ଭୁବନେଶ୍ବର, ବିଜୁ ଜନତା ଦଳ ଆଜି ଦୁଇଟି ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଛି। ସେହି ଦୁଇଟି ଜିଲ୍ଲା ହେଲା କଳାହାଣ୍ଡି ଏବଂ ଅନୁଗୁଳ। କଳାହାଣ୍ଡି ପାଇଁ ଦିବ୍ୟଶଙ୍କର ମିଶ୍ର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହିତ ସାତ ଜଣଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଅନୁଗୁଳ ଜିଲ୍ଲା ପାଇଁ ପ୍ରିୟଦର୍ଶୀ ପଟ୍ଟନାୟକଙ୍କୁ ସାଧାରଣ ସଂପାଦକ ସହ 5 ଉପସଭାପତି ନିଯୁକ୍ତି ଦିଆଯାଇଛି।
Author: Samikhsya Bureau
ଖୋର୍ଦ୍ଧା: କୋଭିଡ଼ ଯୋଗୁଁ ମୃତ୍ୟୁବରଣ କରିଥିବା କୋଭିଡ଼ ଯୋଦ୍ଧାଙ୍କ ପରିବାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁବରଣ କରିଥିବା କୋଭିଡ଼ ଯୋଦ୍ଧାଙ୍କ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସମ୍ପୃକ୍ତ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆବଶ୍ୟକ ରାଶି ପ୍ରଦାନ ପାଇଁ ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସୁପାରିଶ କ୍ରମେ ବାଣପୁର ପୋଲିସ ଷ୍ଟେସନରେ କାର୍ଯ୍ୟରତ ଏଏସଆଇ ସ୍ଵର୍ଗତ ମୁରଲୀଧର ବଳିଆରସିଂହଙ୍କ ପତ୍ନୀ ମଞ୍ଜୁଲତାଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେହିପରି ଭୁବନେଶ୍ଵର ରିଜର୍ଭ ବାଟାଲିଅନର ପୂର୍ବତନ କନେଷ୍ଟବଳ ସ୍ଵର୍ଗତ ଆଶିଷ କୁମାର ମହାକୁଳଙ୍କ ପତ୍ନୀ ମାନସୀଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିଥିବା ବେଳେ ବାଲିଅନ୍ତା ବ୍ଲକ…
ପିଣ୍ଟୁ ବିଷୋୟୀ ବେଗୁନିଆପଡ଼ା: ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବଡ ଖଇରଖମା ଗ୍ରାମରେ ଏକ ଅଫୁଟା ବାଣ ଫୁଟି ୬ ବର୍ଷର ପିଲାର ଡାହାଣ ହାତ ପାପୁଲି ନଷ୍ଟ ହୋଇଯାଇଛି। ବର୍ତ୍ତମାନ ପିଲାର ଅବସ୍ଥା ଗୁରୁତର ରହିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ସନ୍ତୋଷ ବାରିକ ଓ କୁନି ବାରିକଙ୍କ ପୁଅ ସିଦ୍ଧାର୍ଥ ବାରିକ (୬) ନିଜ ସାଙ୍ଗ ମାନଙ୍କ ସହିତ ନିଜ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ରାସ୍ତା କଡରେ ପଡ଼ିଥିବା ଏକ ଅଫୁଟା ବାଣକୁ ଆଣି ନିଆଁ ଲଗାଇବା ବେଳେ ହଠାତ ତାହା ଫୁଟି ଯାଇଥିଲା। ଫଳରେ ପିଲାଟିର ଡାହାଣ ହାତର ପାପୁଲି ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା। ସାଙ୍ଗେ ସାଙ୍ଗେ ତାକୁ ବ୍ରହ୍ମପୁର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ଡାକ୍ତର ପାପୁଲିକୁ ସିଲେଇବା ପରେ ତାକୁ କଟକ କଟକ ସ୍ଥିତ ତ୍ରିସି ହସ୍ପିଟାଲ ଠାରେ ଚିକିତ୍ସିତ ହେଉଛି। ଟଙ୍କା ଅଭାବ ଥିବା ଯୋଗୁଁ ସେ ଧାର ଉଦ୍ଧାର କରିବା…
ଭୁବନେଶ୍ଵର: ଆଜି ରାଜ୍ୟରୁ ୩୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୬୬, ଅନୁଗୁଳରୁ ୩୬, ଖୋର୍ଦ୍ଧାରୁ ୩୦, କଟକରୁ ୨୦, ପୁରୀରୁ ୧୯, ନୂଆପଡ଼ାରୁ ୧୭, ବାଲେଶ୍ବରରୁ ୧୭, ସମ୍ବଲପୁରରୁ ୧୪, ମୟୂରଭଞ୍ଜରୁ ୧୩, କେନ୍ଦ୍ରାପଡାରୁ ୧୧, ବରଗଡରୁ ୧୦, ଯାଜପୁରରୁ ୧୦, କଳାହାଣ୍ଡିରୁ ୯, ବଲାଙ୍ଗିରିରୁ ୮, ଝାରସୁଗୁଡାରୁ ୬, ଢେଙ୍କାନାଳରୁ ୫, ଗଞ୍ଜାମରୁ ୩, କେନ୍ଦୁଝରରୁ ୩, ମାଲକାନାଗିରିରୁ ୩, ନୟାଗଡରୁ ୩, ଦେବଗଡରୁ ୨, ଭଦ୍ରକରୁ ୧, କୋରାପୁଟରୁ ୧, ରାୟଗଡରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୨ ହଜାର ୯୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଜିଲ୍ଲାପାଳ ସନତ କୁମାର ମହାନ୍ତି ନିର୍ଦ୍ଦେଶ ଜାରି କରିଛନ୍ତି। ଜାନୁୟାରୀ ୩ ତାରିଖରୁ କୋଭିଡ୍ ନିୟମ ପାଳନ ପୂର୍ବକ ମନ୍ଦିର ଖୋଲାଯିବ। ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଓ ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଥିବା ସମସ୍ତ ଧର୍ମାନୁଷ୍ଠାନ ଏଥିରେ ଅନ୍ତର୍ଭୁକ୍ତ କରାଯାଇନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି। ମନ୍ଦିର ଓ ଧର୍ମାନୁଷ୍ଠାନମାନଙ୍କରେ ପରିଚାଳନା କମିଟି ପକ୍ଷରୁ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ। ମନ୍ଦିର ଓ ଧର୍ମାନୁଷ୍ଠାନ ପ୍ରବେଶ ପୂର୍ବରୁ ଥର୍ମାଲ୍ ସ୍କାନିଂ କରାଯିବ। ସମସ୍ତ ଭକ୍ତ ମାସ୍କ ପିନ୍ଧିବା ଜରୁରୀ। ଦର୍ଶନ ସମୟରେ ୬ ଫୁଟର ସାମାଜିକ ଦୂରତ୍ବ ରଖାଯିବ। ତେବେ ନିରାପଦ ରହିବା ପାଇଁ ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ରୋଗାଗ୍ରସ୍ତ ବ୍ୟକ୍ତି ଏବଂ ୧୦ବର୍ଷରୁ କମ୍ ବୟସର ପିଲାଙ୍କୁ ମନ୍ଦିର କିମ୍ବା ଧର୍ମନୁଷ୍ଠାନକୁ ଯିବା ପାଇଁ ବାରଣ କରାଯାଇଛି। ମନ୍ଦିର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜଣେ କର୍ତ୍ତବ୍ୟନିଷ୍ଠ ଆଇନଜୀବୀ, ପୂର୍ବତନ ସେନାଧିକାରୀଙ୍କୁ ଜଣେ ଥାନାଧିକାରୀ ନିଜର କ୍ଷମତା ବଳରେ କିଭଳି ଉଦ୍ଦେଶ୍ୟମୂଳକ ଭାବେ ଅପଦସ୍ତ କରୁଛନ୍ତି ତାହାର ନିରପେକ୍ଷ ତଦନ୍ତ ପାଇଁ ଆଜି ଆଇନଜୀବୀ ଲଳିତ ମଙ୍ଗରାଜ ବ୍ରହ୍ମପୁର ଏସ୍ପିଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି। ଜଣେ ଥାନାଧିକାରୀ ହୋଇ ଅଂଚଳର ମୋଷ୍ଟ ୱାଣ୍ଟେଡ଼୍ କ୍ରିମିନାଲ୍ଙ୍କ ସହ ମଧୁଚନ୍ଦ୍ରିକା ରଖି ସାକ୍ଷୀଙ୍କୁ ଧମକାଇ, କ୍ଷମତାର ଅପବ୍ୟବହାର କରି ମିଛ ମାମଲା ରୁଜୁ କରିବାକୁ ନେଇ ଆଇନଜୀବୀ ଏବଂ ସାଧାରଣ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଗୋଷାଣିନୂଆଗାଁ ଥାନାଧିକାରୀ ସୁମିତ୍ କୁମାର ସୋରେନ୍ ନିଜ କ୍ଷମତା ଅପବ୍ୟବହାର କରୁଥିବାର ଅଭିଯୋଗ କରିଛନ୍ତି ଆଇନଜୀବୀ ଲଳିତ ମଙ୍ଗରାଜ। ଗତ ୨୭.୦୩.୨୦୨୦ରେ ମଧ୍ୟ କ୍ଷମତାର ଅପବ୍ୟହାର କରି ଶ୍ରୀ ମଙ୍ଗରାଜଙ୍କ ସଂପର୍କୀୟଙ୍କୁ ହଇରାଣ କରିଥିଲେ। ଏନେଇ ଶ୍ରୀ ମଙ୍ଗରାଜ ଗୋଷାଣିନୂଆଗାଁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୋଗ ଗ୍ରହଣ କରାଯାଇନଥିଲା। ଫଳରେ ସେ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଗୁରୁତର ଆହତ ହୋଇଛନ୍ତି ବାଇକ ଚାଳକ। ସୂଚନା ମୁତାବକ ଆଜି ସଂଧ୍ୟା ପାଖାପାଖି ୫:୩୦ ସମୟରେ ଆୟତ୍ତପୁର ପଞ୍ଚାୟତ ଗୋପୀନାଥ ପ୍ରସାଦ ଗ୍ରାମର ରଞ୍ଜିତ ଶାସମଲ୍ଲ(୧୮) ନିଜ ହିରୋ ହୋଣ୍ଡା ବାଇକ ଯୋଗେ ବାଣପୁର ଯାଉଥିବା ସମୟରେ ନରେନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଅଚେତ ହୋଇପଡିଥିଲେ। ଏହା ଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ରଞ୍ଜିତଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିବା ସହ କାନରୁ ପ୍ରଚୁର ରକ୍ତସ୍ରାବ ହେଉଥିବାର ସୂଚନା ଦେଇଛନ୍ତି ଡାକ୍ତର। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତୁରନ୍ତ ବାଣପୁର ମେଡିକାଲ ଡାକ୍ତର ରଞ୍ଜିତଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ କରିଛନ୍ତି। ତେବେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିପାରିନାହିଁ।
ଭୁବନେଶ୍ବର : ଟାଉନ୍ ପ୍ଲାନିଂ ଯୋଜନରେ ଆଜି ପଟ୍ଟା ମିଳିଛି ।ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଆଜି ଭୁବନେଶ୍ବର ଉପକଣ୍ଠର ୪ଟି ଗାଁ ସହଜପୁର, ନାରଗୋଦା, ସିଜୁପୁଟ ଓ ପାଇକରାପୁରର ଗ୍ରାମବାସୀମାନଙ୍କୁ ବିକଶିତ ଅଞ୍ଚଳର ଜମିପଟ୍ଟା ଆବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନସିଂ ଜରିଆରେ ପଟ୍ଟା ଆବଣ୍ଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହରାଞ୍ଚଳ ବିକାଶରେ ନାଗରିକ ଓ ଗୋଷ୍ଠୀଗତ ଭାଗିଦାରୀ ଏକ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା। ଲୋକଙ୍କ ସହଯୋଗରେ ସହରାଞ୍ଚଳରେ ଏହିଭଳି ଯୋଜନାବଦ୍ଧ ବିକାଶ କାର୍ଯ୍ୟକ୍ରମ ଜରିଆରେ ଓଡିଶାକୁ ଦେଶର ରୋଲମଡେଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭୁବନେଶ୍ବର କେବଳ ରାଜ୍ୟ ନୁହେଁ, ସାରା ଦେଶର ଏକ ଆକର୍ଷଣୀୟ ସହର । ଏହାର ଲୋକସଂଖ୍ୟା ଓ ପରିସୀମା କ୍ରମାଗତଭାବେ ବୃଦ୍ଧି ପାଉଛି । ଏ ଦୃଷ୍ଟିରୁ ଏହାର ସାମଗ୍ରିକ (holistic)…
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 14 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 14 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 5 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 09 ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି। ସେହିପରି ଆଜି ଭୁବନେଶ୍ବରରୁ 32 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ନୂତନ ସଂକ୍ରମିତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରୁ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ମୋଟ 31 ହଜାର 488ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 30 ହଜାର 882ଜଣ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ 235ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 350 ସକ୍ରିୟ ଆକ୍ରାନ୍ତ ରହିଛନ୍ତି । https://twitter.com/bmcbbsr/status/1342079616844845056?s=20
ନୂଆଦିଲ୍ଲୀ : ମ୍ୟାକ୍ – ଚିକେନ୍, ମ୍ୟାକ୍ – ଆଳୁ ଟିକ୍କି ଓ ପନୀର ରୈପ୍ର ନାମ ଶୁଣି ଫାଷ୍ଟ ଫୁଡ୍ ପ୍ରେମୀଙ୍କ ମୁହଁରେ ପାଣି ଆସିଯାଏ । ମ୍ୟାକ୍ଡୋନାଲ୍ଡସ୍ର ପ୍ରେମୀ ସାରା ଦୁନିଆରେ ରହିଛନ୍ତି । ତେବେ ମ୍ୟାକ୍ଡୋନାଲ୍ଡସ୍ ଖାଦ୍ୟ ଖାଦ୍ୟ ସୌକିନ୍ଙ୍କ ପାଇଁ ଏକ ନୂଆ ସର୍ଭିସ୍ ଆରମ୍ଭ କରିଛି । ଏହି ସର୍ଭିସ୍ ଦ୍ବାରା ଆପଣ ଆପଣଙ୍କର ପସନ୍ଦିତା ଖାଦ୍ୟ ହ୍ବାଟସ୍ଆପ୍ ଜରିଆରେ ଅର୍ଡର କରିପାରିବେ । ମାକ୍ଡୋନାଲ୍ଡସ୍ ଇଣ୍ଡିଆ ଆପ୍ ବ୍ୟତୀତ ହ୍ବାଟସ୍ଆପ୍ ମାଧ୍ୟମରେ ମଧ୍ୟ ଅର୍ଡର ନେବା ଆରମ୍ଭ କରିଛି । ମ୍ୟାକ୍ଡୋନାଲ୍ଡସ୍ର 100ରୁ ଅଧିକ ଦେଶରେ 35,000ରୁ ଅଧିକ ଆଉଟ୍ଲେଟସ୍ ଅଛି । ମ୍ୟାକଡୋନାଲ୍ଡସ୍ ଇଣ୍ଡିଆ ଏକ ନମ୍ବର ଜାରି କରିଛି, ଏହି ନମ୍ବରରେ ଆପଣ କେବଳ ହାଏ ଲେଖି ପଠାଇବେ । ଏହାପରେ ଆପଣଙ୍କୁ ମ୍ୟାକ୍ଡୋନାଲ୍ଡସ୍ର ମେନୁ ମିଳିଯିବ । ଆପଣ ଆପଣଙ୍କ ପସନ୍ଦ ମୁତାବକ ଖାଦ୍ୟ ଅର୍ଡର କରିପାରିବେ ।…
ନୟାଗଡ଼: ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀ ଜେଲ୍ ଗଲେ। ତିନିଦିନିଆ ରିମାଣ୍ଡ ପରେ ସରୋଜଙ୍କୁ ପକ୍ସୋ କୋର୍ଟରେ ହାଜର କରିଥିଲା ପୁଲିସ। ରିମାଣ୍ଡ ସରିଥିବାରୁ ବିଚାରବିଭାଗୀୟ ହେପାଜତକୁ ଗଲେ ସରୋଜ। ଏକୁଟିଆ ଅବସ୍ଥାରେ ସରୋଜ ପରୀକୁ ଦୁଷ୍କର୍ମ କରିଥିବାର କହିଛି ଏସ୍ଆଇଟି । ଘରେ କେହି ନଥିବାବେଳେ ନବାଳିକାକୁ ଘର ଭିତରକୁ ଡାକି ଦୁଷ୍କର୍ମ ଉଦ୍ୟମ କରିଥିଲା ସରୋଜ । ଆଉ ସେଥିରେ ସେ ବାଧା ଦେବାରୁ ସରୋଜ ନାବାଳିକାର ତଣ୍ଟି ଚିପି ତାକୁ ହତ୍ୟା କରିଥିଲା ବୋଲି ଏସଆଇଟି କହିଛି । ଅପରପକ୍ଷରେ ଏସ୍ଆଇଟି ତଦନ୍ତ ନେଇ ନୟାଗଡ଼ ଯଦୁପୁରରେ ପରୀର ମା ପ୍ରତିକ୍ରିୟା ରଖିଛନ୍ତି। ପରୀର 75 ପ୍ରତିଶତ ହାଡ଼ କୁଆଡ଼େ ଗଲା ବୋଲି ସେ ପୁଣି ପ୍ରଶ୍ନ କରିଛନ୍ତି। ଏସଆଇଟି କାହାଣୀ ଶୁଣାଉଛି। ପ୍ରକୃତ ଆସାମୀକୁ ଘୋଡ଼ାଇବାକୁ ଚାହୁଁଛି। ବାବୁଲି ନାଏକ ଏବଂ ତାର ଗ୍ୟାଙ୍ଗ ଏଥିରେ ସଂପୃକ୍ତ ଅଛନ୍ତି ବୋଲି କହିଛନ୍ତି…
ଅହମ୍ମଦାବାଦ: ଆଜି ଅହମ୍ମଦାବାଦ ଠାରେ ବିସିସିଆଇର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସନ୍ତା ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ ୧୦ଟି ଟିମ୍ ଖେଳିବା ନେଇ ନିଷ୍ପତ୍ତି ହୋଇଛି। ପୂର୍ବରୁ ଆଇପିଏଲ୍ରେ ୮ଟି ଟିମ୍ ଅଂଶ ଗ୍ରହଣ କରୁଥିବା ବେଳେ ଆସନ୍ତା ସଂସ୍କରଣରେ ଟିମ୍ ସଂଖ୍ୟାରେ ୧୦କୁ ବୃଦ୍ଧି ହୋଇଛି। ଟିମ୍ ସଂଖ୍ୟା ବଢିଥିବାରୁ ଟୁର୍ଣ୍ଣାମେଣ୍ଟର ମ୍ୟାଚ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ତେବେ ମୋଟ୍ ୯୪ଟି ମ୍ୟାଚ୍ ଖେଳାଯିବାର ସମ୍ଭାବନା ରହିଛି। ସେହି ହିସାବରେ ଆସନ୍ତା ଟୁର୍ଣ୍ଣାମେଣ୍ଟର ସମୟ ସୀମା ବୃଦ୍ଧି ପାଇ ଫାଇନାଲ ମ୍ୟାଚ ବେଳକୁ ପ୍ରାୟ ଅଢ଼େଇ ମାସ ଲାଗିଯିବ। ଏତେ ଲମ୍ବା ସମୟ ଧରି ଖେଳା ଯିବାକୁ ଥିବାରୁ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇପାରେ।
ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡ଼ିଶା କ୍ୟାରିଆର୍ ପୋର୍ଟାଲ୍ର ଶୁଭାରମ୍ଭ କରି କହିଲେ ଯେ ଏହି ନୂତନ ଓଡ଼ିଶା କ୍ୟାରିଅର୍ ପୋର୍ଟାଲ୍ ଏକ ଅଦ୍ୱିତୀୟ ଏବଂ ସମୟୋପଯୋଗୀ । ଯେତେବେଳେ କୋଭିଡ୍-୧୯ ମହାମାରୀ ଦ୍ୱାରା କବଳିତ, ପୂର୍ବର ଶିକ୍ଷା ବ୍ୟବସ୍ଥାରେ ଏକ ଜରୁରୀକାଳୀନ ସହାୟତା ରୂପେ ଶିକ୍ଷାର୍ଥୀମାନଙ୍କ ଦ୍ୱାରା ସେମାନେ ଅନ୍ବେଷଣ କରୁଥିବା ଆବଶ୍ୟକୀୟ ବୃତ୍ତିଗତ ଶିକ୍ଷାପ୍ରାପ୍ତି ନିମନ୍ତେ ଏକ ଯଥାର୍ଥ ସୂଚନାଦାତା ରୂପେ କାର୍ଯ୍ୟ କରିବ । ଏହି କ୍ୟାରିଅର୍ ପୋର୍ଟାଲରେ ସର୍ବାଧିକ ଚିତ୍ତାକର୍ଷକାରୀ ଦିଗଟି ହେଲା, ଏହାର ସମସ୍ତ ପାଠ୍ୟ ବିଷୟଗୁଡିକରେ ଆଞ୍ଚଳିକ ଭାବାପନ୍ନତା ଏବଂ ସାଂପ୍ରତିକତା ବଜାୟ ରହିଛି । ଶିକ୍ଷାର୍ଥୀମାନେ ଏହାର ଡ୍ୟାସ୍ବୋର୍ଡକୁ ଖୁବ୍ ସହଜରେ ନିଜର ଆଇଡି ଦ୍ୱାରା ଲଗ୍ଇନ୍ କରି ଏହାକୁ ଖୋଲିପାରିବେ ଏବଂ ଆବଶ୍ୟକୀୟ ସୂଚନା ପାଇବା ସହିତ ତତ୍ସମ୍ବନ୍ଧୀୟ ନିଜର ସନ୍ଦେହମୋଚନ କରିପାରିବେ ଏବଂ ସଠିକ୍…
କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ଏବେ ଜାତୀୟ ରାଜନୀତି ପୂରା ଉଷ୍ମ । 2021 ମସିହାରେ 5ଟି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ପଶ୍ଚିମବଙ୍ଗ ରାଜନୀତିକୁ ନେଇ କେନ୍ଦ୍ର କ୍ଷମତାଧାରୀ ବିଜେପି ଓ ରାଜ୍ୟକ୍ଷମତାସୀନ ଟିଏମ୍ସି ମଧ୍ୟରେ କଡ୍ଡା ଟକ୍କର ଲାଗିଛି । 2021 ପ୍ରାରମ୍ଭରେ ପଶ୍ଚିମବଙ୍ଗ ନିର୍ବାଚନୀ ଅନୁଷ୍ଠିତ ହେବ । ଏଥିପାଇଁ ସବୁ ଦଳ ନିଜ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗରେ କଂଗ୍ରେସ ଓ ବାମଦଳ ପୁଣିଥରେ ଏକାଠି ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । ପୂର୍ବରୁ ବାମଦଳ ଏନେଇ ସବୁଜ ସଂକେତ ଦେଇଥିବାବେଳେ କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ କରିଛି । ଆସନ୍ତା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ବାମଦଳମେଣ୍ଟକୁ ହାଇକମିଶନ ମୋହର ଲଗାଇଥିବାର ସୂଚନା ଦେଇଛନ୍ତି ସାଂସଦ ତଥା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଧୀର ରଂଜନ ଚୌଧୁରୀ । 2016 ନିର୍ବାଚନ ପରି ଆସନ୍ତା…
ଭୁବନେଶ୍ବର, ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏକ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ନିଜ ନିର୍ବାଚନ ମଣ୍ଡଳୀ ଭୁବନେଶ୍ବରର ଅନ୍ତର୍ଗତ ଭରତପୁର ଅଞ୍ଚଳକୁ ଅପରାଜିତା ଯାଇଥିଲେ। ସେଠାରେ ଏକ ରାଲି ସହିତ ବୈଠକ ମଧ୍ୟ ଥିଲା। ହେଲେ ଅପରାଜିତା ଯିବା ରାସ୍ତାରେ ବିଜେପି କର୍ମିମାନେ ତାଙ୍କୁ କଳାପତାକା ଦେଖାଇବା ସହିତ ଗାଳି ଗୁଲଜ ମଧ୍ୟ କରିଥିଲେ। ଭରତପୁର ବିଜେପି ମଣ୍ଡଳ ଉପସଭାପତି ସୁରେଶ ସାହୁଙ୍କ କହିବା କଥା ହେଲା ଯେ, ଅପରାଜିତା ମ୍ୟାଡାମ ଜିତିବା ପରେ ଗୋଟିଏ ଦିନ ପାଇଁ ମଧ୍ୟ ଭରତପୁର ଆସିନାହାଁନ୍ତି। ବର୍ତ୍ତମାନ ପୌର ନିର୍ବାଚନ ପାଖେଇ ଆସିବାରୁ ମ୍ୟାଡାମଙ୍କ ମନେପଡିଲା। ସେଥିପାଇଁ ସ୍ଥାନୀୟ ବିଜେପି ତରଫରୁ କଳାପତାକା ଦେଖାଇବା ସହିତ ଅପରାଜିତା ଫେରି ଯାଆନ୍ତୁ ବୋଲି ସ୍ଲୋଗାନ ଦିଆଯାଇଥିଲା।
ଆର୍ଜେଣ୍ଟିନା : ଆର୍ଜେଣ୍ଟିନାର ପୂର୍ବତନ ମିସ୍ଓ୍ବାର୍ଲ୍ଡ ନୋର୍ମା କ୍ୟାପଲେଗ୍ଲି ମୃତ୍ୟୁ ହୋଇଛି । ଡିସେମ୍ବର 17 ତାରିଖରେ ନିଜ ଘର ପାଖରେ ଚାଲୁଥିବା ସମୟରେ ପଛପଟୁ ଏକ ବସ୍ ତାଙ୍କ ଧକ୍କା ଦେଇଥିଲା । ନୋର୍ମାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୁଣ୍ଡରେ ଫ୍ୟାକ୍ଚର ଥିବା କାରଣରୁ ସେ କୋମାକୁ ଚାଲିଯାଇଥିଲେ । 6 ଦିନ କାଳ ଜୀବନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 81 ବର୍ଷ ବୟସ ହୋଇଥିଲା । 1960 ମସିହାରେ ନୋର୍ମା ମିସ୍ ଓ୍ବାଲ୍ଡର ଟାଇଟଲ୍ ବିଜୟିନୀ ହୋଇଥିଲେ । ଆର୍ଜେଣ୍ଟିନାର ପ୍ରଥମ ମହିଳା ଭାବେ ସେ ଏହି ଟାଇଟଲ୍ ଜିତିଥିଲେ । ସେ ମାତ୍ର 21 ବର୍ଷ ବୟସରେ ବିଶ୍ବ ସୁନ୍ଦରୀ ମୁକୁଟର ବିଜୟିନୀ ହୋଇଥିଲେ । ବିଶ୍ବ ସୁନ୍ଦରୀ ହେବା ପରେ ସେ ଅରମାନୀ, ଡିୟୋର ପରି ଲୋକପ୍ରିୟ ବ୍ରାଣ୍ଡ ପାଇଁ…
Sports Minister in amazing ‘Brahmaputra Aamantran Abhiyaan. PM has given top priority for water conservation and made an appeal to respect the rivers which are our source of civilization and life! says sports minister
ନୂଆଦିଲ୍ଲୀ : 95 ବର୍ଷୀୟ ମହିଳା ଜିମ୍ନାଷ୍ଟ ଜୋହାନ୍ କ୍ବାସଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ମହିଳା ଜିମ୍ନାଷ୍ଟଙ୍କ ଷ୍ଟେପ୍ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । 95 ବର୍ଷ ବୟସରେ ମହିଳା ଜଣକ ଏତେ ଫିଟ୍ ରହିଛନ୍ତି ଯେ, ଯେ ତାଙ୍କର ଏହି ଭିଡିଓ ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ । 95 ବର୍ଷୀୟ ଜୋହାନା ଜର୍ମାନ୍ ଜିମ୍ନାଷ୍ଟ । ସେପ୍ଟେମ୍ବର 2012ରେ ଗିନିଜ୍ ଅଫ୍ ଓ୍ବାଲର୍ଡ ରେକର୍ଡସ୍ ମଧ୍ୟ ଜିତିଛନ୍ତି ମହିଳାଜଣକ । ଜୋହାନାଙ୍କ ଏହି ଭିଡିଓକୁ ଆମେରିକାର ବାସ୍କେଟବଲ୍ ଖେଳାଳୀ ଟୁଇଟ୍ କରି ଲେଖିଛନ୍ତି ଯେ, ଜୋହାନାଙ୍କ ପାଇଁ ବୟସ ହେଉଛି ଏକ ନମ୍ବର । ଏତେ ବୟସର ହୋଇଥିଲେ ବି ଜୋହାନା ଏବେ ବି ପୂରା ଫିଟ୍ ଅଛନ୍ତି । ଏହି ଭିଡିଓଟି ବେଶ୍ ଭାଇରାଲ୍ ହୋଇଛି । ଏହା ବେଶ୍ ପ୍ରେରଣାଦାୟକ ବୋଲି ଲୋକେ କମେଣ୍ଟ ଦେଉଛନ୍ତି । ତେବେ…
ରାଉରକେଲା : ରାଉରକେଲାରେ ସବୁଠୁ ବଡ ହକି ଷ୍ଟାଡିୟମ୍ ହେବ । ଦେଶର ସବୁଠୁ ବଡ ହକି ଷ୍ଟାଡିୟମ୍ ନିର୍ମାଣ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ବସ୍ତରୀୟହକି ଷ୍ଟାଡିୟମ୍ ନିର୍ମାଣ ହେବ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଜି ଏକ ଭିଡିଓ ବାର୍ତ୍ତା ଜରିଆରେ ଘୋଷଣା କରିଛନ୍ତି । ବିପିୟୁଟି କ୍ୟାମ୍ପସ୍ରେ ହେବ ହକି ଷ୍ଟାଡିୟମ୍। ରାଉରକେଲାରେ ନୂତନ ଇଣ୍ଟରନ୍ୟାସନାଲ୍ ହକି ଷ୍ଟାଡିୟମ୍ 20,000 ହଜାରରୁ ଅଧିକ ଲୋକେ ବସି ମ୍ୟାଚ୍ ଦେଖିପାରିବେ । ଏଥିରେ ଅନେକ ଆଧୁନିକ ବ୍ୟବସ୍ଥା ରହିବ । ସୁନ୍ଦରଗଡ ହେଉଛି ହକିର ଗଡ । ଏଠାରୁ ଦିଲ୍ଲୀପ ତିର୍କି ଓ ସୁନୀତା ଲାକ୍ରାଙ୍କ ବିଶ୍ବବିଖ୍ୟାତ ଖେଳାଳୀ ଆସିଛନ୍ତି। 2023ରେ ପୁରୁଷ ବିଶ୍ବ ହକି ପ୍ରତିଯୋଗିତା କରିବ ଓଡ଼ିଶା । ଏହି ହକି ବିଶ୍ୱ କପ୍ ରାଜ୍ୟର ଦୁଇଟି ଜାଗା ଭୁବନେଶ୍ୱର ଏବଂ ରାଉରକେଲାରେ ଆୟୋଜିତ ହେବ । ଏହି ଅବସରରେ ସାରା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ପୁରୁଣା ବ୍ରହ୍ମପୁର ଗଣେଶନଗର ମଙ୍ଗଳାବରମ ପେଟା-୨ର ଅଙ୍ଗନୱାଡ଼ି କର୍ମୀ ନମିତା ଦଳାଇଙ୍କ ବାସଗୃହ ଏବଂ ଅନ୍ୟାନ୍ୟ ଘରେ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ତାଙ୍କର ସ୍ଥାବର ଓ ଅସ୍ଥାବର ସଂପତ୍ତି ସମୁଦାୟ ଦୁଇକୋଟିରୁ ଉର୍ଦ୍ଧ୍ୱ ଠାବ କରାଯାଇଥିଲା। ମୋଟ ସଂପର୍ତ୍ତି ଆୟ-ବ୍ୟୟକୁ ବାଦ୍ ଦେଲେ ଅଧିକା ୨୯୫ ପ୍ରତିଶତ ଆୟ କରିଥିବାରୁ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ କୋର୍ଟଚାଲଣ କରାଯାଇଥିଲା। ଜାମିନ ଅଭାବରୁ ଜେଲ୍ ହାଜତକୁ ଯାଇଛନ୍ତି କୋଟିପତି ଅଙ୍ଗନୱାଡ଼ି କର୍ମୀ। ଭିଜିଲାନସ ଏସ୍ପିଙ୍କ ସୂଚନା ପ୍ରକାରେ ଗତ ୨୭.୧୧.୧୯୯୦ରୁ ୨୨.୧୨.୨୦୨୦ ମଧ୍ୟରେ ସେ ବିଭିନ୍ନ ଆୟ ବାବଦରେ ୭୪ଲକ୍ଷ ୬୩ ହଜାର ୧୯୫ ଟଙ୍କା ଆୟ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ୬୨ ଲକ୍ଷ ୭୯ହଜାର ୮୬୪ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଛି । କିନ୍ତୁ ତାଙ୍କର ସଂପତ୍ତିର…

