ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮୬୧ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ବର, କଳାହାଣ୍ଡି, ନୂଆପଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ ୩୫ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡିରୁ ୪୫ ବର୍ଷୀୟା ମହିଳା, ନୂଆପଡ଼ାରୁ ୬୫ ବର୍ଷୀୟ ପୁରୁଷ ଓ ସୁନ୍ଦରଗଡରୁ ୭୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
Author: Samikhsya Bureau
ଭୁବନେଶ୍ବର: ରାଜ୍ୟରେ ଆଜି ୩୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୭୨ ଜଣ ଚିହ୍ନଟ ହୋଇଥିବାବେଳେ ୧୩୧ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୮ହଜାର ୫୦୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୩ ହଜାର ୭୪୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ହଜାର ୮୪୧ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୫୭ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୬ଟି ଜିଲ୍ଲାରୁ ମୋଟ୍ ୩୦୩ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ଜିଲ୍ଲାରୁ ୧୬ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର…
ଭୁବନେଶ୍ବର: ବହୁ ପ୍ରତୀକ୍ଷା ପରେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆଜି ଭକ୍ତଙ୍କୁ ସୁଯୋଗ ମିଳିଛି। ଦୀର୍ଘ ୯ ମାସ ପରେ ପ୍ରଭୁ ଲିଙ୍ଗରାଜଙ୍କୁ ଆଜି ଦର୍ଶନ କରିବେ ଲୋକ। ଆଜିଠୁ ୩୧ ତାରିଖ ପର୍ଯ୍ୟନ୍ତ ସେବାୟତ ପରିବାରଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିଛି। ହେଲେ ନୂଆବର୍ଷ ଭିଡ଼କୁ ଅନୁମାନ କରି ଜାନୁୟାରୀ ୧ ତାରିଖ ଏବଂ ୨ ତାରିଖରେ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଯାଇଛି। ଏହାପରେ ଭୁବନେଶ୍ବର ବାସିନ୍ଦାଙ୍କୁ ୩ ତାରିଖରୁ ୫ ତାରିଖ ଯାଏଁ ଦର୍ଶନ ପାଇଁ ସୁଯୋଗ ମିଳିବ। ତାପରେ ସାଧାରଣ ଭକ୍ତଙ୍କୁ ଆସନ୍ତା ୬ ତାରିଖରୁ ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ।
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ତଳକୁ ଖସିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮ ହଜାର ୭୩୨ କୋରନା ରୋଗୀ ଚିହ୍ନଟ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୮୭ ହଜାରକୁ ୮୫୦ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୭ ହଜାର ୬୨୨ ରେ ପହଞ୍ଚିଛି। ତେବେ ଦେଶରେ ୨ ଲକ୍ଷ ୭୮ ହଜାର ୬୯୦ ଟି ଆକ୍ଟିଭ କେସ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୯୭ ଲକ୍ଷ ୬୧ ହଜାର ୫୩୮ ଜଣ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି।
ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକା ମନ କି ବାତ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହା ଆକାଶବାଣୀ ସହିତ ଦୂରଦର୍ଶନ ଏବଂ ମୋବାଇଲ ଆପରେ ପ୍ରସାରଣ କରାଯିବ। ପ୍ରତି ମାସର ଶେଷ ରବିବାର ଦିନ ମୋଦୀ ଏିହି ମନ କି ବାତ କାର୍ଯ୍ୟକ୍ରମ କରିଥାନ୍ତି। ସେହି ଅନୁସାରେ ଆଜି ଦିନ 11 ଟା ବେଳେ ଏହାର ସିଧା ପ୍ରସାରଣ କରାଯିବ। ନୂଆ ବର୍ଷ ଆସୁଥିବାରୁ ଏଥର ମନ କି ବାତରେ ମୋଦୀ କିଛି ନୂଆ ସନ୍ଦେଶ ଦେଇପାରନ୍ତି ବୋଲି ଆଶା କାରଯାଉଛି।
ଭୁବନେଶ୍ବର, ଜାତୀୟ ରାଜପଥ କର୍ତ୍ତୁପକ୍ଷ ଆସନ୍ତା ନୂଆ ବର୍ଷରୁ ଚାରିଚକିଆ ଗାଡିରେ ଫାସଟ୍ୟାଗ ବାଧ୍ୟତା ମୂଳକ କରିଛନ୍ତି। ଏ ନେଇ କେନ୍ଦ୍ର ସରକାର ଘୋଷଣା ମଧ୍ୟ କରିଛନ୍ତି। ଏଣିକି ଫାସଟ୍ୟାଗ ନ ଲାଗିଥିଲେ ଆପଣ ଡବଲ ଟାକ୍ସ ଦେବାକୁ ବାଧ୍ୟ ହେବେ। ତାହା ଯଦି ନ ମାନନ୍ତି ତେବେ ଆପଣଙ୍କ ବିରୋଧରେ ମାମଲା ଋଜୁ କରାଯିବ। ଏହି ଫାଷ୍ଟଟ୍ୟାଗ କଣ ବିଭିନ୍ନ ଜାତୀୟ ରାଜପଥରେ ଟୋସଗେଟ କରାଯାଇଛି। ଏଙି ଟୋଲଗେଟରେ ଗାଡିଗୁଡିକରୁ ଟାକ୍ସ ଆଦାୟ କରାଯାଉଛି। ସେଥିପାଇଁ ଜାତୀୟ ରାଜପଥରେ ବିଭିନ୍ନ ଗେଟ କରାଯାଇଛି। ଏହି ସ୍ଥାନରେ କର୍ମଚାରୀମାନେ ବସି ଗାଡିରୁ ଟାକ୍ସ ଆଦୟ କରିଥାନ୍ତି। ସେଥିପାଇଁ ଟୋଲଗେଟ ନିକଟରେ ଗାଡିର ଲମ୍ବା ଧାଡି ଦେଖିବାକୁ ମିଳିଥାଏ। ଏହି ଲମ୍ବା ଅପେକ୍ଷାକୁ ଦୂର କରିବା ପାଇଁ ଏଣିକି ଗାଡିରେ ଫାସଟ୍ୟାଗ ଲାଗିବ। ଅର୍ଥାତ ଏକ ପ୍ରକାର ଇଲୋଟ୍ରେନିକ ପ୍ଲେଟ ଆପଣଙ୍କ ଗାଡି ବାହାରେ ସଂଯୋଗ କରାଯିବ। ଯେତେବେଳେ ଟୋଲଗେଟ ଆସିବ, ସେତେବେଳେ…
ଭୁବନେଶ୍ୱର: ଆଜି ରାଜ୍ୟର ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀକୁ ଉଦ୍ବୋଧନ୍ ଦେବେ ଚିଫ୍ ଅଫ ଡିଫେନସ ଷ୍ଟାପ୍ ବିପିନ୍ ରାୱତ। ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଚାରିଦିନ ଧରି ଚାଲିବ । ପୋଲିସ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାନୟକ ଉଦ୍ଘାଟନ କରିବେ । ଭିଡିଓ କନ୍ଫରେନ୍ସି ଜରିଆରେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଇଣ୍ଟରପୋଲ୍ ନିର୍ଦ୍ଦେଶକ ଏମ୍ଏମ୍ ଓବରାୟ ଏହି ସମ୍ମିଳନୀରେ ବକ୍ତବ୍ୟ ରଖିବେ। ସମ୍ମିଳନୀରେ ଦେଶର ଅନେକ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗଦେବ। ଭର୍ଚୁଆଲ୍ରେ ଏହି ବୈଠକ ଆଜିଠାରୁ ଆରମ୍ଭ ହୋଇ 30 ଯାଏଁ ଚାଲିବ । ପୋଲିସ ଡିଜି ଅଭୟ ଏହି ସମ୍ମିଳନକୁ ଅଧ୍ୟକ୍ଷତା କରିବେ। ଓଡ଼ିଶା ପୁଲିସ୍, ଏସ୍ପି, କମାଣ୍ଡାଣ୍ଟ ଆଦି ବରିଷ୍ଠ ଅଧିକାରୀ ପ୍ରମୁଖ ଏଥିରେ ଯୋଗଦେବେ। ରାଜ୍ୟ ଆଇନ ଶୃଙ୍ଖଳା ଏଡିଜି ୱାଇ. କେ ଜେଠୱାଙ୍କ ସୂଚନା ମୁତାବକ ଏହି ଭର୍ଚୁଆଲ ବୈଠକରେ ଆଇନ ଶୃଙ୍ଖଳା, ମାଓ…
ନୂଆଦିଲ୍ଲୀ, ଚାଣକ୍ୟ ନୀତିରେ ରହିଛି ଯେ ଯାହାଙ୍କ ସନ୍ତାନର ପିତୃଭକ୍ତି ରହିଛି, ଯାହାର ଦାମ୍ପତ୍ୟ ଜୀବନ ମଧୁର ଅଛି, ଯିଏ ନିଜ ଧନସଂପତ୍ତିରେ ସନ୍ତୁଷ୍ଠ ଅଛି ସେ ସ୍ବର୍ଗ ସୁଖ ଲାଭ କରିପାରିବ। ଅର୍ଥାତ ଆପଣଙ୍କର ପିଲାମାନେ ଯଦି ଦୁଷ୍ଟ ନ ହୋଇ ପିତୃଭକ୍ତ ହେବେ ତେବେ ଆପଣଙ୍କର କୌଣସି ଚିନ୍ତା ରହିବ ନାହିଁ। ସେହିପରି ଆପଣଙ୍କ ଧର୍ମପତ୍ନୀଙ୍କ ସହିତ ଯଦି ଭଲ ସଂପର୍କ ଅଛି ତେବେ ସୁଖରେ ରହିବେ। କାରଣ ପତିପତ୍ନୀ ମଧ୍ୟରେ ଯଦି ଅପଡ ହେଲା ତେବେ ସେହି ଘରେ ସବୁବେଳେ କଳିଝଗଡା ଲାଗି ରହିବ। ସେହିପରି ସଂପତ୍ତି ପ୍ରତି ଯଦି ଲୋଭ ରହିଲା ତେବେ ଆପଣଙ୍କର ସୁଖ ଚାଲିଗଲା ବୋଲି ଭାବି ନିଅନ୍ତୁ। କାରଣ ସଂପତ୍ତି ଲୋଭ ହିଁ ଦୁଃଖର ଅନ୍ୟତମ କାରଣ। ସେଥିପାଇଁ ଭଗବାନ ଯେତିକି ସଂପତ୍ତି ଦେଇଛନ୍ତି ବା ଦେଉଛନ୍ତି ତାହାକୁ ନେଇ ସନ୍ତୁଷ୍ଠ ରୁହନ୍ତୁ। ଅସତ୍ ଉପାୟରେ ସଂପତ୍ତି ଅର୍ଜନ କଲେ ପରିମାଣ…
ଭୁବନେଶ୍ବର: ୨୦୨୦ ମସିହାରେ କରୋନା ବିପତ୍ତିକୁ ଆମେ ସାମ୍ନା କରିଛୁ। ନୂତନ ବର୍ଷରେ ନୂତନ ସମ୍ଭାବନାକୁ ନେଇ ଆମେ ଆଗକୁ ବଢୁଛେ। ଆସନ୍ତା ବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ଏହା ହିଁ ଆମେ କାମନା କରୁଛୁ। ଆସନ୍ତା ବର୍ଷ ଉତ୍ତମ ସ୍ବାସ୍ଥ୍ୟ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି, ପରିବାରରେ ସୁଖ-ଶାନ୍ତି ରହୁ ଏହାର କାମନା କରୁଛେ। ତେବେ ଆମେ ବାସ୍ତୁର କିଛି ସହଜ ଉପାୟ କରିବା ଦ୍ବାରା ଆସନ୍ତା ବର୍ଷ ଆମର ସୁଖ ଓ ସମୃଦ୍ଧିର ବର୍ଷ ହୋଇପାରିବ। ଏନେଇ କେତୋଟି ଛୋଟ ଉପାୟ। ନୂତନ ବର୍ଷର ପ୍ରାରମ୍ଭରେ ନିଜ ଘରର ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ। ଘରର ମୁଖ୍ୟ ଦ୍ବାରରେ ସ୍ବାତ୍ତ୍ବିକ ଚିହ୍ନ ବନାନ୍ତୁ। ନୂତନ ବର୍ଷ ପ୍ରାରମ୍ଭରେ ଘରର ଅଗଣାରେ କିଛି ଗଛ ଲଗାନ୍ତୁ। ଘରେ ତୁଳସୀ ଗଛ ବା ମନି ପ୍ଲାଣ୍ଟ ଲଗାନ୍ତୁ। ଯାହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବ। ବର୍ଷ ପ୍ରାରମ୍ଭରେ ନିଜ…
ନୂଆଦିଲ୍ଲୀ, ଭାରତର ପ୍ରତିଷ୍ଠିତ ଟ୍ରାକ୍ଟର ନିର୍ମାତା ସୋନାଲିକା ଖୁବ ଶିଘ୍ର ଭାରତୀୟ ବଜାରକୁ ଆଣୁଛି ପ୍ରଥମ ଇଲେଟ୍ରିକ ଟ୍ରାକ୍ଟର। ଯାହାର ନାମ ରହିଛି “ଟାଇଗର ଇଲେକ୍ଟ୍ରିକ୍”। ଭାରତରେ ସୋନାଲିକା କଂପାନୀ ଏହି ଧରଣର ଟ୍ରାକ୍ଟର ଆଣିବା ପାଇଁ ସମସ୍ତ ପ୍ରସ୍ତୁତି କରିସାରିଛି। ଏହି ଟ୍ରାକ୍ଟର 11 କିଲୋୱାଟ ଇନଡକ୍ସନ୍ ମୋଟର ଏବଂ ଏକ IP67 ଅନୁରୂପ 25.5 kWH ଲିଥିୟମ୍ ଆୟନ ବ୍ୟାଟେରୀ ରହିଛି। ଏହି ଇ-ଟ୍ରାକ୍ଟର ଘଣ୍ଟାକୁ 24.93 କିଲୋମିଟର ପର୍ଯ୍ୟନ୍ତ ଗତି କରିବ। ନିୟମିତ ହୋମ ଚାର୍ଜିଂ ସକେଟ୍ ବ୍ୟବହାର କରି ଏବଂ ଦ୍ରୁତ ଚାର୍ଜିଂ ସିଷ୍ଟମ ବ୍ୟବହାର କରି ମାତ୍ର 4 ଘଣ୍ଟା ମଧ୍ୟରେ ଏହା ସମ୍ପୂର୍ଣ୍ଣ ଚାର୍ଜ ହୋଇପାରିବ। ଗୋଟିଏ ଚାର୍ଜରେ 2 ଟନ୍ ଟ୍ରଲି ସହିତ କାର୍ଯ୍ୟ କରିବା ବେଳେ ଏହା 8 ଘଣ୍ଟା ଚାଲିପାରେ। ଟାଇଗର ଇଲେକ୍ଟ୍ରିକ୍ ଅପରେସନ୍ ନିୟମିତ ଟ୍ରାକ୍ଟର ପରି କରାଯାଇଛି। ଫଳରେ ଚାଷୀମାନେ ସାଧାରଣ ଟ୍ରାକ୍ଟର ପରି ଏହାକୁ…
ଭୁବନେଶ୍ୱର, ସ୍ୱାସ୍ଥ୍ୟସେବା ଭଳି ଏକ ଅତ୍ୟାବଶ୍ୟକ ସେବା ପ୍ରଦାନ କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିବା ନର୍ସମାନେ ଚାକିରୀ ଜନିତ କେତେକ ଅସଙ୍ଗତି ଯୋଗୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ଏହାର ପ୍ରତିବାଦରେ ଆଜିଠାରୁ ୧ ତାରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପୀ ରାଜ୍ୟର ସମସ୍ତ ନର୍ସିଂ ସମାଜ କଳାବ୍ୟାଚ୍ ପରିଧାନ କରିବ । ସେହିପରି ଆସନ୍ତା ୨ ତାରିଖ ନୂଆବର୍ଷରୁ ୪ ତାରିଖ ପର୍ଯ୍ୟନ୍ତ ରୋଗୀ ସେବାରେ ଅବହେଳା ନକରି ରାଜ୍ୟର ସମସ୍ତ ମେଡ଼ିକାଲ କଲେଜ ଓ ଡ଼ାକ୍ତରଖାନା ସମ୍ମୁଖରେ ପ୍ରତିବାଦ ସ୍ୱରୂପ ଟୋକନ ଷ୍ଟ୍ରାଇକ୍ କରିବେ ବୋଲି ଅଲ୍ ଓଡ଼ିଶା ନର୍ସିଂ ଏମ୍ପେ୍ଲାଇଜ ଆସୋସିଏସନ ପକ୍ଷରୁ କୁହାଯାଇଛି । ଆସୋସିଏସନର ସାଧାରଣ ସମ୍ପାଦିକା ଶ୍ରୀମତୀ ପ୍ରଭାତୀ ମହାନ୍ତି ଶନିବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନର୍ସମାନେ କରୋନାଠାରୁ ଆରମ୍ଭ…
ଭୁବନେଶ୍ବର: ଭାରତୀୟ ସଂସ୍କୃତିରେ ଶଙ୍ଖର ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି। ଶଙ୍ଖର ଓମ୍ ଧ୍ବନି ପ୍ରତିଧ୍ବନିତ ହୋଇଥାଏ। ପୁରାଣ ଓ ଶାସ୍ତ୍ରରେ ଶଙ୍ଖ ଧ୍ବନିକୁ କଲ୍ୟାଣକାରୀ ବୋଲି ବିବେଚନା କରାଯାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଶଙ୍ଖନାଦ ଯୋଗୁଁ ଘରେ ନାକାରାତ୍ମକ ଶକ୍ତି ଦୂର ହୋଇ ସାକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଶଙ୍ଖରେ ବହୁ ଗୁଣ ରହିଛି। ଏହା ଦ୍ବାରା ଘରକୁ ସାକାରାତ୍ମକ ଶକ୍ତି ଆସିଥାଏ। ଶଙ୍ଖ ଧ୍ବନି ଦ୍ବାରା ଶୋଇଥିବା ଭୂମି ମଧ୍ୟ ଜାଗ୍ରତ ହୋଇ ଶୁଭ ଫଳ ଦେଇଥାଏ ବୋଲି କୁହାଯାଏ। ଯେଉଁ ଘରେ ଶଙ୍ଖକୁ ପୂଜା କରାଯାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି। ଲକ୍ଷ୍ମୀଙ୍କ ପରି ଶଙ୍ଖ ମଧ୍ୟ ସାଗରରୁ ଉତ୍ପନ୍ନ ହୋଇଥିଲେ। ସମୁଦ୍ରମନ୍ଥନ ସମୟରେ ସାଗରରୁ ଚଉଦ ରତ୍ନ ମଧ୍ୟରୁ ଶଙ୍ଖ ଅନ୍ୟତମ। ଘରେ ଶଙ୍ଖକୁ ରଖିବା ଦ୍ବାରା ଅନେକ ପ୍ରକାରର ବାସ୍ତୁଦୋଷରୁ ମୁକ୍ତି ମିଳିଥାଏ। ଏହା ସହିତ ଧନ, ଜନ,…
ମେଷ- ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ ପାଇଁ କିଛି ବିପଦ ହୋଇପାରେ। ଚାକିରିରେ ସମସ୍ୟା ହୋଇପାରେ । ଆପଣଙ୍କର କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣଙ୍କର ଅସୁବିଧା ମଧ୍ୟ ବଢିପାରେ। କାର୍ଯ୍ୟରେ ବାଧା ଯୋଗୁଁ ଆପଣଙ୍କ ମନୋବଳ ବିଚଳିତ ହୋଇପାରେ। ଲୋକମାନେ କେତେକ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ ପାଇବାକୁ ସକ୍ଷମ ହେବେ ନାହିଁ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନିଦ୍ରା ଅଭାବ ହେବ। ମୁଣ୍ଡବିନ୍ଧା ଏବଂ ଆଖିରେ ଉତ୍ତେଜନା ଦେଖାଦେଇପାରେ । ବୃଷ- ଶୀଘ୍ର କୌଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଯୋଗଦାନ କରିପାରନ୍ତି। ପ୍ରାର୍ଥନାରେ ଧ୍ୟାନ ଦେବେ । ବ୍ୟବସାୟ ଭଲ କରିବ । ଅଫିସ ଚାକିରିରେ ସନ୍ତୁଷ୍ଟ ରହିବେ। ପଂଜି ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘରେ ଏବଂ ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ।…
ନୂଆଦିଲ୍ଲୀ, ଆଜି ଖର୍ଚ୍ଚର ଯତ୍ନ ନେବାକୁ ପଡିବ ଏବଂ ତାହା ଉପରେ ତୀକ୍ଷ୍ଣ ନଜର ରଖିବାକୁ ପଡିବ କାରଣ ଏହି ଛୋଟ ଖର୍ଚ୍ଚ ଆଗକୁ ବଢି ଏକ ବଡ଼ ରୂପ ନେଇପାରେ। ଯଦିଓ ଆପଣଙ୍କର ବ୍ୟକ୍ତିଗତ ଆବଶ୍ୟକତା କମ୍, ତଥାପି ଆପଣ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ପଡିବ। ଏହା ଦ୍ବାରା ଭବିଷ୍ୟତରେ ଟଙ୍କା ସମସ୍ୟା ଉପୁଜିବ ନାହିଁ। ଆପଣ ଅନ୍ୟ କିଛି କାର୍ଯ୍ୟ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ। ଯାହା ଦ୍ବାରା ଆପଣଙ୍କର ଆୟ ବଢି ପାରିବ। ଏହି ତିନୋଟି ରାଶି ହେଲା ମିଥୁନ, ତୂଳା ଏବଂ କୁମ୍ଭ। ଆପଣଙ୍କର ମନୋବଳକୁ ଖୁସି ରଖନ୍ତୁ, ଛୋଟ ସମସ୍ୟାରେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କର ଅସୁବିଧାକୁ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ। ଛୋଟ ସମସ୍ୟାଗୁଡିକ ପ୍ରତି ଅଧିକ ଧ୍ୟାନ ନ ଦେଇ ଆପଣଙ୍କ ଜୀବନର ସୁଖ ଉପଭୋଗ କରନ୍ତୁ। ଭଗବାନ ସୂର୍ଯ୍ୟ ଦେବଙ୍କ କୃପାରୁ ଆପଣ ଆଜି ଦ୍ୱିଗୁଣ ଅଗ୍ରଗତି କରିବାକୁ…
ସୀତାରାମ ଅଗ୍ରୱାଲ ବାଣପୁର: ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ଗଢିଉଠିଥିବା ବିଜୁ ଜନତା ଦଳ ଆଜିକୁ ୨୪ଟି ସ୍ୱର୍ଣ୍ଣିମ ବର୍ଷ ଅତିକ୍ରାନ୍ତ କରିସାରିଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଶହୀଦ କୃତିବାସ ଭବନ ପରିସରରେ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଆଜିର ଏହି ପ୍ରତିଷ୍ଠା ଦିବସରେ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରିଥିବାବେଳେ ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଗୋପୀନାଥ ମହାରଣାଙ୍କ ସଭାପତିତ୍ୱରେ ଏକ ସଭାକାର୍ଯ୍ୟ ଆୟୋଜନ କାରାଯାଇଥିଲା। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦଳ କିପରି ବିଭିନ୍ନ ଲୋକାଭିମୁଖୀ ଯୋଜନା ମାଧ୍ୟମରେ ଓଡ଼ିଶାର ସମସ୍ତ ଜନସାଧାରଣଙ୍କ ପାଖରେ ପ୍ରିୟ ଭାଜନ ହୋଇପାରିଛି, ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ କିପରି ସଶକ୍ତିକରଣ କରାଯାଇଛି ତାହା ଉପରେ ଆଲୋକପାତ କରିଥିଲେ ବିଧାୟକ। ଏହା ସହିତ ଏକତାର ସହ କାର୍ଯ୍ୟ କରି ଦଳକୁ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୮, ୨୦୨୦ ଅପରାହ୍ନ ୪.୩୦ ମିନିଟ ସମୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ମହାରାଷ୍ଟ୍ରର ସାଙ୍ଗୋଲା ଠାରୁ ପଶ୍ଚିମବଙ୍ଗର ଶାଲିମାର ପର୍ୟ୍ୟନ୍ତ ୧୦୦ ତମ କିଷାନ ରେଳ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏବଂ ପୀୟୁଷ ଗୋୟଲ ମଧ୍ୟ ଉପସ୍ଥିତ ରହିବେ । ବହୁମୂଖୀ ମାଲବାହୀ ଟ୍ରେନ ସେବାରେ ଫୁଲକୋବି, କ୍ୟାପ୍ସିକମ, କୋବି, ସଜନା, ଲଙ୍କା, ପିଆଜ ଇତ୍ୟାଦି ପରିବା ସହିତ ଅଙ୍ଗୁର, କମଳା, ଡାଳିମ୍ବ, ବନ୍ଧାକୋବି, କଷ୍ଟାର୍ଡ ଆପଲ ଇତ୍ୟାଦି ଫଳ ପରିବହନ ହେବ । ସମସ୍ତ ଷ୍ଟପେଜ ଷ୍ଟେସନରେ ନଷ୍ଟ ହୋଇଯାଉଥିବା ଦ୍ରବ୍ୟର ଲୋଡିଂ ଏବଂ ଅନଲୋଡିଂ ପାଇଁ ଅନୁମତି ଦିଆଯିବ । ସାମଗ୍ରୀର ଆକାରରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଫଳ ଓ ପନିପରିବା ପରିବହନରେ ଭାରତ ସରକାର ସବସିଡି ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି ।…
ନୂଆଦିଲ୍ଲୀ, ବ୍ରିଟେନର କୋଭିଡ-୧୯ର ନୂଆ ଷ୍ଟ୍ରେନକୁ ମୁକାବିଲା ପାଇଁ ଭାରତ ସରକାର ବର୍ତ୍ତମାନ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଆଇସିଏମଆର ପକ୍ଷରୁ କୋଭିଡ-୧୯ ଉପରେ ଜାତୀୟ ଟାସ୍କ ଫୋର୍ସର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରିଟେନରେ ସାର୍ସ କୋଭ-୨ର ନୂଆ ଷ୍ଟ୍ରେନ ଦେଖାଦେବା ପରେ ପରୀକ୍ଷଣ, ଚିକିତ୍ସା ଏବଂ ନିରୀକ୍ଷଣରେ ପ୍ରମାଣ ଆଧାରିତ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଭାରିଆଣ୍ଟ ଷ୍ଟ୍ରେନରେ ୧୪ ଟି ଅଣ-ସମକକ୍ଷ (ଆମିନୋ ଏସିଡ୍ ପରିବର୍ତ୍ତନ) ପରିବର୍ତ୍ତନ, ୬ ଟି ସମକକ୍ଷ (ଅଣ ଆମିନୋ-ଏସିଡ୍ ପରିବର୍ତ୍ତନ) ଏବଂ ୩ ଟି ବିଲୋପନ ଅଛି। ସ୍ପାଇକ୍ (ଏସ) ଜିନରେ ଆଠଟି ପରିବର୍ତ୍ତନ ଅଛି ଯାହା ଏସିଇ୨ ରିସେପ୍ଟରଗୁଡିକର ବାଇଣ୍ଡିଂ ସାଇଟ୍ ବହନ କରିଥାଏ, ଯାହା ହେଉଛି ମାନବ ଶ୍ୱାସକ୍ରିୟାରେ ଜୀବାଣୁ ପ୍ରବେଶ କରିବାର ବିନ୍ଦୁ। ବର୍ତ୍ତମାନ ସାର୍ସ କୋଭ-୨ ପାଇଁ ରହିଥିବା ଜାତୀୟ ଚିକିତ୍ସା ପଦ୍ଧତି, ପରୀକ୍ଷଣ ରଣନୀତି ଏବଂ ନିରୀକ୍ଷଣ ରଣନୀତି ସହିତ ବ୍ରିଟେନର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦିଲ୍ଲୀର ଗ୍ରେଟର ନୋଏଡ଼ାର କ୍ରାଉନ୍ ପ୍ଲାଜାରେ ଏମ୍ଆଇକ୍ୟୁଏଚ୍ ଦ୍ୱାରା ମିସ୍ ଆଣ୍ଡ ମିସେସ୍ କ୍ୱିନ୍ ଅଫ୍ ହାର୍ଟସ ଫେସନ ସୋ’ର ତୃତୀୟ ସଂସ୍କରଣ ଡ଼ିସେମ୍ବର ୨୧ ତାରିଖରୁ ଡ଼ିସେମ୍ବର ୨୩ ତାରିଖ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଦେଶିକା ସୋନିଆ ଅଗ୍ରୱାଲ୍ ଏହାର ମୁଖ୍ୟ ନିର୍ଦ୍ଦେଶିକା ଥିବାବେଳେ ଏଥିରେ ସହ ନିର୍ଦ୍ଦେଶକ ଅଙ୍କୁର ଅଗ୍ରୱାଲ୍ ମଧ୍ୟ ଯୋଗ ଦେଇଥିଲେ। ମୁଖ୍ୟତଃ ମହିଳା ସଶସ୍ତ୍ରୀକରଣ ଏହି ତୃତୀୟ ସଂସ୍କରଣ ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଏହା ଏକ ପ୍ଲାଟଫର୍ମ ଯେଉଁଥିରେ ଗୃହିଣୀ ଏବଂ ମହିଳାମାନେ ନିଜର କାର୍ଯ୍ୟବ୍ୟସ୍ତତା ଯୋଗୁଁ ଅନ୍ତର୍ନିହିତ ପ୍ରତିଭାକୁ ଦେଖାଇ ପାରୁନଥିଲେ, ସେମାନଙ୍କୁ ଏହି ଫେସନ ସୋ ପ୍ରୋତ୍ସାହିତ କରିବ ବୋଲି ନିର୍ଦ୍ଦେଶିକା କହିଥିଲେ। ଏଥିରେ ସାରା ଦେଶରୁ ବଛା ବଛା ଯୁବତୀ ଏବଂ ଗୃହିଣୀ ଯୋଗଦେଇ ଫେସନ ଜରିଆରେ ନିଜର କଳାର ପରିଚୟ ଦେଇଥିଲେ। ଡ଼ିସେମ୍ବର ୨୩ ତାରିଖରେ ଏହାର ଫାଇନାଲ୍ ଅନୁଷ୍ଠିତ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୮ ଡିସେମ୍ବର ୨୦୨୦ ପୂର୍ବାହ୍ନ ୧୧ଟାରେ ଭାରତର ପ୍ରଥମ ଚାଳକବିହୀନ ରେଳ ସେବାର ଉଦଘାଟନ କରିବେ। ଭିଡିଓ କନଫରେନ୍ସ ଜରିଆରେ ଦିଲ୍ଲୀର ମାଜେଣ୍ଟା ଲାଇନ ବା ଜନକପୁରୀ ପଶ୍ଚିମ-ବଟାନିକାଲ ଗାର୍ଡେନ ଏବଂ ବିମାନବନ୍ଦର ଏକ୍ସପ୍ରେସ ଲାଇନରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନ୍ୟାସନାଲ କମନ ମୋବିଲିଟି କାର୍ଡ ସେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ସୁବିଧାଜନକ ଯାତ୍ରା ଏବଂ ପରିବର୍ଦ୍ଧିତ ପରିବହନ ସେବା କ୍ଷେତ୍ରରେ ଏହି ନୂତନ ପ୍ରୟାସ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ। ଚାଳକ ବିହୀନ ରେଳ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ଏହା ମାନବୀୟ ତ୍ରୁଟିର ସମ୍ଭାବନାକୁ ସମ୍ପୂର୍ଣ୍ଣ ଦୂର କରିବ। ମାଜେଣ୍ଟା ଲାଇନରେ ଚାଳକ ବିହୀନ ମେଟ୍ରୋ ଚଳାଚଳ କରିବା ପରେ ୨୦୨୧ ମଧ୍ୟଭାଗ ସୁଦ୍ଧା ଦିଲ୍ଲୀ ମେଟ୍ରୋର ପିଙ୍କ ଲାଇନରେ ମଧ୍ୟ ଚାଳକବିହୀନ ଟ୍ରେନ ଚଳାଚଳ କରିବ। ବିମାନ ବନ୍ଦର ଏକ୍ସପ୍ରେସ ଲାଇନରେ ନ୍ୟାସନାଲ କମନ ମୋବିଲିଟି କାର୍ଡ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା…
ନୂଆଦିଲ୍ଲୀ: ଆସନ୍ତା ୩୧ ତାରିଖରେ ସିବିଏସଇ ପରୀକ୍ଷା ଘୋଷଣା କରାଯିବ। ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୬ ଟା ସମୟରେ ସିବିଏସଇ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରାଯିବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ଆସନ୍ତା ପେବୃଆରି ମାସ ପର୍ଯ୍ୟନ୍ତ ବୋର୍ଡ ପରିକ୍ଷା ହେବ ନାହିଁ ବୋଲି ସୂଚନା ରହିଥିଲା। ତେବେ ଏହି ପରୀକ୍ଷା କେବେ କରାଯିବ ଆସନ୍ତା ୩୧ ତାରିଖରେ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
ଲକ୍ଷ୍ମୌ, କୋଭିଡ19ର ନୂଆ ଷ୍ଟ୍ରେନ୍ ସନ୍ଦେହରେ ଉତ୍ତରପ୍ରଦେଶ ସରକାର ଏକ ସତର୍କ ସୂଚନା ଜାରି କରିଛନ୍ତି। ଆଗ୍ରାର 58 ଜଣ ଗତ ଡିସେମ୍ବର 9 ରୁ ଡିସେମ୍ବର 22 ମଧ୍ୟରେ ବ୍ରିଟେନରୁ ଫେରିଥିବାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଚିହ୍ନଟ କରିଛି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଯୋଗାଯୋଗ କରି ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏଥିସହିତ ସେମାନଙ୍କୁ 28 ଦିନ ହୋମ କ୍ବାରଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ପରିବାର ସଦସ୍ୟ ଏବଂ ସେମାନଙ୍କର ଘନିଷ୍ଠ ସମ୍ପର୍କରେ ଆସିଥିବା ଲୋକମାନଙ୍କର ମଧ୍ୟ କୋଭିଡ19 ପରୀକ୍ଷା କରାଯିବ। ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ସାରା ପୃଥିବୀରେ ଏକ ଚିନ୍ତାର ବିଷୟ ହୋଇଛି। ତେବେ ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ ବ୍ରିଟେନରୁ ଫେରିଥିବା କେତେକଙ୍କ ମୋବାଇଲ ବନ୍ଦ ରହିଛି। ଫଳରେ ସେମାନଙ୍କ ସହିତ ଯୋଗାଯୋଗା କରିବାରେ ବିଭାଗ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

