ନୂଆଦିଲ୍ଲୀ : ଆସନ୍ତା କିଛି ମାସ ମଧ୍ୟରେ ଦେଶରେ କରୋନା ଟିକା ଉପଲବ୍ଧ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । 2021 ମସିହା ଅଗଷ୍ଟ ସୁଦ୍ଧା ଦେଶରେ ଭ୍ୟାକସିନ୍ ଉପଲବନ୍ଧ ହେବ ବୋଲି କହିଛନ୍ତି ହର୍ଷବର୍ଦ୍ଧନ । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭ୍ୟାକ୍ସିନ୍ ବିକଶିତ ତଥା ନିର୍ମାଣ କରୁଥିବା ତିନି ଟିମ୍ଙ୍କସହ ଅନଲାଇନ୍ ବୈଠକ କରିଛନ୍ତି । ଶନିବାର ଦିନ ଅହମ୍ମଦାବାଦ, ହାଇଦ୍ରାବାଦ ଓ ପୁଣେ ଯାତ୍ରା କରି କରୋନା ଟୀକାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ବର୍ତ୍ତମାନ ଭାରତରେ 100ଟି କମ୍ପାନୀ ଟିକା ନିର୍ମାଣ ଦୌଡରେ ଅଛନ୍ତି । ଏହି 100ଟି କମ୍ପାନୀ ମଧ୍ୟରୁ 30ଟି ଭାରତୀୟ କମ୍ପାନୀ ରହିଛି । 30 ଭାରତୀୟ କମ୍ପାନୀ ମଧ୍ୟରୁ 5ଟି ବିଭିନ୍ନ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲରେ ରହିଛନ୍ତି । ଦୁଇଟି କମ୍ପାନୀର ଟିକା ପରୀକ୍ଷଣ ଆଡଭାନ୍ସଡ ଷ୍ଟେଜରେ ରହିତିୁବା ବେଳେ ପ୍ରି…
Author: Samikhsya Bureau
କନୌଜ : ବିବାହରେ ନିମନ୍ତ୍ରଣ କାର୍ଡ ବିଶେଷ ଭୂମିକା ନିର୍ବାହ କରିଥାଏ । ଏହି କାର୍ଡରେ ବର-ବଧୂ ତଥା ତାଙ୍କ ପରିବାରର ପରିଚୟ ରହିଥଶଏ । ଆଜିକାଲି ବଜାରରେ ଭିନ୍ନ ଭିନ୍ନଧରଣର ନିମନ୍ତ୍ରଣ କାର୍ଡ ଉପଲବ୍ଧ । ତେବେ ଉତ୍ତରପ୍ରଦେଶରେ ଏକ ବିବାହ କାର୍ଡକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଏହି ବିବାହ କାର୍ଡଟିକୁ ଜଣେ ପିତା ତାଙ୍କ ଝିଅର ବିବାହ ଉଦ୍ଦେଶ୍ୟରେ ଛାପିଛନ୍ତି । ତେବେ ଏହି ବିବାହ କାର୍ଡରେ ଥିବା ବାର୍ତ୍ତା ଏବେ ବେଶ୍ ଭାଇରାଲ୍ ହୋଇଛି । ଏହି କାର୍ଡରେ ପିତା ଜଣକ ନିମନ୍ତ୍ରଣ ପତ୍ରରେ ବିବାହ ସମ୍ବନ୍ଧୀୟ ସୂଚନା ଦେବା ସହିତ ସାମାଜିକ ବାର୍ତ୍ତା ମଧ୍ୟ ଦେଇଛନ୍ତି । ଏହି ବିବାହ କାର୍ଡରେ ମଦ୍ୟପାନ କରନ୍ତୁ ନାହିଁ ବୋଲି ଏକ ବାର୍ତ୍ତା ଲେଖା ହୋଇଛି । ଜଣେ ପିତାର ଦାୟିତ୍ବ ସହ ସାମାଜିକ ଦାୟିତ୍ବ ନିର୍ବାହ କରିଛନ୍ତି ବ୍ୟକ୍ତିଜଣକ । ତାଙ୍କର ଏପରି ଅନନ୍ୟ…
ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁ ଠାରୁ ମଶା ଦ୍ବାରା ବ୍ୟାପୁଥିବା ରୋଗରେ ଅଧିକ ଲୋକେ ପ୍ରାଣ ହରାଉଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସୋମାବର ଦିନ ଏହା ସମ୍ପର୍କରେ ଘୋଷଣାକ ରିଛି । ଏହି ଦେଶରେ ମଶାଙ୍କଠାରୁ ବ୍ୟାପୁଥିବା ରୋଗରୁ ବର୍ତ୍ତିବା ପାଇଁ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ଉଦ୍ୟମ ଜାରି ରହିଛି । କିନ୍ତୁ କରୋନା ଯୋଗୁଁ କିଛି ମାସ ହେବ ଅନ୍ୟ ରୋଗର ଭ୍ୟାକ୍ସିନ୍ ତଥା ମେଡିସିନ୍ ଯୋଗାଣରେ ବିଳମ୍ବରେ ହେଉଛି, ଯାହା କାରଣରୁ ମଶା ଦ୍ବାରା ବ୍ୟାପୁଥିବା ରୋଗରେ ଅଧିକ ଲୋକଙ୍କର ଜୀବନ ଯାଉଛି । ହୁର ମେଲେରିଆ ପୋଗ୍ରାମ୍ର ନିର୍ଦ୍ଦେଶକ ପେଡ୍ରୋ ଆଲ୍ସୋନ୍ସୋ କହିଛନ୍ତି ଯେ, ପୂରା ଦୁନିଆରେ ଗତ ବର୍ଷ 4.09 ଲକ୍ଷ ମ୍ୟାଲେରିଆରେ ମୃତ୍ୟୁବରଣ କରିଥିବାବେଳେ ଏହି ମୃତକଙ୍କ ମଧ୍ୟରେ ଅଧିକାଂଶ ଆଫ୍ରିକାର ଗରିବ ଦେଶର ଶିଶୁ ମାନେ ରହିଥିଲେ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବିଶ୍ବସ୍ତରୀୟ ମାଲେରିଆ ରିପୋର୍ଟ ଅନୁସାରେ ଚଳିତ ବର୍ଷ କରୋନାରେ…
ମୁମ୍ବାଇ : ଦିବଙ୍ଗତ ସାମାଜିକ କର୍ମୀ ବାବା ଆମତେଙ୍କ ନାତୁଣୀ ତଥା ଆନନ୍ଦବନ ମହାରୋଗୀ ସେବା ସମିତିର ସିଇଓର ଡାକ୍ତର ଶୀତଲ୍ ଆମ୍ତେ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟାର କାରଣ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ମହାରାଷ୍ଟ୍ରର ଚନ୍ଦପୁର ଜିଲ୍ଲାରେ ନିଜ ଘରେ ଶୀତଲ୍ ଆତ୍ମହତ୍ୟା କରିଛନ୍ତି । ତେବେ ପାରିବାରିକ କଳହ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । ତେବେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଏହାର ତଦନ୍ତ ଜାରି ରଖିଛି । ବିଷାକ୍ତ ଇଂଜେକସନ୍ର ବ୍ୟବହାର ଦ୍ବାରା ଶୀତଲ୍ଙ୍କ ଆତ୍ମହତ୍ୟା ହୋଇଥିବାର ଖବର ରହିଛି । 2016 ମସିହା ଜାନୁଆରୀ ମାସରେ ବିଶ୍ବ ଆର୍ଥିକ ମଞ୍ଚ ଦ୍ବାରା ‘ୟଙ୍ଗ୍ ଗ୍ଲୋବାଲ୍ ଲିଡର୍ 2016’ ରୂପେ ମନୋନୀତ ହୋଇଥିଲେ । (ଏଜେନ୍ସି)
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଜବରଦସ୍ତି ଧର୍ମ ପରିବର୍ତ୍ତନ ବିରୋଧରେ ଅଧ୍ୟାଦେଶ ପାରିତ ହେବା ପରେ ରାଜ୍ୟରେ ଲଭ୍ ଜିହାଦ୍ର ଆଉ ଏକ ମାମଲା ସାମ୍ନାକୁ ଆସିଛି । ପୂର୍ବରୁ ନଭେମ୍ବର 29 ତାରିଖରେ ବରେଲୀର ଇଜ୍ଜତନଗରଠାରେ ଏକ ମାମଲା ସାମ୍ନାକୁ ଆସିଥିଲା । ମିଳିଥିବା ସୂଚନା ଅନୁସାରେ ଏହି ମାମଲାରେ ନାମ ଓ ଧର୍ମକୁ ଲୁଚାଇ ବିବାହ କରାଯାଇଛି । ଯୁବତୀଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସୂଚନାଅନୂସାରେ ଉତ୍ତରପ୍ରଦେଶରେ ଶନିବାର ଦିନ ରାଜ୍ୟପାଳ ଆନନ୍ଦୀ ବେନ ପଟେଲଙ୍କ ଦ୍ୱାରା ଲଭଜିହାଦ ଉପରେ ଅଧ୍ୟାଦେଶ ଜାରି କରାଯାଇଥିଲା । ନଭେମ୍ବର 24 ତାରିଖରେ ଉତ୍ତରପ୍ରଦେଶ କ୍ୟାବିନେଟ୍ ଲଭ୍ ଜିହାଦ୍ ବିରୋଧରେ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଥିଲେ । ଏହି ବିଲ୍ଟି ଆଇନ୍ରେ ପରିଣତ ହେବା ପରେ ମିଥ୍ୟା, ଜବରଦସ୍ତି, ପ୍ରଭାବ ଦେଖାଇ ଅଥବା ଧମକାଇ କିମ୍ବା ଲାଞ୍ଚ ଦେଇ ବିବାହ ନିମେନ୍ତ ଧର୍ମ ପରିବରତ୍ତନ…
ନୂଆଦିଲ୍ଲୀ : ଲୋକେ ପ୍ରେମରେ ପଡିଲେ ଦୁନିଆ ଭୁଲିଯା’ନ୍ତି । ସେମିତି ପ୍ରେମରେ ପ୍ରତାରଣା ପାଇଲେ ବି ଦୁନିଆ ଭୁଲିଯା’ନ୍ତି । ପ୍ରେମରେ ଧୋକ୍କାପାଇବା ପରେ କେହି କେହି ନିଜକୁ ଭୁଲିଯା’ନ୍ତି ତ କେହି କେହି କାହାର ଦୁନିଆକୁ ଭୁଲାଇଦିଅନ୍ତି । ତେବେ ହରିୟାଣାର ଏକ ଗ୍ରାମରେ ଜଣେ ଯୁବତୀ ପ୍ରେମରେ ଧୋକ୍କା ପାଇବା ପରେ ଏମିତି କିଛି ହରକତ୍ କରିଛନ୍ତି, ଯାହାକୁ ଦେଖି ସମେସ୍ତ ଆଶ୍ଚର୍ଯ୍ୟ ହୋଇଛନ୍ତି । ହରିୟାଣାର ଗୁରୁଗ୍ରାମରେ କିଛି ମାସ ପୂର୍ବରୁ ଏଭଳି ଏକ ଘଟଣାଘଟିଥିଲା । ଏଠାରେ ଜଣେ ଯୁବତୀ ପ୍ରେମରେ ଧୋକ୍କା ପାଇବା ପରେ ପ୍ରେମିକର ସାମ୍ନାରେ ‘ତେରେ ଇଶ୍କରେ ମେଁ ନାଚଙ୍ଗେ ଗୀତରେ ଡିଜେ ବଜାଇ ନାଚିଥିଲେ । ଯୁବତୀ ଜଣକ ଡିଜେ ନିଜ ଘରକୁ ନେଇଥିବାବେଳେ ଅନ୍ୟ ପଞ୍ଜାବୀ ଗୀତରେ ମଧ୍ୟ ପ୍ରେମିକ ଘର ସାମ୍ନାରେ ନୃତ୍ୟ କରିଥିଲେ । ଯୁବତୀଙ୍କ ଏହି ନୃତ୍ୟଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍…
ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ କମୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା। ରାଜ୍ୟରେ ଗତ 24ଘଣ୍ଟାରେ କରୋନା ସଂକ୍ରମଣ ସଂଖ୍ୟା 5ଶହ ତଳକୁ କମିଥିବାରୁ ଟ୍ୱିଟ ଯୋଗେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୁଲାଇ16 ତାରିଖର ପରଠାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା । ଗତ 24ଘଣ୍ଟାରେ ଦୈନିକ ସଂକ୍ରମଣ ସଂଖ୍ୟା ପାଞ୍ଚଶହ ତଳେ ରହିଛି । https://twitter.com/Naveen_Odisha/status/1333288013959315457?s=20 ଏହି ଅବସରରେ କୋଭିଡ୍ ଯୋଦ୍ଧାମାନଙ୍କ ତ୍ୟାଗ ଓ କଠିନ ପରିଶ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । କୋଭିଡ୍ ଯୋଦ୍ଧାଙ୍କ ପାଇଁ ଓଡ଼ିଶା ଏହି ମହାମାରୀ ବିରୋଧରେ ଲଢେଇକୁ ଜିତିବାରେ ସକ୍ଷମ ହୋଇଛି । ତେବେ ଏବେବି କରୋନାଠୁ ସତର୍କ ରହିବା ନିତାନ୍ତ ଆବଶ୍ୟକ । ଏଥିପାଇଁ ମାସ୍କ ପିନ୍ଧିବାକୁ ଭୁଲନ୍ତୁନି, ଭ୍ୟାକସିନ ଆସିବା ଯାଏଁ ସଚେତନ ରୁହନ୍ତୁ ବୋଲି ଟ୍ବିଟ୍ ଯୋଗେ ଲୋକଙ୍କୁ ସଚେତନ କରାଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ରାଜ୍ୟରୁ 418ଜଣ କରୋନା ଆକ୍ରାନ୍ତ…
ଜୟପୁର: ରାଜସ୍ଥାନର ରାଜସମନ୍ଦରୁ ବିଜେପି ବିଧାୟିକା କିରଣ ମାହେଶ୍ବରୀଙ୍କ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ପରଲୋକ ହୋଇଯାଇଛି। କିଛି ଦିନ ତଳେ ତାଙ୍କ ରିପୋର୍ଟ କରୋନା ରିପୋର୍ଟ ପଜିଟିଭ ଆସିଥିଲା,ଯାହା ପରେ ତାଙ୍କୁ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କ ଚିକିତ୍ସା ଚାଲିଥିଲା। ତାଙ୍କ ବିୟୋଗରେ ଶୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରି ଟୁଇଟ୍ କରିଛନ୍ତି । ସେହିପରି ବିଜେପି ବିଧାୟିକା କିରଣ ମାହେଶ୍ବରୀଙ୍କ ପରଲୋକରେ ଲୋକସଭା ଅଧ୍ୟକ୍ଷ ଓମ୍ ବିରଲା ଶୋକ ପ୍ରକାଶ କରିଛନ୍ତି।
ନୂଆଦିଲ୍ଳୀ : ବିବାହ ସମସ୍ତଙ୍କ ପାଇଁ ଖାସ୍ ହୋଇଥାଏ । ଏହି ଦିନ ସମେସ୍ତ ଦୁନିଆର ସବୁଠୁ ସୁନ୍ଦର ଦେଖାଯିବା ପାଇଁ ଚାହିଁଥାନ୍ତି । ବିବାହ ପୋଷାକ ହେଉ ଅବା ମେକଅପ୍ ସବୁଥିରେ କିଛି ନୂତନ ବା ଭିନ୍ନତା ଦେଖାଇବାକୁ ସମସ୍ତେ ଚେଷ୍ଟା କରିଥା’ନ୍ତି । ସେହିପରି ବିବାହ ପୋଷାକକୁ ନେଇ ସମେସ୍ତ ବେଶ୍ ଉତ୍ସାହିତ ରହିଥା’ନ୍ତି । ସୋସିଆଲ ମିଡିଆରେ ଏବେ ଏମିତି ଜଣେ ବଧୂଙ୍କ ବିବାହ ପୋଷାକ ଭାଇରାଲ୍ ହେଉଛି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଦିଲ୍ଳୀର ଏକ ବ୍ୟବସାୟୀ ସହିତ ବିବାହ କରିଥିବା ଏହି ବଧୂ ଜଣକ ହେଉଛନ୍ତି ମୂଳ ଭାରତୀୟ । ଭାରତୀୟ ଆମେରିକୀୟ ବ୍ୟବସାୟୀ ମହିଳା ତଥା 29 ବର୍ଷୀୟା ସଞ୍ଜନା ଋଷି ଭାରତ ଆସିବା ପୂର୍ବରୁ ଆମେରିକାର କର୍ପୋରେଟ୍ ଲୟର୍ ରୂପେ କାର୍ଯ୍ୟ କରୁଥିଲେ। ନିକଟରେ ସେ ଦିଲ୍ଲୀର ଜଣେ ବ୍ୟବସାୟ ଧ୍ରୁବ ମହାଜନଙ୍କୁ ବିବାହ କରିଛନ୍ତି ।…
ନୂଆଦିଲ୍ଲୀ : ବର୍ଷ ତମାମ ଚିନାବାଦାମ ମିଳେ । କିନ୍ତୁ ଶୀତ ଦିନେ ଲୋକେ ଅଧିକ ମାତ୍ରାରେ ଚିନାବାଦାମ ଖାଇଥାନ୍ତି । ଏହାର କାରଣ ହେଉଛି ଚିନାବାଦାମରେ ମାଙ୍ଗାନିଜ ଓ କ୍ୟାଲସିୟମ ଭରପୁର ମାତ୍ରାରେ ରହିଛି । ଏହି ତତ୍ତ୍ୱ ଯୋଗୁଁ ଚିନାବାଦାମ ଖାଇବା ଦ୍ୱାରା ଶରୀରକୁ ଦୁଇ ପ୍ରକାର ଲାଭ ମିଳେ । ମାଙ୍ଗାନିଜ ହାଡ଼ ଭିତରେ କ୍ୟାଲସିୟମ ଅବଶୋଷଣ ପ୍ରକି୍ରୟାକୁ ଦ୍ରୁତ କରିବାରେ ସହାୟତା କରେ । ଫଳରେ ହାତ ମଜବୁତ ହୁଏ । ମାଙ୍ଗାନିଜ ରକ୍ତରେ ଶର୍କରା ମାତ୍ରା ନିୟନ୍ତ୍ରଣ କରିଥାଏ। ଏହା ଦ୍ୱାରା ସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ । ଶୀତ ଦିନେ ଚିନାବାଦାମ ଖାଇବା ଦ୍ୱାରା ଶରୀର ଉପରେ ଥଣ୍ଡା ପଡେ଼ ନାହିଁ । ଏହା ଦ୍ୱାରା ଆପଣ ଥଣ୍ଡା, ଜ୍ୱର ଓ ଫ୍ଲୁ ପ୍ରସାର କରୁଥିବା ଭାଇରସଠାରୁ ରକ୍ଷା ପାଇପାରିବେ । କାରଣ ଚିନାବାଦାମ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ…
ନୂଆଦିଲ୍ଲୀ : ନୟାଗଡ଼ ପରୀ ହତ୍ୟା ମାମଲା ଦିଲ୍ଲୀରେ ପହଞ୍ଚିଛି। ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିସନ (ଏନସିପିସିଆର୍)ଙ୍କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଭେଟିଛନ୍ତି। ପରୀକୁ ନ୍ୟାୟ ଦେବା ଲାଗି ସମ୍ବିତ ପାତ୍ର ଏକ ସ୍ମାରକ ପତ୍ର ଦେଇ ଦାବି ଜଣାଇଛନ୍ତି। ଏନସିପିସିଆର୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁ ଓ ହତ୍ୟାରେ ଅଙ୍ଗ ତସ୍କରୀ ହୋଇଛି କି ନାହିଁ ତଦନ୍ତ କରୁ ବୋଲି ଦାବି କରିଛନ୍ତି ସମ୍ବିତ। ପରୀକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ ବୋଲି କହିଛନ୍ତି ସମ୍ବିତ ପାତ୍ର। ଅପରପକ୍ଷରେ ରାଜ୍ୟରେ ମଧ୍ୟ ପରୀକୁ ନ୍ୟାୟ ଦେବା ଲାଗି ଦାବି ଜୋର ଧରିଛି।
ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷଭାଗ ଆଡକୁ ମହାକାଶରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଦୀର୍ଘ ବର୍ଷ ପରେ ମହାକାଶରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ପାଖାପାଖି ଚାରିଶହ ବର୍ଷ ପରେ ମହାକାଶରେ ଶନି ଓ ବୃହସ୍ପତିଙ୍କ ମହାମିଳନର ଦୃଶ୍ୟ ଦେଖିବାର ସୁଯୋଗ ମିଳିବ । ଡିସେମ୍ବର 21 ତାରିଖରେ ଏକ ବିରଳ ଚିତ୍ର ଦୃଶ୍ୟମାନ ହେବ । ଉଭୟ ଗ୍ରହ ମଧ୍ୟରେ ଦୂରତା ମାତ୍ର 0.1ଡିଗ୍ରୀ ରହିବ। ଉକ୍ତ ଦିନ ସୂର୍ଯେ୍ୟାଦୟ ହେବାର 1 ଘଣ୍ଟା ପରେ ଉତ୍ତର ପଶ୍ଚିମ ଦିଗବଳୟରେ ଟିକେ ଉପରେ ଏହା ଏକତ୍ର ଯୋଡ଼ି ହେବା ଭଳି ଦେଖାଯିବ । ଏହି ଦୃଶ୍ୟକୁ ଖାଲି ଆଖିରେ ଦେଖି ହେବ । ତେବେ ଛୋଟ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିଲେ ବୃହସ୍ପତି ଓ ଶନିର ମହାମିଳନ ସହ ଉଭୟ ଗ୍ରହର ଉପଗ୍ରହ ଇଓ, ୟୁରୋପା, ଗାଲିମେଡ଼, କାଲିଷ୍ଟୋ ଓ ଟାଇଟନ ମଧ୍ୟ ଦୃଶ୍ୟମାନ ହେବ…
ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି । ରାଜ୍ଯରେ ଆଉ ପାଞ୍ଚ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1739କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ 3 ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ନୂଆପଡାରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ 35 ବର୍ଷୀୟ ପୁରୁଷ, 60 ବର୍ଷୀୟ ପୁରୁଷ ଓ 55 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ନୂଆପଡାରୁ 60 ବର୍ଷୀୟ ବ୍ୟକ୍ତି ଓ 50 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ବର: ରାଜ୍ୟରେ ଆଜି ୪୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୪୧ ଜଣ ଚିହ୍ନଟ ହୋଇଥିବାବେଳେ ୧୭୭ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ହଜାର ୭୨୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୧ ହଜାର ୨୫୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୬୭୭ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୩୪ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୮ ଟି ଜିଲ୍ଲାରୁ ମୋଟ୍ ୪୧୮ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ସର୍ବାଧିକ ୪୧ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୩୪,…
ଭୁବନେଶ୍ଵର: ରାଜ୍ୟରେ ଧୀରେ ଧୀରେ ଶୀତ ବଢିବାରେ ଲାଗିଛି। ୧୧ଟି ସହରରେ ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି। ସୋନପୁରର ତାପମାତ୍ରା ସର୍ବନିମ୍ନ ୯ ଡିଗ୍ରୀ ଥିବାବେଳେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ୯.୫ ଡିଗ୍ରୀ, ଅନୁଗୁଳ ୧୦.୬, ଫୁଲବାଣୀ ୧୧.୩, କେନ୍ଦୁଝର ୧୨.୦, ବାରିପଦା ୧୨.୪ ଡିଗ୍ରୀ ସେଲସିୟସ୍ ରହିଛି। ଭବାନୀପାଟଣା ୧୨.୮, କୋରାପୁଟ ୧୩.୦, ଝାରସୁଗୁଡା ୧୩.୨, ବଲାଙ୍ଗିରରେ ୧୪ ଓ କଟକରେ ୧୪.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଭୁବନେଶ୍ୱରର ଟପାମାତ୍ର ୧୬ ଡିଗ୍ରୀ ସେଲସିୟସ୍ ରହିଛି।
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୩୮ ହଜାର ୭୭୨ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୪୩ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ଲକ୍ଷ ୩୧ହଜାର ୬୯୨କୁ ବୃଦ୍ଧି ପାଇ ଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୭ ହଜାର ୧୩୯ ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ଦେଶରେ ୪ଲକ୍ଷ ୪୬ହଜାର ୯୫୨ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି ୮୮ଲକ୍ଷ ୪୭ ହଜାର ୬୦୦ ଜଣ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
ଭୁବନେଶ୍ବର, ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା। ଚଳିତ ବର୍ଷର କାର୍ତ୍ତିକ ପୂର୍ଣ୍ଣିମା ବେଶ ଗୁରୁତ୍ବ ବହନ କରେ। କାରଣ ଚଳିତ ପୂର୍ଣ୍ଣିମାରେ ସର୍ବସିଦ୍ଧି ଯୋଗ ଏବଂ ବର୍ଦ୍ଧମାନ ଯୋଗ ରହିଛି। ଏହି ଯୋଗ ଯୋଗୁଁ କାର୍ତ୍ତିକ ପୂର୍ଣ୍ଣିମାଙ୍କର ମହତ୍ତ୍ୱ ଅନେକ ଗୁଣରେ ବୃଦ୍ଧି ପାଇଛି। ସେଥିପାଇଁ ଏହି ଦିନ ସ୍ନାନ ସହିତ ଦାନ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଳସୀ ଗଛ ନିକଟରେ ଦୀପ ଜାଳିବା ଉଚିତ। ଆସନ୍ତୁ ଜାଣିବା କାର୍ତ୍ତକ ପୂର୍ଣ୍ଣିମାର ଲୁକ୍କାୟିତ କାରଣ ଏବଂ ଧାର୍ମିକ ମହତ୍ତ୍ବ 1-କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଲସୀ ପୂଜନର ଧାର୍ମିକ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମ ଅନୁଯାୟୀ କାର୍ତ୍ତିକ ମାସ ବିଷ୍ଣୁଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ଅଟେ। 2-କାର୍ତ୍ତିକ ମାସର ଏକାଦଶୀ ଦିନ ତୁଳସୀ, ଭଗବାନ ବିଷ୍ଣୁଙ୍କ ଶାଳଗ୍ରାମ ରୂପରେ ବିବାହ କରିଥିଲେ। 3-କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଳସୀ ପୂଜା ମଧ୍ୟ କରାଯାଇଥାଏ…
ମେଷ : ଏହି ରାଶିର ଲୋକମାନେ ସେମାନଙ୍କର ପ୍ରେମ ଜୀବନରେ ଆନନ୍ଦ ଏବଂ ସୁଖ ପାଇବେ। ବ୍ୟବସାୟୀମାନେ ଉପକୃତ ହୋଇପାରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ। ଆପଣ ଖୁସିରେ ପରିବାର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରିବେ। ଯଦି କୋର୍ଟର କୈଣସି ଏକ ପୁରୁଣା ମାମଲା ଅଛି ତେବେ ଆପଣ ଏଥିରେ ବିଜୟ ହାସଲ କରିପାରିବେ। ସାମାଜିକ କ୍ଷେତ୍ରରେ ସମ୍ମାନ ହାସଲ କରାଯିବ । ବୃଷ : ଏହି ରାଶିର ଲୋକମାନେ କିଛି ବିଷୟରେ ଗଭୀର ଭାବରେ ଚିନ୍ତିତ ହେବେ । ମାନସିକ ଚାପକୁ ନେଇ ବିବ୍ରତ ହୁଅନ୍ତୁ ନାହିଁ । ଆର୍ଥିକ ଲାଭର ସମ୍ଭାବନା ଅଛି । ଆପଣ ଏକ ମୂଲ୍ୟବାନ ଜିନିଷ କିଣିପାରିବେ। କଠିନ ପରିଶ୍ରମର ଉପଯୁକ୍ତ ଫଳାଫଳ ହାସଲ ହେବ । ଆପଣ ଗୃହ ଶତ୍ରୁମାନଙ୍କୁ ସାବଧାନ ହେବା ଉଚିତ କାରଣ ସେମାନେ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି । ଜମି…
ଭୁବନେଶ୍ବର, 1973 ମସିହାର ଭାରତୀୟ ସୂଚନା ସେବା ଅଧିକାରୀ ଉମାକାନ୍ତ ମିଶ୍ର ଦୈନିକ ‘ସକାଳ’ ଖବରକାଗଜର ସଂପାଦକ ଭାବେ ଯୋଗଦେଇଛନ୍ତି। ସେ ଭାରତୀୟ ସୂଚନା ସେବାରୁ ଅବସର ନେବା ପରେ ଇଣ୍ଡିଆ ନ୍ୟୁଜ ଗ୍ରୁପର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। 26 ବର୍ଷ ସରକାରୀ ଚାକିରୀ କାଳରେ ଉମାକାନ୍ତ ପିଆବିର ନିର୍ଦ୍ଦେଶକ, ପ୍ରମୁଖ ମହାନିର୍ଦ୍ଦେଶକ, ଡିଏଭିପିର ମହାନିର୍ଦ୍ଦେଶକ, ରେଳବାଇର ମିଡିଆ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ଭୁବନେଶ୍ବରରୁ ପ୍ରକାଶ ପାଉଥିବା ସକାଳ ଦୈନିକ ଖବରକାଗଜର ସଂପାଦକ ଭାବେ ଯୋଗଦେଇଛନ୍ତି। ଆସନ୍ତା ଡିସେମ୍ବର 1 ତାରିଖରେ ‘ସକାଳ’ ଖବର କାଗଜ ନବକଳେବର ହୋଇ ପ୍ରକାଶିତ ହେବାକୁ ଯାଉଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପୁରୁଣା ବ୍ରହ୍ମପୁର ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ବିନାୟକ ରଥଙ୍କ ପୌରୋହିତ୍ୟରେ ଗଂଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଓ ବରିଷ୍ଠ ନେତା କାହ୍ନୁଚରଣ ପତିଙ୍କ ଉପସ୍ଥିତିରେ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପିର ଇତିହାସ ସଂପର୍କରେ ବାଳକୃଷ୍ଣ ସାମନ୍ତରାୟ, ଆମର ଦାୟିତ୍ୱ ସମ୍ବନ୍ଧରେ ରାଜେଶ ସାହୁ, ଭାରତର ବୈଚାରିକ ମୁଖ୍ୟଧାରା ସମ୍ବନ୍ଧରେ ମହନ୍ତ ଚିନ୍ମୟାନନ୍ଦ, ବ୍ୟକ୍ତିତ୍ୱ ବିକାଶ ସମ୍ବନ୍ଧରେ ଗଙ୍ଗାଧର ଶତପଥୀ, ଅନ୍ତ୍ୟୋଦୟ ସମ୍ବନ୍ଧରେ ମଦନ ମୋହନ ପାତ୍ର, ସାମାଜିକ ଗଣମାଧ୍ୟମର ପ୍ରଭାବୀ ଉପଯୋଗ ସଂପର୍କରେ ସିଦ୍ଧାନ୍ତ ଗଙ୍ଗଦେବ, ଆତ୍ମନିର୍ଭରଶୀଳତା ଉପରେ ନିରଞ୍ଜନ ପାଣିଗ୍ରାହୀ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ରଭାତ କିରଣ ଷଡ଼ଙ୍ଗୀ ସଂଯୋଜନା କରିଥିବାବେଳେ ଶିବ ଶଙ୍କର ଶତପଥୀ ମଂଚ ପରିଚାଳନା କରିଥିଲେ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସ୍ୱାସ୍ଥ୍ୟସେବା ଭଳି ଜରୁରୀ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗରୁ ଆଉଟସୋର୍ସିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ ନେଇ ଦାବି ଉଠାଇଛି ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ। ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଥିବା ବିଶ୍ୱନାଥ ପଣ୍ଡିତ ଭବନ ପରିସରରେ ଗଞ୍ଜାମ ଜିଲ୍ଲା ମେଡିକାଲ କର୍ମଚାରୀ ସଂଘର ସମ୍ମିଳନୀରେ ଓଡ଼ିଶା ମେଡିକାଲ କର୍ମଚାରୀ ସଂଘର ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉତ୍କଟ ହୋଇଥିବା ବେଳେ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଉନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ ଓ ଚାଷୀ ବିରୋଧୀ ବିଲ ଆଗତ କରିଥିବାରୁ ଉଦବେଗ ପ୍ରକାଶ କରିବା ସହ ଏହା ବିରୋଧରେ ସମସ୍ତ ଶ୍ରମିକ, କର୍ମଚାରୀ ଓ ଚାଷୀମାନେ ସଂଗଠିତ ଆନ୍ଦୋଳନ କରିବାକୁ ରାଜ୍ୟ ସଭାପତି ଶ୍ରୀ ପାତ୍ର ଆହ୍ୱାନ ଦେଇଥିଲେ। ସମ୍ମିଳନୀରେ ମୁଖ୍ୟତଃ ଡ଼ାକ୍ତରଙ୍କ ଭଳି ମେଡିକାଲ…

