Categories
ଆଜିର ଖବର ଜାତୀୟ ଖବର

ବେଙ୍ଗାଲୁରୁରେ ପାନୀୟ ଜଳର ଘୋର ଅଭାବ, ପିଇବା ପାଣି ନଷ୍ଟ କଲେ ୫ ହଜାର ଜରିମାନା

ବେଙ୍ଗାଲୁରୁ: ବର୍ତ୍ତମାନ ବେଙ୍ଗାଲୁରୁରେ ପାନୀୟ ଜଳର ଅଭାବ ଦେଖାଦେଇଛି। ଏଭଳି ପରିସ୍ଥିତିରେ ବେଙ୍ଗାଲୁରୁରେ ପାନୀୟ ଜଳ ନଷ୍ଟ କରିବାରେ ଜରିମାନା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ବେଙ୍ଗାଲୁରୁ ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ ଦ୍ୱାରା ଜଳର ନ୍ୟାୟପୂର୍ଣ୍ଣ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନର ଜଳ ସଙ୍କଟକୁ ଦୃଷ୍ଟିରେ ରଖି ବୋର୍ଡ ଲୋକଙ୍କୁ ପାନୀୟ ଜଳର ଅର୍ଥନୈତିକ ବ୍ୟବହାର କରିବାକୁ ପରାମର୍ଶ ଦେଇଛି। ଗାଡି ଧୋଇବା, ନିର୍ମାଣ କାର୍ଯ୍ୟ ଏବଂ ମନୋରଞ୍ଜନ ଉଦ୍ଦେଶ୍ୟରେ ଏବଂ ସିନେମା ହଲ ଏବଂ ମଲରେ ପାନୀୟ ଜଳ ବ୍ୟବହାର ନକରିବାକୁ ସହରର ବାସିନ୍ଦାଙ୍କୁ ଅନୁରୋଧ କରାଯାଇଛି।

ବୋର୍ଡ ନିଷ୍ପତ୍ତି ନେଇଛି ଯେ, ଯଦି କେହି ପାନୀୟ ଜଳ ନଷ୍ଟ କରୁଛନ୍ତି, ତେବେ ତାଙ୍କ ଉପରେ ୫ ହଜାର ଟଙ୍କା ଜୋରିମାନା ଲାଗୁ କରାଯିବ। ଏଥିସହ ପ୍ରତ୍ୟେକ ଥର ଏହି ଭୁଲ ପୁନରାବୃତ୍ତି ହେଲେ ୫୦୦ ଟଙ୍କା ଅତିରିକ୍ତ ଜୋରିମାନା ଲାଗୁ କରାଯିବ। ୧.୩ କୋଟି ଜନସଂଖ୍ୟା ବିଶିଷ୍ଟ ବେଙ୍ଗାଲୁରୁ ଏହାର ଦୈନନ୍ଦିନ ଜଳ ଆବଶ୍ୟକତାରେ ୧,୫୦୦ MLD ରୁ ଅଧିକ ଅଭାବର ସମ୍ମୁଖୀନ ହେଉଛି, ଯାହାକି ୨,୬୦୦-୨,୮୦୦ MLD ମଧ୍ୟରେ ଅଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଅଧିକ ପାଣି ପିଇବା ପଡିଲା ମହାଙ୍ଗା: ଆଇସିୟୁରେ ଭର୍ତ୍ତି ହେଲେ ଯୁବକ

ନୂଆଦିଲ୍ଲୀ: ଜଳ ହିଁ ଜୀବନ। ଜଣେ ଜୀବିତ ବ୍ୟକ୍ତି ଜଳ ବିନା ବଞ୍ଚିପାରିବ ନାହିଁ। କିନ୍ତୁ ଅତ୍ୟଧିକ ଜଳ କେତେ କ୍ଷତିକାରକ ତାହାର ଏକ ପ୍ରମାଣ ଦେଖିବାକୁ ମିଳିଛି। ଇଂଲଣ୍ଡର ଜଣେ ବ୍ୟକ୍ତି ଅତ୍ୟଧିକ ଜଳ ପିଇବା କାରଣରୁ ଗୁରୁତର ଅବସ୍ଥାରେ ପହଞ୍ଚିଛନ୍ତି।

୩୪ ବର୍ଷୀୟ ଯୁବକ ଜଣକ ହେଉଛନ୍ତି ଲ୍ୟୁକ୍‌। ସେ ଇଂଲଣ୍ଡର ବ୍ରିଷ୍ଟଲ ସହରରେ ନିଜ ପରିବାର ସହିତ ରୁହନ୍ତି। ବ୍ରିଟେନ୍‌ରେ ପ୍ରଥମ ଲକ୍‌ଡାଉନ୍‌ ସମୟରେ ସେ ନିଜକୁ କରୋନା ସଂକ୍ରମିତ ଭାବିଥିଲେ। ଏହା ପରେ ସେ ପାଣି ପିଇବାର ମାତ୍ରା ବଢାଇ ଦେଇଥିଲେ।  ସେ ପିଉଥିବା ପାଣିର ମାତ୍ରାକୁ ଦୁଇଗୁଣ କରିଦେଇଥିଲେ। ସାଧାରଣ ମଣିଷ ଦିନରେ ଗୋଟିଏ ରୁ ଦୁଇ ଲିଟିର ପାଣି ପିଇବାକୁ ଉପଦେଶ ଦିଆଯାଇଛି। କିନ୍ତୁ ଲ୍ୟୁକ୍‌ ପାଣିର ମାତ୍ରା ବଢାଇ ୪ ରୁ ୫ ଲିଟର କରିଦେଇଥିଲେ। ଲ୍ୟୁକ୍‌ ଦୈନିକ ୪ ରୁ ୫ ଲିଟର ପାଣି ପିଉଥିଲେ। ଅଧିକ ପାଣି ପିଇବା ଦ୍ବାରା ଶରୀରରେ ସୋଡିୟମର ସ୍ତର କମ୍‌ ହୋଇଯାଇଥାଏ। ଏହି କାରଣରୁ ଲ୍ୟୁକ୍‌ ହଠାତ୍‌ ଟଳିପଡିଥିଲେ। ଲକ୍‌ଡାଉନ୍‌ ସମୟରେ କାହାର ସାହାଯ୍ୟ ପାଇପାରିନଥିଲେ ଲ୍ୟୁକ୍‌। ୪୫ ମିନିଟ୍‌ ପରେ ଆମ୍ବୁଲାନ୍ସ ଯୋଗେ ଲ୍ୟୁକ୍‌ ହସ୍ପିଟାଲ ଯାଇଥିଲେ। ଏହା ପରେ ଡାକ୍ତର ଚେକଅପ୍‌ କରି ଅତ୍ୟଧିକ ପାଣି ପିଇବା ଦ୍ବାରା ତାଙ୍କ ଅବସ୍ଥା ଏପରି ହୋଇଥିବାର କହିଥିଲେ। ଏହା ପରେ ତାଙ୍କୁ ଦୁଇରୁ ତିନି ଧରି ଆଇସିୟୁରେ ରଖାଯାଇଥିଲା। ଏହାପରେ ସେ ଭେଣ୍ଟିଲେଟରରେ କିଛି ଦିନ ରହିଥିଲେ। ଏବେ ସେ ସୁସ୍ଥ ରହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁରରେ ପ୍ରତ୍ୟେକ ଦିନ ନଷ୍ଟ ହେଉଛି ହଜାର ହଜାର ଲିଟର ପିଇବା ପାଣି: ବିଭାଗୀୟ ଯନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସାମ୍ନାରେ ନଷ୍ଟ ହେଉଛି ହଜାର ହଜାର ଲିଟର ପିଇବା ପାଣି। ଥାନା ସାମ୍ନାରେ ଥିବା ରୋଡର ଭୂତଳରେ ବିଛାଯାଇଥିବା ଏକ ସପ୍ଲାଇ ପାଣି ପାଇପ ଫାଟିଯାଇଥିବାରୁ ପ୍ରତ୍ୟେକ ଦିନ ଘଣ୍ଟା ଘଣ୍ଟା ଧରି ପିଇବା ପାଣି ନଷ୍ଟ ହେଉଛି। ମିଳିଥିବା ସୂଚନା ଅନୁଯାୟୀ ବାଣପୁର ଏନ.ଏ.ସି ଅଞ୍ଚଳରେ ଦିନକୁ ଦୁଇ ଥର ଲେଖାଏଁ ପାଖାପାଖି ୫ ଘଣ୍ଟା ପର୍ଯ୍ୟନ୍ତ ପିଇବା ପାଣି ସପ୍ଲାଏ ହୋଇଥାଏ। ପବ୍ଲିକ ହେଲଥ ଡିପାର୍ଟମେଣ୍ଟ ପାଖରେ ରହିଛି ଏହାର ରକ୍ଷଣାବେକ୍ଷଣ ଦାୟିତ୍ତ୍ଵ।

କିନ୍ତୁ ବଡ଼ ଆଶ୍ଚର୍ଯ୍ୟ ର ବିଷୟ ମାସ ମାସ ଧରି ପ୍ରତ୍ୟେକ ଦିନ ଏହିପରି ଭାବେ ହଜାର ହଜାର ଲିଟର ପିଇବା ପାଣି ନଷ୍ଟ ହେଉଥିବା ସ୍ଥଳେ ବିଭାଗୀୟ ଯନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଯଦି ଜଣେ ସାଧାରଣ ନାଗରିକ ସରକାରୀ ପାଣିର ଅପଚୟ କଲେ ତାଙ୍କ ନାମରେ ଏନ.ଏ.ସି ତରଫରୁ ପାଞ୍ଚ ଆଇନ କେସ ଦିଆଯାଉଛି। ତେବେ ଏଠି ଖୋଦ ସରକାରୀ ଯନ୍ତ୍ରୀଙ୍କ ଅବହେଳା ଲାଗି ପ୍ରତିଦିନ ଯେଉଁ ହଜାର ହଜାର ଲିଟର ପିଇବା ପାଣି ନଷ୍ଟ ହେଉଛି ତାଙ୍କ ନାମରେ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ କେସ ଦେଇପାରିବେ ତ? ତାଙ୍କ ବିରୁଦ୍ଧରେ କଣ ପାଇଁ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ଏନ.ଏ.ସି କର୍ତ୍ତୃପକ୍ଷ?

ଜଳ ହିଁ ଜୀବନ ଏହି ଉକ୍ତି କେବଳ ଲେଖାରେ ସୀମିତ ହୋଇ ରହିଛି। ମାତ୍ର ପାଞ୍ଚ କିଲୋମିଟର ଦୂରରେ ଥିବା ବାଲୁଗାଁ ଏନ.ଏ.ସି ର ଜନସାଧାରଣମାନେ ହଜାର ହଜାର ଟଙ୍କା ଦେଇ ସରକାରଙ୍କ ଠୁ ପିଇବା ପାଣି କିଣିକି ପିଉଥିବା ବେଳେ ବାଣପୁର ଏନ.ଏ.ସି ରେ ଏ ଅବସ୍ଥା ଦେଖି ଲୋକେ କହିଲେଣି ସରକାର କା ମାଲ ଦରିଆ ମେ ଡାଲ। ଅନ୍ୟ ପକ୍ଷରେ ବାଣପୁର ଏନ.ଏ.ସି ରେ ଅର୍ଦ୍ଧାଧିକ ୱାର୍ଡ ରେ ମଇଳା ସପ୍ଲାଏ ପାଣି ଆସୁଥିବା ଅଭିଯୋଗ ହେଉଛି।

ତେବେ ସହକାରୀ ଯନ୍ତ୍ରୀ ମହୋଦୟ ବାଲୁଗାଁ କାର୍ଯ୍ୟାଳୟରେ ବସି କେବଳ କାଗଜ କଲମରେ ସବୁ ଠିକ ଠାକ ଚାଲିଥିବା ଦର୍ଶାଉଛନ୍ତି। କିନ୍ତୁ ଗ୍ରାଉଣ୍ଡ ରିପୋର୍ଟ ନେବା ପାଇଁ କେବେ ହେଲେ କ୍ଷେତ୍ର ପରିଦର୍ଶନ ପାଇଁ ଆସୁନାହାନ୍ତି। କଣ ସେଥିପାଇଁ ଏମିତି ସାଙ୍ଘାତିକ ଘଟଣାମାନ ତାଙ୍କ ନଜରକୁ ଆସୁନାହିଁ? ଯଥାଶୀଘ୍ର ପିଇବା ପାଣିର ଅପଚୟକୁ ରୋକାନଗଲେ ଏବଂ ମଇଳା ସପ୍ଲାଏ ପାଣି ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।