Author: Samikhsya Bureau

ଭୁବନେଶ୍ବର : ବିଜେଡିର ନୂଆ ମୁଖପାତ୍ର ତାଲିକା ପ୍ରକାଶ ପାଇଛି । 6 ଜଣଙ୍କୁ ଜାତୀୟ ମୁଖପାତ୍ର ରହିଥିବାବେଳେ 16ଜଣ ରାଜ୍ୟ ମୁଖପାତ୍ର ରହିଛନ୍ତି । 6 ଜଣିଆ ଜାତୀୟ ମୁଖପାତ୍ର ତାଲିକାରେ ପ୍ରସନ୍ନ ଆଚାର୍ଯ୍ୟ,  ଅମର ପଟ୍ଟନାୟକ, ଅଚ୍ୟୁତ ସାମନ୍ତ, ସସ୍ମିତ ପାତ୍ର, ପିନାକୀ ମିଶ୍ର,  ଶର୍ମିଷ୍ଠା ସେଠୀ । ସେହିପରି 16 ଜଣିଆ ତାଲିକାରେ ପ୍ରତାପ ଦେବ, ଚନ୍ଦ୍ରଶେଖର ସାହୁ, ରମେଶ ମାଝୀ, ସ୍ନେହାଙ୍ଗିନୀ ଛୁରିଆ, ବ୍ୟୋମକେଶ ରାୟ, ରାସେଶ୍ବରୀ ପାଣିଗ୍ରାହୀ,  କସ୍ତୁରୀ ମହାପାତ୍ର, ଅନୁଭବ ପଟ୍ଟନାୟକ,  ଲୋପାମୁଦ୍ରା ବକ୍ସିପାତ୍ର, ଲେନିନ୍‌ ମହାନ୍ତି, ସଞ୍ଜୟ ବାବୁ, ସୁଲତା ଦେଓ, ଶ୍ରୀମୟୀ ମିଶ୍ରୀ, ଚିନ୍ମୟ ସାହୁ, ଏଲିନା ଦାସ, ହରିଶ ଚୌଧୁରୀ ପ୍ରମୁଖ ସାମିଲ୍‌ ରହିଛନ୍ତି ।

Read More

ମେଲବର୍ଣ୍ଣ: ପ୍ରଥମ ଟେଷ୍ଟରେ ଭାରତର ପରାଜୟ ପରେ ମେଲବର୍ଣ୍ଣରେ ହେବାକୁ ଦ୍ଵିତୀୟ ଟେଷ୍ଟ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି। ଆଡିଲେଡ ଟେଷ୍ଟ ପରେ ଭାରତୀୟ ଅଧିନାୟକ ବିରାଟ କୋହିଲି ସ୍ଵଦେଶ ଫେରି ଆସିଥିବା ବେଳେ ଅଜିଙ୍କ୍ୟ ରାହେଣେ ଏହି ଟେଷ୍ଟରେ ଦଳର ଅଧିନାୟିକତ୍ଵ କରିବେ। ଉପ-ଅଧିନାୟକ ଭୂମିକାରେ ଚେତେଶ୍ଵର ପୂଜାରା ପଡିଆକୁ ଓହ୍ଲାଇବେ। ତେବେ ଭାରତୀୟ ଦଳ ଆସନ୍ତାକାଲିର ଟେଷ୍ଟ ପାଇଁ ପ୍ଲେଇଙ୍ଗ ଏକାଦଶ ଘୋଷଣା କରାଯାଇଛି। ଶୁଭମନ ଗିଲ୍ ଏବଂ ମହମ୍ମଦ ସିରାଜ ଟେଷ୍ଟ ମ୍ୟାଚରେ ପଦାର୍ପଣ କରିବାକୁ ଯାଉଥିବା ବେଳେ ୱିକେଟ କିପର ଦାୟିତ୍ଵ ଋଷଭ ପନ୍ତ ସମ୍ବାଳିବେ। ସେହିପରି ଆହତ ହୋଇ ପ୍ରଥମ ଟେଷ୍ଟରେ ବିଶ୍ରାମ ନେଇଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଏହି ଟେଷ୍ଟ ଖେଳିବାକୁ ସୁଯୋଗ ପାଇବେ। ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଟେଷ୍ଟର ପରାଜୟ ପରେ ଭାରତୀୟ ଦଳ ଏହି ଶୃଙ୍ଖଳରେ ଅଷ୍ଟ୍ରେଲିଆ ଠାରୁ ୧-୦ ରେ ପଛରେ ଅଛି। ଶୃଙ୍ଖଳକୁ ଫେରିବାକୁ…

Read More

ଭୁବନେଶ୍ବର : ବରିଷ୍ଠ ଆଇଏଏସ୍‌ ସୁରେଶ ମହାପାତ୍ର ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ ।  ପୂର୍ବରୁ ମୁଖ୍ୟ ଶାସନ ସଚିବ ଥିବା ଅସିତ ତ୍ରିପାଠୀଙ୍କ ଅବସର ପରେ ସୁରେଶ ମହାପାତ୍ରଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ଅସିତ୍‌ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ପାଇଛନ୍ତି । ଏହା ଏହା ସହ କିଛି ବିଭାଗର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦାତା ଭାବେ ମଧ୍ୟ ଦାୟିତ୍ବ ତୁଲାଇବେ ଶ୍ରୀ ତ୍ରିପାଠୀ । ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, ଶିଳ୍ପ ଓ କୃଷିବ୍ୟାପାରର ପରାମର୍ଶ ଦାୟିତ୍ବ ସମ୍ଭାଳିବେ ଶ୍ରୀ ତ୍ରିପାଠୀ । ସେହିପରି ପ୍ରଦୀପ ଜେନାଙ୍କୁ ଉନ୍ନୟନ କମିଶନରର ଦାୟିତ୍ବ ଦିଆଯାଇଛି । 1986 ବ୍ୟାଚର୍‌ ଆଇଏଏସ୍‌ ଅଧିକାରୀ ସୁରେଶ ମହାପାତ୍ର ପୂର୍ବରୁ ଉନ୍ନୟନ କମିଶନର ଦାୟିତ୍ବରେ ରହିଥିଲେ । 2022 ଫେବୃଆରୀ ପର୍ଯ୍ୟନ୍ତ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ରହିଛି । ସୂଚନାଯୋଗ୍ୟ, 1986 ବ୍ୟାଚର ଆଇଏଏସ୍ ଅସିତ୍‌ ତ୍ରିପାଠୀ 2019 ମସିହା…

Read More

ଝାରଖଣ୍ଡ : ବିଜ୍ଞାନର ଯୁଗରେ ଆଜି ଆମେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିସାରିଲେଣି । ବିଜ୍ଞାନର ଅଗ୍ରଗତି କାହିଁ କେଉଁଠି ପହଞ୍ଚିଥିବାବେଳେ ଆଜି ବି ଅନ୍ଧବିଶ୍ବାସର ଜାଲରେ କିଛି ଲୋକେ ଫସିରହିଥିବାର ଦେଖାଯାଉଛି । ଅନ୍ଧବିଶ୍ବାସରର ଜାଲରେ କିଛି ଲୋକଙ୍କୁ ଫସାଇ ଅନ୍ଧବିଶ୍ବାସର ପାଠଶାଳା ଚାଲିଛି । ଏଭଳି ଏକ ପାଠଶାଳା ଝାଡଖଣ୍ଡର ଲାତେହାର ଜିଲ୍ଲାର ରହିଛି । ଲାତେହାର ସଦର ଉପଖଣ୍ଡରୁ ପ୍ରାୟ 15 କିଲୋମିଟର ଦୂର ବଭନହେରୁବା ଗାଁରେ ଆଜି ମଧ୍ୟ ଅନ୍ଧବିଶ୍ୱାସର ଏକ ପାଠଶାଳା ଚାଲୁ ରହିଛି। ଏଠାରେ 10 ବର୍ଷରେ ଗୋଟିଏ ଥର ପାଇଁ 4 ମାସ ପାଇଁ କ୍ଲାସ୍‌ ହୋଇଥାଏ । ଏଠାରେ ଲୋକମାନେ ମନ୍ତ୍ର ଦ୍ବାରା ସାପ, ବିଛା ଆଦିରୁ ବିଷ ଝାଡିବାର ତାଲିମ୍‌ ନେଇଥାନ୍ତି । ଏଠାରେ ଯୁବକଙ୍କୁ ଆରମ୍ଭକରି ବୃଦ୍ଧ ପର୍ଯ୍ୟନ୍ତ ସମେସ୍ତ ତନ୍ତ୍ର ସାଧନାର ତାଲିମ୍‌ ନେଇଥାନ୍ତି ।ଏମାନେ ପ୍ରଥମେ ନିଜ ହାତରେ କୁକୁଡା, ଚାଉଳ ଓ ସିନ୍ଦୂର ନେଇଥାନ୍ତି…

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ 3 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1853କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ବର, ଢେଙ୍କାନାଳ, ବାଲେଶ୍ବର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ 70 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବରରୁ 55 ବର୍ଷୀୟ ପୁରୁଷ, ଢେଙ୍କାନାଳରୁ 47 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୩୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୮୭ଜଣ ଚିହ୍ନଟ ହୋଇଥିବାବେଳେ ୧୩୮ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୭ହଜାର ୮୬୭କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୨ ହଜାର ୯୭୨ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ହଜାର ୯୮୯ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୫୩ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୪ଟି ଜିଲ୍ଲାରୁ ମୋଟ୍‌ ୩୨୫ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ଜିଲ୍ଲାରୁ୩୨ଜଣ,  ବାଲେଶ୍ୱର ଜିଲ୍ଲାରୁ…

Read More

ଯାଜପୁର : ଆସନ୍ତା 29ରୁ ଖୋଲିବ ଯାଜପୁରର ମା’ ବିରଜା ମନ୍ଦିର । ସକାଳ 6ରୁ ସନ୍ଧ୍ୟା 5 ଯାଏଁ ଦର୍ଶନ କରିପାରିବେ ଭକ୍ତ ବୋଲି ସୂଚନା ରହିଛି । ତେବେ ଗହଳି ଏଡାଇବାକୁ ଜାନୁଆରୀ 1,2 ଓ 3 ତାରିଖ ମନ୍ଦିର ବନ୍ଦ ରହିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ । ସୂଚନାଯୋଗ୍ୟ, ଗତ 23 ତାରିଖରୁ ପୁରୀ ଶ୍ରୀମନ୍ଦିର ଖୋଲାଯାଇଛି । ପ୍ରଥମ ତିନିଦିନ ସେବାୟତ ଓ ତାଙ୍କ ପରିବାର ଦର୍ଶନ କରିଥିବାର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲିଠୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ । କାଲିଠୁ 7ଟି ଓ୍ଵାର୍ଡ ତଥା 2,3,6,9,11, 12,15 ନମ୍ବର ଓ୍ଵାର୍ଡର ବାସିନ୍ଦା ଦର୍ଶନ କରିବେ । ଏଥିପାଇଁ ଓ୍ଵାର୍ଡବାସୀଙ୍କୁ ପୌରପାଳିକା ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଛି । ତିନି ଦିନ ପାଇଁ ସେବାୟତ ଓ ତାଙ୍କ ପରିବାର ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି ।…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କିଛି ମାସ ମଧ୍ୟରେ ପୋଲିସ୍ ବ୍ରହ୍ମପୁର ତଥା ଦକ୍ଷିଣ ଓଡ଼ିଶାରେ ଆଇପିଏଲ୍ ବୁକିଂମାନଙ୍କୁ ୠିରଫ କରିବାରେ ଲାଗି ପଡ଼ିଛନ୍ତି। ଏହିକ୍ରମରେ ଗୋଷାଣିନୂଆଗାଁ ପୋଲିସ୍ ପକ୍ଷରୁ ଆଉ ଜଣେ ବୁକିକୁ ଗିରଫ କରି କୋର୍ଟଚାଲଣ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଲୋଚାପଡ଼ା ଅଂଚଳର ସଂଜୀବ ବେହେରା (୨୭)। ପୂର୍ବରୁ ଗତ ୩୦ ତାରିଖରେ ଆଇପିଏଲ୍ ବ୍ୟାଟିଂର ବେତାଜ ବାଦାଶାହା ବୁକି ଲାଲି ଏବଂ ତା’ର ସହଯୋଗୀକୁ ପୋଲିସ୍ ଗିରଫ କରି ଲକ୍ଷ ଲକ୍ଷ ଟଙ୍କା ଜବତ କରିଥିଲା। ଇତି ମଧ୍ୟରେ ସେମାନେ ଜାମିନରେ ଆସିଛନ୍ତି। ଏହାସହ କିିଛିଦିନ ତଳେ ଆଉ ଜଣେ ବୁକିକୁ ଭୁବନେଶ୍ୱର ଏୟାରପୋର୍ଟ ଏବଂ ବ୍ରହ୍ମପୁରରୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଧିରେ ଧିରେ କ୍ରିକେଟ ବ୍ୟାଟିଂରେ ସାମିଲ ଥିବା ଲୋକଙ୍କ ମୁଳଦୁଆ ଉପୁଡ଼ିବା ଆରମ୍ଭ ହେଲାଣି। ଗିରଫ ଭୟରେ କିଛି ବୁକିଂ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବା ଶୁଣିବାକୁ ମିଳିଛି। ସଂଜୀବ ବୁକି ଲାଲି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କରୋନା ଯୁଦ୍ଧ ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ଦୁଇ କରୋନା ଯୋଦ୍ଧାଙ୍କ ପରିବାରକୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ବ୍ରହ୍ମପୁର ଟ୍ରାଫିକ୍ ପୋଲିସ୍ ଥାନାରେ ଏଏସ୍‌ଆଇ ଭାବେ କାର୍ଯ୍ୟରତ ଥିବା ସ୍ୱର୍ଗତ କୃଷ୍ଣଚନ୍ଦ୍ର ମଣ୍ଡଳ କର୍ତ୍ତବ୍ୟ କରୁଥିବା ସମୟରେ କରୋନାରେ ଆକ୍ରାନ୍ତ ହୋଇଥିଲେ। କିଛିଦିନ ଚିକିତ୍ସା ପରେ ୩୧.୪.୨୦ ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ସହ ବ୍ରହ୍ମପୁର ବଡ଼ବଜାର ଥାନାରେ କାର୍ଯ୍ୟରତ ଥିବା କର୍ମଚାରୀ ଜିତେନ୍ଦ୍ର ପ୍ରଧାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଗତ ୧୦.୮.୨୦୨୦ ଦିନ ମୃତ୍ୟୁବରଣ କରିଥିଲେ। ସରକାରଙ୍କ ପ୍ରତିଶ୍ରୁତି ପ୍ରକାରେ ଦୁଇ କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ କାର୍ଯ୍ୟାଳୟରେ ଶ୍ରୀ ମିଶ୍ର ପ୍ରଦାନ କରିଥିଲେ। କୃଷ୍ଣମଣ୍ଡଳଙ୍କ ସ୍ତ୍ରୀ ଅନିତା ମଣ୍ଡଳଙ୍କୁ ଏବଂ ଜିତେନ୍ଦ୍ର ପ୍ରଧାନଙ୍କ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ତିନିଦିନ ମଧ୍ୟରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦୁଇଜଣଙ୍କ ଘରେ ଚଢ଼ାଉ ହୋଇଛି। ଦୁଇଦିନ ପୂର୍ବରୁ କୋଟିପତି ଅଙ୍ଗନୱାନି ଘରେ ଚଢ଼ାଉ ହୋଇଥିବାବେଳେ ଗତକାଲି ଆର୍‌ଆଣ୍ଡଡ଼ି ଗୁଣପୁର ସବ୍‌ଡ଼ିଭିଜନର ଡ଼େପୁଟି ଏକଜ୍ୟୁକୁଟିଭ୍ ଇଂଜିନିୟର ଉଦ୍ଧବ ପାଢ଼ୀଙ୍କ ଘରେ ଏବଂ ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଛି। ଗତକାଲି ସକାଳୁ ସକାଳୁ ସ୍ପେଶାଲ୍ ୱାରେଣ୍ଟ ବଳରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଉଦ୍ଧବଙ୍କ ବ୍ରହ୍ମପୁର କମାପଲ୍ଲୀ ଆର୍‌ସି ଲେନ୍‌ର ତିନିମହଲା କୋଠାଘରେ, ଗୁଣପୁର କାର୍ଯ୍ୟାଳୟର ଅଫିସ ରୁମ୍‌, ଗୁଣପୁରଠାରେ ଥିବା କ୍ୱାଟର ଏବଂ ଧରାକୋଟ ବ୍ଲକ୍‌ର ଦୁର୍ଗାମାଧବପୁରଠାରେ ଚାଲିଥିବା ତାଙ୍କ ପୁଅ କାହ୍ନୁଚରଣ ପାଢ଼ୀଙ୍କ ଷ୍ଟୋନ୍ କ୍ରସର ମିଲ୍ ଉପରେ ଚଢ଼ାଉ ହୋଇଛି। ଚଢ଼ାଉରେ ତାଙ୍କର ଅସ୍ଥାବର ଓ ସ୍ଥାବର ସଂପତ୍ତିର ମୂଲ୍ୟ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି କୁହାଯାଇଛି। ବ୍ରହ୍ମପୁର କମାପଲ୍ଲୀ ଆର୍‌ସିଲେନ୍‌ରେ ଥିବା ଘରର ମୂଲ୍ୟ…

Read More

ଆଜି ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ତାଙ୍କ ସମାଧୀ ପିଠରେ ବିଶିଷ୍ଠ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳୀ

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩ ହଜାର ୬୮ କୋରନା ରୋଗୀ ଚିହ୍ନଟ ହୋଇଥିବାବେଳେ ୩୩୬ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୪୬ ହଜାରକୁ ୮୪୬ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୭ ହଜାର ୯୨ ରେ ପହଞ୍ଚିଛି। ତେବେ ଦେଶରେ ୨ ଲକ୍ଷ ୮୧ ହଜାର ୯୧୯ ଟି ଆକ୍ଟିଭ କେସ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୯୭ ଲକ୍ଷ ୧୭ ହଜାର ୮୩୪ ଜଣ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି।

Read More

ଭୁବନେଶ୍ବର: ବାସ୍ତୁର କିଛି ଛୋଟ ଛୋଟ ଉପାୟ ଜରିଆରେ ଆମେ ଆମ ଜୀବନରେ ସୁଖ ସମୃଦ୍ଧି ପାଇପାରିବା। ବାସ୍ତୁ ଅନୁସାରେ ଏହି ଛୋଟ କଥା ତଥା ବ୍ୟବହାରିକ ପରିବର୍ତ୍ତନ ଯୋଗୁଁ ଘରେ ସୁଖ ସମୃଦ୍ଧି ବିରାଜିତ ହୋଇପାରିବ। ତେବେ ଆସନ୍ତୁ ଜାଣିବା ଦୈନନ୍ଦୀନ ଜୀବନରେ ବାସ୍ତୁର କେଉଁ କେଉଁ ସବୁ ଉପାୟକୁ ଅବଲମ୍ବନ କରିବା ଦ୍ବାରା ଆମେ ମାତା ଲକ୍ଷ୍ମୀଙ୍କର କୃପା ପାଇପାରିବା। ଫଳ ଖାଇବା ବହୁତ ଭଲ କଥା। ତେବେ ଫଳ ଓ ପରିବାର ଚୋପାକୁ ଆମେ ସର୍ବଦା ଡଷ୍ଟବିନ୍‌ରେ ପକାଇଥାଉ। କିନ୍ତୁ ଯଦି ଆମେ ଏହି ଚୋପାକୁ ଡଷ୍ଟବିନ୍‌ରେ ନ ପକାଇ ଘର ବାହାରେ ଅଳିଆ ଏକାଠି ହେଉଥିବା ଜାଗାରେ ଏହି ଚୋପାକୁ ରଖିଲେ ଏହା ଦ୍ବାରା ଲାଭ ମିଳିଥାଏ। ଏହାଦ୍ବାରା ବାଣିଜ୍ୟ ତଥା ଚାକିରି ସମ୍ବନ୍ଧରେ ଶୁଭ ସୂଚନା ମିଳିଥାଏ। ଶୁକ୍ଳ ପକ୍ଷ ଦିନ ବିଶେଷକରି ଗୁରୁବାର ବା ଶୁକ୍ରବାର ଦିନ ମିଶ୍ରିରେ କ୍ଷୀର ବନାଇବା ଉଚିତ୍‌।…

Read More

ଭୁବନେଶ୍ବର: ଡିସେମ୍ବର ୨୫ ଅର୍ଥାତ୍‌ ବଡଦିନ। ଆଜିର ଦିନରେ ପ୍ରଭୁ ଯୀଶୁ ଧରାବତରଣ କରିଥିଲେ। ଆଜି ଦିନଟି ବହୁତଶୁଭ। ପଚାଙ୍ଗ ଅନୁସାରେ ମାର୍ଗଶୀର ଶୁକ୍କ ଏକାଦଶୀ ତିଥି ଯୋଗୁଁ ଅନେକ ରାଶିକୁ ଶୁଭ ଫଳ ମିଳିବ ।ସେହିପରି ଆଜି ଅଶ୍ବିନୀ ନକ୍ଷତ୍ର। ସୂର୍ଯ୍ୟ ଧନୁ ରାଶିରେ ଗୋଚର କରୁଛନ୍ତି। ଏହି ସମସ୍ତ ଗ୍ରହ ସବୁ ରାଶିଙ୍କୁ ପ୍ରଭାବିତ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଆପଣଙ୍କ ରାଶି କ’ଣ କହୁଛି– ମେଷ ରାଶି: ମେଷ ରାଶିରେ ମଙ୍ଗଳର ଗୋଚର ହୋଇସାରିଛି। ଚନ୍ଦ୍ରମା ଆଜି ଆପଣଙ୍କ ରାଶିରେ ରହିଛନ୍ତି। ଆପଣ ଆଜି ସକାରାତ୍ମକ ଶକ୍ତିର ଅନୁଭବ କରିବେ। ଆଜି ଆପଣ ସମ୍ପର୍କକୁ ମଜବୁତ୍‌ କରିବା ପାଇଁ ଚେଷ୍ଟା କରନ୍ତୁ। ବୃଷ ରାଶି: ବୃଷ ରାଶିର ବ୍ୟକ୍ତିମାନେ ଆଜି ନିଜ ମିତ୍ରମାନଙ୍କସହିତ ଭଲ ସମୟ ବ୍ୟତୀତ କରିବେ। ପରିବାରରେ ଖୁସିର ମାହୋଲ୍‌ ରହିବ। ଯଦି ଆପଣ  କାହାକୁ ଉପହାର ଦେବାକୁ ଚାହୁଁଛନ୍ତି ତେବେ ଆଜି ଦିନର…

Read More

ମେଷ- ଯଶ କିର୍ତ୍ତୀ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ ବୃଦ୍ଧି ପାଇବ। ଆପଣଙ୍କର ଦୈନ୍ୟନ୍ଦିନ ପରିବର୍ତ୍ତନ କରିବା ଉପଯୁକ୍ତ ହେବ। ଆପଣଙ୍କର ଆଚରଣରେ ଭଦ୍ର ହେବା ଆବଶ୍ୟକ। ଯାନବାହନ ଆନନ୍ଦ ପାଇବେ। ପିଲାମାନଙ୍କର ଯତ୍ନ ନେବା ଆବଶ୍ୟକ । ବୃଷ- ଶୁଭ ସଂକଳ୍ପ ସହିତ ଦିନଟି ଆରମ୍ଭ ହେବ। ନୂତନ ବ୍ୟବସାୟରେ ଲାଭର କମ୍ ଆଶା ଅଛି। ପିତାମାତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ। କ୍ୟାରିୟର ବିଷୟରେ ନିରାଶ ହୁଅନ୍ତୁ ନାହିଁ, ସମୟ ବଦଳିଯିବ। ନୂତନ ଗୃହ ନିର୍ମାଣ ସୃଷ୍ଟି ହେଉଛି। ମିଥୁନ- ଆପଣଙ୍କର କାର୍ଯ୍ୟ ପଦ୍ଧତିଗୁଡ଼ିକର ଉନ୍ନତି ଆବଶ୍ୟକ। ଆଜି ଟଙ୍କା ପ୍ରବାହ ସହଜ ହେବ। ସ୍ୱାସ୍ଥ୍ୟ ଭଲ ହେବ। ବ୍ୟବସାୟର ବିବାଦ ଶାନ୍ତ ରହିବ। ସମୟ ବଦଳିଯିବ। ଯାନ କିଣିବାର ସମ୍ଭାବନା ସୃଷ୍ଟି ହେଉଛି। କର୍କଟ- ଆପଣଙ୍କ କର୍ମକ୍ଷେତ୍ରରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ପରିବାରର ବୃଦ୍ଧମାନଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବ। ଚାକିରିରେ ବିବାଦ ଶାନ୍ତିପୂର୍ଣ୍ଣ ହେବ।…

Read More

ଭୁବନେଶ୍ବର, ବର୍ଷବର୍ଷ ଧରି ପ୍ରଚଳିତ ହୋଇ ଆସୁଥିବା ଧାନ ବିହନକୁ ଆଉ ରାଜ୍ୟ ସରକାର ସବସିଡରେ ଚାଷୀଙ୍କୁ ଦେବେ ନାହିଁ। ଏହିପରି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ରାଜ୍ୟ ସରକାର ନେଉଛନ୍ତି। ତେବେ ଏହି ପୁରୁଣା ବିହନ ନ ଦେଇ ନୂଆ ବିହନ ଦେବାକୁ ପ୍ରସ୍ତାବ ରହିଛି। ମୁଖ୍ୟତଃ ପୁରୁଣା ବିହନ ବର୍ତ୍ତମାନ ଅମଳକ୍ଷମ ହୋଇପାରୁ ନାହିଁ। ନୂଆ ବିହନ ଯଥେଷ୍ଠ ଅଧିକ ଅମଳ ହେଉଥିବାରୁ ଚାଷୀମାନେ ସେ ସବୁ ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଫଳରେ ପୁରୁଣା ବିହନ ପଡିରହୁଛି। ବର୍ତ୍ତମାନ ରାଜ୍ୟରେ ଯେଉଁ ପୁରୁଣା ବିହାନସବୁ ପ୍ରଦାନ କରାଯାଉଥିଲା ସେଗୁଡିକ ହେଲା ପୂଜା, ସ୍ୱର୍ଣ୍ଣ, ୧୦୦୯, ୧୦୧୮, ଲଲାଟ ୧୦୧୦ ଏବଂ ୧୦୦୧ କିସମ। ଏହି କିସମର ଧାନ ବିହାନ ଉତ୍ପାଦନ ବନ୍ଦ ଉପରେ ବିଶେଷଜ୍ଞମାନେ ମଧ୍ୟ ସମର୍ଥନ କରିଛନ୍ତି। କାରଣ ଏହି ଧାନ ବହୁଦିନ ଧରି ପ୍ରଚଳିତ ହେଉଥିବାରୁ ତାହାର ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇବାରେ ଲାଗିଛି। ସେଥିପାଇଁ…

Read More

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟନୀତିରେ କହିଛନ୍ତି ଯେ, ଯେଉଁମାନେ ବଞ୍ଚିଥିଲେ ମଧ୍ୟ ମୃତ୍ୟୁସମ ଜୀବନ ବାତାଇଥାନ୍ତି। ସେହି ହିସାବରେ ପାଞ୍ଚ ପ୍ରକାରର ଲୋକ ଅଛନ୍ତି ସେମାନେ ମୃତ୍ୟୁସମ ଜୀବନ ବାତାଇଥାନ୍ତି। ସେମାନେ ହେଲେ ଯାହାର ପତ୍ନୀଙ୍କର ମୃତ୍ୟୁ ହୋଇଥିବ, ଆତ୍ମୀୟସ୍ବଜନଙ୍କଠାରୁ ଅପମାନ, ଋଣଭାର, ଦୁର୍ଦ୍ଦାନ୍ତ ବା ଦୁଷ୍ଟ ମାଲିକଙ୍କ ପାଖରେ କାମ କରୁଥିବା ଏବଂ ଦାରିଦ୍ର ଭିତରେ ରହିଥିବା ଲୋକ। ଯେତେ ଧନ ସଂପତ୍ତି ଥାଉ ନା କାହିଁକି ପତ୍ନୀଙ୍କ ବିୟୋଗ ସବୁବେଳେ ଦୁଃଖଦାୟକ ହୋଇ ରହିଯାଏ। ସେହିପରି ଋଣ ନ ସୁଝିବା ପର୍ଯ୍ୟନ୍ତ କେହି ବି ଭଲରେ ରହିପାରିବ ନାହିଁ। ଅନ୍ୟ ଏକ ପ୍ରସଂଗ ହେଲା ଦୁଷ୍ଟ ବା ଦୁର୍ଦ୍ଦାନ୍ତ ଲୋକଙ୍କ ପାଖରେ କାମ କରିବାର କଷ୍ଟ ମଧ୍ୟ କିଛି କମ ନୁହେଁ।

Read More

ଭୁବନେଶ୍ୱର: ରିଲାଏନ୍ସ ଜିଓ ଓଡିଶା ଟେଲିକମ୍ ବଜାରରେ ନିଜ ନେତୃତ୍ୱ ସ୍ଥାନକୁ ଆହୁରି ସୂଦୃଢ କରି ଅକ୍ଟୋବର ମାସରେ ଏକମାତ୍ର ମୋବାଇଲ ସେବା ଯୋଗାଣକାରୀ ଭାବେ ରାଜ୍ୟରେ ଏହାର ଗ୍ରାହକ ସଂଖ୍ୟା ବୃଦ୍ଧି କରିଥିବାବେଳେ ଭାରତୀ ଏୟାରଟେଲ୍‌, ଭୋଡାଫୋନ୍ ଆଇଡିଆ ଓ ବିଏସ୍‌ଏନ୍‌ଏଲ୍ ଭଳି ଅନ୍ୟ ଅପରେଟର ମାନେ ହଜାର ହଜାର ସଂଖ୍ୟାରେ ଗ୍ରାହକ ହରାଇଥିବା ଭାରତର ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରୁ ଜଣାପଡିଛି । ଟ୍ରାଇ ପକ୍ଷରୁ ଟେଲିକମ୍‍ ଗ୍ରାହକଙ୍କ ସମ୍ପର୍କରେ ସଦ୍ୟ ପ୍ରକାଶିତ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ୨୦୨୦ ଅକ୍ଟୋବର ମାସରେ ଓଡ଼ିଶାରେ ୭୨,୦୦୦ରୁ ଉର୍ଦ୍ଧ୍ୱ ଗ୍ରାହକ ଯୋଗ କରିଥିବା ବେଳେ ଏହି ସମୟରେ ଭାରତୀ ଏୟାରଟେଲ ରାଜ୍ୟରେ ୭୫୦୦ରୁ ଅଧିକ ଗ୍ରାହକ ହରାଇଛି ଏବଂ ଭୋଡାଫୋନ ଆଇଡିଆ ୨୧,୦୦୦ରୁ ଅଧିକ ଗ୍ରାହକ ହରାଇଛି । ସେହିଭଳି ଏହି ସମୟରେ ବିଏସଏନଏଲ ମଧ୍ୟ ଓଡ଼ିଶାରେ ୩୦,୦୦୦ରୁ ଅଧିକ ଗ୍ରାହକ ହରାଇଛି ।…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୨୬ ତାରିଖରେ ସମସ୍ତ ଜମ୍ମୁ ଓ କଶ୍ମୀରବାସୀଙ୍କ ପାଇଁ ପିଏମ୍ ଜନଆରୋଗ୍ୟ ଯୋଜନା ସେହତ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସେହିଦିନ ମଧ୍ୟାହ୍ନ ୧୨ଟା ସମୟରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଏହି କାର‌୍ୟ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂପନ୍ନ ହେବ। ଏହି ଯୋଜନାରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ସମସ୍ତ ନାଗରିକଙ୍କୁ ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦିଆଯିବ। ଏହି ଯୋଜନାର ହିତାଧିକାରୀମାନେ ସ୍ୱାସ୍ଥ୍ୟବୀମା ଯୋଜନା ମାଧ୍ୟମରେ ଉତ୍ତମ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ପାଇପାରିବେ। ଏହି କାର‌୍ୟ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ଉପସ୍ଥିତ ରହିବେ। ଏହି ଯୋଜନା ଅନୁସାରେ ଜମ୍ମୁ କଶ୍ମୀରର ସବୁ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ଚିକିତ୍ସା ପାଇଁ ବୀମା ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ସେମାନଙ୍କୁ ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନାହିଁ । ପରିବାର ପିଛା ୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ମେଡିକାଲ ଓ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଶାନ୍ତିନିକେତନ ସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକ ଉତ୍ସବରେ ଉଦ୍‌ବୋଧନ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ବିଶ୍ୱଭାରତୀର ଏକଶତ ବର୍ଷର ଯାତ୍ରା ଅତୀବ ସ୍ୱତନ୍ତ୍ର ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ଏହି ବିଶ୍ୱବିଦ୍ୟାଳୟ ଗୁରୁଦେବଙ୍କ ବିଚାର, ଦୂରଦୃଷ୍ଟି ଏବଂ ମା’ ଭାରତୀଙ୍କ ପାଇଁ କଠିନ ପରିଶ୍ରମର ମୂର୍ତ୍ତିମନ୍ତ ପ୍ରତୀକ । ବିଶ୍ୱଭାରତୀ, ଶ୍ରୀନିକେତନ ଏବଂ ଶାନ୍ତିନିକେତନ ନିରବଚ୍ଛିନ୍ନଭାବେ ଗୁରୁଦେବଙ୍କ ଦ୍ୱାରା ଧାର‌୍ୟ୍ୟ ହୋଇଥିବା ଲକ୍ଷ୍ୟକୁ ପୂରଣ କରିବା ପାଇଁ କାର‌୍ୟ୍ୟ କରୁଥିବା ଆନନ୍ଦର ବିଷୟ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ପରିସ୍ଥିତିରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଚିନ୍ତା କରାଯାଇଥିଲା ସେ ଭାବନାକୁ ସ୍ମରଣ କରିବାର ସମୟ ଆସିଛି । ସ୍ୱାଧୀନତା ସଂଗ୍ରାମର ଲକ୍ଷ୍ୟ ସହିତ ଏହି ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ଏକା ପ୍ରକାରର ଥିଲା । ଆହୁରି ମଧ୍ୟ ଏହା ସତ୍ୟ…

Read More

ନୂଆଦିଲ୍ଲୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖ୍ରୀଷ୍ଟମାସ ଅବସରରେ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, “ଖ୍ରୀଷ୍ଟମାସର ଶୁଭ ଅବସରରେ ମୁଁ ସମସ୍ତ ନାଗରିକଙ୍କୁ ବିଶେଷ କରି ଆମର ଖ୍ରୀଷ୍ଟିଆନ ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଖ୍ରୀଷ୍ଟମାସ ହେଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନକୁ ଆନନ୍ଦର ସହ ପାଳନ କରିବାର ପର୍ବ । ଏହି ପର୍ବ ସମସ୍ତଙ୍କ ଜୀବନରେ ଶାନ୍ତି, ଶୁଭେଚ୍ଛା ଏବଂ କରୁଣାରେ ଭରି ଦେଇଥାଏ । ଏହି ପର୍ବ ଅନ୍ୟମାନଙ୍କ ପ୍ରତି ପ୍ରେମ ଏବଂ ଦୟା ଭାବ ପୋଷଣ କରିବାକୁ ପ୍ରେରଣା ପ୍ରଦାନ କରିଥାଏ । ମୁଁ ଆଶା କରୁଛି ଯେ ଏହି ପର୍ବ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବ । ଆସନ୍ତୁ ଏହି ପବିତ୍ର ପର୍ବରେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ, କରୁଣା ଏବଂ ମାନବିକତାର ଶିକ୍ଷାକୁ ପୁନର୍ବାର ଗ୍ରହଣ କରିବା ଏବଂ ଆମ ଦେଶ…

Read More