ଅଧିକ ପାଣି ପିଇବା ପଡିଲା ମହାଙ୍ଗା: ଆଇସିୟୁରେ ଭର୍ତ୍ତି ହେଲେ ଯୁବକ

Published: Dec 30, 2020, 5:11 pm IST

ନୂଆଦିଲ୍ଲୀ: ଜଳ ହିଁ ଜୀବନ। ଜଣେ ଜୀବିତ ବ୍ୟକ୍ତି ଜଳ ବିନା ବଞ୍ଚିପାରିବ ନାହିଁ। କିନ୍ତୁ ଅତ୍ୟଧିକ ଜଳ କେତେ କ୍ଷତିକାରକ ତାହାର ଏକ ପ୍ରମାଣ ଦେଖିବାକୁ ମିଳିଛି। ଇଂଲଣ୍ଡର ଜଣେ ବ୍ୟକ୍ତି ଅତ୍ୟଧିକ ଜଳ ପିଇବା କାରଣରୁ ଗୁରୁତର ଅବସ୍ଥାରେ ପହଞ୍ଚିଛନ୍ତି।

୩୪ ବର୍ଷୀୟ ଯୁବକ ଜଣକ ହେଉଛନ୍ତି ଲ୍ୟୁକ୍‌। ସେ ଇଂଲଣ୍ଡର ବ୍ରିଷ୍ଟଲ ସହରରେ ନିଜ ପରିବାର ସହିତ ରୁହନ୍ତି। ବ୍ରିଟେନ୍‌ରେ ପ୍ରଥମ ଲକ୍‌ଡାଉନ୍‌ ସମୟରେ ସେ ନିଜକୁ କରୋନା ସଂକ୍ରମିତ ଭାବିଥିଲେ। ଏହା ପରେ ସେ ପାଣି ପିଇବାର ମାତ୍ରା ବଢାଇ ଦେଇଥିଲେ।  ସେ ପିଉଥିବା ପାଣିର ମାତ୍ରାକୁ ଦୁଇଗୁଣ କରିଦେଇଥିଲେ। ସାଧାରଣ ମଣିଷ ଦିନରେ ଗୋଟିଏ ରୁ ଦୁଇ ଲିଟିର ପାଣି ପିଇବାକୁ ଉପଦେଶ ଦିଆଯାଇଛି। କିନ୍ତୁ ଲ୍ୟୁକ୍‌ ପାଣିର ମାତ୍ରା ବଢାଇ ୪ ରୁ ୫ ଲିଟର କରିଦେଇଥିଲେ। ଲ୍ୟୁକ୍‌ ଦୈନିକ ୪ ରୁ ୫ ଲିଟର ପାଣି ପିଉଥିଲେ। ଅଧିକ ପାଣି ପିଇବା ଦ୍ବାରା ଶରୀରରେ ସୋଡିୟମର ସ୍ତର କମ୍‌ ହୋଇଯାଇଥାଏ। ଏହି କାରଣରୁ ଲ୍ୟୁକ୍‌ ହଠାତ୍‌ ଟଳିପଡିଥିଲେ। ଲକ୍‌ଡାଉନ୍‌ ସମୟରେ କାହାର ସାହାଯ୍ୟ ପାଇପାରିନଥିଲେ ଲ୍ୟୁକ୍‌। ୪୫ ମିନିଟ୍‌ ପରେ ଆମ୍ବୁଲାନ୍ସ ଯୋଗେ ଲ୍ୟୁକ୍‌ ହସ୍ପିଟାଲ ଯାଇଥିଲେ। ଏହା ପରେ ଡାକ୍ତର ଚେକଅପ୍‌ କରି ଅତ୍ୟଧିକ ପାଣି ପିଇବା ଦ୍ବାରା ତାଙ୍କ ଅବସ୍ଥା ଏପରି ହୋଇଥିବାର କହିଥିଲେ। ଏହା ପରେ ତାଙ୍କୁ ଦୁଇରୁ ତିନି ଧରି ଆଇସିୟୁରେ ରଖାଯାଇଥିଲା। ଏହାପରେ ସେ ଭେଣ୍ଟିଲେଟରରେ କିଛି ଦିନ ରହିଥିଲେ। ଏବେ ସେ ସୁସ୍ଥ ରହିଛନ୍ତି।

Related posts