟର ପାଣି ପିଉଥିଲେ। ଅଧିକ ପାଣି ପିଇବା…

Read More

ଭୁବନେଶ୍ବର : ପାରାଦୀପ ବନ୍ଦରକୁ ବିଶ୍ବସ୍ତରୀୟ କରିବାକୁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର କ୍ୟାବିନେଟ୍‌ରେ ପାରାଦୀପ ବନ୍ଦର ନେଇ ବଡ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ନେଇ ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟ ସୂଚନା ଦେଇଛନ୍ତି ।ପାରାଦୀପ ବନ୍ଦରରେ ନିର୍ମାଣ ହେବ ଓ୍ବେଷ୍ଟର୍ଣ୍ଣ ଡକ୍‌ । ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ବସ୍ତରୀୟ ପାଇଁ 3 ହଜାର କୋଟି ଖର୍ଚ୍ଚ ହେବା ନେଇ ସୂଚନା ରହିଛି।

Read More

ଭୁବନେଶ୍ୱର: 6ଜଣ ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଦୁର୍ନୀତି ଓ ଅପାରଗତା ପାଇଁ ଏହି 6 ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ସୂଚନା ମିଳିଛି। ଏହି 6 ଜଣ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଚାରିଜଣ ଇଞ୍ଜିନିଅର ରହିଥିବାବେଳେ 2 ଜଣ ଅବକାରୀ ବିଭାଗର ଅଧିକାରୀ ରହିଛନ୍ତି । 6 ଜଣ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି – କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ଉପନିର୍ବାହୀ ଯନ୍ତ୍ରୀ ଅଜିତ ଦେବତା,  କଟକ ଆରଏଣ୍ଡବି କ୍ୱାଲିଟି କଣ୍ଟ୍ରୋଲ ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର ଦଳାଇ, କରଞ୍ଜିଆ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ବିଜୟ ପରିଡ଼ା, ଭୁବନେଶ୍ୱର ଆରଏଣ୍ଡବି ସହକାରୀ ଯନ୍ତ୍ରୀ ଗଣେଶ୍ୱର ସେଠୀ, ସମ୍ବଲପୁର ଓଡ଼ିଶା ପାନୀୟ ନିଗମ ବିଏମ ଜୟଦୀପ ପଟ୍ଟନାୟକ, ସୁନ୍ଦରଗଡ଼ ଅବକାରୀ ନୀରିକ୍ଷକ ରିହାଜ ଅହମ୍ମଦ ବେଗ ।

Read More

ଭୁବନେଶ୍ୱର : ଜାନୁଆରୀରେ 75 ପ୍ରତିଶତରେ ଟ୍ୱିନ ସିଟିରେ ଅଫିସ୍‌ ଚାଲିବ । କେଉଁମାନେ ଅଫିସ୍ ଆସିବେ ସେ ବିଷୟରେ ବିଭାଗୀୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ  ବୋଲି ସୂଚନା ରହିଛି । ସରକାରୀ ଅଫିସ୍‌ରେ ନୂଆବର୍ଷ କଟକଣା ଜାରି କରାଯାଇଛି । ସାଧାରଣ ପ୍ରଶାସନ ବା ଜିଏ ବିଭାଗ ପକ୍ଷରୁ ଏହି କଟକଣା ଜାରି କରାଯାଇଛି। ସେହିପରି ଅଫିସ୍‌ରେ ସାମାଜିକ ଦୂରତ୍ବ ଓ ଭର୍ଚୁଆଲ ଅଭିନନ୍ଦନ ଜଣାଇବା ପାଇଁ କୁହାଯାଇଛି । ଏହାଛଡ଼ା ରାଜ୍ୟର ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟ ଶନିବାର ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Read More

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା କରୋନା ଟିକାକୁ ବି୍ରଟେନ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ୟୁକେ ସରକାର ଦ୍ୱାରା ଦ୍ୱିତୀୟ କରୋନା ଟିକାକୁ ଅନୁମତି ପ୍ରଦାନ କରାଯାଇଛି । ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା କରୋନା ଟିକାକୁ ଅନୁମତି ନେଇ ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ମଞ୍ଜୁରୀ ପରେ ବ୍ରିଟେନ 10 କୋଟି ଡୋଜ ଅକ୍ସଫୋର୍ଡ ଟିକା ମଗାଇଥିବା ଜଣାଯାଇଛି । ବ୍ରିଟେନର ଅନୁମତି ପରେ ଭାରତରେ ଅକ୍ସଫୋର୍ଡ ଟିକା ଆଶା ବଢିଛି ।

Read More

ମୁମ୍ବାଇ : ଦେଶରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଚିନ୍ତା ବଢିଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଲକ୍‌ଡାଉନ୍‌ର ଅବଧିକୁ ଜାନୁଆରୀ 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସେହିପରି ନୂଆ ବର୍ଷ ଥିବାରୁ ଘର ବାହାରେ ପାଳନ ନ କରି ଘରେ ରହି ପାଳନ କରିବାକୁ ସରକାର ଅପିଲ୍‌ କରିଛନ୍ତି । ସରକାରଙ୍କ ପକ୍ଷରୁ ଏନେଇ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି।  ଜାରି ହୋଇଥିବା ଏହି ମାର୍ଗଦର୍ଶିକାରେ ନୂଆ ବର୍ଷର ସ୍ବାଗତ ପାଇଁ ମରିନ୍‌ ଡ୍ରାଇଭ୍‌, ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆ, ଜୁହୁଠାରେ ଗହଳି ନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଦଶ ବର୍ଷରୁ ସାନ ପିଲା ଓ 60ବର୍ଷରୁ ଅଧିକ ବୟସ୍କଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସାର୍ବଜନିକ ସ୍ଥାନରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର୍‌କୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ନୂଆବର୍ଷ ଦିନ ହୋଟେଲ୍‌, ରେଷ୍ଟୁରାଣ୍ଟ,…

Read More

ରମେଶ ମହାନ୍ତି ଜଗତସିଂହପୁର: ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପକୁ ଜଗତସିଂହପୁର ବିଜୁ ଯୁବ ଜନତା ଦଳ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକଠାରେ ଏକତ୍ରିତ ହୋଇ ସ୍ୱାଗତ କରାଯାଇଛି। ଜଗତସିଂହପୁର ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ସୌମ୍ୟଜିତ ମହାପାତ୍ରଙ୍କ ନେତୃତ୍ୱରେ ଯୁବ ସଂଗଠକ ମାନେ ଏକତ୍ରିତ ହୋଇ ପ୍ରଥମେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସରକାରୀ ହାଇସ୍କୁଲର ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସ୍ଥାନ ସଂରକ୍ଷଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ କ୍ୟାବିନେଟରେ ମଂଜୁର କରିଛନ୍ତି ବୋଲି କହିଥିଲେ। ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ଉପସଭାପତି ଗୌରପ୍ରସାଦ ମହାନ୍ତି, ସଂପାଦକ ପ୍ରମୁଖ ରାଉତ, ସରୋଜ ବିଶ୍ୱାଳ, ଆଇଟି ସଂଯୋଜକ ରତିରଂଜନ ବେହେରା, ବିଜୟ ରାଉତ, ବ୍ଲକ୍ ଯୁବ ସଭାପତି ସମ୍ବିତ ମହାନ୍ତି, ଉପସଭାପତି ସୁଧିର ସ୍ୱାଇଁ, ମ୍ୟୁନିସିପାଲିଟି ଯୁବ ସଭାପତି…

Read More

ଚେନ୍ନାଇ : ସାଉଥ ସୁପରଷ୍ଟାର ରାମଚରଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଆଉ ଜଣେ ଅଭିନେତା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅଭିନେତା ବରୁଣ ତେଜ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ନିଜେ ବରୁଣ । ସେ ସୋସିଆଲ ମିଡିଆରେ ସୂଚନା ଦେଇ କହିଛନ୍ତି ଯେ, କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ କୋଭିଡ୍ ପରୀକ୍ଷା କରାଇଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ବରୁଣ୍‌ ଏବେ ଆଇସୋଲେସନ୍‌ରେ ଅଛନ୍ତି । ସୂଚନାଯୋଗ୍ୟ, ବରୁଣ ତେଜ ରାମଚରଣଙ୍କ ସଙ୍ଗେ ଖ୍ରୀଷ୍ଟମାସ ପାର୍ଟିରେ ସାମିଲ୍‌ ହୋଇଥିଲେ ।

Read More

ନୂଆଦିଲ୍ଲୀ : ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଠାବ ହେବା ପରେ ଏହାକୁ ନେଇ ଅଧିକ ସତର୍କତା ସୃଷ୍ଟି କରାଯାଉଛି। ଏହା ପୂର୍ବ କରୋନା ଭାଇରସ ତୁଳନାରେ ଅଧିକ ବେଗରେ ସଂକ୍ରମିତ କରୁଥିବାରୁ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଭାରତରେ ମଧ୍ୟ ଏହି ନୂଆ ଷ୍ଟ୍ରେନ ଠାବ ହେଲାଣି। ଏପର୍ଯ୍ୟନ୍ତ ଭାରତରେ 20 ବ୍ରିଟେନ୍‌ ଫେରନ୍ତାଙ୍କଠାର ନୂଆ ଷ୍ଟ୍ରେନ୍‌ ଠାବ ହୋଇଛି । କରୋନାର ନୂଆଷ୍ଟ୍ରେନ୍‌କୁ ଦୃଷ୍ଟିରେ ରଖି ଭାରତ ସରକାର ବ୍ରିଟେନ ସହ ବିମାନ ସେବାକୁ ବନ୍ଦ କରିଛନ୍ତି । ପୂର୍ବରୁ ଡିସେମ୍ବର 31 ଯାଏ ବ୍ରିଟେନକୁ ବିମାନ ସେବା ବନ୍ଦ କରିଥିବା ଭାରତ ସରକାର ଏବେ ଏହାକୁ ଜାନୁଆରୀ 7 ଯାଏ ବୃଦ୍ଧି କରିଛନ୍ତି।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୩୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୭୪ ଜଣ ଚିହ୍ନଟ ହୋଇଥିବାବେଳେ ୧୩୧ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୯ହଜାର ୩୦୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୪ହଜାର ୭୭୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ହଜାର ୬୦୭ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୬୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୮ ଟି ଜିଲ୍ଲାରୁ ମୋଟ୍‌ ୩୦୫ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲା ଏବଂ ସମ୍ବଲପୁର ଜିଲ୍ଲାରୁ ୨୮ଜଣ ଲେଖାଏଁ ଚିହ୍ନଟ…

Read More

ଝାରଖଣ୍ଡ : ଆମେ ପରିବା ଓ ଫଳ ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ପରିବା ଓ ଫଳରୁ ଇଲେକ୍ଟ୍ରିକ୍‌ ଶକ୍ତି ପାଇପାରିବେ  କିମ୍ବା ବିଦ୍ୟୁତ୍‌ ବଲବ୍‌ ଜଳାଇପାରିବେ । ଝାରଖଣ୍ଡ ଚକ୍ରଧରପୁରରେ ରହୁଥିବା ଜଣେ ଯୁବକ ଏଭଳି ଏକ ଆଶ୍ଚର୍ଯ୍ୟଜନକ କାମ କରି ଦେଖାଇଛନ୍ତି । ଏହି ଯୁବକଙ୍କ ନାମ ହେଉଛି ରୋବିନ୍‌ ଶାହନୀ । ରୋବନୀ ଗାଜର, କଞ୍ଚାଲଙ୍କା, ପିଜୁଳି ଆଦି ପରିବା ଓ ଫଳରୁ ବିଜୁଳି ଉତ୍ପାଦନ କରିପାରୁଛନ୍ତି । ରସାୟନ ଓ ଭୌତିକ ବିଜ୍ଞାନର ମିଶ୍ରଣରେ ରୋବିନ୍‌ ପରିବା ଓ ଫଳରୁ ବିଜୁଳି ଉତ୍ପାଦନ କରୁଥିବାର ଦାବି କରିଛନ୍ତି ।  ରୋବିନ୍‌ଙ୍କର ଏହି କାର୍ଯ୍ୟକୁ ଦେଖିବା ପାଇଁ ଦୂର ଦୂରରୁ ଲୋକେ ଆସୁଛନ୍ତି । ରୋବିନ୍‌ କହିଛନ୍ତି ଯେ, ପରବା ଓ ଫଳରେ ମଧ୍ୟ ବ୍ୟାଟେରୀ ପରି ରସାୟନ ଗୁଣ ମହଜୁଦ୍‌ ରହିଛି ବୋଲି କହିଛନ୍ତି ରୋବିନ୍‌ ।…

Read More

ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଦାଇଁଲୋ ପଞ୍ଚାୟତର ଦାମୋଦରପୁର ପାଟଣା ଖେଳ ପଡିଆରେ ଏସ୍.ଏସ୍ ବ୍ରଦର୍ସ ଆସୋସିଏସନ ଆନୁକୂଲ୍ୟରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ୮ଗୋଟି ଦଳ ମଧ୍ୟରେ ଖେଳାଯାଇଥିଲା। ଫାଇନାଲରେ ତିର୍ତ୍ତୋଲ ମା ଶାରଳା କ୍ରିକେଟ୍ ଟିମ୍ କୁ ନାହାଙ୍ଗୁରି ଏମ୍.ବି.ସି.ସି କ୍ରିକେଟ୍ ଟିମ୍ ୭୭ରନରେ ପରାସ୍ତ କରି ଚାମ୍ପିଅନ୍ ହୋଇଥିଲା। ପ୍ରଥମେ ନାହାଙ୍ଗୁରି ଏମ୍.ବି, ସି.ସି ଟିମ୍ ଟଚ୍ ଜିତି ୧୫ ଓଭର ଖେଳି ୬ଟି ୱିକେଟ୍ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା। ସେହିପରି ତିର୍ତ୍ତୋଲ ମା’ ଶାରଳା କ୍ରିକେଟ୍ ଟିମ୍ ୧୫ ଓଭର୍ ଖେଳ ମଧ୍ୟରେ ୯ୱିକେଟ ହରାଇ ୮୫ ରନ୍ ସଂଗ୍ରହ କରିଥିଲା। ଉଦଯାପନୀ ଉତ୍ସବରେ ଅତିଥି ମାନଙ୍କ ମଧ୍ୟରେ ତିର୍ତ୍ତୋଲ ୨ନଂ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ପ୍ରବୀର କୁମାର ରାୟ, ୧ନଂ ଜୋନ୍ ର ଜିଲ୍ଲା…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ତଥା ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିର ଆସନ୍ତା ରବିବାରଠାରୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବା ନେଇ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀରେ ସମସ୍ତଙ୍କ ଉପସ୍ଥିତିରେ ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା କୁହାଯାଇଛି। ଭକ୍ତମାନେ ଦର୍ଶନ ନିମନ୍ତେ ଯିବାବେଳେ ମାସ୍କ ପରିଧାନ ସହିତ ସାମାଜିକ ଦୂରତ୍ୱ ଓ ସାନିଟାଇଜେସନ ଉପରେ ଅଧିକ ସତର୍କତା ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଲା ରହିଥିବା ଅନ୍ୟ ସମସ୍ତ ମନ୍ଦିରଗୁଡ଼ିକ ମଧ୍ୟ ସ୍ଥାନୀୟ ତହସିଲ୍‌ଦାର, ମନ୍ଦିର କମିଟି ଓ ସେବାୟତଙ୍କ ସହ ଆଲୋଚନା କରି ଖୋଲାଯିବ। ମନ୍ଦିର ଗର୍ଭଗୃହ ଗୁଡ଼ିକରେ ବାୟୁ ଚଳାଚଳ ହୋଇନଥାଏ ତେଣୁ ଜନଗହଳି ହେଲେ ସଂକ୍ରମଣ ଆଶା ରହିବ। ଏଣୁ ପୂଜକ ଓ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ କୋଭିଡ଼-୧୯ ସତର୍କତା ଜରୁରୀ ବୋଲି ଜିଲ୍ଲାପାଳ କହିଥିଲେ। ମା’…

Read More

ଢେଙ୍କାନାଳ : ଢେଙ୍କାନାଳ ଜେଲ୍‌ର ବିଚାରାଧୀନ କଏଦୀର ମୃତ୍ୟୁ ହୋଇଛି । ଢେଙ୍କାନାଳ ଜିଲ୍ଲା ମୁଖ୍ୟ କାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ ହେଉଛନ୍ତି ବ୍ରହ୍ମା ଦେହୁରୀ । କାଲି ଅସୁସ୍ଥ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଆଜି ତାଙ୍କର ମୃତ୍ୟୁ ହୋଇଛି । ହତ୍ୟା ମାମଲାରେ 2013ରୁ ଜିଲ୍ଲା କାରାଗାରରେ ଥିଲେ ବ୍ରହ୍ମାନନ୍ଦ । ତେବେ କଏଦୀ ଜଣକର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି ।

Read More