Author: Samikhsya Bureau

ଭୁବନେଶ୍ବର, ରାଜ୍ୟସଭାପତି ସମୀର ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଭୁବନେଶ୍ୱରର ଶତାଧିକ କଂଗ୍ରେସ ଓ ବିଜେଡି ଯୁବନେତା ବିଜେପିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ୟୁନିଟ-୯ ଅଂଚଳର ବିଜୁଯୁବ ଜନତା ଦଳର ଉପସଭାପତି ମାନସ ପଟ୍ଟନାୟକ, ଅର୍ଜ୍ଜୁନ ମଲ୍ଲିକ, ମମତା ମଲ୍ଲିକ, ଲକ୍ଷ୍ମୀସାଗର ଅଂଚଳର ରାଜେନ୍ଦ୍ର ପ୍ରସାଦ ତିୱାରୀ, ରସୁଲଗଡର ଯୁବ ନେତା ପବିତ୍ର କୁମାର ଜେନା,ବିକ୍ରମ ବଳିଆରସିଂହ, ଚିନ୍ତାମଣିଶ୍ୱରର ଡ.ପି.ସି. ସାହୁ, ବୁଦ୍ଧେଶ୍ୱରୀ ଅଂଚଳର ପର୍ଶୁରାମ ଜେନା, ସୁଚରିତା ଜେନାମଣି, ଇତିଶ୍ରୀ ସାହୁ, ସାହାଜାନ ଖାନ୍‌, ପ୍ରିୟଙ୍କା ଛୋଟରାୟଙ୍କ ସମେତ ବିଜେଡି ଓ କଂଗ୍ରେସ ଦଳର ଶତାଧିକ ଯୁବନେତା,ବୁଦ୍ଧିଜୀବୀଙ୍କ ସମେତ ବରିଷ୍ଠ ନାଗରିକମାନେ ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଜଗନ୍ନାଥ ପ୍ରଧାନ, ହରେକୃଷ୍ଣ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ଦୁଇମାସ ମଧ୍ୟରେ ବ୍ରହ୍ମପୁରର ବିନୋଦ ଜୁଏଲର୍ସ ଏବଂ କେଶବ ଜୁଏଲର୍ସ ନାମକ ଦୁଇ ଦୁଇଟି ବଡ଼ ସୁନା ଦୋକାନରୁ ଲୁଟେରାମାନେ ଲୁଟ୍ କରି ଚମ୍ପଟ ମାରିଥିଲେ। ଲୁଟେରାମାନେ ବାହାର ରାଜ୍ୟର ହୋଇଥିବାରୁ ପୋଲିସ୍ ଏହି ଘଟଣାର ପର୍ଦ୍ଦାଫାସ କରିବାକୁ ସମୟ ଲାଗିଥିଲେ ମଧ୍ୟ ପୋଲିସ୍ ସୁଦୂର ଛତିଶଗଡ଼ରୁ ଦୁଇ ଲୁଟେରାକୁ ଗିରଫ କରି ବ୍ରହ୍ମପୁର ଆଣିଥିବା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଲୁଟେରା ଦୁଇଜଣ ହେଲେ ଛତିଶଗଡ଼ କେବରାଡ଼ାମ୍ ଜିଲ୍ଲା ପଣ୍ଡାତରାଇ ଥାନା ନୂଆପଡ଼ା ଗ୍ରାମର ଲୋକେଶ ଶ୍ରୀବାସ୍ (୨୯) ଓ ଦୁର୍ଗ ଜିଲ୍ଲା ଭିଲାଇ ଜୋନ୍‌-୨ ସେକ୍ଟର ୨ର ଲୋକେଶ ରାଓ (୨୪)। ପୋଲିସ୍ ଏମାନଙ୍କ ନିକଟରୁ ୧୨ ଲକ୍ଷ ୦୭ ହଜାର ୬୦ ଟଙ୍କା, ୧୬୮.୬ ଗ୍ରାମ ସୁନା ଅଳଙ୍କାର, ଗ୍ରିଲ୍ କଟର ମେସିନ୍‌କୁ ଜବତ କରିଛି। ଘଟଣାରୁ ପ୍ରକାଶ ଗତ ୩୦.୧୦.୨୦୨୦ରେ ବ୍ରହ୍ମପୁରର…

Read More

କନ୍ଦର୍ପ ବେହେରା ରେଢାଖୋଲ: ଆଜି ସଂଧ୍ୟା ୭ଟାରେ ରେଢାଖୋଲ ପୋଲିସ୍ ବଡବାହାଳ ଛକଠାରୁ ବୌଦ୍ଧରୁ ଆସୁଥିବା ଏକ ବାଇକରୁ ୧୩ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଆଜି ସଂଧ୍ୟାରେ ରେଢାଖୋଲ ପୋଲିସ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବୌଦ୍ଧ ପଟୁ ଆସୁଥିବା ଏକ ମୋଟର ସାଇକେଲରୁ ୨ ଟି ଏୟାର ବ୍ୟାଗ୍ ରୁ ୧୩ କେଜି ଗଞ୍ଜେଇ ଜବତ କରିଥିଲା। ମୋଟର ସାଇକେଲରେ ଗଞ୍ଜେଇ ଚାଲାଣ କରୁଥିବା ଚୋରାବେପାରୀର ହେଲା ବିହାରର ସୋନୁ କୁମାର ବୋଲି ଜଣା ପଡିଛି। ରେଢାଖୋଲ ଥାନା କେସ୍ ନଂ ୨୨୯/୨୦୨୦(ବି)(ଆଇଆଇ)(ବି)ଏନ୍‌ଡିପିଏସ୍ ଆକ୍ଟ ରେ ବିହାରର ସୋନୁ କୁମାରକୁ ପୋଲିସ୍ ଗିରଫ କରିଛି। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ସହ ଗଣ ମାଧ୍ୟମକୁ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ରେଢାଖୋଲ ଥାନାଧିକାରୀ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ୧୫  ଓ ୨୦ ରୁ କମ ଛାତ୍ର ଓ ଛାତ୍ରୀ ଥିବା ୭୭୭୨ ରୁ ଉର୍ଦ୍ଧ୍ଵ ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଘୋଷଣା କରିଛନ୍ତି। ଏହାକୁ ବିରୋଧ କରି ସର୍ବ ଦଳୀୟ ବୈଠକରେ ନିଆ ଯାଇଥିବା ନିଷ୍ପତ୍ତିକୁ ତୁରନ୍ତ ମାନିନେବା ପାଇଁ  ଓଡିଶା ଅଭିଭାବକ ମହାସଂଘ ସାରା ଓଡ଼ିଶାରେ ଦାବି କରୁଛି। ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଓ ରାଜ୍ୟ କମିଟି ସଦସ୍ୟ ଲଲାଟେନ୍ଦୁ ଶତପଥୀ ଏବଂ କୃତାର୍ଥ ସାହୁ ଆଜି ବାଣପୁର ଓ ଚିଲିକା ଆସି ଅଭିଭାବକ ଓ ଗ୍ରାମବାସୀ ମାନଙ୍କ ସହ ସ୍କୁଲ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ  ବନ୍ଦ ହେଉଥିବା ବାଣପୁରର ବିଭିନ୍ନ ସ୍କୁଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ସହିତ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ସାମ୍ବାଦିକ ସମ୍ମିଳନୀରେ ସର୍ବଦଳୀୟ ବୈଠକର ହୋଇଥିବା ଦାବିକୁ ଦୋହରେଇଛନ୍ତି।…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୪, ସୁନ୍ଦରଗଡରୁ ୩୫, ବାଲେଶ୍ବରରୁ ୩୫, ଅନୁଗୁଳରୁ ୩୪, କଟକରୁ ୨୯, ସମ୍ବଲପୁରରୁ ୨୧, ମୟୂରଭଞ୍ଜରୁ ୧୭, କେନ୍ଦୁଝରରୁ ୧୨, ଝାରସୁଗୁଡାରୁ ୧୧, କେନ୍ଦ୍ରାପଡାରୁ ୧୧, ବଲାଙ୍ଗିରିରୁ ୧୦, ଯାଜପୁରରୁ ୯, ବରଗଡରୁ ୮, ନୂଆପଡ଼ାରୁ ୬, ଜଗତସିଂହପୁରରୁ ୫, କଳାହାଣ୍ଡିରୁ ୪, କୋରାପୁଟରୁ ୪, ନବରଙ୍ଗପୁରରୁ ୩, ବୌଦ୍ଧରୁ ୩, ନୟାଗଡରୁ ୩, ଗଜପତିରୁ ୨, ଭଦ୍ରକରୁ ୧, ପୁରୀରୁ ୧, ସୋନପୁରରୁ ୧, ଦେବଗଡରୁ ୧, ଏବଂ ଷ୍ଟେଟପୁଲରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୪ ହଜାର ୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

Read More

ସୁନ୍ଦରଗଡ: ଜଣେ ବାଇକ ଚାଳକଙ୍କ ଠାରୁ ୨୨ ହଜାର ୫ ଶହ ଟଙ୍କା ଜରିମାନା କରାଯାଇଛି। ଚେକିଂ ସମୟରେ ଆରଟିଓ କର୍ମଚାରୀ ବାଇକ ଚାଳକଙ୍କ ଠାରୁ ଏହି ଜରିମାନା କରିଛନ୍ତି। ଗାଡି ଚାଳକ ମଦ ପିଇ ଗାଡି ଚଳାଉଥିଲେ ବୋଲି ସୂଚନା ରହିଛି। ଏହା ସହିତ ତାଙ୍କ ପାଖରେ ଗାଡିର ଆବଶ୍ୟକୀୟ କାଗଜପତ୍ର ନଥିବା ଜଣାପଡିଛି।

Read More

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଆନ୍ତର୍ଜାତୀୟ ସୁଟର ଭର୍ତ୍ତିକା ସିଂ ଥାନାରେ ଅଭିଯୋଗ କରିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ଭର୍ତ୍ତିକାଙ୍କୁ ଲାଞ୍ଚ ମାଗିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ତାଙ୍କ ସହାୟକ ବିଜୟ ଗୁପ୍ତା ଓ ଡାକ୍ତର ରଜନୀସ୍ ସିଂ ତାଙ୍କୁ ମହିଳା ଆୟୋଗର ସଦସ୍ୟ କରାଇବାକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଜାନୁଆରୀ ୨୧ ତାରିଖରେ ଏହି ମାମଲାର ଶୁଣାଣି  କରାଯିବ ନେଇ  ଦିନ ଧାର୍ଯ୍ୟ କରାଯାଇଛି ବୋଲି ବର୍ତ୍ତିକାଙ୍କ ଓକିଲ କହିଛନ୍ତି।

Read More

କଟକ, ଖୋର୍ଦ୍ଧା ରୋଡ୍ ଡିଭିଜନର ରେଳ ସୁରକ୍ଷା ବଳ (ଆରପିଏଫ୍) ଅଧିକାରୀମାନେ କଟକ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ ଘଟଣା ଉପରେ ଏକ ମକ୍ ଡ୍ରିଲ୍ ଆୟୋଜନ କରି ରେଳ ଷ୍ଟେସନରେ ଅଗ୍ନିକାଣ୍ଡ ପରି ଜରୁରୀକାଳୀନ ପରିସ୍ଥିତିରେ କର୍ମଚାରୀଙ୍କ ସତର୍କତା ଏବଂ ପ୍ରସ୍ତୁତି ଯାଞ୍ଚ କରିଥିଲେ। ମକ୍ ଡ୍ରିଲ୍ ଅନୁଯାୟୀ, ୨୭.୧୨.୨୦୨୦ ତାରିଖ ପ୍ରାୟ ୧୧.୩୦ ଘଣ୍ଟା । କଟକ ରେଳ ଷ୍ଟେସନର ରୁଟ ରିଲେ ଇଣ୍ଟରଲକିଂ (ଆରଆରଆଇ) ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିବାର ଖବର ଆସିଥିଲା। ସୂଚନା ପାଇବା ପରେ ଆରପିଏଫ ପୋଷ୍ଟର ଅଧିକାରୀ, ଶ୍ରୀ ପ୍ରବୀଣ କୁମାରଙ୍କ ତତ୍ତ୍ଵାବଧାନରେ କଟକ, ଇନ୍ସପେକ୍ଟର / ଆରପିଏଫ ନିଆଁ ଲିଭାଇବା ପାଇଁ ଉପଲବ୍ଧ ନିଆଁ ଲିଭା ବାଲ୍ଟି ଏବଂ ଅଗ୍ନି ନିର୍ବାପକ ଯନ୍ତ୍ର ସହିତ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଘଟଣାକୁ ଅଗ୍ନିଶମ ବିଭାଗ କାର‌୍ୟ୍ୟା ଳୟକୁ ଜଣାଇ ଦିଆଯାଇଥିଲା। ତାପରେ ଆମ୍ବୁଲାନ୍ସ ସେବା, ଜିଆରପି ଏବଂ ଷ୍ଟେସନ୍ ମ୍ୟାନେଜର, କଟକଙ୍କୁ ମଧ୍ୟ ଖବର ଦିଆଗଲା…

Read More

ନୂଆଦିଲ୍ଲୀ : କରୋନା ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣିଥରେ ଯାନବାହନର ଡକ୍ୟୁମେଣ୍ଟ ଭ୍ୟାଲିଡିଟି ଅବଧିକୁ ବୃଦ୍ଧି କରିଛନ୍ତି ।   ମୋଟର ଭେଇକଲ ସହ ଜଡ଼ିତ ସମସ୍ତ କାଗଜପତ୍ରର ଅବଧିକୁ ମାର୍ଚ୍ଚ 31 ତାରିଖ 2021 ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅବଧି ଡିସେମ୍ବର 31 ତାରିଖ 2020 ଥିଲା। ମୋଟର ଭେଇକଲ କାଗଜପତ୍ର ଯଥା ଡିଏଲ୍‌, ଆର୍‌ସି, ଫିଟ୍‌ନେସ୍‌ ଓ ପଲ୍ୟୁସନ୍‌ ସାର୍ଟିଫିକେଟ ଆଦିର ଅବଧିକୁ ମାର୍ଚ୍ଚ 31 ତାରିଖ ଯାଏ ବୃଦ୍ଧି କରାଯାଇଛି। ଏନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି।  ପଞ୍ଚମ ଥର ପାଇଁ କେନ୍ଦ୍ର ସରକାର ଗାଡ କାଗଜପତ୍ରର ଅବଧି ବୃଦ୍ଧି କରିଛନ୍ତି । ପୂର୍ବରୁ ଏହା ସେପ୍ଟେମ୍ବର 30 ଏବଂ ପରେ ଡିସେମ୍ବର 31 ଯାଏ ବୃଦ୍ଧି କରାଯାଇଥିଲା ।

Read More

ପାଟଣା: ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏକ ବଡ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନୀତୀଶ କୁମାର। ଏହି ବୈଠକରେ ନୂତନ ରାଷ୍ଟ୍ରୀୟ ସଭାପତି ଘୋଷଣା କରାଯାଇଛି। ନୀତୀଶ କୁମାର ନିଜେ ରାମଚନ୍ଦ୍ର ପ୍ରସାଦ ସିଂ ଦଳର ନୂଆ ରାଷ୍ଟ୍ରୀୟ ସଭାପତି ହେବେ ବୋଲି ପ୍ରସ୍ତାବ ଦେଇଛନ୍ତି। କାର୍ଯ୍ୟନିର୍ବାହୀ କମିଟିର ସମସ୍ତ ସଦସ୍ୟ ମଧ୍ୟ ଏହାକୁ ସ୍ୱାଗତ କରିଛନ୍ତି। ଏକା ସାଙ୍ଗରେ ଦୁଇଟି ପଦବୀରେ ରହି କାମ କରିବା କଷ୍ଟକର ହେଉଥିବାରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ନୀତୀଶ କହିଛନ୍ତି। ତେବେ ରାମଚନ୍ଦ୍ର ୨୦୨୨ ପରେ ଦଳର ସଭାପତି ହେବେ ବୋଲି ସୂଚନା ରହିଛି। ହେଲେ ଆଗୁଆ ଆରସିପି ସିଂଙ୍କ ନାମ ଘୋଷଣା କରିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Read More

ଲକ୍ଷ୍ନୌ:ଗାଡ଼ିରେ ଜାତିସୂଚକ ଶବ୍ଦ ଲେଖିଲେ କଠୋର ଦଣ୍ଡ ମିଳିବ। ଉତ୍ତରପ୍ରଦେଶ ସରକାର ଏପରି କଠୋର ନିୟମ ଆଣିଛନ୍ତି। ଗାଡିରେ ଜାତି ଲେଖୁଥିବା ମାଲିକଙ୍କ ଉପରେ ଯୋଗୀ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗାଡ଼ିରେ। ବ୍ରାହ୍ମଣ, ଜାଟ୍, ରାଜପୁତ, କ୍ଷତ୍ରୀୟ ଆଦି ଜାତିସୂଚକ ଶବ୍ଦ ଲେଖିଲେ କାର୍ଯ୍ୟାନୁଷ୍ଠାନ କରାଯିବା ନେଇ ସରକାର ସଂକେତ ଦେଇଛି। ଜାତିସୂଚକ ଶବ୍ଦ ଲେଖାଥିବ ଗାଡ଼ିଗୁଡିକୁ ଜବତ କରିବା ପାଇଁ ରାଜ୍ୟ ପରିବହନ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ଉତ୍ତର ପ୍ରଦେଶରେ ଜାତିପ୍ରଥା ଯୋଗୁଁ ସମାଜ ପାଇଁ ବିପଦ ସୃଷ୍ଟି କରୁଛି। ମହାରାଷ୍ଟ୍ରର ଜଣେ ଶିକ୍ଷକ ହର୍ଷଲ ପ୍ରଭୁ ଏହିସବୁ ପ୍ରଥା ବନ୍ଦ ହେବା ଦରକାର ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପତ୍ର ଲେଖିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଅଭିଯୋଗ ପତ୍ରକୁ ଉତ୍ତରପ୍ରଦେଶ ସରକାରଙ୍କୁ ପଠାଇଥିଲେ। ପରେ ଏହି ଅଭିଯୋଗକୁ ତର୍ଜ୍ଜମା କରି ପରିବହନ ମନ୍ତ୍ରାଳୟ ଏପରି ନିୟମ କରିଥିବା…

Read More

ପୁରୀ, ଧାର୍ମିକ ସହର ପୁରୀରେ ଯେଉଁମାନେ ଭଡାରେ ରହିଛନ୍ତି ସେମାନଙ୍କ ଉପରେ ଜଗନ୍ନାଥ ପ୍ରସନ୍ନ ହୋଇଛନ୍ତି। ଭଡାଟିଆମାନେ ମଧ୍ୟ ଠାକୁରଙ୍କୁ ଦର୍ଶନ କରିପାରିବେ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ତେବେ ଏମାନେ ଘରମାଲିକଙ୍କଠାରୁ ଏହି ଲେଖା ଆଣିବାକୁ ପଡିବ। ତାହାକୁ ପରିଚୟ ପତ୍ର ଭାବେ ବ୍ୟବହାର କରାଯିବ। କୋଭିଡ19  ପାଇଁ ଦୀର୍ଘ ନ ମାସଧରି ଶ୍ରୀମନ୍ଦିର ବନ୍ଦ ରହିବା ପରେ ଗତ 23 ତାରିଖରୁ ଖୋଲାଯାଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ସେବାୟତ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଛଡାଯାଇଥିଲା। ଏହ ଅବଧୀ ଗତକାଲି ସରିବା ପରେ ପୁରୀବାସୀଙ୍କ ଦର୍ଶନ ପାଇଁ ବର୍ତ୍ତମାନ ଖୋଲାଯାଇଛି। ଏଥିରେ ଭଡାଟିଆମାନେ ମଧ୍ୟ ଯାଇପାରିବେ ବୋଲି କୁହାଯାଇଛି।

Read More

ସାଗରିକା ବଲିଉଡ ଭାଇଜାନ ଭାବେ ପରିଚିତ ହେଉଛନ୍ତି ପ୍ରଖ୍ୟାତ ଅଭିନେତା ସଲମାନ ଖାନ। ୧୯୬୫ ମସିହା ଡିସେମ୍ବର ୨୭ରେ ସେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କୁ 55 ବର୍ଷ ପୁରିଲା। ତାଙ୍କର ପୁରା ନାମ ହେଉଛି ଅବଦୁଲ୍ ରସିଦ୍ ସଲିମ୍ ସଲମାନ୍ ଖାନ୍ । ୧୯୮୮ ମସହାରେ ‘ବିୱି ହୋ ତୋ ଏସି’ ଫିଲ୍ମରେ ସହ କଳାକାର ରୂପରେ ବଲିଉଡରେ ଡେବ୍ୟୁ କରିଥିଲେ। କିନ୍ତୁ ୧୯୮୯ ମସିହାରେ ସୂରଜ ବଡଜାତ୍ୟାଙ୍କ ଫିଲ୍ମ  ‘ ମୈନେ ପ୍ୟାର କିଆ’ରେ ସଲମାନଙ୍କ ଅଭିନୟ ତାଙ୍କୁ ରାତାରାତି ସୁପରଷ୍ଟାର କରିଦେଇଥିଲା। ପରବର୍ତ୍ତୀ ସମୟରେ ସେ ‘ହମ୍ ଆପକେ ହେ କୌନ୍, ହମ୍ ସାଥ୍ ସାଥ୍ ହୈ, ପ୍ୟାର କିୟା ତୋ ଡରନା କ୍ୟା, ହମ୍ ଦିଲ୍ ଦେ ଚୁକେ ସନମ, ୱାଣ୍ଟେଡ୍, ବଡିଗାର୍ଡ, ରେଡ୍ଡୀ, ଦବଙ୍ଗ, ଏକ ଥା ଟାଇଗର, ବଜରଙ୍ଗୀ ଭାଇଜାନ୍, ସୁଲତାନ, କିକ, ପ୍ରେମ ରତନ ଧନ ପାୟୋ, ଟାଇଗର ଜିନ୍ଦା ହୈ,…

Read More

ମୁମ୍ବାଇ, ଆଜି ହେଉଛି ପ୍ରଖ୍ୟାତ ଅଭିନେତା ସଲମାନ ଖାନ ତଥା ବଲିଉଡର ଭାଇଜାନଙ୍କ ଜନ୍ମଦିନ। ତାଙ୍କ 54 ବର୍ଷ ପୂରଣ ହୋଇ 55 ବର୍ଷରେ ପାଦ ଥାପିଲେ ଭାଇଜାନ। 1965 ମସିହାର ମଧ୍ୟ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ଏହି ଅଭିନେତା। ସଲମନ ମୈନେ ପ୍ୟାର କିୟା ଚଳଚତ୍ରିରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇପାରିଥିଲେ। ତାଙ୍କ ସହିତ ଭାଗ୍ୟଶ୍ରୀଙ୍କ ଯୋଡି ସେତେବେଳେ ଚହଳ ପକାଇଥିଲା। ସେହିପରି ଟାଇଗର ଜିନ୍ଦା ହେ ମଧ୍ୟ ଲୋକପ୍ରିୟତାର ଶୀର୍ଷରେ ପହଁଚିଥିଲା। ତେବେ ତାଙ୍କ ଜନ୍ମଦିନରେ ସଲମାନ ବା ସୁଲୁ ତାଙ୍କ ପ୍ରଶଂସକଙ୍କୁ କହିଛନ୍ତି ଯେ, ଆପଣମାନେ ଆସି ଘର ଆଗରେ ଭିଡ କରନ୍ତୁ ନାହିଁ। କାରଣରେ ସଲମାନ କହିଛନ୍ତି ବର୍ତ୍ତମାନ କୋଭିଡ19 ସମୟରେ ଏକାଠି ହେବାକୁ ମୁଁ ଚାହୁଁ ନାହିଁ। ସେଥିପାଇଁ ଶୁଭେଚ୍ଛା ଜଣାଇବା ପାଇଁ କେହି ଆସନ୍ତୁ ନାହିଁ ବୋଲି ସୁଲୁ କହିଛନ୍ତି। ପ୍ରତିବର୍ଷ ଜନ୍ମଦିନରେ ସଲମାନ ଘରର ଛାତ ଉପରେ ରହି ପ୍ରଶଂସକଙ୍କ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦଳୁଆ ସାହି ସ୍ଥିତ ଲିୟାନା ଡ଼େନ୍ସ ଏକାଡ଼ମୀ ପରିସରରେ ବ୍ରହ୍ମପୁରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀ ଉପରେ ଏକ ଭିଡ଼ିଓ ଆଲବମ୍ ନିର୍ମାଣ ହୋଇ ତାହା ଉନ୍ମୋଚିତ ହୋଇଯାଇଛି। ଷ୍ଟାର କ୍ରିଏଟିଭ୍ ଦ୍ୱାରା ନିର୍ମିତ “ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ” ନାମକ ଏହି ଭିଡ଼ିଓ ଆଲ୍‌ବମ୍‌କୁ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଆକଶବାଣୀ ନିର୍ଦ୍ଦେଶିକା ହୃଷିକେଶ ପାଣିଗ୍ରାହୀ ଯୋଗଦେଇ ଉନ୍ମୋଚିତ କରିଥିବାବେଳେ ମୁଖ୍ୟଅତିଥି ଭାବେ ରାମଚନ୍ଦ୍ର ବିଶ୍ୱାଳ ଯୋଗ ଦେଇଥିଲେ। ଭଜନଟିରେ ମୁଖ୍ୟ କଳାକାର ଭାବେ କୃଷ୍ଣଚନ୍ଦ୍ର ପଣ୍ଡା ଏବଂ ସାମ୍ବାଦିକ ସୁଦୀପ ସାହୁ ଅଭିନୟ କରିଥିବାବେଳେ ଶିଶୁ କଳାକାରଭାବେ ପ୍ରଣୀତ ରେଡ୍ଡୀ ଅଭିନୟ କରିଛନ୍ତି। ଅନୀଲ ପଟ୍ଟନାୟକ ଏବଂ କୁସୁମ ପଟ୍ଟନାୟକ ଏଥିରେ ସହଯୋଗୀ କଳାକାର ଭାବେ ଅଭିନୟ କରିଛନ୍ତି। ଭଜନଟିକୁ ଉମାଶଙ୍କର ବେହେରା କଣ୍ଠଦାନ କରିଥିବାବେଳେ ରଚନା ଏବଂ ସଂଗୀତ ନିର୍ଦ୍ଦେଶନା ଶିବରାମ ଭାଇ ଏବଂ ସହ ନିର୍ଦ୍ଦେଶନା ପ୍ରଭାତ କୁମାର ସଜାଇଛନ୍ତି।…

Read More

ଭୁବନେଶ୍ବର, ବ୍ରିଟେନରୁ ଫେରିଥିବା ଆଉ ଦୁଇଜଣ ବ୍ୟକ୍ତି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଆଜି ବିଏମସି ତରଫରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କଠାରେ କରୋନା ନୂଆ ଷ୍ଟ୍ରେନ ଭୂତାଣୁ ଅଛି କି ନାହିଁ ତାହା ଜାଣିବା ପାଇଁ ତାଙ୍କ ନମୂନା ପୁନେ ପଠାଯାଇଛି। ସେତିକି ନୁହେଁ ଏହି ଦୁଇଜଣଙ୍କ ପରିବାର ସଦସ୍ୟଙ୍କ ନମୂନା ମଧ୍ୟ ପୁନେ ପଠାଯାଇଛି। ଏହାକୁ ନେଇ ବିଏମସି ଏବଂ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି। ପଜେଟିଭ ଆସିବା ପରେ ସେମାନଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏମାନଙ୍କୁ ଅନ୍ୟ କୋଭିଡ19 ଆକ୍ରାନ୍ତଙ୍କଠାରୁ ଅଲଗା ରଖାଯାଇଥିବାର ଜଣାପଡିଛି।କେନ୍ଦ୍ର ସରକାର ବ୍ରିଟେନରୁ ଓଡିଶାକୁ 20 ଜଣ ଆସିଥିବାର ତାଜା ତଥ୍ୟ ପ୍ରଦାନ କରିଛନ୍ତି। ସେହି ଅନୁସାରେ ରାଜ୍ୟ ସରକାର ସେମାନଙ୍କୁ ଚିହ୍ନଟ କରିବା ପକ୍ରିୟା ଜୋରସୋର କରିଛନ୍ତି। ପୂର୍ବରୁ ଭୁବନେଶ୍ବରର ନନ୍ଦନ ବିହାରରେ ଜଣେ ବ୍ରିଟେନ ଫେରନ୍ତାଙ୍କ ପଜେଟିଭ ଚିହ୍ନଟ ହୋଇଥିଲେ।

Read More

କଟକ: ଆଜିଠାରୁ ଓଡିଶା କ୍ରିକେଟ୍‌ ଲିଗ୍ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି। ବିନା ଦର୍ଶକରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ କରାଯାଉଛି। ଏଥିରେ ଓଡ଼ିଶା ଲାୟନ୍‌ସ, ଓଡ଼ିଶା ଟାଇଗର୍ସ, ଓଡ଼ିଶା ଚିତାଜ୍, ଓଡ଼ିଶା ଜାଗୁଆର୍ସ, ଓଡ଼ିଶା ପାନ୍ଥର୍ସ ଓ ଓଡ଼ିଶା ପ୍ୟୁମାସ୍ ନାମରେ ୬ ଟି ଦଳ ଅଂଶ ଗ୍ରହଣ କରୁଛନ୍ତି। ଉଦଘାଟନୀ ମ୍ୟାଚ୍ ରେ ଓଡ଼ିଶା ପାନ୍ଥର୍ସ-ଓଡ଼ିଶା ପ୍ୟୁମାସ୍ ମଧ୍ୟରେ ଖେଳାଯିବ। ଏହି ପ୍ରତିଯୋଗିତାର ସମସ୍ତ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଜାନୁଆରୀ ୧୦ପର୍ଯ୍ୟନ୍ତ ଲିଗ୍‌ ପର୍ୟ୍ୟାୟ ଖେଳାଯିବାକୁ ଥିବା ବେଳେ ୧୪ରେ ଫାଇନାଲ୍ ମ୍ୟାଚ ହେବ। ଲିଗ୍‌ ପର୍ୟ୍ୟାୟରେ ପ୍ରଥମ ୪ଟି ସ୍ଥାନରେ ଥିବା ଦଳ ସେମିଫାଇନାଲ ଖେଳିବେ। ଏହି ଟୁର୍ଣ୍ଣାମେଣ୍ଟ ୧୭ ଦିନରେ ମୋଟ ୩୩ଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ ଅପରାହ୍ଣ ୩.୩୦ରୁ ଓ ଦ୍ୱିତୀୟ ମ୍ୟାଚ ସନ୍ଧ୍ୟା ୭.୩୦ରୁ ଫ୍ଲଡ୍‌ ଲାଇଟ୍‌ରେ ଖେଳାଯିବ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କୃଷକ ବିରୋଧୀ, କର୍ପୋରେଟ ସପକ୍ଷବାଦୀ କୃଷି ଆଇନ ରବ୍ଦ ଦାବିରେ ଆଜି ବ୍ରହ୍ମପୁରଠାରେ ଧିକ୍କାର ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ୱୟ ସମିତି ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ଡ଼ାକରାରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ମିଳିତ ଭାବେ ଏହା ପାଳିତ ହୋଇଛି। ମୋଦି ସରକାର ସଂଗଠିତ ଓ ଏକତାବଦ୍ଧ କୃଷକ ଆନ୍ଦୋଳନକୁ ଦମନ, ଭଣ୍ଡୁର ଏବଂ ବିଭ୍ରାନ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ନେତୃମଣ୍ଡଳୀ ଧିକ୍କାର ଜଣାଇଛନ୍ତି।କୃଷକମାନଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଅମ୍ବାନୀ ଅଦାନି ଭଳି କର୍ପୋରେଟ ରାକ୍ଷସମାନଙ୍କ ସ୍ୱାର୍ଥ, ମୁନାଫା ପାଇଁ ଅଣାଯାଇଥିବା କୃଷି ଆଇନ ୨୦୨୦ ପ୍ରତ୍ୟାହାର ଏବଂ ବିଦ୍ୟୁତ ସଂଶୋଧନ ବିଲ୍ ୨୦୨୦ ରବ୍ଦ ନହେବା ଯାଏଁ ଏହି ଆନ୍ଦୋଳନ ଚାଲୁ ରହିବ। ଏଥିରେ କୃଷକ ନେତା ପି. ହରିକୃଷ୍ଣ ରେଡ୍ଡୀ, ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀ, ନୀଳକଣ୍ଠ ଦାସ,…

Read More

ମେଲବର୍ଣ୍ଣ: ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ଵିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ପକ୍ଷରୁ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ଦମଦାର ବ୍ୟାଟିଂ ପ୍ରଦର୍ଶନ ଜାରି ରହିଛି। ଏହି ମ୍ୟାଚର ଦ୍ଵିତୀୟ ଦିନରେ ଅଜିଙ୍କ୍ୟ ୧୯୬ ଟି ବଲରେ ୧୦୦ ରନ କରି ବ୍ୟାଟିଂ ଜାରି ରଖିଛନ୍ତି। ତେବେ ଭାରତ ୫ ଟି ୱିକେଟ ହରାଇ ସଂଗ୍ରହ କରିଛି ୨୭୭ ରନ। ଗତକାଲି ମୟଙ୍କ ଅଗ୍ରୱାଲଙ୍କ ୱିକେଟ ହରାଇଥିବା ବେଳେ ଆଜି ଭାରତ ଆଉ ୪ ଟି ମୁଲ୍ୟବାନ ୱିକେଟ ହରାଇ ୨୭୭ ରନରେ ପହଞ୍ଚିଛି। ବର୍ତ୍ତମାନ ରାହାଣେଙ୍କ ସହ ରବୀନ୍ଦ୍ର ଜାଡ଼େଜା ୪୦ ରନ କରି ବ୍ୟାଟିଂ କରୁଛନ୍ତି। ଆଜି ଶୁବମାନ ଗିଲ ୪୫ ରନ ସଂଗ୍ରହ କରି ଆଉଟ ହୋଇଥିବା ବେଳେ ଚେତେଶ୍ଵର ପୂଜାରା ୧୭ ରନ, ହନୁମା ବିହାରୀ ୨୧, ଋଷଭ ପନ୍ତ ୨୯ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ଏହା ସହିତ ଭାରତ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଗଡଜାତ ସମୟରେ ରାଜସ୍ୱ ଆଦାୟ କିମ୍ବା ଅନ୍ୟାନ୍ୟ ରାଜକୀୟ କାର୍ଯ୍ୟ ପାଇଁ ବିଭିନ୍ନ ଗ୍ରାମକୁ ତତ୍କାଳୀନ ପ୍ରଶାସନିକ ପଦାଧିଧିକାରୀମାନେ ଦୌରାରେ ଯାଉଥିବା ବେଳେ ଯେଉଁ ଘରେ ଡେରା ପକାଉଥିଲେ ସେହି ଘରକୁ ଡେରାଘର ଆଖ୍ୟା ଦିଆଯାଇଥିବା ପ୍ରକାଶ। ସ୍ୱାଧିନତା ପରେ ମଧ୍ୟ ସେହି ଘରସବୁ ଡେରାଘର ଆଖ୍ୟା ଦିଆଯାଇ ବନ୍ଦୋବସ୍ତରେ ସରକାରୀ ଖାତାରେ ଡେରାଘର ବୋଲି ସ୍ୱତନ୍ତ୍ର ଭାବେ ଉଲ୍ଲେଖ କରାଯାଇଥିବା ପ୍ରକାଶ। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଡେରାଘରେ ସରକାରୀ ପଦାଧରକାରୀ, ରାଜସ୍ୱ ଅଧରକାରୀ ମାନେ ମଧ୍ୟ କ୍ୟାମ୍ପ କରି ସରକାରୀ ରାଜସ୍ୱ ଆଦାୟ କରିଆସୁଥିଲେ। ସମୟକ୍ରମେ ରାଜସ୍ୱ ସର୍କଲ ସବୁ ଛୋଟ ଛୋଟ ହୋଇଯାଇଥିବା ହେତୁ ଏବଂ ଅନଲାଇନ ବ୍ୟବସ୍ଥା ହୋଇଯାଇଥିବା ହେତୁ ଏବେ ସରକାରୀ ବାବୁ ମାନଙ୍କ କ୍ୟାମ୍ପ ପ୍ରାୟତଃ ଆବଶ୍ୟକ ପଡୁନଥିବା ବେଳେ ସେହି ଡେରାଘରଗୁଡିକ ଜବରଦଖଲ ହୋଇଯାଉଥିବା ଅଭିଯୋଗ ହେଉଛି। ଅନେକ କ୍ଷେତ୍ରରେ ସଂପୃକ୍ତ ଆରଆଇ ମାନଙ୍କ ଜାଣତରେ କିମ୍ବା…

Read More