ଭୁବନେଶ୍ବର: ଜୀବନର ଆଇନା ହେଉଛି ସ୍ବପ୍ନ। ସ୍ବପ୍ନ ଶାସ୍ତ୍ର ପୂରାପୂରି ସ୍ବପ୍ନ ଉପରେ ଆଧାରିତ। ଏହି ଶାସ୍ତ୍ରରେ ସ୍ବପ୍ନ ବିଷୟରେ ଲେଖାଯାଇଛି। ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ ଜୀବଜନ୍ତୁଙ୍କୁ ଦେଖିବା ଶୁଭ ନା ଅଶୁଭ। ମାନ୍ୟତା ଅନୁସାରେ ସ୍ବପ୍ନରେ କିଛି ଜୀବଜନ୍ତୁଙ୍କୁ ଦେଖିଲେ ଖାସ୍ ଯୋଗ ହୋଇଥାଏ। ଗାଈ: ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ ଗାଈ ଦେଖିବା ବହୁତ ଶୁଭ ହୋଇଥାଏ। କୁହାଯାଏ ସ୍ବପ୍ନରେ ଗାଈକୁ ଦେଖିଲେ ଭାଗ୍ୟ ଖୋଲିଥାଏ। ଗାଈ ଅର୍ଥାତ୍ ଗୋମାତାଙ୍କଠାରେ ୩୩ କୋଟି ଦେବୀଦେବତା ବାସ କରିଥା’ନ୍ତି। ଗାଈଙ୍କୁ ସ୍ବପ୍ନରେ ଦେଖିବା ଅର୍ଥ ଈଶ୍ବରଙ୍କ କୃପା ମିଳିଥାଏ। ହାତୀ: ହାତୀକୁ ଐଶ୍ବର୍ଯ୍ୟର ପ୍ରତୀକ ରୂପେ ମନାଯାଏ। ଯଦି ସ୍ବପ୍ନରେ କେହି ହାତୀ ଦେଖନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ଫଳ ଦେଇଥାଏ। ହାତୀ ସ୍ବପ୍ନରେ ଦେଖିଥିବା ବ୍ୟକ୍ତିଙ୍କୁ ଜୀବନରେ ଉନ୍ନତି ମିଳିଥାଏ। ସୁଖ ସମୃଦ୍ଧି ପ୍ରାପ୍ତ ହୋଇଙଥାଏ। କୁହାଯାଏ ହାତୀ ସ୍ବପ୍ନ ଦେଖିବା ପରେ ମାତା ଲକ୍ଷ୍ମୀଙ୍କୁ…
Author: Samikhsya Bureau
ଭୁବନେଶ୍ବର: ପ୍ରାୟ ୬୦୦ ବର୍ଷ ପରେ ଏହି ଚାରୋଟି ରାଶିଙ୍କର ଭାଗ୍ୟ ଖୋଲୁଛି, ଅଚାନକ କୁବେର ପ୍ରସନ୍ନ ହୋଇଛନ୍ତି ଏହି ଚାରି ରାଶିଙ୍କ ଉପରେ। ଭୋଳାନାଥଙ୍କ କୃପାରୁ ଏହି ଚାରି ରାଶିଙ୍କର ବହୁତ ଭଲ ସମୟ ଆରମ୍ଭ ହେଉଛି। ଆସନ୍ତୁଜାଣିବା ସେହି ଚାରି ରାଶିଙ୍କ ସମ୍ପର୍କରେ। ସେହି ଭାଗ୍ୟଶାଳୀ ରାଶିଗୁଡିକ ହେଲା – ମେଷ, ଧନୁ, ତୁଳା, କୁମ୍ଭ। ଆପଣ ଯଦି କୁବେରଙ୍କ କୃପା ପାଇବାକୁ ଚାହୁଁଛନ୍ତି ତେବେ ଭଲ ମନରେ ‘ଜୟ କୁବେର’ ନିଶ୍ଚିତ ଲେଖନ୍ତୁ। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କୁ ଅତ୍ୟନ୍ତ ଶୁଭ ଫଳ ମିଳିବାକୁ ଯାଉଛି। ଏହି ରାଶିର ବ୍ୟକ୍ତବିଶେଷମାନଙ୍କୁ ଆର୍ଥିକ ଲାଭ ମିଳିବ। ଯଦି ଆପଣ କରଜରେ ବୁଡି ଛନ୍ତି ତେବେ ଆପଣଙ୍କୁ ଏଥିରୁ ମୁକ୍ତି ମିଳିବ। ନିଜ ପରିଶ୍ରମ ଓ ଆଶାଠାରୁ ଅଧିକ ଧନ ମିଳିବ। ଆପଣଙ୍କୁ ପୈତୃକ ସମ୍ପତ୍ତି ମିଳିବାର ଯୋଗ ମଧ୍ୟ ରହିଛି। ଆପଣଙ୍କ ଚେଷ୍ଟା କରୁଥିବା କାର୍ଯ୍ୟରେ ଶହେ ପ୍ରତିଶତ ସଫଳତା…
ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ…
ନୂଆଦିଲ୍ଲୀ, ଶାସ୍ତ୍ର ଅନୁଯାୟୀ ଆଜି ଦୁଇଟି ରାଶିର ମହାଯୋଗ ସୃଷ୍ଟି ହୋଇଛି। ଯେଉଁଥି ପାଇଁ ମୀନ ଏବଂ ବୃଷ ଲୋକମାନଙ୍କର ଭାଗ୍ୟ ଉଜ୍ଜ୍ୱଳ ହୋଇପାରେ। ସେମାନେ ନିଶ୍ଚିତ ଭାବେ ଜୀବନରେ ଉପକୃତ ହୋଇ ପାରିବେ। ତାଙ୍କର ସ୍ୱପ୍ନ ସାକାର ହେବ। ପ୍ରେମ ଏବଂ ଅର୍ଥରେ ସେମାନେ ବଡ଼ ସଫଳତା ପାଇ ପାରିବେ। ସେମାନଙ୍କର ସମସ୍ତ ଇଚ୍ଛା ପୂରଣ ହୋଇପାରିବ। ଜମି କିମ୍ବା ଘର କିଣିବାର ସ୍ୱପ୍ନ ପୂରଣ ହୋଇ ପାରିବ। ସେମାନେ ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟବାନ ହୋଇପାରନ୍ତି। ଆପଣ ଭଗବାନ କୃଷ୍ଣଙ୍କୁ ପୂଜା କରନ୍ତୁ। ଆପଣଙ୍କ ଜୀବନସାଥୀଙ୍କ ସହିତ ବୁଲିବାକୁ ବାହାରକୁ ଯାଇପାରନ୍ତି। ବର୍ତ୍ତମାନ ଆପଣ ଧନୀମାନଙ୍କ ପରି ଜୀବନ ବିତାଇବେ। ଏହିପରି ଶୁଭ ଦିନଗୁଡ଼ିକ ଆପଣଙ୍କ ଜୀବନରେ ପୁନର୍ବାର ଆସିବ ନାହିଁ।
ନୂଆଦିଲ୍ଲୀ, ଆଜି ଶନିବାରରେ ମାତା ଲକ୍ଷ୍ମୀ ମାତ୍ର ତିନୋଟି ରାଶିମାନଙ୍କ ଘରେ ପ୍ରବେଶ କରିବେ। ଏପରି ଶୁଭ ସମୟ ଏହି ଲୋକଙ୍କ ଜୀବନରେ ବହୁ ବର୍ଷ ପରେ ଆସିଛି। ଫଳରେ ଆପଣ ବିପୁଳ ଧନ ପାଇବାକୁ ଯାଉଛନ୍ତି। ଦେବୀ ଲକ୍ଷ୍ମୀ ନିଜେ ଆପଣଙ୍କର ସମସ୍ତ ଦୁଃଖରୁ ମୁକ୍ତି କରିବେ। ସେହି ତିନୋଟି ରାଶି ହେଲା ତୂଳା, କନ୍ୟା, ଧନୁ ରାଶି ଭଗବାନ ବିଷ୍ଣୁ ହଜାର ହଜାର ବର୍ଷ ଧରି ଆପଣଙ୍କୁ ସୁଖ ପ୍ରଦାନ କରିବେ । ଜମି, ସମ୍ପତ୍ତି ପ୍ରସଙ୍ଗରେ ଲାଭ ପାଇପାରିବେ। ଆପଣଙ୍କ ଜୀବନରେ ନୂତନ ସମ୍ପର୍କ ଆରମ୍ଭ ହୋଇପାରେ। ଆପଣ ପ୍ରେମ ଏବଂ ଅର୍ଥରେ ପଦୋନ୍ନତି ପାଇପାରିବେ।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି। ୧୬ ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ଛକ ନିକଟରେ ବାଇକ ଯୋଗେ ଦୁଇ ଜଣ ବ୍ୟକ୍ତି ଘରକୁ ଫେରୁଥିବା ବେଳେ ରାସ୍ତାରେ ଯାଉଥିବା ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ପଛ ପଟୁ ଧକ୍କା ଦେଇଥିଲେ। ଫଳରେ ସମସ୍ତ ୩ ଜଣ ବ୍ୟକ୍ତି ଗୁରୁତର ଆହାତ ହୋଇପଡ଼ିଥିଲେ। ଗୁରୁତରଙ୍କୁ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେମାନଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗୁରୁତର ତିନିଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ପରିଚୟ ମିଳିଛି। ସେମାନଙ୍କ ମଧ୍ୟରୁ ଜଣେ ଭୋବରା ଗ୍ରାମର ଭିକାରୀ ଚରଣ ବେହେରା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ସହରର ଦୁଇ କୃତି ପ୍ରତିଯୋଗୀ ସୌମ୍ୟଜିତ୍ ପଟ୍ଟନାୟକ (୧୩) ଏବଂ ସୋନିଆ ସାହୁ (୧୭) କରୋନା ସମ୍ବନ୍ଧୀତ ଦୁଇଟି ପୁସ୍ତକ ରଚନା କରିଛନ୍ତି। ସୌମ୍ୟଜିତ୍ଙ୍କ ରଚିତ ପୁସ୍ତକ “କୋଭିଡ଼୍ ୧୯ ଏ ବ୍ଲେସିଂ ଇନ୍ ଡ଼ିସ୍ଗ୍ୟୁସ” ଓ ସୋନିଆଙ୍କ ରଚିତ ପୁସ୍ତକ “ଦି ଗୁଡ଼୍, ଦି ବେଡ଼୍ ଆଣ୍ଡ ଦି ଅଗ୍ଲି” ଲାଇଫ୍ ଡ଼ିଉରିଂ ପାଣ୍ଡାମିକ୍ ରହିଛି। ପାଞ୍ଚଦିନିଆ ଲେଖକ ପ୍ରତିଯୋଗିତାରେ ବରିଷ୍ଠ ଲେଖକ ଅଂଶୁମାନ ପାତ୍ରଙ୍କ ତତ୍ତ୍ୱାବଧାନରେ ସୌମ୍ୟଜିତ ଓ ସୋନିଆ ଅଂଶଗ୍ରହଣ କରି ମାତ୍ର ସାତଦିନରେ ନିଜ ନିଜର ପ୍ରଥମ କରୋନା ସମ୍ବନ୍ଧୀୟ ପୁସ୍ତକ ରଚନା କରିଛନ୍ତି। ଏହି ଦୁଇଟି ପୁସ୍ତକ ବର୍ତ୍ତମାନ ଆମାଜନ୍ରେ ଉପଲବ୍ଧ ହୋଇ ବେଷ୍ଟ ସେଲର ବୁକ୍ର ମାନ୍ୟତା ପାଇଛି। ସେହିପରି ୟାସ୍ ତିୱାରୀ (୧୮) ଏସିଆ ବୁକ୍ ଅଫ୍ ରେକର୍ଡ଼ରେ ସର୍ବକନିଷ୍ଠ ଲେଖକର ମାନ୍ୟତା ପାଇଛନ୍ତି। ବର୍ତ୍ତମାନ ବ୍ରହ୍ମପୁର ସହରର ଏହି ଦୁଇ କୃତି ପ୍ରତିଯୋଗୀ…
ପିଣ୍ଟୁ ବିଷୋୟୀ ବେଗୁନିଆପଡା: ବେଗୁନିଆପଡା ବ୍ଲକର ଠିକାଦାର ମାନଙ୍କ ଦ୍ୱାରା ଏକ ନୂତନ ସଂଘ ଗଠିତ ହୋଇଯାଇଛି। ଅମରେଶ୍ୱର ଠିକାଦାର ସଙ୍ଘ ନାମରେ ଏହି ସଙ୍ଘ ଗଠିତ ହୋଇଯାଇଛି। ବ୍ଲକର ସମସ୍ତ ଠିକାଦାର ମାନଙ୍କୁ ନେଇ ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ନାରାୟଣୀ ମନ୍ଦିର ପରିସରରେ ଏକ ବୈଠକ ବସିଥିଲା। ବିଭିନ୍ନ ସମୟରେ ଠିକାଦାର ମାନେ ଭିନ୍ନ ଭିନ୍ନ ସମସ୍ୟାକୁ ନେଇ ଅସୁବିଧା ଭୋଗୁଥିବା ବେଳେ ଏହି ସଂଘ ଜରିଆରେ ସମସ୍ୟାକୁ ସମାଧାନ କରାଯିବ ବୋଲି ଠିକାଦାର ମାନଙ୍କ ଦ୍ୱାରା ନିଷ୍ପତ୍ତି ନିଆଯାଇଛି। ସର୍ବ ସମ୍ମତି କ୍ରମେ ସଂଘର ସଭାପତି ଭାବେ ଚରଣ ନାୟକ, ଉପସଭାପତି ଜିତେନ୍ଦ୍ର କୁମାର ବେହେରା, ସଂପାଦକ ଗୌରାଙ୍ଗ ଚରଣ ରଥ, ସହ ସମ୍ପାଦକ ଅଶୋକ କୁମାର ପ୍ରଧାନ, କୋଷାଧ୍ୟକ୍ଷ ସୁରେନ୍ଦ୍ର ଜେନା, ସହ କୋଷାଧ୍ୟକ୍ଷ ଜଗନ୍ନାଥ ଗୌଡ଼ ନିର୍ବାଚିତ ହୋଇଥିଲେ। ଟେଣ୍ଡର ପକାଇବା ଠାରୁ ଆରମ୍ଭ କରି କାମ କରୁଥିବା ସମୟରେ କୌଣସି ଅସୁବିଧା ହେଲେ ସମସ୍ତଙ୍କ…
ଭୁବନେଶ୍ଵର: ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁ ରେ’ର ଶୁଭ ମହୁରତ ଶୁକ୍ରବାର ଆଇଟିଆରରେ ଆୟୋଜିତ ହେଇଯାଇଛି। ସୁମା ରିଅଲ ମିଡିଆର ଏହା ଦ୍ୱିତୀୟ ଅବଦାନ। ଫିଲ୍ମରେ ମୁଖ୍ୟ ଭୂମିକାରେ ଜ୍ୟୋତି ଓ ଭୂମିକା ଅଭିନୟ କରିଛନ୍ତି। ଆଜି ପ୍ରମେୟନ୍ୟୁଜ୍-୭ର ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର କ୍ଲାପ୍ ଦେଇ ଶୁଭ ମହୁରତର ଶୁଭାରମ୍ଭ କରିଥିଲେ। ଫିଲ୍ମରେ ୪ ଗୀତ ରହିଥିବାବେଳେ ୩ଟି ରୋମାଣ୍ଟିକ ଓ ଗୋଟିଏ ସ୍ୟାଡ଼ ସଙ୍ଗ ରହିଛି। ଗୀତ ଗୁଡିକ ରାୟଗଡା ଓ ରାମୋଜି ଫିଲ୍ମ ସିଟିରେ ସୁଟିଂ ହେବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ସୁମା ରିଅଲ ମିଡିଆର ପ୍ରଥମ ଅବଦାନ ଫେରିଆ ୮ଟି ପୁରସ୍କାର ପାଇଥିବାବେଳେ ତାହା ଜନସଚେତନା ଓ ସାମାଜିକ ସଚେତନତା ନେଇ ବେଶ ପ୍ରଭାବ ପକାଇଥିଲା। କରୋନା ପ୍ରଭାବ ସିଧାସଳଖ କଳା ଜଗତ ଉପରେ ପଢିଥିବାବେଳେ ସୁମା ରିଅଲ ମିଡ଼ିଆର ଏହି ପ୍ରୟାସ ଭଲ ପଦକ୍ଷେପ ବୋଲି କହିଛନ୍ତି ବରିଷ୍ଠ କଳାକାର ପ୍ରଦ୍ୟୁମ୍ନ ଲେଙ୍କା…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଗ୍ରାମାଂଚଳରେ ଅମାନିଆ ବାଇକ୍ ଆରୋହୀଙ୍କୁ ନିସ୍ତାର ନାହିଁ। ଖୋର୍ଦ୍ଧା ଜିଲ୍ଲା କୁହୁଡି ଫାଣ୍ଡି ପୋଲିସ୍ ର ବାଇକ୍ ଧର ପଗଡ ବେଳେ ପୋଲିସ୍ ହାତରେ ଧରାପଡିଲା ନାବାଳକ ବାଇକ୍ ଆରୋହୀ। ପୋଲିସ୍ କାଟିଲା ୩୦ ହଜାର ଟଙ୍କାର ଫାଇନ୍। ସୂଚନା ମୁତାବକ, ଆଜି କୁହୁଡି ଫାଣ୍ଡି ପୋଲିସ ଦ୍ୱାରା କୁହୁଡି ବଜାରରେ ବାଇକ ଚେକିଂ ବେଳେ ହିରୋ ଗ୍ଲାମର ବାଇକ୍ ଚଳାଉଥିବା ଜଣେ ୧୫ ବର୍ଷର ନାବାଳକକ ଠାରୁ ତିରିଶ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ। ହେଲେ ଜରିମାନା ରସିଦ କଟିଛି ଗାଡ଼ି ମାଲିକଙ୍କ ନାମରେ ଏବଂ ଗାଡ଼ି ତାଙ୍କ ସାନ ଭାଇ ଚଲାଉଥିଲେ। ମୋଟରଯାନ ଅଧିନିୟମ ଧାରା ୧୮୦ ଅନୁଯାୟୀ ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବାରୁ ୫୦୦୦ ଟଙ୍କା ଏବଂ ଧାରା ୧୯୯କ(୨) ଅନୁଯାୟୀ ଗାଡ଼ି ଚାଳକ ନାବାଳକ ହୋଇଥିବାରୁ ୨୫୦୦୦ ଟଙ୍କା ଫାଇନ ପଡ଼ିଛି ଗାଡ଼ି ମାଲିକଙ୍କୁ।…
କନ୍ଦର୍ପ ବେହେରା ରେଢାଖୋଲ: ଆଜି ସକାଳୁ ସକାଳୁ ଚାରମାଳ ରେଞ୍ଜ ବଂଶାଜାଲ ସେକ୍ସନରେ ଏକ ଭାଲୁ ଓ ତାରଛୁଆ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଥିବା ଜଙ୍ଗଲ ବିଭାଗ ସୂତ୍ରରୁ ପ୍ରକାଶ। ସୂଚନା ଅନୁଯାୟୀ, ଆଜି ଭୋରରୁ ରେଢାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅଧିନସ୍ଥ ବଂଶାଜାଲ ସେକ୍ସନ ପୁଡାବଲଣ୍ଡାରୁ ବଡମାଳ ଯାଇଥିବା ପ୍ରଧାନମନ୍ତ୍ରୀ ରାସ୍ତାର ସୁରୁବାଲି ଜୋର ଠାରୁ ୧କିମି ଦୂରରେ ଏରୁଣ୍ଡିବାହାଳ ଖେସରା ଜଙ୍ଗଲର ରାସ୍ତା ଉପରେ ଏକ ଅଜଣା ଗାଡି ଧକ୍କାରେ ଏକ ଭାଲୁ ଓ ତାର ଛୁଆ ମୃତ୍ୟୁବରଣ କରିଥିବା ବନବିଭାଗ ସୂତ୍ରରୁ ପ୍ରକାଶ। ଯାହା ଅନୁମାନ କରାଯାଉଛି ଭାଲୁଟି ରାସ୍ତା ପାର ହେଉଥିବା ସମୟରେ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଥିବା ଜଙ୍ଗଲ ବିଭାଗ ପ୍ରକାଶ କରିଛି। ମୃତ ଭାଲୁର ଅନୁମାନିକ ବୟସ ୨୦ ବର୍ଷ ହୋଇଥିବା ବେଳେ ଛୁଆର ବୟସ ଦେଢବର୍ଷ ହୋଇଥିବା ବନବିଭାଗ କହିଛି। ମୃତ ଭାଲୁକୁ ଫରେଷ୍ଟର ବିଜୟ କୁମାର ବିଶ୍ୱାଳ,…
ଭୁବନେଶ୍ଵର: ଆଜି ରାଜ୍ୟରୁ ୪୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୫୨, ଖୋର୍ଦ୍ଧାରୁ ୪୨, କେନ୍ଦ୍ରାପଡାରୁ ୩୩, କଟକରୁ ୨୭, ସମ୍ବଲପୁରରୁ ୨୬, ବଲାଙ୍ଗିରିରୁ ୨୪, , ଯାଜପୁରରୁ ୨୪, ମୟୂରଭଞ୍ଜରୁ ୨୨, ପୁରୀରୁ ୧୮, ବରଗଡରୁ ୧୭, ଅନୁଗୁଳରୁ ୧୫, କେନ୍ଦୁଝରରୁ ୧୦, ଦେବଗଡରୁ ୯, ନବରଙ୍ଗପୁରରୁ ୯, ନୂଆପଡ଼ାରୁ ୮, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୬, କନ୍ଧମାଳରୁ ୬, ଜଗତସିଂହପୁରରୁ ୫, ରାୟଗଡାରୁ ୫, ଭଦ୍ରକରୁ ୪, ଗଞ୍ଜାମରୁ ୪, ମାଲକାନାଗିରିରୁ ୪, ନୟାଗଡରୁ ୨, ବୌଦ୍ଧରୁ ୧, ଗଜପତିରୁ ୧, କୋରାପୁଟରୁ ୧, ସୋନପୁରରୁ ଏବଂ ଷ୍ଟେଟପୁଲରୁ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୩ ହଜାର ୩୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ରାଉରକେଲା : ବାପା ମାଆଙ୍କୁ ଶିଳପୁଆରେ ଛେଚି ହତ୍ୟା କରିଛି ପୁଅ । ବିଶ୍ରାଥାନା ବିଶିପୁର ଗାଁରେ ନୃଶଂସ କାଣ୍ଡ ଘଟାଇଛି ପୁଅ । ପାରିବାରିକ କଳହରୁ ପୁଅର ଏପରି କାଣ୍ଡ କରିଥିବାର ସୂଚନା ରହିଛି । ଜମି ବିକିବାକୁ ବାପା-ମା’ ନ ଦେବାରୁ ପୁଅ ଏଭଳି ନୃଶଂସ କାଣ୍ଡ କରିଛି । ଅଭିଯୁକ୍ତ ପୁଅକୁ ଗିରଫ କରିଛି ପୋଲିସ୍ ।
ଭୁବନେଶ୍ବର: ବ୍ରିଟେନ୍ ଫେରନ୍ତା ୪ ବର୍ଷର ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଗତ ୨୦ ତାରିଖରେ ବାପା ମାଆଙ୍କ ସହ ଶିଶୁ ବ୍ରିଟେନ୍ରୁ ଫେରିଥିଲା। ବାପା ଓ ମାଆଙ୍କର କୋଭିଡ୍ ଟେଷ୍ଟ ନେଗେଟିଭ୍ ଆସିଥିବାର ସୂଚନା ରହିଛି। ବାପା, ମାଆ ଓ ଶିଶୁକୁ ଇନ୍ଷ୍ଟିଚ୍ୟୁସନାଲ୍ ଆଇସୋଲେସନ୍ରେ ରଖାଯାଇଛି। ଆସନ୍ତାକାଲି ବାପା ଓ ମାଆଙ୍କର ପୁଣି କୋଭିଡ୍ ଟେଷ୍ଟ କରାଯିବ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ବର: ଯଦୁପୁରଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ନୟାଗଡ଼ ମୂଖ୍ୟ ଚିକିତ୍ସାଳୟ ଠାରେ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଆକ୍ରମଣର ଶିକାର ହୋଇଥିବା ନନ୍ଦିଘୋଷ ଟିଭିର ସାମ୍ବାଦିକ ମାନଙ୍କୁ ଭେଟିଛନ୍ତି। କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କ ଉପରେ ହୋଇଥିବା ଏହି ସଂଘବଦ୍ଧ ଆକ୍ରମଣ ଘଟଣାରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ସଂଘ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲା ଏସ୍ ପି ଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି। ଏହି ଅବସରରେ ସମ୍ବାଦିକ ମାନଙ୍କ ଉପରେ ହେଉଥିବା ଘନଘନ ଆକ୍ରମଣ ଘଟଣାକୁ ଦୃଷ୍ଟିରେ ରଖି ,ସରକାର ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି ପ୍ରତିନିଧି ମଣ୍ଡଳରେ ସଂଘର ଜାତୀୟ ପରିଷଦ ସଦସ୍ୟ ବୈଷ୍ଣବ ଚରଣ…
ଇଟାନଗର : ବିହାରର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାରଙ୍କୁ ବଡ ଝଟ୍କା ମିଳିଛି । ନୀତିଶଙ୍କ ଦଳ ଜନତା ଦଳ ୟୁନାଇଟେଡର 6 ଜଣ ସଦସ୍ୟ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି । ଅରୁଣାଚଳ ପ୍ରଦେଶରେ ଜେଡିୟୁର 7ଜଣ ବିଧାୟକଙ୍କ ମଧ୍ୟରୁ 6ଜଣ ଦଳ ଛାଡି ବିଜେପିରେ ମିଶିଛନ୍ତି । ବିଜେପିରେ ସାମିଲ ହୋଇଥିବା ବିଧାୟକ ମାନେ ହେଲେ, ରାମଗାଙ୍ଗ ବିଧାନସଭା ଆସନରୁ ତାଳିମ ତବୋହ, ଚାୟୋଙ୍ଗତାଜରୁ ହେୟେଙ୍ଗ ମଙ୍ଗଫି, ତାଳିରୁ ଜିକ୍କେ ତକୋ, କଲାକ୍ତଙ୍ଗରୁ ଦୋରଜୀ ବଙ୍ଗ୍ଦି ଖର୍ମା, ବୋମିଡିଳାରୁ ଡୋଙ୍ଗେରୁ ସିୟନ୍ଙ୍ଗୁଜ୍ ଏବଂ ମାରିୟାଙ୍ଗ-ଗେକୁରୁ ନିର୍ବାଚିତ ହୋଇଥିବା କାଙ୍ଗଙ୍ଗୋଗ ଟାକୁ ବିଜେପିରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶରେ ନୀତୀଶ କୁମାରଙ୍କ ଜେଡିୟୁ ମୋଟ 7 ଟି ଆସନରେ ବିଜୟଲାଭ କରିଥିଲା । ଏହା ସହ ସେଠାରେ ଚାଲିଥିବା ସରକାରକୁ ବି ସମର୍ଥନ ଦେଇଥିଲା ଜେଡିୟୁ । ବିହାରରେ ବିଜେପି ଓ ଜେଡିୟୁ ସରକାର ଚାଲିଥିବାବେଳେ ଚଳିତ ବିହାର ବିଧାନସଭା…
ଭୁବନେଶ୍ବର : ଉତ୍ତର ଓଡିଶାରେ ଭୂକମ୍ପର ଝଟକା ଅନୂଭୁତ ହୋଇଛି । ଉତ୍ତର ଓଡିଶାର କିଛି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୂଭୁତ ହୋଇଛି । ମଧ୍ୟାହ୍ନ 2ଟା 10 ମିନିଟରେ ଏହି ଭୂକମ୍ପ୍ର ଝଟ୍କା ଅନୁଭୂତ ହୋଇଛି ।ଭୂମିକମ୍ପର ପ୍ରଭାବ ବାଲେଶ୍ୱର, ଭଦ୍ରକ , ମୟୁରଭଞ୍ଜ , କେନ୍ଦୁଝର ଏବଂ ଉଦଳା ଅଞ୍ଚଳରେ ପଡିଛି । ସ୍ଥନୀୟ ଲୋକେ ଭୟଭୀତ ହୋଇପଡିବା ସହ ଘର ବାହାରକୁ ସମସ୍ତେ ଚାଲି ଆସିଥିଲେ । ତେବେ ଏହାର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ଜଣାପଡିନଥିବାବେଳେ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।
ସୀତାରାମ ଅଗ୍ରଓ୍ବାଲ ବାଣପୁର : ସୁସ୍ଥ ଓ ନିରାମୟ ଜୀବନ ପ୍ରତି ଗୁରୁତ୍ୱ ଦେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମୋ ମଶାରୀ ଯୋଜନା। ଏହି ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ସ୍ଥାନୀୟ ଶହୀଦ କୃତିବାସ ଭବନ ପରିସର ମଧ୍ୟରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ(L.L.I.N.)ବଣ୍ଟନ କାର୍ଯ୍ୟକ୍ରମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଖୋର୍ଦ୍ଧା ଜିଲ୍ଲାରେ ବାଣପୁର ଏକମାତ୍ର ମ୍ୟାଲେରିଆ ଅଧ୍ୟୁଷିତ ଅଞ୍ଚଳ ଭାବେ ସ୍ଥାନିତ ହୋଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ମୋ ମଶାରୀ ଅଭିଯାନ’ ରଥ ମାଧ୍ୟମରେ ଗାଁ କୁ ଗାଁ ବୁଲି ସଚେତନତା କରାଯିବା ସହ ଉକ୍ତ ବ୍ଲକର ୩୦ହଜାରରୁ ଉର୍ଦ୍ଧ୍ବ ପରିବାର ସହିତ ପାଖାପାଖି ୮୭ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ମାଶାରୀ ବାଣ୍ଟିବାର ଲକ୍ଷ୍ୟ ରଖାଯାଇଛି ବୋଲି…
ଭୁବନେଶ୍ୱର: ଆସନ୍ତା 27 ତାରିଖରେ ରାଜ୍ୟର ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀକୁ ଉଦ୍ବୋଧନ୍ ଦେବେ ସିଡିଏସ୍ ବିପିନ୍ ରାୱତ। ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଚାରିଦିନ ଧରି ଚାଲିବ । ପୋଲିସ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାନୟକ ଉଦ୍ଘାଟନ କରିବେ । ଭିଡିଓ କନ୍ଫରେନ୍ସି ଜରିଆରେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ । ସମ୍ମିଳନୀରେ ଦେଶର ଅନେକ ବରିଷ୍ଠ ଅଧିକାରୀ ଯୋଗଦେବ । ଭର୍ଚୁଆଲ୍ରେ 30 ଯାଏଁ ଏହି ସମ୍ମିଳନୀ ଚାଲିବ । ଓଡ଼ିଶା ପୁଲିସ୍, ଏସ୍ପି, କମାଣ୍ଡାଣ୍ଟ ଆଦି ବରିଷ୍ଠ ଅଧିକାରୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହିବେ। ରାଜ୍ୟ ଆଇନ ଶୃଙ୍ଖଳା ଏଡିଜି ୱାଇ. କେ ଜେଠୱାଙ୍କ ସୂଚନା ମୁତାବକ ଏହି ଭର୍ଚୁଆଲ ବୈଠକରେ ଆଇନ ଶୃଙ୍ଖଳା, ମାଓ ମୁକାବିଲା ଉପରେ ହେବ ଆଲୋଚନା। ଇଣ୍ଟରପୋଲ୍ ନିର୍ଦ୍ଦେଶକ ଏମ୍ଏମ୍ ଓବରାୟ ଏହି ସମ୍ମିଳନୀରେ ବକ୍ତବ୍ୟ ରଖିବେ।
କଟକ : କଟକ ଏସ୍ସିବି ମେଡିକାଲର ଟେଲି ମେଡିସିନ୍ ବିଭାଗରେ ଅଗ୍ନିକାଣ୍ଡ ହୋଇଥିବାର ସୂଚନା ମିଳିଛି । ସର୍ଭର ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ବିଭାଗୀୟ ଅଗ୍ନିଶମ ବାହିନୀ ଦ୍ବାରା ନିଆଁକୁ ଆୟତ୍ତ କରାଯାଇଥିବାର ସୂଚନା ରହିଛି । ତେବେ ଏହି ଅଗ୍ନିକାଣ୍ଡର କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।
ହାଇଦ୍ରାବାଦ: ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରକ୍ତଚାପରେ ଅନିୟମିତତା ଯୋଗୁଁ ସେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି । ନିକଟରେ ଫିଲ୍ମ ‘ଅନ୍ନାଥେ’ର 8 କ୍ର୍ୟୁ ମେମ୍ବର କରୋନାରେ ସଂକ୍ରମିତ ହେବା ପରେ ରଜନୀକାନ୍ତ ଶୁଟିଂକୁ ଅଧାରୁ ବନ୍ଦ କରିବା ସହ ନିଜକୁ କ୍ବାରେଣ୍ଟାଇନ୍ କରିଥିଲେ । ତେବେ ଡିସେମ୍ବର 22 ତାରିଖରେ ରଜନୀକାନ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । କିନ୍ତୁ ରକ୍ତଚାପ ଅନିୟମିତା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ତେବେ ତାଙ୍କ ନିକଟରେ ଅନ୍ୟ କୌଣସି ଲକ୍ଷଣ ନାହି । ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଜଣାପଡିଛି । କରୋନା କାରଣରୁ ଏହିଫିଲ୍ମଟିର ଶୁଟିଂ ପ୍ରାୟ 9 ମାସ ହେବ ବନ୍ଦ ରହିଥିଲା । ଏହି ଫିଲ୍ମରେ କୀର୍ତ୍ତି ସୁରେଶ ଓ ନୟନତାରା ମହତ୍ତ୍ବପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି ।ଏହିଫିଲ୍ମଟିର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସିରୁଥାଇ ସିବା…

